Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିହୋଶୂୟଙ୍କର ପୁସ୍ତକ 19-21

ଶିମିୟୋନମାନଙ୍କ ପାଇଁ ଭୂମି

19 ଏହା ପରେ ଯିହୋଶୂୟ ଶିମିୟୋନ ପରିବାରବର୍ଗମାନଙ୍କ ଗୋଷ୍ଠୀକୁ ସେମାନଙ୍କର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ଯିହୁଦାର ଅନ୍ତର୍ଗତ ଥିଲା। ସେମାନେ ଯାହାସବୁ ପାଇଲେ ତାହା ସବୁ ହେଲା, ‌ବେ‌ର୍‌ଶେବା ଓ ମୋଲାଦା। ହ‌ତ୍‌ସରଶିୟାଲ୍ ଓ ବାଲା ଏବଂ ଏ‌ତ୍‌ସମ୍। ଇଲତୋଲଦ୍, ବଥୁଲ୍ ଓ ହର୍ମା ସିକ୍ଳଗ୍ ବୈଥ-ମର୍କାବୋତ୍ ଓ ହ‌ତ୍‌ସର ସୂଷୀମ୍ ବୈଥଲବାୟୋତ୍, ଶାରୁହନ୍ ଗ୍ରାମ ସମେତ ଏହିପରି ଭାବରେ ତେରଟି ନଗର ଥିଲା।

ଐନ୍, ରିମ୍ମୋନ୍, ଏଥର ଓ ଆଶନ୍ ଗ୍ରାମ ସମେତ ଏହିପରି ଗ୍ଭରୋଟି ନଗର ଥିଲା। ବାଲ‌‌‌ତ୍‌‌‌-ବେର ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ସହରସବୁ ପାଇଲେ। ସେହି ଭୂମି ଶିମିୟୋନଙ୍କର ପରିବାରବର୍ଗକୁ ଦିଆଗଲା (ଦିଗସ୍ଥିତ ରାମତ୍) ପ୍ରତ୍ୟେକ ପରିବାର ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ। ଶିମିୟୋନ ସନ୍ତାନଗଣର ଏହି ଅଧିକାର ଯିହୁଦା ସନ୍ତାନଗଣର ଏକ ଅଂଶ ଥିଲା। କାରଣ ଯିହୁଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା। ଏଥିପାଇଁ ଶିମିୟୋନ ସନ୍ତାନଗଣ ସେମାନଙ୍କର ଅଧିକାର ମଧ୍ୟରେ ଅଧିକାର ପାଇଲେ।

ସବୂଲୂନ ପାଇଁ ଭୂମି

10 ସବୂଲୂନର ପରିବାରବର୍ଗ, ସେମାନଙ୍କର ଗୋଷ୍ଠୀମାନଙ୍କ ପ୍ରତିଜ୍ଞାନୁସାରେ ନିଜ ନିଜର ଭୂମି ଭାଗ ପାଇଲେ। ଏହାର ସୀମା ସାରୀଦ ପର୍ଯ୍ୟନ୍ତ ଥିଲା। 11 ଏହିପରି ଭାବରେ ସେମାନଙ୍କର ସୀମା ପଶ୍ଚିମରେ ମରିୟଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଥିଲା। 12 ପୁଣି ସାରୀଦରୁ ପୂର୍ବ ଦିଗରେ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଲାଗିଥିଲା। ଏହି ସୀମା ଦାବରତକୁ ଲାଗି ଯାଫିୟ ପର୍ଯ୍ୟନ୍ତ ଥିଲା। 13 ସେଠାରୁ ପୂର୍ବ ଦିଗ ଦେଇ, ଗାଥ୍-ହେଫର ମଧ୍ୟଦେଇ ଏ‌ତ୍‌କା‌‌‌ତ୍‌‌‌ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋଣ ପର୍ଯ୍ୟନ୍ତ ଲାଗିଥିଲା। 14 ଉତ୍ତର ଦିଗରେ ସେହି ସୀମା ଘେରି ରହିଥିଲା ହନ୍ନାଥୋନ ପର୍ଯ୍ୟନ୍ତ। ଏହାର ସୀମା ଯିପ୍ତହେଲ୍ ଉପତ୍ୟକା ପର୍ଯ୍ୟନ୍ତ ଲାଗିଥିଲା। 15 କଟତ୍, ନହଲୋଲ୍, ଶିମ୍ରୋଣ, ଯିଦାଲା ଓ ବୈ‌ଥ୍‌ଲେହମ ଗ୍ରାମ ସମେତ ଏହିପରି ଭାବରେ ତାଙ୍କର ବାରଟି ନଗର ଥିଲା।

16 ଏହିସବୁ ଗ୍ରାମ ନଗର ସୂବୂଲୂନ ପରିବାରବର୍ଗର ଗୋଷ୍ଠୀ ଅନୁସାରେ ସେମାନଙ୍କର ଅଧିକାର ଥିଲା

ଇଷାଖରଙ୍କ ନିମନ୍ତେ ଭୂମି

17 ଭୂମିର ଚତୁର୍ଥ ଅଂଶ ଇଷାଖର ପରିବାରବର୍ଗକୁ ଦିଆଗଲା। ପ୍ରତ୍ୟେକ ପରିବାର ସେଥିରୁ ଭାଗ ପାଇଲେ। 18 ନିମ୍ନରେ ଦିଆଯାଇଥିବା ଭୂମିଗୁଡ଼ିକ ଉକ୍ତ ପରିବାରବର୍ଗଙ୍କୁ ଦିଆଗଲା। ସେମାନେ ହେଲେ ଯିଷ୍ରିୟେଲ, କସୁଲ୍ଲୋତ ଓ ସୁନେମ୍। 19 ହଫାରୟିମ୍, ଶୀୟୋନ ଓ ଅନହରତ୍। 20 ରାବ୍ବୀତ୍, କିଶିୟୋନ ଓ ଏବସ୍। 21 ରେମତ୍ ଐନ୍-ଗନ୍ନୀମ୍ ଐ‌ନ୍‌-ହଦ୍ଦା ଓ ବୈ‌ଥ୍‌ପ‌ତ୍‌ସେସ୍।

