Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ବିଗ୍ଭରକର୍ତ୍ତାମାନଙ୍କ ବିବରଣ 4-6

ଦବୋରା ବିଗ୍ଭର କାରିଣୀ

ଏହୂଦଙ୍କ ମୃତ୍ୟୁପରେ, ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟମାନ ପୁନର୍ବାର କଲେ। ତେଣୁ ସଦାପ୍ରଭୁ ହା‌ତ୍‌ସୋରରେ ରାଜତ୍ୱକାରୀ କିଣାନୀୟ ରାଜା ଯାବୀ‌ନ୍‌ର ହସ୍ତରେ ଇସ୍ରାଏଲ ସନ୍ତାନଗଣକୁ ପରାସ୍ତ କରାଇଲେ। ଯାବୀ‌ନ୍‌ ହାରୋଶୋ‌ତ୍‌ରେ ରାଜତ୍ୱ କରୁଥିଲେ। ଅନ୍ୟ ଦେଶୀୟମାନଙ୍କ ହାରୋଶୋତ୍ ନିବାସୀ ସୀଷରା ତା’ର ସେନାପତି ଥିଲା। ସୀଷରାର 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇସ୍ରାଏଲର ଲୋକମାନଙ୍କ ପ୍ରତି କୋଡ଼ିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ୟାଗ୍ଭର କଲେ। ତେଣୁ ଇସ୍ରାଏଲର ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।

ସେହି ସମୟରେ ଦବୋରା ନାମକ ଜଣେ ଭବିଷ୍ୟ‌ଦ୍‌ବକ୍ତ୍ରୀ ଥିଲେ। ସେ ଲ‌ପ୍‌ପିଦୋତର ସ୍ତ୍ରୀ ଥିଲେ। ସେ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରପତି ହେଲେ। ଦିନେ, ଦବୋରା ଏକ ଖର୍ଜ୍ଜୁର ଗଛ ତଳେ ବସିଥିଲେ। ଇସ୍ରାଏଲର ଲୋକମାନେ ଗୋଟିଏ ମୀମାଂସା ପାଇଁ ତାଙ୍କ ନିକଟକୁ, ସୀଷରା ସମ୍ବନ୍ଧରେ ଆସିଲେ। ସେହି ଖର୍ଜ୍ଜୁର ଗଛଟି ରାମା ଓ ବୈଥେଲ୍ ମଧ୍ୟରେ ଇଫ୍ରୟିମ ପର୍ବତମୟ ଦେଶରେ ଅବସ୍ଥିତ ଥିଲା। ଦବୋରା ଏକ ଦୂତ ବାରକ ପାଖକୁ ପଠାଇଲେ। ସେ ତାଙ୍କୁ ଭେଟିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋୟମର ପୁତ୍ର ଥିଲେ। ବାରକ ନପ୍ତାଲି ସହରରେ କେଦଶରେ ବାସ କରୁଥିଲେ। ଦବୋରା ବାରକକୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, ‘ନପ୍ତାଲି ପରିବାରବର୍ଗ ଏବଂ ସବୂଲୂନର 10,000 ଲୋକଙ୍କୁ ଏକତ୍ରିତ କର ଓ ସେମାନଙ୍କୁ ତାବୋର ପର୍ବତକୁ ଆଗେଇ ନିଅ। ମୁଁ ଯାବୀ‌ନ୍‌ର ସେନାପତି ସୀଷରାକୁ ଆଗେଇ ନେବି, ତା’ର ରଥକୁ ଓ ତାଙ୍କ ଲୋକମାନଙ୍କୁ କୀଶୋନ୍ ନଦୀ ପାଖରେ ତୁମ୍ଭକୁ ଓ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି।’”

ଏହା ପରେ ବାରକ୍ ଦବୋରାଙ୍କୁ କହିଲେ, “ମୁଁ ଯାଇ ଏପରି କରିବି ଯଦି ତୁମ୍ଭେ ମୋ’ ସହିତ ଯିବ। ଯଦି ତୁମ୍ଭେ ମୋ’ ସହିତ ନ ଯିବ ତେବେ ମୁଁ ଯିବି ନାହିଁ।”

ତେଣୁ ସେ କହିଲେ, “ମୁଁ ତୁମ୍ଭ ସହିତ ଯିବି। କିନ୍ତୁ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭର ପଥ ଗୌରବ ଆଡ଼କୁ ଯିବ ନାହିଁ। ସଦାପ୍ରଭୁ ଗୋଟିଏ ସ୍ତ୍ରୀଲୋକ ଦ୍ୱାରା ସୀଷରାକୁ ପରାସ୍ତ କରିବେ।”

ତେଣୁ ଦବୋରା ବାରକ୍ ସହିତ କେଦଶକୁ ଗଲେ। 10 ବାରକ୍ କେଦଶ ସହରର ସବୂଲୂନ୍ ପରିବାରବର୍ଗ ଓ ନପ୍ତାଲିର ଲୋକମାନଙ୍କୁ ଏକତ୍ରିତ କରିଥିଲେ। ଅତଏବ, ସେ 10,000 ସୈନ୍ୟ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ।

11 ବର୍ତ୍ତମାନ ହେବର ନାମକ ଜଣେ ଲୋକ କେନୀୟରୁ ଥିଲେ। ସେ ଅନ୍ୟ କେନୀୟଙ୍କୁ ପରିତ୍ୟାଗ କଲେ। ସେମାନେ ହେବରର ବଂଶଧରଗଣ ଯେ କି ମୋଶାର ଶ୍ୱଶୁର ଥିଲେ। ହେବର, ସାନନ୍ନୀମ ନାମକ ଗୋଟିଏ ସ୍ଥାନ କେଦଶ ପାଖରେ ତାଙ୍କର ତମ୍ବୁ ଅଲୋନବୃକ୍ଷ ଦ୍ୱାରା ସ୍ଥାପନ କଲେ।

12 କେହି ଜଣେ ସୀଷରାକୁ କହିଲେ, ଯେ ବାରକ୍ ଅବିନୟମର ପୁତ୍ର ତାବୋର ପର୍ବତ ଉପରକୁ ଗଲେ। 13 ତେଣୁ ସୀଷରା ନିଜର 900 ରଥଗୁଡ଼ିକ ଓ ତାଙ୍କ ସହିତ ସମସ୍ତ ପୁରୁଷମାନେ ଏବଂ ହରୋଶୋ‌ତ୍‌ଠାରୁ କୀଶୋନ୍ ନଦୀ ପର୍ଯ୍ୟନ୍ତ ଅଗ୍ରସର ହେଲେ।

