Old/New Testament
ଅବୀମେଲକ୍ ରାଜା ହେଲେ
9 ଅବୀମେଲକ୍ ଥିଲା ଯିରୁବ୍ବାଲ୍ର ପୁତ୍ର। ଶିଖିମରେ ଥିବା ନିଜର ମାମୁଁମାନଙ୍କୁ ଦେଖିବାକୁ ଗଲା। ସେ ତାଙ୍କର ମାମୁଁମାନଙ୍କୁ ଏବଂ ତା’ର ମାର ସମସ୍ତ ପରିବାରକୁ କହିଲା। 2 “ଶିଖିମ୍ ପ୍ରାଚୀନମାନଙ୍କୁ ପଗ୍ଭର: ‘ଯିରୁବ୍ବାଲ୍ର ସତୁରି ପୁତ୍ରଯାକ ତୁମ୍ଭ ଉପରେ ଶାସନ କରନ୍ତୁ ନା ଜଣେ ମାତ୍ର ପୁତ୍ର ଶାସନ କରନ୍ତୁ, କେଉଁଟା ତୁମ୍ଭ ପାଇଁ ଭଲ ହେବ? ମନେରଖ ମୁଁ ତୁମ୍ଭମାନଙ୍କର ରକ୍ତ ସମ୍ପର୍କୀୟ।’”
3 ତାଙ୍କ ମାତାର ଭାଇମାନେ ଶିଖିମର ଲୋକମାନଙ୍କୁ ଏ କଥା ଜଣାଇଲା ପରେ ତାଙ୍କ ପକ୍ଷରେ ଏସବୁ କଥା କହନ୍ତେ ଅବୀମେଲକର ପଶ୍ଚାଦ୍ଗାମୀ ହେବାକୁ ସେମାନେ ସମ୍ମତି ପ୍ରଦାନ କଲେ। କାରଣ ସେମାନେ କହିଲେ, “ଯାହା ହେଲେ ବି ସେ ଆମ୍ଭର ଭାଇ।” 4 ତେଣୁ ପ୍ରାଚୀନମାନେ ତାକୁ ବାଲ୍ବରୀତର ମନ୍ଦିରରୁ ସତୁରି ଖଣ୍ତ ରୂପା ଦେଲେ। ସେହି ରୂପାଖଣ୍ଡରେ ଅବୀମେଲକ୍ କେତେକ ଅଦରକାରୀ ଓ ଲୋକମାନଙ୍କୁ ରଖିଲା। ଯେଉଁଆଡ଼େ ସେ ଗଲା ସେମାନେ ତାକୁ ଅନୁସରଣ କଲେ।
5 ଅବୀମେଲକ୍ ନିଜର ପିତୃଗୃହ ଅଫ୍ରାକୁ ଗଲା। ସେ ତା’ର ସତୁରି ଜଣ ଭାଇମାନଙ୍କୁ ସେଠାରେ ଗୋଟିଏ ପଥରରେ ହତ୍ୟା କଲା। କିନ୍ତୁ ଯିରୁବ୍ବାଲ୍ର କନିଷ୍ଠ ପୁତ୍ର ନିଜକୁ ଲୁଗ୍ଭଇ ରଖିଲା। ତା’ର ନାମ ଯୋଥମ୍ ଥିଲା।
6 ଶିଖିମର ନେତୃବର୍ଗମାନେ ଓ ମିଲ୍ଲୋ ଗୃହ ନିବାସୀଗଣ ଏକତ୍ରିତ ହେଲେ। ସେହି ସମସ୍ତ ଲୋକମାନେ ଶିଖିମରେ ଥିବା ସ୍ତମ୍ଭ ନିକଟସ୍ଥ ଅଲୋନବୃକ୍ଷମୂଳରେ ଅବୀମେଲକକୁ ସେମାନଙ୍କର ରାଜା କଲେ।
ଯୋଥମର କାହାଣୀ
7 ଯୋଥମ୍ ଜାଣିବାକୁ ପାଇଲେ ଯେ, ନଗରର ସମସ୍ତ ଲୋକ ଶିଖିମର ନେତୃବର୍ଗ ଅବୀମେଲକକୁ ସେମାନଙ୍କର ରାଜା କରିଛନ୍ତି। ଏ କଥା ଶୁଣି ସେ ଗରିଷୀମ ପର୍ବତ ଉପରେ ଠିଆ ହୋଇ ଲୋକମାନଙ୍କୁ ଉଚ୍ଚସ୍ୱରରେ କହିଲେ, ତୁମ୍ଭେ ଶିଖିମ ନଗରର ନେତୃବର୍ଗଗଣ,
“ମୋ’ କଥା ଶୁଣ, ତା’ପରେ ପରମେଶ୍ୱର ତୁମ୍ଭମାନଙ୍କ କଥା ଶୁଣିବେ।
8 “ଏକ ସମୟରେ ବୃକ୍ଷସବୁ ନିଜ ଉପରେ ରାଜା ଅଭିଷେକ କରିବାକୁ ଗଲେ। ସେମାନେ ଜୀତ ବୃକ୍ଷକୁ କହିଲେ, ‘ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
9 “ମାତ୍ର ବୃକ୍ଷ ସେମାନଙ୍କୁ କହିଲେ, ‘ମୋର ମୂଲ୍ୟବାନ୍ ତେଲ ଦ୍ୱାରା ମନୁଷ୍ୟ ଓ ପରମେଶ୍ୱର ସମ୍ମାନିତ ହୁଅନ୍ତି। ମୁଁ କ’ଣ ବୃକ୍ଷମାନଙ୍କ ପାଇଁ ଏଣେ ତେଣେ ଯାଇ ମୋର ମୂଲ୍ୟବାନ୍ ତେଲ ଦେବାକୁ ବନ୍ଦ କରି ଦେବି?’
