Add parallel Print Page Options

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି

(ଲୂକ 6:20-23)

ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା, ଏହା ଦେଖି ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ବସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ। ଏଥର ଯୀଶୁ ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ,

“ଆତ୍ମାରେ ଦିନହୀନ ଲୋକମାନେ ଧନ୍ୟ,
    କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ;
    କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
ନମ୍ର ଓ ସୁଶୀଳ ଲୋକମାନେ ଧନ୍ୟ;
    କାରଣ ଏ ପୃଥିବୀ ସେହିମାନଙ୍କର ହେବ।
ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ,
    କାରଣ ସେମାନେ ସମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।
ଅନ୍ୟମାନଙ୍କୁ ଦୟା ଦେଖାଉଥିବା ଲୋକମାନେ ଧନ୍ୟ;
    କାରଣ ପରମେଶ୍ୱର ସେହିମାନଙ୍କୁ ଦୟା କରିବେ।
ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ୟ;
    କାରଣ ସେମାନେ ପରମେଶ୍ୱରଙ୍କୁ ଦେଖିବେ।
ଶାନ୍ତି ପାଇଁ କାମ କରୁଥିବା ଲୋକମାନେ ଧନ୍ୟ,
    କାରଣ ସେମାନେ ପରମେଶ୍ୱରଙ୍କ ସନ୍ତାନ ଭାବେ ଡକାଯିବେ।
10 ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ;
    କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।

11 “ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ। 12 ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ।

ତୁମ୍ଭେମାନେ ଲୁଣ ଓ ଆଲୋକ ପରି

(ମାର୍କ 9:50; 4:21; ଲୂକ 14:34-35; 8:16)

13 “ତୁମ୍ଭେମାନେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଜେ ସ୍ୱାଦହୀନ ହୋଇଯାଏ, ତେବେ ତାକୁ ଆଉଥରେ ଲୁଣିଆ କରା ଯାଇ ନ ପାରେ। ଲୁଣ ଆପଣା ଲୁଣିଆ ସ୍ୱାଦ ହରାଇଲେ ଆଉ କୌଣସି କାମରେ ଲାଗିପାରିବ ନାହିଁ। ତାକୁ ବାହାରେ ଫିଙ୍ଗି ଦିଆଯିବ। ଲୋକେ ତାକୁ ପାଦରେ ଚକଟି ଗ୍ଭଲିଯିବେ।

14 “ତୁମ୍ଭେ ଜଗତର ଆଲୋକ। ପାହାଡ଼ ଉପରେ ଅବସ୍ଥିତ କୌଣସି ନଗରକୁ କେବେ ହେଲେ ଲୁଚେଇ ରଖାଯାଇ ପାରିବ ନାହିଁ। 15 ଲୋକେ ଦୀପଟିଏ ଜଳେଇ ତାକୁ ହାଣ୍ଡି ତଳେ ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ଦ୍ୱାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ। 16 ଲୋକଙ୍କ ଆଗରେ ତୁମ୍ଭେମାନେ ଆଲୋକ ଭଳି ପ୍ରକାଶିତ ହୁଅ। ସେମାନେ ତୁମ୍ଭର ଭଲ କାମଗୁଡ଼ିକ ଦେଖନ୍ତୁ ଓ ସ୍ୱର୍ଗରେ ରହୁଥିବା ତୁମ୍ଭ ପରମପିତାଙ୍କୁ ପ୍ରଶଂସା ଗାନକରନ୍ତୁ।

ଯୀଶୁ ଓ ପୁରାତନ ନିୟମର ଲେଖାସମୁହ

17 “ତୁମ୍ଭେମାନେ ଭାବ ନାହିଁ ଯେ ମୁଁ ମୋଶାଙ୍କ ବ୍ୟବସ୍ଥା କିଅବା ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସେମାନଙ୍କ ଉପଦେଶ ନଷ୍ଟ କରିବାକୁ ଆସି ନାହିଁ। ବରଂ ମୁଁ ସେମାନଙ୍କ ଉପଦେଶଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି। 18 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ପୃଥିବୀ ଓ ଆକାଶ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ସବୁ କଥା ନ ଘଟିବା ପର୍ଯ୍ୟନ୍ତ ଏହି ନିୟମରୁ ଅକ୍ଷରଟିଏ କି ବିନ୍ଦୁଟିଏ ହେଲେ ମଧ୍ୟ ଲୋପ ପାଇବ ନାହିଁ।

19 “ଏଣୁ ଲୋକେ ପ୍ରତ୍ୟେକ ଆଦେଶ ମାନିବା ଉଚିତ୍, ଏପରିକି ମହତ୍ତ୍ୱପୂର୍ଣ୍ଣ ଦେଖା ଯାଉ ନ ଥିବା ଛୋଟ ଆଦେଶଟିଏ ମଧ୍ୟ ମାନିବା ଉଚିତ୍। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ୱର୍ଗରାଜ୍ୟରେ ଅତି ନ୍ୟୁନ ବୋଲି ଗଣିତ ହେବ କିନ୍ତୁ ଯେଉଁ ଲୋକ ସେ ବ୍ୟବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ହେବ। 20 ମୁଁ ତୁମ୍ଭକୁ କହୁଛି ଯେ, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆଚରଣ କରି ତୁମ୍ଭେମାନେ ଧର୍ମଶାସ୍ତ୍ରୀ ଓ ଫାରୂଶୀ[a]ମାନଙ୍କଠାରୁ ଆଗେଇ ଯାଅ। ତା’ ନ ହେଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ ନାହିଁ।

ଯୀଶୁ କ୍ରୋଧ ବିଷୟରେ ଶିକ୍ଷା ଦିଅନ୍ତି

21 “ତୁମ୍ଭେମାନେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ନରହତ୍ୟା କର ନାହିଁ।(A) ଯେଉଁ ଲୋକ ନରହତ୍ୟା କରେ, ସେ ବିଗ୍ଭରସ୍ଥାନରେ ବିଗ୍ଭରିତ ହେବ।’ 22 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ[b] ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ।

23 “ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟକୁ ତୁମ୍ଭମାନଙ୍କର ନୈବେଦ୍ୟ ଦାନ ଆଣ, ସେତେବେଳେ ଅନ୍ୟ ଲୋକମାନଙ୍କ ବିଷୟ ଚିନ୍ତା କର। ଯଦି ବେଦୀ ଉପରେ ପରମେଶ୍ୱରଙ୍କୁ ନୈବେଦ୍ୟ ଦାନ ଦେବା ବେଳେ ତୁମ୍ଭର ମନେ ପଡ଼ିଯାଏ ଯେ, ତୁମ୍ଭ ବିରୁଦ୍ଧରେ କାହାର କିଛି କଥା ଅଛି, 24 ତେବେ ତୁମ୍ଭର ନୈବେଦ୍ୟ ଦାନ ସେହିଠାରେ ଛାଡ଼ି ଦେଇ ସେହି ଲୋକଟି ପାଖକୁ ଯାଅ ଏବଂ ତା’ ସହିତ ଶାନ୍ତି ସ୍ଥାପନ କରି, ତା'ପରେ ଆସି ତୁମ୍ଭର ନୈବେଦ୍ୟ ଦାନ ଅର୍ପଣ କର।

25 “ଯଦି ତୁମ୍ଭର ଶତ୍ରୁ ତୁମ୍ଭକୁ ବିଗ୍ଭରାଳୟକୁ ନେଇ ଯାଉଅଛି, ତେବେ ବିଗ୍ଭରାଳୟ ଯିବା ପୂର୍ବରୁ ତା’ ସହିତ ଶୀଘ୍ର ବନ୍ଧୁତା ସ୍ଥାପନ କର। ନଚେତ ତୁମ୍ଭର ଶତ୍ରୁ ବିଗ୍ଭରପତିଙ୍କ ହାତରେ ଦେଇଦେବ ଓ ଶେଷରେ ବିଗ୍ଭରପତି ତୁମ୍ଭକୁ ସିପାହୀ ହାତରେ ଦେବେ, ତା'ପରେ ତୁମ୍ଭେ କାରାଗାରରେ ବନ୍ଦୀ ହୋଇ ଯିବ। 26 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ପର୍ଯ୍ୟନ୍ତ ତୁମ୍ଭେ ପାହୁଲା-ପାହୁଲା କରି ନ ଶୁଝିଛ, ସେପର୍ଯ୍ୟନ୍ତ କାରାଗାର ଭିତରୁ ବାହାରି ଆସି ପାରିବ ନାହିଁ।

ଯୀଶୁ ଯୌନଗତ ପାପ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି

27 “ତୁମ୍ଭେମାନେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, ‘ବ୍ୟଭିଗ୍ଭର କର ନାହିଁ।’(B) 28 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କେହି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା’ ସହିତ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହେଁ, ତେବେ ସେ ନିଜ ମନ ଭିତରେ ସେହି ସ୍ତ୍ରୀ ସହିତ ବ୍ୟଭିଗ୍ଭର କରି ସାରିଲାଣି। 29 ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର କାରଣ ହୁଏ, ତେବେ ସେହି ଆଖିଟିକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ। 30 ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗିଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ।

ଯୀଶୁ ଛାଡ଼ପତ୍ର ସମ୍ବନ୍ଧରେ ଶିକ୍ଷା ଦିଅନ୍ତି

(ମାଥିଉ 19:9; ମାର୍କ 10:11-12; ଲୂକ 16:18)

31 “ଏ କଥା ମଧ୍ୟ କୁହାଯାଇଛି ଯେ, ‘ଯେଉଁ ଲୋକ ତା'ର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତା’ ପତ୍ନୀକୁ ଛାଡ଼ପତ୍ର ପାଇଁ ଲିଖିତ ରୂପରେ ଗୋଟିଏ ସୂଚନା ଦେବ।’(C) 32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କେହି ନିଜର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତାହାକୁ ବ୍ୟଭିଗ୍ଭର ଦୋଷରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିଥାଏ, ତେବେ କେବଳ ସେ ତାହାକୁ ଛାଡ଼ପତ୍ର ଦେଇ ପାରିବ। ଯଦି କୌଣସି ଲୋକ ଛାଡ଼ପତ୍ର ପାଇଥିବା ସେହି ପତ୍ନୀକୁ ବିବାହ କରେ, ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।

ପ୍ରତିଜ୍ଞା ସମ୍ବନ୍ଧରେ ଯୀଶୁଙ୍କର ଶିକ୍ଷା

33 “ଏ କଥା ତୁମ୍ଭେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ତୁମ୍ଭେମାନେ କରିଥିବା ପ୍ରତିଜ୍ଞା କେବେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହିସବୁ ପାଳନ କର।’[c] 34 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କର ନାହିଁ। ସ୍ୱର୍ଗର ନାମରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ୱରଙ୍କ ସିଂହାସନ। 35 ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। 36 ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବ ନାହିଁ। 37 ଯଦି ତୁମ୍ଭେ ଠିକ୍ ମନେ କରୁଛ ତେବେ ‘ହଁ’ କୁହ ଏବଂ ତୁମ୍ଭେ ଯଦି ଭୁଲ୍ ବୋଲି ମନେ କରୁଛ ତେବେ ‘ନାଁ’ କୁହ। ‘ହଁ’ ବା ‘ନାଁ’ ଠାରୁ ଅଧିକା ବିଷୟ ପାପାତ୍ମାଠାରୁ ଆସିଥାଏ।

ଯୀଶୁ କହନ୍ତି: ପ୍ରତିଶୋଧ ମନଭାବ ରଖ ନାହିଁ

(ଲୂକ 6:29-30)

38 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି, ‘ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ।’(D) 39 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, କୌଣସି ମନ୍ଦ ଲୋକର ବିରୁଦ୍ଧରେ ଠିଆ ହୁଅ ନାହିଁ। ବରଂ ଯଦି କେହି ତୁମ୍ଭର ଡାହାଣ ଗାଲରେ ଗ୍ଭପୁଡ଼ାଟିଏ ମାରେ, ତେବେ ତୁମ୍ଭେ ତା ଆଡ଼କୁ ଆର ଗାଲଟି ମଧ୍ୟ ଦେଖେଇ ଦିଅ। 40 ଯଦି କେହି ତୁମ୍ଭ ବିରୁଦ୍ଧରେ ବିଗ୍ଭରାଳୟରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନେବାକୁ ଇଚ୍ଛା କରେ, ତେବେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ୟଦେଇ ଦିଅ। 41 ଯଦି କେହି ତୁମ୍ଭକୁ ତା’ ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ୟ କରେ ତେବେ ତୁମ୍ଭେ ତା’ ସହିତ ଦୁଇ କୋଶ ଗ୍ଭଲି ଯାଅ। 42 ଯଦି କେହି ତୁମ୍ଭକୁ କିଛି ମାଗେ, ତେବେ ତାହା ତାହାକୁ ଦିଅ। କେହି ଯଦି ତୁମ୍ଭଠାରୁ ଧାର ନେବାକୁ ଇଚ୍ଛାକରେ, ତେବେ ତାହାକୁ ମନା କର ନାହିଁ।

ସମସ୍ତଙ୍କୁ ପ୍ରେମ କର

(ଲୂକ 6:27-28,32-36)

43 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’(E) 44 କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର। 45 ତା'ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି। 46 ଯେଉଁମାନେ ତୁମ୍ଭକୁ ପ୍ରେମ କରିଛନ୍ତି, ତୁମ୍ଭେ ଯଦି କେବଳ ସେହିମାନଙ୍କୁ ପ୍ରେମ କରିବ ତେବେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ? ଏପରିକି କରଆଦାୟକାରୀ[d]ମାନେ ମଧ୍ୟ ଏହା କରନ୍ତି। 47 ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି? 48 ଏଣୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।

Footnotes

  1. ମାଥିଉ ଲିଖିତ ସୁସମାଗ୍ଭର 5:20 ଫାରୂଶୀ ଯିହୂଦୀ ଧର୍ମର ନୀତି-ନିୟମ ଓ ପ୍ରଥାମାନି ଚଳୁଥିବା ଧାର୍ମିକ ଗୋଷ୍ଠୀ।
  2. ମାଥିଉ ଲିଖିତ ସୁସମାଗ୍ଭର 5:22 ଯିହୂଦୀୟ ସର୍ବୋଚ୍ଚ-ବିଗ୍ଭରାଳୟ ମୂଳ ଗ୍ରୀ‌କ୍‌ ଭାଷାରେ ସାହ୍ନେଡ୍ରିନ। ଏହା ଅଦାଲତ ପରି ମଧ୍ୟ କାମକରେ।
  3. ମାଥିଉ ଲିଖିତ ସୁସମାଗ୍ଭର 5:33 ଲେବୀୟ ପୁସ୍ତକ 19:12; ଗଣନା ପୁସ୍ତକ 30:2; ଦ୍ୱିତୀୟ ବିବରଣ 23:21
  4. ମାଥିଉ ଲିଖିତ ସୁସମାଗ୍ଭର 5:46 କରଆଦାୟକାରୀ କରଆଦାୟକରିବା ପାଇଁ ରୋମୀୟମାନେ ଯେଉଁ ଯିହୂଦୀୟଙ୍କୁ ଆଣିଥା’ନ୍ତି ସେମାନେ ବେଳେବେଳେ ଠକିବା ଯୋଗୁଁ ତାଙ୍କୁ ଅନ୍ୟ ଯିହୂଦୀୟମାନେ ଘୃଣା କରୁଥିଲେ।

ଯୀଶୁଙ୍କ ବଂଶାବଳୀ

(ଲୂକ 3:23-38)

ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।

ଅବ୍ରହାମ ଇ‌‌ସ୍‌‌ହାକଙ୍କ ବାପା।

ଇ‌‌ସ୍‌‌ହାକ ଯାକୁବଙ୍କ ବାପା।

ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କର ବାପା।

ଯିହୂଦା, ଫେରସ ଓ ସେରହଙ୍କ ବାପା।

(ତାମର, ସେମାନଙ୍କ ମା)

ଫେରସ ହିଷ୍ରୋଣଙ୍କ ବାପା।

ହିଷ୍ରୋଣ ଅରାମଙ୍କ ବାପା।

ଅରାମ ଅମ୍ମୀନାଦାବ ବାପା।

ଅମ୍ମୀନାଦାବ ନହଶୋନଙ୍କ ବାପା।

ନହଶୋନ ସଲମୋନଙ୍କ ବାପା।

ସଲମୋନ ବୋୟାଜଙ୍କ ବାପା। (ବୋୟାଜଙ୍କ ମାଙ୍କ ନାମ ରାହାବ)

ବୋୟାଜ ଓବେଦଙ୍କ ବାପା। (ରୂତ ଓବେଦଙ୍କ ମା)

ଓବେଦ ଯିଶୟଙ୍କ ବାପା।

ଯିଶୟ ରାଜା ଦାଉଦଙ୍କ ବାପା।

ଦାଉଦ ଶଲୋମନଙ୍କ ବାପା। (ଶଲୋମନଙ୍କ ମା ଆଗରୁ ଉରୀୟଙ୍କ ସ୍ତ୍ରୀ ଥିଲେ)

ଶଲୋମନ ରିହବିୟାମଙ୍କ ବାପା।

ରିହବିୟାମ ଅବିୟଙ୍କ ବାପା।

ଅବିୟ ଆସାଙ୍କ ବାପା।

ଆସା ଯିହୋଶାଫଟଙ୍କ ବାପା।

ଯିହୋଶାଫଟ ଯୋରାମଙ୍କ ବାପା।

ଯୋରାମ ଉଜିୟଙ୍କ ବାପା।

ଉଜିୟ ଯୋଥମଙ୍କ ବାପା।

ଯୋଥମ୍ ଆହାସଙ୍କ ବାପା।

ଆହାସ ହିଜକିୟଙ୍କ ବାପା।

10 ହିଜକିୟ ମନଃଶିଙ୍କ ବାପା।

ମନଃଶି ଅମୋନଙ୍କ ବାପା।

ଅମୋନ ଯୋଶିୟଙ୍କ ବାପା।

11 ଯୋଶିୟ, ଯିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇସ୍ରାଏଲଲୋକଙ୍କୁ କ୍ରୀତଦାସ କରି ବାବିଲୋନ ନିଆଯାଉଥିବା ସମୟର କଥା।)

12 ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ:

ଯିକନିୟ ଶ‌‌‌ଲ୍‌ଟୀୟେଲଙ୍କ ବାପା।

ଶ‌‌‌ଲ୍‌ଟୀୟେଲ ଜିରୁବାବିଲଙ୍କ ଜେଜେ ବାପା।

13 ଜିରୁବାବିଲ ଅବୀହୂଦଙ୍କ ବାପା।

ଅବୀହୂଦ ଏଲିୟାକୀମଙ୍କ ବାପା।

ଏଲିୟାକୀମ ଅ‌ଜ୍‌ଜୂରଙ୍କ ବାପା।

14 ଅ‌ଜ୍‌ଜୂର ସାଦୋକଙ୍କ ବାପା।

ସାଦୋକ ଯାଖୀନଙ୍କ ବାପା।

ଯାଖୀନ ଏଲୀହୂଦଙ୍କ ବାପା।

15 ଏଲୀହୂଦ ଇଲିୟାଜରଙ୍କ ବାପା।

ଇଲିୟାଜର ମଥାନଙ୍କ ବାପା।

ମଥାନ ଯାକୁବଙ୍କ ବାପା।

16 ଯାକୁବ ଯୋଷେଫଙ୍କ ବାପା।

ଯୋଷେଫ ମରିୟମଙ୍କ ସ୍ୱାମୀ।

ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ।

ଯୀଶୁଙ୍କୁ ଖ୍ରୀଷ୍ଟ[a] କୁହାଯାଏ।

17 ଏହିଭଳି ଭାବରେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ହେଲେ ମୋଟ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପର୍ଯ୍ୟନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ହେଲେ ଚଉଦ ପୁରୁଷ।

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ

(ଲୂକ 2:1-7)

18 ଯୀଶୁ ଖ୍ରୀଷ୍ଟଙ୍କ ମା ଥିଲେ ମରିୟମ। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହୋଇଥିଲା। ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡ଼ିଲା ଯେ, ମରିୟମ ପବିତ୍ରଆତ୍ମାଙ୍କ ଶକ୍ତି ବଳରେ ଗର୍ଭବତୀ ହୋଇଛନ୍ତି। 19 କିନ୍ତୁ ତାଙ୍କର ଭାବୀପତି ଯୋଷେଫ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁ ନ ଥିଲେ। ସେ ତାହାଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପନରେ ଯୋଜନା କଲେ।

20 କିନ୍ତୁ ଯୋଷେଫ ଯେତେବେଳେ ଏ କଥା ଭାବୁଥିଲେ, ସେତେବେଳେ ସ୍ୱପ୍ନରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କର ନାହିଁ। କାରଣ ତାହାଙ୍କ ଗର୍ଭରେ ଥିବା ଶିଶୁଟି ପବିତ୍ରଆତ୍ମାଙ୍କର।

21 ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ।” ‌‌‌‌‌‌‌‌

22 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା। 23 “ଜଣେ କୁମାରୀ କନ୍ୟା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟିଏ ଜନ୍ମ ଦେବ। ଲୋକେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ।”(A) (ଇମ୍ମାନୁୟେଲର ଅର୍ଥ, “ପରମେଶ୍ୱର ଆମ୍ଭ ସହିତ ଅଛନ୍ତି।”)

24 ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦେଶ ଦେଲେ, ସେହିପରି କଲେ। ସେ ମରିୟମଙ୍କୁ ବିବାହ କଲେ। 25 କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦେବା ପର୍ଯ୍ୟନ୍ତ ସେ ତାହାଙ୍କ ସହିତ ସହବାସ କରି ନ ଥିଲେ। ଆଉ ଯୋଷେଫ ପୁଅଟିର ନାମ ଯୀଶୁ ରଖିଲେ।

ଯୀଶୁଙ୍କୁ ଦେଖିବା ପାଇଁ ପଣ୍ଡିତମାନଙ୍କ ଆଗମନ

ହେରୋଦଙ୍କ[b] ରାଜତ୍ୱକାଳରେ ଯିହୂଦା ରାଜ୍ୟର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହେବା ପରେ ପୂର୍ବ ଦେଶର କେତେକ ପଣ୍ଡିତ ଯିରୁଶାଲମକୁ ଆସିଲେ। ସେମାନେ ପଗ୍ଭରିଲେ, “ଯିହୂଦୀମାନଙ୍କର ରାଜା ସେହି ନବଜାତ ଶିଶୁ କେଉଁଠାରେ? କାରଣ ଆମ୍ଭେ ପୂର୍ବ ଦେଶରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସେହି ତାରା ପ୍ରକାଶ କରେ ଯେ, ସେ ଜନ୍ମ ହୋଇଛନ୍ତି, ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।”