14 ଏହା ପରେ ଦବୋରା ବାରକକୁ କହିଲେ, “ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହେବେ ସୀଷରାକୁ ପରାସ୍ତ କରିବା ପାଇଁ, ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତୁମ୍ଭ ଆଗେ ଆଗେ ଗଲେ।” ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କୁ ତାବୋର ପର୍ବତର ପ୍ରଦେଶକୁ ଆଣିଲେ। 15 ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରାକୁ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକୁ ଓ ତାଙ୍କର ସୈନ୍ୟମାନଙ୍କ ପ୍ରତି ଦ୍ୱନ୍ଦ କଲେ। ସେମାନେ କ’ଣ କରିବେ ତାହା ସ୍ଥିର କରି ପାରିଲେ ନାହିଁ। ତେଣୁ ବାରକ୍ ଏବଂ ତାଙ୍କର ସୈନ୍ୟମାନେ ସୀଷରାର ସୈନ୍ୟମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷରା ରଥରୁ ଓହ୍ଲାଇ ପଡ଼ିଲେ ଏବଂ ଦୌଡ଼ି ପଳାୟନ କଲେ। 16 ବାରକ୍ ସୀଷରା ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ଲଗାଇ ରଖିଲେ। ବାରକ୍ ତାଙ୍କ ଲୋକମାନଙ୍କ ସହିତ ହରୋଶୋତ୍, ହଶମୟ ପର୍ଯ୍ୟନ୍ତ ସେମାନଙ୍କୁ ପଛେ ପଛେ ଗୋଡ଼ାଇଲେ। ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଣ୍ତା ଦ୍ୱାରା ହଣା ହୋଇ ମଲେ। ଗୋଟିଏ ହେଲେ ବି ବଞ୍ଚିଲେ ନାହିଁ।

17 କିନ୍ତୁ ସୀଷରା ପଳାୟନ କଲା। ସେ ଯାୟେଲ ତମ୍ବୁକୁ ଦୌଡ଼ି ପଳାଇଲା। ଯାୟେଲ ହେଉଛି କେନୀୟ ହେବର ସ୍ତ୍ରୀ। ସେ ସମୟରେ ହା‌ତ୍‌ସୋରର ରାଜା ଯାବୀନ୍ ଓ କେନୀୟ ହେବରର ବଂଶ ମଧ୍ୟରେ ଐକ୍ୟ ଥିଲା। ତେଣୁ ସେ ସେଠାକୁ ଦୌଡ଼ି ପଳାଇଲା। 18 ଯାୟେଲ ଦେଖିଲେ ସୀଷରା ତାଙ୍କ ଆଡ଼କୁ ଦୌଡ଼ି ଆସୁଛନ୍ତି। ତେଣୁ ସେ ବାହାରକୁ ଆସି ତାଙ୍କୁ ଦେଖା କଲେ। ଯାୟେଲ ସୀଷରାକୁ କହିଲେ, “ମହାଶୟ, ମୋର ତମ୍ବୁକୁ ଆସନ୍ତୁ, ଭୟ କରନ୍ତୁ ନାହିଁ।” ତେଣୁ ସେ ତମ୍ବୁ ଭିତରକୁ ଯିବା ମାତ୍ରେ ତାଙ୍କୁ ଯାୟେଲ ଏକ କମ୍ବଳ ଘୋଡ଼ାଇ ଦେଲେ।

19 ସୀଷରା ଯାୟେଲକୁ କହିଲେ, “ମୁଁ ଭାରି ତୃଷାର୍ତ୍ତ, ମୋତେ କିଛି ପାଣି ପିଇବାକୁ ଦିଅ।” ଯାୟେଲ ତାଙ୍କୁ ଏକ ଚମଡ଼ା ବୋତଲରେ କିଛି କ୍ଷୀର ପିଇବାକୁ ଦେଲେ ଓ ତା’ପରେ ତାକୁ କମ୍ବଳ ଘୋଡ଼ାଇ ଦେଲେ।

20 ତା’ପରେ ସୀଷରା ଯାୟେଲକୁ କହିଲା, “ଯାଅ, ତମ୍ବୁର ପ୍ରବେଶ ଦ୍ୱାରରେ ଠିଆ ହୁଅ। ଯଦି କେହି ଆସି ତୁମ୍ଭକୁ ପଗ୍ଭରନ୍ତି, ‘ଭିତରେ କେହି ଅଛନ୍ତି କି?’ ତୁମ୍ଭେ, କହିବା ଉଚିତ୍, ‘ନାଁ ଭିତରେ କେହି ନାହାନ୍ତି।’”

21 କିନ୍ତୁ ଯାୟେଲ ତମ୍ବୁର ଏକ ଖୁଣ୍ଟି ଓ ଏକ ହାତୁଡ଼ି ପାଇଲେ। ସୀଷରା କ୍ଳାନ୍ତରେ ଶୋଇଥିବା ସମୟରେ ଯାୟେଲ ଖୁଣ୍ଟିଟିକୁ ତା’ର ମୁଣ୍ଡରେ ଦେଇ ହାତୁଡ଼ିରେ ଆଘାତ କରନ୍ତେ ଖୁଣ୍ଟିଟି ସୀଷରାର ମୁଣ୍ଡରେ ଫୁଟି ମାଟିରେ ପଶିଗଲା! ଏହିପରି ଭାବରେ ସୀଷରା ମୃତ୍ୟୁବରଣ କଲା।

22 ଠିକ୍ ଏହା ପରେ ବାରକ୍ ସୀଷରାକୁ ଖୋଜି ଖୋଜି ତମ୍ବୁ ନିକଟରେ ପହଞ୍ଚିଲା। ଯାୟେଲ ତମ୍ବୁରୁ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲା ଏବଂ କହିଲା, “ଭିତରକୁ ଆସ, ତୁମ୍ଭେ ଯେଉଁ ଲୋକକୁ ଖୋଜୁଅଛ ମୁଁ ତୁମ୍ଭକୁ ଦେଖାଇବି।” ତେଣୁ ବାରକ୍ ଯାୟେଲ ସହିତ ତମ୍ବୁ ଭିତରକୁ ପ୍ରବେଶ କଲା! ସେଠାରେ ସେ ତମ୍ବୁ ଖୁଣ୍ଟ ମୁଣ୍ଡରେ ପଶି ମୃତ୍ୟୁବରଣ କରିଥିବା ସୀଷରାର ମୃତ ଶରୀର ପଡ଼ିଥିବାର ସେ ପାଇଲା।

23 ସେହି ଦିନ, ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ଆଗରେ କିଣାନୀୟ ରାଜା ଯାବୀନକୁ ପରାସ୍ତ କଲେ। 24 ଦିନକୁ ଦିନ ଇସ୍ରାଏଲର ଲୋକମାନେ ଅଧିକ ପରାକ୍ରମରୁ ପରାକ୍ରମଶାଳୀ ହେଲେ, ସେମାନେ କିଣାନୀୟ ରାଜା ଯାବୀନକୁ ପରାସ୍ତ କଲେ ଏବଂ ଶେଷରେ ହତ୍ୟା କଲେ।