22 ଏସବୁର ସୀମା ତାଙ୍କର ତାବୋର ଶହ‌ତ୍‌ସୀସ୍ ଓ ବୈ‌ଥ୍‌ଶେମଶ ପର୍ଯ୍ୟନ୍ତ ଥିଲା। ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମେତ ଏହି ଷୋହଳଟି ନଗର ସେମାନଙ୍କର ଅଧୀନରେ ଥିଲା। 23 ଏହି ସହର ଓ ଗ୍ରାମଗୁଡ଼ିକ ଇଷାଖର ପରିବାରବର୍ଗର ଭୂମି ଅଂଶ ବିଷେଶ ଥିଲା। ଏବଂ ଏଗୁଡ଼ିକ ସେମାନଙ୍କର ବଂଶାନୁସାରେ ପାଇଲେ।

ଆଶେର ବଂଶଧରମାନଙ୍କର ଭୂମି

24 ଏହି ଭୂମିର ପଞ୍ଚମ ଅଂଶ ଆଶେର ପରିବାରବର୍ଗମାନେ ପାଇଲେ। ସେହି ପରିବାରବର୍ଗର ପ୍ରତ୍ୟେକ ପରିବାର ସେହି ଭୂମିର ଏକ ଅଂଶ ପାଇଲେ। 25 ଯେଉଁ ଭୂମିସବୁ ସେମାନଙ୍କୁ ଦିଆଯାଇଥିଲା, ସେଗୁଡ଼ିକର ମଧ୍ୟରେ ହିଲକତ୍, ହଲୀ, ବେଟନ୍ ଓ ଅକଷଫ୍ ଥିଲା। 26 ଅଲମେଲକ୍, ଅମିୟାଦ୍ ଓ ମିଶାଲ୍

ଏବଂ ଏହା ପଶ୍ଚିମ ଦିଗରେ କର୍ମିଲ ଶୀହୋର୍-ଲିବନତ୍ ପର୍ଯ୍ୟନ୍ତ ଥିଲା। 27 ଏହା ପରେ ଏହାର ସୀମା ପୂର୍ବ ଦିଗରେ ବୈଥଦାଗୁନ୍ ଆଡ଼େ ଥିଲା। ଏହି ସୀମା ବୈଥ୍ଏମକ୍ ନୀୟେଲର ଉତ୍ତର ଦିଗରେ ସବୂଲୂନସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଥିଲା। ଏହାର ବାମ ଦିଗରେ ଥିଲା କାବୂଲ୍। 28 ଏହାର ସୀମା ଇବ୍ରୋଣ, ରହୋବ୍ ହମ୍ମୋନ୍, କାନ୍ନା ଓ ସୁଦୂର ମହାସୀଦୋନ୍ ପର୍ଯ୍ୟନ୍ତ ଲାଗିଥିଲା। 29 ଏହା ପରେ ଏହାର ସୀମା ଦକ୍ଷିଣରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକୁ ଲାଗିଥିଲା। ଏହିଠାରୁ ସେ ସୀମା ହୋଷାକୁ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମୁଦ୍ର ପର୍ଯ୍ୟନ୍ତ ଥିଲା। 30 ଉମ୍ମା, ଅଫେକ୍ ଓ ରହୋବ

ଏହିପରି ଗ୍ରାମ ସମେତ ବାଇଶିଟି ନଗର ଥିଲା। 31 ଯେଉଁଟାକି ଆଶେରର ପରିବାରବର୍ଗକୁ ଦିଆଯାଇଥିଲା। ସେହି ପରିବାରବର୍ଗର ପ୍ରତ୍ୟେକ ପରିବାର ନିଜ ନିଜର ପ୍ରାପ୍ୟ ଭୂମି ଭାଗ ପାଇଲେ।

ନପ୍ତାଲିର ବଂଶଧରଙ୍କର ଭୂମି

32 ଏହାର ଷଷ୍ଠାଂଶଟି ନପ୍ତାଲିର ପରିବାରବର୍ଗଙ୍କୁ ଦିଆଗଲା। ଏବଂ ସେହି ପରିବାରବର୍ଗର ପ୍ରତ୍ୟକ ଗୋଷ୍ଠୀ ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ। 33 ସେମାନେ ଯେଉଁସବୁରୁ ଭୂମି ପାଇଥିଲେ, ସେ ସବୁର ସୀମା ଏହିପରି ଥିଲା। ଏହା ସାନନ୍ନୀମ ନିକଟସ୍ଥ ହେ‌ଲ୍‌ଫଠାରୁ ଆରମ୍ଭ ହେଲା। ଏହାର ସୀମା ଆଦାମୀ ଯ‌‌ବ୍‌‌ନିୟେଲଠାରୁ ନେକ୍‌ବ ମଧ୍ୟଦେଇ ଗଲା। ଏହାର ସୀମା ଲ‌କ୍‌କୁମ ଓ ଯର୍ଦ୍ଦନ ନଦୀ ଶେଷଭାଗ ଯାଏ ଲାଗିଥିଲା। 34 ଏହାର ସୀମା ପଶ୍ଚିମ ଦିଗରେ ଅ‌‌ସ୍‌‌ନୋ‌ତ୍‌ତାବୋରକୁ ଲାଗିଥିଲା। ସେଠାରୁ ହୁ‌କ୍‌କୋକ୍ ପର୍ଯ୍ୟନ୍ତ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଯର୍ଦ୍ଦନ ନିକଟ ଯିହୁଦା ପର୍ଯ୍ୟନ୍ତ ଲାଗିଥିଲା। 35 ଏହାର ସୀମାରେ କେତେଗୁଡ଼ିଏ ଶକ୍ତିଶାଳୀ ନଗର ଥିଲା। ସେଗୁଡ଼ିକ ହେଲା ସବୀମ, ସେର, ହମ୍ମତ, ର‌କ୍‌କତ୍ ଓ କିନ୍ନେରତ୍। 36 ଆଦାମା, ରାମା ଓ ହା‌ତ୍‌ସୋର, 37 କେଦଶ, ଇଦ୍ରିୟୀ ଓ ଐନ ହା‌ତ୍‌ସୋର, 38 ଯିରୋଣ ମି‌ଗ୍‌ଦଲେଲ, ହୋରେମ୍ ବୈଥଂନାତ୍, ବୈ‌ଥ୍‌ଶେମଶ ଏହିସବୁ ଶକ୍ତିଶାଳୀ ନଗରଗୁଡ଼ିକ ଥିଲା। ଏହିପରି ଭାବରେ କ୍ଷେତକୁ ମିଶାଇ ଉଣିଶିଟି ନଗର ଚତୁର୍ପାର୍ଶ୍ୱରେ ଥିଲା।

