Add parallel Print Page Options

ଯୀଶୁ ଅନେକଙ୍କୁ ସୁସ୍ଥ କଲେ

(ମାଥିଉ 8:14-17; ଲୂକ 4:38-41)

29 ତା'ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସିଧା ଶିମୋନ ଓ ଆନ୍ଦ୍ରିୟଙ୍କ ଘରକୁ ଗଲେ। 30 ଶିମୋନଙ୍କ ଶାଶୁ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ି ଥିଲେ। ତେଣୁ ସେଠାରେ ଥିବା ଲୋକମାନେ ଯୀଶୁଙ୍କୁ ତାହାଙ୍କ ବିଷୟରେ କହିଲେ। 31 ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହେବାରେ ସାହାଯ୍ୟ କଲେ। ତାହାଙ୍କର ଜ୍ୱର ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲେ। ତା'ପରେ ସେ ସେମାନଙ୍କର ପରିଚର୍ଯ୍ୟା କରିବାକୁ ଲାଗିଲେ।

32 ସୂର୍ଯ୍ୟ ବୁଡ଼ି ଯିବା ପରେ, ସେହି ରାତିରେ ଲୋକମାନେ ଅନେକ ଅସୁସ୍ଥ ଲୋକଙ୍କୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଯେଉଁ ଲୋକମାନଙ୍କ ଦେହ ଭିତରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା, ସେମାନଙ୍କୁ ମଧ୍ୟ ଲୋକମାନେ ଯୀଶୁଙ୍କ ପାଖକୁ ଆଣିଲେ। 33 ସହରର ସବୁ ଲୋକେ ସେହି ଘରର ଦୁଆରରେ ଜମା ହୋଇଗଲେ। 34 ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ଅନେକ ଲୋକଙ୍କୁ ଯୀଶୁ ସୁସ୍ଥ କରିଦେଲେ। ସେ ମଧ୍ୟ ଲୋକଙ୍କ ଦେହରୁ ଅନେକ ଭୂତାତ୍ମା ବାହାରି ଗ୍ଭଲି ଯିବାକୁ ବାଧ୍ୟ କଲେ, କିନ୍ତୁ ସେ କିଏ ବୋଲି ଭୂତମାନେ ଜାଣି ଥିବାରୁ ସେ ସେମାନଙ୍କୁ ପଦେ ହେଲେ କହିବାକୁ ସୁଯୋଗ ଦେଲେ ନାହିଁ।

Read full chapter