Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 16-18

ନିସ୍ତାରପର୍ବ

16 “ଆବୀବ ମାସର ପର୍ବକୁ ରଖ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସମ୍ମାନ ଦେବା ପାଇଁ ନିସ୍ତାରପର୍ବ ପାଳନ କର। କାରଣ ଆବୀବ ମାସରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ରାତ୍ରିକାଳରେ ମିଶରରୁ ବାହାର କରି ଆଣିଲେ। ତୁମ୍ଭେ ନିସ୍ତାରପର୍ବୀୟ ନୈବେଦ୍ୟ ପାଇଁ ଗୋମେଷାଦି ପଲରୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଦେବ, ଯେଉଁଠାରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି। ତୁମ୍ଭେମାନେ ଏହି ପର୍ବରେ ଖମିର ଭୋଜନ କରିବା ଉଚିତ୍ ନୁହଁ। ସାତ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ‘ତାଡ଼ି ଶୂନ୍ୟ ରୋଟୀ’ ଭୋଜନ କରିବା ଉଚିତ୍, ଗରିବର ରୋଟୀ। କାରଣ ତରବର ହୋଇ ତୁମ୍ଭେମାନେ ମିଶର ଦେଶ ପରିତ୍ୟାଗ କଲ। ଏହିପରି ଭାବରେ ତୁମ୍ଭ ଜୀବନ ସାରା ମିଶର ଦେଶରୁ ଆସିଥିବା କଥା ମନେ ରଖିବ। ଏବଂ ସାତ ଦିନ ତୁମ୍ଭର ସବୁଆଡ଼େ ତାଡ଼ି ଦେଖା ନ ଯାଉ। ପ୍ରଥମ ଦିନର ସନ୍ଧ୍ୟା ସମୟରେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।

“ସଦାପ୍ରଭୁ ତୁମ୍ଭକୁ ଯେଉଁ ନଗର ଦେବେ ତହିଁର କୌଣସି ନଗର ମଧ୍ୟରେ ତୁମ୍ଭେମାନେ ନିସ୍ତାରପର୍ବୀୟ ବଳି ଉତ୍ସର୍ଗ କରିବା ଉଚିତ୍ ନୁହେଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେଠାରେ ନିସ୍ତାରପର୍ବର ବଳି ଉତ୍ସର୍ଗ କରିବା ଉଚିତ୍। ସନ୍ଧ୍ୟା ସମୟର, ସୂର୍ଯ୍ୟାସ୍ତ ବେଳେ ତୁମ୍ଭେ ତାହା କର। ଠିକ୍ ସେହି ସମୟରେ ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଅଣା ହୋଇଥିଲା। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତାହା ରାନ୍ଧି ଭୋଜନ କରିବ। ତହୁଁ ତୁମ୍ଭେ ପ୍ରଭାତରେ ଆପଣା ତମ୍ବୁକୁ ଫେରିଯିବ। ତୁମ୍ଭେମାନେ ଛଅ ଦିନ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ, ପୁଣି ସପ୍ତମ ଦିନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହାସଭା ହେବ। ତହିଁରେ ତୁମ୍ଭେ କୌଣସି କାର୍ଯ୍ୟ କରିବ ନାହିଁ।

ସପ୍ତାହର ପର୍ବ

“ତୁମ୍ଭେମାନେ କ୍ଷେତ୍ରର ଶସ୍ୟ ଛେଦନ କରିବାର ସମୟାବଧି ସାତ ସପ୍ତାହ ଗଣନା କରିବାକୁ ଆରମ୍ଭ କରିବ। 10 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଆଶୀର୍ବାଦ ଅନୁସାରେ ତୁମ୍ଭେ ପ୍ରଚୁର ପରିମାଣରେ ଆପଣା ହସ୍ତର ସ୍ୱେଚ୍ଛାଦତ୍ତ ଉପହାର ଦେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସପ୍ତାହ ସମୂହର ଉତ୍ସବ ପାଳନ କରିବ। 11 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପାଇଁ ଯେଉଁ ସ୍ଥାନ ନିର୍ଣ୍ଣୟ କରିବେ, ସେହି ସ୍ଥାନରେ ତାଙ୍କ ସମ୍ମୁଖରେ ତୁମ୍ଭେ ଓ ତୁମ୍ଭ ପୁତ୍ର ତୁମ୍ଭର କନ୍ୟା ଓ ତୁମ୍ଭର ଦାସ ଦାସୀ, ତୁମ୍ଭ ନଗର ଦ୍ୱାରର ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ, ପିତୃହୀନ, ବିଧବା ସମସ୍ତେ ଆନନ୍ଦ କରିବ। 12 ପୁଣି ତୁମ୍ଭେ ଯେ ମିଶରରେ ଦାସ ଥିଲୁ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ।

