Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିହୋଶୂୟଙ୍କର ପୁସ୍ତକ 7-9

ଆଖ‌ନ୍‌ର ପାପ

କିନ୍ତୁ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ୟ ନଷ୍ଟ ସମ୍ବନ୍ଧୀୟ ଆଦେଶ ମାନିଲେ ନାହିଁ। ସେଠାରେ ଜଣେ ଯିହୁଦା ଗୋଷ୍ଠୀୟ ଲୋକ ଥିଲା, ଯାହାର ନାମ ଆଖନ୍। ସେ କର୍ମିର ପୁତ୍ର ଥିଲା ଏବଂ କର୍ମି ଜିମୀର ପୁତ୍ର ଥିଲା। ଯାହା ଧ୍ୱଂସ କରିବାର ଥିଲା, ସେଥିରୁ କିଛି ଆଖନ୍ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କ୍ରୋଧିତ ହେଲେ।

ସେମାନେ ଯିରୀହୋକୁ ପରାସ୍ତ କଲାପରେ, ଯିହୋଶୂୟ ଅୟକୁ ଲୋକ ପଠାଇଲେ। ଅୟ ବୈଥେ‌ଲ୍‌ର ପୂର୍ବ ଦିଗସ୍ଥିତ ବୈଥାବନର ପାର୍ଶ୍ୱରେ ଅବସ୍ଥିତ। ଯିହୋଶୂୟ ସେମାନଙ୍କୁ କହିଲେ, “ଅୟକୁ ଯାଅ ଓ ସେଠାରେ ସେମାନଙ୍କର ଦୁର୍ବଳତାକୁ ଅନୁସନ୍ଧାନ କର।” ତେଣୁ ଏଥିରେ ଲୋକମାନେ ଯାଇ ଅୟରେ ଅନୁସନ୍ଧାନ କଲେ।

ଏହା ପରେ ଲୋକମାନେ ଯିହୋଶୂୟ ନିକଟକୁ ଫେରି ଆସିଲେ। ସେମାନେ କହିଲେ, “ଅୟ ବହୁତ ଦୁର୍ବଳ, ସେମାନଙ୍କୁ ପରାସ୍ତ କରିବା ପାଇଁ ସମସ୍ତ ଲୋକମାନଙ୍କୁ ପଠାଇବା ନାହିଁ। ସେଠାକୁ ମାତ୍ର ଦୁଇ ତିନି ହଜାର ଲୋକ ଯୁଦ୍ଧ କରିବା ପାଇଁ ପଠାନ୍ତୁ। ସେଠାରେ ସମସ୍ତ ସୈନ୍ୟ ନିୟୋଜିତର ଆବଶ୍ୟକତା ନାହିଁ। ସେଠାରେ ଖୁବ୍ କମ୍ ଲୋକ ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ଅଛନ୍ତି।”

4-5 ତେଣୁ ମାତ୍ର 3000 ସୈନ୍ୟ ଅୟକୁ ଗଲେ। କିନ୍ତୁ ଅୟର ଲୋକମାନେ ଛତିଶ୍ ଜଣ ଇସ୍ରାଏଲୀୟଙ୍କୁ ହତ୍ୟା କଲେ। ତେଣୁ ଇସ୍ରାଏଲୀୟ ସୈନ୍ୟମାନେ ସେହି ସ୍ଥାନରୁ ଦୌଡ଼ି ପଳାଇଲେ।

ଅୟର ଲୋକମାନେ ସେମାନଙ୍କର ପଛେ ଗୋଡ଼େଇ ଗୋଡ଼େଇ ଆଣି ଶବାରୀମ ପର୍ଯ୍ୟନ୍ତ ଆଣିଲେ। ତେଣୁ ଇସ୍ରାଏଲୀୟ ଲୋକମାନେ ଭୟଭୀତ ହେଲେ ଓ ସେମାନେ ସାହସ ହରାଇଲେ। ଯେତେବେଳେ ଯିହୋଶୂୟ ଏହା ଶୁଣିଲେ। ସେ ତାଙ୍କର ଦୁଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକୁ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନିକଟରେ ମଥାମାଡ଼ି ଭୂମିରେ ପଡ଼ି ରହିଲେ। ଯିହୋଶୂୟ ଇସ୍ରାଏଲର ନେତୃବର୍ଗଙ୍କ ସହିତ ସେଠାରେ ରହିଲେ, ଯେଉଁମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଃଖ ଜଣାଇ ସେମାନଙ୍କର ମସ୍ତକରେ ଧୂଳି ଫିଙ୍ଗିଲେ।

ଯିହୋଶୂୟ କହିଲେ, “ହେ ମୋର ପ୍ରଭୁ, ତୁମ୍ଭେ କାହିଁକି ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର ହେବାକୁ ଦେଲ? କ’ଣ ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ବିନାଶ କରିବାକୁ, ଏହା କଲ? ଆହା ଯଦି ଆମ୍ଭେମାନେ ଯର୍ଦ୍ଦନ ସେପାରିରେ ରହିଥା’ନ୍ତୁ। ହେ ସଦାପ୍ରଭୁ, ଇସ୍ରାଏଲ ଶତ୍ରୁଗଣଙ୍କ ଦ୍ୱାରା ପରାଜିତ ହେବା ପରେ ଆମ୍ଭେ କ’ଣ କରିବୁ? କିଣାନୀୟମାନେ ଓ ଏ ଦେଶ ନିବାସୀ ଅନ୍ୟ ସମସ୍ତେ ଏ ବିଷୟରେ ଶୁଣିବେ। ସେମାନେ ଆମ୍ଭକୁ ଘେରି ଆକ୍ରମଣ କରିବେ ଓ ବିନାଶ ମଧ୍ୟ କରିବେ। ତା’ପରେ ତୁମ୍ଭେ କିପରି ତୁମ୍ଭର ମହାନ ନାମକୁ ରକ୍ଷା କରିବ?”

10 ତେଣୁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ କାହିଁକି ଏପରି ଅଧୋମୁଖ ହୋଇ ଭୂମିରେ ପଡ଼ିଅଛ? ଛିଡ଼ା ହୁଅ! 11 ଇସ୍ରାଏଲୀୟ ଲୋକମାନେ ମୋ’ ବିରୁଦ୍ଧରେ ପାପ କରିଛନ୍ତି। ମୁଁ ସେମାନଙ୍କୁ ଯେଉଁ ନିୟମ ମାନିବାକୁ ଦେଇଥିଲି, ସେମାନେ ତାହାକୁ ଅମାନ୍ୟ କରିଛନ୍ତି। ସେମାନେ କିଛି ଜିନିଷ ଆଣିଛନ୍ତି, ଯାହାକୁ ମୁଁ ଧ୍ୱଂସ କରିବାକୁ କହିଥିଲି। ସେମାନେ ମୋ’ଠାରୁ ଏହା ଗ୍ଭେରି କରିଛନ୍ତି। ତା’ପରେ ସେମାନେ ଏହାକୁ ଅସ୍ୱୀକାର କଲେ। ଆଉ ସେଗୁଡ଼ିକୁ ନିଜର ସାମଗ୍ରୀ ସହିତ ରଖିଲେ। 12 ସେହି କାରଣରୁ ଇସ୍ରାଏଲୀୟମାନେ ପରାସ୍ତ ହୋଇ ଫେରି ଆସିଛନ୍ତି। ସେମାନେ ଅପରାଧ କରିଥିବାରୁ ଓ ଧ୍ୱଂସ କାର୍ଯ୍ୟକୁ ନିନ୍ଦା କରିଥିବାରୁ ସେମାନେ ପରାସ୍ତ ହେଲେ। ତୁମ୍ଭେମାନେ ତୁମ୍ଭମାନଙ୍କ ପାଖରେ ଥିବା ସେହି ଲୁଟ୍ ବସ୍ତୁକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ମୁଁ ତୁମ୍ଭ ସଙ୍ଗରେ ରହି ପାରିବି ନାହିଁ, ଯେଉଁଗୁଡ଼ିକ ଧ୍ୱଂସ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି।