10 “ତେଣୁ ବୃକ୍ଷମାନେ ଡିମ୍ବିରି ବୃକ୍ଷକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
11 “କିନ୍ତୁ ଡିମ୍ବିରି ବୃକ୍ଷ ଉତ୍ତର ଦେଲା, ‘କେବଳ ଅନ୍ୟ ବୃକ୍ଷମାନଙ୍କ ଉପରେ ଶାସନ କରିବାକୁ, ମୁଁ ମୋର ଉତ୍ତମ ସ୍ୱାଦିଷ୍ଟ ଫଳ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?’
12 “ଏହା ପରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କର ଉପରେ ରାଜତ୍ୱ କର।’
13 “କିନ୍ତୁ ଦ୍ରାକ୍ଷାଲତା ସେମାନଙ୍କୁ ଉତ୍ତରରେ କହିଲା, ‘କେବଳ ତୁମ୍ଭମାନଙ୍କ ଉପରେ ଶାସନ କରିବାକୁ ମୁଁ ଦ୍ରାକ୍ଷାରସ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?, ଯେଉଁଗୁଡ଼ିକ ଦେବତାଗଣଙ୍କୁ ଓ ଲୋକମାନଙ୍କୁ ଖୁସୀ କରେ?’
14 “ଶେଷରେ ସମସ୍ତ ବୃକ୍ଷ କଣ୍ଟକ ବୃକ୍ଷକୁ କହିଲେ, ‘ଆସ ଆମ ଉପରେ ରାଜତ୍ୱ କର।’
15 “କିନ୍ତୁ କଣ୍ଟକ ବୃକ୍ଷ ସେମାନଙ୍କୁ କହିଲା, ‘ବାସ୍ତବରେ ତୁମ୍ଭେମାନେ ଯଦି ମୋତେ ତୁମ୍ଭମାନଙ୍କର ଶାସକ ହେବା ପାଇଁ ଗ୍ଭହୁଁଛ, ତେବେ ଆସ ମୋର ଛାଇରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରୁ ଅଗ୍ନି ବାହାରି ଲିବାନୋନ୍ର ଏରସ ବୃକ୍ଷଗୁଡ଼ିକୁ ଗ୍ରାସ କରୁ।’
16 “ଯଦି ବାସ୍ତବରେ ତୁମ୍ଭେମାନେ ଅବୀମେଲକକୁ ରାଜା କରିବାରେ ସାଧୁତା ଅବଲମ୍ବନ କରିଥାଅ ଓ ଏହା କରିବା ଦ୍ୱାରା ତୁମ୍ଭେମାନେ ଓ ଯିରୁବ୍ବାଲ୍ ଓ ତା’ର ପରିବାର ପ୍ରତି ନିରପେକ୍ଷ ଦେଖାଇଥାଅ ଏବଂ ଯଦି ସେମାନଙ୍କ ପ୍ରାପ୍ୟ ଅନୁସାରେ ବ୍ୟବହାର କରିଥାଅ। 17 ତା’ପରେ ସେହି ବିଷୟରେ ଚିନ୍ତାକର, ମୋର ପିତା ତୁମ୍ଭମାନଙ୍କ ପାଇଁ ଯାହା କରିଥିଲେ। ମୋର ପିତା ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିଥିଲେ। ସେ ତା’ ଜୀବନକୁ ବାଜି ଲଗାଇ ମିଦିୟନୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ। 18 କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ମୋର ପିତାଙ୍କର ପରିବାର ବିରୁଦ୍ଧରେ ବିଦ୍ରୋହ କଲ। ତୁମ୍ଭେ ତାଙ୍କର ସତୁରି ପୁତ୍ରଙ୍କୁ ଗୋଟିଏ ପଥରରେ ହତ୍ୟା କଲ। ତୁମ୍ଭେମାନେ ଅବୀମେଲକକୁ ଶିଖିମ ଉପରେ ତୁମ୍ଭମାନଙ୍କର ରାଜା କରିଅଛ, ସେ ତୁମ୍ଭମାନଙ୍କର ସମ୍ପର୍କୀୟ। ସେ ହେଉଛି ମୋର ପିତାଙ୍କର ଦାସୀ ପୁତ୍ର। 19 ତେଣୁ ଯଦି ତୁମ୍ଭେ ଆଜି ଯିରୁବ୍ବାଲ୍ ଓ ତାହାର ପରିବାର ଉପରେ ସତ୍ୟ ଓ ସରଳ ବ୍ୟବହାର କରିଅଛ, ତେବେ ଅବୀମେଲକକୁ ନେଇ ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ନେଇ ଆନନ୍ଦ କରୁ। 20 କିନ୍ତୁ ଯଦି ତୁମ୍ଭେମାନେ ଏହା କରି ନାହଁ, ତେବେ ଅବୀମେଲକଠାରୁ ଅଗ୍ନି ବାହାରି ଶିଖିମ ନେତୃବର୍ଗଙ୍କୁ ଓ ମିଲ୍ଲୋ ନିବାସୀମାନଙ୍କୁ ଓ ମିଲ୍ଲୋ ଗୃହକୁ ଦଗ୍ଧ କରୁ। ପୁଣି ଶିଖିମ୍ ନିବାସୀ ଲୋକଗଣଠାରୁ ଓ ମିଲ୍ଲୋ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବୀମେଲକକୁ ଗ୍ରାସ କରୁ।”
