Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 93

93 ସଦାପ୍ରଭୁ ରାଜା ଅଟନ୍ତି।
    ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
    ଏହା ଯେପରି ଟଳମଳ ହୋଇ ନ ଯାଏ।
ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
    ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
    ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
    ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
    ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।

ବଂଶାବଳୀର ଦ୍ୱିତୀୟ ପୁସ୍ତକ 15:1-15

ଆସାଙ୍କର ପରିବର୍ତ୍ତନ

15 ପରମେଶ୍ୱର ଆତ୍ମା ଅସରିୟଙ୍କ ଉପରେ ଆସି ଅଧିଷ୍ଠାନ କଲା। ଅସରିୟ ଓବେଦଙ୍କ ପୁତ୍ର ଥିଲେ। ଅସରିୟ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିୟ କହିଲେ, “ଆସା ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ, ତୁମ୍ଭେମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଯେତେବେଳେ ପରମେଶ୍ୱରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତରେ ଥିଲେ। ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କୁ ଖୋଜିବ, ତେବେ ତୁମ୍ଭେମାନେ ତାହାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ। ପ୍ରକୃତରେ ଇସ୍ରାଏଲ ଦୀର୍ଘକାଳ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ବିନା ରହିଥିଲା। ଆଉ ସେମାନେ ଜଣେ ଶିକ୍ଷାଗୁରୁ ଯାଜକ ଓ ନିୟମ ବିନା ରହୁଥିଲେ। କିନ୍ତୁ ଯେତେବେଳେ ଇସ୍ରାଏଲ ଲୋକମାନେ ଦୁଃଖ ପାଇଲେ, ସେମାନେ ପୁନର୍ବାର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ଫେରିଲେ। ସେ ଇସ୍ରାଏଲର ପରମେଶ୍ୱର ଅଟନ୍ତି। ସେମାନେ ସଦାପ୍ରଭୁଙ୍କୁ ଖୋଜିଲେ, ଆଉ ସେମାନେ ତାଙ୍କୁ ପାଇଲେ। ସେହି ଦୁର୍ଦ୍ଦଶାର ସମୟରେ କୌଣସି ବ୍ୟକ୍ତି ସୁରକ୍ଷିତ ଭାବରେ ଯାତ୍ରା କରିପାରୁ ନ ଥିଲେ। ସେହି ଦେଶର ସମସ୍ତ ବାସିନ୍ଦା ଅସୁବିଧାରେ ପଡ଼ିଲେ। ଗୋଟିଏ ଦେଶ ଆଉ ଏକ ଦେଶକୁ ବିନାଶ କରୁଥିଲା ଓ ଗୋଟିଏ ନଗର ଆଉ ଗୋଟିଏ ନଗରକୁ ଧ୍ୱଂସ କରୁଥିଲା। ପରମେଶ୍ୱର ସେମାନଙ୍କ ପ୍ରତି ସବୁ ପ୍ରକାର ଦୁର୍ଦ୍ଦଶା ଘଟାଉ ଥିବାରୁ ଏହିପରି ଘଟୁଥିଲା। କିନ୍ତୁ ଆସ, ତୁମ୍ଭେ ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ ଦୃଢ଼ ହୁଅ। ଦୁର୍ବଳ ହୁଅ ନାହିଁ, କାରଣ ତୁମ୍ଭେମାନେ ତୁମ୍ଭମାନଙ୍କର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କାର ପାଇବ।”

ଆସା ଓବେଦ୍ ଭବିଷ୍ୟ‌ଦ୍‌ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହା ପରେ ସେ ଯିହୁଦା ଓ ବିନ୍ୟାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ୟ ପ୍ରତିମାଗୁଡ଼ିକ ଦୂର କରିଦେଲେ। ଆସା ଇଫ୍ରୟି‌ମ୍‌‌ର ପାର୍ବତ୍ୟମୟ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସେହି ସହରଗୁଡ଼ିକରୁ ମଧ୍ୟ ସେହି ଘୃଣ୍ୟ ପ୍ରତିମାଗୁଡ଼ିକ ବାହାର କରିଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ମରାମତି କଲେ।