ରାଜା ହେରୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ, ସେଥିପାଇଁ ସେ ‌‌‌‌ଉ‌‌‌‌‌‌‌ଦ୍‌‌ବିଗ୍ନ ହେଲେ। ଯିରୁଶାଲମର ସବୁ ଲୋକ ମଧ୍ୟ ଚିନ୍ତିତ ହୋଇ ପଡ଼ିଲେ। ହେରୋଦ ଯିହୂଦା ସମାଜର ସମସ୍ତ ପ୍ରମୁଖ ଯାଜକ ଏବଂ ଧର୍ମଶାସ୍ତ୍ରୀମାନଙ୍କର ଗୋଟିଏ ବୈଠକ ଡାକିଲେ। ସେ ସେମାନଙ୍କୁ ପଗ୍ଭରିଲେ, ଖ୍ରୀଷ୍ଟ କେଉଁଠାରେ ଜନ୍ମ ହେବେ? ସେମାନେ କହିଲେ, “ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶାସ୍ତ୍ରରେ ଏସମ୍ପର୍କରେ ଲେଖିଛନ୍ତି:

‘ହେ ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ!
    ଯିହୂଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ।
ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ,
    ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇନେବେ।’”(B)

ତା'ପରେ ହେରୋଦ ପୂର୍ବଦେଶରୁ ଆସିଥିବା ପଣ୍ଡିତମାନଙ୍କ ସହିତ ଗୁପ୍ତ ବୈଠକ କଲେ। ସେମାନେ କେତେବେଳେ ପ୍ରଥମେ ସେହି ତାରା ଦେଖିଥିଲେ, ତାହାର ସଠିକ୍ ସମୟ ହେରୋଦ ପଣ୍ଡିତମାନଙ୍କଠାରୁ ବୁଝିନେଲେ। ହେରୋଦ ସେମାନଙ୍କୁ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ପଠାଇଲେ ଓ କହିଲେ, “ତୁମ୍ଭେମାନେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଯାଇ ଶିଶୁଟି ବିଷୟରେ ଯତ୍ନ ଭାବରେ ଖୋଜ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତେବେ ମୋତେ ଜଣାଅ, ତା'ପରେ ମୁଁ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବି।”

ପଣ୍ଡିତମାନେ ରାଜାଙ୍କ କଥା ଶୁଣି ‌ଗ୍ଭଲିଗଲେ। ଯେଉଁ ତାରାଟି ସେମାନେ ଆଗରୁ ପୂର୍ବ ଦେଶରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସେହି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠାରେ ପିଲାଟି ଥିଲା, ସେହି ସ୍ଥାନ ଉପରେ ସ୍ଥିର ହୋଇ ରହିଗଲା। 10 ତାରା ଦେଖି ପଣ୍ଡିତମାନେ ବହୁତ ଖୁସୀ ହେଲେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେଲେ।

11 ସେମାନେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା'ପରେ ସେମାନେ ଶିଶୁ ପାଇଁ ଆଣିଥିବା ଉପହାର ପେଡ଼ିଟି ଖୋଲିଲେ। ସେମାନେ ଶିଶୁକୁ ସୁନା, କୁନ୍ଦୁରୁ[c] ଓ ଗନ୍ଧରସ[d] ଉପହାର ଦେଲେ। 12 କିନ୍ତୁ ପରମେଶ୍ୱର ସେମାନଙ୍କୁ ହେରୋଦଙ୍କ ପାଖକୁ ଫେରି ନ ଯିବାକୁ ସ୍ୱପ୍ନରେ ସାବଧାନ କରାଇ ଦେଲେ। ତେଣୁ ସେମାନେ ଅନ୍ୟ ଏକ ପଥ ଦେଇ ନିଜ ଦେଶକୁ ଫେରିଗଲେ।

ଯୀଶୁଙ୍କ ବାପା-ମାଆ ତାହାଙ୍କୁ ମିଶରକୁ ନେଲେ

13 ପଣ୍ଡିତମାନେ ଗ୍ଭଲିଯିବାପରେ ପରମେଶ୍ୱରଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁଟିକୁ ଓ ତା’ ମାଙ୍କୁ ନେଇ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ। କାରଣ ହେରୋଦ ତାହାକୁ ମାରିଦେବା ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖୋଜିବ।”

14 ତେଣୁ ଯୋଷେଫ ଉଠିଲେ, ସେ ଶିଶୁ ଓ ତା’ ମାଙ୍କୁ ଧରି ମିଶର ଦେଶକୁ ଯିବା ପାଇଁ ରାତିରେ ବାହାରି ପଡ଼ିଲେ। 15 ସେଠାରେ ଯୋଷେଫ ହେରୋଦଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହିଲେ। ପରମେଶ୍ୱର ତାହାଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ୱର କହିଥିଲେ, “ମୁଁ ମୋର ପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।”(C)

ହେରୋଦ ବେ‌‌‌‌‌‌ଥ୍‌‌‌‌‌‌ଲେହିମର ଶିଶୁ ପୁତ୍ରମାନଙ୍କୁ ହତ୍ୟା କଲେ

16 ହେରୋଦ ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନେଇ ଦେଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇ ବର୍ଷ ତଳର କଥା ହୋଇଥିବାରୁ ସେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଓ ତା’ ଆଖପାଖ ଅଞ୍ଚଳର ଦୁଇ ବର୍ଷ ବା ତା'ଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ୟା କରିବାକୁ ଆଦେଶ ଦେଲେ। 17 ଏହିଭଳି ଭାବରେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ପ୍ରଭୁଙ୍କ ବାକ୍ୟ ସଫଳ ହେଲା:

18 “ରାମାରେ ଏକ ଦୁଃଖଭରା ସ୍ୱର ଶୁଣାଗଲା।
    ତାହା ରୋଦନ ଓ ଅତିଶୟ ବିଳାପର ସ୍ୱର ଥିଲା।
ରାହେଲ ତା’ ପିଲାମାନଙ୍କ ପାଇଁ କାନ୍ଦୁଥିଲା।
    କେହିହେଲେ ତାକୁ ସାନ୍ତ୍ୱନା ଦେଇ ପାରିବେନି।
    କାରଣ ତା'ର ପିଲାମାନେ ମରିଯାଇଥିଲେ।”(D)

ଯୋଷେଫ ଓ ମରିୟମ ମିଶରରୁ ଫେରିଲେ

19 ହେରୋଦଙ୍କ ମୃତ୍ୟୁ ପରେ ମିଶରରେ ଯୋଷେଫଙ୍କୁ ସ୍ୱପ୍ନରେ ପ୍ରଭୁ ପରମେଶ୍ୱରଙ୍କର ଜଣେ ଦୂତ ଦେଖା ଦେଲେ। 20 ଦୂତ କହିଲେ, “ଉଠ, ପିଲାଟିକୁ ଓ ତା’ ମାକୁ ନେଇ ଇସ୍ରାଏଲ ଦେଶକୁ ଯାଅ। କାରଣ ଯେଉଁମାନେ ପିଲାଟିକୁ ମାରିଦେବାକୁ ଚେଷ୍ଟା କରୁଥିଲେ, ସେମାନେ ଏବେ ମରିଗଲେଣି।”

21 ତେଣୁ ଯୋଷେଫ ପ୍ରସ୍ତୁତ ହେଲେ, ସେ ପିଲାଟିକୁ ଓ ତା’ ମାକୁ ନେଇ ଇସ୍ରାଏଲ ଫେରିଗଲେ। 22 କିନ୍ତୁ ଯୋଷେଫ ଶୁଣିଲେ ଯେ, ହେରୋଦଙ୍କ ମୃତ୍ୟୁ ପରେ ତାହାଙ୍କ ପୁଅ ଆର୍ଖିଲାୟ ଯିହୂଦାରେ ରାଜା ହୋଇଛନ୍ତି। ତେଣୁ ସେ ସେଠାକୁ ଯିବାକୁ ଭୟ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ସ୍ୱପ୍ନରେ ଆଦେଶ ପାଇ ଯୋଷେଫ ଗାଲିଲୀ ପ୍ରଦେଶକୁ ଗଲେ। 23 ସେ ସେଠାରେ ପହଞ୍ଚି ନାଜରିତ ନାମକ ନଗରରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ୟାତ ହେବେବୋଲି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିଲେ। ସେହି ବାକ୍ୟ ଅନୁସାରେ ଏହା ଘଟିଲା।

ବାପ୍ତିଜକ ଯୋହନଙ୍କ କାର୍ଯ୍ୟ

(ମାର୍କ 1:1-8; ଲୂକ 3:1-9,15-17; ଯୋହନ 1:19-28)

ସେହି ସମୟରେ ବାପ୍ତିଜକ ଯୋହନ ଆସି ଯିହୂଦା ପ୍ରଦେଶର ପ୍ରାନ୍ତର ମଧ୍ୟରେ ଘୋଷଣା କରି କହିବାକୁ ଲାଗିଲେ “ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ଶୀଘ୍ର ଆସୁଅଛି।” ସେହି ଯୋହନଙ୍କ ବିଷୟରେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟ କହୁଥିଲେ,

“ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର:
‘ପ୍ରଭୁଙ୍କର ପଥ ପ୍ରସ୍ତୁତ କର,
    ତାହାଙ୍କ ରାଜପଥ ସଳଖ କର।’”(E)

ଯୋହନଙ୍କ ବସ୍ତ୍ର ଓଟ ଲୋମରେ ତିଆରି ହୋଇଥିଲା, ସେ ଅଣ୍ଟାରେ ଚମଡ଼ା ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା। ସେ ସମୟରେ ଯିରୁଶାଲମ, ସମଗ୍ର ଯିହୂଦା ରାଜ୍ୟ ଓ ଯର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳରେ ଥିବା ଲୋକ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ। ସେମାନେ ନିଜ ନିଜ ପାପ ସ୍ୱୀକାର କଲେ। ଯୋହନ ଯର୍ଦ୍ଦନ ନଦୀରେ ସେମାନଙ୍କୁ ବାପ୍ତିସ୍ମ ଦେଲେ।

ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ? ତୁମ୍ଭକୁ ନିଜର କାର୍ଯ୍ୟ ଦ୍ୱାରା ପ୍ରକାଶ କରିବାକୁ ହେବ ଯେ, ତୁମ୍ଭେ ବାସ୍ତବରେ ମନ ପରିର୍ତ୍ତନ କରିଅଛ। ତୁମ୍ଭେମାନେ ନିଜକୁ ଅବ୍ରହାମଙ୍କ ସନ୍ତାନ ବୋଲି କହିଦେଲେ ଯେ ଯଥେଷ୍ଟ ହୋଇଗଲା, ସେ କଥା କେବେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରି ପାରିବେ। 10 ଗଛର ମୂଳ ଉପରେ କୁହ୍ରାଡ଼ି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାନ୍ତି, ସେଗୁଡ଼ିକୁ କାଟି ନିଆଁରେ ପକେଇ ଦିଆଯିବ।

11 “ତୁମ୍ଭେମାନେ ମନ ପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ମୋ'ପରେ ଯେ ଆସୁଛନ୍ତି, ସେ ମୋ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତା ବୋହି ନେବାକୁ ମଧ୍ୟ ଯୋଗ୍ୟ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। 12 ତାହାଙ୍କ ହାତରେ କୁଲା ଅଛି। ସେଥିରେ ସେ ଶସ୍ୟ ସବୁରୁ ଅଗାଡ଼ି ତକ ଅଲଗା କରିଦେବେ। ସେ ତାହାଙ୍କ ଖଳାରୁ ପରିଷ୍କାର ହୋଇଥିବା ଶସ୍ୟତକ ଏକାଠି କରିନେଇ ଅମାର ଭିତରେ ରଖି ଦେବେ ଓ ଅଗାଡ଼ି, କାଠି-କୁଟାତକ ନିଆଁରେ ପକେଇ ଦେବେ। ସେ ନିଆଁ କେବେ ହେଲେ ଲିଭିବ ନାହିଁ।”

ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ

(ମାର୍କ 1:9-11; ଲୂକ 3:21-22)

13 ସେହି ସମୟରେ ଯୋହନଙ୍କଠାରୁ ବାପ୍ତିସ୍ମ ନେବା ପାଇଁ ଯୀଶୁ ଗାଲିଲୀରୁ ଯର୍ଦ୍ଦନ ନଦୀ କୂଳକୁ ଆସିଲେ। 14 କିନ୍ତୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ତାହାଙ୍କଠାରେ ନେବା ପାଇଁ ମନା କରିବାକୁ ଚେଷ୍ଟା କରି କହିଲେ, “ମୋର ତୁମ୍ଭଠାରୁ ବାପ୍ତିସ୍ମ ନେବା ଦରକାର। ତୁମ୍ଭେ ମୋ’ ପାଖକୁ କାହିଁକି ଆସିଛ?”

15 ଉତ୍ତରରେ ଯୀଶୁ ତାହାଙ୍କୁ କହିଲେ, “ବର୍ତ୍ତମାନ ପାଇଁ ଏହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ୍, ଯାହା ଉତ୍ତମ ଅଟେ।” ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ପାଇଁ ରାଜି ହେଲେ।

16 ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ରେ ଆକାଶ ଖୋଲିଗଲା, ଏବଂ ସେ ପରମେଶ୍ୱରଙ୍କ ଆତ୍ମାକୁ ଗୋଟିଏ କପୋତ ରୂପରେ ତଳକୁ ଓହ୍ଲେଇ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ। 17 ସେତେବେଳେ ଆକାଶରୁ ଏହି ବାଣୀ ହେଲା: “ଏ ମୋର ପ୍ରିୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ରେମ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।”

ଯୀଶୁଙ୍କୁ ପରୀକ୍ଷା

(ମାର୍କ 1:12-13; ଲୂକ 4:1-13)

ତା'ପରେ ସେହି ପବିତ୍ରଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢ଼ାଇ ନେଇଗଲେ। ଶୟତାନ ଦ୍ୱାରା ପରୀକ୍ଷୀତ ହେବା ପାଇଁ ତାହଙ୍କୁ ସେଠାକୁ ନିଆଯାଇଥିଲା। ଯୀଶୁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ୍ ଭୋକ ଲାଗୁଥିଲା। ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ିକୁ ରୋଟୀ ହୋଇ ଯିବା ପାଇଁ କୁହ।”

ଯୀଶୁ ଉତ୍ତରରେ କହିଲେ, “ଶାସ୍ତ୍ରରେ ଏହା ଲେଖାଅଛି,

‘ମଣିଷ କେବଳ ଖାଦ୍ୟରେ ବଞ୍ଚିବ ନାହିଁ,
    କିନ୍ତୁ ତା'ର ଜୀବନ ପରମେଶ୍ୱରଙ୍କ ମୁଖରୁ ବାହାରି ଥିବା ପ୍ରତ୍ୟେକ ବାକ୍ୟରେ ହିଁ ବଞ୍ଚିବ।’”(F)

ତା'ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ଯିରୁଶାଲମକୁ ନେଇଗଲା। ସେ ଯୀଶୁଙ୍କୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ରଖିଲା। ଶୟତାନ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଶାସ୍ତ୍ରରେ ଲେଖାଅଛି:

‘ପରମେଶ୍ୱର ତୁମ୍ଭର ଯତ୍ନ ନେବା ପାଇଁ ନିଜ ସ୍ୱର୍ଗଦୂତଙ୍କୁ ଆଦେଶ ଦେବେ।
    ସେମାନେ ତୁମ୍ଭକୁ ତାହାଙ୍କ ହାତରେ ଧରିପକାଇବେ।
ତାହାହାଲେ ପଥରରେ ତୁମ୍ଭ ପାଦ ବାଜିବ ନାହିଁ।’”(G)

ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ର ଏ କଥା ମଧ୍ୟ କୁହେ, ‘ତୁମ୍ଭେ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।’”(H)

ତା'ପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ୟ ଓ ସେଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇଲା। ଶୟତାନ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପାଦତଳେ ପଡ଼ି ମୋତେ ପ୍ରଣାମ କରିବ, ତେବେ ତୁମ୍ଭକୁ ମୁଁ ଏସବୁ ଦେଇଦେବି।”

10 ଯୀଶୁ ତାକୁ କହିଲେ, “ଶୟତାନ, ମୋ’ ପାଖରୁ ଦୂରହୁଅ! କାରଣ ଶାସ୍ତ୍ରରେ ଲେଖାଅଛି:

‘ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ।
    ତାହାଙ୍କରହିଁ ସେବା କର!(I)

11 ତେଣୁ ଶୟତାନ ତାହାଙ୍କୁ ଛାଡ଼ି ଗ୍ଭଲିଗଲା, ଏବଂ ତା'ପରେ ସ୍ୱର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।

ଗାଲିଲୀରେ ଯୀଶୁ କାର୍ଯ୍ୟ ଆରମ୍ଭ କଲେ

(ମାର୍କ 1:14-15; ଲୂକ 4:14-15)

12 ଯୋହନ କାରାଗାରରେ ବନ୍ଦୀ ହୋଇଥିବା ଖବର ଯୀଶୁ ଶୁଣିଲେ, ତେଣୁ ଯୀଶୁ ଗାଲିଲୀକୁ ଫେରିଗଲେ। 13 ଯୀଶୁ କିନ୍ତୁ ନାଜରିତରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳରେ କଫର୍ନାହୂମ ସହରରେ ବାସ କଲେ, କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳରେ ଅବସ୍ଥିତ। 14 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପ୍ରଭୁ ପରମେଶ୍ୱର ଯାହା କହିଥିଲେ, ତାହା ପୂର୍ଣ୍ଣ ହେବା ପାଇଁ ଯୀଶୁ ଏଭଳି କରିଥିଲେ।

15 “ସବୂଲୂନ ଓ ନପ୍ତାଲି ପ୍ରଦେଶ,
    ସମୁଦ୍ର ରାସ୍ତାର ନିକଟସ୍ଥ ଯର୍ଦ୍ଦନ ନଦୀର ପରପାରିସ୍ଥ
    ଗାଲିଲୀର ଏକ ଅଣଯିହୂଦୀ ପ୍ରଦେଶ।
16 ଯେଉଁ ଲୋକମାନେ ଅନ୍ଧାରରେ ରହୁଥିଲେ,
    ସେମାନେ ଏକ ମହାନ ଜ୍ୟୋତି ଦେଖିଲେ।
କବର ଭଳି ଅନ୍ଧକାରମୟ ପ୍ରଦେଶରେ ଯେଉଁମାନେ ରହୁଥିଲେ,
    ସେମାନଙ୍କ ଉପରେ ଜ୍ୟୋତିର ଉଦୟ ହେଲା।”(J)

17 ସେହି ଦିନଠାରୁ ଯୀଶୁ ପ୍ରଗ୍ଭର କରିବା ଆରମ୍ଭ କରିଦେଲେ। ସେ କହିଲେ, “ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ନିକଟ ହୋଇଗଲାଣି।”

ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ

(ମାର୍କ 1:16-20; ଲୂକ 5:1-11)

18 ଯୀଶୁ ଗାଲିଲୀ ହ୍ରଦ ପାଖଦେଇ ଯାଉଥିଲେ, ସେ (ପିତର ନାମରେ ଖ୍ୟାତ) ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦେଖିଲେ। ସେମାନେ ହ୍ରଦରେ ଜାଲ ପକାଉଥିଲେ। ସେମାନେ, ବ୍ୟବସାୟରେ କେଉଟ ଥିଲେ। 19 ଯୀଶୁ ସେମାନଙ୍କୁ କହିଲେ, “ଆସ, ମୋତେ ଅନୁସରଣ କର। ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।” 20 ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ଜାଲ ଛାଡ଼ିଦେଇ ଯୀଶୁଙ୍କୁ ଅନୁସରଣ କଲେ।

21 ଯୀଶୁ ସେଠାରୁ ଆଗକୁ ଗ୍ଭଲିଲେ। ସେ ଦେଖିଲେ ଯେ ଜେବଦୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସେମାନଙ୍କୁ ଡାକିଲେ। 22 ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ବାପାଙ୍କୁ ଓ ଡଙ୍ଗାକୁ ଛାଡ଼ି ଦେଇ ଯୀଶୁଙ୍କୁ ଅନୁସରଣ କଲେ।

ଯୀଶୁ ଲୋକମାନଙ୍କୁ ଉପଦେଶ ଦେଲେ ଓ ରୋଗସୁସ୍ଥ କଲେ

(ଲୂକ 6:17-19)

23 ଯୀଶୁ ଯିହୂଦୀ ସମାଜଗୃହମାନଙ୍କରେ ସ୍ୱର୍ଗରାଜ୍ୟରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କରି ସମଗ୍ର ଗାଲିଲୀ ରାଜ୍ୟରେ ଭ୍ରମଣ କଲେ। 24 ସମଗ୍ର ସୁରିୟା ଦେଶରେ ତାହାଙ୍କର ସମାଗ୍ଭର ବ୍ୟାପିଗଲା, ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡ଼ା ଭୋଗୁଥିଲେ, ଯେଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛାରୋଗୀ ଓ ପକ୍ଷାଘାତରୋଗୀ ଥିଲେ, ସେମାନେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। 25 ତେଣୁ ଗାଲିଲୀ, ଦେକାପଲି, ଯିରୁଶାଲମ, ଯିହୂଦା ଓ ଯର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି

(ଲୂକ 6:20-23)

ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା, ଏହା ଦେଖି ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ବସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ। ଏଥର ଯୀଶୁ ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ,

“ଆତ୍ମାରେ ଦିନହୀନ ଲୋକମାନେ ଧନ୍ୟ,
    କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ;
    କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
ନମ୍ର ଓ ସୁଶୀଳ ଲୋକମାନେ ଧନ୍ୟ;
    କାରଣ ଏ ପୃଥିବୀ ସେହିମାନଙ୍କର ହେବ।
ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ,
    କାରଣ ସେମାନେ ସମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।
ଅନ୍ୟମାନଙ୍କୁ ଦୟା ଦେଖାଉଥିବା ଲୋକମାନେ ଧନ୍ୟ;
    କାରଣ ପରମେଶ୍ୱର ସେହିମାନଙ୍କୁ ଦୟା କରିବେ।
ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ୟ;
    କାରଣ ସେମାନେ ପରମେଶ୍ୱରଙ୍କୁ ଦେଖିବେ।
ଶାନ୍ତି ପାଇଁ କାମ କରୁଥିବା ଲୋକମାନେ ଧନ୍ୟ,
    କାରଣ ସେମାନେ ପରମେଶ୍ୱରଙ୍କ ସନ୍ତାନ ଭାବେ ଡକାଯିବେ।
10 ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ;
    କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।