21 ଏହା ପରେ ଯୋଥମ୍ ବେର ନାମକ ସହରକୁ ଶୀଘ୍ର ପଳାଇଲା। ଯୋଥମ୍ ସେଠାରେ ରହିଲା କାରଣ ସେ ଅବୀମେଲକକୁ ଭୟ କରୁ ଥିଲା।
ଅବୀମେଲକ୍ ଶିଖିମମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ
22 ଅବୀମେଲକ୍ ଇସ୍ରାଏଲ ଉପରେ ତିନି ବର୍ଷ ରାଜତ୍ୱ କଲେ। 23 ଅବୀମେଲକ୍ ଯିରୁବ୍ବାଲ୍ଙ୍କର ସତୁରି ଜଣ ପୁତ୍ରଙ୍କୁ ହତ୍ୟା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନେତୃବର୍ଗ ଇସ୍ରାଏଲର ଭୁଲ୍ କାର୍ଯ୍ୟ କରିବାରେ ସମର୍ଥନ ଦେଲେ। 24 ସେଥିପାଇଁ ପରମେଶ୍ୱର ଅବୀମେଲକ୍ ଓ ଶିଖିମର ନେତୃବର୍ଗମାନଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କଲେ। ସେଥିପାଇଁ ଶିଖିମର ନେତୃବର୍ଗମାନେ ଅବୀମେଲକ୍ ବିରୁଦ୍ଧରେ ଯୋଜନା ଆରମ୍ଭ କଲେ। 25 ଶିଖିମର ନେତୃବର୍ଗମାନେ ପର୍ବତ ଶୃଙ୍ଗ ଉପରେ ଗୁପ୍ତ ସୈନ୍ୟ ଛାଉଣି ନିର୍ମାଣ କଲେ। ସେମାନେ ସେହି ବାଟ ଦେଇ ଯାଉଥିବା ସମସ୍ତଙ୍କୁ ଲୁଟ୍ କଲେ। ଅବୀମେଲକ୍ ଏହି ସମସ୍ତ ସମ୍ବାଦ ଶୁଣିଲେ।
26 ଏବଦର ପୁତ୍ର ଗାଲ୍ ନିଜର ଭାଇମାନଙ୍କୁ ସାଙ୍ଗରେ ନେଇ ଶିଖିମକୁ ଗଲା। ଶିଖିମର ନେତୃବର୍ଗମାନେ ତାଙ୍କ ଉପରେ ବିଶ୍ୱାସ କଲେ।
27 ଶିଖିମର ଲୋକମାନେ ସେମାନଙ୍କର ନିଜ କ୍ଷେତ୍ରରୁ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ଦ୍ରାକ୍ଷାଫଳକୁ ସେମାନେ ଚିପୁଡ଼ିଲେ। ତା’ପରେ ସେମାନେ ସେମାନଙ୍କ ଦେବତାଙ୍କର ମନ୍ଦିରକୁ ଉତ୍ସବ ପାଳନ କରିବାକୁ ଗଲେ। ସେଠାରେ ସେମାନେ ନୈଶ ଭୋଜନ ଓ ପାନ କଲେ ଓ ଅବୀମେଲକକୁ ଶାପ ଦେଲେ।
28 ଏଥିରେ ଏବଦର ପୁତ୍ର ଗାଲ୍ କହିଲା, “ଆମ୍ଭେ ହେଉଛୁ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମେଲକକୁ ମାନିବୁ? ସେ କିଏ? ଆମେ କାହିଁକି ତାକୁ ମାନିବା? ଏହା ସତ୍ୟ ଅବୀମେଲକ୍ ହେଇଛି ଯିରୁବ୍ବାଲ୍ର ପୁତ୍ର, ନୁହେଁ କି? ଏବଂ ଅବୀମେଲକ୍ ସବୂଲକୁ ତା’ର ଅଧିକାରୀ କଲା, ନୁହେଁ କି? ଆମ୍ଭେ ଶିଖିମର ପିତା ହମୋରର ଲୋକମାନଙ୍କର ସେବା କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମେଲକର ସେବା କରିବୁ? 29 ତୁମ୍ଭେ ଯଦି ମୋତେ ତୁମ୍ଭର ଆଦେଶକାରୀ କର, ମୁଁ ଅବୀମେଲକକୁ ବିନଷ୍ଟ କରିଥା’ନ୍ତି। ମୁଁ ତାଙ୍କୁ କହନ୍ତି, ‘ତୁମେ ତୁମ୍ଭର ସୈନ୍ୟକୁ ପ୍ରସ୍ତୁତ କର ଏବଂ ଯୁଦ୍ଧ କରିବାକୁ ବାହାରି ଆସ।’”
30 ସବୂଲ୍ ଥିଲା ଶିଖିମ ନଗରର ନେତା। ସବୂଲ୍ ଜାଣିବାକୁ ପାଇଲା ଯେ, ଏବଦର ପୁତ୍ର ଗାଲ୍ ଯାହା କହିଥିଲା ଏବଂ ଏ କଥାରେ ସେ କ୍ରୋଧାନ୍ୱିତ ହେଲା। 31 ସବୂଲ୍ ଅରୁମାହରେ ଅବୀମେଲକ୍ ନିକଟକୁ ଦୂତ ପଠାଇଲେ ଏବଂ ସେମାନେ କହିଲେ,
“ଏବଦର ପୁତ୍ର ଗାଲ୍ ଓ ତାହାର ଭାଇମାନେ ଶିଖିମକୁ ଆସିଛନ୍ତି। ସେମାନେ ସମସ୍ତ ସହରକୁ ତୁମ୍ଭ ବିରୁଦ୍ଧରେ ଯିବା ପାଇଁ ପ୍ରବର୍ତ୍ତାଉଛନ୍ତି। 32 ତେଣୁ ତୁମ୍ଭେ ଓ ତୁମ୍ଭର ଲୋକମାନେ ରାତ୍ରି ସମୟରେ ଆସ ଓ ସହରର ବାହାର କ୍ଷେତରେ ଲୁଚି ରୁହ। 33 ଏହା ପରେ ଯେତେବେଳେ ପ୍ରଭାତ ହେବ, ନଗରକୁ ଆକ୍ରମଣ କର। ଗାଲ୍ ତା’ର ଲୋକମାନଙ୍କ ସହିତ ଯେତେବେଳେ ବାହାରି ଆସେ, ତୁମ୍ଭ ଦ୍ୱାରା ଯେପରି ହେବ ସେହିପରି କର।”