13 “ବର୍ତ୍ତମାନ ଯାଅ ଏବଂ ଲୋକମାନଙ୍କୁ ପ୍ରତିଷ୍ଠା କର। ଲୋକମାନଙ୍କୁ କୁହ, ‘ନିଜକୁ ପବିତ୍ର କାର୍ଯ୍ୟ ପାଇଁ ପବିତ୍ର କର। ଆସନ୍ତା କାଲି ପାଇଁ ପ୍ରସ୍ତୁତ ହୁଅ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ମୁଁ ନଷ୍ଟ କରିବା ପାଇଁ କହିଥିବା ଲୁଣ୍ଠନ ଦ୍ରବ୍ୟକୁ ତୁମ୍ଭେମାନେ ଅଧିକାର କରିଅଛ। ତୁମ୍ଭେ ସେ ବସ୍ତୁ ନଷ୍ଟ ନ କରିବା ଯାଏ ଶତ୍ରୁମାନଙ୍କ ଉପରେ ଜୟଲାଭ କରି ପାରିବ ନାହିଁ।

14 “‘ପ୍ରଭାତରେ ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବ। ସମସ୍ତ ପରିବାରବର୍ଗର ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବେ। ସଦାପ୍ରଭୁ ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରବର୍ଗରୁ ବାଛିବେ। ଏହା ପରେ ସେହି ପରିବାରବର୍ଗଟି ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବ। ସଦାପ୍ରଭୁ ସେହି ପରିବାରବର୍ଗକୁ ଗୋଟିଏ ଗୋଷ୍ଠୀକୁ ବାଛିବେ ଏବଂ ସେମାନେ ସଦାପ୍ରଭୁଙ୍କ ଆଗରେ ଛିଡ଼ା ହେବେ। ତା’ପରେ ସେହି ଗୋଷ୍ଠୀରୁ ସେ ଗୋଟିଏ ପରିବାରକୁ ବାଛିବେ। ତା’ପରେ ସେ ସେହି ପରିବାରର ପ୍ରତ୍ୟେକ ଲୋକଙ୍କୁ ନିରୀକ୍ଷଣ କରିବେ। 15 ଯିଏ ଲୁଣ୍ଠନ ଦ୍ରବ୍ୟ ରଖିବାରେ ଦୋଷୀ ମିଳିବ, ଯେଉଁ ଦ୍ରବ୍ୟଟି ନଷ୍ଟ ହେବାର ଉଚିତ୍ ଥିଲା, ତାହା ନିଆଁରେ ପୋଡ଼ି ପାଉଁଶ କରାଯିବ। ଏବଂ ତା’ର ଅଧୀନରେ ଥିବା ସବୁକିଛିକୁ ପୋଡ଼ି ପାଉଁଶ କରାଯିବ, ଯେହେତୁ ସେ ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା। ଆଉ ମଧ୍ୟ ସେ ଇସ୍ରାଏଲର ଲୋକମାନଙ୍କ ବହୁତ ପାପପୂର୍ଣ୍ଣ କାର୍ଯ୍ୟ କଲା।’”

16 ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ଇସ୍ରାଏଲର ସମସ୍ତ ଇସ୍ରାଏଲୀୟ ଲୋକମାନଙ୍କ ପରିବାରବର୍ଗ ଅନୁଯାୟୀ ସଦାପ୍ରଭୁଙ୍କ ଆଗକୁ ଆଣିଲେ । ଏବଂ ସଦାପ୍ରଭୁ ସେଥିମଧ୍ୟରୁ ଯିହୁଦା ପରିବାରବର୍ଗକୁ ବାଛିଲେ। 17 ତା’ପରେ ସେ ଯିହୁଦାର ପରିବାରର ପରିବାରବର୍ଗକୁ ଉପସ୍ଥିତ କଲେ। ସେରହ ଗୋଷ୍ଠୀ ପରମେଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ହେଲା। ତା’ପରେ ସେରହ ପରିବାରର ସମସ୍ତ ସଭ୍ୟ ସଦାପ୍ରଭୁଙ୍କ ଆଗରେ ଛିଡ଼ା ହେଲେ। ଜିମିରିର ପରିବାର ବଛାଗଲା। 18 ଏହା ପରେ ଯିହୋଶୂୟ ସେ ପରିବାରର ସମସ୍ତ ମନୁଷ୍ୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବାକୁ କହିଲେ। ସଦାପ୍ରଭୁ କର୍ମିର ପୁତ୍ର ଆଖ‌ନ୍‌କୁ ମନୋନୀତ କଲେ। କାର୍ମି ଜିମିରର ପୁତ୍ର ଥିଲା ଏବଂ ଜିମିରି ସେରହର ପୁତ୍ର ଥିଲା।

19 ତା’ପରେ ଯିହୋଶୂୟ ଆଖ‌ନ୍‌କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର, ତୁମ୍ଭେ କ’ଣ କରିଛ ମୋତେ କୁହ ସେ କଥା ଲୁଗ୍ଭଅ ନାହିଁ।”

20 ଆଖନ୍ ଉତ୍ତରରେ କହିଲା, “ଏହା ସତ୍ୟ! ମୁଁ ପାପ କରିଛି ସଦାପ୍ରଭୁଙ୍କ ସମ୍ମୁଖରେ। ମୁଁ ଏହିପରି କରିଅଛି। 21 ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ତିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ 200 ଶେକଲ ରୂପା ଓ ଏକ ପାଉଣ୍ତ ଓଜନର ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି। ଏବଂ ସେଗୁଡ଼ିକୁ ମୋ’ ତମ୍ବୁ ମଧ୍ୟରେ ପୋତି ଅଛି। ଆଉ ରୂପା କୋଟ୍ ତଳେ ଅଛି।”

22 ଯିହୋଶୂୟ କିଛି ଲୋକଙ୍କୁ ଛାଉଣିକୁ ପଠାଇଲେ। ସେମାନେ ସେଠାକୁ ଦୌଡ଼ିଲେ ଓ ସେଗୁଡ଼ିକ ତମ୍ବୁ ତଳେ ପୋତା ହୋଇ ଥିବାର ଦେଖିଲେ। ରୂପାଗୁଡ଼ିକ କୋଟ୍ ତଳେ ଥିଲା। 23 ଲୋକମାନେ ସେ ସମସ୍ତ ଦ୍ରବ୍ୟକୁ ତମ୍ବୁର ବାହାରକୁ ଆଣିଲେ। ସେମାନେ ସେ ସମସ୍ତ ଦ୍ରବ୍ୟକୁ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କର ସମ୍ମୁଖକୁ ଆଣିଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ଉପସ୍ଥିତିରେ ଥୋଇ ଦେଲେ।

