Add parallel Print Page Options

ଯୀଶୁ ଗୋଟିଏ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ

(ମାଥିଉ 9:1-8; ମାର୍କ 2:1-12)

17 ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେଠାରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ୟ ବସିଥିଲେ। ସେମାନେ ଗାଲିଲୀର ପ୍ରତ୍ୟେକ ନଗରରୁ, ଯିହୂଦା ତଥା ଯିରୁଶାଲମରୁ ଆସିଥିଲେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦେବା ପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ। 18 ସେତିକିବେଳେ କେତେକ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ଖଟରେ ବୋହିକରି ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ରୋଗୀଟିକୁ ଭିତରକୁ ଆଣି ଯୀଶୁଙ୍କ ଆଗରେ ରଖିବା ପାଇଁ ଚେଷ୍ଟା କଲେ। 19 କିନ୍ତୁ ସେଠାରେ ଏତେ ଲୋକ ଥିଲେ ଯେ ସେମାନେ ଯୀଶୁଙ୍କ ପାଖକୁ ଯିବାକୁ ବାଟ ପାଇଲେ ନାହିଁ। ତେଣୁ ସେମାନେ ଛାତ ଉପରକୁ ଗ୍ଭଲିଗଲେ। ଛାତରୁ ଛପର କିଛି ବାହାର କରି କଣାଟିଏ କଲେ। ସେମାନେ ସେହି କଣା ବାଟେ ପକ୍ଷାଘାତ ରୋଗୀଟିକୁ ଖଟ ସହିତ ଯୀଶୁଙ୍କ ସାମନାକୁ ଖସେଇ ଦେଲେ। 20 ସେହି ଲୋକମାନଙ୍କର ବିଶ୍ୱାସ ଦେଖି ଯୀଶୁ ସେହି ରୋଗୀଟିକୁ କହିଲେ, “ବନ୍ଧୁ! ତୁମ୍ଭର ପାପକ୍ଷମା କରି ଦିଆଗଲା।”

21 ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଭାବିବାକୁ ଲାଗିଲେ, “ଏ ଲୋକ କିଏ? ଏ ପରମେଶ୍ୱରଙ୍କୁ ଅପମାନ କରୁଛି। କେବଳ ପରମେଶ୍ୱର ପାପକ୍ଷମା କରିପାରନ୍ତି?”

22 କିନ୍ତୁ ଯୀଶୁ ଜାଣପାରିଲେ ଯେ ସେମାନେ କ’ଣ ଭାବୁଛନ୍ତି। ସେ କହିଲେ, “ତୁମ୍ଭେମାନେ ମନ ଭିତରେ ଏଭଳି ବିଗ୍ଭର କାହିଁକି ଆଣୁଛ? 23 କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ ‘ତୁମ୍ଭ ପାପକ୍ଷମା କରି ଦିଆଗଲା’ ନା ଏ କଥା କହିବା ଯେ ଉଠ ଓ ଗ୍ଭଲ?’ 24 ମୁଁ କିନ୍ତୁ ତୁମ୍ଭମାନଙ୍କୁ ଦେଖାଇ ଦେବି ଯେ, ମନୁଷ୍ୟପୁତ୍ରଙ୍କର ପାପକ୍ଷମା କରିବାର ଶକ୍ତି ଅଛି।” ତେଣୁ ସେ ପକ୍ଷାଘାତ ରୋଗୀଟିକୁ କହିଲେ, “ମୁଁ ତୁମ୍ଭକୁ କହୁଛି: ଠିଆ ହୁଅ। ତୁମ୍ଭର ବିଛଣା ଧର ଓ ଘରକୁ ଯାଅ।”

25 ସେ ତ‌ତ୍‌କ୍ଷଣାତ୍ ସେମାନଙ୍କ ସାମନାରେ ଉଠି ଠିଆ ହେଲା। ଯେଉଁ ବିଛଣା ଉପରେ ସେ ଶୋଇଥିଲା, ତାହା ଧରି ପରମେଶ୍ୱରଙ୍କ ସ୍ତୁତିଗାନ କରି ନିଜ ଘରକୁ ଗ୍ଭଲିଗଲା। 26 ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ, ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ପରମେଶ୍ୱରଙ୍କ ଗୁଣଗାନ କରିବାକୁ ଲାଗିଲେ। ପରମେଶ୍ୱରଙ୍କ ଶକ୍ତି ଦେଖି ସେମାନଙ୍କ ହୃଦୟ ଭକ୍ତିରେ ଭରିଗଲା। ସେମାନେ କହି ଉଠିଲେ, “ଆଜି ଆମ୍ଭେମାନେ ବିସ୍ମୟ ଜନକ ଘଟଣାମାନ ଦେଖିଛୁ।”

Read full chapter