39 ସେହି ପରିବାରବର୍ଗର ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ।

ଦାନ୍ ବଂଶଧରମାନଙ୍କ ଭୂମି

40 ଏହା ପରେ ଦାନ୍ ପରିବାରବର୍ଗମାନଙ୍କୁ ସପ୍ତମ ବାଣ୍ଟ ଉଠିଲା, ସେହି ଭୂମିର ସମସ୍ତ ଭାଗଟି ଦିଆଗଲା। 41 ଏହିସବୁ ଭୂମି ଯାହାକି ସେମାନଙ୍କୁ ଦିଆଯାଇଥିଲା, ସେଗୁଡ଼ିକ ହେଲା ସରିୟ, ଇଷ୍ଟାୟୋଲ, ଇରଶେମଶ, 42 ଶା‌ଲ୍‌ବୀମ୍, ଅୟାଲୋନ୍ ଓ ଯି‌ତ୍‌ଲା, 43 ଏଲୋନ୍, ତିମ୍ନାଥା ଓ ଇକ୍ରୋଣ, 44 ଇ‌ଲ‌ତ୍‌କୀ, ଗିବୋଥୋନ ଓ ବାଲତ୍, 45 ଯିହୂଦ୍, ବନେବରକ ଓ ଗାଥ୍-ରିମ୍ମୋନ୍। 46 ମେୟକୋନ୍, ର‌କ୍‌କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ।

47 କିନ୍ତୁ ଦାନ୍ ବଂଶର ଲୋକମାନେ ଏହି ଭୂମିର ଅଧିକାର ପାଇଁ ଅସୁବିଧାର ସମ୍ମୁଖୀନ ହେଲେ। ସେଠାରେ ତାଙ୍କର ବହୁତ ଶକ୍ତିଶାଳୀ ଶତ୍ରୁ ଥିଲେ। ଏବଂ ଦା‌ନ୍‌ର ଲୋକମାନେ ସେମାନଙ୍କୁ ଏତେ ସହଜରେ ପରାସ୍ତ କରି ପାରି ନ ଥିଲେ। ଯେଉଁଥିପାଇଁ ଦାନ୍ ବଂଶଧରମାନେ ଇସ୍ରାଏଲର ଉତ୍ତର ଦିଗକୁ ଗଲେ। ଏବଂ ଲେଶ‌‌ମ୍‌‌ମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ଲେଶ‌‌ମ୍‌‌ମାନଙ୍କୁ ଯୁଦ୍ଧରେ ପରାସ୍ତ କଲେ। ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କୁ ସେମାନେ ହତ୍ୟା କଲେ। ତେଣୁ ଦା‌ନ୍‌ର ଲୋକମାନେ ଲେଶ‌‌ମ୍‌‌ମାନଙ୍କର ସହରରେ ବାସ କଲେ। ଏବଂ ଦା‌ନ୍‌ର ପୂର୍ବପୁରୁଷଙ୍କ ନାମାନୁସାରେ ଲେଶ‌ମ୍‌ର ନାମ ଦାନ ରଖିଲେ। 48 ଏହି ସମସ୍ତ ନଗର, ଗ୍ରାମସବୁ ଓ ସେମାନଙ୍କର କ୍ଷେତସବୁ ଦା‌ନଙ୍କ ପରିବାରବର୍ଗଙ୍କୁ ହିଁ ଦିଆଗଲା। ପ୍ରତ୍ୟେକ ବଂଶଧର ସେମାନଙ୍କ ବଂଶ ଅନୁସାରେ ଅଧିକାର ପାଇଲେ।

ଯିହୋଶୂୟ ପାଇଁ ଭୂମି

49 ଏହିପରି ଭାବରେ ସେମାନଙ୍କ ମୂଖ୍ୟ ଭୂମିକୁ ଭାଗ କଲେ ଓ ସେଗୁଡ଼ିକ ସମସ୍ତ ପରିବାରବର୍ଗମାନଙ୍କୁ ବାଣ୍ଟିଲେ। ଏହା ସେ ଶେଷ କରିଲା ପରେ, ଇସ୍ରାଏଲୀୟ ଲୋକମାନେ ସ୍ଥିର କଲେ ନୂନର ପୁତ୍ର ଯିହୋଶୂୟଙ୍କୁ କିଛି ଭୂମି ଦେବାକୁ। ଏହିସବୁ ଭୂମି ତାଙ୍କୁ ଦିଆଯିବା ପାଇଁ ପ୍ରତିଜ୍ଞା କରାଯାଇଥିଲା। 50 ସଦାପ୍ରଭୁ ନିର୍ଦ୍ଦେଶ ଦେଇଥିଲେ, ଏହିସବୁ ଭୂମି ଦେବା ପାଇଁ। ତେଣୁ ସେମାନେ ଯିହୋଶୂୟଙ୍କୁ ଏହିସବୁ ନଗର ଦେଇଥିଲେ। ଇଫ୍ରୟିମ ପର୍ବତମୟ ଦେଶରେ ତିମତ୍-ସେରହ। ତେଣୁ ସେ ସେଠାରେ ନଗର ଗଠନ କରି ବାସ କଲେ।

