Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 77

ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୁଥୂନର ରୀତିନୁସାରେ ଆସଫର ଗୀତ।

77 ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି।
    ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି।
    ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି।
    କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ।
ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି, ତାଙ୍କୁ ମୋର ଅନୁଭୂତି କହିବାକୁ ଚେଷ୍ଟା କରିଛି।
    କିନ୍ତୁ ମୁଁ ପାରୁ ନାହିଁ।
ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ।
    ମୁଁ ଏମନ୍ତ ବ୍ୟାକୁଳ ଯେ କଥା କହିପାରୁ ନାହିଁ।
ବହୁତ ଆଗରୁ ଘଟିଯାଇଥିବା ଘଟଣା ବିଷୟରେ
    ମୁଁ ଚିନ୍ତା କରେ।
ରାତିରେ ମୁଁ ନିଜ ଗୀତ ବିଷୟରେ ଭାବିଲି।
    ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ।
    ମୋର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
ମୁଁ ଆଶ୍ଚର୍ଯ୍ୟ ହେଲି, “ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ୟାଗ କରିଛନ୍ତି କି?
    ଆଉ ସେ କ’ଣ ସୁପ୍ରସନ୍ନ ହେବେ ନାହିଁ?
ପରମେଶ୍ୱରଙ୍କ ଦୟା କ’ଣ ଚିରକାଳ ପାଇଁ ଲୁପ୍ତ ହୋଇଛି?
    ତାଙ୍କର ପ୍ରତିଜ୍ଞା କ’ଣ ଚିରକାଳ ପାଇଁ ବିଫଳ ହୋଇଛି?
ପରମେଶ୍ୱର କ’ଣ କୃପା କରିବାକୁ ପାସୋରି ଅଛନ୍ତି?
    ତାଙ୍କର ଦୟା କ’ଣ କ୍ରୋଧରେ ପରିଣତ ହୋଇଅଛି?”

10 ଏହା ପରେ ମୁଁ ଚିନ୍ତା କଲି, “ଏସବୁ ମୋତେ ବିବ୍ରତ କରୁଅଛି,
    ‘ସର୍ବୋପରିସ୍ଥ ପରମେଶ୍ୱର କ’ଣ ତାଙ୍କର ଶକ୍ତି ହରାଇ ଅଛନ୍ତି?”

11 ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ।
    ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ମୁଁ ମନେ ପପାଏ।
12 ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ
    ଏବଂ କାର୍ଯ୍ୟକୁ ଅନୁଧ୍ୟାନ କରେ।
13 ହେ ପରମେଶ୍ୱର, ତୁମ୍ଭର ପଥସବୁ ପବିତ୍ର।
    ତୁମ୍ଭପରି ମହାନ କେହି ପରମେଶ୍ୱର ନାହାନ୍ତି।
14 ତୁମ୍ଭେ ହେଉଛ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି।
    ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15 ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ।
    ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ।

16 ହେ ପରମେଶ୍ୱର, ତୁମ୍ଭକୁ ଦେଖି ଜଳରାଶି ଡରିଗଲା।
    ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
17 ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ।
    ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ।
    ତା’ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
18 ଘୂର୍ଣ୍ଣିବାତ୍ୟାରେ ତୁମ୍ଭର ବଜ୍ରଧ୍ୱନି ସ୍ୱର ଶୁଣାଗଲା।
    ବିଜୁଳି ଜଗତକୁ ଆଲୋକମୟ କଲା।
    ପୃଥିବୀ କମ୍ପିତ ହେଲା।
19 ହେ ପରମେଶ୍ୱର, ସମୁଦ୍ରରେ ତୁମ୍ଭେ ପାଦରେ ଗ୍ଭଲି ପାର
    କିନ୍ତୁ ତୁମ୍ଭର ପାଦ ଚିହ୍ନ ଦେଖାଗଲା ନାହିଁ।
20 ତୁମ୍ଭେ ମୋଶା ଓ ହାରୋଣକୁ ବ୍ୟବହାର କରି
    ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।