24 ଏହା ପରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେରହର ପୁତ୍ର ଆଖ‌ନ୍‌କୁ ଓ ତା’ର ପୁତ୍ର ଓ କନ୍ୟାମାନଙ୍କୁ ଓ ତା’ର ଗୋରୁଗାଈ, ଗଧ ଓ ମେଣ୍ଢା ଓ ତମ୍ବୁ ସର୍ବସ୍ୱ ଯଥା: ରୂପା, ସୁନା ଓ ବସ୍ତ୍ରକୁ ଆଖୋର ଉପତ୍ୟକାକୁ ଆଣିଲେ। 25 ତା’ପରେ ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭ ପାଇଁ ଦୁଃଖ ଆଣିବେ।” ତେଣୁ ଇସ୍ରାଏଲର ସମସ୍ତ ଲୋକ ଆଖନ୍ ଓ ତା’ର ପରିବାରକୁ ପଥର ଫିଙ୍ଗି ହତ୍ୟା କଲେ। ଏହା ପରେ ଲୋକମାନେ ତାକୁ ଓ ସେ ଆଣିଥିବା ସମସ୍ତ ଦ୍ରବ୍ୟକୁ ସେହି ସ୍ଥାନରେ ପୋଡ଼ି ଦେଲେ। 26 ଆଖ‌ନ୍‌କୁ ପୋଡ଼ି ସାରିବା ପରେ ତାହାକୁ ପଥରରେ ପୋତି ଦେଲେ, ସେହି ପଥର ଗଦା ଆଜି ପର୍ଯ୍ୟନ୍ତ ସେଠାରେ ଅଛି। ଯେହେତୁ ସଦାପ୍ରଭୁ ଆଖ‌ନ୍‌କୁ ସେଠାରେ ଏପରି ଦୁଃଖ ଦେଲେ, ସେଥିପାଇଁ ସେହି ସ୍ଥାନ ଆଜି ପର୍ଯ୍ୟନ୍ତ ଆଖୋର ଉପତ୍ୟକା [a] ନାମରେ ପରିଚିତ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କ ଉପରୁ କ୍ରୋଧରୁ ନିବୃତ୍ତ ହୋଇ ଶାନ୍ତ ହେଲେ।

ଅୟ ଧ୍ୱଂସ ହେଲା

ଏହା ପରେ ସଦାପ୍ରଭୁ ଯିହୋଶୂୟକୁ କହିଲେ, “ଭୟ କର ନାହିଁ। ନିରାଶ ହୁଅ ନାହିଁ। ତୁମ୍ଭର ସମସ୍ତ ସୈନ୍ୟଙ୍କ ସହିତ ଅୟକୁ ଯାତ୍ରା କର। ମୁଁ ତୁମ୍ଭର ସହାୟ ହେବି, ଅୟର ରାଜାଙ୍କୁ ପରାସ୍ତ କରିବା ପାଇଁ। ମୁଁ ତୁମ୍ଭକୁ ସେହି ନଗର, ଏହାର ରାଜା ଓ ଏହାର ଲୋକମାନଙ୍କୁ ତୁମ୍ଭକୁ ହସ୍ତାନ୍ତର କରିବି। ତୁମ୍ଭେ ଅୟ ପ୍ରତି ସେହିପରି କର ଯେପରି ତୁମ୍ଭେ ଯିରୀହୋ ଓ ତା’ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସେମାନଙ୍କର ଧନ, ସମ୍ପଦ ଓ ପଶୁମାନଙ୍କୁ, ତୁମ୍ଭମାନଙ୍କ ଭିତରେ ବାଣ୍ଟି ନେବ। ବର୍ତ୍ତମାନ କିଛି ସୈନ୍ୟଗଣଙ୍କୁ ନଗର ପଛପଟେ ଲୁଗ୍ଭଇ ରଖ।”

ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟଦଳ ଅୟକୁ ଆକ୍ରମଣ କରିବାକୁ ଆଗେଇ ନେଲେ। ଏହା ପରେ ଯିହୋଶୂୟ ତାଙ୍କର 30,000 ନିପୁଣ ସୈନ୍ୟମାନଙ୍କୁ ବାଛିଲେ। ସେମାନଙ୍କୁ ସେହି ରାତ୍ରିରେ ପଠାଇ ଦେଲେ। ଯିହୋଶୂୟ ସେମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ତୁମ୍ଭେମାନେ ମୋର କଥାକୁ ଭଲ ଭାବରେ ଶୁଣ। ତୁମ୍ଭେମାନେ ନଗର ବାହାରେ ଲୁଚି ରହିବ। ଆକ୍ରମଣ କରିବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବ। ସହରଠାରୁ ଦୂରକୁ ଯିବ ନାହିଁ। ସର୍ବଦା ପ୍ରସ୍ତୁତ ଥିବ ଓ ନଜର ରଖିଥିବ। ମୋ’ ସହିତ ସମସ୍ତ ସୈନ୍ୟଗଣ ନଗର ନିକଟକୁ ଯିବୁ। ସେମାନେ ଯେତେବେଳେ ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ଆମ୍ଭେମାନେ ବୁଲିପଡ଼ିବୁ ଓ ସେମାନଙ୍କ ନିକଟରୁ ଦୌଡ଼ି ପଲାଇବୁ ଆମ୍ଭେମାନେ ପୂର୍ବରୁ ଯେପରି କରିଥିଲୁ। ସେମାନେ ଆମ୍ଭ ପଛରେ ଗୋଡ଼ାଇବେ ନଗର ବାହାରକୁ। ସେମାନେ ଭାବିବେ ଆମ୍ଭେ ସେମାନଙ୍କୁ ଭୟରେ ପୂର୍ବଥର ପରି ଡରି ପଳାଇ ଯାଉଛୁ। ତେଣୁ ଆମ୍ଭେମାନେ ଦୌଡ଼ି ପଲାଇବୁ। ତୁମ୍ଭେମାନେ ତୁମ୍ଭମାନଙ୍କର ଲୁଚି ରହିଥିବା ସ୍ଥାନରୁ ବାହାରି ନଗରକୁ ନିଜ ନିୟନ୍ତ୍ରଣ ମଧ୍ୟକୁ ନେବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ନଗରକୁ ତୁମ୍ଭମାନଙ୍କୁ ଅକ୍ତିଆର କରିବାକୁ ଦେବେ।

“ତୁମ୍ଭେମାନେ ନିଶ୍ଚିତ କରିବ ଯାହା ସଦାପ୍ରଭୁ ଆଦେଶ କରନ୍ତି। ମୁଁ ନଗରକୁ ଆକ୍ରମଣ କରିବା ପାଇଁ ତୁମ୍ଭମାନଙ୍କୁ ଆଜ୍ଞା କରିବି। ତୁମ୍ଭ ନିୟନ୍ତ୍ରଣକୁ ଆଣିବା ପରେ ସେହି ନଗରରେ ଅଗ୍ନି ସଂଯୋଗ କର।”

ଏହା ପରେ ଯିହୋଶୂୟ ସୈନ୍ୟମାନଙ୍କୁ ସେମାନଙ୍କର ଲୁଚି ରହିବା ସ୍ଥାନକୁ ପଠାଇ ଦେଲେ। ସେମାନେ ବୈଥେଲ୍ ଏବଂ ଅୟର ମଧ୍ୟସ୍ଥାନରେ ଲୁଚି ରହିଲେ। ଏହି ସ୍ଥାନଟି ଥିଲା ଅୟର ପଶ୍ଚିମ ପଟରେ। ଏବଂ ଯିହୋଶୂୟ ସୈନ୍ୟମାନଙ୍କ ସହିତ ସେଠାରେ ରାତ୍ରିଯାପନ କଲେ।