51 ଏହିପରି ଭାବରେ ଇସ୍ରାଏଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରିତ ହେଲେ। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସେମାନେ ଦେଶ ବିଭାଗ ବଣ୍ଟନ ସାରି ଦେଲେ।

ନଗରଗୁଡ଼ିକର ନିରାପତ୍ତା

20 ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ମୁଁ ମୋଶାଙ୍କ ଦ୍ୱାରା ତୁମ୍ଭକୁ ନିର୍ଦ୍ଦେଶ ଦେଇଥିଲି। ମୋଶା ତୁମ୍ଭକୁ କହିଥିଲେ, ତୁମ୍ଭେମାନେ ନିଜ ନିଜ ପାଇଁ ନିରାପତ୍ତା ସହର ବାଛିବା ପାଇଁ। ଯଦି କୌଣସି ନରହତ୍ୟାକାରୀ ଭୁଲରେ ଓ ଅଜ୍ଞାତସାରରେ କାହାକୁ ବଧ କରେ ସେ ସେହି ନିରାପଦ ସହରକୁ ପଳାଇ ଯାଇପାରେ। ତେଣୁ ସେହିସବୁ ନଗର ରକ୍ତର ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ନଗର ହେବ।

ଏହି କଥା ଜଣେ ପଳାୟନକାରୀ ନିଶ୍ଚିତ କରିବ। “ନିଜ ସହରରୁ ପଳାୟନ କରୁଥିବା ଜଣେ ଲୋକ ନଗରର ପ୍ରବେଶ ଫାଟକ ପର୍ଯ୍ୟନ୍ତ ଦୌଡ଼ି ସେଠାରେ ବନ୍ଦ କରିବା ଉଚିତ୍। ତା’ ପ୍ରତି କ’ଣ ଘଟିଲା ସେ ନିହାତି ମୂଖ୍ୟ ଲୋକମାନଙ୍କୁ କହିବ। ତା’ପରେ ମୂଖ୍ୟମାନେ ତାକୁ ନଗରରେ ପ୍ରବେଶ କରିବାକୁ ଅନୁମତି ଦେବେ। ସେମାନେ ତାକୁ ସେମାନଙ୍କ ମଧ୍ୟରେ ବାସ କରିବାକୁ ସ୍ଥାନ ଦେଇ ପାରନ୍ତି। କିନ୍ତୁ ଯେଉଁ ଲୋକମାନେ ତା’ ପଛରେ ଗୋଡ଼ାଇ ଆସିବେ ନିଶ୍ଚିତ ଭାବରେ ସେମାନେ ଆସି ଏହି ନଗରରେ ପହଞ୍ଚି ପାରନ୍ତି। ଯଦି ଏହିପରି ଘଟଣା ଘଟେ ସହରର ପ୍ରାଚୀନ ବର୍ଗମାନେ ତାହାକୁ ପ୍ରତିଶୋଧ ନେବା ପାଇଁ ଆସିଥିବା ଲୋକମାନଙ୍କୁ ହସ୍ତାନ୍ତର କରିବେ ନାହିଁ। କାରଣ ସେ ଦୁର୍ଘଟଣା ବଶତଃ ଜଣେ ବ୍ୟକ୍ତିକୁ ହତ୍ୟା କରିଥିଲା। ସେ ରାଗି କରି କିମ୍ବା ଦ୍ୱେଷରେ ବା ଇଚ୍ଛାକରି ତାକୁ ହତ୍ୟା କରି ନ ଥିଲା। ଏହା ଦୁର୍ଘଟଣା ବଶତଃ ହୋଇଥିଲା। ସେହି ଲୋକଟି ସେଠାରେ ସେହି ପର୍ଯ୍ୟନ୍ତ ରହିବ ଯେପର୍ଯ୍ୟନ୍ତ ସେ ବିଗ୍ଭରକ ମଣ୍ଡଳୀ ସାକ୍ଷାତରେ ଠିଆ ହୋଇଥିବେ। ପୁଣି ସେହି ସମୟରେ ମହାଯାଜକର ମୃତ୍ୟୁ ହେବାଯାଏ, ସେ ସେହି ନଗରରେ ବାସ କରିବ। ଏହା ପରେ ସେହି ନରହତ୍ୟାକାରୀ ଯେଉଁ ନଗରରୁ ପଳାୟନ କରିଥିଲା, ନିଜର ସେହି ନଗରକୁ ଓ ନିଜ ଗୃହକୁ ଫେରିଯିବ।”

ତେଣୁ ଇସ୍ରାଏଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହା “ନିରାପଦ ସହର” ନାମରେ ପରିଚିତ। ସେହି ସହରଗୁଡ଼ିକ ଥିଲା। ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲୀରେ କେଦଶ ଇଫ୍ରୟିମ ପର୍ବତମୟ ଦେଶରେ ଶିଖିମ୍ ଓ ଯିହୁଦାର ପର୍ବତମୟ ଦେଶରେ କିରିୟଥ-ଅର୍ବ (ହିବ୍ରୋଣ) ପ୍ରତିଷ୍ଠା କଲେ। ଏହା ପରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍ ବଂଶର ସମଭୂମି ପ୍ରାନ୍ତରରେ ବେ‌ତ୍‌ସର ଓ ଗାଦ୍ ବଂଶର ଗିଲିୟଦରେ ରାମୋତ୍ ମନଃଶି ବଂଶର ବାଶନର ଗୋଲନ୍ ନିରୂପଣ କଲେ।

