Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 100

ଧନ୍ୟବାଦାର୍ଥକ ଗୀତ।

100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
    ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
    ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
    ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
    ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
    ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
ସଦାପ୍ରଭୁ ଉତ୍ତମ ଅଟନ୍ତି।
    ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
    ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 37:15-28

ଯିହୁଦା ଓ ଇସ୍ରାଏଲ ପୁନର୍ବାର ଏକାଠି ହେବେ

15 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 16 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଖଣ୍ଡେ ଆଶାବାଡ଼ି ନେଇ ତହିଁ ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଯିହୁଦା ଓ ତାହାର ସାଙ୍ଗଗଣ ଇସ୍ରାଏଲର ଲୋକମାନଙ୍କୁ ଦର୍ଶାଏ;’ ତା’ପରେ ଆଉ ଖଣ୍ଡେ ଆଶାବାଡ଼ି ନେଇ ତାହା ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଇଫ୍ରୟିମର, ଇସ୍ରାଏଲ ବଂଶ ଯୋଷେଫ ଓ ତା’ର ସାଙ୍ଗମାନଙ୍କୁ ଦର୍ଶାଏ।’ 17 ତା’ପରେ ତୁମ୍ଭ ହସ୍ତରେ ସେହି ଦୁଇ ଆଶାବାଡ଼ି ଯେପରି ଏକ ହେବ, ଏଥିପାଇଁ ସେହି ଦୁଇ ଆଶାବାଡ଼ିକୁ ଏକତ୍ର ଯୋଡ଼।

18 “ଯେତେବେଳେ ତୁମ୍ଭର ଲୋକମାନେ ତୁମ୍ଭକୁ ପଗ୍ଭରିବେ, ଏହାର ଅର୍ଥ କ’ଣ? ଆମ୍ଭମାନଙ୍କୁ ବୁଝାଇ ଦିଅ। 19 ସେତେବେଳେ ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ‘ଇଫ୍ରୟିମର ହସ୍ତରେ ଥିବାର ଯୋଷେଫଙ୍କର ଆଶାବାଡ଼ି ପୁଣି ତାଙ୍କର ସଖା ଇସ୍ରାଏଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନେବା, ଆଉ ଆମ୍ଭେ ସେମାନଙ୍କୁ ତାହା ସଙ୍ଗେ ଅର୍ଥାତ୍ ଯିହୁଦାର ଆଶାବାଡ଼ି ସଙ୍ଗେ ଯୋଡ଼ି ସେମାନଙ୍କୁ ଏକ କରିବା। ତହିଁରେ ସେମାନେ ଆମ୍ଭ ହସ୍ତରେ ଏକ ଆଶାବାଡ଼ି ହେବେ।’

20 “ଯେଉଁ ଦୁଇ ଆଶାବାଡ଼ିରେ ତୁମ୍ଭେ ସେମାନଙ୍କର ନାମ ଲେଖିଥିଲ, ତାହା ସେମାନେ ଦେଖିବା ପାଇଁ ତୁମ୍ଭ ହସ୍ତରେ ରହିବ। 21 ପୁଣି ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଇସ୍ରାଏଲର ଲୋକମାନେ ଯେଉଁ ବିଭିନ୍ନ ଦେଶକୁ ସେମାନେ ଯାଇ ଅଛନ୍ତି ସେହି ସ୍ଥାନର ଗୋଷ୍ଠୀୟମାନଙ୍କ ମଧ୍ୟରୁ ମୁଁ ସେମାନଙ୍କୁ ନିଜ ଦେଶକୁ ନେଇଆସିବି। ଆଉ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବି। 22 ଆଉ ସେହି ଦେଶରେ ଇସ୍ରାଏଲର ପର୍ବତଗୁଡ଼ିକ ଉପରେ ମୁଁ ସେମାନଙ୍କୁ ଏକ ଗୋଷ୍ଠୀ କରିବି ଓ ସେମାନଙ୍କର ଜଣେ ରାଜା ହେବେ। ପୁଣି ସେମାନେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କେବେ ଦୁଇ ରାଜ୍ୟରେ ବିଭକ୍ତ ହେବେ ନାହିଁ। 23 ଆଉ ସେମାନେ ସେମାନଙ୍କର ମୂର୍ତ୍ତିଗଣ ଦ୍ୱାରା ଏବଂ ଘୃଣ୍ୟ ମୂର୍ତ୍ତି ଦ୍ୱାରା ଅଥବା ସେମାନଙ୍କର ଜଘନ୍ୟ କର୍ମ ଦ୍ୱାରା ନିଜକୁ ଆଉ ଅଶୁଚି କରିବା ଗ୍ଭଲୁ ରଖିବେ ନାହିଁ। ଆଉ ମୁଁ ସେମାନଙ୍କୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠାରେ ସେମାନେ ପାପ କଲେ ଏବଂ ମୁଁ ସେମାନଙ୍କୁ ଶୁଚି କରିବି। ତହିଁରେ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି।