34 ତେଣୁ ଅବୀମେଲକ୍ ଏବଂ ତା’ର ସୈନ୍ୟମାନେ ରାତ୍ରିରେ ଉଠି ନଗରକୁ ଗଲେ। ସେହି ସୈନ୍ୟମାନେ ଗ୍ଭରିଟି ଦଳରେ ଭାଗ ହେଲେ ଏବଂ ସେମାନେ ଶିଖିମ ନଗର ନିକଟରେ ଲୁଚି ରହିଲେ। 35 ଏବଦର ପୁତ୍ର ଗାଲ୍ ବାହାରେ ଯାଇ ନଗର ପ୍ରବେଶ ଦ୍ୱାରରେ ଛିଡ଼ା ହେଲା ଓ ଅବୀମେଲକ୍ ଓ ତା’ର ଲୋକମାନେ ଲୁଚିଥିବା ସ୍ଥାନରୁ ବାହାରି ଆସିଲେ।
36 ଗାଲ୍ ସୈନ୍ୟମାନଙ୍କୁ ଦେଖିଲା। ଗାଲ୍ ସବୂଲକୁ କହିଲେ, “ପର୍ବତରୁ ଓହ୍ଲାଇ ଆସୁଥିବା ସୈନ୍ୟମାନଙ୍କୁ ଦେଖ।”
କିନ୍ତୁ ସବୂଲ ତାଙ୍କୁ କହିଲା, “ପର୍ବତର ଛାଇ ତୁମ୍ଭକୁ ଲୋକମାନଙ୍କ ପରି ଦେଖାଯାଉଛି।”
37 କିନ୍ତୁ ଗାଲ୍ ପୁଣି କହିଲା, “ଦେଖ କେତେକ ଲୋକ ନାଭେଲ ଭୂମିରୁ ଓହ୍ଲାଇ ଆସୁଛନ୍ତି। ଆଉ ଏକ ଦଳ ମିଓନିର୍ନମ ଅଲୋନବୃକ୍ଷର ପଥଦେଇ ଆସୁଛନ୍ତି।” 38 ତେଣୁ ସବୂଲ ତାଙ୍କୁ କହିଲା, “ତୁମ୍ଭେ ଏବେ କାହିଁକି ଦର୍ପ କରୁ ନାହଁ? ତୁମ୍ଭେ କହିଥିଲ, ‘ଅବୀମେଲକ୍ କିଏ ଯେ ଆମ୍ଭେ ନିଶ୍ଚିତ ତାହାର ସେବା କରିବୁ? ତୁମ୍ଭେ କ’ଣ ଏହି ସୈନ୍ୟମାନଙ୍କୁ ପରିହାସ କରି ନ ଥିଲ? ବର୍ତ୍ତମାନ ଯାଅ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କର।”
39 ତେଣୁ ଗାଲ୍ ଶିଖିମର ନେତୃବର୍ଗଙ୍କୁ ନେତୃତ୍ୱ କରି ବାହାର ହୋଇ ଅବୀମେଲକ୍ ସହିତ ଯୁଦ୍ଧ କଲା। 40 ଅବୀମେଲକ୍ ତାଙ୍କ ପଛେ ପଛେ ଗୋଡ଼ାଇଲେ ଏବଂ ଏହିପରି ଭାବରେ ପ୍ରବେଶ ଫାଟକରେ ପହଞ୍ଚିବା ପର୍ଯ୍ୟନ୍ତ ଗାଲର ଅଧିକାଂଶ ଲୋକମାନେ ମୃତ୍ୟୁବରଣ କଲେ।
41 ଏହା ପରେ ଅବୀମେଲକ୍ ଅରୁମାରେ ରହିଲେ। ତା’ପରେ ସବୂଲ୍ ଗାଲ୍କୁ ଓ ତା’ର ଭାତୃଗଣକୁ ତଡ଼ି ଦେଲା। ସେ ସେମାନଙ୍କୁ ଶିଖିମରେ ବାସ କରିବାକୁ ଅନୁମତି ଦେଲା ନାହିଁ।
42 ପରଦିନ ଲୋକମାନେ ବାହାର ହୋଇ କ୍ଷେତ୍ରକୁ ଯିବା ବେଳେ କେହି ଜଣେ ଅବୀମେଲକକୁ ଖବର ଦେଲା। 43 ତେଣୁ ସେ ତାଙ୍କର ସୈନ୍ୟମାନଙ୍କୁ ନେଇ ସେମାନଙ୍କୁ ତିନି ଦଳରେ ବିଭକ୍ତ କଲେ। ସେମାନେ କ୍ଷେତରେ ନିଜକୁ ଲୁଗ୍ଭଇ ରଖିଲେ ଏବଂ ଯେତେବେଳେ ସେମାନେ ଲୋକମାନଙ୍କୁ ସହରରୁ ବାହାରି ଆସୁଥିବାର ଦେଖିଲେ, ସେମାନଙ୍କୁ ଆକ୍ରମଣ କଲେ। 44 ପୁଣି ଅବୀମେଲକ୍ ତା’ର ଦଳ ପ୍ରବେଶ ଫାଟକ ସମ୍ମୁଖରେ ଛିଡ଼ା ହେଲେ। ଏବଂ ଅନ୍ୟ ଦୁଇଦଳ ବାହାରକୁ ଦୌଡ଼ିଲେ ଏବଂ କ୍ଷେତରେ ଥିବା ସମସ୍ତ ଲୋକଙ୍କୁ ହତ୍ୟା କଲେ। 45 ଅବୀମେଲକ୍ ସେହି ଦିନ ଯାକ ନଗର ବିରୁଦ୍ଧରେ ଯୁଦ୍ଧ କଲେ ଓ ନଗର ହସ୍ତଗତ କରି ନଗରରେ ବସବାସ କରୁଥିବା ଲୋକମାନଙ୍କୁ ହତ୍ୟା କଲେ। ପୁଣି ସେ ନଗରକୁ ସମଭୂମି କରି ତହିଁ ଉପରେ ଲବଣ ଗ୍ଭଷ କଲେ।
46 ଶିଖିମର ଅଟ୍ଟାଳିକାର ମାଲିକମାନେ ଏବିଷୟରେ ଶୁଣିଲେ। ସେମାନେ ଏଲ୍ବରୀତ୍ ମନ୍ଦିରର ସବୁଠାରୁ ନିରାପଦ ସ୍ଥାନରେ ଏହା ଜାଣିବାକୁ ପାଇଲେ।