11 “ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ। 12 ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ।

ତୁମ୍ଭେମାନେ ଲୁଣ ଓ ଆଲୋକ ପରି

(ମାର୍କ 9:50; 4:21; ଲୂକ 14:34-35; 8:16)

13 “ତୁମ୍ଭେମାନେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଜେ ସ୍ୱାଦହୀନ ହୋଇଯାଏ, ତେବେ ତାକୁ ଆଉଥରେ ଲୁଣିଆ କରା ଯାଇ ନ ପାରେ। ଲୁଣ ଆପଣା ଲୁଣିଆ ସ୍ୱାଦ ହରାଇଲେ ଆଉ କୌଣସି କାମରେ ଲାଗିପାରିବ ନାହିଁ। ତାକୁ ବାହାରେ ଫିଙ୍ଗି ଦିଆଯିବ। ଲୋକେ ତାକୁ ପାଦରେ ଚକଟି ଗ୍ଭଲିଯିବେ।

14 “ତୁମ୍ଭେ ଜଗତର ଆଲୋକ। ପାହାଡ଼ ଉପରେ ଅବସ୍ଥିତ କୌଣସି ନଗରକୁ କେବେ ହେଲେ ଲୁଚେଇ ରଖାଯାଇ ପାରିବ ନାହିଁ। 15 ଲୋକେ ଦୀପଟିଏ ଜଳେଇ ତାକୁ ହାଣ୍ଡି ତଳେ ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ଦ୍ୱାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ। 16 ଲୋକଙ୍କ ଆଗରେ ତୁମ୍ଭେମାନେ ଆଲୋକ ଭଳି ପ୍ରକାଶିତ ହୁଅ। ସେମାନେ ତୁମ୍ଭର ଭଲ କାମଗୁଡ଼ିକ ଦେଖନ୍ତୁ ଓ ସ୍ୱର୍ଗରେ ରହୁଥିବା ତୁମ୍ଭ ପରମପିତାଙ୍କୁ ପ୍ରଶଂସା ଗାନକରନ୍ତୁ।

ଯୀଶୁ ଓ ପୁରାତନ ନିୟମର ଲେଖାସମୁହ

17 “ତୁମ୍ଭେମାନେ ଭାବ ନାହିଁ ଯେ ମୁଁ ମୋଶାଙ୍କ ବ୍ୟବସ୍ଥା କିଅବା ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସେମାନଙ୍କ ଉପଦେଶ ନଷ୍ଟ କରିବାକୁ ଆସି ନାହିଁ। ବରଂ ମୁଁ ସେମାନଙ୍କ ଉପଦେଶଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି। 18 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ପୃଥିବୀ ଓ ଆକାଶ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ସବୁ କଥା ନ ଘଟିବା ପର୍ଯ୍ୟନ୍ତ ଏହି ନିୟମରୁ ଅକ୍ଷରଟିଏ କି ବିନ୍ଦୁଟିଏ ହେଲେ ମଧ୍ୟ ଲୋପ ପାଇବ ନାହିଁ।

19 “ଏଣୁ ଲୋକେ ପ୍ରତ୍ୟେକ ଆଦେଶ ମାନିବା ଉଚିତ୍, ଏପରିକି ମହତ୍ତ୍ୱପୂର୍ଣ୍ଣ ଦେଖା ଯାଉ ନ ଥିବା ଛୋଟ ଆଦେଶଟିଏ ମଧ୍ୟ ମାନିବା ଉଚିତ୍। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ୱର୍ଗରାଜ୍ୟରେ ଅତି ନ୍ୟୁନ ବୋଲି ଗଣିତ ହେବ କିନ୍ତୁ ଯେଉଁ ଲୋକ ସେ ବ୍ୟବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ହେବ। 20 ମୁଁ ତୁମ୍ଭକୁ କହୁଛି ଯେ, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆଚରଣ କରି ତୁମ୍ଭେମାନେ ଧର୍ମଶାସ୍ତ୍ରୀ ଓ ଫାରୂଶୀ[e]ମାନଙ୍କଠାରୁ ଆଗେଇ ଯାଅ। ତା’ ନ ହେଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ ନାହିଁ।

ଯୀଶୁ କ୍ରୋଧ ବିଷୟରେ ଶିକ୍ଷା ଦିଅନ୍ତି

21 “ତୁମ୍ଭେମାନେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ନରହତ୍ୟା କର ନାହିଁ।(K) ଯେଉଁ ଲୋକ ନରହତ୍ୟା କରେ, ସେ ବିଗ୍ଭରସ୍ଥାନରେ ବିଗ୍ଭରିତ ହେବ।’ 22 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ[f] ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ।

23 “ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟକୁ ତୁମ୍ଭମାନଙ୍କର ନୈବେଦ୍ୟ ଦାନ ଆଣ, ସେତେବେଳେ ଅନ୍ୟ ଲୋକମାନଙ୍କ ବିଷୟ ଚିନ୍ତା କର। ଯଦି ବେଦୀ ଉପରେ ପରମେଶ୍ୱରଙ୍କୁ ନୈବେଦ୍ୟ ଦାନ ଦେବା ବେଳେ ତୁମ୍ଭର ମନେ ପଡ଼ିଯାଏ ଯେ, ତୁମ୍ଭ ବିରୁଦ୍ଧରେ କାହାର କିଛି କଥା ଅଛି, 24 ତେବେ ତୁମ୍ଭର ନୈବେଦ୍ୟ ଦାନ ସେହିଠାରେ ଛାଡ଼ି ଦେଇ ସେହି ଲୋକଟି ପାଖକୁ ଯାଅ ଏବଂ ତା’ ସହିତ ଶାନ୍ତି ସ୍ଥାପନ କରି, ତା'ପରେ ଆସି ତୁମ୍ଭର ନୈବେଦ୍ୟ ଦାନ ଅର୍ପଣ କର।

25 “ଯଦି ତୁମ୍ଭର ଶତ୍ରୁ ତୁମ୍ଭକୁ ବିଗ୍ଭରାଳୟକୁ ନେଇ ଯାଉଅଛି, ତେବେ ବିଗ୍ଭରାଳୟ ଯିବା ପୂର୍ବରୁ ତା’ ସହିତ ଶୀଘ୍ର ବନ୍ଧୁତା ସ୍ଥାପନ କର। ନଚେତ ତୁମ୍ଭର ଶତ୍ରୁ ବିଗ୍ଭରପତିଙ୍କ ହାତରେ ଦେଇଦେବ ଓ ଶେଷରେ ବିଗ୍ଭରପତି ତୁମ୍ଭକୁ ସିପାହୀ ହାତରେ ଦେବେ, ତା'ପରେ ତୁମ୍ଭେ କାରାଗାରରେ ବନ୍ଦୀ ହୋଇ ଯିବ। 26 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ପର୍ଯ୍ୟନ୍ତ ତୁମ୍ଭେ ପାହୁଲା-ପାହୁଲା କରି ନ ଶୁଝିଛ, ସେପର୍ଯ୍ୟନ୍ତ କାରାଗାର ଭିତରୁ ବାହାରି ଆସି ପାରିବ ନାହିଁ।

ଯୀଶୁ ଯୌନଗତ ପାପ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି

27 “ତୁମ୍ଭେମାନେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, ‘ବ୍ୟଭିଗ୍ଭର କର ନାହିଁ।’(L) 28 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କେହି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା’ ସହିତ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହେଁ, ତେବେ ସେ ନିଜ ମନ ଭିତରେ ସେହି ସ୍ତ୍ରୀ ସହିତ ବ୍ୟଭିଗ୍ଭର କରି ସାରିଲାଣି। 29 ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର କାରଣ ହୁଏ, ତେବେ ସେହି ଆଖିଟିକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ। 30 ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗିଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ।

ଯୀଶୁ ଛାଡ଼ପତ୍ର ସମ୍ବନ୍ଧରେ ଶିକ୍ଷା ଦିଅନ୍ତି

(ମାଥିଉ 19:9; ମାର୍କ 10:11-12; ଲୂକ 16:18)

31 “ଏ କଥା ମଧ୍ୟ କୁହାଯାଇଛି ଯେ, ‘ଯେଉଁ ଲୋକ ତା'ର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତା’ ପତ୍ନୀକୁ ଛାଡ଼ପତ୍ର ପାଇଁ ଲିଖିତ ରୂପରେ ଗୋଟିଏ ସୂଚନା ଦେବ।’(M) 32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କେହି ନିଜର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତାହାକୁ ବ୍ୟଭିଗ୍ଭର ଦୋଷରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିଥାଏ, ତେବେ କେବଳ ସେ ତାହାକୁ ଛାଡ଼ପତ୍ର ଦେଇ ପାରିବ। ଯଦି କୌଣସି ଲୋକ ଛାଡ଼ପତ୍ର ପାଇଥିବା ସେହି ପତ୍ନୀକୁ ବିବାହ କରେ, ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।

ପ୍ରତିଜ୍ଞା ସମ୍ବନ୍ଧରେ ଯୀଶୁଙ୍କର ଶିକ୍ଷା

33 “ଏ କଥା ତୁମ୍ଭେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ତୁମ୍ଭେମାନେ କରିଥିବା ପ୍ରତିଜ୍ଞା କେବେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହିସବୁ ପାଳନ କର।’[g] 34 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କର ନାହିଁ। ସ୍ୱର୍ଗର ନାମରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ୱରଙ୍କ ସିଂହାସନ। 35 ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। 36 ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବ ନାହିଁ। 37 ଯଦି ତୁମ୍ଭେ ଠିକ୍ ମନେ କରୁଛ ତେବେ ‘ହଁ’ କୁହ ଏବଂ ତୁମ୍ଭେ ଯଦି ଭୁଲ୍ ବୋଲି ମନେ କରୁଛ ତେବେ ‘ନାଁ’ କୁହ। ‘ହଁ’ ବା ‘ନାଁ’ ଠାରୁ ଅଧିକା ବିଷୟ ପାପାତ୍ମାଠାରୁ ଆସିଥାଏ।

ଯୀଶୁ କହନ୍ତି: ପ୍ରତିଶୋଧ ମନଭାବ ରଖ ନାହିଁ

(ଲୂକ 6:29-30)

38 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି, ‘ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ।’(N) 39 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, କୌଣସି ମନ୍ଦ ଲୋକର ବିରୁଦ୍ଧରେ ଠିଆ ହୁଅ ନାହିଁ। ବରଂ ଯଦି କେହି ତୁମ୍ଭର ଡାହାଣ ଗାଲରେ ଗ୍ଭପୁଡ଼ାଟିଏ ମାରେ, ତେବେ ତୁମ୍ଭେ ତା ଆଡ଼କୁ ଆର ଗାଲଟି ମଧ୍ୟ ଦେଖେଇ ଦିଅ। 40 ଯଦି କେହି ତୁମ୍ଭ ବିରୁଦ୍ଧରେ ବିଗ୍ଭରାଳୟରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନେବାକୁ ଇଚ୍ଛା କରେ, ତେବେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ୟଦେଇ ଦିଅ। 41 ଯଦି କେହି ତୁମ୍ଭକୁ ତା’ ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ୟ କରେ ତେବେ ତୁମ୍ଭେ ତା’ ସହିତ ଦୁଇ କୋଶ ଗ୍ଭଲି ଯାଅ। 42 ଯଦି କେହି ତୁମ୍ଭକୁ କିଛି ମାଗେ, ତେବେ ତାହା ତାହାକୁ ଦିଅ। କେହି ଯଦି ତୁମ୍ଭଠାରୁ ଧାର ନେବାକୁ ଇଚ୍ଛାକରେ, ତେବେ ତାହାକୁ ମନା କର ନାହିଁ।

ସମସ୍ତଙ୍କୁ ପ୍ରେମ କର

(ଲୂକ 6:27-28,32-36)

43 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’(O) 44 କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର। 45 ତା'ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି। 46 ଯେଉଁମାନେ ତୁମ୍ଭକୁ ପ୍ରେମ କରିଛନ୍ତି, ତୁମ୍ଭେ ଯଦି କେବଳ ସେହିମାନଙ୍କୁ ପ୍ରେମ କରିବ ତେବେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ? ଏପରିକି କରଆଦାୟକାରୀ[h]ମାନେ ମଧ୍ୟ ଏହା କରନ୍ତି। 47 ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି? 48 ଏଣୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।

ଦାନ ବିଷୟରେ ଯୀଶୁଙ୍କ ଉପଦେଶ

“ସାବଧାନ ରୁହ! ଯେତେବେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କର ନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସେଗୁଡ଼ିକ କର ନାହିଁ। ତାହାହାଲେ ତୁମ୍ଭେ ସ୍ୱର୍ଗରେ ଥିବା ତୁମ୍ଭର ପରମପିତାଙ୍କଠାରୁ ପୁରସ୍କାର ପାଇ ପାରିବ ନାହିଁ।

“ଏଣୁ ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦେଉଛ, ସେତେବେଳେ ତା'ର ଘୋଷଣା କର ନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କରେ ତୂରୀବଜାଇ ସେଭଳି ପ୍ରଗ୍ଭର କରିଥା’ନ୍ତି। ମୁଁ ତୁମ୍ଭକୁ ସତ୍ୟକଥା କହୁଛି ଯେ, ସେମାନେ ତାହାଙ୍କର ପ୍ରତିଫଳ ପାଇ ସାରିଲେଣି। ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତେବେଳେ ତୁମ୍ଭର ଡାହାଣ ହାତ କ’ଣ କରୁଛି, ସେ ବିଷୟରେ ବାମ ହାତକୁ ମଧ୍ୟ ଜାଣିବାକୁ ସୁଯୋଗ ଦିଅ ନାହିଁ। ତୁମ୍ଭେ କ’ଣ କରୁଛ, ତାହା ଯେପରି କେହି ନ ଜାଣନ୍ତୁ। ତୁମ୍ଭର ଦାନ ଗୋପନରେ ହେବା ଉଚିତ୍। ତୁମ୍ଭର ପରମପିତା ଗୋପନରେ କରାଯାଇଥିବା କାର୍ଯ୍ୟକୁ ଦେଖି ପାରନ୍ତି, ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।

ପ୍ରାର୍ଥନା ବିଷୟରେ ଯୀଶୁଙ୍କ ଶିକ୍ଷା

(ଲୂକ 11:2-4)

“ତୁମ୍ଭେ ପ୍ରାର୍ଥନା କଲାବେଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସେମାନେ ଯିହୂଦୀ ସମାଜଗୃହ ଓ ଗଳି-ମୁଣ୍ଡରେ ଠିଆହୋଇ ବଡ଼ ପାଟିରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ତା'ର ପୁରା ପ୍ରତିଫଳ ଦିଆଯାଇ ସାରିଲାଣି। କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବେଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କୁ ଗୋପନରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନରେ କରୁଥିବା ତୁମ୍ଭ କାମଗୁଡ଼ିକ ଦେଖି ପାରନ୍ତି। ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।

“ତୁମ୍ଭେ ପ୍ରାର୍ଥନା କଲାବେଳେ ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନଙ୍କ ଭଳି ନିରର୍ଥକ କଥା ବାରମ୍ବାର କୁହ ନାହିଁ। ସେମାନେ ଭାବନ୍ତି ଯେ, ବହୁତ କଥା କହିବା ଯୋଗୁଁ ତାହାଙ୍କ କଥା ପରମେଶ୍ୱର ଶୁଣିବେ। ଏଣୁ ତୁମ୍ଭେ ସେମାନଙ୍କ ଭଳି ହୁଅ ନାହିଁ। କାରଣ ତୁମ୍ଭେ ତୁମ୍ଭର ପରମପିତାଙ୍କୁ କିଛି ମାଗିବା ପୂର୍ବରୁ ସେ ତୁମ୍ଭମାନଙ୍କର ପ୍ରୟୋଜନୀୟ ବିଷୟ ଜାଣନ୍ତି। ଏଣୁ ଏହିଭଳି ପ୍ରାର୍ଥନା କର:

‘ହେ ସ୍ୱର୍ଗରେ ଥିବା ଆମ୍ଭର ପରମପିତା,
    ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।
10 ତୁମ୍ଭର ରାଜ୍ୟ ଆସୁ।
    ସ୍ୱର୍ଗରେ ତୁମ୍ଭ ଇଚ୍ଛା ସଫଳ ହେବାଭଳି ଏ ପୃଥିବୀରେ ବି ତୁମ୍ଭ ଇଚ୍ଛା ସଫଳ ହେଉ।
11 ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ।
12 ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ,
    ସେହିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।
13 ଆମ୍ଭକୁ ପରୀକ୍ଷାରେ ପକାଅ ନାହିଁ।
    ମାତ୍ର ମନ୍ଦଠାରୁ ରକ୍ଷା କର।’[i]

14 ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦେବ ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ୟ କ୍ଷମା କରିଦେବେ। 15 କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦେବ ନାହିଁ, ତେବେ ତୁମ୍ଭର ପରମପିତା ମଧ୍ୟ ତୁମ୍ଭ ଅପରାଧ ଗୁଡ଼ିକ ପାଇଁ ତୁମ୍ଭକୁ କ୍ଷମା ଦେବେ ନାହିଁ।

ଯୀଶୁ ଉପବାସ ବିଷୟରେ ଉପଦେଶ ଦେଲେ

16 “ତୁମ୍ଭେ ଉପବାସ କଲାବେଳେ ଦୁଃଖିତ ଥିବା ଭଳି ମୁହଁ କର ନାହିଁ। କପଟୀମାନେ ସେହିପରି କରିଥା’ନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅ ନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖେଇବାକୁ ଗ୍ଭହାନ୍ତି ଯେ, ସେମାନେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ଏଥିପାଇଁ ପ୍ରତିଫଳ ମିଳିସାରିଛି। 17 ତେଣୁ ତୁମ୍ଭେ ଉପବାସ କଲାବେଳେ ମୁଣ୍ଡରେ ତେଲ ଲଗାଇ ବାଳ ସଜାଡ଼ ଓ ମୁହଁ ଧୁଅ। 18 ତା'ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ, ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁ ନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନରେ କରାଯାଇଥିବା କାମଗୁଡ଼ିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।

ପରମେଶ୍ୱର ସେବା ଧନ ଅପେକ୍ଷା ମହାନ୍

(ଲୂକ 12:33-34; 11:34-36; 16:13)

19 “ନିଜ ପାଇଁ ଏ ସଂସାରରେ ଧନ ସଞ୍ଚୟ କର ନାହିଁ। ଏଠାରେ ପୋକ ଓ କଳଙ୍କ ଲାଗି ତାକୁ ନଷ୍ଟ କରିଦେବେ। ଗ୍ଭେର ପଶି ସିନ୍ଧି କାଟି ଗ୍ଭେରି କରିନେବ। 20 ବରଂ ନିଜ ପାଇଁ ସ୍ୱର୍ଗରେ ଧନ ସଞ୍ଚୟ କର, ସେଠାରେ ତାକୁ ପୋକ କି କଳଙ୍କ ମଧ୍ୟ ନଷ୍ଟ କରି ପାରିବ ନାହିଁ। ସେଠାରେ ଗ୍ଭେର ବି ସିନ୍ଧି କାଟି ସେହିଧନ ଗ୍ଭେରାଇ କରି ନେଇ ପାରିବ ନାହିଁ। 21 କାରଣ ଯେଉଁଠାରେ ତୁମ୍ଭର ଧନ, ସେଠାରେ ତୁମ୍ଭର ମନ।

22 “ଆଖି ଶରୀର ପାଇଁ ଆଲୋକ ସ୍ୱରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତେବେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହେବ। 23 କିନ୍ତୁ ତୁମ୍ଭର ଆଖି ଯଦି ଖରାପ, ତେବେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଅନ୍ଧକାରମୟ ହୋଇଯିବ। ତୁମ୍ଭ ଭିତରର ସେହି ଏକମାତ୍ର ଆଲୋକ ଯଦି ଅନ୍ଧକାରମୟ ହୋଇଯାଏ ତେବେ ସେ ଅନ୍ଧକାର କେତେ ଘନୀଭୂତ ନ ହେବ!

24 “ଜଣେ କେବେ ହେଲେ ଏକା ବେଳେ ଦୁଇଜଣ ମାଲିକଙ୍କ ସେବକ ହୋଇ ପାରିବ ନାହିଁ। କାରଣ ସେ ଜଣକୁ ଘୃଣା କରିବ, ଓ ଅନ୍ୟ ଜଣକୁ ପ୍ରେମ କରିବ, କିଅବା ଜଣେ ମାଲିକ ପ୍ରତି ଅନୁରକ୍ତ ରହିବ ଓ ଅନ୍ୟ ଜଣକୁ ହେୟ ଜ୍ଞାନ କରିବ। ତୁମ୍ଭେ ଏକାସାଙ୍ଗରେ ପରମେଶ୍ୱର ଓ ଧନ ଉଭୟଙ୍କ ସେବା କରି ପାରିବ ନାହିଁ।

ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦିଅ

(ଲୂକ 12:22-34)

25 “ଅତଏବ ମୁଁ ତୁମ୍ଭକୁ କହୁଛି, ବଞ୍ଚିବା ପାଇଁ ଖାଇବା ପିଇବା ବିଷୟରେ ଚିନ୍ତା କର ନାହିଁ। ନିଶ୍ଚିତ ରୂପରେ ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ପୋଷାକ ଅପେକ୍ଷା ମହତ୍ତ୍ୱପୂର୍ଣ୍ଣ। 26 ଆକାଶର ପକ୍ଷୀମାନଙ୍କୁ ଦେଖ ସେମାନେ ବିହନ ବୁଣନ୍ତି ନାହିଁ, କି ଅମଳ କରନ୍ତି ନାହିଁ, ଅମାରରେ ଖାଦ୍ୟଶସ୍ୟ ବି ଜମେଇ ରଖନ୍ତି ନାହିଁ, ତଥାପି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ସେମାନଙ୍କୁ ଖାଇବାକୁ ଦିଅନ୍ତି। ତୁମ୍ଭେ ଜାଣିଛ ଯେ, ତୁମ୍ଭେମାନେ ସେମାନଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ଅଟ। 27 ତୁମ୍ଭ ଭିତରେ ଏପରି କେହି ନାହିଁ, ଯେକି ଚିନ୍ତାଗ୍ରସ୍ତ ହୋଇ ନିଜ ଜୀବନକାଳ ସହିତ ଘଡ଼ିଏ ହେଲେ ସମୟ ଯୋଗ କରି ପାରିବ।

28 “ତୁମ୍ଭେ ପୋଷାକ ବିଷୟରେ କାହିଁକି ଚିନ୍ତା କରୁଛ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଦେଖ! ଦେଖ, ସେମାନେ କିପରି ଫୁଟୁଛନ୍ତି। ସେମାନେ କୌଣସି କାମ କରନ୍ତି ନାହିଁ, କି ନିଜ ପାଇଁ ପୋଷାକ ତିଆରି କରନ୍ତି ନାହିଁ। 29 କିନ୍ତୁ ମୁଁ ତୁମ୍ଭକୁ କହୁଛି, ମହାନ ଓ ଧନୀରାଜା ଶଲୋମନ ନିଜର ସମସ୍ତ ବୈଭବ ଥାଇ ମଧ୍ୟ ସେ ନିଜକୁ ସୁସଜ୍ଜିତ କରିପାରି ନ ଥିଲେ। 30 ପଡ଼ିଆର ସେହି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲିରେ ପକେଇ ଦିଆଯିବ। ତଥାପି ଯଦି ପରମେଶ୍ୱର ତାକୁ ଏଭଳି ସୁନ୍ଦର ବେଶ ଦେଇଛନ୍ତି, ତେବେ ସେ କ’ଣ ତୁମ୍ଭକୁ ପିନ୍ଧିବା ପାଇଁ ଅଧିକ ଦେବେ ନାହିଁ? ତେବେ ତୁମ୍ଭେମାନେ କାହିଁକି ଏତେ ଅଳ୍ପ ବିଶ୍ୱାସ ରଖୁଛ?