କୁଟୀର ପର୍ବ

13 “ତୁମ୍ଭେମାନେ ଯେତେବେଳେ ଖଳାରୁ ଶସ୍ୟ ସଂଗ୍ରହ କରି ସାରିଲା ପରେ ଓ ଯେତେବେଳେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ସଂଗ୍ରହ କଲାପରେ ସାତ ଦିନ ପାଇଁ କୁଟୀରପର୍ବ ପାଳନ କରିବ। 14 ଉତ୍ସବ ସମୟରେ ତୁମ୍ଭେ ଓ ତୁମ୍ଭ ପୁତ୍ର, କନ୍ୟା, ଦାସ, ଦାସୀ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ ଓ ବିଦେଶୀ ପିତୃହୀନ ଓ ବିଧବା ତୁମ୍ଭେ ସମସ୍ତେ ଆନନ୍ଦ କରିବ। 15 ସଦାପ୍ରଭୁଙ୍କର ମନୋନୀତ ସ୍ଥାନରେ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ସାତ ଦିନ ଉତ୍ସବ ପାଳନ କରିବ। କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟରେ ଓ ତୁମ୍ଭ ସମସ୍ତ କଠିନ କର୍ମ ପାଇଁ ତୁମ୍ଭକୁ ଆଶୀର୍ବାଦ କରିବେ। ତେଣୁ ତୁମ୍ଭେ ଆନନ୍ଦିତ ହେବା ଉଚିତ୍।

16 “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାରପର୍ବ ଓ ସପ୍ତାହ ସମୂହର ପର୍ବ ସମୟରେ ଓ କୁଟୀର ପର୍ବ ସମୟରେ ମାତ୍ର ସେମାନେ ତୁଚ୍ଛା ହାତରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ଉଚିତ୍ ନୁହଁ। 17 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନୁସାରେ ତୁମ୍ଭର ପ୍ରତ୍ୟେକ ଜଣ ଆପଣା ସାଧ୍ୟ ପ୍ରମାଣେ ଦେବ।

ଲୋକମାନଙ୍କ ପାଇଁ ବିଗ୍ଭରକର୍ତ୍ତା ଓ ଅଧିକାରୀଗଣ

18 “ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ୱାରା ଦତ୍ତ ସମସ୍ତ ସହର ପାଇଁ ବିଗ୍ଭରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରତ୍ୟେକ ଗୋଷ୍ଠୀୟ ଏପରି କରିବା ଉଚିତ୍। ଏବଂ ସେହି ଲୋକମାନେ ସେମାନଙ୍କୁ ଶାସନ କରିବେ ଓ ନ୍ୟାୟ ସୁରକ୍ଷିତ କରିବେ। 19 ତୁମ୍ଭେ ସର୍ବଦା ନ୍ୟାୟବାନ ହେବ। ନ୍ୟାୟରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭେମାନେ ଉତ୍କୋଚ ନେଇ ଅନ୍ୟାୟ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମିକମାନଙ୍କର ବାକ୍ୟ ଅନ୍ୟଥା କରେ। 20 ଯାହା ସର୍ବୋତଭାବେ ଯଥାର୍ଥ, ତୁମ୍ଭେ ତା’ର ଅନୁଗାମୀ ହୁଅ। ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।

ପ୍ରତିମାଗୁଡ଼ିକୁ ପରମେଶ୍ୱର ଘୃଣା କରନ୍ତି

21 “ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ଯେଉଁ ଯଜ୍ଞବେଦି ନିର୍ମାଣ କରିବ, ତହିଁ ନିକଟରେ ଆଶେରାର ମୂର୍ତ୍ତି ବୋଲି କୌଣସି ପ୍ରକାର କାଠ ସ୍ଥାପନ କରିବ ନାହିଁ। 22 ମୂର୍ତ୍ତିଗୁଡ଼ିକ ସକାଶେ, କୌଣସି କୀର୍ତ୍ତୀସ୍ତମ୍ଭ ସ୍ଥାପନ କର ନାହିଁ, ଯାହାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଘୃଣା କରନ୍ତି।

କେବଳ ନିଖୁଣ ପ୍ରାଣୀକୁ ବଳି ଉତ୍ସର୍ଗ କର

17 “ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ଉତ୍ସର୍ଗ କରିବ ବାଛୁରି ହେଉ କିଅବା ମେଷ ହେଉ, ସେମାନଙ୍କର କୌଣସି ଖୁଣ ନ ଥିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାହାକୁ ଘୃଣା କରନ୍ତି।