47 ଅବୀମେଲକ୍ ଜାଣିବାକୁ ପାଇଲା ଯେ, ଶିଖିମର ସମସ୍ତ ମାଲିକମାନେ ଏକତ୍ରିତ ହୋଇଥିଲେ। 48 ଏହା ପରେ ଅବୀମେଲକ୍ ଓ ତାଙ୍କର ସମସ୍ତ ଲୋକମାନେ ସଲ୍ମୋନ୍ ପର୍ବତକୁ ଚଢ଼ିଲେ। ଅବୀମେଲକ୍ କୁହ୍ରାଡ଼ି ନେଇ ବୃକ୍ଷରୁ କେତେକ ଡାଳ ହାଣିଲେ। ସେ ସେଗୁଡ଼ିକ ଉଠାଇଲେ ଏବଂ ସେଗୁଡ଼ିକ ନିଜ କାନ୍ଧରେ ରଖିଲେ ଏବଂ ନିଜର ସଙ୍ଗୀ ଲୋକମାନଙ୍କୁ କହିଲେ, “ଯଥାଶୀଘ୍ର, ମୁଁ ଯାହା କଲି ତୁମ୍ଭେ ତାହା କର।” 49 ତେଣୁ ସମସ୍ତ ଲୋକମାନେ ଅବୀମେଲକକୁ ଅନୁସରଣ କଲେ ଓ ଏଲବେରିଥର ମନ୍ଦିର ସୁରକ୍ଷା କୋଠରୀ ସମ୍ମୁଖରେ ଶାଖାଗୁଡ଼ିକ ଗଦା କଲେ। ତା’ପରେ ସେମାନେ ଏହାକୁ ଅଗ୍ନି ସଂଯୋଗ କଲେ। ଏହି ପ୍ରକାରେ ଶିଖିମର ସମସ୍ତ ମାଲିକମାନେ ମୃତ୍ୟୁବରଣ କଲେ। ସେଠାରେ ପାଖାପାଖି 1000 ପୁରୁଷ ଓ ସ୍ତ୍ରୀ ଥିଲେ।
ଅବୀମେଲକର ମୃତ୍ୟୁ
50 ଏହା ପରେ ଅବୀମେଲକ୍ ତେବସ ସହରକୁ ଗଲେ, ସେଠାରେ ଛାଉଣି ସ୍ଥାପନ କଲେ ଓ ତାକୁ ଅକ୍ତିଆର କଲେ। 51 କିନ୍ତୁ ସେହି ନଗର ମଧ୍ୟରେ ଏକ ଦୃଢ଼ ଗଡ଼ ଥିଲା। ତେଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ଉଚ୍ଚ ପ୍ରାସାଦକୁ ପଳାଇ ତା’ ଭିତରେ ନିଜକୁ ରୁଦ୍ଧକରି ଗଡ଼ର ଛାତ ଉପରକୁ ଗଲେ। 52 ତେଣୁ ଅବୀମେଲକ୍ ସେହି ଗଡ଼ରେ ପହଞ୍ଚି ତା’ ବିରୁଦ୍ଧରେ ଯୁଦ୍ଧ କଲେ। ଏବଂ ତାକୁ ଅଗ୍ନିରେ ଦଗ୍ଧ କରିବା ପାଇଁ ସେ ଗଡ଼ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଗଲେ। 53 ସେଥିରୁ ଜଣେ ସ୍ତ୍ରୀ ଚକିର ଉପର ପଟ ଅବୀମେଲକଙ୍କ ମୁଣ୍ଡ ଉପରକୁ ପକାଇ ତାଙ୍କର ଖପୁରି ଭାଙ୍ଗି ପକାଇଲା। 54 ତେଣୁ ସେ ତାଙ୍କର ଅସ୍ତ୍ରବାହକ ଯୁବକକୁ ଡାକି କହିଲା, “ସଙ୍ଗେ ସଙ୍ଗେ ତୁମ୍ଭର ଖଡ଼୍ଗ ବାହାର କରି ମୋତେ ହତ୍ୟା କର। ଯେଉଁଥିପାଇଁ କେହି କହିବେ ନାହିଁ, ‘ଜଣେ ସ୍ତ୍ରୀ ଅବୀମେଲକକୁ ହତ୍ୟା କଲା।’” ତେଣୁ ତା’ର ଗ୍ଭକର ତାଙ୍କୁ ଭୁଷି ଦିଅନ୍ତେ, ମଲା। 55 ଇସ୍ରାଏଲର ଲୋକମାନେ ଅବୀମେଲକର ମରଣ ଦେଖି ନିଜ ନିଜ ସ୍ଥାନକୁ ଗ୍ଭଲିଗଲେ।
56 ଏହିପରି ଅବୀମେଲକ୍ ନିଜର ସତୁରି ଭାଇଙ୍କୁ ହତ୍ୟାକରି ନିଜର ପିତା ବିରୁଦ୍ଧରେ ଯେଉଁ ପାପ କରିଥିଲେ, ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ଅବୀମେଲକକୁ ଯଥାର୍ଥ ଦଣ୍ତ ଦେଲେ। 57 ସଦାପ୍ରଭୁ ପରମେଶ୍ୱର ଶିଖିମ ନିବାସୀମାନଙ୍କର ସମସ୍ତ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଯଥାର୍ଥ ଦଣ୍ତ ଦେଲେ ଏବଂ ଯିରୁବ୍ବାଲ୍ର ପୁତ୍ର ଯୋଥମ୍ ଦେଇଥିବା ଅଭିଶାପ ସେମାନଙ୍କ ଉପରେ ପଡ଼ିଲା।
ବିଗ୍ଭରକ ତୋଲୟ
10 ଅବୀମେଲକର ମୃତ୍ୟୁପରେ ସଦାପ୍ରଭୁ ଆଉ ଜଣେ ବିଗ୍ଭରକଙ୍କୁ ଇସ୍ରାଏଲବାସୀଙ୍କୁ ରକ୍ଷା କରିବା ପାଇଁ ପଠାଇଲେ। ସେହି ବିଗ୍ଭରକଙ୍କ ନାମ ଥିଲା ତୋଲୟ। ସେ ଥିଲା ପୂୟାର ପୁତ୍ର। ଦୋଦୟର ପୁତ୍ର ପୂୟାର ଥିଲା। ତୋଲୟ ଥିଲା ଇଷାଖର ପରିବାରବର୍ଗ। ଯାହାକି ଇଫ୍ରୟିମ ପର୍ବତମୟ ଦେଶ ଶାମୀର ସହରରେ ତୋଲୟ ବାସ କଲା। 2 ତୋଲୟ ଇସ୍ରାଏଲ ପାଇଁ ତେଇଶ୍ ବର୍ଷ ପାଇଁ ବିଗ୍ଭରକ ରହିଲା। ଏହା ପରେ ତୋଲୟ ମୃତ୍ୟୁବରଣ କଲେ ଓ ଶାମୀରରେ ତାଙ୍କୁ କବର ଦିଆଗଲା।