ଦବୋରାର ସଙ୍ଗୀତ

ଇସ୍ରାଏଲ ସନ୍ତାନଗଣ ଯେଉଁ ଦିନ ସୀଷରାକୁ ପରାସ୍ତ କଲେ। ସେହି ଦିନ ଦବୋରା ଓ ବାରକ୍ ଅବୀନୋୟମର ପୁତ୍ର ଏହି ସଙ୍ଗୀତ ଗାନ କଲେ।

“ଇସ୍ରାଏଲର ପୁରୁଷମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ।
    ସେମାନେ ସୂତଃସ୍ପୁର୍ତ୍ତ ଭାବରେ ନିଜକୁ ଯୁଦ୍ଧ ପାଇଁ ଉତ୍ସର୍ଗ କଲେ।
ଏଥିପାଇଁ ତୁମେ ସଦାପ୍ରଭୁଙ୍କର ଧନ୍ୟବାଦ କର।

“ହେ, ରାଜଗଣ ଶୁଣ,
    ହେ ଭୂପତି ଗଣ କର୍ଣ୍ଣ ଡେର।
ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
    ମୁଁ ସଦାପ୍ରଭୁଙ୍କର ସଙ୍ଗୀତ ରଚନା କରିବି।
ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର
    ପ୍ରଶଂସା ଗାନ କରିବି।

“ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସେୟୀରରୁ ବାହାରିଲା ବେଳେ,
    ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କଲାବେଳେ ପୃଥିବୀ କମ୍ପିଲା।
ଆକାଶ ବିନ୍ଦୁ ପାତ କଲା
    ମେଘମାଳା ଜଳପାତ କଲା।
ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ ହେଲା।
    ସୀନୟ ପର୍ବତ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ କମ୍ପନ କଲା!

“ଅନା‌ତ୍‌ର ପୁତ୍ର ଶ‌ମ୍‌ଗର ସମୟରେ
    ଏବଂ ଯାୟେଲ ସମୟରେ ମୁଖ୍ୟ ରାସ୍ତାଗୁଡ଼ିକ ଜନଶୂନ୍ୟ ହେଲା।
    ବେପାରୀମାନେ ଓ ପଥଗ୍ଭରିମାନେ ବକ୍ର ଉପପଥ ଦେଇ ଗମନ କଲେ।

“ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତାଗଣ ଶୂନ୍ୟ ଥିଲେ।
    ମୁଁ ଦବୋରା ଇସ୍ରାଏଲରେ ମାତୃତୁଲ୍ୟ ଉତ୍ପନ୍ନ ନ କରିବା ପର୍ଯ୍ୟନ୍ତ
    ସେମାନେ ଶୂନ୍ୟ ଥିଲେ ।

“ପରମେଶ୍ୱର ନୂତନ ନେତାମାନଙ୍କୁ
    ନଗର ଦ୍ୱାରରେ ଯୁଦ୍ଧ କରିବାକୁ ମନୋନୀତ କଲେ।
ସମଗ୍ର ଇସ୍ରାଏଲର 40,000 ମଧ୍ୟରେ
    ଏକ ବର୍ଚ୍ଛା ବା ଢାଲ ଦେଖାଗଲା ନାହିଁ।

“ମୋର ହୃଦୟ ଇସ୍ରାଏଲର ଆଦେଶକର୍ତ୍ତାଙ୍କଠାରେ ଅଛି,
    ଯିଏ ଯୁଦ୍ଧ ପାଇଁ ନିଜ ଇଚ୍ଛା ପ୍ରକାଶ କଲେ,
ସଦାପ୍ରଭୁଙ୍କର ଧନ୍ୟବାଦ କର!

10 “ହେ ଶ୍ୱେତଗର୍ଦ୍ଦଭୀ-ଆରୋହୀମାନେ,
    ହେ ଗାଲିଗ୍ଭରେ ବସିବା ଲୋକମାନେ,
    ହେ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର।
11 ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ,
    ଜଳକଢ଼ା ସ୍ଥଳମାନଙ୍କରେ ଲୋକମାନେ ସଦାପ୍ରଭୁଙ୍କର ଧର୍ମକ୍ରିୟା
ଓ ଇସ୍ରାଏଲ ମଧ୍ୟରେ ତାଙ୍କ ଶାସନ ସମ୍ବନ୍ଧୀୟ
    ଧର୍ମକ୍ରିୟା ସଂକୀର୍ତ୍ତନ କରିବେ।
ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ
    ନଗରଦ୍ୱାରକୁ ଓହ୍ଲାଇ ଆସିଲେ।

12 “ଜାଗ, ଜାଗ, ଦବୋରା!
    ଜାଗ, ଜାଗ, ଗାନ କର!
ଜାଗ ବାରକ୍!
    ଯାଅ ଏବଂ ତୁମ୍ଭର ଶତ୍ରୁମାନଙ୍କୁ ବନ୍ଦୀକର, ଅବୀନୋୟମର ପୁତ୍ର!

13 “ତା’ପରେ ବଞ୍ଚି ରହି ଯାଇଥିବା ବ୍ୟକ୍ତିମାନେ ଶକ୍ତିଶାଳୀ ଲୋକମାନଙ୍କ ଉପରେ ବିଜୟୀ ହେଲେ,
    ସଦାପ୍ରଭୁଙ୍କର ଲୋକମାନେ ଶକ୍ତିମାନ ଲୋକମାନଙ୍କ ଉପରେ ବିଜୟୀ ହେଲେ।

14 “ଇଫ୍ରୟିମର ସନ୍ତାନଗଣ ଆସିଲେ।
    ଅମାଲେକ ପର୍ବତମାଳାରୁ ତୁମ୍ଭ ପଛେ ବିନ୍ୟାମୀନ ଥିଲେ
ତୁମ୍ଭ ଲୋକମାନେ ମଧ୍ୟ ମାଖୀରଠାରୁ ଶାସନକର୍ତ୍ତାମାନେ
    ସବୁଲୂନ୍ ପରିବାରବର୍ଗଠାରୁ ସୈନ୍ୟଗଣନାକାରୀ ଦଣ୍ତାଧାରମାନେ ଓହ୍ଲାଇ ଆସିଲେ।
15 ଇଷାଖର ଅଧିପତିମାନେ ସବୁ ଦବୋରା ସଙ୍ଗରେ ଥିଲେ।
    ଇଷାଖର ଯେମିତି ବାରକ୍ ମଧ୍ୟ ସେମିତି ଥିଲା।
    ସେମାନେ ତଳ ଭୂମିଆଡ଼େ ମାଡ଼ିଗଲେ।