ଆୟୁବ ପୁସ୍ତକ 4

ଇଲୀଫସ୍ କହିଲା

ତୈମନୀୟ ଇଲୀଫସ୍ ଉତ୍ତର ଦେଲେ,

‘ମୁଁ ନିଶ୍ଚୟ କିଛି କହିବି,
    ଏହା ଦ୍ୱାରା ତୁମ୍ଭେ ଦୁଃଖିତ ହେବ କି?
ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦେଇଛ।
    କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ।
ତୁମ୍ଭର ବାକ୍ୟ ଲୋକଙ୍କୁ ଛିଡ଼ା ହେବାକୁ ଶକ୍ତି ଦେଇଛି।
    ତୁମ୍ଭେ ସେହିମାନଙ୍କୁ ବଳବାନ କରିଛ, ଯେଉଁମାନେ ଦିନେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରୁ ନ ଥିଲେ।
କିନ୍ତୁ ବର୍ତ୍ତମାନ ତୁମ୍ଭ ନିକଟକୁ ବିପଦ ଆସିଛି
    ଓ ତୁମ୍ଭେ ହତାଶ ହୋଇଛ,
ବିପଦ ତୁମ୍ଭକୁ ଆଘାତ କରିଛି
    ଓ ତୁମ୍ଭେ ବିବ୍ରତ ହେଉଛ।
ତୁମ୍ଭେ ପରମେଶ୍ୱରଙ୍କୁ ଉପାସନା କର।
    ତୁମ୍ଭେ ତାଙ୍କୁ ବିଶ୍ୱାସ କର।
ତୁମ୍ଭେ ଜଣେ ଉତ୍ତମ ବ୍ୟକ୍ତି।
    ତାହା ହିଁ ତୁମ୍ଭର ଆଶାର ସ୍ରୋତ ହେଉ।
ଆୟୁବ ଥରେ ଭାବି ଦେଖିଲ, କେହି ନିରପରାଧ ବ୍ୟକ୍ତି କେବେ ଧ୍ୱଂସ ହୋଇଛନ୍ତି!
    ଉତ୍ତମ ବ୍ୟକ୍ତିମାନଙ୍କର ବିନାଶ ଘଟେ ନାହିଁ।
ମୁଁ ଦେଖିଛି କେତେକ ବ୍ୟକ୍ତି ଅନ୍ୟକୁ ବିପଦରେ ପକାନ୍ତି ଏବଂ ସେମାନଙ୍କ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି।
    କିନ୍ତୁ ଶେଷରେ ସେମାନେ ହିଁ ଦଣ୍ଡ ପାଆନ୍ତି।
ପରମେଶ୍ୱରଙ୍କ ଦଣ୍ଡରେ ସେମାନେ ମୃତ୍ୟୁବରଣ କରନ୍ତି।
    ପରମେଶ୍ୱରଙ୍କ କ୍ରୋଧରେ ସେମାନେ ଧ୍ୱଂସ ହୁଅନ୍ତି।
10 ଦୁଷ୍ଟଲୋକ ସିଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିଯା’ନ୍ତି।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ନୀରବ କରାଇ ଦିଅନ୍ତି ଓ ସେମାନଙ୍କର ଦାନ୍ତକୁ ଭାଙ୍ଗି ଦିଅନ୍ତି।
11 ହଁ, ସେହି ଦୁଷ୍ଟଲୋକ ଗୁଡ଼ାକ ସିଂହ ଭଳି, ଯେଉଁମାନେ ପ୍ରାଣୀମାନଙ୍କୁ ମାରିବାକୁ ପାଆନ୍ତି ନାହିଁ।
    ସେମାନେ ଶେଷରେ ମୃତ୍ୟୁବରଣ କରନ୍ତି ଓ ସେମାନଙ୍କର ପିଲାମାନେ ଗ୍ଭରିଆଡ଼େ ଘୂରି ବୁଲନ୍ତି।

12 ଗୁପ୍ତରେ ମୋ’ ନିକଟକୁ ଗୋଟିଏ ଖବର ଆସିଲା।
    ମୋର କାନ ସେହି ବିଷୟରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା।
13 ରାତ୍ରିର ଗୋଟିଏ ଖରାପ ସ୍ୱପ୍ନ ଭଳି
    ଏହା ମୋର ନିଦ୍ରାକୁ ନଷ୍ଟ କରି ଦେଲା।
14 ମୁଁ ଭୟଭୀତ ହେଲି
    ଓ ମୋର ହାତସବୁ ଥରିଲା।
15 ଏହି ସମୟରେ ଗୋଟାଏ ଆତ୍ମା ମୋର ମୁହଁ ସମ୍ମୁଖରେ ଗ୍ଭଲିଗଲା
    ଏବଂ ମୋର ରୋମ ଟାଙ୍କୁରି ଉଠିଲା।
16 ସେହି ଆତ୍ମା ମୋର ସମ୍ମୁଖରେ ଥିଲା
    କିନ୍ତୁ ମୁଁ ତାକୁ ଦେଖି ପାରୁ ନ ଥିଲି।
ତା’ର ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରେ ଥିଲା
    ଏବଂ ଗ୍ଭରିଆଡ଼େ ନିଶବ୍ଦ ଥିଲା।
    ତା’ପରେ ମୁଁ ଏକ ଧୀର ସ୍ୱର ଶୁଣିବାକୁ ପାଇଲି।
17 ଜଣେ ମନୁଷ୍ୟ କ’ଣ ପରମେଶ୍ୱରଙ୍କଠାରୁ ଅଧିକ ଧାର୍ମିକ ହୋଇ ପାରିବ?
    ନିଜ ସୃଷ୍ଟିକର୍ତ୍ତାଠାରୁ ମନୁଷ୍ୟ କ’ଣ ଅଧିକ ପବିତ୍ର ହୋଇ ପାରିବ?
18 ଦେଖ, ପରମେଶ୍ୱର ତାଙ୍କ ସ୍ୱର୍ଗୀୟ ସେବକଗଣଙ୍କୁ ମଧ୍ୟ ବିଶ୍ୱାସ କରି ପାରନ୍ତି ନାହିଁ।
    ପରମେଶ୍ୱର ତାଙ୍କ ଦୂତଗଣଙ୍କଠାରେ ମଧ୍ୟ ଭୁଲ୍ ପାଆନ୍ତି।
19 ନିଶ୍ଚିତ ରୂପେ ମନୁଷ୍ୟମାନେ ଅଧିକ ଖରାପ।
    ସେମାନେ ମାଟି ଘରେ ବାସ କରନ୍ତି।
    ସେମାନଙ୍କର ପ୍ରାରମ୍ଭ ଧୂଳିରୁ, ସେମାନେ ଦଳିତ ହୋଇ ପକ୍ଷଯୁକ୍ତ ପୋକ ମରିବାଠାରୁ ଅଧିକ ସହଜରେ ମରିଯା’ନ୍ତି।
20 ଲୋକମାନେ ପ୍ରାତଃକାଳଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମରନ୍ତି, ଏବଂ ତାହା କେହି ଖାତିରି କରନ୍ତି ନାହିଁ।
    ସେମାନେ ମରନ୍ତି ଏବଂ ଚିରକାଳ ପାଇଁ ଗ୍ଭଲିଯା’ନ୍ତି।
21 ସେମାନଙ୍କର ତମ୍ବୁର ରସିସବୁ ଛିଣ୍ଡିଯାଏ,
    ସେମାନେ ଜ୍ଞାନଭ୍ରଷ୍ଟ ହୋଇ ମୃତ୍ୟୁବରଣ କରନ୍ତି।’