31 “ଏଣୁ ଚିନ୍ତାଗ୍ରସ୍ତ ହୋଇ କୁହ ନାହିଁ ଯେ, ଆମ୍ଭେ କ’ଣ ଖାଇବା, କ’ଣ ପିଇବା ବା କ’ଣ ପିନ୍ଧିବା? 32 ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ଏସବୁ ପଛରେ ଦୌଡ଼ନ୍ତି। କିନ୍ତୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଜାଣନ୍ତି ଯେ, ଏସବୁ ଜିନିଷ ତୁମ୍ଭମାନଙ୍କର ଦରକାର। 33 ଏଣୁ ଆଗ ପରମେଶ୍ୱରଙ୍କ ରାଜ୍ୟ ଓ ଉତ୍ତମ କାର୍ଯ୍ୟ ବିଷୟରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ୱର ଗ୍ଭହାନ୍ତି, ସେଗୁଡ଼ିକ କର। ତା'ହେଲେ ଏହିସବୁ ବିଷୟଗୁଡ଼ିକ ତୁମ୍ଭକୁ ଯୋଗାଇ ଦିଆଯିବ। 34 ଆସନ୍ତାକାଲି ପାଇଁ ଚିନ୍ତା କର ନାହିଁ, କାରଣ ପ୍ରତ୍ୟେକ ଦିନର କୌଣସି ନା କୌଣସି ସମସ୍ୟା ଥାଏ। କାଲିର ଚିନ୍ତା କାଲି ପାଇଁ ଯଥେଷ୍ଟ।

ଲୋକଙ୍କୁ ଚିହ୍ନିବା ପାଇଁ ଯୀଶୁଙ୍କ ଉପଦେଶ

(ଲୂକ 6:37-38,41-42)

“ଅନ୍ୟର ବିଗ୍ଭର କର ନାହିଁ, ତା'ହେଲେ ପରମେଶ୍ୱର ତୁମ୍ଭର ବିଗ୍ଭର କରିବେ ନାହିଁ। ତୁମ୍ଭେ ଅନ୍ୟର ବିଗ୍ଭର କଲେ ଠିକ୍ ସେହିଭଳି ତୁମ୍ଭର ବି ବିଗ୍ଭର କରାଯିବ। ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆଯିବ।

“ତୁମ୍ଭେ ତୁମ୍ଭ ଭାଇ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ପ୍ରତି କାହିଁକି ନଜର ଦେଉଛ କିନ୍ତୁ ତୁମ୍ଭ ନିଜ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ଦେଖି ପାରୁ ନାହଁ? ତୁମ୍ଭ ନିଜ ଆଖିରେ କାଠଗୁଣ୍ଡଟି ପଡ଼ିଥିବା ବେଳେ ତୁମ୍ଭେ ତୁମ୍ଭର ଭାଇକୁ କିପରି କହି ପାରୁଛ ଯେ, ଦେଖାଅ, ମୁଁ ତୁମ୍ଭ ଆଖିରୁ କାଠଗୁଣ୍ଡଟି କାଢ଼ି ଦେବି! ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର, ତା'ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତା'ପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢ଼ି ଆଣି ପାରିବ।

“କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅ ନାହିଁ, କାରଣ ସେମାନେ ବୁଲି ପଡ଼ି ତୁମ୍ଭକୁ କାମୁଡ଼ି ପାରନ୍ତି। ଘୁଷୁରିମାନଙ୍କ ଆଗରେ ନିଜର ମୋତି ପକାଅ ନାହିଁ, କାରଣ ସେମାନେ ମୋତିକୁ ଗୋଡ଼ରେ ଦଳି ଦେଇ ଗ୍ଭଲିଯିବେ।

ଯାହାସବୁ ଗ୍ଭହୁଁଛ, ସେଥିପାଇଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥାଅ

(ଲୂକ 11:9-13)

“ମାଗ ସେଥିରେ ପରମେଶ୍ୱର ତାହା ତୁମ୍ଭକୁ ଦେବେ। ଖୋଜ ଏବଂ ତୁମ୍ଭେ ପାଇବ। ଦ୍ୱାରରେ ଠ‌କ୍‌ ଠକ୍ କର ଓ ତାହା ତୁମ୍ଭପାଇଁ ଖୋଲିଯିବ। କାରଣ ଯେଉଁ ଲୋକ ମାଗୁଥାଏ, ସେ ପାଏ। ଯେଉଁ ଲୋକ ଖୋଜୁଥାଏ, ସେ ପାଏ ଓ ଯେଉଁ ଲୋକ ଦ୍ୱାର ଠ‌କ୍‌ ଠକ୍ କରୁଥାଏ, ତା’ ପାଇଁ କବାଟ ଖୋଲିଯାଏ।

“ତୁମ୍ଭର କାହାର ପୁଅଟିଏ ଅଛି କି? ଯଦି ତୁମ୍ଭ ପୁଅ ରୋଟୀ ଖଣ୍ଡିଏ ମାଗେ, ତୁମ୍ଭେ କ’ଣ ତାକୁ ପଥରଟିଏ ଦେବ। 10 ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ’ଣ ତାକୁ ସାପଟିଏ ଦେବ? ନା! ତୁମ୍ଭେ ଦେବ ନାହିଁ? 11 ଏପରିକି ତୁମ୍ଭେ ମନ୍ଦ ଲୋକ ହୋଇ ମଧ୍ୟ ପିଲାମାନଙ୍କୁ କିଭଳି ଭଲ ଉପହାର ଦେବାକୁ ହୁଏ, ତାହା ତୁମ୍ଭେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ନ ଦେବେ!

ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ

12 “ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଗ୍ଭହୁଁଛ, ତୁମ୍ଭେ ନିଜେ ସେମାନଙ୍କ ପାଇଁ ସେହିଭଳି କର। ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କର ଶିକ୍ଷାର ଅର୍ଥ।

ସ୍ୱର୍ଗ ଏବଂ ନର୍କର ମାର୍ଗ

(ଲୂକ 13:24)

13 “ସ୍ୱର୍ଗ ପଥରେ କଢ଼ାଇ ନେଉଥିବା ଅଣଓସାରିଆ ଫାଟକ ଦେଇ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପ୍ରଶସ୍ତ ରାସ୍ତା ନର୍କ ଆଡ଼କୁ ଯାଏ। ବହୁତ ଲୋକ ସେହି ରାସ୍ତାରେ ଯାଆନ୍ତି। 14 ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ ଛୋଟ। ବାସ୍ତବ ଜୀବନ ଆଡ଼କୁ ଯିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖୋଜି ପାଆନ୍ତି।

ଲୋକମାନଙ୍କ କର୍ମକୁ ଲକ୍ଷ୍ୟ କର

(ଲୂକ 6:43-44; 13:25-27)

15 “ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କଠାରୁ ଦୂରରେ ରୁହ। ସେମାନେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କିନ୍ତୁ ସେମାନେ ପ୍ରକୃତରେ ହିଂସ୍ର ଗଧିଆ ଭଳି ଅଟନ୍ତି। 16 ତୁମ୍ଭେ ତାହାଙ୍କୁ ସେମାନଙ୍କର କାର୍ଯ୍ୟରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡିମିରି ଫଳ ଫଳେ ନାହିଁ, ସେହିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନ ଥାଏ। 17 ପ୍ରତ୍ୟେକ ଭଲ ଗଛରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛରେ ମନ୍ଦ ଫଳ ଫଳେ, 18 ଗୋଟିଏ ଭଲ ଗଛରେ ମନ୍ଦ ଫଳ ଫଳି ପାରିବ ନାହିଁ। କି ଗୋଟିଏ ମନ୍ଦ ଗଛରେ ଭଲ ଫଳ ଫଳି ପାରିବ ନାହିଁ। 19 ଯେଉଁ ଗଛରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ। 20 ତେଣୁ ମୁଁ ପୁଣି ଥରେ କହୁଛି ଯେ, ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ଯ୍ୟରୁ ଚିହ୍ନି ପାରିବ।

21 “ମୋତେ ‘ପ୍ରଭୁ’ ‘ପ୍ରଭୁ’ କହୁଥିବା ପ୍ରତ୍ୟେକ ଲୋକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁଯାୟୀ କାମ କରେ, ସେହି ବ୍ୟକ୍ତି କେବଳ ସେଠାରେ ପ୍ରବେଶ କରିବ। 22 ସେହି ଶେଷ ଦିନରେ ଅନେକ ଲୋକ ମୋତେ ପଗ୍ଭରିବେ, ‘ପ୍ରଭୁ, ଆମ୍ଭେ କ’ଣ ତୁମ୍ଭ ନାମରେ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କରି ନ ଥିଲୁ’? ତୁମ୍ଭ ନାମରେ କ’ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦେଇ ନ ଥିଲୁ? ଆମ୍ଭେ କ’ଣ ତୁମ୍ଭ ନାମରେ ଅନେକ ଆଶ୍ଚର୍ଯ୍ୟଜନକ କାମ କରି ନ ଥିଲୁ? 23 ତେବେ ମୁଁ ସେମାନଙ୍କୁ ଖୋଲାଖୋଲି ଭାବରେ କହିବି ଯେ, ‘ମୁଁ ତୁମ୍ଭକୁ ଆଦୌ ଜାଣିନି। ଆରେ କୁକର୍ମୀମାନେ, ମୋ’ ପାଖରୁ ଗ୍ଭଲିଯାଅ।’

ଜଣେ ବୁଦ୍ଧିମାନ ଓ ଜଣେ ମୂର୍ଖ

(ଲୂକ 6:47-49)

24 “ତେଣୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ୟକ୍ତିଭଳି। 25 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତା'ର ମୂଳଦୁଆ ପଥର ଉପରେ ରହିଥିଲା।

26 “କିନ୍ତୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, କିନ୍ତୁ ସେଗୁଡ଼ିକୁ ମାନି ଚଳେ ନାହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ୟକ୍ତି ଭଳି। 27 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା ଏବଂ ସେହି ଘରଟି ପୁରାପୂରି ଭାଙ୍ଗି ପଡ଼ିଲା।”

28 ଯୀଶୁଙ୍କ ଏହିସବୁ କଥା କହିବା ଶେଷ ହେଲା, ତାହାଙ୍କ ଉପଦେଶ ଶୁଣି ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। 29 କାରଣ ସେ ସେମାନଙ୍କୁ ସେମାନଙ୍କର ଧର୍ମ-ଶାସ୍ତ୍ରୀଙ୍କ ଭଳି ଉପଦେଶ ନ ଦେଇ ଅଧିକାର ଥିବା ଜଣେ ଲୋକ ଭଳି ଉପଦେଶ ଦେଉଥିଲେ।

ଯୀଶୁ ଗୋଟିଏ କୁଷ୍ଠରୋଗୀକୁ ସୁସ୍ଥ କରିଲେ

(ମାର୍କ 1:40-45; ଲୂକ 5:12-16)

ଯୀଶୁ ପାହାଡ଼ ଉପରୁ ଓହ୍ଲେଇ ତଳକୁ ଆସିଲେ, ଏକ ବିରାଟ ଜନ ସମୂହ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲା। ସେମାନଙ୍କ ଭିତରୁ ଜଣେ କୁଷ୍ଠରୋଗୀ ଆସି ଯୀଶୁଙ୍କ ଆଗରେ ଆଣ୍ଠୁ ମାଡ଼ି ବସିପଡ଼ି କହିଲା, “ପ୍ରଭୁ, ଆପଣ ଗ୍ଭହିଁଲେ ମୋତେ ଭଲ କରିଦେଇ ପାରିବେ।”

ତା'ପରେ ଯୀଶୁ ହାତ ବଢ଼େଇ କୁଷ୍ଠରୋଗୀଟିକୁ ଛୁଇଁଦେଲେ। ସେ କହିଲେ, “ମୁଁ ଗ୍ଭହୁଁଛି ତୁମ୍ଭେ ସୁସ୍ଥ ହୁଅ।’’ ଏବଂ ସଙ୍ଗେ ସଙ୍ଗେ ତା'ର କୁଷ୍ଠରୋଗ ଭଲ ହୋଇଗଲା। ତା'ପରେ ଯୀଶୁ ତାହାକୁ କହିଲେ, “ଦେଖ, ଏ ବିଷୟରେ କାହାକୁ କିଛି କୁହ ନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦେଖାଅ। ମୋଶାଙ୍କ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ୱାରା ଲୋକଙ୍କୁ ଦେଖେଇ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହୋଇ ଯାଇଛ।”

ଯୀଶୁ ଜଣେ ଅଧିକାରୀଙ୍କ ଦାସକୁ ଭଲ କରିଲେ

(ଲୂକ 7:1-10; ଯୋହନ 4:43-54)

ତା'ପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତରେ ପ୍ରବେଶ କଲାବେଳେ ଜଣେ ରୋମୀୟ ସେନାପତି ତାହାଙ୍କ ପାଖକୁ ଆସିଲେ। ସେ ବିନୟ ପୂର୍ବକ କହିଲେ, “ପ୍ରଭୁ, ମୋର ଦାସ ରୋଗରେ ପୀଡ଼ିତ ହୋଇ ଘରେ ବିଛଣାରେ ପଡ଼ିଛି। ତାକୁ ପକ୍ଷାଘାତ ରୋଗ ହୋଇଛି ଓ ସେ ଭୀଷଣ କଷ୍ଟ ପାଉଛି।”

ତା'ପରେ ଯୀଶୁ ତାହାଙ୍କୁ କହିଲେ, “ମୁଁ ଯାଇ ତାହାକୁ ଭଲ କରିଦେବି।”

ସେନାପତି ଉତ୍ତର ଦେଲେ, “ପ୍ରଭୁ, ଆପଣ ଯେ ମୋ’ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ୟ ନୁହେଁ। ଆପଣ କେବଳ ଆଦେଶ ଦେଇ ଦିଅନ୍ତୁ, ମୋର ଦାସ ଭଲ ହୋଇଯିବ। ମୁଁ ମଧ୍ୟ ଜଣେ ବଡ଼ ଅଧିକାରୀଙ୍କ ଅଧୀନରେ କାମ କରୁଛି। ମୋ’ ଅଧୀନରେ କେତେକ ସୈନ୍ୟ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁହେ, ‘ଯାଅ’, ତେବେ ସେ ଗ୍ଭଲିଯାଏ। ଅନ୍ୟଜଣକୁ ମୁଁ ଯଦି କୁହେ, ‘ଆସ’, ତେବେ ସେ ଆସେ। ମୋର ଦାସକୁ ମୁଁ ଯଦି କୁହେ, ‘ଏହା କର’ ତେବେ ସେ ତାହା କରେ। ତୁମ୍ଭର ମଧ୍ୟ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ।”

10 ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ମୁଁ ଏଭଳି ଗଭୀର ବିଶ୍ୱାସ ଇସ୍ରାଏଲରେ କାହାରି ପାଖରେ ପାଇ ନାହିଁ। 11 ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସେମାନେ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜିରେ ନିଜ ନିଜ ଆସନ ଗ୍ରହଣ କରିବେ। 12 କିନ୍ତୁ ରାଜ୍ୟର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆଯିବ। ସେଠାରେ ସେମାନେ କାନ୍ଦି କାନ୍ଦି ଓ କଷ୍ଟ ହେତୁ ଦାନ୍ତ କଡ଼ମଡ଼ କରି ରହିବେ।”

13 ତା'ପରେ ଯୀଶୁ ସେନାପତିଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ।” ଠିକ୍ ସେହି ସମୟରେ ତାହାଙ୍କର ଦାସ ସୁସ୍ଥ ହୋଇଗଲା।

ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ

(ମାର୍କ 1:29-34; ଲୂକ 4:38-41)

14 ଯୀଶୁ ପିତରଙ୍କ ଘରେ ପହଞ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ିଛନ୍ତି। 15 ଯୀଶୁ ତାହାଙ୍କୁ ଛୁଇଁଦେଲେ, ଓ ତାହାଙ୍କର ଜ୍ୱର ଛାଡ଼ିଗଲା। ତା'ପରେ ସେ ଉଠି ଯୀଶୁଙ୍କ ସେବା କରିବାକୁ ଲାଗିଲେ।

16 ସେହି ଦିନ ସନ୍ଦ୍ୟାରେ ଲୋକେ ତାହାଙ୍କ ପାଖକୁ ଭୂତଗ୍ରସ୍ତ ଅନେକ ଲୋକଙ୍କୁ ଆଣିଲେ। ଯୀଶୁ ଗୋଟିଏ ଆଜ୍ଞାରେ ସେହି ଭୂତମାନଙ୍କୁ ବାହାର କରିଦେଲେ। ଏହିଭଳି ଯୀଶୁ ସମସ୍ତ ରୋଗୀଙ୍କୁ ଭଲ କରିଦେଲେ। 17 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ ତାହା ସଫଳ ହେବା ପାଇଁ ଯୀଶୁ ଏହି କାମଗୁଡ଼ିକ କଲେ:

“ସେ ଆମ୍ଭର ରୋଗ ସବୁ ନେଇଗଲେ
    ଏବଂ ଆମ୍ଭର ଅସୁସ୍ଥତା ବହିଲେ।”(P)

ଯୀଶୁଙ୍କୁ ଅନୁସରଣ କରିବା

(ଲୂକ 9:57-62)

18 ଯୀଶୁ ତାହାଙ୍କ ଗ୍ଭରିପଟେ ଲୋକଙ୍କ ଭିଡ଼ ଦେଖିଲେ, ଶିଷ୍ୟମାନଙ୍କୁ ହ୍ରଦର ଆର ପଟକୁ ଯିବାକୁ ଆଦେଶ ଦେଲେ। 19 ତା'ପରେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କ ପାଖକୁ ଆସି କହିଲେ, “ଗୁରୁ, ଆପଣ ଯେଉଁଆଡ଼େ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି।”

20 ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ୟପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।”

21 ଆଉ ଜଣେ ଅନୁଗାମୀ ଯୀଶୁଙ୍କୁ କହିଲା, “ପ୍ରଭୁ ମୋତେ ଆଗ ଯାଇ ମୋର ବାପାଙ୍କୁ କବର ଦେଇ ଆସିବାକୁ ଅନୁମତି ଦିଅନ୍ତୁ। ତା'ପରେ ମୁଁ ଆପଣଙ୍କର ଅନୁସରଣ କରିବି।”

22 କିନ୍ତୁ ଯୀଶୁ ତାହାକୁ କହିଲେ, “ମୋର ଅନୁସରଣ କର, ମରିଯାଇଥିବା ଲୋକମାନେ ଏହି ମୃତ ଲୋକଙ୍କୁ କବର ଦିଅନ୍ତୁ।”

ଅନୁସରଣ କାରୀମାନେ ଯୀଶୁଙ୍କର ଶକ୍ତି ଦେଖିଲେ

(ମାର୍କ 4:35-41; ଲୂକ 8:22-25)

23 ଯୀଶୁ ନୌକାରେ ଯାଇ ବସିଲେ, ଏବଂ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁଗମନ କଲେ। 24 ସେହି ସମୟରେ ହ୍ରଦରେ ଭୟଙ୍କର ଝଡ଼ ହେଲା। ଲହଡ଼ିରେ ଡଙ୍ଗା ଓଲଟ ପାଲଟ ହୋଇ ପଡ଼ୁଥିଲା। କିନ୍ତୁ ଯୀଶୁ ଶୋଇ ଥିଲେ। 25 ଶିଷ୍ୟମାନେ ଯୀଶୁଙ୍କ ପାଖରେ ଥିଲେ। ସେମାନେ ଯୀଶୁଙ୍କୁ ଉଠାଇଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର। ଆମ୍ଭେ ବର୍ତ୍ତମାନ ବୁଡ଼ି ମରିଯିବା ଉପରେ।”

26 ଯୀଶୁ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି?” ତା'ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡ଼ିକୁ ଧମକ ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା, ତା'ପରେ ସେଠାରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।

27 ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଏ କି ପ୍ରକାର ବ୍ୟକ୍ତି? ଏପରିକି ପବନ ଓ ହ୍ରଦ ମଧ୍ୟ ତାହାଙ୍କ କଥା ମାନୁଛନ୍ତି!”