ମୂର୍ତ୍ତିପୂଜା ପାଇଁ ଦଣ୍ତ

“ଯଦି କେତେକ ପୁରୁଷ ଓ ସ୍ତ୍ରୀ ସଦାପ୍ରଭୁଙ୍କର ନିୟମ ଅବମାନନା କରନ୍ତି ଏବଂ ପାପ କରନ୍ତି ଏବଂ ମୋ’ ଆଦେଶ ବିରୁଦ୍ଧରେ ଯାଆନ୍ତି, ଯେକୌଣସି ନଗର ମଧ୍ୟରେ ଯେଉଁଗୁଡ଼ିକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି ଏବଂ ତାଙ୍କର ନିୟମ ଭଙ୍ଗ କରନ୍ତି। ଏବଂ ଅନ୍ୟ ଦେବଗଣର ସେବା କରନ୍ତି ଓ ସୂର୍ଯ୍ୟ, ଚନ୍ଦ୍ର କିଅବା କୌଣସି ଆକାଶୀୟ ବାହିନୀକୁ ପୂଜା କରନ୍ତି ଯାହା ମୁଁ ଆଦେଶ ଦେଇ ନାହିଁ। ଯଦି ତୁମ୍ଭେମାନେ ଏପରି କିଛି ଶୁଣ, ତେବେ ତୁମ୍ଭେ ଏଗୁଡ଼ିକୁ ଭଲଭାବେ ଅନୁଧ୍ୟାନ କରିବ। ଯଦି ତୁମ୍ଭେ ଜାଣିବ ଏହା ସତ୍ୟ ତେବେ ଜାଣିବ ଇସ୍ରାଏଲର ଘୋର ଅବନତୀ ଘଟିଛି। ଯଦି ତୁମ୍ଭେ ପ୍ରମାଣ କଲ ଏପରି ଘଟିଛି। ତେବେ ଏପରି ଅପକର୍ମ କରିଥିବା ସେହି ଲୋକଙ୍କୁ ଦଣ୍ତିତ କରିବ। ତୁମ୍ଭେ ସେହି ଲୋକଟିକୁ ନଗରଦ୍ୱାର ବାହାରକୁ ଆଣି ପଥର ଫିଙ୍ଗି ତାକୁ ସମସ୍ତଙ୍କ ଆଗରେ ମାରିବା ଉଚିତ୍, ସେ ପୁରୁଷ କିମ୍ବା ସ୍ତ୍ରୀ ହୋଇଥାଉ କେବଳ ଜଣେ ସାକ୍ଷୀ ପାଇଲେ ତାକୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍ ନୁହଁ। କିନ୍ତୁ ଯଦି ତା’ର ଦୁଇଟି ବା ଦୁଇଟିରୁ ଅଧିକ ସାକ୍ଷୀ ଥାଏ ତେବେ ତାକୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍। ସାକ୍ଷୀମାନେ ପ୍ରଥମେ ସେହି ଲୋକକୁ ମାରିବା ପାଇଁ ପ୍ରଥମେ ପଥର ଫିଙ୍ଗିବେ। ଏହା ପରେ ଅନ୍ୟ ସମସ୍ତ ଲୋକେ ତାକୁ ପଥରମାନ ଫିଙ୍ଗି ମାରିବେ। ଏହିପରି ଭାବରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଷ୍ଟ ଲୋକମାନଙ୍କୁ ବାହାର କରିବ।