“ରୁବେ‌ନ୍‌ର ସ୍ରୋତସମୂହ ଗୁରୁତର ମନୋଭାବନା ହେଲା।
16     ତୁମ୍ଭେ କାହିଁକି ମେଷଶାଳା ମଧ୍ୟରେ ବସିଲ?
ମେଷପଲ ମଧ୍ୟ ବଂଶୀନାଦ ଶୁଣିବାକୁ,
    କିଅବା ରୁବେ‌ନ୍‌ର ସମୂହରେ ସ୍ରୋତ ମନୋଭାବନା ହେଲା ଗୁରୁତର!
17 ଗିଲିୟଦ ଲୋକମାନେ ଯର୍ଦ୍ଦନ ନଦୀ ସେପାରିରେ ସେମାନଙ୍କ ଛାଉଣିରେ ବାସ କଲେ।
    ଆଉ ଦାନ ଜାହାଜଗୁଡ଼ିକରେ କାହିଁକି ରହିଲା?
ଆଶେର ସମୁଦ୍ର ତୀରେ ବସି ରହିଥିଲା।
    ସେ ନିଜ ବନ୍ଦର ନିକଟରେ ବାସକଲା।

18 “ସବୂଲୂନ ମରଣ ପର୍ଯ୍ୟନ୍ତ ପ୍ରଣାମକାରୀ ଲୋକ ହେଲା।
    ଉଚ୍ଚସ୍ଥାନ ନପ୍ତାଲି କ୍ଷେତ୍ରରେ ପ୍ରାଣପଣ କଲା।
19 କୀଣାନୀୟ ରାଜାମାନେ ଯୁଦ୍ଧ କରିଥିଲେ।
    ସେମାନେ କୌଣସି ସିନ୍ଦୁକ ପାଇ ନ ଥିଲେ।
ସେମାନେ ମାଗିଦୋର ଜଳତୀରସ୍ଥ,
    ତାନକରେ ଯୁଦ୍ଧ କରିଥିଲେ।
20 ତାରାଗଣ ସେମାନଙ୍କ ବିରୁଦ୍ଧରେ ଆକାଶରୁ ଯୁଦ୍ଧ କଲେ।
    ଆକାଶରେ ସେମାନଙ୍କର ପଥରୁ ସେମାନେ ସୀଷରା ବିପକ୍ଷରେ ଯୁଦ୍ଧ କରିଥିଲେ।
21 କୀଶୋନ୍ ନଦୀ ପୁରୁଣା ନଦୀ
    ଭଷାଇ ନେଲା ସେଷରା ଲୋକ।
ହେ ମୋର ପ୍ରାଣ, ତୁମ୍ଭ ବଳରେ ଅଗ୍ରସର ହୁଅ।
22 ଅଶ୍ୱମାନଙ୍କର ଖୁରା ଭୂମିକୁ ମନ୍ଥି ପକାଇଲା।
    ସେବରା ଘୋଡ଼ା କୁଦାମାରୀ ପଳାଇଲା।

23 “ସଦାପ୍ରଭୁଙ୍କର ଦୂତ କହିଗଲେ, ‘ମେରୋସ ଲୋକକୁ ଶାପଦିଅ
    ଏବଂ ପାପ ଦିଅ!
ସେମାନଙ୍କ ସୈନ୍ୟ ସଦାପ୍ରଭୁଙ୍କୁ
    ସାହାଯ୍ୟ କରିବାକୁ ଆସି ନ ଥିଲେ।’
24 ସ୍ତ୍ରୀମାନଙ୍କ ମଧ୍ୟରେ କେନୀୟ ହେବରର ସ୍ତ୍ରୀ ଯାୟେଲ ଧନ୍ୟ ହେବେ।
    ତମ୍ବୁ ନିବାସିନୀମାନଙ୍କ ମଧ୍ୟରେ ଧନ୍ୟ ହେବେ।
25 ସୀଷରା ଜଳ ମାଗିଲେ
    ସେ ତାଙ୍କୁ କ୍ଷୀର ଦେଲେ।
ରାଜ ଉପଯୁକ୍ତ ପାତ୍ରରେ
    ଦଧି ଆଣି ତାଙ୍କୁ ଦେଲେ।
26 ଯାୟେଲ ଗୋଟିଏ ହାତରେ ମେଖଣା ଧରି
    ଦକ୍ଷିଣ ହସ୍ତରେ ପିଟଣା ଧରି ସୀଷରାର ମୁଣ୍ଡ ଫଟାଇ ଦେଲେ
କର୍ଣ୍ଣମୂଳରେ ଯାଇ ମେଖଣା ପଶିଲା।
27 ତାହାର ପାଦତଳେ ନଇଁ ପଡ଼ିଲା,
    ପାଦତଳେ ସେ ଲୋଟି ପଡ଼ିଲା,
ପାଦତଳେ ସେ ଶୋଇ ପଡ଼ିଲା।
    ଯେଉଁଠାରେ ସେ ଶୋଇ ପଡ଼ିଲା
ସେହିଠାରେ ସେ ମଲା।

28 “ସୀଷରାର ମା ଝରକା ପାଖରେ ଅପେକ୍ଷା କରୁଥିଲା
    ଏବଂ ସେ ଜାଲି ଦେଇ ଗ୍ଭହୁଁଥିଲା।
ସେ ଏହା ଚିନ୍ତା କରି କାନ୍ଦୁଥିଲା, ‘ସୀଷରାର ରଥ ବିଳମ୍ବ କାହିଁକି?
    ତଥାପି, ମୁଁ କାହିଁକି ତା’ର ରଥ ଶବ୍ଦ ଶୁଣି ପାରୁ ନାହିଁ?’

29 “ତା’ର ସବୁଠୁଁ ଜ୍ଞାନବତୀ ସହଚରୀ ତାଙ୍କୁ ଉତ୍ତର ଦେଲା,
    ପ୍ରକୃତରେ ସେ ତାକୁ ଏକ ଉତ୍ତର ଦେଲା।
30 ‘ମୁଁ ନିଶ୍ଚିତ, ସେମାନେ ଯୁଦ୍ଧରେ ବିଜୟୀ ହୋଇଛନ୍ତି।
    ସେମାନେ ଲୁଣ୍ଠିତ ସାମଗ୍ରୀ ସବୁ ନେଇ ଯାଉଛନ୍ତି।
ସେମାନେ ଲୁଣ୍ଠିତ ସାମଗ୍ରୀକୁ
    ସେମାନଙ୍କ ମଧ୍ୟରେ ଭାଗ କରୁଛନ୍ତି।
ପ୍ରତ୍ୟେକ ସୈନ୍ୟ ଗୋଟିଏ ବା ଦୁଇଟି ଯୁବତୀ ନେଉଛନ୍ତି।
    ହୋଇପାରେ ସୀଷରା ରଙ୍ଗ କରାଯାଇଥିବା ବସ୍ତ୍ର ଖଣ୍ଡେ,
ରଙ୍ଗ କରାଯାଇଥିବା ହସ୍ତ କର୍ମ ଚିତ୍ରିତ ବସ୍ତ୍ର କିମ୍ବା
    ବିଜେତା ସୀଷରାର ପରିଧାନ ପାଇଁ ଦୁଇଟି ଖଣ୍ତ ପାଇଅଛି।’