10 ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ସୈନ୍ୟମାନଙ୍କୁ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ନେତାଗଣ ସୈନ୍ୟମାନଙ୍କୁ ଅୟ ଆଡ଼କୁ ଆଗେଇ ନେଲେ। 11 ସମସ୍ତ ସୈନ୍ୟ ଯେଉଁମାନେ କି ଯିହୋଶୂୟଙ୍କ ସହିତ ଥିଲେ, ସେମାନେ ଅୟ ଆଡ଼କୁ ଅଗ୍ରସର ହେଲେ। ସେମାନେ ନଗରର ସମ୍ମୁଖରେ ରହିଲେ। ସୈନ୍ୟମାନେ ସେମାନଙ୍କର ଛାଉଣି ଉତ୍ତର ପଟେ ପ୍ରସ୍ତୁତ କଲେ। ସୈନ୍ୟ ଛାଉଣି ଓ ଅୟର ମଧ୍ୟରେ ଏକ ଉପତ୍ୟକା ମଧ୍ୟ ଥିଲା।

12 ଏହା ପରେ ଯିହୋଶୂୟ 5000 ସୈନ୍ୟମାନଙ୍କୁ ବାଛିଲେ ଏବଂ ସେମାନଙ୍କୁ ନଗରର ପଶ୍ଚିମ ପଟେ ଲୁଚି ରହିବାକୁ ପଠାଇ ଦେଲେ। ସେହି ସ୍ଥାନଟି ବୈଥେଲ୍ ଓ ଅୟର ମଝିରେ ଥିଲା। 13 ଏହିପରି ଭାବରେ ଯିହୋଶୂୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ସେମାନଙ୍କର ମୂଖ୍ୟ ଛାଉଣି ନଗରର ଉତ୍ତର ପଟେ ରହିଲା। ଅନ୍ୟ ଦଳଟି ନଗରର ପଶ୍ଚିମ ପଟେ ରହିଲେ। ସେହି ରାତ୍ରିରେ ଯିହୋଶୂୟ ଉପତ୍ୟକା ମଧ୍ୟକୁ ଗଲେ।

14 ଯେତେବେଳେ ଅୟର ରାଜା ଇସ୍ରାଏଲର ସୈନ୍ୟମାନଙ୍କୁ ଦେଖିଲେ, ଅୟର ରାଜା ଏବଂ ତାଙ୍କର ସୈନ୍ୟମାନେ ଇସ୍ରାଏଲର ସୈନ୍ୟମାନଙ୍କ ସହିତ ଯୁଦ୍ଧ କରିବାକୁ ତରବର ହୋଇ ବାହାରି ଆସିଲେ। ଅୟର ରାଜା ପୂର୍ବ ପଟରେ ଥିବା ଯର୍ଦ୍ଦନ ଉପତ୍ୟକା ଆଡ଼କୁ ଅଗ୍ରସର ହେଲେ। ସେ ଲକ୍ଷ୍ୟ କରି ନ ଥିଲେ ଯେ ସୈନ୍ୟମାନେ ନଗରର ପଛ ପଟେ ଲୁଚି ଅଛନ୍ତି ବୋଲି।

15 ଯିହୋଶୂୟ ଓ ତାଙ୍କ ସହିତ ଥିବା ସମସ୍ତ ସୈନିକ ସେମାନଙ୍କଠାରୁ ପରାସ୍ତ ହେଲାପରି ସେମାନଙ୍କ ଆଗରେ ମରୁଭୂମି ଆଡ଼କୁ ଦୌଡ଼ିଲେ। 16 ତେଣୁ ନଗରର ସମସ୍ତ ସୈନ୍ୟ ସେମାନଙ୍କ ପଛରେ ପାଟିକରି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପଛରେ ଦୌଡ଼ିଲେ। ଏହିପରି ଭାବରେ ସମସ୍ତ ଲୋକ ନଗର ପରିତ୍ୟାଗ କରିଥିଲେ। 17 ଅୟର ସମସ୍ତ ଲୋକ ଓ ବୈଥେ‌ଲ୍‌ର ସମସ୍ତ ଲୋକ ଇସ୍ରାଏଲୀୟ ସୈନ୍ୟମାନଙ୍କ ପଛରେ ଗୋଡ଼ଇ ଥିଲେ। ନଗରରେ କୌଣସି ଲୋକ ନ ଥିଲେ ଯେକି ନଗରକୁ ରକ୍ଷା କରି ପାରିବେ।

18 ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ନିଜର ବର୍ଚ୍ଛା ଅୟ ନଗର ଆଡ଼କୁ ବିସ୍ତାର କର।” ଯେହେତୁ ମୁଁ ତୁମ୍ଭକୁ ସେହି ନଗର ହସ୍ତାନ୍ତର କରିବି। ତେଣୁ ଯିହୋଶୂୟ ନିଜର ବର୍ଚ୍ଛା ନଗର ଆଡ଼କୁ ବିସ୍ତାର କଲେ। 19 ଇସ୍ରାଏଲର ସୈନ୍ୟମାନେ ସେମାନଙ୍କର ଲୁଚିବା ସ୍ଥାନରୁ ସେ ବର୍ଚ୍ଛା ବିସ୍ତାର କରୁଥିବାର ଦେଖିଲେ। ସେମାନେ ନଗର ଆଡ଼କୁ ତରବର ହୋଇ ଦୌଡ଼ିଲେ। ସେମାନେ ଏହିପରି ନଗର ମଧ୍ୟକୁ ପ୍ରବେଶ କଲେ ଓ ନଗରକୁ ନିଜର ଆୟତାଧୀନ କଲେ। ଏହା ପରେ ସୈନ୍ୟମାନେ ଗ୍ଭରିଆଡ଼େ ଅଗ୍ନି ସଂଯୋଗ କଲେ।