ନ୍ୟାୟାଳୟର କଠିନ ନିଷ୍ପତ୍ତି

“ଏପରି କେତେକ ଘଟିପାରେ ଯାହାକି ତୁମ୍ଭମାନଙ୍କ ବିଗ୍ଭର ପାଇଁ ତୁମ୍ଭମାନଙ୍କୁ କଷ୍ଟ ହୋଇପାରେ। ଏପରିକି ରକ୍ତପାତ, ଚୁକ୍ତି ବିବାଦ, ବିବାଦ ମଧ୍ୟରେ ଆଘାତ ଦେଖାଯାଏ। ଏପରି ଘଟଣାମାନ ବିଗ୍ଭର ପାଇଁ ଯଦି ତୁମ୍ଭମାନଙ୍କୁ କଠିନ ହୁଏ, ତେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିରୂପିତ ସ୍ଥାନକୁ ସମସ୍ତେ ଆସିବ। ତୁମ୍ଭେ ଲେବୀ ପରିବାରବର୍ଗର ଯାଜକମାନଙ୍କ ପାଖକୁ ଓ ବିଗ୍ଭରକର୍ତ୍ତା ନିକଟକୁ ଯିବା ଉଚିତ୍, ଯେଉଁମାନେ ସେସମୟରେ ଉପସ୍ଥିତ ଥିଲେ। ଆଉ ତୁମ୍ଭେମାନେ ବୁଝିବ ତହିଁରେ ସେମାନେ ତୁମ୍ଭକୁ ବିଗ୍ଭରର ନିଷ୍ପତ୍ତି ଜଣାଇବେ। 10 ତେଣୁ ସଦାପ୍ରଭୁ ମନୋନୀତ ସ୍ଥାନରୁ ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତହିଁର ମର୍ମ ଅନୁସାରେ ତୁମ୍ଭେ କର୍ମ କରିବ। 11 ବ୍ୟବସ୍ଥାର ମର୍ମ ଅନୁସାରେ ସେମାନେ ତୁମ୍ଭକୁ ଯାହା ଶିଖାଇବେ ଓ ବିଗ୍ଭରର ନିଷ୍ପତ୍ତି ବିଷୟରେ ସେମାନେ ତୁମ୍ଭକୁ ଯାହା କହିବେ ଓ ତୁମ୍ଭେମାନେ ସେହିପରି କରିବ। ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତାହାକୁ ବଦଳାଇବ ନାହିଁ।

12 “ଯେଉଁ ବ୍ୟକ୍ତି ଯାଜକର ବିଗ୍ଭର ଅବମାନନା କରିବାକୁ ସାହସ କରେ ଯିଏ କି ଛିଡ଼ା ହୁଏ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସେବା କରେ, ତାକୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ୍। ତେଣୁ ତୁମ୍ଭେ ଇସ୍ରାଏଲରୁ କୁକର୍ମ ବାହାର କରିଦେବା ଉଚିତ୍। 13 ଇସ୍ରାଏଲର ସମସ୍ତ ଲୋକେ ଏକଥା ଶୁଣିବେ, ସେମାନେ ଭୟ କରିବେ ଓ ଆଉ ଏପରି କରିବାକୁ କେହି ସାହସ କରିବେ ନାହିଁ।

କିପରି ରାଜା ବାଛିବ

14 “ତୁମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶମଧ୍ୟକୁ ପ୍ରବେଶ କରିବ। ତୁମ୍ଭେମାନେ ସେଠାରେ ବାସ କରିବ। ଏହା ପରେ ତୁମ୍ଭେମାନେ ଏପରି କହିବ ଯେ, ‘ଅନ୍ୟ ଗୋଷ୍ଠୀୟମାନଙ୍କ ପରି ଆମ୍ଭେ ମଧ୍ୟ ଆମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କରିବା।’ 15 ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯାହାକୁ ମନୋନୀତ କରିବେ, ତାଙ୍କୁ ହିଁ ତୁମ୍ଭେ ତୁମ୍ଭମାନଙ୍କ ଉପରେ ରାଜା କରିବ। ତୁମ୍ଭେମାନେ ଆପଣା ଭାତୃଗଣମାନଙ୍କ ମଧ୍ୟରୁ ଜଣକୁ ଆପଣା ଉପରେ ରାଜାଭାବେ ନିଯୁକ୍ତ କରିବ। ଯିଏ ତୁମ୍ଭର ଭାଇ ନୁହେଁ ଏପରି ବିଦେଶୀୟ ବ୍ୟକ୍ତିକୁ ରାଜା ଭାବେ ମନୋନୀତ କରିବ ନାହିଁ। 16 କିନ୍ତୁ ସେହି ରାଜା ନିଜ ପାଇଁ ଅନେକ ଅଶ୍ୱ ରଖିବ ନାହିଁ। କିଅବା ଅନେକ ଅଶ୍ୱ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକୁ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, ‘ଏହି ସମୟଠାରୁ ତୁମ୍ଭେମାନେ ଆଉ ଏ ପଥରେ ଫେରିବ ନାହିଁ।’ 17 କିଅବା ରାଜାମାନେ ଅନେକ ସ୍ତ୍ରୀ ରଖିପାରିବେ ନାହିଁ। ଯଦି ସେ ଏପରି କରେ, ତେବେ ସେ ବିପଥଗାମୀ ହେବ। ଯେଉଁ ଲୋକ ରାଜା ହେବ, ସେ ଆପଣା ପାଇଁ ଅଧିକ ସୁନା ଓ ରୂପା ରଖିପାରିବ ନାହିଁ।