24 “‘ପୁଣି ମୋର ଦାସ ଦାଉଦ ସେମାନଙ୍କ ଉପରେ ରାଜା ହେବେ। କେବଳ ସେ ହିଁ ଜଣେ ସମସ୍ତଙ୍କ ଉପରେ ମେଷପାଳକ ହେବେ। ଆଉ ସେମାନେ ମୋର ବ୍ୟବସ୍ଥା ମାନି ଚଳିବେ ଓ ମୋର ବିଧିସବୁ ରକ୍ଷାକରି ପାଳନ କରିବେ। 25 ଏବଂ ମୁଁ ମୋର ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ଓ ଯେଉଁଠାରେ ସେମାନଙ୍କ ପୂର୍ବପୁରୁଷଗଣ ବାସ କରୁଥିଲେ, ସେହି ଦେଶରେ ସେମାନେ ବାସ କରିବେ। ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସେଠାରେ ବାସ କରିବେ। ଏବଂ ମୋର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ। 26 ଏବଂ ମୁଁ ସେମାନଙ୍କ ସହିତ ଶାନ୍ତିର ଏକ ଚୁକ୍ତି ସ୍ଥିର କରିବି। ସେମାନଙ୍କ ସହିତ ତାହା ଏକ ଚିରନ୍ତନ ଚୁକ୍ତି ହେବ। ଏବଂ ମୁଁ ସେମାନଙ୍କୁ ବସାଇବି ଓ ବଢ଼ାଇବି। ଆଉ ସେମାନଙ୍କ ମଧ୍ୟରେ ସଦାକାଳ ମୁଁ ଆପଣା ପବିତ୍ର ସ୍ଥାନ ସ୍ଥାପନ କରିବି। 27 ଆଉ ମଧ୍ୟ ମୋର ପବିତ୍ର ତମ୍ବୁ ସେମାନଙ୍କ ସଙ୍ଗରେ ରହିବ। ମୁଁ ସେମାନଙ୍କର ପରମେଶ୍ୱର ହେବି ଓ ସେମାନେ ମୋର ଲୋକ ହେବେ। 28 ଏବଂ ଅନ୍ୟ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଇସ୍ରାଏଲକୁ ମୋର ବିଶେଷ ଲୋକ କରେ। କାରଣ ମୋର ପବିତ୍ର ସ୍ଥାନ ସର୍ବଦା ସେମାନଙ୍କ ମଧ୍ୟରେ ରହିବ।’”

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:1-4

ଦୂତଙ୍କର ଶେଷ ମହାମାରୀ

15 ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ।

ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା। ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ:

“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର!
    ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ
ହେ ଜାତି ସମୂହର ରାଜା,
    ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ।
ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ?
    ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ।
    କାରଣ କେବଳ ତୁମ୍ଭେ ହିଁ ପବିତ୍ର;
ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ।
    କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center