ଭୂତ କବଳରୁ ଦୁଇଜଣଙ୍କୁ ମୁକ୍ତି

(ମାର୍କ 5:1-20; ଲୂକ 8:26-39)

28 ଯୀଶୁ ହ୍ରଦର ଆରପଟରେ ଥିବା ଗାଦରୀୟ[j] ଲୋକଙ୍କ ରାଜ୍ୟରେ ପହଞ୍ଚିଲେ। ଭୂତଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ବହୁତ ଭୟଙ୍କର ଥିଲେ। 29 ସେମାନଙ୍କ ନିମନ୍ତେ କେହି ସେହି ବାଟେ ଯାଇପାରୁ ନ ଥିଲେ। ସେମାନେ ପାଟିକରି କହିଲେ, “ହେ ପରମେଶ୍ୱରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ଉପଯୁକ୍ତ ସମୟ ପୂର୍ବରୁ ତୁମ୍ଭେ କ’ଣ ଆମ୍ଭକୁ ଦଣ୍ଡ ଦେବା ପାଇଁ ଆସିଛ?”

30 ସେତେବେଳେ ସେଠାରୁ କିଛି ଦୂରରେ ଗୋଟିଏ ବିରାଟ ଘୁଷୁରିପଲ ଚରୁଥିଲେ। 31 ଭୂତମାନେ ତାହାଙ୍କୁ ବିନୀତ ଅନୁରୋଧ କଲେ, “ତୁମ୍ଭେ ଯଦି ଆମ୍ଭକୁ ଏ ମଣିଷଙ୍କ ଦେହରୁ ତଡ଼ିଦେବାକୁ ଗ୍ଭହୁଁଛ, ତେବେ ଆମ୍ଭକୁ ଏ ଘୁଷୁରି ପଲରେ ଛାଡ଼ିଦିଅ।”

32 ଯୀଶୁ ସେମାନଙ୍କୁ କହିଲେ, “ଯାଅ!” ତେଣୁ ଭୂତମାନେ ମଣିଷଙ୍କ ଦେହରୁ ବାହାରି ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ତା'ପରେ ସେହି ଘୁଷୁରିପଲ ତୀଖ ପାହାଡ଼ରୁ ତଳକୁ ଗଡ଼ିଯାଇ ଶେଷରେ ହ୍ରଦରେ ବୁଡ଼ିଗଲେ। 33 ସେଠାରେ ଘୁଷୁରି ଚରାଉଥିବା ଲୋକେ ଥିଲେ। ସେମାନେ ନଗରକୁ ଦୌଡ଼ି ପଳାଇଲେ। ସେଠାରେ ଲୋକଙ୍କ ଆଗରେ ଘୁଷୁରିପଲ ଓ ଭୂତଗ୍ରସ୍ତ ଲୋକଙ୍କ ବିଷୟରେ ଯାହା ଯାହା ଘଟିଥିଲା, ସବୁକଥା ଗୋଟି ଗୋଟି କରି କହିଗଲେ। 34 ତା'ପରେ ନଗରର ସବୁ ଲୋକେ ଯୀଶୁଙ୍କୁ ଭେଟିବାକୁ ଆସିଗଲେ। ସେମାନେ ଯୀଶୁଙ୍କୁ ଦେଖି, ତାହାଙ୍କୁ ସେମାନେ ସେହି ଅଞ୍ଚଳ ଛାଡ଼ି ଗ୍ଭଲିଯିବା ପାଇଁ ବିନତି କଲେ।

ଯୀଶୁ ଗୋଟିଏ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ

(ମାର୍କ 2:1-12; ଲୂକ 5:17-26)

ଯୀଶୁ ନୌକାରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫେରିଗଲେ। କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶେଯରେ ଶୋଇଥିଲା। ଯୀଶୁ ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, “ହେ ଯୁବକ! ସାହସ ରଖ। ତୁମ୍ଭର ସବୁପାପ କ୍ଷମା କରାଗଲା।”

କେତେକ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, “ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ୱର। ଏହା ଦ୍ୱାରା ସେ ପରମେଶ୍ୱରଙ୍କ ନିନ୍ଦା କରୁଛି।”

ସେମାନେ ଯାହା ଭାବୁଥିଲେ, ଯୀଶୁ ତାହା ଜାଣି ପାରିଲେ। ତେଣୁ ସେ କହିଲେ, “ତୁମ୍ଭମୋନେ ମନ ଭିତରେ ମନ୍ଦ ଭାବନା କାହିଁକି ଆଣୁଛ? ଏହି ପକ୍ଷାଘାତ ରୋଗୀଟିକୁ କେଉଁ ବିଷୟଟି କହିବା ଅଧିକ ସହଜ ହେବ: ‘ତୁମ୍ଭର ପାପ କ୍ଷମା କରି ଦିଆଗଲା’ ନା ‘ଉଠ, ଗ୍ଭଲିବା ଆରମ୍ଭ କର’? ମୁଁ ତୁମ୍ଭକୁ ଦେଖେଇ ଦେବି ଯେ, ଏ ଜଗତରେ ମନୁଷ୍ୟପୁତ୍ରଙ୍କର ପାପ କ୍ଷମା କରିଦେବାର ଶକ୍ତି ଅଛି।” ତା'ପରେ ଯୀଶୁ ସେହି ପକ୍ଷାଘାତ ରୋଗୀଟିକୁ କହିଲେ, “ଉଠ, ତୁମ୍ଭର ବିଛଣା ଧରି ଘରକୁ ଯାଅ।’

ପକ୍ଷାଘାତ ରୋଗୀଟି ଉଠି ଘରକୁ ଗ୍ଭଲିଗଲା। ଜମା ହୋଇଥିବା ଲୋକେ ଏ କଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପରମେଶ୍ୱର ଜଣେ ମଣିଷକୁ ଏପରି ଶକ୍ତି ଦେଇଥିବାରୁ ସେମାନେ ପରମେଶ୍ୱରଙ୍କର ମହିମା ଗାନ କଲେ।

ଯୀଶୁ ମାଥିଉଙ୍କୁ ବାଛିଲେ

(ମାର୍କ 2:13-17; ଲୂକ 5:27-32)

ଯୀଶୁ ସେଠାରୁ ଯାଉ ଯାଉ ଦେଖିଲେ ଯେ, କରଆଦାୟ କେନ୍ଦ୍ରରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର।” ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।

10 ଯୀଶୁ ମାଥିଉଙ୍କ ଘରେ ଖାଉଥିଲେ। ସେ ଖାଇବା ବେଳେ ଅନେକ କରଆଦାୟକାରୀ ଓ ଅନେକ ପାପୀମାନେ ସେଠାରେ ପହଞ୍ଚିଲେ। ସେମାନେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ। 11 ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଗ୍ଭରିଲେ, “ତୁମ୍ଭର ଗୁରୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?”

12 ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, “ଜଣେ ସୁସ୍ଥଲୋକ ପାଇଁ ଡାକ୍ତର ଆବଶ୍ୟକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର। 13 ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ୟର ଅର୍ଥ କ’ଣ: ‘ମୁଁ ପଶୁବଧ ଗ୍ଭହେଁ ନାହିଁ, ମୁଁ ଲୋକମାନଙ୍କ ଭିତରେ ଦୟାଭାବ ଗ୍ଭହେଁ।’(Q) ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।”

ଯୀଶୁ ଅନ୍ୟ ଧାର୍ମିକ ଯିହୂଦୀଙ୍କ ଭଳି ନୁହନ୍ତି

(ମାର୍କ 2:18-22; ଲୂକ 5:33-39)

14 ଯୋହନଙ୍କ[k] ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ, ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭେ ଓ ଫାରୂଶୀମାନେ ଅଧିକାଂଶ ସମୟରେ ଉପବାସ କରୁଛୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?”

15 ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥିବ, ସେପର୍ଯ୍ୟନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡ଼େଇ ନିଆଯିବ। ସେତେବେଳେ ବରଯାତ୍ରୀମାନେ ଦୁଃଖୀ ହେବେ। ତା'ପରେ ସେମାନେ ଉପବାସ କରିବେ।

16 “କେହି କେବେ ପୁରୁଣା ଲୁଗା କଣାରେ ନୂଆ କନାର ତାଳି ପକାଏ ନାହିଁ, କାରଣ ନୂଆ କନା ଧୋଇବା ପୂର୍ବରୁ ଯାକି ହୋଇ ନ ଥାଏ। ନୂଆ କନାର ତାଳି ପକାଇ ଦେଲେ ତାହା ଯାକି ହେବା ବେଳକୁ ପୁରୁଣା ଲୁଗାକୁ ଗ୍ଭରିପଟୁ ଟାଣିଦେବ ଓ କଣାଟି ଆହୁରି ଅଧିକ ବଡ଼ ହୋଇଯିବ। 17 ଆହୁରି ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା ପାତ୍ରରେ ଢାଳନ୍ତି ନାହିଁ। ତା କଲେ, ପୁରୁଣା ପାତ୍ର ଫାଟିଯାଏ ଓ ଅଙ୍ଗୁରରସ ଢାଳି ହୋଇଯାଏ, ସେଥିପାଇଁ ସେମାନେ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ରଖନ୍ତି, ଏଥିରେ ଦ୍ରାକ୍ଷାରସ ଓ ପାତ୍ର ଦୁଇଟି ସୁରକ୍ଷିତ ରଖାଯାଇ ପାରିବ।”

ଯୀଶୁ ଗୋଟିଏ ମୃତ ଝିଅଟିକୁ ଜୀବନ ଦେଲେ ଓ ଅସୁସ୍ଥ ସ୍ତ୍ରୀଲୋକଟିକୁ ସୁସ୍ଥ କରିଦେଲେ

(ମାର୍କ 5:21-43; ଲୂକ 8:40-56)

18 ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ୟକ୍ଷ ଆସିଲେ। ସେ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲେ ଓ କହିଲେ, “ମୋର ଝିଅ ଏବେ ମରିଗଲା। ତୁମ୍ଭେ ଆସି ତା'ଉପରେ ହାତ ରଖିଦିଅ, ତା'ହେଲେ ସେ ପୁଣି ବଞ୍ଚି ଉଠିବ।”

19 ଯୀଶୁ ଉଠିଲେ। ସେ ଅଧ୍ୟକ୍ଷଙ୍କ ସହିତ ସେଠାକୁ ବାହାରିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ସେଠାକୁ ଗଲେ।

20 ସେଠାରେ ଜଣେ ସ୍ତ୍ରୀଲୋକ ଥିଲା, ତା'ର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁଦେଲା। 21 ଏହା କଲାବେଳେ ସେ ମନେ ମନେ ଭାବୁଥିଲା, “ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁଦେଲେ ସୁସ୍ଥ ହୋଇଯିବି।”

22 ଯୀଶୁ ବୁଲିପଡ଼ି ତାହାକୁ ଗ୍ଭହିଁଲେ। ଯୀଶୁ କହିଲେ, “ଝିଅ, ସାହସ ଧର। ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି।” ସଙ୍ଗେ ସଙ୍ଗେ ସେ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା।

23 ତା'ପରେ ଯୀଶୁ ଯିହୂଦୀ ପ୍ରାର୍ଥନାଗୃହର[l] ଅଧ୍ୟକ୍ଷଙ୍କ ଘରେ ପହଞ୍ଚିଲେ। ସେଠାରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ। 24 ଯୀଶୁ ସମସ୍ତଙ୍କୁ କହିଲେ, “ବାହାରିଯାଅ। ଝିଅଟି ମରି ନାହିଁ। ସେ କେବଳ ଶୋଇ ପଡ଼ିଛି।” ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। 25 ଲୋକଙ୍କୁ ଘର ଭିତରୁ ବାହାର କରି ଦିଆଯିବା ପରେ ଯୀଶୁ ଭିତରକୁ ଗଲେ। ଝିଅଟିର ହାତ ଧରିଲେ, ଝିଅଟି ଉଠି ଠିଆ ହେଲା। 26 ଏ ଖବର ସେହି ଅଞ୍ଚଳସାରା ବ୍ୟାପିଗଲା।

ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରନ୍ତି

27 ଯୀଶୁ ସେହି ସ୍ଥାନ ଛାଡ଼ି ଯାଉଥିବା ସମୟରେ ଦୁଇଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସେମାନେ ପାଟି କରି କହୁଥିଲେ, “ହେ ଦାଉଦଙ୍କ ପୁତ୍ର,[m] ଆମ୍ଭମାନଙ୍କୁ ଦୟା କର।”

28 ଯୀଶୁ ପୁଣି ଭିତରକୁ ଗଲେ, ଅନ୍ଧ ଦୁଇଟି ମଧ୍ୟ ତାହାଙ୍କ ସଙ୍ଗରେ ଗଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ବିଶ୍ୱାସ କରୁଛ ଯେ, ମୁଁ ତୁମ୍ଭକୁ ଆଖି ଦାନ କରି ପାରିବି?” ସେମାନେ ଉତ୍ତର ଦେଲେ, “ହଁ, ପ୍ରଭୁ”।

29 ତା'ପରେ ଯୀଶୁ ସେମାନଙ୍କ ଆଖିକୁ ଛୁଇଁଲେ। ସେ କହିଲେ, “ତୁମ୍ଭେ ଯେପରି ବିଶ୍ୱାସ କରିଅଛ, ତୁମ୍ଭ ପ୍ରତି ସେହିପରି ହେଉ।” 30 ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଚେତାବନୀ ଦେଇ କହିଲେ, “ଏ ବିଷୟ ଅନ୍ୟକୁ କହିବ ନାହିଁ।” 31 କିନ୍ତୁ ଅନ୍ଧ ଦୁହେଁ ଏ ଖବର ସେ ଅଞ୍ଚଳସାରା ପ୍ରଗ୍ଭର କରିଦେଲେ।

32 ସେ ଅନ୍ଧ ଦୁଇଜଣ ଗଲାପରେ କେତେକ ଲୋକ ଯୀଶୁଙ୍କ ପାଖକୁ ଆଉ ଜଣେ ଲୋକକୁ ଆଣିଲେ। ସେ କଥା କହି ପାରୁ ନ ଥିଲା। କାରଣ ତା’ ଦେହରେ ଭୂତ ପ୍ରବେଶ କରି ରହିଥିଲା। 33 ଯୀଶୁ ତା’ ଦେହରୁ ଭୂତକୁ ତଡ଼ିଦେଲେ, କିଛି କହି ପାରୁ ନ ଥିବା ଲୋକଟି ପୁଣି ତା'ର କହିବା ଶକ୍ତି ଫେରି ପାଇଲା। ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଇସ୍ରାଏଲରେ ଏଭଳି ଘଟଣା ଘଟିବା ଆମ୍ଭେ କେବେ ହେଲେ ଦେଖି ନ ଥିଲୁ।”

34 କିନ୍ତୁ ଫାରୂଶୀମାନେ କହିଲେ, “ଯୀଶୁ ଭୂତମାନଙ୍କ ମୁଖିଆଙ୍କ ସାହାଯ୍ୟରେ ଅନ୍ୟ ଭୂତଙ୍କୁ ତଡ଼ି ଦେଉଛନ୍ତି।”

ଲୋକମାନଙ୍କ ପାଇଁ ଯୀଶୁ ଦୁଃଖ କରନ୍ତି

35 ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କରେ ଉପଦେଶ ଦେଲେ, ଓ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରିଦେଲେ। 36 ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ମେଷପାଳକ ନ ଥିଲେ ମେଷପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସେହିଭଳି ନିରାଶା ଓ ଅସହାୟତାରେ ପୂର୍ଣ୍ଣଥିଲା। 37 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଫସଲ (ଲୋକ) ବହୁତ। କିନ୍ତୁ ମୂଲିଆ (ସେବକ) କମ୍ ଅଛନ୍ତି। 38 ଫସଲ ଅମଳ (ଉଦ୍ଧାର) କରିବା ପାଇଁ ଅଧିକ ମୂଲିଆ ପଠାଇବାକୁ ଫସଲର ମାଲିକ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର।”

ଯୀଶୁ ପ୍ରେରିତ ମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର ପାଇଁ ପଠାଇଲେ

(ମାର୍କ 3:13-19; 6:7-13; ଲୂକ 6:12-16; 9:1-6)

10 ଯୀଶୁ ତାହାଙ୍କର ବାରଜଣ ଶିଷ୍ୟଙ୍କୁ ପାଖକୁ ଡକାଇଲେ। ସେ ଭୂତମାନଙ୍କୁ ତଡ଼ିଦେବା ପାଇଁ ଓ ସବୁ ପ୍ରକାର ରୋଗ ଏବଂ ଅସୁସ୍ଥତା ଭଲ କରିଦେବା ପାଇଁ ଶିଷ୍ୟମାନଙ୍କୁ ଶକ୍ତି ପ୍ରଦାନ କଲେ। ସେହି ବାରଜଣ ଶିଷ୍ୟଙ୍କ ନାମ ଏହିଭଳି:

ଶିମୋନ (ଯାହାଙ୍କୁ ପିତର ବୋଲି କୁହାଯାଏ),

ତାହାଙ୍କ ଭାଇ ଆନ୍ଦ୍ରିୟ,

ଜେବଦୀଙ୍କ ପୁଅ ଯାକୁବ

ଓ ତାହାଙ୍କ ଭାଇ ଯୋହନ।

ଫିଲି‌ପ୍‌ପ ଓ

ବାର୍ଥଲମି,

ଥୋମା ଓ

କରଆଦାୟକାରୀ ମାଥିଉ,

ଆଲଫିଙ୍କ ପୁତ୍ର ଯାକୁବ ଓ

ଥଦ୍ଦୀୟ,

ଉ‌‌‌‌‌‌‌ଦ୍‌‌ଯୋଗୀ ଶିମୋନ ଓ

ଇଷ୍କାରିୟୋତ ଯିହୂଦା। ଏହି ଇଷ୍କାରିୟୋତ ଯିହୂଦା ପରେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲା।

ଏହି ବାରଜଣ ଶିଷ୍ୟଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: “କୌଣସି ଅଣଯିହୂଦୀ ଅଞ୍ଚଳକୁ ଯିବ ନାହିଁ କି ଶମିରୋଣର କୌଣସି ନଗରରେ ପ୍ରବେଶ କରିବ ନାହିଁ। ବରଂ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ପାଖକୁ ଯିବ। ସେମାନେ ହଜିଯାଇଥିବା ମେଷ ଭଳି। ତୁମ୍ଭେମାନେ ପ୍ରଗ୍ଭର କର, ‘ସ୍ୱର୍ଗରାଜ୍ୟ ନିକଟ ହୋଇ ଗଲାଣି।’ ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁନର୍ଜୀବିତ କର, କୁଷ୍ଠରୋଗ ସୁସ୍ଥ କର, ଭୂତମାନଙ୍କୁ ତଡ଼ିଦିଅ। ତୁମ୍ଭେ ବିନାମୂଲ୍ୟରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନାମୂଲ୍ୟରେ ଦାନ କର। ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗରେ ସୁନା, ରୂପା କିମ୍ବା ତମ୍ବା ନିଅ ନାହିଁ। 10 ଯାତ୍ରା ବେଳେ ଝୁଲା ନିଅ ନାହିଁ। ପିନ୍ଧିଥିବା ପୋଷାକ ଓ ଜୋତା ଛଡ଼ା ଅଧିକା ପୋଷାକ ବା ଜୋତା କି ବାଡ଼ି ନିଅ ନାହିଁ। ଜଣେ ସେବକ କେବଳ ନିହାତି ଆବଶ୍ୟକୀୟ ପଦାର୍ଥ ନେବା ଉଚିତ୍।

11 “କୌଣସି ନଗର ବା ଗାଁରେ ପ୍ରବେଶ କଲାବେଳେ ସେଠାରେ ଯୋଗ୍ୟ ଲୋକଟିକୁ ବାଛି ବାହାର କର। ସେହି ନଗର ବା ଗାଁ ନ ଛାଡ଼ିବା ପର୍ଯ୍ୟନ୍ତ ସେହି ସ୍ଥାନରେ ରୁହ। 12 କୌଣସି ଘରେ ପ୍ରବେଶ କଲାବେଳେ ସେହି ପରିବାରରେ ଲୋକଙ୍କୁ ‘ତୁମ୍ଭ ପ୍ରତି ଶାନ୍ତି ହେଉ’ ବୋଲି କହି ଆଶୀର୍ବାଦ କର। ଯଦି ସେ ପରିବାରର ଲୋକେ ଯୋଗ୍ୟ, ତେବେ ସେ ପରିବାର ପ୍ରତି ତୁମ୍ଭର ଶାନ୍ତି ରହିବ। 13 ଯଦି ସେ ପରିବାର ଲୋକେ ଅଯୋଗ୍ୟ ତେବେ ତୁମ୍ଭର ଶାନ୍ତି ତୁମ୍ଭ ନିକଟକୁ ଫେରି ଆସିବ। 14 ଯଦି କେହିହେଲେ ତୁମ୍ଭର ସ୍ୱାଗତ କରୁ ନାହାନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାନ୍ତି, ତେବେ ସେ ଘର ବା ନଗର ଛାଡ଼ିଦିଅ। ତୁମ୍ଭ ପାଦରେ ଲାଗିଥିବା ଧୂଳି ମଧ୍ୟ ସେହିଠାରେ ଝାଡ଼ିଦିଅ। 15 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ଦିନ ନ୍ୟାୟ ହେବ, ସେ ଦିନ ସେହି ନଗରର ଲୋକଙ୍କ ଅବସ୍ଥା ସଦୋମ ଓ ହମୋରା[n] ନଗରର ଲୋକଙ୍କ ଅବସ୍ଥା ଅପେକ୍ଷା ଅଧିକ ଖରାପ ହେବ।

ନିଜ ଶିଷ୍ୟମାନଙ୍କୁ ଯୀଶୁଙ୍କ ଚେତାବନୀ

(ମାର୍କ 13:9-13; ଲୂକ 21:12-17)

16 “ସାବଧାନ, ଗଧିଆମାନଙ୍କ ଭିତରେ ମେଷମାନଙ୍କୁ ଛାଡ଼ିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ, କପୋତ ଭଳି ନିରୀହ ହୁଅ। 17 କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସେମାନେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଗ୍ଭରାଳୟ ହାତରେ ଦେଇଦେବେ ଓ ତାହାଙ୍କର ପ୍ରାର୍ଥନାଗୃହରେ ତୁମ୍ଭକୁ ଛାଟରେ ପିଟିବେ। 18 ତୁମ୍ଭେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆଯିବ। ଅଣଯିହୂଦୀ ତଥା ସେମାନଙ୍କ ଆଗରେ ତୁମ୍ଭେ ମୋ’ ବିଷୟରେ ସାକ୍ଷୀ ହେବ। 19 ସେମାନେ ତୁମ୍ଭକୁ ବାନ୍ଧି ନେବା ବେଳେ କ’ଣ କହିବ ଓ କିପରି କହିବ, ସେ ବିଷୟରେ ଚିନ୍ତାକରି କିଛି ବ୍ୟସ୍ତ ହୁଅ ନାହିଁ। କାରଣ ତୁମ୍ଭକୁ ସେତେବେଳେ କ’ଣ କହିବାକୁ ହେବ ତାହା ଜଣେଇ ଦିଆଯିବ। 20 ମନେରଖ, କହିବା ଲୋକ କେବେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।

