Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 19

ଦାଉଦଙ୍କର ଏକ ଗୀତ

19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
    ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
    ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
    କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
    ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।

ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
    ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
    ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
    ତା’ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
    ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।

ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
    ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
    ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
    ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
    ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।

ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
    ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
    ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
    ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
    ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।

12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
    ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
    ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା’ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
    ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
    ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
    ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।

ଯାତ୍ରାପୁସ୍ତକ 19:16-25

16 ତୃତୀୟ ଦିନ ପ୍ରଭାତରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡ଼ଘଡ଼ି, ବିଜୁଳି ଏବଂ ଏକ ଗମ୍ଭୀର ତୂରୀ ଧ୍ୱନି ଶୁଣାଗଲା। ଛାଉଣିର ଲୋକମାନେ ଭୟଭୀତ ହୋଇଗଲେ। 17 ଏହା ପରେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ପରମେଶ୍ୱରଙ୍କର ସାକ୍ଷାତ ପାଇଁ ପର୍ବତର ପାଦଦେଶକୁ ଆଣିଲେ। 18 ସୀନୟ ପର୍ବତ ଧୂଆଁରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୂଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହାରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନରେ ପର୍ବତରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା। 19 ତୂରୀ ଧ୍ୱନି ଅଧିକରୁ ଅଧିକ ଶବ୍ଦରେ ଶୁଭିଲା। ମୋଶା ପରମେଶ୍ୱରଙ୍କୁ ଯେକୌଣସି ପ୍ରଶ୍ନ କଲେ ପରମେଶ୍ୱର ପ୍ରତ୍ୟେକ ଥର ବଜ୍ର ସ୍ୱରରେ ଉତ୍ତର ଦେଲେ।

20 ଏହା ପରେ ସଦାପ୍ରଭୁ ପର୍ବତ ଉପରେ ଅବତରଣ କଲାପରେ ସେ ମୋଶାଙ୍କୁ ପର୍ବତ ଉପରକୁ ଡାକିଲେ। ତେଣୁ ମୋଶା ପର୍ବତ ଉପରକୁ ଚଢ଼ିଲେ।

21 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତଳକୁ ଯାଇ ଲୋକମାନଙ୍କୁ ସତର୍କ କରାଇ ଦିଅ ଯେ ସେମାନେ ମୋ’ ଆଡ଼କୁ ଗ୍ଭହିଁବେ ନାହିଁ କି ମୋ’ ନିକଟକୁ ଆସିବେ ନାହିଁ, ଯଦି କିଏ ଅମାନ୍ୟ କରେ ତେବେ ସେ ମରିବ। 22 ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥା’ନ୍ତି, ସେମାନେ ହିଁ ନିଜ ନିଜକୁ ପବିତ୍ର କରନ୍ତୁ। ନ ହେଲେ ସେମାନେ ଦଣ୍ଡ ଭୋଗ କରିବେ।”

23 ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଲୋକମାନେ ସୀନୟ ପର୍ବତକୁ ଆସି ପାରିବେ ନାହିଁ। କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଛ ଯେ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର।”

24 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଓହ୍ଲାଇ ଯାଅ। ତୁମ୍ଭେ ହାରୋଣ ସହିତ ଆରୋହଣ କରିବ। ମାତ୍ର ଦେଖ, ଯାଜକଗଣ ଓ ଲୋକମାନେ ଯେପରି ସୀମା ଅତିକ୍ରମ ନ କରନ୍ତି, ନ ହେଲେ ମୁଁ ସେମାନଙ୍କୁ ଦଣ୍ଡ ଦେବି।”

25 ତେଣୁ ମୋଶା ଓହ୍ଲାଇ ଗଲେ ଓ ଲୋକମାନଙ୍କୁ କହିଲେ।

ମାର୍କ ଲିଖିତ ସୁସମାଗ୍ଭର 9:2-8

ଯୀଶୁଙ୍କ ସହିତ ମୋଶା ଓ ଏଲିୟ(A)

ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗରେ ନେଇ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ କେବଳ ସେହିମାନେ ଥିଲେ। ସେଠାରେ ଶିଷ୍ୟମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ୱରୂପ ପରିବର୍ତ୍ତନ ହୋଇ ଗଲା। ଯୀଶୁଙ୍କ ବସ୍ତ୍ର ଧଳା ଚକ୍ ଚକ୍ ହୋଇଗଲା। ତାହା ଏତେ ଉଜ୍ଜ୍ୱଳ ଓ ଧଳା ଥିଲା ଯେ, ପୃଥିବୀର କୌଣସି ଲୋକ ଏତେ ଧଳା କରି ପାରିବ ନାହିଁ। ଏଲିୟ ଓ ମୋଶା [a] ଯୀଶୁଙ୍କ ସହିତ ପ୍ରକାଶିତ ହେଲେ। ସେମାନେ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ।

ପିତର ଯୀଶୁଙ୍କୁ କହିଲେ, “ଗୁରୁ, ବହୁତ ଭଲ ହେଲା ଯେ ଆମ୍ଭେ ଏଠାରେ ଅଛୁ। ଆମ୍ଭେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ, ଗୋଟିଏ ତୁମ୍ଭ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଜାଣି ପାରୁ ନ ଥିଲେ ଯେ କ’ଣ କହିବାକୁ ହେବ। କାରଣ ସେ ଓ ଅନ୍ୟ ଦୁଇଜଣ ଶିଷ୍ୟ ବହୁତ ଡରି ଯାଇଥିଲେ।

ତା’ପରେ ଖଣ୍ଡେ ମେଘ ଭାସି ଆସିଲା ଓ ସମସ୍ତଙ୍କୁ ଘୋଡ଼ାଇ ପକାଇଲା। ମେଘ ଭିତରୁ ଏହିଭଳି ବାଣୀ ଶୁଣା ଗଲା, “ଏ ମୋର ପୁତ୍ର, ମୁଁ ତାହାଙ୍କୁ ପ୍ରେମ କରେ। ତୁମ୍ଭେମାନେ ତାହାଙ୍କ କଥା ମାନ!”

ଏବଂ ସେହି ସମୟରେ ପିତର, ଯାକୁବ ଓ ଯୋହନ ଗ୍ଭରିଆଡ଼କୁ ଗ୍ଭହିଁଲେ କିନ୍ତୁ ସେଠାରେ ସେମାନେ ତାହାଙ୍କ ସହିତ କେବଳ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center