31 “ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ଏହିପରି ବିନଷ୍ଟ ହୁଅନ୍ତୁ।
    ମାତ୍ର, ତାଙ୍କର ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରି ସୂର୍ଯ୍ୟ ତୁଲ୍ୟ ହୁଅନ୍ତୁ।”

ଏହା ପରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା।

ମିଦିୟନୀୟ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ

ପୁଣି ଥରେ ଇସ୍ରାଏଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବେଚନା କଲେ। ତେଣୁ ସଦାପ୍ରଭୁ ସାତ ବର୍ଷ ପାଇଁ ମିଦିୟନୀୟମାନଙ୍କୁ ଇସ୍ରାଏଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ।

ମିଦିୟନୀୟମାନେ ବହୁ ପରାକ୍ରମଶାଳୀ ହେଲେ ଏବଂ ସେମାନେ ଇସ୍ରାଏଲର ଲୋକମାନଙ୍କର ବିରୋଧୀ ହୋଇଗଲେ। ଯେଉଁଥିପାଇଁ ଇସ୍ରାଏଲ ସନ୍ତାନଗଣ ପର୍ବତ ଫାଟକରେ, ଗୁମ୍ଫାରେ ଓ ନିରାପଦ ସ୍ଥାନମାନଙ୍କରେ ଲୁଚି ରହିଲେ। ସେମାନେ ଏହିପରି କଲେ, କାରଣ ମିଦିୟନୀୟ ଓ ଅମାଲେକୀୟ ଓ ପୂର୍ବ ଦେଶିୟ ଗୋଷ୍ଠୀମାନେ ସର୍ବଦା ଆସି ସେମାନଙ୍କର ଫସଲ ନଷ୍ଟ କରି ଦେଉଥିଲେ। ସେମାନେ ଛାଉଣି ସ୍ଥାପନ କରି ଘସା ପର୍ଯ୍ୟନ୍ତ ଭୂମିଜାତ ଶସ୍ୟାଦି ବିନାଶ କଲେ। ଇସ୍ରାଏଲର ଲୋକମାନଙ୍କର ଖାଇବା ପାଇଁ କିଛି ଛାଡ଼ିଲେ ନାହିଁ। ଏପରିକି ସେମାନେ ମେଷ, ଗୋରୁ କିମ୍ବା ଗଧ କିଛି ଛାଡ଼ିଲେ ନାହିଁ। ସେମାନେ ପଙ୍ଗପାଳର ଦଳପରି ସେମାନଙ୍କର ତମ୍ବୁ ଓ ପଶୁଗୁଡ଼ିକ ସହିତ ଅଧିକ ସଂଖ୍ୟାରେ ଆସିଲେ। ସେମାନେ ଓ ସେମାନଙ୍କର ଓଟଗୁଡ଼ିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ। ଇସ୍ରାଏଲ ସନ୍ତାନଗଣ ବହୁତ ଗରିବ ହୋଇଗଲେ। କାରଣ ଏହି ମିଦିୟନୀୟମାନଙ୍କ ପାଇଁ। ତେଣୁ ଇସ୍ରାଏଲ ସନ୍ତାନଗଣ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।

ମିଦିୟନୀୟ ଲୋକମାନେ ସେମାନଙ୍କୁ ଏତେ କଷ୍ଟ ଦେଲେ ଯେ, ଇସ୍ରାଏଲ ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କୁ ଡାକିଲେ। ତେଣୁ ସଦାପ୍ରଭୁ ଏକ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଇସ୍ରାଏଲକୁ ପ୍ରେରଣ କଲେ। ସେହି ଭବିଷ୍ୟ‌ଦ୍‌ବକ୍ତା ଇସ୍ରାଏଲବାସୀଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲି ଓ ଦାସତ୍ୱରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ କଲି। ମୁଁ ତୁମ୍ଭକୁ ଶକ୍ତିଶାଳୀ ମିଶରୀୟମାନଙ୍କଠାରୁ ଉଦ୍ଧାର କଲି। ମୁଁ ତୁମ୍ଭମାନଙ୍କୁ ସେହିମାନଙ୍କଠାରୁ ରକ୍ଷା କଲି, ଯେଉଁମାନେ ତୁମ୍ଭକୁ କିଣାନରେ ଉପଦ୍ରବ କଲେ। ମୁଁ ସେମାନଙ୍କୁ ସେମାନଙ୍କର ଦେଶରୁ ଘଉଡ଼ାଇ ଦେଲି ଓ ସେହି ଦେଶ ତୁମ୍ଭକୁ ଦେଲି।’ 10 ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଇମୋରୀୟଙ୍କ ଦେବତାମାନଙ୍କୁ ପୂଜା କର ନାହିଁ, ଯେଉଁମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଛ।’ ମାତ୍ର ତୁମ୍ଭେମାନେ ମୋର କଥା ଶୁଣିଲ ନାହିଁ।”

ସଦାପ୍ରଭୁଙ୍କର ଦୂତ ଗିଦିୟୋନକୁ ଦର୍ଶନ ଦେଲେ

11 ଏହା ପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାସର ଅଧିକାର ସ୍ଥିତି ଅଫ୍ରାରେ ଅଲୋନବୃକ୍ଷମୂଳରେ ବସିଲେ। ସେହି ସମୟରେ ତା’ର ପୁତ୍ର ଗିଦିୟୋନ ଦ୍ରାକ୍ଷାକୁଣ୍ଡରେ ଗହମ ଝାଡ଼ୁଥିଲେ। ସେ ଏଥିପାଇଁ ଲୁଚୁଥିଲେ ଯେ, ମିଦିୟନୀୟମାନେ ଯେପରି ଗହମ ନ ଦେଖିବେ। 12 ସଦାପ୍ରଭୁଙ୍କର ଦୂତ ତାଙ୍କ ଆଗରେ ଦର୍ଶନ ଦେଲେ ଓ କହିଲେ, “ହେ ମହାବିକ୍ରମଶାଳୀ ଲୋକ ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି।”

13 ଏହା ପରେ ଗିଦିୟୋନ ତାଙ୍କୁ କହିଲେ, “ହେ ପ୍ରଭୁ, ମୁଁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥା’ନ୍ତି। ତେବେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରି ନାହାନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ଯ୍ୟ କଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିୟନୀୟର ହସ୍ତରେ ସମର୍ପଣ କରିଅଛନ୍ତି।”

14 ତା’ପରେ ସଦାପ୍ରଭୁ ଗିଦିୟୋନକୁ ଅନାଇଲେ ଏବଂ କହିଲେ, “ତୁମ୍ଭର ନିଜର ଶକ୍ତିକୁ ବ୍ୟବହାର କର। ଯାଅ ଏବଂ ମିଦିୟନ ହସ୍ତରୁ ଇସ୍ରାଏଲର ଲୋକମାନଙ୍କୁ ରକ୍ଷା କର। ମୁଁ ତୁମ୍ଭମାନଙ୍କୁ ଏହି ଅଭିଯାନରେ ପଠାଉଛି।”