21 “ଭାଇ ତା’ ନିଜ ଭାଇକୁ ବାପାମା ନିଜ ପିଲାପିଲିଙ୍କୁ ମରଣ ମୁଖକୁ ଠେଲିଦେବେ। ପିଲାମାନେ ନିଜ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ତାହାଙ୍କୁ ମାରି ପକାଇବେ। 22 ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ। 23 ଗୋଟିଏ ନଗରରେ ସେମାନେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ୟ କହୁଛି ଇସ୍ରାଏଲର ସମସ୍ତ ନଗରୀରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ୟପୁତ୍ର ପୁନର୍ବାର ଆସିବେ।

24 “ଶିଷ୍ୟ ନିଜ ଗୁରୁଠାରୁ ବଡ଼ ନୁହେଁ, କି କୌଣସି ସେବକ ତା’ ମାଲିକଠାରୁ ବଡ଼ ନୁହେଁ 25 ଜଣେ ଶିଷ୍ୟ ତା’ ଗୁରୁ ଭଳି ହେବାରେ ଓ ଜଣେ ସେବକ ତା’ ମାଲିକ ଭଳି ହେବାରେ ସନ୍ତୋଷ ଲାଭ କରିବା ଦରକାର। ଘରର ମୁଖ୍ୟଙ୍କୁ ଯଦି ‘ବାଆ‌‌‌ଲ୍‌ଜିବୂଲ୍’[o] କହି ଡକାଯାଏ ତେବେ ଘରର ଅନ୍ୟ ସଦସ୍ୟମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମରେ ଡକାଯିବ।

ପରମେଶ୍ୱରଙ୍କୁ ଭୟ କର, ମାତ୍ର ମନୁଷ୍ୟକୁ ନୁହେଁ

(ଲୂକ 12:2-7)

26 “ତେଣୁ ସେହି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡ଼ିବ। 27 ମୁଁ ଗୋପନରେ ତୁମ୍ଭକୁ ଯାହାସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ୟ ଦିବାଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ।

28 “ଲୋକଙ୍କୁ ଭୟ କର ନାହିଁ। ସେମାନେ କେବଳ ତୁମ୍ଭର ଶରୀରକୁ ମାରି ପାରିବେ, ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କେବଳ ପରମେଶ୍ୱରଙ୍କୁ ଭୟ କର, ସେ କେବଳ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦେଇ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠେଇ ପାରିବେ। 29 ଗୋଟିଏ ପଇସା ମୂଲ୍ୟରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତିରେ ସେଥିରୁ ଗୋଟିଏ ହେଲେ ମଧ୍ୟ ତଳେ ପଡ଼ିବ ନାହିଁ। 30 ତୁମ୍ଭ ମୁଣ୍ଡରେ କେତୋଟି ବାଳ ଅଛି, ସେ କଥା ମଧ୍ୟ ପରମେଶ୍ୱର ଜାଣନ୍ତି। 31 ତେଣୁ ଭୟଭୀତ ହୁଅ ନାହିଁ। ତୁମ୍ଭେ ଅନେକ ଘରଚଟିଆଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ୍।

ଯୀଶୁଙ୍କଠାରେ ବିଶ୍ୱାସ

(ଲୂକ 12:8-9)

32 “ଯଦି କେହି ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋତେ ବିଶ୍ୱାସ କରେ ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ମୋର ନିଜ ଲୋକ। 33 କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ ସେ ମୋତେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ।

ଯୀଶୁଙ୍କ ଅନୁସରଣ ତୁମ୍ଭ ପାଇଁ ବିପଦ ଆଣିପାରେ

(ଲୂକ 12:51-53; 14:26-27)

34 “ତୁମ୍ଭେ ଭାବ ନାହିଁ ଯେ ମୁଁ ପୃଥିବୀରେ ଶାନ୍ତି ଆଣିବା ପାଇଁ ଆସିଛି। କିନ୍ତୁ ଖ‌‌ଡ଼୍‌‌ଗ ଆଣିବା ପାଇଁ ଆସିଛି। 35 ଏପରି ଘଟଣା ଘଟେଇବା ପାଇଁ ମୁଁ ଆସିଛି:

‘ପୁଅ ତା’ ବାପା ବିରୁଦ୍ଧରେ,
    ଝିଅ ତା’ ମା ବିରୁଦ୍ଧରେ
ଓ ବୋହୂ ତା ଶାଶୁ ବିରୁଦ୍ଧରେ ଠିଆ ହେବ।
36     ନିଜ ଘରର ଲୋକେ ହିଁ ନିଜ ଲୋକଙ୍କ ଶତ୍ରୁ ହେବେ।’(R)

37 “ଯେଉଁ ଲୋକ ମୋ’ ଅପେକ୍ଷା ତା’ ବାପାମାଙ୍କୁ ଅଧିକ ଭଲ ପାଏ, ତେବେ ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। ଯେଉଁ ଲୋକ ମୋ’ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। 38 ଯେଉଁ ଲୋକ ତାକୁ ଦିଆଯାଇଥିବା ଦୁଃଖ, କଷ୍ଟରୂପକ କ୍ରୁଶ ବୋହି ମୋର ଅନୁସରଣ କରେ ନାହିଁ, ସେ ମୋତେ ପାଇବାକୁ ଯୋଗ୍ୟ ନୁହେଁ। 39 ଯେଉଁ ଲୋକ ମୋ’ ଅପେକ୍ଷା ତା’ ନିଜ ଜୀବନକୁ ଅଧିକ ଭଲ ପାଏ ସେ ବାସ୍ତବଜୀବନ ହରାଇବସିବ। କିନ୍ତୁ ଯେଉଁ ଲୋକ ମୋ’ ସକାଶେ ଜୀବନ ହରାଏ, ସେ ବାସ୍ତବଜୀବନ ପାଇ ପାରିବ।

ତୁମ୍ଭକୁ ଗ୍ରହଣ କରିଥିବା ଲୋକମାନଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ

(ମାର୍କ 9:41)

40 “ଯେଉଁ ଲୋକ ତୁମ୍ଭକୁ ସ୍ୱୀକାର କରେ, ସେ ମୋତେ ମଧ୍ୟ ସ୍ୱୀକାର କରେ, ଯେଉଁ ଲୋକ ମୋତେ ସ୍ୱୀକାର କରେ, ସେ ମୋତେ ପଠାଇଥିବା ପରମେଶ୍ୱରଙ୍କକୁ ମଧ୍ୟ ସ୍ୱୀକାର କରେ। 41 ଯେଉଁ ଲୋକ ପରମେଶ୍ୱରଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ ଭେଟି ତାହାଙ୍କୁ ସ୍ୱାଗତ କରେ, ତେବେ ସେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାର ପୁରସ୍କାର ପାଇବ। ଯେଉଁ ଲୋକ ଜଣେ ଧାର୍ମିକ ଲୋକକୁ ଧାର୍ମିକ ଲୋକ ରୂପେ ସ୍ୱୀକାର କରେ ତେବେ ସେ ଧାର୍ମିକ ଲୋକର ପୁରସ୍କାର ପାଇବ। 42 “ଯଦି କେହି ଲୋକ ମୋର ଏହି ଛୋଟ ଓ ସରଳ ଶିଷ୍ୟମାନଙ୍କ ମଧ୍ୟରୁ କାହାରିକୁ ମୋର ଶିଷ୍ୟ ବୋଲି କହି ସାହାଯ୍ୟ କରେ, ତେବେ ସେ ନିଶ୍ଚୟ ତା'ର ପୁରସ୍କାର ପାଇବ। ସେ ଯଦି ମୋ’ ଶିଷ୍ୟମାନଙ୍କୁ କାହାକୁ କେବଳ ଗିନାଏ ଥଣ୍ଡା ପାଣି ଦେଇଥାଏ, ତଥାପି ସେ ତା'ର ପୁରସ୍କାର ପାଇବ।”

ଯୀଶୁ ଓ ବାପ୍ତିଜକ ଯୋହନ

(ଲୂକ 7:18-35)

11 ଯୀଶୁ ତାହାଙ୍କର ବାରଜଣ ଯାକ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଇ ସାରିବା ପରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେ ଗାଲିଲୀ ପ୍ରଦେଶର ସହରମାନଙ୍କରେ ତାହାଙ୍କର ଉପଦେଶ ଓ ବାର୍ତ୍ତା ପ୍ରଗ୍ଭର କରିବା ନିମନ୍ତେ ଗଲେ।

ବାପ୍ତିଜକ ଯୋହନ କାରାଗାରରେ ଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟକଳାପ ବିଷୟରେ ଶୁଣିଲେ। ସେ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଯେଉଁ ବ୍ୟକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସେହି ବ୍ୟକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?”

ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାହା ଦେଖୁଛ ଓ ଶୁଣୁଛ, ତାହା ଯୋହନଙ୍କୁ ଯାଇ କୁହ। ଅନ୍ଧ ତା'ର ଦୃଷ୍ଟିଶକ୍ତି ଫେରି ପାଆନ୍ତି। ଛୋଟାମାନେ ଗ୍ଭଲି ପାରନ୍ତି। କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲାଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଗ୍ଭର ପ୍ରଗ୍ଭର କରାଯାଉଛି। ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ଧନ୍ୟ।”

ଏ କଥା ଶୁଣି ଯୋହନଙ୍କ ଶିଷ୍ୟମାନେ ଫେରି ଯାଉଥିବା ସମୟରେ ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିଲେ, “ଏ ମରୁଭୂମିକୁ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ପବନରେ ଦୋହଲୁ ଥିବା କୌଣସି ନଳଗଛକୁ?[p] ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ଉତ୍ତମ ପୋଷାକ ପିନ୍ଧିଥିବା କୌଣସି ବ୍ୟକ୍ତିଙ୍କୁ? ତା’ ନୁହେଁ! ଉତ୍ତମ ପୋଷାକ ପିନ୍ଧୁଥିବା ଲୋକଙ୍କୁ ତୁମ୍ଭେ ରାଜଭବନରେ ପାଇ ପାରିବ। ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ କୌଣସି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କଠାରୁ ମଧ୍ୟ ଆହୁରି ବଡ଼। 10 ଯୋହନଙ୍କ ବିଷୟରେ ଶାସ୍ତ୍ରରେ ଲେଖାଅଛି:

‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଜଣେ ଦୂତଙ୍କୁ ପଠାଉଛି।
    ସେ ତୁମ୍ଭ ପାଇଁ ରାସ୍ତା ପ୍ରସ୍ତୁତ କରିବେ।’(S)

11 “ମୁଁ ତୁମ୍ଭକୁ ସତ୍ୟ କହୁଛି, ବାପ୍ତିସ୍ମ ଦେଉଥିବା ଯୋହନଙ୍କଠାରୁ ମହାନ୍ ବ୍ୟକ୍ତି ଆଉ କେହିହେଲେ ଜନ୍ମ ହୋଇ ନାହାନ୍ତି। କିନ୍ତୁ ସ୍ୱର୍ଗରାଜ୍ୟରେ ଯେ ସବୁଠାରୁ ଛୋଟ, ସେ ଯୋହନଙ୍କଠାରୁ ମଧ୍ୟ ଶ୍ରେଷ୍ଠ। 12 ବାପ୍ତିଜକ ଯୋହନଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟର ଶକ୍ତି ବୃଦ୍ଧି ପାଉଅଛି। ଏହାକୁ ବଳ ପ୍ରୟୋଗ କରି ଅଧିକାର କରି ନେବା ପାଇଁ ହିଂସ୍ର ପ୍ରକୃତିର ଲୋକମାନେ ଚେଷ୍ଟା କରୁଛନ୍ତି। 13 ଯୋହନଙ୍କ ସମୟ ପୂର୍ବରୁ ସମସ୍ତ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଓ ମୋଶାଙ୍କ ନିୟମ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କହିଥିଲେ। 14 ଯଦି ତୁମ୍ଭେ ସେମାନଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ ବିଶ୍ୱାସ କରିବାକୁ ଇଚ୍ଛା କରୁଛ ତେବେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସେମାନେ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ। 15 ଯେଉଁମାନେ ମୋ’ କଥା ଶୁଣୁଛ, ଶୁଣ।

16 “ଏହି ଲୋକମାନଙ୍କ ବିଷୟରେ ମୁଁ କ’ଣ କହିବି। ସେମାନେ କେଉଁ ପ୍ରକାରର? ସେମାନେ ବଜାରରେ ବସିଥିବା ପିଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:

17 ‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ।
    କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଶୋକ ଗୀତ ଗାଇଲୁ,
    କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।’

18 ବର୍ତ୍ତମାନର ଲୋକମାନେ ସେହିପରି। ଯୋହନ ଆସିଲେ, କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉ ନ ଥିଲେ କି ପିଉ ନ ଥିଲେ। ଲୋକେ କହିଲେ, ‘ତାହାଙ୍କ ଦେହରେ ଭୂତ ପଶି ଯାଇଛି।’ 19 ତା'ପରେ ମନୁଷ୍ୟପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ‘ଦେଖ, ଏ ଲୋକ ପେଟୁଆ ଓ ମଦୁଆ। ସେ ପାପୀ ଓ କରଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।’ କିନ୍ତୁ କାର୍ଯ୍ୟ ଦ୍ୱାରା ଜ୍ଞାନ ସତ୍ୟ ବୋଲି ପ୍ରମାଣିତ ହୋଇଥାଏ।”

ଅବିଶ୍ୱାସୀ ଲୋକଙ୍କୁ ଯୀଶୁଙ୍କ ଚେତାବନୀ

(ଲୂକ 10:13-15)

20 ସେତେବେଳେ ଯୀଶୁ ଯେଉଁ ନଗରମାନଙ୍କରେ ଅଧିକାଂଶ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରିଥିଲେ, ସେହି ନଗରଗୁଡ଼ିକୁ ତିରସ୍କାର କଲେ। କାରଣ ସେଠାକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନ ଥିଲେ, କି ପାପ କରିବା ଛାଡ଼ି ନ ଥିଲେ, 21 ସେ କହିଲେ, ‘‘ହାୟ କୋରାଜୀନ୍! ହାୟ ବେ‌‌‌‌‌‌ଥ୍‌‌‌‌‌‌ସାଇଦା![q] ତୁମ୍ଭ ଅଞ୍ଚଳରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରାଗଲା, ସେଗୁଡ଼ିକ ଯଦି ସୋର ଓ ସୀଦୋନ[r]ରେ କରିଥାଆନ୍ତୁ, ତେବେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସେମାନେ ଅଖା ପିନ୍ଧି ଓ ଦେହରେ ପାଉଁଶ ବୋଳି ହୋଇ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ। 22 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ବିଗ୍ଭର ଦିନରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହେବ।

23 “ହେ କଫର୍ନାହୂମ! ତୁ କ’ଣ ଭାବୁଛୁ ତୋତେ ସ୍ୱର୍ଗୀୟ ଗୌରବ ଦେବା ପାଇଁ ସ୍ୱର୍ଗକୁ ଉଠାଇ ନିଆଯିବ? ନା, ତୁମ୍ଭକୁ ପାତାଳରେ ନିକ୍ଷେପ କରାଯିବ। ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ତୋର ଅଞ୍ଚଳରେ କରାଯାଇଛି, ସେଗୁଡ଼ିକ ଯଦି ସଦୋମ[s]ରେ କରାଯାଇ ଥା’ନ୍ତା।, ତେବେ ସେଠାକାର ବାସିନ୍ଦା ପାପ କରିବା ବନ୍ଦ କରି ଦେଇଥାଆନ୍ତେ ଓ ସେ ନଗର ଏ ପର୍ଯ୍ୟନ୍ତ ତିଷ୍ଠି ରହି ପାରିଥା’ନ୍ତା। 24 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ନ୍ୟାୟ ହେବା ଦିନ ତୋର ଦଶା ସଦୋମର ଦଶା ଅପେକ୍ଷା ଅଧିକ ଖରାପ ହେବ।”

ଯୀଶୁ ତାହାଙ୍କର ଲୋକମାନଙ୍କୁ ଶାନ୍ତି ପ୍ରଦାନ କରନ୍ତି

(ଲୂକ 10:21-22)

25 ସେତେବେଳେ ଯୀଶୁ କହିଲେ, “ହେ ପରମପିତା, ତୁମ୍ଭେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଗ୍ଭଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନିକଟରେ ସେଗୁଡ଼ିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି। 26 ହଁ ପରମପିତା, ତୁମ୍ଭେ ପ୍ରକୃତରେ ଯାହା ଗ୍ଭହୁଁଥିଲ, ତାହା ଘଟିଲା।

27 “ମୋର ପରମପିତା ମୋତେ ସବୁକିଛ ଦେଇଛନ୍ତି। ପରମପିତାଙ୍କ ଛଡ଼ା ପୁତ୍ରଙ୍କୁ ଅନ୍ୟକେହି ଜାଣି ନାହାନ୍ତି। ପୁତ୍ରଙ୍କ ଛଡ଼ା କେହି ପରମପିତାଙ୍କୁ ପ୍ରକୃତରେ ଜାଣି ନାହାନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନୋନୀତ କରିବେ, ସେହିମାନେ କେବଳ ପରମପିତାଙ୍କ ନିକଟରେ ପ୍ରକାଶିତ ହେବେ।

28 “ହେ କ୍ଳାନ୍ତ-ଶ୍ରାନ୍ତ ଓ ଚିନ୍ତାରେ ଭାରଗ୍ରସ୍ତ ଥିବା ଲୋକମାନେ! ମୋ’ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦେବି। 29 ମୋର କାର୍ଯ୍ୟଭାର ତୁମ୍ଭେ ଗ୍ରହଣ କର। ମୋ'ଠାରୁ ଶିଖ। କାରଣ ମୁଁ ଆତ୍ମାରେ ସରଳ ଓ ନମ୍ର ତେଣୁ ତୁମ୍ଭେ ନିଜ ଆତ୍ମାରେ ବିଶ୍ରାମ ପାଇବ। 30 ଯେଉଁ କାର୍ଯ୍ୟ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।”

ଯୀଶୁ ବିଶ୍ରାମ ଦିନର ପ୍ରଭୁ

(ମାର୍କ 2:23-28; ଲୂକ 6:1-5)

12 ପ୍ରାୟ ସେହି ସମୟରେ ଯୀଶୁ ବିଶ୍ରାମ ଦିବସ[t]ରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ। ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଥିଲେ, ତାହାଙ୍କର ଶିଷ୍ୟମାନଙ୍କୁ ଭୋକ ଲାଗିଲା। ସେମାନେ କେତେକ ଗହମ କେଣ୍ଡା ଛିଣ୍ଡେଇ ଖାଇବାକୁ ଲାଗିଲେ। ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, “ଦେଖ, ତୁମ୍ଭର ଶିଷ୍ୟମାନେ ବିଶ୍ରାମ ଦିବସରେ ଏଭଳି ଯାହା କରୁଛନ୍ତି, ତାହା ମୋଶାଙ୍କ ବ୍ୟବସ୍ଥାର ବିରୋଧୀ।”

ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଦାଉଦ ଓ ତାହାଙ୍କ ସାଙ୍ଗରେ ଥିବା ଲୋକେ, ଭୋକ ଲାଗିବା ବେଳେ କ’ଣ କରିଥିଲେ, ସେ ବିଷୟରେ ତୁମ୍ଭେ କ’ଣ ପଢ଼ି ନାହଁ? ସେ ପରମେଶ୍ୱରଙ୍କ ଘରେ ପ୍ରବେଶ କରିଥିଲେ ଓ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦେଇଥିଲେ। ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନ ଥିଲା। କାରଣ କେବଳ ଯାଜକମାନଙ୍କୁ ତାହା ଖାଇବା ପାଇଁ ଅନୁମତି ଦିଆଯାଇଥାଏ। ତୁମ୍ଭେ ମୋଶାଙ୍କ ବ୍ୟବସ୍ଥାରେ କ’ଣ ପଢ଼ି ନାହଁ ଯେ ବିଶ୍ରାମ ଦିବସରେ ଯାଜକମାନେ ପ୍ରଭୁଙ୍କ ମନ୍ଦିରରେ ବିଶ୍ରାମ ଦିବସର ନୀତିନିୟମ ଉଲ୍ଲଙ୍ଘନ କରନ୍ତି? ସେ ଘଟଣାରେ ତାହାଙ୍କର କେହି କିଛି ଦୋଷ ଧରନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠାରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍। ଶାସ୍ତ୍ରକହେ, ‘ମୁଁ ଲୋକମାନଙ୍କ ମଧ୍ୟରେ ଦୟା ଗ୍ଭହେଁ, କିନ୍ତୁ ପଶୁବଳି ଗ୍ଭହେଁ ନାହିଁ।’(T) ତୁମ୍ଭେ ପ୍ରକୃତରେ ଏହାର ଅର୍ଥ ବୁଝି ନାହଁ। ଯଦି ବୁଝି ଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକମାନଙ୍କୁ ନିନ୍ଦା କରନ୍ତ ନାହିଁ।

“ମନୁଷ୍ୟପୁତ୍ର[u] ବିଶ୍ରାମ ଦିବସର ପ୍ରଭୁ ଅଟନ୍ତି।”

ଯୀଶୁ ଗୋଟିଏ ଲୋକର ଅଚଳ ହାତଟି ସୁସ୍ଥ କଲେ

(ମାର୍କ 3:1-6; ଲୂକ 6:6-11)

ଯୀଶୁ ସେଠାରୁ ଯାଇ ସେମାନଙ୍କର ପ୍ରାର୍ଥନାଗୃହରେ ପ୍ରବେଶ କଲେ। 10 ସେଠାରେ ଥିବା ଗୋଟିଏ ଲୋକର ହାତ ଶୁଖି ଯାଇଥିଲା। ସେଠାରେ ଥିବା କେତେକ ଯିହୂଦୀ ଯୀଶୁଙ୍କ ଉପରେ ଦୋଷାରୋପ କରିବା ପାଇଁ ସୁଯୋଗ ଖୋଜୁଥିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ମୋଶାଙ୍କ ନିୟମ ଅନୁସାରେ ବିଶ୍ରାମ ଦିବସରେ କାହାରିକୁ ଭଲ କରିଦେବା କ’ଣ ବିଧିସଙ୍ଗତ?”