ଏହା ପରେ ଆସା ଯିହୁଦା ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ଏକତ୍ରିତ କଲେ। ସେ ଆହୁରି ମଧ୍ୟ ଇଫ୍ରୟିମ, ମନଃଶି ଓ ଶିମିୟୋନ ବଂଶର ଲୋକମାନଙ୍କୁ ଏକତ୍ରିତ କଲେ, ଯେଉଁମାନେ ଇସ୍ରାଏଲ ଦେଶରୁ ବାହାରି ଯିହୁଦା ଦେଶରେ ବାସ କରିବାକୁ ଆସିଥିଲେ, ସେହି ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଯିହୁଦା ଦେଶକୁ ଗ୍ଭଲି ଆସିଥିଲେ, କାରଣ ସେମାନେ ଦେଖିଲେ ଯେ, ସଦାପ୍ରଭୁ, ଆସାଙ୍କର ପରମେଶ୍ୱର, ଆସାଙ୍କର ସହିତ ଅଛନ୍ତି।

10 ଆସାଙ୍କ ରାଜତ୍ୱର ପନ୍ଦରତମ ବର୍ଷର ତୃତୀୟ ମାସରେ ଆସା ଓ ସେହି ଲୋକ ସମସ୍ତେ ଯିରୁଶାଲମରେ ଏକତ୍ରିତ ହେଲେ। 11 ସେହି ସମୟରେ ସେମାନେ 700 ବଳଦ, 7000 ଛେଳି ଓ ମେଣ୍ଢା ସଦାପ୍ରଭୁଙ୍କ ନିକଟରେ ବଳିଦାନ ଦେଲେ। ଆସାଙ୍କ ସୈନ୍ୟମାନେ ସେହିସବୁ ପଶୁପଲ ଓ ଅନ୍ୟାନ୍ୟ ବହୁମୂଲ୍ୟ ପଦାର୍ଥ ସବୁକୁ ସେମାନଙ୍କର ଶତ୍ରୁଗଣଠାରୁ ଲୁଟି ନେଇଥିଲେ। 12 ସେମାନେ ସେମାନଙ୍କର ସମସ୍ତ ହୃଦୟ ଓ ସମସ୍ତ ଆତ୍ମା ସହିତ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବେ ବୋଲି ଏକ ଚୁକ୍ତି କଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କର ହିଁ ସେବା ଆରାଧନା କରୁଥିଲେ। 13 ଯେଉଁ ବ୍ୟକ୍ତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଉପାସନା କରିବାକୁ ମନା କଲା, ସେ ମୃତ୍ୟୁଦଣ୍ଡ ଭୋଗ କରୁଥିଲା। ସେହି ବ୍ୟକ୍ତି ଜଣେ ବିଖ୍ୟାତ ବ୍ୟକ୍ତି ହେଉ କି ନ ହେଉ, କିଅବା ସେହି ବ୍ୟକ୍ତି ଜଣେ ପୁରୁଷ ହେଉ ଅବା ନାରୀ ହେଉ, ସେଥିରେ କିଛି ଫରକ ପଡ଼ୁ ନ ଥିଲା। 14 ଏହା ପରେ ଆସା ଓ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ଏକ ଶପଥ କଲେ। ସେମାନେ ବଡ଼ ପାଟିରେ ଚିତ୍କାର କଲେ। ଆହୁରି ମଧ୍ୟ ସେମାନେ ତୂରୀ ଓ ତୂରୀ ବଜାଇଲେ। 15 ଯିହୁଦାର ସମସ୍ତ ଲୋକ ଯେତେବେଳେ ଏହି ଶପଥ ବିଷୟରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସେମାନେ ସେମାନଙ୍କର ସମସ୍ତ ହୃଦୟ ସହିତ ପରମେଶ୍ୱରଙ୍କର ଅନୁସରଣ କଲେ। ସେମାନେ ପରମେଶ୍ୱରଙ୍କୁ ଖୋଜିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:15-22