ବିଗ୍ଭରକ ଯାୟୀର
3 ଏହା ପରେ ପରମେଶ୍ୱର ଆଉ ଜଣେ ବିଗ୍ଭରକଙ୍କୁ ପଠାଇଲେ। ତାଙ୍କର ନାମ ଥିଲା ଯାୟୀର ଯେ କି ଥିଲେ ଗିଲିୟଦର ଅଧିବାସୀ। ଯାୟୀର ଇସ୍ରାଏଲର ଉପରେ ବାଇଶିବର୍ଷ ଧରି ବିଗ୍ଭରକ ହୋଇ ରହିଲେ। 4 ଯାୟୀରଙ୍କର ତିରିଶ୍ଟି ପୁତ୍ର ଥିଲେ। ଯେଉଁମାନେ କି ତିରିଶ୍ଟି ଗର୍ଦ୍ଦଭରେ ଚଢ଼ିଲେ ଓ ସେମାନଙ୍କର ତିରିଶ୍ଟି ସହର ଥିଲା। ସେହି ସହରଗୁଡ଼ିକୁ ଯାୟୀର ସହର ନାମରେ ଆଜି ପର୍ଯ୍ୟନ୍ତ ନାମିତ କରାଯାଇଛି। ସେହିସବୁ ସହରଗୁଡ଼ିକ ଗିଲିୟଦ ଦେଶରେ ଅଛି। 5 ଯାୟୀରଙ୍କର ମୃତ୍ୟୁପରେ ତାଙ୍କୁ କାମୋନରେ କବର ଦିଆଗଲା।
ଅମ୍ମୋନ ସନ୍ତାନମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ
6 ପୁନର୍ବାର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ସେହିପରି କାର୍ଯ୍ୟମାନ କଲେ। ସେମାନେ ବାଲ୍ଦେବତାଗଣ, ଅଷ୍ଟାରୋତ୍ ଦେବୀଗଣ, ଅରାମୀୟମାନଙ୍କର ଦେବଗଣ, ସୀଦୋନୀୟମାନଙ୍କର ଦେବଗଣ, ମୋୟାବୀୟମାନଙ୍କର ଦେବଗଣ, ଅମ୍ମୋନୀୟମାନଙ୍କର ଦେବଗଣ ଓ ପଲେଷ୍ଟୀୟମାନଙ୍କର ଦେବଗଣଙ୍କର ପୂଜା କଲେ। ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସେବା କଲେ ନାହିଁ।
7 ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କୋପଦୃଷ୍ଟି ହେଲେ। ତେଣୁ ସଦାପ୍ରଭୁ ଇସ୍ରାଏଲୀୟଗଣଙ୍କୁ ପଲେଷ୍ଟୀୟ ଓ ଅମ୍ମୋନୀୟମାନଙ୍କ ହସ୍ତରେ ପରାସ୍ତ କରାଇଲେ। 8 ସେହିବର୍ଷ ସେମାନେ ଇସ୍ରାଏଲୀୟଙ୍କୁ ବିନାଶ ଓ ଅତ୍ୟାଗ୍ଭର କଲେ। ଅଠର ବର୍ଷ ପର୍ଯ୍ୟନ୍ତ, ଇସ୍ରାଏଲୀୟମାନେ ଯେଉଁମାନେ କି ଯର୍ଦ୍ଦନ ନଦୀର ଅନ୍ୟ ପାର୍ଶ୍ୱରେ ଗିଲିୟଦର ଅଞ୍ଚଳରେ ବାସ କଲେ ଏବଂ ସେମାନଙ୍କ ସକାଶେ କଷ୍ଟ ଭୋଗ କଲେ। ସେହି ଦେଶ ଯେଉଁଠାରେ ଅମୋରୀତ୍ ବାସ କରୁଥିଲେ। 9 ଅମ୍ମୋନୀୟମାନେ ଯିହୁଦା, ବିନ୍ୟାମୀନ, ଇଫ୍ରୟିମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇ ଗଲେ। ଅମ୍ମୋନୀୟମାନେ ଇସ୍ରାଏଲ ଲୋକମାନଙ୍କ ପାଇଁ ବଡ଼ କଷ୍ଟର କାରଣ ହେଲେ।
10 ତେଣୁ ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସେମାନେ କହିଲେ, “ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ, କାରଣ ଆମ୍ଭେମାନେ ଆପଣମାନଙ୍କର ପରମେଶ୍ୱରଙ୍କୁ ପରିତ୍ୟାଗ କରିଅଛୁ ଓ ବାଲ୍ଦେବତାଗଣଙ୍କର ପୂଜା କରିଅଛୁ।”
11 ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେଇ କହିଲେ, “ମୁଁ ତୁମ୍ଭମାନଙ୍କୁ ମିସ୍ରୀୟ ଓ ଇମୋରୀୟ, ଅମ୍ମୋନ ସନ୍ତାନଗଣ ଓ ପଲେଷ୍ଟୀୟମାନଙ୍କଠାରୁ ଉଦ୍ଧାର କଲି। 12 ତୁମ୍ଭେମାନେ ମୋ’ ପାଖରେ କ୍ରନ୍ଦନ କଲ ଯେତେବେଳେ, ସୀଦୋନୀୟମାନେ, ଆମାଲେକୀୟମାନେ ଓ ମାୟୋନୀୟମାନେ ତୁମ୍ଭମାନଙ୍କୁ ଅତ୍ୟାଗ୍ଭର କଲେ। ମୁଁ ମଧ୍ୟ ସେମାନଙ୍କଠାରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲି। 13 କିନ୍ତୁ ତୁମ୍ଭେମାନେ ମୋତେ ପରିତ୍ୟାଗ କରି ଅନ୍ୟ ଦେବଗଣଙ୍କର ପୂଜା କଲ। ତେଣୁ ମୁଁ ପୁନ୍ନରାୟ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ମନା କରୁଅଛି। 14 ତୁମ୍ଭେମାନେ ଯେଉଁ ଦେବତାଗଣଙ୍କୁ ପୂଜା କରିବାକୁ ମନୋନୀତ କରିଛ। ସେମାନଙ୍କ ପାଖକୁ ଯାଅ ଓ ତାଙ୍କୁ ଉଦ୍ଧାର କରିବାକୁ କୁହ। ତୁମ୍ଭର ଦୁଃଖ ସମୟରେ ସେମାନେ ତୁମ୍ଭର ରକ୍ଷା କରନ୍ତୁ।”
