Revised Common Lectionary (Semicontinuous)
36 ଟାବୀଥା ନାମକ ଜଣେ ଶିଷ୍ୟା ଯାଫୋ ନଗରରେ ରହୁଥିଲେ। ଯାହାର ଗ୍ରୀକ ଅନୁବାଦ ଦର୍କା ଅର୍ଥାତ୍ ହରିଣୀ। ସେ ସବୁବେଳେ ଗରିବ ଲୋକମାନଙ୍କୁ ଦାନ ଦେଉଥିଲେ ଓ ଲୋକମାନଙ୍କର ଉପକାର କରୁଥିଲେ। 37 ପିତର ଯେତେବେଳେ ଲୂଦରେ ଥିଲେ, ସେତେବେଳେ ସେ ଅସୁସ୍ଥ ହୋଇ ମରିଗଲେ। ଲୋକମାନେ ତାହାଙ୍କର ଶରୀରକୁ ଧୋଇ ଉପର ମହଲାର କୋଠରୀରେ ଶୁଆଇ ଦେଲେ। 38 ଯାଫୋର ବିଶ୍ୱାସୀ ଶିଷ୍ୟମାନେ ଶୁଣିଲେ ଯେ, ପିତର ଲୂଦରେ ଅଛନ୍ତି। ଲୂଦ ଯାଫୋର ପାଖରେ ଥିଲା। ତେଣୁ ସେମାନେ ଦୁଇଜଣଙ୍କୁ ପିତରଙ୍କ ପାଖକୁ ପଠାଇ ଏହି ନିବେଦନ କଲେ, “ଆମ୍ଭ ପାଖକୁ ଶୀଘ୍ର ଆସନ୍ତୁ।”
39 ତେଣୁ ପିତର ପ୍ରସ୍ତୁତ ହେଲେ ଏବଂ ସେମାନଙ୍କ ସହିତ ଗଲେ। ସେ ଯେତେବେଳେ ପହଞ୍ଚିଲେ, ସେମାନେ ତାହାଙ୍କୁ ଉପର କୋଠରିକୁ ନେଇ ଗଲେ। ପିତରଙ୍କ ଗ୍ଭରିପାଖେ ବିଧବାମାନେ ଠିଆ ହୋଇ କାନ୍ଦୁଥିଲେ। ଟାବୀଥା ସେମାନଙ୍କ ସହିତ ଜୀବିତ ଥିବା ସମୟରେ ଯେଉଁ କୁର୍ତ୍ତା ଓ ଅନ୍ୟ ଲୁଗାପଟା ତିଆରି କରିଥିଲେ, ସେଗୁଡ଼ିକ ସେମାନେ ପିତରଙ୍କୁ ଦେଖାଇଲେ। 40 ପିତର କୋଠରି ଭିତରୁ ସମସ୍ତଙ୍କୁ ବାହାର କରି ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ତା’ପରେ ସେ ଟାବୀଥାଙ୍କ ଶରୀର ପାଖକୁ ଯାଇ କହିଲେ, “ଟାବୀଥା, ଉଠ।” ସେ ଆଖି ଖୋଲିଲେ ଓ ପିତରଙ୍କୁ ଦେଖି ଉଠି ବସିଲେ। 41 ପିତର ତାହାଙ୍କର ହାତ ଧରି ଉଠେଇଲେ ଓ ବିଶ୍ୱାସୀମାନଙ୍କୁ ଓ ବିଧବାମାନଙ୍କୁ କୋଠରି ମଧ୍ୟକୁ ଡାକିଲେ ଓ ଟାବୀଥାକୁ ଜୀବିତ ଦେଖାଇଲେ।
42 ଏହି ଖବର ଯାଫୋର ଗ୍ଭରିଆଡ଼େ ବ୍ୟାପିଗଲା। ଅନେକ ଲୋକ ପ୍ରଭୁଙ୍କ ପାଖରେ ବିଶ୍ୱାସ କଲେ। 43 ତା’ପରେ ପିତର ଯାଫୋ ନଗରରେ ଶିମୋନ ନାମକ ଜଣେ ଚମାର ଘରେ ବହୁତ ଦିନ ରହିଲେ।
ଦାଉଦଙ୍କର ଏକ ଗୀତ।
23 ସଦାପ୍ରଭୁ ମୋର ପ୍ରତିପାଳକ ଅଟନ୍ତି,
ମୋର କିଛି ଅଭାବ ହେବ ନାହିଁ।
2 ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି।
ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।
3 ସେ ମୋର ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି, ସେ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି।