11 ଯୀଶୁ କହିଲେ, “ମନେକର ତୁମ୍ଭର କାହାରି ଗୋଟିଏ ମେଷ ଅଛି ଓ ସେହି ମେଷ ବିଶ୍ରାମ ଦିବସରେ ଖାଲ ଭିତରେ ଖସି ପଡ଼ିଲା। ତୁମ୍ଭେ କ’ଣ ତାକୁ ଖାଲରୁ ବାହାର କରି ଆଣିବ ନାହିଁ? 12 ମଣିଷତ ନିଶ୍ଚିତ ଭାବରେ ଗୋଟିଏ ମେଣ୍ଢାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ତେଣୁ ମୋଶାଙ୍କ ବ୍ୟବସ୍ଥା ବିଶ୍ରାମ ଦିବସରେ ଭଲ କାମ କରିବାକୁ ଅନୁମତି ଦେଇଥାଏ।”

13 ତା'ପରେ ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କୁ ହାତ ଦେଖାଇବା ପାଇଁ ଆଗକୁ ବଢ଼େଇ ଦେଲା। ତା'ର ସେହି ଶୁଖି ଯାଇଥିବା ହାତଟି ସମ୍ପୂର୍ଣ୍ଣ ଭଲ ହୋଇଗଲା। ଏହି ହାତଟି ତା'ର ଅନ୍ୟ ହାତ ଭଳି ହୋଇଗଲା। 14 କିନ୍ତୁ ଫାରୂଶୀମାନେ ସେଠାରୁ ବାହାରି ଗଲେ। ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ସେମାନେ ଯୋଜନା କଲେ।

ପରମେଶ୍ୱରଙ୍କ ମନୋନୀତ ସେବକ: ଯୀଶୁ

15 ଯୀଶୁ ଏ କଥା ଜାଣିପାରି ସେ ଜାଗା ଛାଡ଼ି ଗ୍ଭଲିଗଲେ। ବହୁତ ଲୋକ ତାହାଙ୍କୁ ଅନୁସରଣ କଲେ। ଯୀଶୁ ସମସ୍ତ ରୋଗୀଙ୍କୁ ସୁସ୍ଥ କରିଦେଲେ। 16 କିନ୍ତୁ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, ଏ କଥା କାହାରି ଆଗରେ ପ୍ରକାଶ କରିବ ନାହିଁ। 17 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ, ସେଗୁଡ଼ିକ ପୂର୍ଣ୍ଣ ହେବା ପାଇଁ ଯୀଶୁ ଏହା କଲେ। ଯିଶାଇୟ କହିଥିଲେ,

18 “ଏ ମୋର ସେବକ।
    ମୁଁ ତାହାଙ୍କୁ ବାଛିଛି।
ମୁଁ ତାହାଙ୍କୁ ଭଲ ପାଏ।
    ମୁଁ ତାହାଙ୍କ ଉପରେ ଖୁସୀ।
ମୋର ଆତ୍ମା ମୁଁ ତାହାଙ୍କଠାରେ ରଖିବି।
    ସେ ଜାତିମାନଙ୍କ ଭିତରେ ନ୍ୟାୟ ଘୋଷଣା କରିବେ।
19 ସେ ଯୁକ୍ତି କରିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ।
    ଲୋକେ ଗଳିରେ ତାହାଙ୍କ କଥା ଶୁଣିବେ ନାହିଁ।
20 ନଇଁ ପଡ଼ିଥିବା ଛେଗ୍ଭନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ
    କି ଲିଭି ଆସୁଥିବା ଦୀପଟିକୁ ସେ ଲିଭେଇବେ ନାହିଁ।
ନ୍ୟାୟର ବିଜୟ ନ ହେବା ପର୍ଯ୍ୟନ୍ତ ସେ ଅଟଳ ରହିବେ।
21     ସେଥିରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।”(U)

ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି ନିହିତ ଅଛି

(ମାର୍କ 3:20-30; ଲୂକ 11:14-23; 12:10)

22 ତା'ପରେ ଲୋକେ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ଅନ୍ଧ ଥିଲା, ତା’ ଦେହରେ ଗୋଟିଏ ଭୂତ ପଶି ଥିବାରୁ ସେ ମୂକ ହୋଇଯାଇଥିଲା। ଯୀଶୁ ଲୋକଟିକୁ ସୁସ୍ଥ କରିଦେଲେ, ଫଳରେ ଲୋକଟି କଥା କହି ପାରିଲା ଓ ଦେଖି ପାରିଲା। 23 ଜମା ହୋଇଥିବା ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ସେମାନେ କୁହାକୁହି ହେଲେ, “ଆମ୍ଭ ପାଖକୁ ପରମେଶ୍ୱର ଯାହାଙ୍କୁ ପଠାଇବେ ବୋଲି ପ୍ରତିଜ୍ଞା କରିଥିଲେ, ଏ ହୁଏତ ସେହି ଦାଉଦଙ୍କ ପୁତ୍ର ଅଟନ୍ତି?”

24 ମାତ୍ର ଫାରୂଶୀମାନେ ଲୋକଙ୍କର ଏହି କଥା ଶୁଣି କହିଲେ, “ଯୀଶୁ ଭୂତମାନଙ୍କ ଶାସକ ବାଆ‌‌‌ଲ୍‌ଜିବୂଲ୍[v]ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାନ୍ତି।”

25 ଯୀଶୁ ଫାରୂଶୀମାନଙ୍କର ମନକଥା ଜାଣି ପାରିଲେ ଓ ସେମାନଙ୍କୁ କହିଲେ, “ନିଜ ବିରୁଦ୍ଧରେ ବିଭେଦ ସୃଷ୍ଟି କରୁଥିବା ପ୍ରତ୍ୟେକ ରାଜ୍ୟ ଧ୍ୱଂସ ପାଇଯିବ। ଯଦି କୌଣସି ନଗର ନିଜ ନିଜ ମଧ୍ୟରେ ଭାଗଭାଗ ହୋଇଯାଏ, ତେବେ ତାହା ତିଷ୍ଠିରହି ପାରିବନି। ସେହିଭଳି ନିଜ ନିଜ ଭିତରେ ଭାଗ ହୋଇଗଲେ କୌଣସି ପରିବାର ତିଷ୍ଠି ରହି ପାରିବନି। 26 ଯଦି ଶୟତାନ ତା'ର ନିଜ ଭୂତମାନଙ୍କୁ ତଡ଼ି ଦିଏ, ତେବେ ତା'ର ଅର୍ଥ ସେ ନିଜେ ନିଜ ଭିତରେ ଭାଗଭାଗ ହୋଇଛି। ଏ ପରିସ୍ଥିତିରେ ତା'ର ରାଜ୍ୟ ତିଷ୍ଠି ରହି ପାରିବା ସମ୍ଭବ ହେବ ନାହିଁ। 27 ତୁମ୍ଭ କହିବା ଅନୁସାରେ ମୁଁ ଯଦି ବାଆ‌‌‌ଲ୍‌ଜିବୂ‌ଲ୍‌ର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛି, ତେବେ ତୁମ୍ଭର ଶିଷ୍ୟମାନେ କାହା ସାହାଯ୍ୟରେ ତାହାଙ୍କୁ ତଡ଼ୁଛନ୍ତି? ତେଣୁ ତୁମ୍ଭ ନିଜର ଶିଷ୍ୟମାନେ ପ୍ରମାଣିତ କରିଦେଉଛନ୍ତି ଯେ ତୁମ୍ଭେ ଭୁଲ୍ କହୁଛ। 28 ମୁଁ କିନ୍ତୁ ଭୂତମାନଙ୍କୁ ପରମେଶ୍ୱରଙ୍କ ଆତ୍ମାର ଶକ୍ତି ସାହାଯ୍ୟରେ ତଡ଼ି ଦେଉଛି। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭ ନିକଟରେ ପୂରାପୂରି ଆସି ପହଞ୍ଚିଗଲାଣି। 29 ଜଣେ ଲୋକ କୌଣସି ବଳବାନ ଲୋକ ଘରେ ପଶି ତା'ର ସମ୍ପତ୍ତି ଗ୍ଭେରେଇନେବାକୁ ଗ୍ଭହିଁଲେ, ସେ ବଳବାନ ଲୋକଟିକୁ ପ୍ରଥମେ ବାନ୍ଧି ପକାଇବ। ତା'ପରେ ସେ ବଳବାନ ଲୋକର ଘରୁ ସବୁ ଲୁଟି କରି ନେଇ ଯାଇପାରିବ। 30 ଯଦି କେହି ମୋ’ ସହିତ କାମ କରୁ ନାହିଁ, ତେବେ ସେ ମୋ’ ବିରୁଦ୍ଧରେ କାମ କରୁଛି।

31 ତେଣୁ ମୁଁ ତୁମ୍ଭକୁ କହୁଛି ଯେ, ଲୋକେ ଯେଉଁସବୁ ପାପ କରୁଛନ୍ତି ତାହା କ୍ଷମା କରି ଦିଆଯିବ। ଲୋକମାନେ ଯେଉଁସବୁ ଖରାପ କଥା କହୁଛନ୍ତି, ତାହା କ୍ଷମା କରି ଦିଆଯିବ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କଲେ କ୍ଷମା କରାଯାଇ ପାରିବନି। 32 ଯଦି କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କିଛି କୁହେ ତେବେ ତାକୁ କ୍ଷମା କରାଯାଇପାରେ, କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କେହି କିଛି କହିଲେ ତାକୁ ବର୍ତ୍ତମାନ ବା ଭବିଷ୍ୟତରେ କେବେ ହେଲେ କ୍ଷମା କରାଯିବ ନାହିଁ।

କର୍ମ ହିଁ ବ୍ୟକ୍ତିର ପରିଚୟ ଦିଏ

(ଲୂକ 6:43-45)

33 “ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ୱାରା ଗଛଟିକୁ ଚିହ୍ନି ହୁଏ। 34 ହେ କାଳସର୍ପର ସନ୍ତାନଗଣ, ତୁମ୍ଭେମାନେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତରେ ଯାହା ଭାବୁଥାଏ, ତାକୁ କଥାରେ ପ୍ରକାଶ କରିଥାଏ। 35 ଗୋଟିଏ ଭଲ ଲୋକର ମନରେ ଭଲ କଥା ସଞ୍ଚିତ ହୋଇ ରହିଥାଏ, ସେ କହିବା ବେଳେ ତା'ର ମନରୁ ଭଲ କଥା ବାହାରି ଆସେ। କିନ୍ତୁ ଜଣେ ଖରାପ ଲୋକର ମନ ଭିତରେ ଖରାପ କଥା ସବୁ ସଞ୍ଚିତ ହୋଇ ରହିଥାଏ। ସେ କହିବା ବେଳେ ତା’ ମନ ଭିତରୁ ଖରାପ କଥା ବାହାରିଥାଏ। ତେଣୁ ସେ ଖରାପ କଥା କୁହେ। 36 କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରତ୍ୟେକ ଶବ୍ଦପାଇଁ ବିଗ୍ଭର ଦିନରେ ସେମାନଙ୍କୁ ଉତ୍ତର ଦେବାକୁ ହେବ। 37 ଅତଏବ ଯେଉଁସବୁ କଥା ତୁମ୍ଭେ କହିଥିବ, ତା ଅନୁସାରେ ତୁମ୍ଭକୁ ଦୋଷୀ ବା ତୁମ୍ଭକୁ ନିର୍ଦ୍ଦୋଷୀ ବୋଲି ବିଗ୍ଭର କରାଯିବ।”

ଯୀଶୁଙ୍କୁ ପ୍ରମାଣ ଦେବା ପାଇଁ ଯିହୂଦୀମାନଙ୍କର ଆହ୍ୱାନ

(ମାର୍କ 8:11-12; ଲୂକ 11:29-32)

38 ତା'ପରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଭିତରୁ କେତେକ ଯୀଶୁଙ୍କୁ କହିଲେ, “ଗୁରୁ, ତୁମ୍ଭେ ଆମ୍ଭକୁ ଚିହ୍ନ ସ୍ୱରୂପ ଆଶ୍ଚର୍ଯ୍ୟକାର୍ଯ୍ୟଟିଏ ଦେଖାଅ।”

39 ଯୀଶୁ କହିଲେ, “ମନ୍ଦ ଓ ପାପୀ ଲୋକମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିବାକୁ ଗ୍ଭହାନ୍ତି। କିନ୍ତୁ ତାହାଙ୍କୁ କୌଣସି ପ୍ରମାଣ ଦେଖାଇ ଦିଆ ଯିବ ନାହିଁ। କେବଳ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯୂନସଙ୍କ କ୍ଷେତ୍ରରେ ଘଟିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ହିଁ ସେମାନଙ୍କ ପାଇଁ ଏକମାତ୍ର ଚିହ୍ନ ହେବ। 40 ଯୂନସ ସମୁଦ୍ରର ଗୋଟିଏ ବଡ଼ ମାଛ ପେଟରେ ତିନି ଦିନ ଓ ତିନିରାତି ଥିଲେ। ସେହିପରି ମନୁଷ୍ୟପୁତ୍ର ତିନି ଦିନ ଓ ତିନିରାତି କବର ଭିତରେ ରହିବେ। 41 ଯେଉଁ ଦିନ ବିଗ୍ଭର ହେବ, ସେହି ଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହେବେ ଏବଂ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ଯେତେବେଳେ ଯୂନସ ସେମାନଙ୍କୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ଅଧିକ ମହାନ୍।

42 “ଯେଉଁ ଦିନ ବିଗ୍ଭର ହେବ ସେ ଦିନ ଦକ୍ଷିଣର ରାଣୀ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆହେବେ ଏବଂ ସେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ। ଏବଂ ମୁଁ ତୁମ୍ଭକୁ କହୁଛି ଯେ ମୁଁ ଶଲୋମନଙ୍କଠାରୁ ଅଧିକ ମହାନ୍।

ବର୍ତ୍ତମାନର ଲୋକମାନଙ୍କଠାରେ ମନ୍ଦଗୁଣ ଭରି ରହିଛି

(ଲୂକ 11:24-26)

43 “ଯେତେବେଳେ ଗୋଟିଏ ଭୂତ କୌଣସି ଲୋକଦେହରୁ ବାହାରି ଗ୍ଭଲି ଆସେ, ସେତେବେଳେ ସେ ପଥଭ୍ରଷ୍ଟ ହୋଇ ବିଶ୍ରାମ ନେବା ପାଇଁ ଶୁଖିଲା ଜାଗାଟିଏ ଖୋଜି ବୁଲେ, କିନ୍ତୁ ସେଭଳି ଜାଗାଟିଏ ତାକୁ ମିଳେ ନାହିଁ। 44 ସେତେବେଳେ ସେ କୁହେ, ‘ମୁଁ ମୋର ଯେଉଁ ପୁରୁଣା ଘର ଛାଡ଼ି ଗ୍ଭଲି ଆସିଛି, ପୁଣି ସେଠାକୁ ଫେରିଯିବି।’ ସେ ପୁଣି ଫେରି ଆସେ, ସେ ଦେଖେ ସେପର୍ଯ୍ୟନ୍ତ ମଧ୍ୟ ଘରଟି ଖାଲି ଅଛି। ସଫା ଅଛି ଏବଂ ସବୁ ଠି‌କ୍‌ଠା‌କ୍‌ ଅଛି। ତା'ପରେ ସେ ଯାଏ ଓ ତା'ଠାରୁ ଅଧିକ ଖରାପ ଆଉ ସାତୋଟା ଭୂତଙ୍କୁ ଡାକିଆଣେ। 45 ତା'ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସେଠାରେ ବସବାସ କରନ୍ତି। ସେତେବେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚନୀୟ ହୋଇପଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସେହି ଏକାକଥା ଘଟିବ।”

ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କର ପରିବାର

(ମାର୍କ 3:31-35; ଲୂକ 8:19-21)

46 ଯୀଶୁ ଯେତେବେଳେ ଏହିସବୁ କଥା ସେଠାରେ ଜମା ହୋଇଥିବା ଲୋକମାନଙ୍କୁ କହୁଥିଲେ, ସେତେବେଳେ ତାହାଙ୍କ ମା ଏବଂ ଭାଇ ଆସି ବାହାରେ ଠିଆ ହେଲେ। ସେମାନେ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ। 47 ଜଣେ କେହି ଯୀଶୁଙ୍କୁ କହିଲେ, “ତୁମ୍ଭର ମା ଏବଂ ଭାଇମାନେ ବାହାରେ ଅପେକ୍ଷା କରିଛନ୍ତି। ସେମାନେ ତୁମ୍ଭ ସହିତ କଥାବାର୍ତ୍ତା ହେବାକୁ ଗ୍ଭହୁଁଛନ୍ତି।”

48 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା କିଏ? ମୋର ଭାଇମାନେ କିଏ?” 49 ତା'ପରେ ସେ ତାହାଙ୍କର ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼େଇ କହିଲେ, “ଏମାନେ ମୋର ମା ଓ ଭାଇ। 50 ଯିଏ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁସାରେ କାମ କରନ୍ତି, ସେ ମୋର ଭାଇ, ଭଉଣୀ ଓ ମା।”

ଯୀଶୁଙ୍କ ବୀଜ ବୁଣିବାର ଦୃଷ୍ଟାନ୍ତ

(ମାର୍କ 4:1-9; ଲୂକ 8:4-8)

13 ସେହି ଦିନ ଯୀଶୁ ସେହି ଘରୁ ବାହାରି ଗ୍ଭଲିଗଲେ ଓ ହ୍ରଦ କୂଳରେ ଯାଇ ବସିଲେ। ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ଯୀଶୁ ଗୋଟିଏ ଡଙ୍ଗା ଭିତରକୁ ଉଠିଗଲେ ଓ ସେଠାରେ ଯାଇ ବସିଲେ। ସବୁ ଲୋକ କୂଳରେ ରହିଲେ। ତା'ପରେ ଯୀଶୁ ଲୋକଙ୍କୁ କାହାଣୀ ମାଧ୍ୟମରେ ଅନେକ ଉପଦେଶ ଦେଲେ। ଯୀଶୁ କହିଲେ,

“ଗୋଟିଏ କୃଷକ ତା’ କ୍ଷେତରେ ବୀଜ ବୁଣିବାକୁ ଗଲା। ସେ ବୁଣିବା ବେଳେ କିଛି ବୀଜ ରାସ୍ତା କଡ଼ରେ ପଡ଼ିଗଲା। ଚଢ଼େଇମାନେ ଆସି ସେ ସବୁତକ ଖାଇ ଦେଲେ। ଆଉ କିଛି ବୀଜ ପଥୁରିଆ ଜାଗାରେ ପଡ଼ିଗଲା, ସେଠାରେ ଯଥେଷ୍ଟ ମାଟି ନ ଥିଲା, ମାଟି ଗଭୀରିଆ ନ ଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡ଼ିଲା। କିନ୍ତୁ ଯେତେବେଳେ ସୂର୍ଯ୍ୟ ଉପରକୁ ଉଠିଲା, ସେତେବେଳେ ଗଛ ଝାଉଁଳି ପଡ଼ିଲା। ତା'ର ଚେର ଗଭୀରକୁ ଯାଇ ପାରି ନ ଥିବାରୁ ଗଛଟି ଶୁଖି ମରିଗଲା। ଆଉ କିଛି ବୀଜ କଣ୍ଟା ବୁଦାରେ ପଡ଼ିଗଲା। କଣ୍ଟାବୁଦା ବଢ଼ି ଯିବାରୁ ଗ୍ଭରା ଗଛକୁ ଗ୍ଭପି ଦେଲା। ଆଉ କିଛି ବୀଜ ଭଲ ମାଟି ଉପରେ ପଡ଼ିଲା ଓ ତାହା ବଢ଼ି ସେଥିରେ ଫଳ ଫଳିଲା। କେତେକ ଗଛରେ ଶହେ ଗୁଣ, କେତେକରେ ଷାଠିଏ ଗୁଣ ଓ ଆଉ କେତେକରେ ତିରିଶ୍ ଗୁଣ ଅଧିକ ଫଳିଲା। ତୁମ୍ଭର ଯଦି କାନ ଅଛି, ତେବେ ଶୁଣ।”