15 କିନ୍ତୁ ଗିଦିୟୋନ ତାଙ୍କୁ କହିଲେ, “ହେ ମୋର ସଦାପ୍ରଭୁ, ମୁଁ କିପରି ଇସ୍ରାଏଲକୁ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧ୍ୟରେ ମୋର ପରିବାର ସବୁଠାରୁ ଦୁର୍ବଳ ଏବଂ ମୋର ପରିବାର ମଧ୍ୟରେ ମୁଁ ସବୁଠାରୁ ସାନ।”

16 ସଦାପ୍ରଭୁ ଗିଦିୟୋନକୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସହିତ ରହିବି। ତେଣୁ ତୁମ୍ଭେ ମିଦିୟନୀୟମାନଙ୍କୁ ପରାସ୍ତ କରିବ! ତୁମ୍ଭକୁ ଲାଗିବ ସତେ ଯେପରି ତୁମ୍ଭେ ଜଣକ ସହିତ ଯୁଦ୍ଧ କରୁଛ।”

17 ଏହିପରେ ଗିଦିୟୋନ ସଦାପ୍ରଭୁଙ୍କୁ କହିଲେ, “ଯଦି ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ, ତେବେ ମୋତେ ପ୍ରମାଣ ଦିଅ ଯେ ପ୍ରକୃତରେ ଆପଣ ମୋ’ ସହିତ କଥାବାର୍ତ୍ତା ହେଉଛନ୍ତି। 18 ମୁଁ ପ୍ରାର୍ଥନା କରୁଛି ଯେ, ମୁଁ ଆପଣାର ନୈବେଦ୍ୟ ଆଣି ଆପଣଙ୍କ ସମ୍ମୁଖରେ ନରଖିବା ପର୍ଯ୍ୟନ୍ତ ଏହି ସ୍ଥାନରୁ ପ୍ରସ୍ଥାନ କରିବ ନାହିଁ।”

ଏବଂ ସଦାପ୍ରଭୁ କହିଲେ, “ତୁମ୍ଭେ ଆସିବା ପର୍ଯ୍ୟନ୍ତ ମୁଁ ଏହିଠାରେ ଅପେକ୍ଷା କରିବି।”

19 ତେଣୁ ଗିଦିୟୋନ ଭିତରକୁ ଯାଇ ଏକ ଛାଗବତ୍ସକୁ ରାନ୍ଧିଲେ। କୋଡ଼ିଏ ପାଉଣ୍ତ ମଇଦାର ଏକ ତାଡ଼ିଶୂନ୍ୟ ରୋଟୀ ପ୍ରସ୍ତୁତ କଲେ, ଗିଦିୟୋନ ମାଂସକୁ ଗୋଟିଏ ଝୁଡ଼ିରେ ଓ ଝୋଳକୁ ଅନ୍ୟ ପାତ୍ରରେ ରଖିଲେ, ଏହିଗୁଡ଼ିକ ଆଣି ଅଲୋନବୃକ୍ଷ ନିକଟରେ ରଖିଲେ।

20 ପରମେଶ୍ୱରଙ୍କର ଦୂତ ଗିଦିୟୋନକୁ କହିଲେ, “ଏହି ତାଡ଼ିଶୂନ୍ୟ ପିଠାସବୁ ଏହି ମାଂସ ନେଇ ସେହି ପଥର ଉପରେ ରଖ ଓ ତା’ ଉପରେ ଝୋଳ ଢାଳ।” ତାଙ୍କୁ ଯେପରି କରିବାକୁ କୁହାଗଲା, ସେ ସେହିପରି କଲେ।

21 ଏହା ପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତରେ ଥିବା ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ରୋଟୀକୁ ସ୍ପର୍ଶ କଲେ। ଏହା ପରେ ପଥରରୁ ଅଗ୍ନି ବାହାରିଲା ଏବଂ ତା’ ଉପରେ ଥିବା ମାଂସ ଓ ପିଠା ସମ୍ପୂର୍ଣ୍ଣ ପୋଡ଼ିଗଲା। ତା’ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ୟ ହୋଇଗଲେ।

22 ଏହା ପରେ ଗିଦିୟୋନ ହୃଦୟଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦିୟୋନ ଚିତ୍କାର କଲେ, “ହେ ସର୍ବଶକ୍ତିମାନ ପରମେଶ୍ୱର, ମୋର ପ୍ରଭୁ, ମୁଁ ସଦାପ୍ରଭୁଙ୍କ ଦୂତଙ୍କୁ ମୁହାଁମୁହିଁ ଦେଖିଛି!”

23 କିନ୍ତୁ ସଦାପ୍ରଭୁ ଗିଦିୟୋନକୁ କହିଲେ, “ଶାନ୍ତ ହୁଅ! ଭୟ ନ କର! ତୁମ୍ଭର ମୃତ୍ୟୁ ହେବ ନାହିଁ!”

24 ତେଣୁ ଗିଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କଲେ। ସେ ସେହି ସ୍ଥାନର ନାମ ଦେଲେ, “ସଦାପ୍ରଭୁ ମଙ୍ଗଳ ସ୍ୱରୂପ।” ସେହି ଯଜ୍ଞବେଦି ଏବେ ବି ଅଫ୍ରାରେ ଅଛି। ଯେଉଁଠାରେ ଅବୀୟେଷ୍ରୀୟମାନେ ବାସ କରୁଥିଲେ, ଆଫ୍ରା ହେଉଛି ସେହି ସ୍ଥାନ।

ଗିଦିୟୋନ ‌ବା‌ଲ୍‌ଦେବତାଙ୍କ ଯଜ୍ଞବେଦି ଭାଙ୍ଗିଲେ

25 ସେହି ରାତ୍ରିରେ ସଦାପ୍ରଭୁ ଗିଦିୟୋନକୁ କହିଲେ, “ତୁମ୍ଭ ପିତାଙ୍କର ଏକ ଷଣ୍ଢ, ଯାହାକୁ ସାତ ବର୍ଷ ହୋଇଛି ତାକୁ ନିଅ। ତୁମ୍ଭ ପିତାଙ୍କର ‌ବା‌ଲ୍‌ଦେବତା ନିମନ୍ତେ ଥିବା ଯଜ୍ଞବେଦି ଭାଙ୍ଗି ପକାଅ। ସେହି ବେଦି ନିକଟରେ ଥିବା ଆଶେରାର ମୂର୍ତ୍ତିକୁ କାଟି ପକାଅ। 26 ଏହା ପରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ଯଥାର୍ଥ ପ୍ରକାର ଯଜ୍ଞବେଦି ନିର୍ମାଣ କର। ଏହି ଯଜ୍ଞବେଦିକୁ ଉଚ୍ଚସ୍ଥାନରେ ନିର୍ମାଣ କର। ସେହି ଷଣ୍ଢଟିକୁ ହୋମବଳିରୂପେ ସେହି ଯଜ୍ଞବେଦି ଉପରେ ଉତ୍ସର୍ଗ କର, ତୁମ୍ଭମାନଙ୍କର ହୋମବଳି ଦ‌ଗ୍‌ଧ କରିବା ପାଇଁ ସେହି ଯଜ୍ଞବେଦି ନିକଟରେ ଥିବା ଆଶେରା ସ୍ତମ୍ଭର କାଠକୁ ବ୍ୟବହାର କର।”