15 କିନ୍ତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, “ଆମେ ପାପ କରିଛୁ। ତୁମ୍ଭର ଯାହା ଇଚ୍ଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।” 16 ଏହା ପରେ ସେମାନେ ନିଜ ମଧ୍ୟରୁ ବିଦେଶୀ ଦେବଗଣଙ୍କୁ ଦୂର କରିଦେଲେ ଏବଂ ସଦାପ୍ରଭୁଙ୍କର ସେବା କଲେ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କର ଦୁଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ।
ଯିପ୍ତହଙ୍କୁ ନେତାରୂପେ ବଛାଗଲା
17 ଅମ୍ମୋନୀୟମାନେ ଗିଲିୟଦରେ ସେମାନଙ୍କର ଛାଉଣି ସ୍ଥାପନ କଲେ ଏବଂ ଇସ୍ରାଏଲ ଲୋକମାନେ, ଏକତ୍ରିତ ହେଲେ ଓ ମିସ୍ପୀରେ ସେମାନଙ୍କର ଛାଉଣି ସ୍ଥାପନ କଲେ। 18 ତା’ପରେ ଗିଲିୟଦୀୟର ଲୋକମାନଙ୍କର ଅଧିପତିମାନେ କହିଲେ, “ଅମ୍ମୋନ ସନ୍ତାନଗଣଙ୍କ ଉପରେ ଯିଏ ଆକ୍ରମଣ କରିବାକୁ ନେତୃତ୍ୱ ନେବ। ସେ ଗିଲିୟଦରେ ବାସ କରୁଥିବା ଲୋକମାନଙ୍କ ଉପରେ ରାଜତ୍ୱ କରିବ।”
ଯୀଶୁ ଗୋଟିଏ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ(A)
17 ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେଠାରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ୟ ବସିଥିଲେ। ସେମାନେ ଗାଲିଲୀର ପ୍ରତ୍ୟେକ ନଗରରୁ, ଯିହୂଦା ତଥା ଯିରୁଶାଲମରୁ ଆସିଥିଲେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦେବା ପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ। 18 ସେତିକିବେଳେ କେତେକ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ଖଟରେ ବୋହିକରି ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ରୋଗୀଟିକୁ ଭିତରକୁ ଆଣି ଯୀଶୁଙ୍କ ଆଗରେ ରଖିବା ପାଇଁ ଚେଷ୍ଟା କଲେ। 19 କିନ୍ତୁ ସେଠାରେ ଏତେ ଲୋକ ଥିଲେ ଯେ ସେମାନେ ଯୀଶୁଙ୍କ ପାଖକୁ ଯିବାକୁ ବାଟ ପାଇଲେ ନାହିଁ। ତେଣୁ ସେମାନେ ଛାତ ଉପରକୁ ଗ୍ଭଲିଗଲେ। ଛାତରୁ ଛପର କିଛି ବାହାର କରି କଣାଟିଏ କଲେ। ସେମାନେ ସେହି କଣା ବାଟେ ପକ୍ଷାଘାତ ରୋଗୀଟିକୁ ଖଟ ସହିତ ଯୀଶୁଙ୍କ ସାମନାକୁ ଖସେଇ ଦେଲେ। 20 ସେହି ଲୋକମାନଙ୍କର ବିଶ୍ୱାସ ଦେଖି ଯୀଶୁ ସେହି ରୋଗୀଟିକୁ କହିଲେ, “ବନ୍ଧୁ! ତୁମ୍ଭର ପାପକ୍ଷମା କରି ଦିଆଗଲା।”
21 ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଭାବିବାକୁ ଲାଗିଲେ, “ଏ ଲୋକ କିଏ? ଏ ପରମେଶ୍ୱରଙ୍କୁ ଅପମାନ କରୁଛି। କେବଳ ପରମେଶ୍ୱର ପାପକ୍ଷମା କରିପାରନ୍ତି?”
