Add parallel Print Page Options

ମରିଯାଇଥିବା ଝିଅକୁ ଜୀବନ ଦେବା ଓ ରୋଗୀ ସ୍ତ୍ରୀ ଲୋକକୁ ସୁସ୍ଥ କରିବା

(ମାଥିଉ 9:18-26; ମାର୍କ 5:21-43)

40 ଯୀଶୁ ଗାଲିଲୀ ଫେରିଯିବା ପରେ ଲୋକମାନେ ତାହାଙ୍କୁ ସ୍ୱାଗତ କଲେ। ସମସ୍ତେ ତାହାଙ୍କୁ ଅପେକ୍ଷା କରି ରହିଥିଲେ। 41 ଯାଈରସ ନାମରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯାଈରସ ସେଠାକାର ସମାଜଗୃହର ନେତା ଥିଲେ। ସେ ଯୀଶୁଙ୍କ ପାଦତଳେ ପଡ଼ିଗଲେ ଓ ତାହାଙ୍କୁ ଘରକୁ ଆସିବା ପାଇଁ ଅନୁରୋଧ କଲେ। 42 ଯାଈରସଙ୍କର ଗୋଟିଏ ବୋଲି ଝିଅ ଥିଲା। ତାହାକୁ ବାର ବର୍ଷ ବୟସ ହୋଇଥିଲା। ସେ ମରିଯିବା ଅବସ୍ଥାରେ ପଡ଼ିଥିଲା। ଯୀଶୁ ଯେତେବେଳେ ଯାଈରସର ଘରକୁ ଯାଉଥିଲେ, ସେତେବେଳେ ବହୁ ସଂଖ୍ୟାରେ ଲୋକ ତାହାଙ୍କ ଘର ଗ୍ଭରିପାଖକୁ ଆସିଗଲେ।

ଲୋକଙ୍କ ଭିଡ଼ ଭିତରେ ଯୀଶୁ ଗ୍ଭପି ହୋଇ ଯାଉଥିଲେ। 43 ସେଠାରେ ଜଣେ ସ୍ତ୍ରୀ ଲୋକ ମଧ୍ୟ ଥିଲା। ତା'ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତା'ର ସମସ୍ତ ଅର୍ଥ ଔଷଧରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦେବା ପାଇଁ ସମର୍ଥ ହୋଇ ନ ଥିଲେ। 44 ସେହି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁଦେଲା। ତ‌ତ୍‌କ୍ଷଣାତ୍ ତା'ର ରକ୍ତସ୍ରାବ ବନ୍ଦ ହୋଇଗଲା। 45 ସେତେବେଳେ ଯୀଶୁ ପଗ୍ଭରିଲେ, “ମୋତେ କିଏ ଛୁଇଁଲା?”

ସବୁ ଲୋକ କହିଲେ ଯେ, ସେମାନେ ତାହାଙ୍କୁ ଛୁଇଁ ନାହାନ୍ତି। ତା'ପରେ ପିତର କହିଲେ, “ଗୁରୁ, ସବୁ ଲୋକତ ଆପଣଙ୍କ ଗ୍ଭରିପଟେ ଘେରି ରହିଛନ୍ତି ଏବଂ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି।”

46 କିନ୍ତୁ ଯୀଶୁ କହିଲେ, “ଜଣେ କେହି ମୋତେ ଛୁଇଁଛି। କାରଣ ମୋ'ଠାରୁ ଶକ୍ତି ବାହାରି ଯାଇଥିବା ମୁଁ ଅନୁଭବ କରିଛି।” 47 ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁଦେଲା, ସେଇ କଥା ସବୁ ଲୋକମାନଙ୍କ ଆଗରେ କହିଲା। ସେ କହିଲା ଯେ, ଯେତେବେଳେ ସେ ଯୀଶୁଙ୍କୁ ଛୁଇଁଦେଲା, ତ‌ତ୍‌କ୍ଷଣାତ୍ ସେ ସୁସ୍ଥ ହୋଇଗଲା। 48 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ହେ ଝିଅ, ତୁମ୍ଭେ ବିଶ୍ୱାସ କଲ ସେଥିପାଇଁ ସୁସ୍ଥ ହୋଇଗଲ। ଏଥର ଶାନ୍ତିରେ ଯାଅ।”

49 ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, “ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅ ନାହିଁ।”

50 ଯୀଶୁ ଏ କଥା ଶୁଣିଲେ। ସେ ଯାଈରସଙ୍କୁ କହିଲେ, “ଭୟ କର ନାହିଁ। ବିଶ୍ୱାସ ରଖ, ତୁମ୍ଭ ଝିଅ ସୁସ୍ଥ ହୋଇଯିବ।”

51 ଯୀଶୁ ଘରକୁ ଆସିଲେ। ସେ କେବଳ ପିତର, ଯୋହନ ଓ ଯାକୁବ ତଥା ଝିଅଟିର ବାପା-ମାଙ୍କୁ ତାହାଙ୍କ ସହିତ ଭିତରକୁ ଯିବାକୁ ଦେଲେ। 52 ସମସ୍ତେ ସେହି ଝିଅଟିର ମୃତ୍ୟୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, “କାନ୍ଦ ନାହିଁ, ସେ ମରି ନାହିଁ, ସେ କେବଳ ଶୋଇଛି ମାତ୍ର।”

53 ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। କାରଣ ସେମାନେ ଜାଣିଥିଲେ ଯେ ଝିଅଟି ମରିଯାଇଛି। 54 କିନ୍ତୁ ଯୀଶୁ ଝିଅଟିର ହାତ ଧରି ତାକୁ ଡାକିଲେ, “ହେ ଝିଅ, ଉଠିପଡ଼।” 55 ସେହିକ୍ଷଣି ତା’ ଶରୀର ଭିତରକୁ ତା'ର ଆତ୍ମା ଫେରି ଆସିଲା ଓ ସେ ସଙ୍ଗେ ସଙ୍ଗେ ଠିଆ ହୋଇ ପଡ଼ିଲା। ଯୀଶୁ ଆଜ୍ଞା ଦେଲେ, “ତାକୁ କିଛି ଖାଇବାକୁ ଦିଅ।” 56 ତା’ ବାପାମା ବିସ୍ମିତ ହୋଇଗଲେ। ଯୀଶୁ ସେମାନଙ୍କୁ ଏ ଘଟଣା କାହାରି ଆଗରେ ନ କହିବାକୁ କହିଲେ।

Read full chapter