18 “ଏବଂ ସେ ଯେତେବେଳେ ଶାସନ କରିବାକୁ ସିଂହାସନରେ ବସେ, ଲେବୀୟ ଯାଜକମାନେ ରଖିଥିବା ନଳାକାର ନିୟମ ପୁସ୍ତକରେ ଏକ ନକଲ ସେ ନିଜ ପାଇଁ କରିବା ଉଚିତ୍। 19 ଏବଂ ତାହା ତାଙ୍କ ନିକଟରେ ରହିବ। ଏବଂ ସେ ତାକୁ ଯାବଜ୍ଜୀବନ ପାଠ କରିବ। ତହିଁରେ ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବାକୁ ଓ ଏହି ବ୍ୟବସ୍ଥାର ସମସ୍ତ ବାକ୍ୟ ଓ ବିଧି ପାଳନ କରିବାକୁ ଶିକ୍ଷା କରିବ। 20 ତାଙ୍କର ହୃଦୟ ଅହଙ୍କାରି ହେବା ଉଚିତ୍ ନୁହଁ। ସେ ନିୟମରୁ ବିମୁଖ ହେବା ଉଚିତ୍ ନୁହଁ। ନିୟମକୁ ଠିକ୍ ଭାବରେ ସେ ପାଳନ କରିବା ଉଚିତ୍। ତେବେ ସେ ଓ ତା’ର ଭବିଷ୍ୟଦ୍ ବଂଶଧରମାନେ ଇସ୍ରାଏଲରେ ବହୁଦିନ ଧରି ରାଜତ୍ୱ କରିବେ।

ଯାଜକ ଓ ଲେବୀମାନଙ୍କୁ ସମର୍ଥନ

18 “ଲେବୀୟ ପରିବାରବର୍ଗ ଇସ୍ରାଏଲଙ୍କଠାରୁ କୌଣସି ଅଂଶ କି ଅଧିକାର ପାଇବେ ନାହିଁ। ଯେଉଁମାନେ ଯାଜକ ହେବେ, ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାଙ୍କର ଅଧିକୃତ ଦ୍ରବ୍ୟ ଭୋଗ କରିବେ। ସେହି ଲେବୀୟମାନେ ଅନ୍ୟ ପରିବାରବର୍ଗ ପରି ଭୂମିରୁ ଅଧିକାର ପାଇବେ ନାହିଁ। ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସଦାପ୍ରଭୁ ହିଁ ସେମାନଙ୍କର ଅଧିକାର।

“ତୁମ୍ଭେମାନେ ଯେତେବେଳେ ବଳିଦାନ କରିବ, ତୁମ୍ଭେମାନେ ଯାଜକଙ୍କୁ ଏହି ଅଂଶ ଯଥା: ଆଗ-ଚଟୁଆ, ଦୁଇଗାଲ ଓ ପାକସ୍ଥଳୀ ଦେବ। ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର, ଆପଣା ତୈଳର, ଆପଣା ମେଷ ଲୋମର ପ୍ରଥମ ଭାଗ ଯାଜକଗଣଙ୍କୁ ନିଶ୍ଚିତ ଦେବ। କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶଧର ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି।

“ସମସ୍ତ ଇସ୍ରାଏଲ ମଧ୍ୟରେ ତୁମ୍ଭର କୌଣସି ନଗରଦ୍ୱାରରେ ଯେଉଁ ଲେବୀୟ ଲୋକ ପ୍ରବାସ କରେ, ସେ ଯେବେ ଆପଣା ପ୍ରାଣର ସମ୍ପୂର୍ଣ୍ଣ ଇଚ୍ଛା ସହିତ ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଆସିବ। ସେହି ସ୍ଥାନରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବାର ଆପଣା ସମସ୍ତ ଲେବୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ସେବା କରିବ। ଲେବୀୟମାନେ ଆପଣା ପୈତୃକ ଅଧିକାରର ମୂଲ୍ୟଛଡ଼ା ସେମାନଙ୍କ ସମାନ ଭୋଜନର ଅଂଶ ପାଇବେ।