22 କିନ୍ତୁ ଯୀଶୁ ଜାଣପାରିଲେ ଯେ ସେମାନେ କ’ଣ ଭାବୁଛନ୍ତି। ସେ କହିଲେ, “ତୁମ୍ଭେମାନେ ମନ ଭିତରେ ଏଭଳି ବିଗ୍ଭର କାହିଁକି ଆଣୁଛ? 23 କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ ‘ତୁମ୍ଭ ପାପକ୍ଷମା କରି ଦିଆଗଲା’ ନା ଏ କଥା କହିବା ଯେ ଉଠ ଓ ଗ୍ଭଲ?’ 24 ମୁଁ କିନ୍ତୁ ତୁମ୍ଭମାନଙ୍କୁ ଦେଖାଇ ଦେବି ଯେ, ମନୁଷ୍ୟପୁତ୍ରଙ୍କର ପାପକ୍ଷମା କରିବାର ଶକ୍ତି ଅଛି।” ତେଣୁ ସେ ପକ୍ଷାଘାତ ରୋଗୀଟିକୁ କହିଲେ, “ମୁଁ ତୁମ୍ଭକୁ କହୁଛି: ଠିଆ ହୁଅ। ତୁମ୍ଭର ବିଛଣା ଧର ଓ ଘରକୁ ଯାଅ।”
25 ସେ ତତ୍କ୍ଷଣାତ୍ ସେମାନଙ୍କ ସାମନାରେ ଉଠି ଠିଆ ହେଲା। ଯେଉଁ ବିଛଣା ଉପରେ ସେ ଶୋଇଥିଲା, ତାହା ଧରି ପରମେଶ୍ୱରଙ୍କ ସ୍ତୁତିଗାନ କରି ନିଜ ଘରକୁ ଗ୍ଭଲିଗଲା। 26 ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ, ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ପରମେଶ୍ୱରଙ୍କ ଗୁଣଗାନ କରିବାକୁ ଲାଗିଲେ। ପରମେଶ୍ୱରଙ୍କ ଶକ୍ତି ଦେଖି ସେମାନଙ୍କ ହୃଦୟ ଭକ୍ତିରେ ଭରିଗଲା। ସେମାନେ କହି ଉଠିଲେ, “ଆଜି ଆମ୍ଭେମାନେ ବିସ୍ମୟ ଜନକ ଘଟଣାମାନ ଦେଖିଛୁ।”
ଲେବୀ ଯୀଶୁଙ୍କୁ ଅନୁସରଣ କଲେ(B)
27 ଏହା ପରେ ଯୀଶୁ ସେଠାରୁ ଗ୍ଭଲିଗଲେ। ସେ କରଆଦାୟ କରାଯାଉଥିବା କାର୍ଯ୍ୟାଳୟରେ ଲେବୀ ନାମକ ଜଣେ କରଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର!” 28 ଲେବୀ ଉଠି ପଡ଼ିଲେ। ସେ ସବୁକିଛି ପରିତ୍ୟାଗ କରି ଯୀଶୁଙ୍କୁ ଅନୁସରଣ କଲେ।
29 ଲେବୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘରେ ଗୋଟିଏ ବଡ଼ ଭୋଜି ଦେଲେ। ଅନେକ କରଆଦାୟକାରୀ ଓ ଅନ୍ୟ କେତେକ ଲୋକ ମଧ୍ୟ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ। 30 ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ଆଗରେ ଅଭିଯୋଗ କଲେ, “ତୁମ୍ଭେମାନେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?”
31 ଯୀଶୁ ସେମାନଙ୍କୁ କହିଲେ, “ସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ୟକତା ନାହିଁ। କିନ୍ତୁ ଅସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ୟକତା ରହିଛି। 32 ମୁଁ ଧାର୍ମିକ ଲୋକମାନଙ୍କ ପରିବର୍ତ୍ତନ ସକାଶେ ଆସି ନାହିଁ। ମୁଁ ପାପୀମାନଙ୍କ ପାଇଁ ଆସିଛି। ସେମାନେ ନିଜ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ।”
ଉପବାସ ସମନ୍ଧରେ ଯୀଶୁଙ୍କ ଉତ୍ତର(C)
33 ସେମାନେ ଯୀଶୁଙ୍କୁ କହିଲେ, “ଯୋହନଙ୍କ ଶିଷ୍ୟମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ୟମାନେ ସେହିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ୟମାନେ ସବୁବେଳେ ଖିଆପିଆ କରୁଛନ୍ତି।”
34 ଯୀଶୁ ସେମାନଙ୍କୁ କହିଲେ, “ବର, ବରଯାତ୍ରୀ ସହିତ ଥିବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ବରଯାତ୍ରୀମାନଙ୍କୁ ଉପବାସରେ ରଖି ପାରିବ? 35 କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କ ପାଖରୁ ବରକୁ ଛଡ଼ାଇ ନିଆଯିବ। ସେତେବେଳେ ସେମାନେ ଉପବାସ କରିବେ।”
36 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ଜଣେ ଲୋକ ଗୋଟିଏ ପୁରୁଣା ଗ୍ଭଦରରେ ତାଳି ପକାଇବାକୁ କୌଣସି ନୂଆ ଗ୍ଭଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁ ଲୋକ ଏଭଳି କରେ, ତା’ର ନୂଆ ଗ୍ଭଦରଟିତ ନଷ୍ଟ ହୋଇଯାଏ ପୁଣି ନୂଆ ଗ୍ଭଦରରୁ ଚିରା ହୋଇଥିବା ତାଳି ପୁରୁଣା ଗ୍ଭଦର ସାଙ୍ଗରେ ମିଶେ ନାହିଁ। 37 କୌଣସି ଲୋକ ପୁରୁଣା ଚମଡ଼ା ଥଳିଗୁଡ଼ିକରେ ନୂଆ ଦ୍ରାକ୍ଷାରସ ଢାଳେ ନାହିଁ। ଯଦି ସେ ଏପରି କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ଥଳିଗୁଡ଼ିକୁ ଚିରିଦେବ। ଦ୍ରାକ୍ଷାରସ ଢାଳି ହୋଇଯିବ ଓ ଥଳିଗୁଡ଼ିକ ନଷ୍ଟ ହୋଇଯିବ। 38 ତେଣୁ ଲୋକେ ସଦାବେଳେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ଥଳିରେ ରଖଥା’ନ୍ତି। 39 ପୁରୁଣା ଦ୍ରାକ୍ଷାରସ ପିଇ ସାରି କୌଣସି ଲୋକ କେବେ ହେଲେ ନୂଆ ଦ୍ରାକ୍ଷାରସ ପିଇବାକୁ ଇଚ୍ଛା କରେ ନାହିଁ। କାରଣ ସେ କହେ, “ପୁରୁଣା ଦ୍ରାକ୍ଷାରସ ସୁଆଦ।”
2010 by World Bible Translation Center