27 ତେଣୁ ଗିଦିୟୋନ ତାଙ୍କର ସେବକଙ୍କ ମଧ୍ୟରୁ ଦଶ ଜଣଙ୍କୁ ନେଲେ, ଏବଂ ସଦାପ୍ରଭୁ ଯେପରି କରିବାକୁ କହିଥିଲେ, ସେହିପରି କଲେ। କିନ୍ତୁ ଗିଦିୟୋନ ତାଙ୍କର ପରିବାର ଓ ସହର ଲୋକମାନଙ୍କ ଭୟରେ ଏହି କାର୍ଯ୍ୟ ଦିନରେ ନ କରି ରାତ୍ରି ସମୟରେ କଲେ।

28 ତା’ ପରଦିନ ପ୍ରଭାତରେ ସହରର ଲୋକମାନେ ଦେଖିଲେ ‌ବା‌ଲ୍‌ଦେବତାଙ୍କ ପାଇଁ ହୋଇଥିବା ଯଜ୍ଞବେଦି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇ ଯାଇଛି। ଏବଂ ସେମାନେ ଦେଖିଲେ ଆଶେରା ସ୍ତମ୍ଭ ମଧ୍ୟ କଟାଯାଇଛି। ଏବଂ ସେମାନେ ମଧ୍ୟ ନିରୀକ୍ଷଣ କଲେ ଯେ, ବୋହିନେବା ନିର୍ମିତ ଯଜ୍ଞବେଦି ଉପରେ ଏକ ଷଣ୍ଢ ଉତ୍ସର୍ଗ କରାଯାଇଥିଲା।

29 ସହରର ଲୋକମାନେ ପରସ୍ପର କୁହାକୁହି ହେଲେ। “କିଏ ଏହା କରିଛି? ସମସ୍ତେ ଖୋଜିବା ଓ ତଦନ୍ତ ନେବା ପରେ,”

କେହି ଜଣେ ତାଙ୍କୁ କହିଲେ, “ଯୋୟାଶର ପୁତ୍ର ଗିଦିୟୋନ ଏପରି କରିଛି।”

30 ତେଣୁ ସହରର ସମସ୍ତ ଲୋକ ଯୋୟାଶ ନିକଟକୁ ଗଲେ ଏବଂ ତାକୁ କହିଲେ। “ତୋର ପୁଅକୁ ବାହାର କର, ସେ ବାଲ୍-ଦେବତାର ଯଜ୍ଞବେଦିକୁ ଧ୍ୱଂସ କରିଛି ଏବଂ ଆଶେର ସ୍ତମ୍ଭକୁ କାଟି ପକାଇଛି ଯାହାକି ଯଜ୍ଞବେଦି ନିକଟରେ ଥିଲା। ସେଥିପାଇଁ ତୁମ୍ଭର ପୁଅ ନିଶ୍ଚିତ ମରିବ।”

31 ଏହା ପରେ ଯୋୟାଶ ତାଙ୍କ ଚତୁର୍ପାର୍ଶ୍ୱରେ ଘେରି ରହିଥିବା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ କ’ଣ ବା‌‌ଲ୍‌‌କୁ ପ୍ରତିରକ୍ଷା କରିବ? ତୁମ୍ଭେ ତାଙ୍କୁ ରକ୍ଷା କରିବ କି? ଯିଏ ବାଲ୍ ସକାଶେ ଯୁକ୍ତି କରେ, ସକାଳେ ତାକୁ ମୃତ୍ୟୁ ଦଣ୍ତ ଦିଆଯିବ। ଯଦି ‌ବା‌ଲ୍‌ଦେବତା ଅଟେ, ସେ ନିଜେ ତାଙ୍କର ପ୍ରତିରକ୍ଷା କରୁ, ଯିଏ ତା’ର ଯଜ୍ଞବେଦି ଭାଙ୍ଗି ଅଛି।” 32 ଯୋୟାଶ କହିଲେ, “ଯଦି ଗିଦିୟୋନ ତା’ର ଯଜ୍ଞବେଦି ଭାଙ୍ଗିଛି ତେବେ, ବାଲ୍ ତାକୁ ନ୍ୟାୟାଳୟକୁ ନେଇଯାଉ।” ତେଣୁ ସେହି ଦିନ ଯୋୟାଶ ଗିଦିୟୋନର ଏକ ନୂତନ ନାମ, ଯିରୁବ୍ବାଲ୍ ରଖିଲେ।

ମିଦିୟନୀୟ ଲୋକମାନଙ୍କୁ ଗିଦିୟୋନମାନେ ପରାସ୍ତ କଲେ

33 ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ନିଜକୁ ଏକତ୍ରିତ କରାଇଲେ। ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେହି ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିଷ୍ରିୟେଲର ତଳ ଭୂମିରେ ଛାଉଣି ସ୍ଥାପନ କଲେ। 34 ଯେହେତୁ ସଦାପ୍ରଭୁଙ୍କର ଆତ୍ମା ଗିଦିୟୋନ ଉପରେ ଅବତରଣ ହେଲା। ସେ ତୂରୀ ବଜାଇଲେ, ଅବୀୟେଷ୍ରୀୟର ଲୋକମାନେ ନିବିଡ଼ ଭାବରେ ତାକୁ ଅନୁସରଣ କଲେ। 35 ଗିଦିୟୋନ ମନଃଶି ପରିବାରବର୍ଗର ଲୋକମାନଙ୍କ ପାଖକୁ ଦୂତ ପଠାଇଲେ। ସେହି ଦୂତମାନେ ସେମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଲେ। ଆଶେର, ସବୂଲୂନ ଏବଂ ନପ୍ତାଲି ପରିବାରବର୍ଗର ଲୋକମାନଙ୍କ ନିକଟକୁ ସେହି ବାର୍ତ୍ତା ପଠାଗଲା। ତେଣୁ ସେହିସବୁ ପରିବାରବର୍ଗମାନେ ମଧ୍ୟ ଗିଦିୟୋନ ଓ ତାଙ୍କର ଲୋକମାନଙ୍କ ସହିତ ଯୋଗଦେବାକୁ ଗଲେ।