ଇସ୍ରାଏଲୀୟମାନେ ଅନ୍ୟ ଦେଶୀୟମାନଙ୍କ ପରି ରହିବେ ନାହିଁ

“ତୁମ୍ଭେମାନେ ଯେତେବେଳେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ପ୍ରବେଶ କରି ବାସ କରିବ, ସେ ଲୋକମାନଙ୍କ ତୁଲ୍ୟ ଘୃଣ୍ୟ କାର୍ଯ୍ୟଗୁଡ଼ିକ କରିବାକୁ ତୁମ୍ଭେମାନେ ଶିଖିବା ଉଚିତ୍ ନୁହେଁ। 10 ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ଯଜ୍ଞବେଦି ଅଗ୍ନିରେ ଦ‌‌ଗ୍‌‌ଧ କରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, ଗଣକ କି ମାୟାବିଙ୍କଠାରୁ କିଛି ଶିକ୍ଷା କରିବ ନାହିଁ। 11 ମୋହକ, ଭୂତୁଡ଼ିୟା, ଗୁଣୀ କି ପ୍ରେତ ପରାମର୍ଶୀ ଲୋକ ତୁମ୍ଭ ମଧ୍ୟରେ କେହି ଯେପରି ଦେଖାଯିବ ନାହିଁ। 12 କାରଣ ଏପରି କର୍ମ ଯିଏ କରେ, ସେ ସଦାପ୍ରଭୁଙ୍କର ଘୃଣାର ପାତ୍ର, ଏବଂ ସେହି ଘୃଣ୍ୟକର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉଛନ୍ତି। 13 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହେବ।

ସଦାପ୍ରଭୁଙ୍କର ବିଶେଷ ଭବିଷ୍ୟ‌ଦ୍‌ବକ୍ତା

14 “ସେହି ଅନ୍ୟ ଦେଶୀୟ ଲୋକମାନଙ୍କୁ ଯେଉଁମାନଙ୍କୁ ତୁମ୍ଭେମାନେ ଦେଶରୁ ତଡ଼ି ଦେଉଛ। ସେହି ଲୋକମାନେ ମନ୍ତ୍ରଜ୍ଞମାନଙ୍କର ଯାଦୁକାରୀ କଥା ଶୁଣନ୍ତି। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ଏପରି କରିବାକୁ ଦେବେ ନାହିଁ। 15 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାଙ୍କୁ ପଠାଇବେ। ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ତୁମ୍ଭମାନଙ୍କ ମଧ୍ୟରୁ ବାଛିବେ। ସେ ମୋ’ ତୁଲ୍ୟ ହେବ। ତୁମ୍ଭେମାନେ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କ କଥାକୁ ପାଳନ କରିବ। 16 ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବେ। କାରଣ ତୁମ୍ଭେମାନେ ଏପରି କରିବାକୁ କହିଥିଲ। ଯେତେବେଳେ ତୁମ୍ଭେମାନେ ହୋରେବ ପର୍ବତ ନିକଟରେ ଏକତ୍ରିତ ହୋଇଥିଲ, ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯେମନ୍ତ ମରୁ, ‘ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ବାକ୍ୟ ପୁନର୍ବାର ନ ଶୁଣୁ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖୁ, ନଚେତ୍ ଆମ୍ଭେ ସବୁ ମରିଯିବୁ।’

17 “ସଦାପ୍ରଭୁ ମୋତେ କହିଲେ, ‘ସେମାନେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି। 18 ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟ‌ଦ୍‌ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ। 19 ଏହି ଭବିଷ୍ୟ‌ଦ୍‌ବକ୍ତାଗଣ ମୋର ବାକ୍ୟମାନ ପ୍ରଗ୍ଭର କରିବେ। ଏବଂ ସେ ଯେତେବେଳେ କହିବେ, ଯଦି କୌଣସି ଲୋକ ଏହାକୁ ଅମାନ୍ୟ କରେ, ତେବେ ଆମ୍ଭେ ସେହି ବ୍ୟକ୍ତିକୁ ଦଣ୍ତ ଦେବା।’

କିପରି ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାକୁ ଜାଣିବ

20 “କିନ୍ତୁ ଯେତେବେଳେ ଜଣେ ଭବିଷ୍ୟ‌ଦ୍‌ବକ୍ତା ମୋ’ ନାମରେ କୌଣସି ଅନୁଚିତ୍ କଥା କହେ, ଯାହା ମୁଁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦେଇ ନାହିଁ। ସେହି ଭବିଷ୍ୟ‌ଦ୍‌ବକ୍ତାର ମୃତ୍ୟୁଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତେକ ଭବିଷ୍ୟ‌ଦ୍‌ବକ୍ତା ଅନ୍ୟ ଦେବଗଣଙ୍କ ନାମରେ କହନ୍ତି, ତେବେ ସେହି ଭବିଷ୍ୟ‌ଦ୍‌ବକ୍ତାଗଣ ନିଶ୍ଚୟ ମୃତ୍ୟୁଦଣ୍ତ ପାଇବେ। 21 ତୁମ୍ଭେମାନେ ଭାବୁଥିବ ଯେ, ‘ଆମ୍ଭେ କିପରି ଜାଣିବୁ ଯେ ଭବିଷ୍ୟ‌ଦ୍‌ବକ୍ତା ଯାହା କହୁଛନ୍ତି ତାହା ପରମେଶ୍ୱରଙ୍କଠାରୁ ଆସୁଛି କି ନାହିଁ।’ 22 ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା କହେ ସେ ସଦାପ୍ରଭୁଙ୍କ ନାମ ଅନୁସାରେ କହୁଅଛି, କିନ୍ତୁ ସେପରି ଯଦି କିଛି ନ ହୁଏ, ତେବେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ଏପରି କହି ନାହାନ୍ତି। ତୁମ୍ଭେମାନେ ଏହା ଜାଣିବ ଯେ ସେହି ଭବିଷ୍ୟ‌ଦ୍‌ବକ୍ତା ଜଣକ ତାଙ୍କର ମନରୁ ଏପରି କହୁଛନ୍ତି। ତୁମ୍ଭେମାନେ ଏପରି ଲୋକମାନଙ୍କୁ ଭୟ କରିବ ନାହିଁ।