15 ମୋ’ ସହିତ କଥାବାର୍ତ୍ତା ହେଉଥିବା ସ୍ୱର୍ଗଦୂତଙ୍କ ହାତରେ ଗୋଟିଏ ସୁନାର ମାପଦଣ୍ଡ ଥିଲା। ସେ ନଗର, ଏହାର ପ୍ରବେଶ ଦ୍ୱାର ଏବଂ ଏହାର କାନ୍ଥ ମାପ କରିବା ପାଇଁ ଏହି ମାପଦଣ୍ଡ ନିଜ ହାତରେ ରଖିଥିଲେ। 16 ସେହି ନଗରୀଟି ଗ୍ଭରି କୋଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସେହି ଦୂତ ମାପଦଣ୍ଡରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ୟ 12,000 ଷ୍ଟାଡ଼ିଆ [a] ଥିଲା। 17 ସେ ଦୂତ କାନ୍ଥର ଉଚ୍ଚତା ମଧ୍ୟ ମାପିଲେ ଏହା 144 ହାତ ହେଲା। ଦୂତ ମନୁଷ୍ୟମାନଙ୍କ ଦ୍ୱାରା ବ୍ୟବହୃତ ମାନଦଣ୍ଡରେ ମାପିଥିଲେ। 18 ସେହି ନଗରୀର କାନ୍ଥ ସୂର୍ଯ୍ୟକାନ୍ତମଣିରେ ତିଆରି ହୋଇଥିଲା। ସେହି ନଗରୀ ସ୍ୱଚ୍ଛକାଚ ପରି ଉଜ୍ଜ୍ୱଳ ଖାଣ୍ଟି ସୁନାରେ ତିଆରି ହୋଇଥିଲା।

19 ନଗରୀ କାନ୍ଥର ମୂଳଦୁଆ ପଥରରେ ବହୁମୂଲ୍ୟ ମଣି ଖଚିତ ଥିଲା। ପ୍ରଥମ କୋଣ ପଥରଟି ହୀରକମଣି, ଦ୍ୱିତୀୟଟି ନୀଳକାନ୍ତମଣି, ତୃତୀୟ ବୈଦୂର୍ଯ୍ୟମଣି, ଚତୁର୍ଥଟି ମରକତମଣି ଥିଲା। 20 ପଞ୍ଚମରେ ପୁଲକମଣି, ଷଷ୍ଠ ମାଣିକ୍ୟମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମରେ ଫିରୋଜମଣି, ନବମରେ ଗୋମେଦକମଣି, ଦଶମରେ ଲଶୁନୀୟମଣି, ଏକାଦଶରେ ଇନ୍ଦ୍ରନୀଳମଣି, ଓ ଦ୍ୱାଦଶରେ ସୁଗନ୍ଧମଣି ଖଚିତ ଥିଲା। 21 ବାରଟି ପ୍ରବେଶ ଦ୍ୱାର ହେଉଛି ବାର ଗୋଟି ମୁକ୍ତା। ପ୍ରତ୍ୟେକ ପ୍ରବେଶ ଦ୍ୱାର ଗୋଟିଏ ଲେଖା ମୁକ୍ତାରେ ତିଆରି ହୋଇଥିଲା। ନଗରର ରାଜପଥ ନିର୍ମିତ କାଚପରି, ଖାଣ୍ଟି ସୁନାରେ ତିଆରି ହୋଇଥିଲା।

22 ମୁଁ ସେହି ନଗରୀ ଭିତରେ କୌଣସି ମନ୍ଦିର ଦେଖିଲି ନାହିଁ। ସର୍ବଶକ୍ତିମାନ୍ ପ୍ରଭୁ ପରମେଶ୍ୱର ଓ ମେଷଶାବକ ହେଉଛନ୍ତି ସେହି ନଗରର ମନ୍ଦିର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center