ସେମାନଙ୍କ ମଧ୍ୟରେ ବାସ କରୁଥିବା ଯଦି ଜଣେ ବିଦେଶୀ ଅନିଛାରେ ଜଣେ ବ୍ୟକ୍ତିକୁ ହତ୍ୟାକରେ, ତାକୁ ଯେକୌଣସି ନିରାପଦ ସହରକୁ ଯିବା ପାଇଁ ଅନୁମତି ଦିଆଯିବ। ତା’ହେଲେ ସେହି ମନୁଷ୍ୟଟି ନିରାପଦ ହେବ ଏବଂ ପ୍ରତିଶୋଧ ପାଇଁ ଗୋଡ଼ାଇଥିବା ସମ୍ପର୍କୀୟମାନଙ୍କ ଦ୍ୱାରା ମୃତ୍ୟୁଦଣ୍ଡରେ ଦଣ୍ତିତ ହେବ ନାହିଁ। ନ୍ୟାୟାଳୟରେ ବିଗ୍ଭର ହେବା ପର୍ଯ୍ୟନ୍ତ ସେହି ନିରାପଦ ସହରରେ ରହିବ।

ଲେବୀୟ ଏବଂ ଯାଜକମାନଙ୍କ ପାଇଁ ସହର

21 ଏହା ପରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶ ସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ। ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗରରେ ଲେବୀୟର ଶାସକଗଣ ତାହାଙ୍କୁ କହିଲେ, “ସଦାପ୍ରଭୁ ମୋଶାଙ୍କୁ ଆଦେଶ ଦେଇଛନ୍ତି। ସେ ଏହିପରି ଆଦେଶ ଦେଇଛନ୍ତି ଯେ, ତୁମ୍ଭେ ଆମ୍ଭକୁ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ତୁମ୍ଭେ ଆମ୍ଭକୁ ଭୂମି ଦେବ, ଯେଉଁଠାରେ ଆମ୍ଭର ପଶୁମାନେ ଚରାବୁଲା କରି ପାରିବେ।” ତେଣୁ ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କର ଏହି ବାକ୍ୟକୁ ସମ୍ମାନ ଦେଲେ ଓ ମାନି ନେଲେ। ସେମାନେ ଲେବୀୟମାନଙ୍କୁ ଏହି ସହର ଓ ଭୂମି ଦେଲେ ତାଙ୍କର ପଶୁ ଚରିବା ପାଇଁ ନିଜର ଅଧିକାର ମଧ୍ୟରୁ।

କହାତୀୟ ପରିବାର ନିମନ୍ତେ ବାଣ୍ଟ ଉଠିଲା ଲେବୀୟମାନଙ୍କ ମଧ୍ୟରୁ ହାରୋଣ ଯାଜକର ସନ୍ତାନଗଣ ଯିହୁଦା ବଂଶରୁ, ଶିମିୟୋନ ବଂଶରୁ ଓ ବିନ୍ୟାମୀନ ବଂଶରୁ ତେରଟି ନଗର ପାଇଲେ।

କହାତର ଅବଶିଷ୍ଟ ବଂଶଧରମାନେ ଇଫ୍ରୟିମ ବଂଶର ସମସ୍ତ ବଂଶରୁ ଓ ଦାନବଂଶ ଏବଂ ମନଃଶିର ଅର୍ଦ୍ଧବଂଶରୁ ଦଶ ନଗର ପାଇଲେ।

ଗେର୍ଶୋନର ସନ୍ତାନଗଣ ଇଷାଖର ବଂଶର ସମସ୍ତ ବଂଶରୁ ଏବଂ ଆଶେର ବଂଶ, ନପ୍ତାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରୁ ତେରଟି ନଗର ପାଇଲେ।

ମରାରି ସନ୍ତାନଗଣ ନିଜ ନିଜ ବଂଶାନୁସାରେ ରୁବେନ୍ ବଂଶ, ଗାଦ୍ ବଂଶ, ସବୂଲୂନ ବଂଶରୁ ଏହିପରି ବାରଟି ନଗର ପାଇଲେ।

ଏହିପରି ଇସ୍ରାଏଲ ସନ୍ତାନଗଣ ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି ଭାବରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ।

ଏବଂ ସେମାନେ ଯିହୁଦା ସନ୍ତାନଗଣ ବଂଶରୁ ଓ ଶିମିୟୋନ ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ। ସେ ଯେଉଁ ସହରଗୁଡ଼ିକ ଦାନ କଲେ ତାହାର ନାମ ଲିଖିତ ଅଛି। 10 ପ୍ରଥମ ପସନ୍ଦ ସହର ଭିତରେ ଲେବୀୟମାନଙ୍କୁ ଦିଆଗଲା କହାତର ବଂଶୀୟମାନଙ୍କର ହେଲା। 11 ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରିୟଥ୍ଅର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥ ଗ୍ଭରଣଭୂମି ଦେଲେ। ହିବ୍ରୋଣ ନାମରେ ନାମିତ ଅର୍ବ ଯେ କି ଅନାକର ପିତା ଥିଲା। ତାଙ୍କର ନାମ ଅନୁସାରେ ଏହି ସ୍ଥାନର ନାମ ଅର୍ବ ରଖାଯାଇ ଥିଲା। 12 ସେହି ନଗରର ଖୋଲା କ୍ଷେତ୍ର ଓ ତାହାର ଗ୍ରାମମାନ ସେମାନେ ଯିଫୁନ୍ନିର ପୁତ୍ର କାଲେ‌ବ୍‌କୁ ଅଧିକାର କରିବାକୁ ଦେଲେ। 13 ତେଣୁ ସେମାନେ ହାରୋଣଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କୁ ହିବ୍ରୋଣ ନଗର ଦେଲେ। ହିବ୍ରୋଣ ଥିଲା ନିରାପଦର ସହର। ସେମାନେ ମଧ୍ୟ ହାରୋଣର ଉତ୍ତରାଧିକାରୀମାନଙ୍କୁ ଲି‌‌ବ୍‌‌ନା ସହର ଦେଲେ। 14 ଯତ୍ତୀର ଓ ତହିଁ ତଳଭୂମି, ଇଷ୍ଟମୋୟ ଓ ତା’ର ତଳଭୂମି। 15 ହୋଲୋନ୍, ତା’ର ତଳଭୂମି, ଦବୀର ଓ ତା’ର ତଳଭୂମି। 16 ଐନ୍ ଓ ତହିଁର ତଳଭୂମି, ଯୁଟା ଓ ତହିଁର ତଳଭୂମି, ବୈ‌ଥ୍‌ଶେମଶ୍ ଓ ତା’ର ତଳଭୂମି ସେହି ଦୁଇ ବଂଶରୁ ଏହିପରି ନଅ ଗୋଟି ନଗର ଦେଲେ।

