Revised Common Lectionary (Semicontinuous)
ଏକ ଆରୋହଣ ଗୀତ।
121 ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ।
କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ?
2 ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ
ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
3 ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ।
ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ।
4 ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ।
କି କେବେ ଶୋଇବେ ନାହିଁ।
5 ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା।
ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
6 ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ
କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ।
7 ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
8 ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ
ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
26 ଏବଂ ଆସ୍ତରଣ ଉପରକୁ ସେମାନଙ୍କର ମସ୍ତକ ଚତୁର୍ପାର୍ଶ୍ୱରେ ନୀଳକାନ୍ତମଣିରେ ନିର୍ମିତ ହୋଇଥିବା ଏକ ସିଂହାସନ ଥିଲା, ଆଉ ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ ଏକ ଆକୃତି ଥିଲା। 27 ଏବଂ ମୁଁ ତାଙ୍କର କଟିର ଉପର ଭାଗର ଚତୁର୍ଦ୍ଦିଗ ଉତ୍ତପ୍ତ ତମ୍ବାତୁଲ୍ୟ ଉଜ୍ଜ୍ୱଳ ଥିବାର ଦେଖିଲି। ପୁଣି କଟିଦେଶର ତଳ ଭାଗର ଚତୁର୍ଦ୍ଦିଗ ଅଗ୍ନି ସଦୃଶ ଆଭାମୟ ଥିବାର ଦେଖିଲି। 28 ସେହି ତେଜ ତା’ର ଚତୁର୍ପାର୍ଶ୍ୱରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦେଖାଗଲା, ଯାହା ବର୍ଷା ଦିନରେ ମେଘରେ ଦେଖାଯାଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ୱର ମୋତେ କିଛି କହୁଥିବାର ଶୁଣିଲି।
The Lord Speaks to Ezekiel
2 ଅନନ୍ତର ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଉଠ, ମୁଁ ତୁମ୍ଭ ସହିତ କଥା ହେବି।”
ରାଜା ଆଗ୍ରିପ୍ପାଙ୍କ ସମ୍ମୁଖରେ ପାଉଲ