36 ଗିଦିୟୋନ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କହିଥିଲ, ଆପଣା ବାକ୍ୟାନୁସାରେ ମୋ’ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ। ଏହାର ସତ୍ୟତା ଦେଖାଅ। 37 ମୁଁ ଖଳାରେ ମେଷଚମଡ଼ା ପକାଇବି ଯଦି ଖଳାରେ ପଡ଼ିଥିବା ଚମଡ଼ା ଉପରେ କେବଳ କାକର ପଡ଼ିବ ଏବଂ ଭୂମି ଶୁଷ୍କ ରହିବ, ତେବେ ମୁଁ ଜାଣିବି ତୁମ୍ଭେ ଆପଣା ବାକ୍ୟାନୁସାରେ ମୋ’ ଦ୍ୱାରା ଇସ୍ରାଏଲକୁ ରକ୍ଷା କରୁଛ,।”

38 ଏବଂ ତାହା ଠିକ୍ ସେହିପରି ହିଁ ଘଟିଥିଲା। ଗିଦିୟୋନ ତା’ ପରଦିନ ପ୍ରଭାତରେ ଉଠି ସେହି ଚମଡ଼ାକୁ ଏକତ୍ର ଚିପୁଡ଼ନ୍ତେ ଲୋମରୁ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା।

39 ଏହା ପରେ ଗିଦିୟୋନ ପରମେଶ୍ୱରଙ୍କୁ କହିଲେ, “ମୋ’ ଉପରେ କ୍ରୋଧିତ ହୁଅ ନାହିଁ। ମୋତେ କେବଳ ଆଉ ଗୋଟିଏ କଥା ପଗ୍ଭରିବାକୁ ଅନୁମତି ଦିଅ। ଏହି ଚମଡ଼ାଦ୍ୱାରା ମୋତେ ତୁମ୍ଭକୁ ପରୀକ୍ଷା କରିବାକୁ ଦିଅ। ଚମଡ଼ାଟି ଶୁଖିଯାଉ ଏବଂ ତା’ର ଗ୍ଭରିପାଖରେ ଥିବା ଭୂମି କାକରରେ ଓଦା ଦେଉ।”

40 ସେହି ରାତ୍ରିରେ ପରମେଶ୍ୱର ଠିକ୍ ସେହିପରି କଲେ, ଚମଡ଼ାଟି ଶୁଷ୍କ ହୋଇଗଲା କିନ୍ତୁ ଭୂମିର ଚତୁର୍ପାର୍ଶ୍ୱ କାକର ଦ୍ୱାରା ଓଦା ରହିଲା।

ଲୂକ ଲିଖିତ ସୁସମାଗ୍ଭର 4:31-44

ଯୀଶୁ ଦୁଷ୍ଟାତ୍ମା କବଳରୁ ଜଣକୁ ସୁସ୍ଥ କଲେ(A)

31 ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାରରେ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ। 32 ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥିଲେ।

33 ସେହି ସମାଜଗୃହରେ ଥିବା ଜଣେ ଲୋକ ଦେହରେ ଦୁଷ୍ଟାତ୍ମା ଆସି ରହିଥିଲା। ସେ ବଡ଼ପାଟିରେ ଚିତ୍କାର କରି କହିଲା, 34 “ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭମାନଙ୍କୁ ଧ୍ୱଂସ କରିଦେବାକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି।” 35 ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର ଏହି ଲୋକର ଦେହରୁ ବାହାରିଯା”। ଏହା ପରେ ଦୁଷ୍ଟାତ୍ମା ସେହି ଲୋକଟିକୁ ସମସ୍ତଙ୍କ ସାମନାରେ ତଳେ ପକାଇ ଦେଲା ଓ ତାହାର କୌଣସି କ୍ଷତି ନ କରି ତା’ ଦେହରୁ ବାହାରିଗଲା।

36 ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କୁହାକୁହି ହେଲେ, “ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।” 37 ସେହି ଅଞ୍ଚଳର ସବୁ ସ୍ଥାନରେ ଯୀଶୁଙ୍କ ବିଷୟରେ ଏହି ଖବର ବ୍ୟାପିଗଲା।

ଯୀଶୁ ପିତରଙ୍କ ଶାଶୁକୁ ସୁସ୍ଥ କଲେ(B)

38 ଯୀଶୁ ସମାଜଗୃହ ଛାଡ଼ି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା। ସେମାନେ ଯୀଶୁଙ୍କୁ, ତାହାଙ୍କୁ ସାହାଯ୍ୟ କରିବା ପାଇଁ କହିଲେ। 39 ଯୀଶୁ ତାହାଙ୍କର ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ। ତାହାଙ୍କର ଜ୍ୱର ଛାଡ଼ିଗଲା। ତା’ପରେ ସେ ଉଠି ସେମାନଙ୍କର ସେବାରେ ଲାଗିପଡ଼ିଲେ।

ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ

40 ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ଲୋକମାନେ ସେମାନଙ୍କର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନଙ୍କଠାରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସେମାନଙ୍କୁ ସୁସ୍ଥ କରିଦେଲେ। 41 ଆଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଅନେକଙ୍କ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, “ତୁମ୍ଭେ ପରମେଶ୍ୱରଙ୍କର ପୁତ୍ର।” କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠୋର ଆଜ୍ଞା ଦେଲେ। କାରଣ ସେହି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ୱୟଂ ଖ୍ରୀଷ୍ଟ।

ଅନ୍ୟ ନଗରଗୁଡ଼ିକୁ ଯୀଶୁଙ୍କ ଯାତ୍ରା(C)

42 ଯୀଶୁ ଏକାକୀ ରହିବା ଉଦ୍ଦେଶ୍ୟରେ ତା’ ପରଦିନ ସକାଳେ ସେ ସ୍ଥାନ ଛାଡ଼ି ଅନ୍ୟତ୍ର ଗ୍ଭଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖୋଜିଲେ। ଖୋଜି ଖୋଜି ଶେଷରେ ସେମାନେ ଯୀଶୁ ଯେଉଁଠାରେ ଥିଲେ, ସେଠାରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କୁ ଛାଡ଼ି କରି କୁଆଡ଼େ ନ ଯା’ନ୍ତୁ ବୋଲି ସେମାନେ ଗ୍ଭହୁଁଥିଲେ। ତେଣୁ ସେମାନେ ଯାଶୁଙ୍କୁ ଅଟକେଇବାକୁ ଚେଷ୍ଟା କଲେ। 43 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ମୋତେ ଅନ୍ୟ ନଗରମାନଙ୍କରେ ମଧ୍ୟ ପ୍ରଗ୍ଭର କରିବାକୁ ପଡ଼ିବ। କାରଣ ମୋତେ ଏଥିପାଇଁ ପଠାଯାଇଛି।”

44 ଏହିଭଳି ଭାବରେ ଯୀଶୁ ଯିହୂଦାରେ ବିଭିନ୍ନ ସମାଜଗୃହମାନଙ୍କରେ ଉପଦେଶ ପ୍ରଗ୍ଭର କରିବାକୁ ଲାଗିଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center