ଏହା ଦ୍ୱାରା ପ୍ରମାଣିତ ହୁଏ ଯେ, ସେ ପ୍ରକୃତରେ ପରମେଶ୍ୱର ଅଟନ୍ତି।
4 ଯଦିଓ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକାରେ ଏକା ବାଟ ଗ୍ଭଲେ, ଯାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁଁ ଭୟଭୀତ ହେବି ନାହିଁ।
କାରଣ ସଦାପ୍ରଭୁ, ତୁମ୍ଭେ ମୋ’ ସହିତ ଅଛ।
ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମୋତେ ସୁରକ୍ଷା କରେ।
5 ହେ ସଦାପ୍ରଭୁ, ତୁମ୍ଭେ ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୋର ମେଜ ସଜାଇଅଛ।
ତୁମ୍ଭେ ମୋର ମୁଣ୍ଡରେ ତେଲ ଢାଳିଛ।
ମୋ’ ପାନପାତ୍ର ପୂର୍ଣ୍ଣ ହୋଇ ଉଚ୍ଛୁଳି ପଡ଼ିଛି।
6 ନିଶ୍ଚୟ ଧାର୍ମିକତା, ମଙ୍ଗଳ ଓ ଦୟା ମୋର ଅବଶିଷ୍ଟ ଜୀବନର ପଶ୍ଚାଦ୍ଗାମୀ ହେବ।
ମୁଁ ଶେଷରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।
ବିଶାଳ ଜନତା
9 ତା’ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠାରେ ଏତେଲୋକ ଥିଲେ ଯେ, କେହି ସେମାନଙ୍କୁ ଗଣି ପାରିବ ନାହିଁ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସେହି ଲୋକମାନେ ସିଂହାସନ ଓ ମେଷଶାବକଙ୍କ ସାମନାରେ ଠିଆ ହୋଇଥିଲେ। ସେମାନେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସେମାନଙ୍କର ହାତରେ ଖଜୁରି ବାହୁଙ୍ଗା ଥିଲା। 10 ସେମାନେ ଉଚ୍ଚ ସ୍ୱରରେ ପାଟିକରି କହୁଥିଲେ, “ବିଜୟ (ପରିତ୍ରାଣ) ସିଂହାସନୋପବିଷ୍ଟ ଆମ୍ଭମାନଙ୍କର ପରମେଶ୍ୱର ଓ ମେଷଶାବକଙ୍କର।”
11 ପ୍ରାଚୀନମାନେ ଓ ଗ୍ଭରି ଜଣ ପ୍ରାଣୀ ସେଠାରେ ଥିଲେ। ସବୁ ଦୂତମାନେ ସେମାନଙ୍କର ଓ ସିଂହାସନର ଗ୍ଭରିପାଖରେ ଘେରି ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ପ୍ରଣାମ କରି ପରମେଶ୍ୱରଙ୍କ ଉପାସନା କଲେ। 12 ସେମାନେ କହିଲେ, “ଆମେନ୍! ପ୍ରଶଂସା, ମହିମା, ଧନ୍ୟବାଦ, ସମ୍ମାନ, କ୍ଷମତା ଓ ଶକ୍ତି ସଦାସର୍ବଦା ପାଇଁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ଅଟେ। ଆମେନ୍!”
13 ତା’ପରେ ଜଣେ ପ୍ରାଚୀନ ମୋତେ କହିଲେ, “ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଅଛନ୍ତି?”