20 ଅୟର ଲୋକମାନେ ପଛକୁ ବୁଲି ଦେଖିଲେ, ସେମାନଙ୍କର ନଗର ନିଆଁରେ ଜଳୁଅଛି। ସେମାନେ ଦେଖିଲେ ଧୂଆଁ ଧାର ଆକାଶକୁ ଛୁଉଁଛି, ତେଣୁ ସେମାନେ ସେମାନଙ୍କର ଶକ୍ତି ଓ ସାହସ ହରାଇଲେ। ସେମାନେ ଆଉ ଇସ୍ରାଏଲ ସୈନ୍ୟମାନଙ୍କ ପଛରେ ଗୋଡ଼ାଇଲେ ନାହିଁ। ମରୁଭୂମି ଆଡ଼କୁ ଦୌଡ଼ୁଥିବା ଇସ୍ରାଏଲର ସୈନ୍ୟମାନେ ମଧ୍ୟ ଆଉ ଆଗେଇଲେ ନାହିଁ। ସେମାନେ ବୁଲି ପଡ଼ିଲେ ଓ ଅୟର ସୈନ୍ୟମାନଙ୍କୁ ଗୋଡ଼ାଇଲେ। ଅୟର ସୈନ୍ୟମାନଙ୍କ ପାଇଁ ଦୌଡ଼ି ପଳାଇବାକୁ ଆଉ ନିରାପଦ ସ୍ଥାନ ନ ଥିଲା। 21 ଯିହୋଶୂୟ ଓ ଇସ୍ରାଏଲର ଲୋକମାନେ ଅନୁଭବ କଲେ ଯେ, ଲୁଚିଥିବା ସୈନ୍ୟମାନେ ନଗରଟିକୁ ସେମାନଙ୍କର ନିୟନ୍ତ୍ରଣ ମଧ୍ୟକୁ ନେଇ ଗଲେଣି। ସେମାନେ ଧୂଆଁର ସ୍ତମ୍ଭ ଆକାଶରେ ଦେଖିବାକୁ ପାଇଲେ। ଏଣୁ ସେମାନେ ଅୟର ସୈନ୍ୟ ଆଡ଼କୁ ଦୌଡ଼ିଗଲେ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। 22 ଏହା ପରେ ଯେଉଁ ଲୋକମାନେ ଲୁଚିଥିଲେ, ସେମାନେ ବାହାରି ଆସିଲେ ଏବଂ ଯୁଦ୍ଧ କଲେ। ଏହିପରି ଅୟର ଲୋକମାନଙ୍କର ଉଭୟ ପାର୍ଶ୍ୱରେ ଇସ୍ରାଏଲର ସୈନ୍ୟମାନେ ଜଗି ଗଲେ ଓ ସେମାନଙ୍କୁ ପରାସ୍ତ କଲେ। ଇସ୍ରାଏଲର ସୈନ୍ୟମାନେ ଅୟର ଗୋଟିଏ ସୈନ୍ୟକୁ ମଧ୍ୟ ଛାଡ଼ିଲେ ନାହିଁ। 23 କିନ୍ତୁ ଅୟର ରାଜାଙ୍କୁ ଜୀବିତ ଅବସ୍ଥାରେ ଯିହୋଶୂୟଙ୍କ ନିକଟକୁ ଆଣିଲେ।

ଯୁଦ୍ଧର ବିବରଣ

24 ଯୁଦ୍ଧ ସମୟରେ ଇସ୍ରାଏଲର ସୈନିକମାନେ ଅୟ ସୈନ୍ୟମାନଙ୍କ ପଛରେ ଗୋଡ଼ାଇ କ୍ଷେତ ଓ ମରୁଭୂମି ଅଞ୍ଚଳକୁ ଆଣିଲେ। ସେମାନେ ସେହିଠାରେ ସେମାନଙ୍କୁ ହତ୍ୟା କଲେ। ଏହା ପରେ ଇସ୍ରାଏଲ ସୈନ୍ୟମାନେ ଅୟକୁ ଫେରି ଆସିଲେ ଏବଂ ଅୟ ସହରରେ ଜୀବିତ ଲୋକମାନଙ୍କୁ ଓ ସୈନ୍ୟମାନଙ୍କୁ ହତ୍ୟା କଲେ। 25 ସେହି ଦିନ ଅୟର ସମସ୍ତ ଲୋକମାନେ ମଲେ। ସେମାନେ ପ୍ରାୟ ସ୍ତ୍ରୀ ଓ ପୁରୁଷ ମିଶି 12,000 ଲୋକ ହେବେ। 26 ଅୟ ନିବାସୀ ସମସ୍ତଙ୍କୁ ବର୍ଜିତ ରୂପେ ବିନାଶ କରିବା ଯାଏ ଯିହୋଶୂୟ ନିଜ ହାତରେ ଧରିଥିବା ବର୍ଚ୍ଛାକୁ ବିସ୍ତାର କରିଥିଲେ। ଏହାକୁ ଯିହୋଶୂୟ ସଙ୍କୁଚିତ କଲେ ନାହିଁ। 27 ଇସ୍ରାଏଲର ଲୋକମାନେ ଅୟ ସହରରେ ସମସ୍ତ ପଶୁ ଓ ଦ୍ରବ୍ୟଗୁଡ଼ିକ ନିଜ ନିଜ ପାଇଁ ନେଲେ। ସେମାନେ ଏପରି କଲେ, କାରଣ ସଦାପ୍ରଭୁ ଏପରି କରିବାକୁ ଯିହୋଶୂୟଙ୍କୁ ଆଜ୍ଞା କରିଥିଲେ।

28 ଏହା ପରେ ଯିହୋଶୂୟ ଅୟ ସହରକୁ ପୋଡ଼ି ପାଉଁଶ କଲେ। ସେ ଏକ ଧ୍ୱଂସ ସ୍ତୁପରେ ପରିଣତ କଲେ ଏବଂ ଏହା ଆଜିଯାଏ ଅନୁର୍ବର ସ୍ଥାନ ହୋଇ ରହିଛି। 29 ଯିହୋଶୂୟ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଛରେ ଝୁଲେଇ ରଖିଲେ। ସୂର୍ଯ୍ୟାସ୍ତ ପରେ ଯିହୋଶୂୟଙ୍କ ଆଜ୍ଞାନୁସାରେ ଲୋକମାନେ ସେ ଶବକୁ ଗଛରୁ ଆଣିଲେ। ସେମାନେ ସେହି ଶବକୁ ନଗରର ପ୍ରବେଶ ଫାଟକ ସମ୍ମୁଖରେ ଫୋପାଡ଼ି ଦେଲେ ଏବଂ ତା’ ଉପରେ ପଥର ଗଦା କଲେ। ତାହା ସେଠାରେ ଆଜି ପର୍ଯ୍ୟନ୍ତ ମଧ୍ୟ ଅଛି।

ଆଶୀର୍ବାଦ ଓ ଅଭିଶାପ ପଠନ

30 ଏହା ପରେ ଯିହୋଶୂୟ ଏବଲ ପର୍ବତ ଉପରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ। 31 ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ ସନ୍ତାନଗଣକୁ ଯେ ରୂପେ ଆଜ୍ଞା ଦେଇଥିଲେ, ସେହିପରି ଭାବରେ ମୋଶାଙ୍କର ବ୍ୟବସ୍ଥା ଗ୍ରନ୍ଥର ଲେଖାନୁସାରେ ଯହିଁ ଉପରେ କୌଣସି ମଣିଷ ଲୁହା ଉଞ୍ଚାଇ ନାହିଁ। ଏପରି ଅଚଞ୍ଛା ପଥରରେ ଯଜ୍ଞବେଦି ସେ ନିର୍ମାଣ କଲେ। ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

32 ସେହି ସ୍ଥାନରେ ଯିହୋଶୂୟ ପ୍ରସ୍ତର ଫଳକ ଉପରେ ମୋଶାଙ୍କ ବ୍ୟବସ୍ଥା ପୁସ୍ତକ ଲେଖିଲେ। କାରଣ ତାହା ଇସ୍ରାଏଲ ଲୋକମାନଙ୍କୁ ଦେଖାଇବାକୁ ଯିହୋଶୂୟ ଏହା କଲେ। 33 ଇସ୍ରାଏଲର ସମସ୍ତ ଲୋକମାନେ, ସେମାନଙ୍କ ପ୍ରାଚୀନବର୍ଗ, ନେତୃବର୍ଗ, ସେମାନଙ୍କର ବିଗ୍ଭରକର୍ତ୍ତାଗଣ, ବିଦେଶୀଗଣ ଓ ଦେଶବାସୀ ପବିତ୍ର ସିନ୍ଦୁକ ସମ୍ମୁଖରେ ଛିଡ଼ା ହେଲେ। ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଏବଲ ପର୍ବତ ଆଗରେ ଓ ଅର୍ଦ୍ଧେକ ଗରିଷୀମ ପର୍ବତ ଆଗରେ ଛିଡ଼ା ହେଲେ। ସଦାପ୍ରଭୁଙ୍କ ପବିତ୍ର ନିୟମ-ସିନ୍ଦୁକବାହୀ ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସେମାନେ ଠିଆ ହେଲେ। ସେମାନେ ଏପରି କଲେ କାରଣ ସଦାପ୍ରଭୁଙ୍କର ସେବକ ମୋଶା ଇସ୍ରାଏଲୀୟମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଏପରି କରିବାକୁ ଆଜ୍ଞା ଦେଇଥିଲେ।

