Add parallel Print Page Options

ଶିଷ୍ୟମାନେ ଯୀଶୁଙ୍କ ଶକ୍ତି ଦେଖିଲେ

(ମାଥିଉ 8:23-27; ମାର୍କ 4:35-41)

22 ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ଡଙ୍ଗାରେ ଚଢ଼ିଲେ। ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ହ୍ରଦ ଆରପାରିକି ଯିବା।” ଶିଷ୍ୟମାନେ ଡଙ୍ଗା ଖୋଲିଦେଲେ। 23 ସେମାନେ ଡଙ୍ଗା ବାହି ନେଉଥିବା ସମୟରେ ଯୀଶୁ ଶୋଇ ପଡ଼ିଲେ। ହ୍ରଦରେ ଝଡ଼ତୋଫାନ ମାଡ଼ି ଆସିଲା। ଡଙ୍ଗାରେ ପାଣି ପଶିବାକୁ ଲାଗିଲା। ସେମାନେ ବିପଦରେ ପଡ଼ିଗଲେ। 24 ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଉଠେଇ କହିବାକୁ ଲାଗିଲେ, “ଗୁରୁ, ହେ ଗୁରୁ, ଆମ୍ଭେ ବୁଡ଼ିଯିବା।”

ଯୀଶୁ ଠିଆ ହେଲେ। ସେ ତୋଫାନ ଓ ଢେଉକୁ ଆଜ୍ଞା ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା। 25 ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କର ବିଶ୍ୱାସ କେଉଁଆଡ଼େ ଗଲା?”

କିନ୍ତୁ ସେମାନେ ଡରିଯାଇଥିଲେ ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ କଥାବାର୍ତ୍ତା ହେଲେ, “ଏ ତେବେ କିଏ? ସେ ପବନ ଓ ପାଣିକୁ ମଧ୍ୟ ଆଜ୍ଞା ଦେଉଛନ୍ତି ଓ ସେମାନେ ତାହାଙ୍କ କଥା ମାନୁଛନ୍ତି!”

Read full chapter