17 ପୁଣି ବିନ୍ୟାମୀନ ବଂଶରୁ ଗିବିୟୋନ ଓ ତା’ର ତଳଭୂମି, ଗେବା ଓ ତା’ର ତଳଭୂମି, 18 ଅନାଥୋତ୍ ଓ ତା’ର ତଳଭୂମି, ଅ‌ଲ୍‌ମୋନ୍ ଓ ତା’ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ। 19 ହାରୋଣର ସନ୍ତାନ ଯାଜକମାନଙ୍କର ସର୍ବସୁଦ୍ଧା ତଳଭୂମି ସମେତ ତେରଟି ନଗର ହେଲା।

20 କହାତର ଅବଶିଷ୍ଟ ସନ୍ତାନଗଣ ଯେଉଁମାନେ କି କହାତ ସନ୍ତାନ ଲେବୀୟମାନଙ୍କ ବଂଶ ସମୂହ ଇଫ୍ରୟିମ ବଂଶରୁ ସେମାନଙ୍କର ନିଜର ନଗର ବାଣ୍ଟି ନେଲେ। 21 ଇଫ୍ରୟିମ ପର୍ବତମୟ ଦେଶରୁ ଶିଖିମି, ଗେଷର ସହର ସେମାନଙ୍କୁ ଦିଆଗଲା। ଶିଖିମ ଏକ ନିରାପଦ ସହର ଥିଲା। 22 କି‌ବ୍‌‌ସୟିମ୍ ଓ ତା’ର ତଳଭୂମି, ବୈ‌ଥ୍‌ହୋରଣ ଓ ତା’ର ତଳଭୂମି ଏହିପରି ସେମାନଙ୍କ ଗ୍ଭରିଟି ନଗର ଦେଲେ।

23 ଦାନ ପରିବାରବର୍ଗ ଇ‌ଲ‌ତ୍‌କୀ ଓ ଗିବ୍ବଥୋନ୍ ସେମାନଙ୍କୁ ଦେଲେ। 24 ଅୟାଲୋନ ଓ ତା’ର ତଳଭୂମି, ଗାଥ୍‌ରିମ୍ମୋନ ଓ ତା’ର ତଳଭୂମି ଏହିପରି ଭାବରେ ଗ୍ଭରି ନଗର ଦେଲେ।

25 ମନଃଶିର ଅର୍ଦ୍ଧ ବଂଶରୁ ତାନକ୍ ଓ ତା’ର ତଳଭୂମି, ଗାଥ୍‌ରିମ୍ମୋନ ଓ ତା’ର ତଳଭୂମି ଏହିପରି ଦୁଇଟି ନଗର ଦେଲେ।

26 କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳଭୂମି ସମେତ ଦଶ ଗୋଟି ନଗର ହେଲା।

27 ଗେର୍ଶୋନ୍ ପରିବାର ମଧ୍ୟ ଲେବୀୟ ପରିବାରବର୍ଗରୁ ଥିଲେ।

ମନଃଶିର ଅର୍ଦ୍ଧବଂଶ ବାଶନ ଅନ୍ତର୍ଗତ ଗୋଲନ୍ ନଗର ନିରାପତ୍ତାର ନଗର ଏବଂ ବିଷ୍ଟରା ଓ ତା’ର ତଳଭୂମି ଏହି ଦୁଇଟି ନଗର ଦେଲେ।

28 ଇଷାଖର ପରିବାରବର୍ଗକୁ କିଶିୟୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା’ର ତଳଭୂମି, 29 ଯର୍ମୂତ୍ ଓ ତା’ର ତଳଭୂମି ଐନ-ଗନ୍ନିମ ଓ ତା’ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।

30 ଏବଂ ଆଶେର ବଂଶରୁ ମିଶାଲ୍ ଓ ତା’ର ତଳଭୂମି, ଅ‌‌ବ୍‌‌ଦୋନ୍ ଓ ତା’ର ତଳଭୂମି। 31 ହିଲକତ୍ ଓ ତା’ର ତଳଭୂମି, ରହୋବ୍ ଓ ତା’ର ତଳଭୂମି, ଏହିପରି ଗ୍ଭରୋଟି ନଗର ଦେଲେ।

32 ନପ୍ତାଲି ବଂଶରୁ ଗାଲିଲୀ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର କେଦଶ ଓ ତା’ର ତଳଭୂମି, ହମୋତ୍-ଦୋର ଓ ତା’ର ତଳଭୂମି, କର୍ତ୍ତନ ଓ ତା’ର ତଳଭୂମି, ଏହିପରି ଭାବରେ ସେହି ତିନୋଟି ନଗର ଦେଲେ।