34 ଏହା ପରେ ବ୍ୟବସ୍ଥା ପୁସ୍ତକରେ ଲେଖାଯାଇଥିବା ଉଭୟ ଆଶୀର୍ବାଦ ଓ ଅଭିଶାପ ବିଷୟକ ବ୍ୟବସ୍ଥାର ସମସ୍ତ ଶବ୍ଦ ସେ ପାଠକଲେ। 35 ଇସ୍ରାଏଲର ସମସ୍ତ ଲୋକମାନେ ସେଠାରେ ଉପସ୍ଥିତ ଥିଲେ। ସେଠାରେ ମଧ୍ୟ ସମସ୍ତ ସ୍ତ୍ରୀଲୋକ, ପୁରୁଷ ଲୋକ, ପିଲାମାନେ, ଏବଂ ବିଦେଶୀମାନେ ଉପସ୍ଥିତ ଥିଲେ। ବିଦେଶୀମାନେ ଇସ୍ରାଏଲଗଣ ସହିତ ବାସ କରୁଥିଲେ। ଏବଂ ସେଠାରେ ଯିହୋଶୂୟ ସମସ୍ତ ନିୟମ ପାଠ କରିଥିଲେ, ଯାହାକି ମୋଶାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା।

ଗିବିୟୋନୀୟମାନେ ଯିହୋଶୂୟଙ୍କୁ ଠକିଲେ

ଯର୍ଦ୍ଦନ ପଶ୍ଚିମ ପାରିସ୍ଥ ସମୁଦାୟ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ୟସାଗରର ଉପକୂଳ ବର୍ତ୍ତୀ ଲିବାନୋ‌ନ୍‌ର ଦୂର ଅଞ୍ଚଳରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ରାଜଗଣ ବିଷୟରେ ଏହି କଥା ଶୁଣିଲେ। ସେମାନେ ଯିହୋଶୂୟ ଓ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ, ଏକତ୍ରିତ ହେଲେ ଓ ସୈନ୍ୟବାହିନୀରେ ଯୋଗ ଦେଲେ।

ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷୟରେ ଗିବିୟୋନର ଲୋକମାନେ ଶୁଣିଲେ। ତା’ପରେ ସେମାନେ କପଟଭାବରେ କାର୍ଯ୍ୟ କଲେ। ସେମାନେ ପୁରୁଣା ଅଖା ଓ ତାଳିପକା ଦ୍ରାକ୍ଷାକୁମ୍ପା ଗଧ ଉପରେ ନଦିଲେ। ସେମାନେ ମଧ୍ୟ ପାଦରେ ପୁରୁଣା ତାଳିପକା ଜୋତା ଓ ଦେହରେ ପୁରୁଣା ତାଳିପକା ଲୁଗା ପିନ୍ଧିଲେ। ସେମାନେ ଶୁଖିଲା ଓ ଫିମ୍ପା ରୋଟୀ ଗଧ ଉପରେ ନଦିଲେ। ଏହିପରି ଭାବରେ ସେମାନେ ଗି‌ଲ୍‌ଗଲ୍ ନିକଟସ୍ଥ

ଯିହୋଶୂୟଙ୍କ ଛାଉଣିକୁ ଯାଇ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂରଦେଶରୁ ଆସିଛୁ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଚୁକ୍ତି କର।”

ତେଣୁ ଇସ୍ରାଏଲୀୟ ଲୋକମାନେ ହିବ୍ବୀୟ ଲୋକମାନଙ୍କୁ କହିଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ। ଆମ୍ଭେ ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ ନାହିଁ। ଯେପର୍ଯ୍ୟନ୍ତ ଆମ୍ଭେ ନ ଜାଣିଛୁ ତୁମ୍ଭେ କେଉଁଠାରୁ ଆସିଛ।”

ଏଥିରେ ହିବ୍ବୀୟମାନେ ଉତ୍ତର ଦେଇ କହିଲେ, “ଆମ୍ଭେ ତୁମ୍ଭମାନଙ୍କର ଦାସ।”

କିନ୍ତୁ ଯିହୋଶୂୟ ପଗ୍ଭରିଲେ, “ତୁମ୍ଭେମାନେ କିଏ? ତୁମ୍ଭେମାନେ କେଉଁଠାରୁ ଆସିଅଛ?”

ଲୋକମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭର ସେବକଗଣ। ଆମ୍ଭେମାନେ ବହୁତ ଦୂର ଦେଶରୁ ଆସିଅଛୁ। ଆମ୍ଭେମାନେ ଆସିଲୁ, କାରଣ ଆମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟମାନ ବିଷୟରେ ଶୁଣିଲୁ। ସେ କିପରି ମିଶରରେ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ ତାହା ଆମ୍ଭେ ଜାଣିବାକୁ ପାଇଲୁ। 10 ଏବଂ ଯର୍ଦ୍ଦନ ପୂର୍ବପାରିସ୍ଥ ହି‌ଷ୍‌ବୋନ୍ ରାଜା ସୀହୋନ୍ ଓ ଅଷ୍ଟାରୋତ୍ ନିବାସୀ ବାଶନ ରାଜା, ଓଗ୍, ଇମୋରୀୟମାନଙ୍କ ଦୁଇଜଣ ରାଜାଙ୍କୁ କେମିତି ପରାଜିତ କଲ, ତାହା ସବୁ ଆମ୍ଭେମାନେ ଶୁଣିଅଛୁ। 11 ଏଣୁ ଆମ୍ଭମାନଙ୍କର ପ୍ରାଚୀନବର୍ଗ ଏବଂ ଆମ୍ଭମାନଙ୍କ ଦେଶରେ ଲୋକମାନେ କହିଲେ, ‘ତୁମ୍ଭମାନଙ୍କର ଯାତ୍ରାପାଇଁ ପ୍ରଚୁର ଖାଦ୍ୟ ନେଇ ଯାଅ ଏବଂ ଇସ୍ରାଏଲୀୟମାନଙ୍କ ସହିତ ସାକ୍ଷାତ କର।’ ତାଙ୍କୁ କୁହ, ‘ଆମ୍ଭେମାନେ ତୁମ୍ଭର ଦାସ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଏକ ଶାନ୍ତି ଚୁକ୍ତି କର।’