ମାର୍କ ଲିଖିତ ସୁସମାଗ୍ଭର 13:1-20

ମନ୍ଦିର ଧ୍ୱଂସ ସମ୍ପର୍କରେ ଯୀଶୁଙ୍କ ଭବିଷ୍ୟ‌ଦ୍‌ବାଣୀ(A)

13 ଯୀଶୁ ମନ୍ଦିର ମଧ୍ୟରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲା, “ଗୁରୁ, ଦେଖନ୍ତୁ, ଏ ମନ୍ଦିରର ସୁନ୍ଦର ଭବନଗୁଡ଼ିକ ଓ ତା’ର ବିଶାଳ ପଥରଗୁଡ଼ିକ କେତେ ସୁନ୍ଦର ହୋଇଛି।”

ଯୀଶୁ କହିଲେ, “ତୁମ୍ଭେ ଏହି ବିଶାଳ ଭବନଗୁଡ଼ିକ ଦେଖୁଛ? ଏହି ସମସ୍ତ ଭବନ ଧ୍ୱଂସ ପାଇଯିବ। ସବୁତକ ପଥର ଭୂମି ଉପରେ ଓଜାଡ଼ି ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ପଥର ଉପରେ ରହି ପାରିବ ନାହିଁ।”

ପରେ ଯୀଶୁ ମନ୍ଦିର ସାମନାରେ ଥିବା ଜୀତପର୍ବତ [a] ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସେମାନେ ଯୀଶୁଙ୍କୁ ବ୍ୟକ୍ତିଗତଭାବେ ପଗ୍ଭରିଲେ, “ଏ ସବୁ କେବେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହୋଇଗଲା ବୋଲି, କ’ଣ କ’ଣ ଚିହ୍ନମାନ ଦେଖାଯିବ?”

ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ସାବଧାନ! ତୁମ୍ଭକୁ କେହି ଯେପରି ପ୍ରତାରଣା କରି ନ ପାରେ। ଅନେକ ଲୋକ ଆସିବେ ଏବଂ ସେମାନେ ମୋର ନାମ ବ୍ୟବହାର କରିବେ। ସେମାନେ ଦାବି କରିବେ, ‘ମୁଁ ସେହି’। ସେମାନେ ବହୁତ ଲୋକଙ୍କୁ ପ୍ରତାରଣା କରିବେ। ତୁମ୍ଭେ ଯୁଦ୍ଧ ବିଷୟରେ କିମ୍ବା ଯୁଦ୍ଧ ଗ୍ଭଲିଥିବା ବିଷୟରେ ଉଡ଼ା ଖବର ଶୁଣି ଭୟଭୀତ ହୋଇ ଯିବ ନାହିଁ। ଅନ୍ତିମକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ। ଗୋଟିଏ ଜାତି ଅନ୍ୟ ଜାତି ବିରୁଦ୍ଧରେ, ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବ। ବହୁତ ସ୍ଥାନରେ ଭୂମିକମ୍ପ ହେବ। ଲୋକଙ୍କୁ ଖାଇବାକୁ ମିଳିବ ନାହିଁ। ଏହାସବୁ କୌଣସି ନୂତନ ଶିଶୁର ଜନ୍ମ ପୂର୍ବର ପ୍ରସବ ବେଦନା ଭଳି।

