Add parallel Print Page Options

25 ଯଦି ଜଣେ ଲୋକ ତା'ର ଘରର କବାଟ ବନ୍ଦ କରି ଦିଏ ତେବେ ତୁମ୍ଭେମାନେ ବାହାରେ ଠିଆ ହୋଇ କବାଟ ବାଡ଼େଇବ। କିନ୍ତୁ ସେ କବାଟ ଖୋଲିବ ନାହିଁ। ତୁମ୍ଭେମାନେ କହିବ, ‘ଆଜ୍ଞା, ଆମ୍ଭ ପାଇଁ ଦ୍ୱାର ଫିଟାନ୍ତୁ।’ କିନ୍ତୁ ଲୋକଟି କହିବ, ‘ମୁଁ ତୁମ୍ଭକୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ?’ 26 ତା'ପରେ ତୁମ୍ଭେମାନେ କହିବ, ‘ଆମ୍ଭେ ତୁମ୍ଭ ସହିତ ଏକାଠି ଖାଇଛୁ, ପିଇଛୁ। ତୁମ୍ଭେମାନେ ଆମ୍ଭ ନଗର ଗଳିମାନଙ୍କରେ ଉପଦେଶ ଦେଇଛ।’ 27 ତା'ପରେ ତୁମ୍ଭମାନଙ୍କୁ କହିବେ, ‘ମୁଁ ତୁମ୍ଭମାନଙ୍କୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ? ତୁମ୍ଭେମାନେ ମନ୍ଦ କାମ କରୁଥିବା ଲୋକ। ମୋ’ ପାଖରୁ ଦୂର ହୁଅ।’

Read full chapter