12 “ଦେଖ ଆମ୍ଭେ ଘରୁ ଆସିଲାବେଳେ ଆଣିଥିବା ତଟକା ରୋଟୀ କିପରି ଶୁଖି ଫିମ୍ପି ମାରି ଗଲାଣି। 13 ପୁଣି ଦେଖ, ଏହିସବୁ ଦ୍ରାକ୍ଷାରସର କୁମ୍ପା ନୂତନ ଦ୍ରାକ୍ଷା ରସରେ ଭର୍ତ୍ତି କରିଥିଲୁ ତାହା ଫାଟି ଯାଇଛି। ଏବଂ ଆମ୍ଭକୁ ଲକ୍ଷ୍ୟକର, ବହୁତ ଦୂର ଯାତ୍ରା କରିଥିବାରୁ ଆମ୍ଭମାନଙ୍କର ଲୁଗା ଓ ଜୋତା କିପରି ପୁରୁଣା ହୋଇଗଲାଣି।”

14 ତେଣୁ ସେମାନେ ସେମାନଙ୍କର ଖାଦ୍ୟ ନମୁନାକୁ ପରୀକ୍ଷା କଲେ। କିନ୍ତୁ ଏହା ପାଇଁ ସେମାନେ ସଦାପ୍ରଭୁଙ୍କର ଅନୁମତି ଲୋଡ଼ି ନ ଥିଲେ। 15 ଯିହୋଶୂୟ ଶାନ୍ତିଚୁକ୍ତି ପାଇଁ ରାଜି ହୋଇଗଲେ। ସେ ସେମାନଙ୍କୁ ଜୀବିତ ରଖିବାକୁ ରାଜି ହେଲେ। ତେଣୁ ଇସ୍ରାଏଲର ନେତୃବର୍ଗ ସେମାନଙ୍କ ନିକଟରେ ଶପଥ କଲେ।

16 ସେମାନେ ତିନି ଦିନ ପରେ ସେମାନଙ୍କ ସହିତ ଚୁକ୍ତି କଲେ, ଇସ୍ରାଏଲର ଲୋକମାନେ ହୃଦୟଙ୍ଗମ କଲେ ଯେ, ସେମାନେ ଇସ୍ରାଏଲ ଛାଉଣି ନିକଟରେ ବାସ କରୁଛନ୍ତି। 17 ତେଣୁ ଇସ୍ରାଏଲର ଲୋକମାନେ ସେ ଲୋକମାନେ ଯେଉଁଠାରେ ବାସ କରୁଥିଲେ, ସେହି ସ୍ଥାନକୁ ଗଲେ ଏବଂ ତୃତୀୟ ଦିନ, ଗିବିୟୋନ, କଫୀରା, ବେରୋତ୍ ଓ କିରିୟ‌‌ତ୍‌‌ଯିଆରିମ୍ ନଗରମାନଙ୍କୁ ଆସିଲେ। 18 କିନ୍ତୁ ଇସ୍ରାଏଲର ସୈନ୍ୟମାନେ ସେହିସବୁ ନଗର ବିରୁଦ୍ଧରେ ଯୁଦ୍ଧ କରିବାକୁ ରାଜି ହେଲେ ନାହିଁ। କାରଣ ଇସ୍ରାଏଲର ନେତୃବର୍ଗ, ଏପରି ନ କରିବାକୁ ସଦାପ୍ରଭୁଙ୍କ ଆଗରେ ଶପଥ କରିଥିଲେ।

ତେଣୁ ସମସ୍ତ ଇସ୍ରାଏଲୀୟଗଣ ସେମାନଙ୍କର ନେତୃବର୍ଗ ବିରୁଦ୍ଧରେ ଶାନ୍ତି ଚୁକ୍ତି ପାଇଁ ଅଭିଯୋଗ କଲେ। 19 କିନ୍ତୁ ଅଧିପତିଗଣ କହିଲେ, “ଆମ୍ଭେମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଗରେ ଶପଥ କରିଅଛୁ। ତେଣୁ ଏବେ ସେମାନଙ୍କର କ୍ଷତି କରି ପାରିବୁ ନାହିଁ। 20 ଆମ୍ଭେମାନେ ଏହି ଲୋକମାନଙ୍କ ପ୍ରତି ଏହା କରିବା, ଆମ୍ଭେ ସେମାନଙ୍କୁ ଜୀବିତ ରଖିବା, ଆମ୍ଭେମାନେ ଏହି ଲୋକମାନଙ୍କ ସହିତ ଚୁକ୍ତି କରିଅଛୁ ଏବଂ ଯଦି ଆମ୍ଭେ ଏହାକୁ ଭଙ୍ଗ କରୁ, ସଦାପ୍ରଭୁ ଆମ୍ଭମାନଙ୍କ ଉପରେ ରାଗିବେ। 21 ତେଣୁ ସେମାନଙ୍କୁ ଜୀବିତ ଛାଡ଼ିଦିଅ। କିନ୍ତୁ ସେମାନେ ଆମ୍ଭର ସେବକଗଣ ହେବେ। ସେମାନଙ୍କୁ ଆମ୍ଭମାନଙ୍କ ପାଇଁ କାଠ କାଟିବାକୁ ଦିଅ ଓ ଆମ୍ଭର ଲୋକମାନଙ୍କ ପାଇଁ ପାଣି ଆଣନ୍ତୁ।” ତେଣୁ ଅଧିପତିମାନେ ସେମାନଙ୍କର ଶପଥ ଭାଙ୍ଗିଲେ ନାହିଁ।

22 ଯିହୋଶୂୟ ଗିବିୟୋନୀୟମାନଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଆମ୍ଭକୁ କାହିଁକି ମିଛ କହିଲ? ଆମ୍ଭର ସେନା ଛାଉଣି ନିକଟରେ ତୁମ୍ଭର ଦେଶ, କିନ୍ତୁ ତୁମ୍ଭେମାନେ କହିଲ ଯେ, ତୁମ୍ଭେମାନେ ବହୁତ ଦୂରରୁ ଆସିଅଛ। 23 ଏଥିନିମନ୍ତେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ। ତୁମ୍ଭେମାନେ ମୋର ପରମେଶ୍ୱରଙ୍କ ଗୃହର କାଠ ‌‌କଟାଳୀ ଓ ଜଳ ‌‌କଢ଼ାଳୀ ହୋଇ ସବୁଦିନ ପାଇଁ ରହିବ।”

24 ଗିବିୟୋନୀୟମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭ ସମ୍ମୁଖରେ ମିଛ କହିଲୁ କାରଣ ଆମ୍ଭେମାନେ ତୁମ୍ଭକୁ ଭୟ କରିଗଲୁ, କାଳେ ତୁମ୍ଭେ ଆମ୍ଭକୁ ମାରି ଦେବ। ଆମ୍ଭେ ଜାଣିବାକୁ ପାଇଲୁ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଆଜ୍ଞା ଦେଇଥିଲେ। ତେଣୁ ଆମ୍ଭର ଜୀବନ ଭୟରେ ଆମ୍ଭେ ତୁମ୍ଭ ନିକଟରେ ମିଥ୍ୟା କହିଲୁ। 25 ବର୍ତ୍ତମାନ ଆମ୍ଭେ ତୁମ୍ଭର ଅଧୀନ। ତୁମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।”