“ତୁମ୍ଭେମାନେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଗ୍ଭରାଳୟରେ ସମର୍ପି ଦେବେ। ସେମାନେ ତୁମ୍ଭମାନଙ୍କୁ ସେମାନଙ୍କର ସମାଜଗୃହଗୁଡ଼ିକରେ ପିଟିବେ। ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗରେ ଠିଆ ହେବାକୁ ବାଧ୍ୟ କରାଯିବ। ତୁମ୍ଭେମାନେ ମୋ’ ବିଷୟରେ ପ୍ରମାଣ ଦେବ। 10 କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ସବୁ ଜାତିର ଲୋକଙ୍କଠାରେ ସୁସମାଗ୍ଭର [b] ପ୍ରକାଶ୍ୟରେ ପ୍ରଗ୍ଭରିତ କରାହେବ। 11 ସେମାନେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜେରା କରିବେ। ସେମାନେ ତୁମ୍ଭମାନଙ୍କୁ ବିଗ୍ଭର ପାଇଁ ଯଦି ନିଅନ୍ତି, ତେବେ ତୁମ୍ଭେ ସେଠାରେ କ’ଣ କହିବ, ସେ ବିଷୟରେ ଆଗରୁ କେବେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ୱର ଯାହାକିଛି କହିବା ପାଇଁ ଦେବେ, ତୁମ୍ଭେ ତାହା କହିବ, କାରଣ ସେତେବେଳେ ପ୍ରକୃତରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ରଆତ୍ମା କଥା କହିବେ।

12 “ଭାଇ, ଭାଇକୁ ମରଣ ମୁଖକୁ ଠେଲି ଦେବ। ବାପା ତା’ ସନ୍ତାନକୁ ମରିବା ପାଇଁ ଦେଇ ଦେବ। ପିଲାମାନେ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ସେମାନଙ୍କୁ ମାରି ଦେବେ। 13 ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଦୃଢ଼ ହୋଇ ରହିବ, ସେ ରକ୍ଷା ପାଇବ।

14 “ତୁମ୍ଭେମାନେ, ‘ଧ୍ୱଂସ ଘଟାଉଥିବା ଭୟଙ୍କର ବସ୍ତୁକୁ’ [c] ଯେଉଁଠାରେ ନ ରହିବା ଉଚିତ୍, ସେହି ସ୍ଥାନରେ ଥିବାର ଦେଖିବ।” ଯେଉଁମାନେ ଏହା ପଢ଼ିବେ, ସେମାନେ ବୁଝିନେବା ଉଚିତ୍ ଯେ ଏହାର ଅର୍ଥ କ’ଣ? “ସେତେବେଳେ ଯିହୂଦାର ଲୋକମାନେ ପାହାଡ଼ ଉପରକୁ ପଳେଇବା ଉଚିତ୍। 15 ଯେଉଁ ଲୋକ ଘରର ଛାତ ଉପରେ ଥିବ, ସେ ଘର ଭିତରକୁ ଯାଇ କିଛି ହେଲେ ପାଇବାକୁ ତଳକୁ ନ ଆସିବା ଉଚିତ୍। 16 ଯଦି କେହି ବାହାରେ ପଡ଼ିଆରେ ଥାଏ, ସେ ନିଜ ଗ୍ଭଦର ଆଣିବା ପାଇଁ ଘରକୁ ଫେରି ନ ଯାଉ।

17 “ସେହି ସମୟ ଗର୍ଭବତୀ ମହିଳା ଓ କୋଳରେ ଛୋଟ ପିଲାଥିବା ମହିଳାମାନଙ୍କ ପାଇଁ ବହୁତ ଶୋଚନୀୟ ହେବ। 18 ପ୍ରାର୍ଥନା କର, ଯେପରି ଏ ସବୁ ଶୀତ ଦିନରେ ନ ହୁଏ। 19 କାରଣ ସେହି ଦିନ ଗୁଡ଼ିକ ବିପଦରେ ପରିପୂର୍ଣ୍ଣ ରହିବ। ସେତେବେଳେ ଏତେ ବଡ଼ ବିପଦ ମାଡ଼ି ଆସିବ ଯେ, ସେଭଳି ବଡ଼ ବିପଦ ପରମେଶ୍ୱରଙ୍କ ସୃଷ୍ଟି ରଚନା କାଳରୁ ଆଜି ପର୍ଯ୍ୟନ୍ତ କେବେ ଆସି ନାହିଁ କି ଭବିଷ୍ୟତରେ କେବେ ଆସିବ ନାହିଁ। 20 ସେହି ଭୟଙ୍କର ସମୟକୁ କମେଇ ଦେବା ପାଇଁ ପରମେଶ୍ୱର ସ୍ଥିର କରିଛନ୍ତି। ଯଦି ସେହି ସମୟ କମେଇ ଦିଆ ନ ଯିବ, ତେବେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟ କମେଇ ଦେବେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center