ଏଫିସୀୟଙ୍କ ପ୍ରତି ପତ୍ର 2:1-10

ମୃତ୍ୟୁରୁ ଜୀବନ ଆଡ଼କୁ

ପୂର୍ବରୁ ତୁମ୍ଭର ପାପ ହେତୁ ଓ ପରମେଶ୍ୱରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ଯ୍ୟ ହେତୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା। ଅତୀତରେ ତୁମ୍ଭେ ସେହି ପାପ କାର୍ଯ୍ୟ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସେହି ମନ୍ଦ ଶକ୍ତି ଏବେ ମଧ୍ୟ ପରମେଶ୍ୱରଙ୍କୁ ଅମାନ୍ୟ କରୁଥିବା ଲୋକଙ୍କ ଭିତରେ କାମ କରୁଛି। ଅତୀତରେ ଆମ୍ଭେ ସମସ୍ତେ ସେହିଭଳି ଜୀବନଯାପନ କରୁଥିଲୁ। ଆମ୍ଭେ ଆମ୍ଭର ପାପଭରା ମନୋଭାବର କାମନା ସବୁ ପୂରଣ କରିବାରେ ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦେହ ଗ୍ଭହୁଁଥିଲା ଓ ମନ ଭାବୁଥିଲା, ସେହି କାର୍ଯ୍ୟ କରୁଥିଲୁ। ଆମ୍ଭେ ମନ୍ଦଲୋକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍ଭେମାନେ ଅନ୍ୟମାନଙ୍କ ପରି ପରମେଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଦଣ୍ଡ ଭୋଗ କରିଥା’ନ୍ତୁ।

କିନ୍ତୁ ପରମେଶ୍ୱର ଆମ୍ଭକୁ ଅତିଶୟ ପ୍ରେମ କଲେ କାରଣ ତାହାଙ୍କ ଦୟା ଅତି ମହାନ୍। ସେ ସମୟରେ ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବାରୁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନରୁ‌ତ୍‌‌ଥିତ କଲେ ଓ ତାହାଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ବସାଇ ଅଛନ୍ତି। ଭବିଷ୍ୟତରେ ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ ଦେଖାଇବା ପାଇଁ ପରମେଶ୍ୱର ଏପରି କଲେ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କଲେ। ଏହି ଅନୁଗ୍ରହ ଦ୍ୱାରା ତୁମ୍ଭେ ଉଦ୍ଧାର ପାଇଛ।

ତୁମ୍ଭେ ସେହି ଅନୁଗ୍ରହ ତୁମ୍ଭର ବିଶ୍ୱାସ ବଳରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ୱରଙ୍କ ଦାନ। ତୁମ୍ଭେ ନିଜ କର୍ମ ଦ୍ୱାରା ଉଦ୍ଧାର ପାଇ ନାହଁ। ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ବ ନ କରୁ। 10 ଆମ୍ଭେ ଯାହା, ତାହା କେବଳ ପରମେଶ୍ୱରଙ୍କ ଦ୍ୱାରା ହୋଇଅଛୁ। ଆମ୍ଭେ ଯେପରି ଭଲ କାମ କରି ପାରୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ନୂତନ ବ୍ୟକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ୟ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସେହି ଭଲକାମ କରି ଜୀବନଯାପନ କରିବା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center