33 ନିଜ ନିଜ ବଂଶାନୁସାରେ ଗେର୍ଶୋନୀୟ ଲୋକମାନେ ସର୍ବସୁଦ୍ଧା ତଳଭୂମି ସମେତ ତେରଟି ନଗର ପାଇଲେ।

34 ଏହା ପରେ ସେମାନେ ମରାରି ସନ୍ତାନଗଣର ପରିବାରବର୍ଗନୁସାରେ ଅବଶିଷ୍ଟ ଲେବୀୟ ଗୋଷ୍ଠୀଙ୍କୁ, ସବୂଲୂନ ବଂଶରୁ ଯଗ୍ନିୟାମ୍ ଓ ତା’ର ତଳଭୂମି କାର୍ତ୍ତା ଓ ତା’ର ତଳଭୂମି, 35 ଦିମ୍ନା ନହଲୋଲ୍ ଓ ସବୂଲୂନର ସମସ୍ତ ପରିବାରବର୍ଗ ସେମାନଙ୍କୁ ଗ୍ଭରୋଟି ସହର ଓ କ୍ଷେତ୍ର ଦେଲେ। 36 ରୁବେନ୍ ବଂଶରୁ ବେ‌ତ୍‌ସର ତଳଭୂମି, ଯହସ ଓ ତା’ର ତଳଭୂମି। 37 କଦେମୋତ୍ ଓ ତା’ର ତଳଭୂମି, ମେଫାତ୍ ଓ ତା’ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ। 38 ଗାଦ୍ ପରିବାରବର୍ଗ ସେମାନଙ୍କୁ ଗିଲିୟଦ ଅନ୍ତର୍ଗତ ରାମୋତ୍, ନିରାପଦ ନଗରୀ ଓ ତା’ ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଏବଂ ମହନୀୟିମ୍ ଓ ତା’ର ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଦେଲେ। 39 ହି‌ଷ୍‌ବୋନ୍, ଯାସେର ଓ ତା’ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ।

40 ଏହିପରି ଭାବରେ ଲେବୀୟମାନଙ୍କ ଅବଶିଷ୍ଟ ବଂଶ, ମରାରି ସନ୍ତାନଗଣର ନିଜ ନିଜ ବଂଶ ଅନୁସାରେ ସେମାନେ ବାରଟି ନଗର ପାଇଲେ।

41 ଏହିପରି ଭାବରେ ଲେବୀୟମାନେ ଅଠଗ୍ଭଳିଶ୍‌ଟି ସହର ଓ ତଳଭୂମି ପାଇଲେ। ଏହି ସମସ୍ତ ଅଞ୍ଚଳ ଅନ୍ୟ ବଂଶଧରଙ୍କର ଅଧିକାରରେ ଥିଲା। 42 ଏହି ପ୍ରତ୍ୟେକ ସହର ସହିତ ତା’ର ଚତୁର୍ପାର୍ଶ୍ୱରେ ତଳଭୂମି ଥିଲା। ଏହା ସମସ୍ତ ପଶୁମାନଙ୍କ ପାଇଁ କ୍ଷେତ ଥିଲା।

43 ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇସ୍ରାଏଲୀୟବାସୀଙ୍କ ସମ୍ମୁଖରେ ତାକୁ ପୁରଣ କଲେ। ସେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସେମାନଙ୍କୁ ଦେଲେ। ଲୋକମାନେ ସେ ଜମିକୁ ନିଜ ଅଧିକାରକୁ ନେଲେ ଓ ସେଠାରେ ବାସ କଲେ। 44 ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ କରିଥିବା ତାଙ୍କର ସମସ୍ତ ଶପଥ ଅନୁସାରେ ଗ୍ଭରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ। ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କର ଆଗରେ ଠିଆ ହୋଇ ପାରିଲେ ନାହିଁ। ସଦାପ୍ରଭୁ ସେମାନଙ୍କର ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। 45 ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେଉଁ ଉତ୍ତମ ପ୍ରତିଜ୍ଞା କରିଥିଲେ, ସେଥି ମଧ୍ୟରୁ ଗୋଟିଏ ହେଲେ କଥା ବିଫଳ ହେଲା ନାହିଁ। ସଦାପ୍ରଭୁଙ୍କର ସମସ୍ତ କଥା ସଫଳ ହେଲା।

ଲୂକ ଲିଖିତ ସୁସମାଗ୍ଭର 2:25-52

ଶିମିୟୋନ ଯୀଶୁଙ୍କୁ ଦେଖାକଲେ

25 ଯିରୁଶାଲମରେ ଶିମିୟୋନ ନାମରେ ଜଣେ ଅତ୍ୟନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇସ୍ରାଏଲକୁ ସାନ୍ତ୍ୱନା କରିବା ନିମନ୍ତେ ପରମେଶ୍ୱର କେବେ ଆସିବେ, ସେହି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ରଆତ୍ମା ତାହାଙ୍କ ମଧ୍ୟରେ ଥିଲେ। 26 ପବିତ୍ରଆତ୍ମା ତାହାଙ୍କୁ କହି ଦେଇଥିଲେ ଯେ, ସେ ପ୍ରଭୁ ପରମେଶ୍ୱରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନ କରିବା ପୂର୍ବରୁ ତାହାଙ୍କର ମୃତ୍ୟୁ ହେବ ନାହିଁ। 27 ଆତ୍ମା ଶିମିୟୋନଙ୍କୁ ମନ୍ଦିରକୁ କଢ଼େଇ ଆଣିଲେ। ଯିହୂଦୀମାନଙ୍କ ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ପାଇଁ ଯୋଷେଫ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗରେ ନେଇ ମନ୍ଦିରକୁ ଗଲେ। 28 ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନେଇ ପରମେଶ୍ୱରଙ୍କ ସ୍ତୁତିଗାନ କରି କହିଲେ:

29 “ପ୍ରଭୁ, ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତିରେ ମରିବାକୁ ଦିଅ।
30 ମୁଁ ମୋ’ ଆଖିରେ ତୁମ୍ଭର ପରିତ୍ରାଣକୁ ଦେଖିଛି।
31     ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଆଗରେ ପ୍ରସ୍ତୁତ କରିଛ।
32 ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦେଖାଇବା ପାଇଁ ଆଲୋକ ଅଟନ୍ତି
    ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।”

33 ଯୀଶୁଙ୍କ ବାପାମା ଯୀଶୁଙ୍କ ବିଷୟରେ ଶିମିୟୋନଙ୍କ ମୁହଁରୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। 34 ତା’ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉ‌ତ୍‌ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ। 35 ଲୋକମାନଙ୍କ ମନ ଭିତରେ ଥିବା ଗୋପନକଥା ପ୍ରକାଶିତ ହେବ। ସେହି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।”