Footnotes

  1. ମାଥିଉ ଲିଖିତ ସୁସମାଗ୍ଭର 1:16 ଖ୍ରୀଷ୍ଟ ଅଭିଷିକ୍ତ (ମଶୀହ) ବ୍ୟକ୍ତି ବା ମନୋନୀତ ବ୍ୟକ୍ତି
  2. ମାଥିଉ ଲିଖିତ ସୁସମାଗ୍ଭର 2:1 ହେରୋଦ ହେରୋଦ (ପ୍ରଥମ) ଖ୍ରୀ:ପୂ: 40 ରୁ ପ୍ରାୟ ଖ୍ରୀ:ପୂ: 4 ପର୍ଯ୍ୟନ୍ତ ଯିହୂଦାର ଶାସକ ଥିଲେ।
  3. ମାଥିଉ ଲିଖିତ ସୁସମାଗ୍ଭର 2:11 କୁନ୍ଦୁରୁ ଆରବ ଦେଶୀୟ ଝୁଣା। ଯାହାକୁ ‘ଲୋବାନ୍’ କୁହାଯାଏ।
  4. ମାଥିଉ ଲିଖିତ ସୁସମାଗ୍ଭର 2:11 ଗନ୍ଧରସ ଦାମୀ ଅତର
  5. ମାଥିଉ ଲିଖିତ ସୁସମାଗ୍ଭର 5:20 ଫାରୂଶୀ ଯିହୂଦୀ ଧର୍ମର ନୀତି-ନିୟମ ଓ ପ୍ରଥାମାନି ଚଳୁଥିବା ଧାର୍ମିକ ଗୋଷ୍ଠୀ।
  6. ମାଥିଉ ଲିଖିତ ସୁସମାଗ୍ଭର 5:22 ଯିହୂଦୀୟ ସର୍ବୋଚ୍ଚ-ବିଗ୍ଭରାଳୟ ମୂଳ ଗ୍ରୀ‌କ୍‌ ଭାଷାରେ ସାହ୍ନେଡ୍ରିନ। ଏହା ଅଦାଲତ ପରି ମଧ୍ୟ କାମକରେ।
  7. ମାଥିଉ ଲିଖିତ ସୁସମାଗ୍ଭର 5:33 ଲେବୀୟ ପୁସ୍ତକ 19:12; ଗଣନା ପୁସ୍ତକ 30:2; ଦ୍ୱିତୀୟ ବିବରଣ 23:21
  8. ମାଥିଉ ଲିଖିତ ସୁସମାଗ୍ଭର 5:46 କରଆଦାୟକାରୀ କରଆଦାୟକରିବା ପାଇଁ ରୋମୀୟମାନେ ଯେଉଁ ଯିହୂଦୀୟଙ୍କୁ ଆଣିଥା’ନ୍ତି ସେମାନେ ବେଳେବେଳେ ଠକିବା ଯୋଗୁଁ ତାଙ୍କୁ ଅନ୍ୟ ଯିହୂଦୀୟମାନେ ଘୃଣା କରୁଥିଲେ।
  9. ମାଥିଉ ଲିଖିତ ସୁସମାଗ୍ଭର 6:13 କେତେକ ଗ୍ରୀ‌କ୍‌ ପୁସ୍ତକ ଏହା ଯୋଗ କରନ୍ତି: “ରାଜ୍ୟ, ଶକ୍ତି, ଓ ମହିମା ତୁମର ଯୁଗେ ଯୁଗେ ହେଉ। ଆମେନ୍।”
  10. ମାଥିଉ ଲିଖିତ ସୁସମାଗ୍ଭର 8:28 ଗାଦରୀୟ ଗଦର ବାସୀ। ଗଦର ଗାଲିଲୀ ହ୍ରଦର ଦକ୍ଷିଣ ପୂର୍ବରେ ଅବସ୍ଥିତ।
  11. ମାଥିଉ ଲିଖିତ ସୁସମାଗ୍ଭର 9:14 ଯୋହନ ବାପ୍ତିସ୍ମ ଦେଉଥିବା ବ୍ୟକ୍ତି। ସେ ଲୋକମାନଙ୍କ ମଧ୍ୟରେ ଯୀଶୁଙ୍କ ଆଗମନବାର୍ତ୍ତା ପ୍ରଗ୍ଭର କରିଥିଲେ।
  12. ମାଥିଉ ଲିଖିତ ସୁସମାଗ୍ଭର 9:23 ଯିହୂଦୀ ପ୍ରାର୍ଥନାଗୃହ ଏଠାରେ ଯିହୂଦୀମାନେ ପ୍ରାର୍ଥନା, ଶାସ୍ତ୍ର ଅଧ୍ୟୟନ ଓ ସାଧାରଣ ସଭା ପାଇଁ ଏକତ୍ରିତ ହୁଅନ୍ତି।
  13. ମାଥିଉ ଲିଖିତ ସୁସମାଗ୍ଭର 9:27 ଦାଉଦଙ୍କ ପୁତ୍ର ଦାଉଦଙ୍କ ବଂଶଧର। ଦାଉଦ ଇସ୍ରାଏଲର ରାଜା ଥିଲେ।
  14. ମାଥିଉ ଲିଖିତ ସୁସମାଗ୍ଭର 10:15 ସଦୋମ ଓ ହମୋରା ଦୁଇଟି ନଗରର ନାମ। ଏଠାକାର ବାସିନ୍ଦାଙ୍କ ପାପର ଦଣ୍ତ ଦେବା ପାଇଁ ପରମେଶ୍ୱର ଏ ନଗର ଦୁଇଟିକୁ ନଷ୍ଟ କରିଦେଇଥିଲେ।
  15. ମାଥିଉ ଲିଖିତ ସୁସମାଗ୍ଭର 10:25 ବାଆ‌‌‌ଲ୍‌ଜିବୂଲ୍ ଶୟତାନର ଗୋଟିଏ ନାମ।
  16. ମାଥିଉ ଲିଖିତ ସୁସମାଗ୍ଭର 11:7 ନଳଗଛ ଯୀଶୁଙ୍କ କହିବାର ତାତ୍ପର୍ଯ୍ୟ, ଯୋହନ ପବନରେ ଦୋହଲୁଥିବା ନଳଗଛ ଭଳି ଦୁର୍ବଳ ନ ଥିଲେ।
  17. ମାଥିଉ ଲିଖିତ ସୁସମାଗ୍ଭର 11:21 କୋରାଜୀନ୍ ଓ ବେ‌‌‌‌‌‌ଥ୍‌‌‌‌‌‌ସାଇଦା ଗାଲିଲୀ ହ୍ରଦ ଉପକୂଳସ୍ଥ ଦୁଇଟି ନଗର। ଏଠାରେ ଯୀଶୁ ଉପଦେଶ ଦେଇଥିଲେ।
  18. ମାଥିଉ ଲିଖିତ ସୁସମାଗ୍ଭର 11:21 ସୋର ଓ ସୀଦୋନ ଦୁଇଟି ନଗର, ଯେଉଁଠାରେ ବହୁତ ଖରାପ ଲୋକ ରହୁଥିଲେ।
  19. ମାଥିଉ ଲିଖିତ ସୁସମାଗ୍ଭର 11:23 ସଦୋମ ଏହି ନଗରରେ ଦୁରାଗ୍ଭରୀ ଲୋକେ ରହୁଥିଲେ। ପରମେଶ୍ୱର ଏ ନଗରଟିର ବିନାଶ କରିଥିଲେ। ଆଦି ପୁସ୍ତକ 9:1-29
  20. ମାଥିଉ ଲିଖିତ ସୁସମାଗ୍ଭର 12:1 ବିଶ୍ରାମ ଦିବସ ଯିହୂଦୀମାନଙ୍କର ସପ୍ତାହର ସପ୍ତମ ଦିବସ। ଏହି ଦିନଟି ସେମାନଙ୍କର ବିଶେଷ ଧାର୍ମିକ ଦିବସ ରୂପେ ପରିଗଣିତ।
  21. ମାଥିଉ ଲିଖିତ ସୁସମାଗ୍ଭର 12:8 ମନୁଷ୍ୟପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଏହା ଗୋଟିଏ ନାମ। ପରମେଶ୍ୱର ତାହାଙ୍କ ଲୋକଙ୍କୁ ରକ୍ଷା କରିବା ପାଇଁ ଏହାଙ୍କୁ ବାଛିଥିଲେ।
  22. ମାଥିଉ ଲିଖିତ ସୁସମାଗ୍ଭର 12:24 ବାଆ‌‌‌ଲ୍‌ଜିବୂଲ୍ ଭୂତମାନଙ୍କର ରାଜା ଶୟତାନର ନାମ।

ଯୀଶୁଙ୍କ ବଂଶାବଳୀ

(ଲୂକ 3:23-38)

ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।

ଅବ୍ରହାମ ଇ‌‌ସ୍‌‌ହାକଙ୍କ ବାପା।

ଇ‌‌ସ୍‌‌ହାକ ଯାକୁବଙ୍କ ବାପା।

ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କର ବାପା।

ଯିହୂଦା, ଫେରସ ଓ ସେରହଙ୍କ ବାପା।

(ତାମର, ସେମାନଙ୍କ ମା)

ଫେରସ ହିଷ୍ରୋଣଙ୍କ ବାପା।

ହିଷ୍ରୋଣ ଅରାମଙ୍କ ବାପା।

ଅରାମ ଅମ୍ମୀନାଦାବ ବାପା।

ଅମ୍ମୀନାଦାବ ନହଶୋନଙ୍କ ବାପା।

ନହଶୋନ ସଲମୋନଙ୍କ ବାପା।

ସଲମୋନ ବୋୟାଜଙ୍କ ବାପା। (ବୋୟାଜଙ୍କ ମାଙ୍କ ନାମ ରାହାବ)

ବୋୟାଜ ଓବେଦଙ୍କ ବାପା। (ରୂତ ଓବେଦଙ୍କ ମା)

ଓବେଦ ଯିଶୟଙ୍କ ବାପା।

ଯିଶୟ ରାଜା ଦାଉଦଙ୍କ ବାପା।

ଦାଉଦ ଶଲୋମନଙ୍କ ବାପା। (ଶଲୋମନଙ୍କ ମା ଆଗରୁ ଉରୀୟଙ୍କ ସ୍ତ୍ରୀ ଥିଲେ)

ଶଲୋମନ ରିହବିୟାମଙ୍କ ବାପା।

ରିହବିୟାମ ଅବିୟଙ୍କ ବାପା।

ଅବିୟ ଆସାଙ୍କ ବାପା।

ଆସା ଯିହୋଶାଫଟଙ୍କ ବାପା।

ଯିହୋଶାଫଟ ଯୋରାମଙ୍କ ବାପା।

ଯୋରାମ ଉଜିୟଙ୍କ ବାପା।

Read full chapter

ଯୀଶୁଙ୍କ ବଂଶାବଳୀ

(ଲୂକ 3:23-38)

ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।

ଅବ୍ରହାମ ଇ‌‌ସ୍‌‌ହାକଙ୍କ ବାପା।

ଇ‌‌ସ୍‌‌ହାକ ଯାକୁବଙ୍କ ବାପା।

ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କର ବାପା।

ଯିହୂଦା, ଫେରସ ଓ ସେରହଙ୍କ ବାପା।

(ତାମର, ସେମାନଙ୍କ ମା)

ଫେରସ ହିଷ୍ରୋଣଙ୍କ ବାପା।

ହିଷ୍ରୋଣ ଅରାମଙ୍କ ବାପା।

ଅରାମ ଅମ୍ମୀନାଦାବ ବାପା।

ଅମ୍ମୀନାଦାବ ନହଶୋନଙ୍କ ବାପା।

ନହଶୋନ ସଲମୋନଙ୍କ ବାପା।

ସଲମୋନ ବୋୟାଜଙ୍କ ବାପା। (ବୋୟାଜଙ୍କ ମାଙ୍କ ନାମ ରାହାବ)

ବୋୟାଜ ଓବେଦଙ୍କ ବାପା। (ରୂତ ଓବେଦଙ୍କ ମା)

ଓବେଦ ଯିଶୟଙ୍କ ବାପା।

ଯିଶୟ ରାଜା ଦାଉଦଙ୍କ ବାପା।

ଦାଉଦ ଶଲୋମନଙ୍କ ବାପା। (ଶଲୋମନଙ୍କ ମା ଆଗରୁ ଉରୀୟଙ୍କ ସ୍ତ୍ରୀ ଥିଲେ)

ଶଲୋମନ ରିହବିୟାମଙ୍କ ବାପା।

ରିହବିୟାମ ଅବିୟଙ୍କ ବାପା।

ଅବିୟ ଆସାଙ୍କ ବାପା।

ଆସା ଯିହୋଶାଫଟଙ୍କ ବାପା।

ଯିହୋଶାଫଟ ଯୋରାମଙ୍କ ବାପା।

ଯୋରାମ ଉଜିୟଙ୍କ ବାପା।

ଉଜିୟ ଯୋଥମଙ୍କ ବାପା।

ଯୋଥମ୍ ଆହାସଙ୍କ ବାପା।

ଆହାସ ହିଜକିୟଙ୍କ ବାପା।

10 ହିଜକିୟ ମନଃଶିଙ୍କ ବାପା।

ମନଃଶି ଅମୋନଙ୍କ ବାପା।

ଅମୋନ ଯୋଶିୟଙ୍କ ବାପା।

11 ଯୋଶିୟ, ଯିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇସ୍ରାଏଲଲୋକଙ୍କୁ କ୍ରୀତଦାସ କରି ବାବିଲୋନ ନିଆଯାଉଥିବା ସମୟର କଥା।)

12 ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ:

ଯିକନିୟ ଶ‌‌‌ଲ୍‌ଟୀୟେଲଙ୍କ ବାପା।

ଶ‌‌‌ଲ୍‌ଟୀୟେଲ ଜିରୁବାବିଲଙ୍କ ଜେଜେ ବାପା।

13 ଜିରୁବାବିଲ ଅବୀହୂଦଙ୍କ ବାପା।

ଅବୀହୂଦ ଏଲିୟାକୀମଙ୍କ ବାପା।

ଏଲିୟାକୀମ ଅ‌ଜ୍‌ଜୂରଙ୍କ ବାପା।

14 ଅ‌ଜ୍‌ଜୂର ସାଦୋକଙ୍କ ବାପା।

ସାଦୋକ ଯାଖୀନଙ୍କ ବାପା।

ଯାଖୀନ ଏଲୀହୂଦଙ୍କ ବାପା।

15 ଏଲୀହୂଦ ଇଲିୟାଜରଙ୍କ ବାପା।

ଇଲିୟାଜର ମଥାନଙ୍କ ବାପା।

ମଥାନ ଯାକୁବଙ୍କ ବାପା।

16 ଯାକୁବ ଯୋଷେଫଙ୍କ ବାପା।

ଯୋଷେଫ ମରିୟମଙ୍କ ସ୍ୱାମୀ।

ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ।

ଯୀଶୁଙ୍କୁ ଖ୍ରୀଷ୍ଟ[a] କୁହାଯାଏ।

17 ଏହିଭଳି ଭାବରେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ହେଲେ ମୋଟ ଚଉଦ ପୁରୁଷ। ଦାଉଦଙ୍କଠାରୁ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପର୍ଯ୍ୟନ୍ତ ଚଉଦ ପୁରୁଷ ଓ କ୍ରୀତଦାସ ରୂପେ ବାବିଲୋନରେ ପହଞ୍ଚିବା ପରଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ହେଲେ ଚଉଦ ପୁରୁଷ।

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ

(ଲୂକ 2:1-7)

18 ଯୀଶୁ ଖ୍ରୀଷ୍ଟଙ୍କ ମା ଥିଲେ ମରିୟମ। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହିଭଳି ହୋଇଥିଲା। ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ସ୍ଥିର ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଜଣା ପଡ଼ିଲା ଯେ, ମରିୟମ ପବିତ୍ରଆତ୍ମାଙ୍କ ଶକ୍ତି ବଳରେ ଗର୍ଭବତୀ ହୋଇଛନ୍ତି। 19 କିନ୍ତୁ ତାଙ୍କର ଭାବୀପତି ଯୋଷେଫ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁ ନ ଥିଲେ। ସେ ତାହାଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପନରେ ଯୋଜନା କଲେ।

20 କିନ୍ତୁ ଯୋଷେଫ ଯେତେବେଳେ ଏ କଥା ଭାବୁଥିଲେ, ସେତେବେଳେ ସ୍ୱପ୍ନରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କର ନାହିଁ। କାରଣ ତାହାଙ୍କ ଗର୍ଭରେ ଥିବା ଶିଶୁଟି ପବିତ୍ରଆତ୍ମାଙ୍କର।

21 ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ।” ‌‌‌‌‌‌‌‌

22 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା। 23 “ଜଣେ କୁମାରୀ କନ୍ୟା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟିଏ ଜନ୍ମ ଦେବ। ଲୋକେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ।”(A) (ଇମ୍ମାନୁୟେଲର ଅର୍ଥ, “ପରମେଶ୍ୱର ଆମ୍ଭ ସହିତ ଅଛନ୍ତି।”)

24 ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦେଶ ଦେଲେ, ସେହିପରି କଲେ। ସେ ମରିୟମଙ୍କୁ ବିବାହ କଲେ। 25 କିନ୍ତୁ ମରିୟମ ପୁତ୍ର ସନ୍ତାନକୁ ଜନ୍ମ ନ ଦେବା ପର୍ଯ୍ୟନ୍ତ ସେ ତାହାଙ୍କ ସହିତ ସହବାସ କରି ନ ଥିଲେ। ଆଉ ଯୋଷେଫ ପୁଅଟିର ନାମ ଯୀଶୁ ରଖିଲେ।

ଯୀଶୁଙ୍କୁ ଦେଖିବା ପାଇଁ ପଣ୍ଡିତମାନଙ୍କ ଆଗମନ

ହେରୋଦଙ୍କ[b] ରାଜତ୍ୱକାଳରେ ଯିହୂଦା ରାଜ୍ୟର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହେବା ପରେ ପୂର୍ବ ଦେଶର କେତେକ ପଣ୍ଡିତ ଯିରୁଶାଲମକୁ ଆସିଲେ। ସେମାନେ ପଗ୍ଭରିଲେ, “ଯିହୂଦୀମାନଙ୍କର ରାଜା ସେହି ନବଜାତ ଶିଶୁ କେଉଁଠାରେ? କାରଣ ଆମ୍ଭେ ପୂର୍ବ ଦେଶରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସେହି ତାରା ପ୍ରକାଶ କରେ ଯେ, ସେ ଜନ୍ମ ହୋଇଛନ୍ତି, ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।”

ରାଜା ହେରୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ, ସେଥିପାଇଁ ସେ ‌‌‌‌ଉ‌‌‌‌‌‌‌ଦ୍‌‌ବିଗ୍ନ ହେଲେ। ଯିରୁଶାଲମର ସବୁ ଲୋକ ମଧ୍ୟ ଚିନ୍ତିତ ହୋଇ ପଡ଼ିଲେ। ହେରୋଦ ଯିହୂଦା ସମାଜର ସମସ୍ତ ପ୍ରମୁଖ ଯାଜକ ଏବଂ ଧର୍ମଶାସ୍ତ୍ରୀମାନଙ୍କର ଗୋଟିଏ ବୈଠକ ଡାକିଲେ। ସେ ସେମାନଙ୍କୁ ପଗ୍ଭରିଲେ, ଖ୍ରୀଷ୍ଟ କେଉଁଠାରେ ଜନ୍ମ ହେବେ? ସେମାନେ କହିଲେ, “ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶାସ୍ତ୍ରରେ ଏସମ୍ପର୍କରେ ଲେଖିଛନ୍ତି:

‘ହେ ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ!
    ଯିହୂଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ।
ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ,
    ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇନେବେ।’”(B)

ତା'ପରେ ହେରୋଦ ପୂର୍ବଦେଶରୁ ଆସିଥିବା ପଣ୍ଡିତମାନଙ୍କ ସହିତ ଗୁପ୍ତ ବୈଠକ କଲେ। ସେମାନେ କେତେବେଳେ ପ୍ରଥମେ ସେହି ତାରା ଦେଖିଥିଲେ, ତାହାର ସଠିକ୍ ସମୟ ହେରୋଦ ପଣ୍ଡିତମାନଙ୍କଠାରୁ ବୁଝିନେଲେ। ହେରୋଦ ସେମାନଙ୍କୁ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ପଠାଇଲେ ଓ କହିଲେ, “ତୁମ୍ଭେମାନେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଯାଇ ଶିଶୁଟି ବିଷୟରେ ଯତ୍ନ ଭାବରେ ଖୋଜ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତେବେ ମୋତେ ଜଣାଅ, ତା'ପରେ ମୁଁ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବି।”

ପଣ୍ଡିତମାନେ ରାଜାଙ୍କ କଥା ଶୁଣି ‌ଗ୍ଭଲିଗଲେ। ଯେଉଁ ତାରାଟି ସେମାନେ ଆଗରୁ ପୂର୍ବ ଦେଶରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସେହି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠାରେ ପିଲାଟି ଥିଲା, ସେହି ସ୍ଥାନ ଉପରେ ସ୍ଥିର ହୋଇ ରହିଗଲା। 10 ତାରା ଦେଖି ପଣ୍ଡିତମାନେ ବହୁତ ଖୁସୀ ହେଲେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେଲେ।

11 ସେମାନେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା'ପରେ ସେମାନେ ଶିଶୁ ପାଇଁ ଆଣିଥିବା ଉପହାର ପେଡ଼ିଟି ଖୋଲିଲେ। ସେମାନେ ଶିଶୁକୁ ସୁନା, କୁନ୍ଦୁରୁ[c] ଓ ଗନ୍ଧରସ[d] ଉପହାର ଦେଲେ। 12 କିନ୍ତୁ ପରମେଶ୍ୱର ସେମାନଙ୍କୁ ହେରୋଦଙ୍କ ପାଖକୁ ଫେରି ନ ଯିବାକୁ ସ୍ୱପ୍ନରେ ସାବଧାନ କରାଇ ଦେଲେ। ତେଣୁ ସେମାନେ ଅନ୍ୟ ଏକ ପଥ ଦେଇ ନିଜ ଦେଶକୁ ଫେରିଗଲେ।

ଯୀଶୁଙ୍କ ବାପା-ମାଆ ତାହାଙ୍କୁ ମିଶରକୁ ନେଲେ

13 ପଣ୍ଡିତମାନେ ଗ୍ଭଲିଯିବାପରେ ପରମେଶ୍ୱରଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁଟିକୁ ଓ ତା’ ମାଙ୍କୁ ନେଇ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ। କାରଣ ହେରୋଦ ତାହାକୁ ମାରିଦେବା ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖୋଜିବ।”

14 ତେଣୁ ଯୋଷେଫ ଉଠିଲେ, ସେ ଶିଶୁ ଓ ତା’ ମାଙ୍କୁ ଧରି ମିଶର ଦେଶକୁ ଯିବା ପାଇଁ ରାତିରେ ବାହାରି ପଡ଼ିଲେ। 15 ସେଠାରେ ଯୋଷେଫ ହେରୋଦଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହିଲେ। ପରମେଶ୍ୱର ତାହାଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ୱର କହିଥିଲେ, “ମୁଁ ମୋର ପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।”(C)

Footnotes

  1. ମାଥିଉ ଲିଖିତ ସୁସମାଗ୍ଭର 1:16 ଖ୍ରୀଷ୍ଟ ଅଭିଷିକ୍ତ (ମଶୀହ) ବ୍ୟକ୍ତି ବା ମନୋନୀତ ବ୍ୟକ୍ତି
  2. ମାଥିଉ ଲିଖିତ ସୁସମାଗ୍ଭର 2:1 ହେରୋଦ ହେରୋଦ (ପ୍ରଥମ) ଖ୍ରୀ:ପୂ: 40 ରୁ ପ୍ରାୟ ଖ୍ରୀ:ପୂ: 4 ପର୍ଯ୍ୟନ୍ତ ଯିହୂଦାର ଶାସକ ଥିଲେ।
  3. ମାଥିଉ ଲିଖିତ ସୁସମାଗ୍ଭର 2:11 କୁନ୍ଦୁରୁ ଆରବ ଦେଶୀୟ ଝୁଣା। ଯାହାକୁ ‘ଲୋବାନ୍’ କୁହାଯାଏ।
  4. ମାଥିଉ ଲିଖିତ ସୁସମାଗ୍ଭର 2:11 ଗନ୍ଧରସ ଦାମୀ ଅତର