14 ମୁଁ ଉତ୍ତର ଦେଲି, “ମୋ’ ପ୍ରଭୁ! ଆପଣ ତାହା ଜାଣନ୍ତି, ସେମାନେ କିଏ।
ପ୍ରାଚୀନ ଜଣକ କହିଲେ, “ଏହି ଲୋକମାନେ ଭୟଙ୍କର ତାଡ଼ନା ଭିତରୁ ଆସିଛନ୍ତି। ସେମାନେ ମେଷଶାବକଙ୍କ ରକ୍ତରେ ଆପଣା ଆପଣାର ପୋଷାକ ପରିଷ୍କାର ଓ ଧଳା କରିଅଛନ୍ତି। 15 ତେଣୁ ଏହି ଲୋକମାନେ ପରମେଶ୍ୱରଙ୍କର ସିଂହାସନ ସମ୍ମୁଖରେ ଅଛନ୍ତି। ସେମାନେ ଦିନରାତି ପରମେଶ୍ୱରଙ୍କର ମନ୍ଦିରରେ ତାହାଙ୍କର ଉପାସନା କରନ୍ତି। ସିଂହାସନରେ ବସିଥିବା ଜଣେ ବ୍ୟକ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। 16 ସେହି ଲୋକମାନେ ଆଉ କେବେ କ୍ଷୁଧିତ ହେବେ ନାହିଁ। ସେମାନେ କଦାପି ତୃଷାର୍ତ୍ତ ହେବେ ନାହିଁ। ସୂର୍ଯ୍ୟ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସେମାନଙ୍କୁ ଜାଳି ପାରିବ ନାହିଁ । 17 ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’
ଯୀଶୁଙ୍କ ବିରୁଦ୍ଧରେ ଯିହୂଦୀମାନେ
22 ସେତେବେଳେ ଶୀତଋତୁ। ଯିରୁଶାଲମରେ ‘ମନ୍ଦିର ପ୍ରତିଷ୍ଠା’ ପର୍ବ ପଡ଼ିଲା। 23 ଯୀଶୁ ମନ୍ଦିରରେ ଶଲୋମନଙ୍କର ମଣ୍ଡପରେ ବୁଲୁ ଥିଲେ। 24 ଯିହୂଦୀମାନେ ଯୀଶୁଙ୍କ ଗ୍ଭରିପାଖେ ଘେରିଗଲେ। ସେମାନେ ପଗ୍ଭରିଲେ, “ତୁମ୍ଭେ କେତେ ସମୟ ପର୍ଯ୍ୟନ୍ତ ନିଜ ବିଷୟରେ ଆମ୍ଭକୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ, ତେବେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।”
25 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ କହି ସାରିଛି କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ। ମୁଁ ମୋର ପରମପିତାଙ୍କ ନାମରେ ଅନେକ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛି। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ସବୁ ଦର୍ଶାଏ ଯେ, ମୁଁ କିଏ। 26 କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେ ମୋର ମେଷ ନୁହଁ। 27 ମୋ’ ସ୍ୱର ମୋ’ ମେଷମାନେ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଓ ସେମାନେ ମୋତେ ଅନୁସରଣ କରନ୍ତି। 28 ମୁଁ ନିଜ ମେଷମାନଙ୍କୁ ଅନନ୍ତ ଜୀବନ ଦିଏ। ସେମାନେ କଦାପି ମରିବେ ନାହିଁ। ସେମାନଙ୍କୁ ମୋ’ ହାତରୁ କେହି ଛଡ଼େଇ ନେଇ ପାରିବେ ନାହିଁ। 29 ମୋ’ ପରମପିତା ମୋତେ ମୋର ମେଷମାନଙ୍କୁ ଦେଇଛନ୍ତି। ସେ ସମସ୍ତଙ୍କଠାରୁ ମହାନ୍। ମୋ’ ପରମପିତାଙ୍କ ହାତରୁ କୌଣସି ଲୋକ ମୋ’ ମେଷ ଗ୍ଭେରି କରି ପାରିବ ନାହିଁ। 30 ପରମପିତା ଓ ମୁଁ ଏକ।”
2010 by World Bible Translation Center