ହାନ୍ନା ଯୀଶୁଙ୍କୁ ଦେଖାକଲେ

36 ସେତେବେଳେ ହାନ୍ନା ନାମରେ ଜଣେ ମହିଳା ଭବିଷ୍ୟ‌ଦ୍‌ବକ୍ତ୍ରୀ ମନ୍ଦିର ଭିତରେ ଥିଲେ। ସେ ଆଶେର ବଂଶର ଫିନୂୟେଲଙ୍କ ଝିଅ ଥିଲେ। ହାନ୍ନା ବହୁତ ବୁଢ଼ୀ ହୋଇ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହିତ ରହିଥିଲେ। 37 ତା’ପରେ ତାହାଙ୍କର ସ୍ୱାମୀ ମରିଗଲେ ଓ ସେ ବିଧବା ହୋଇ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହୋଇଥିଲା। ହାନ୍ନା ସବୁବେଳେ ମନ୍ଦିରରେ ରହୁଥିଲେ। କେବେ ହେଲେ ସେ ମନ୍ଦିର ଛାଡ଼ି ଯାଇ ନ ଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ୱରଙ୍କ ଉପାସନା କରୁଥିଲେ।

38 ସେ ସେହି ସମୟରେ ଶିଶୁ ଓ ତା’ର ବାପାମାଙ୍କ ପାଖକୁ ଆସିଲେ। ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଯେଉଁମାନେ ଯିରୁଶାଲମର ମୁକ୍ତିର ଅପେକ୍ଷାରେ ଥିଲେ, ସେହି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟରେ କହିଲେ।

ଯୋଷେଫ ଓ ମରିୟମ ଘରକୁ ଫେରିଗଲେ

39 ଯୋଷେଫ ଓ ମରିୟମ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ତା’ପରେ ସେମାନେ ଗାଲିଲୀ ପ୍ରଦେଶର ନିଜ ନଗର ନାଜରିତକୁ ଫେରିଗଲେ। 40 ସାନ ଶିଶୁଟି ଦିନକୁ ଦିନ ବଢ଼ିବାକୁ ଲାଗିଲେ। ସେ ହୃଷ୍ଟପୁଷ୍ଟ ଓ ବୁଦ୍ଧିମାନ ହେବାକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ୱରଙ୍କର ଆଶୀର୍ବାଦ ଥିଲା।

ବାଳକ ଯୀଶୁ

41 ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ଯିରୁଶାଲମ ଯାଉଥିଲେ। 42 ଯୀଶୁଙ୍କୁ ବାରବର୍ଷ ବୟସ ହୋଇଥିବା ସମୟରେ ସବୁଥର ଭଳି ସେମାନେ ପର୍ବକୁ ଗଲେ। 43 ପର୍ବ ଦିନତକ ଶେଷ ହୋଇଯିବା ପରେ ସେମାନେ ଘରକୁ ଫେରୁଥିଲେ। କିନ୍ତୁ ବାଳକ ଯୀଶୁ ଯିରୁଶାଲମରେ ରହିଗଲେ। ତାହାଙ୍କ ବାପାମା ଏ କଥା ଜାଣି ନ ଥିଲେ। 44 ଦଳ ଭିତରେ ପୁଅ ଅଛି ଭାବି ଯୋଷେଫ ଓ ମରିୟମ ପୁରା ଦିନେ ଯାତ୍ରା କରିସାରିଥିଲେ। ତା’ପରେ ସେମାନେ ନିଜ ପରିବାର ଲୋକ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଭିତରେ ଯୀଶୁଙ୍କୁ ଖୋଜିଲେ। 45 କିନ୍ତୁ ସେମାନେ ଯୀଶୁଙ୍କୁ ପାଇଲେ ନାହିଁ। ତେଣୁ ସେମାନେ ଯୀଶୁଙ୍କୁ ଖୋଜି ଖୋଜି ଯିରୁଶାଲମ ଫେରି ଆସିଲେ।

46 ତିନି ଦିନ ପରେ ସେମାନେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ସବୁ ପଗ୍ଭରୁଥିଲେ। 47 ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡ଼ିକ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। 48 ଯୀଶୁଙ୍କ ବାପାମା ତାହାଙ୍କୁ ଦେଖି ବିସ୍ମିତ ହୋଇଗଲେ। ତାହାଙ୍କ ମା ତାହାଙ୍କୁ ପଗ୍ଭରିଲେ, “ପୁଅରେ! ତୁ ଆମ ସାଙ୍ଗରେ ଏପରି କାହିଁକି କଲୁ? ତୋ’ ବାପା ଓ ମୁଁ ତୋତେ ଖୋଜି ଖୋଜି ବହୁତ ଚିନ୍ତିତ ହୋଇ ପଡ଼ିଲୁଣି।”

49 ଏହି ଶୁଣି ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଥିଲ? ଯେଉଁଠାରେ ମୋର ପରମପିତାଙ୍କର କାର୍ଯ୍ୟ ଅଛି, ମୁଁ ସେଠାରେ ନିଶ୍ଚୟ ଥିବିବୋଲି ତୁମ୍ଭେମାନେ କ’ଣ ଜାଣି ନାହଁ?” 50 କିନ୍ତୁ ସେମାନେ ଯୀଶୁଙ୍କର କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ।

51 ଯୀଶୁ ସେମାନଙ୍କ ସହିତ ନାଜରିତକୁ ଗଲେ। ସେ ବାପାମାଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମା ତଥାପି ଏହିସବୁ କଥା ନିଜ ମନ ଭିତରେ ରଖି ଚିନ୍ତା କରୁଥିଲେ। 52 ଯୀଶୁ ଜ୍ଞାନରେ, ଶରୀରରେ ଏବଂ ପରମେଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center