26 ତେଣୁ ଗିବିୟୋନୀୟମାନେ ସେମାନଙ୍କର କ୍ରୀତଦାସ ହୋଇ ରହିଲେ। କିନ୍ତୁ ଯିହୋଶୂୟ ସେମାନଙ୍କୁ ଜୀବିତ ରଖିଲେ। ଯିହୋଶୂୟ ସେ ଲୋକମାନଙ୍କୁ ମାରିବା ପାଇଁ ତାଙ୍କ ଲୋକମାନଙ୍କୁ ଅନୁମତି ଦେଇ ନ ଥିଲେ। 27 ଯିହୋଶୂୟ ଗିବିୟୋନୀୟମାନଙ୍କୁ ଇସ୍ରାଏଲ ପାଇଁ କ୍ରୀତଦାସ ଭାବେ ଗ୍ରହଣ କଲେ। ଆଉ ସେହି ଦିନଠାରୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ଇସ୍ରାଏଲ ଲୋକମାନଙ୍କ ପାଇଁ କାଠ ‌‌କଟାଳୀ ଓ ଜଳ ‌‌କଢ଼ାଳୀରୂପେ କାର୍ଯ୍ୟ କଲେ। ସଦାପ୍ରଭୁ ଏହା କରାଇବାକୁ ଯେବେ ପସନ୍ଦ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଦାସ ଅଟନ୍ତି।

ଲୂକ ଲିଖିତ ସୁସମାଗ୍ଭର 1:21-38

21 ତେଣେ ଲୋକମାନେ ବାହାରେ ଜିଖରିୟଙ୍କୁ ଅପେକ୍ଷା କରିଥିଲେ। ସେମାନେ ଆଶ୍ଚର୍ଯ୍ୟ ହେଲେ ଯେ ଏତେ ସମୟ ପର୍ଯ୍ୟନ୍ତ ଜିଖରିୟ ମନ୍ଦିର ଭିତରେ କାହିଁକି ଅଟକି ରହିଛନ୍ତି! 22 ଯେତେବେଳେ ଜିଖରିୟ ବାହାରକୁ ଆସିଲେ, ସେତେବେଳେ ସେ କିଛି କଥା କହି ପାରୁ ନ ଥିଲେ। ତେଣୁ ସେମାନେ ବୁଝି ପାରିଲେ ଯେ, ସେ ମନ୍ଦିର ଭିତରେ କୌଣସି ଦିବ୍ୟଦର୍ଶନ ପାଇଛନ୍ତି। ସେ ମୂକ ହୋଇ ଯାଇଥିଲେ ଓ କେବଳ ଠାରରେ କହୁଥିଲେ। 23 ଜିଖରିୟଙ୍କ ସେବାକାର୍ଯ୍ୟର ସମୟ ଶେଷ ହୋଇଯିବା ପରେ ସେ ଘରକୁ ଫେରିଗଲେ।

24 ତା’ପରେ ଜିଖରିୟଙ୍କ ପତ୍ନୀ ଏଲୀଶାବେଥ ଗର୍ଭବତୀ ହେଲେ, ତେଣୁ ଏଲୀଶାବେଥ ଘର ବାହାରକୁ ପାଞ୍ଚମାସ ପର୍ଯ୍ୟନ୍ତ ବାହାରିଲେ ନାହିଁ। ଏଲୀଶାବେଥ କହିଲେ, 25 “ଦେଖ, ଶେଷରେ ପରମେଶ୍ୱର ମୋତେ ସାହାଯ୍ୟ କରିଛନ୍ତି। ଲୋକମାନଙ୍କ ମଧ୍ୟରେ ମୋର ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମୋ’ ପ୍ରତି ସଦୟ ହୋଇଛନ୍ତି।”

କୁମାରୀ କନ୍ୟା ମରିୟମ

26-27 ଏଲୀଶାବେଥଙ୍କର ଗର୍ଭର ଷଷ୍ଠ ମାସ ଗ୍ଭଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତରେ ବାସ କରୁଥିବା ଜଣେ କୁମାରୀକନ୍ୟା ପାଖକୁ ପରମେଶ୍ୱର ଦୂତ ଗାବ୍ରିଏଲଙ୍କୁ ପଠାଇଲେ। ଦାଉଦଙ୍କ ବଂଶଜ ଯୋଷେଫ ନାମକ ଜଣେ ପୁରୁଷ ସହିତ ସେ କନ୍ୟାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା। 28 ସ୍ୱର୍ଗଦୂତ ସେହି କନ୍ୟା ପାଖକୁ ଆସି କହିଲେ, “ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।”

29 ମରିୟମ ସ୍ୱର୍ଗଦୂତଙ୍କ କଥା ଶୁଣି ଉ‌ଦ୍‌ବିଗ୍ନ ହୋଇଗଲେ। ତାହାଙ୍କ ଅଭିବାଦନର ଅର୍ଥ କ’ଣ ହୋଇପାରେ, ସେହି କଥା ଭାବି ସେ ଚିନ୍ତାରେ ପଡ଼ିଗଲେ।

30 ସ୍ୱର୍ଗଦୂତ ତାହାଙ୍କୁ କହିଲେ, “ମରିୟମ! ଭୟ କର ନାହିଁ। କାରଣ ପରମେଶ୍ୱର ତୁମ୍ଭ ଉପରେ ପ୍ରସନ୍ନ ହୋଇଛନ୍ତି। 31 ଶୁଣ, ତୁମ୍ଭେ ଗର୍ଭବତୀ ହେବ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେବ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। 32 ସେ ମହାନ୍ ହେବେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ୱର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ। 33 ସେ ଅନନ୍ତକାଳ ପର୍ଯ୍ୟନ୍ତ ଯାକୁବବଂଶ ଉପରେ ରାଜତ୍ୱ କରିବେ। ଯୀଶୁଙ୍କ ରାଜ୍ୟର କେବେ ହେଲେ ଶେଷ ହେବ ନାହିଁ।”

34 ମରିୟମ ସ୍ୱର୍ଗଦୂତଙ୍କୁ ପଗ୍ଭରିଲେ, “ଏହା କିପରି ଘଟିବ? ମୁଁ ଏବେ ମଧ୍ୟ କୁମାରୀ ଅଛି?”

35 ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହିଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହେବେ। ସେ ପରମେଶ୍ୱରଙ୍କ ପୁତ୍ରଭାବରେ ଖ୍ୟାତ ହେବେ। 36 ତୁମ୍ଭର ସମ୍ପର୍କୀୟ ଏଲୀଶାବେଥ ମଧ୍ୟ ଗର୍ଭବତୀ ଅଛନ୍ତି। ବହୁତ ବୁଢ଼ୀ ହୋଇଯାଇଥିଲେ ମଧ୍ୟ ସେ ଏବେ ଗୋଟିଏ ପୁତ୍ରସନ୍ତାନକୁ ଜନ୍ମ ଦେବେ। ସମସ୍ତେ ଭାବୁଥିଲେ ଯେ, ସେ ଏଣିକି ଆଉ ସନ୍ତାନସନ୍ତତି ପାଇବାକୁ ସମର୍ଥ ହେବେ ନାହିଁ। କିନ୍ତୁ ସେ ଏବେ ଛଅ ମାସର ଗର୍ଭବତୀ ଅଟନ୍ତି। 37 ପରମେଶ୍ୱର ସବୁକିଛି କରି ପାରନ୍ତି। ତାହାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ।”

38 ମରିୟମ କହିଲେ, “ମୁଁ ପ୍ରଭୁଙ୍କର ଦାସୀ କନ୍ୟା ଅଟେ। ତୁମ୍ଭେ ମୋତେ ଯାହା କହିଲ, ମୋ’ ପାଇଁ ତାହା ହିଁ ହେଉ।” ତା’ପରେ ସ୍ୱର୍ଗଦୂତ ତାହାଙ୍କ ପାଖରୁ ଗ୍ଭଲିଗଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center