26 ଆଗ୍ରିପ୍ପା ପାଉଲଙ୍କୁ କହିଲେ, “ତୁମ୍ଭକୁ ନିଜ ସପକ୍ଷରେ କହିବା ପାଇଁ ଅନୁମତି ଦିଆଗଲା।” ତା’ପରେ ପାଉଲ ନିଜ ହାତ ପ୍ରସାରିତ କରି ନିଜ ପକ୍ଷରେ କହିବାକୁ ଲାଗିଲେ। 2 ହେ ରାଜା ଆଗ୍ରିପ୍ପା, “ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଛି, କାରଣ ମୁଁ ଆଜି ଆପଣଙ୍କ ସମ୍ମୁଖରେ ଯିହୂଦୀମାନଙ୍କ ଦ୍ୱାରା ଅଭିଯୋଗ ବିରୁଦ୍ଧରେ ମୋ’ ପକ୍ଷରେ ଉତ୍ତର ଦେବା ପାଇଁ ସମର୍ଥ ହୋଇପାରିଛି। 3 ଏ କଥା ସତ୍ୟ ଯେ, ଆପଣ ଯିହୂଦୀୟ ପରମ୍ପରା ଓ ସେମାନେ ଯୁକ୍ତି କରୁଥିବା ବିଷୟରେ ଉତ୍ତମ ଜ୍ଞାନ ରଖିଛନ୍ତି। ତେଣୁ ମୋର କଥା ଧୈର୍ଯ୍ୟ ସହକାରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।
4 “ସମସ୍ତ ଯିହୂଦୀୟମାନେ ମୋର ସମ୍ପୂର୍ଣ୍ଣ ଜୀବନ ବିଷୟରେ ଜାଣନ୍ତି। ମୁଁ ପିଲାଦିନରୁ ନିଜ ଦେଶରେ ଓ ପରେ ଯିରୁଶାଲମରେ କିପରି ବାସ କରିଥିଲି, ତାହା ସେମାନେ ଜାଣନ୍ତି। 5 ସେମାନେ ମୋତେ ବହୁତ ଦିନରୁ ଜାଣନ୍ତି। ସେମାନେ ଯଦି ଗ୍ଭହାନ୍ତି ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଜଣେ ଉତ୍ତମ ଫାରୂଶୀ ଥିଲି। ଯିହୂଦୀୟ ଧର୍ମ ବ୍ୟବସ୍ଥାକୁ ଫାରୂଶୀମାନେ ଅନ୍ୟ କୌଣସି ଯିହୂଦୀୟ ଦଳର ଲୋକଙ୍କ ଅପେକ୍ଷା ଅଧିକ ଦୃଢ଼ ଭାବରେ ମାନନ୍ତି। 6 ଆମ୍ଭମାନଙ୍କ ପୂର୍ବପୁରୁଷଙ୍କ ନିକଟରେ ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ଉପରେ ନିର୍ଭର କରିଥିବାରୁ ମୋର ଆଜି ବିଗ୍ଭର ହେଉଛି। 7 ଯେଉଁ ପ୍ରତିଜ୍ଞାକୁ ଇସ୍ରାଏଲର ବାରଟି ଗୋଷ୍ଠୀ ମଧ୍ୟ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ୱରଙ୍କୁ ପୂଜା କରନ୍ତି, ମୁଁ ମଧ୍ୟ ସେହି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି। ହେ ରାଜା! ସେହି ପ୍ରତିଜ୍ଞା ଉପରେ ମୋର ଆଶା ଓ ବିଶ୍ୱାସ ଥିବାରୁ ଯିହୂଦୀମାନେ ମୋ’ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି। 8 ପରମେଶ୍ୱର ଯେ ଲୋକମାନଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରି ପାରିବେ, ଏ କଥା ଆପଣମାନେ କାହିଁକି ଅସମ୍ଭବ ବୋଲି ଭାବୁଛନ୍ତି?
9 “ମୁଁ ଯେତେବେଳେ ଫାରୂଶୀ ଥିଲି, ସେତେବେଳେ ମୁଁ ମଧ୍ୟ ନାଜରିତୀୟ ଯୀଶୁଙ୍କ ବିରୁଦ୍ଧରେ ଅନେକ କାର୍ଯ୍ୟ କରିବି ବୋଲି ଭାବୁଥିଲି। 10 ଏ ଭଳି କରୁଥିବା ବେଳେ ମୁଁ ଯିରୁଶାଲମରେ ପରମେଶ୍ୱରଙ୍କର ଅନେକ ଲୋକଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି। ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତେବେଳେ ମୃତ୍ୟୁଦଣ୍ଡ ଦିଆଯାଉଥିଲା, ସେତେବେଳେ ମୁଁ ମଧ୍ୟ ଏହା ଠିକ୍ ବୋଲି ଭାବି ସେଥିରେ ପୂର୍ଣ୍ଣ ସମ୍ମତ ହୋଇଥିଲି। ମୁଁ ପରମେଶ୍ୱରଙ୍କର ଅନେକ ଲୋକମାନଙ୍କୁ ଧରି ଆଣି କାରାଗାରରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାଯାଜକମାନଙ୍କଠାରୁ କ୍ଷମତା ପାଇଥିଲି। ମୁଁ ସେମାନଙ୍କୁ ସମାଜଗୃହ ସବୁରେ ଦଣ୍ତ ଦେଇଥିଲି। 11 ମୁଁ ସେମାନଙ୍କୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିବା ପାଇଁ ବାଧ୍ୟ କରିଥିଲି। ମୁଁ ସେମାନଙ୍କ ବିରୁଦ୍ଧରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସେମାନଙ୍କୁ ଅତ୍ୟାଗ୍ଭର କରିବା ପାଇଁ ବିଦେଶୀ ନଗର ଗୁଡ଼ିକୁ ମଧ୍ୟ ଯାଇଥିଲି।
ଯୀଶୁଙ୍କୁ ଦେଖିଥିବା ବିଷୟରେ ପାଉଲଙ୍କ ବର୍ଣ୍ଣନା
12 “ଥରେ ମୁଖ୍ୟ ଯାଜକମାନେ ମୋତେ ଦମ୍ମେସକ ନଗରକୁ ଯିବା ପାଇଁ ଅନୁମତି ଓ କ୍ଷମତା ଦେଲେ। 13 ମୁଁ ଦମ୍ମେସକକୁ ଯାଉଥିଲି। ସେତେବେଳେ ଖରାବେଳ ହୋଇଥିଲା। ହଠାତ୍ ମୁଁ ଆକାଶରେ ଗୋଟିଏ ଆଲୋକ ଦେଖିଲି। ସେହି ଆଲୋକ ସୂର୍ଯ୍ୟଙ୍କଠାରୁ ମଧ୍ୟ ଆହୁରି ଉଜ୍ଜ୍ୱଳ ଥିଲା। ତାହା ମୋର ଓ ମୋ’ ସହିତ ଯାଉଥିବା ଲୋକଙ୍କ ଗ୍ଭରିପଟେ ଝଲକୁ ଥିଲା। 14 ଆମେ ସମସ୍ତେ ତଳେ ପଡ଼ିଗଲୁ। ସେତେବେଳେ ମୁଁ ଏବ୍ରୀ ଭାଷାରେ ଗୋଟିଏ ସ୍ୱର ମୋତେ କହୁଥିବାର ଶୁଣିଲି, ‘ଶାଉଲ, ଶାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା ଦେଉଛ? କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭପାଇଁ ଅସମ୍ଭବ ଅଟେ।’
15 “ମୁଁ ପଗ୍ଭରିଲି, ‘ପ୍ରଭୁ, ଆପଣ କିଏ?’
“ସେ କହିଲେ, ‘ମୁଁ ସେହି ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ।’ 16 ତୁମ୍ଭେ ଏବେ ଠିଆହୁଅ। ମୁଁ ତୁମ୍ଭକୁ ଜଣେ ସେବକରୂପେ ନିଯୁକ୍ତ କରିବା ପାଇଁ ତୁମ୍ଭ ନିକଟରେ ଦେଖା ଦେଇଅଛି। ତୁମ୍ଭେ ମୋ’ ବିଷୟରେ ଯାହା ଦେଖିଲ, ଓ ଯାହା ମୁଁ ତୁମ୍ଭକୁ ଦେଖାଇବି, ତୁମ୍ଭେ ତା’ର ସାକ୍ଷୀହେବ। 17 ମୁଁ ତୁମ୍ଭକୁ ତୁମ୍ଭ ନିଜ ଓ ଅନ୍ୟ ଦେଶର ଲୋକମାନଙ୍କଠାରୁ ରକ୍ଷା କରିବି। ସେମାନଙ୍କର ଆଖି ଖୋଲି ଦେବା ପାଇଁ ମୁଁ ତୁମ୍ଭକୁ ପଠାଉଛି। 18 ତୁମ୍ଭେ ସେହି ଲୋକମାନଙ୍କୁ ସତ୍ୟ ପଥ ଦେଖାଇବ ଓ ସେମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସେମାନଙ୍କୁ ଶୟତାନର ଶକ୍ତି ନିକଟରୁ ଦୂରେଇ ନେଇ ପରମେଶ୍ୱରଙ୍କ ପାଖକୁ ଆଣିବ। ତେବେ ସେମାନଙ୍କର ପାପକୁ କ୍ଷମା କରାଯିବ। ଯେଉଁମାନେ ମୋତେ ବିଶ୍ୱାସ କରି ପବିତ୍ର ହୋଇଛନ୍ତି ସେମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ।’”
2010 by World Bible Translation Center