Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।
63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
2 ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
3 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
4 ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
5 ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
6 ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
7 ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
8 ମୁଁ ତୁମ୍ଭଠାରେ ଲାଗିରହେ।
ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।
9 କେତେଲୋକ ମୋର ପ୍ରାଣ ନେବା ପାଇଁ ଚେଷ୍ଟା କରୁଛନ୍ତି।
କିନ୍ତୁ ସେମାନଙ୍କୁ ଧ୍ୱଂସ କରାଯିବ।
ସେମାନେ ନିଜ କବରରେ ମିଶି ଯିବେ।
10 ସେମାନଙ୍କୁ ଖଡ଼୍ଗରେ ହତ୍ୟା କରାଯିବ।
ସେମାନଙ୍କର ଶବକୁ ଜଙ୍ଗଲି ଶୃଗାଳ ଖାଇବେ।
11 କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ।
ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ।
ଶାଉଲ ଦାଉଦଙ୍କୁ ଭୟ କରିବାକୁ ଆରମ୍ଭ କଲେ
55 ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅବ୍ନରକୁ କହିଲେ, “ଅବ୍ନର ଏ ଯୁବକ କାହାର ପୁତ୍ର?”
ଅବ୍ନର କହିଲା, “ହେ ମହାରାଜ ଆପଣଙ୍କ ଜୀବନ ପ୍ରମାଣେ ମୁଁ କହି ପାରିବି ନାହିଁ।”
56 ରାଜା କହିଲେ, “ପଗ୍ଭର ଏ ଯୁବକ କାହାର ପୁଅ?”
57 ଦାଉଦ ପଲେଷ୍ଟୀୟକୁ ହତ୍ୟା କରି ପଲେଷ୍ଟୀୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅବ୍ନର ତାଙ୍କୁ ନେଇ ଶାଉଲଙ୍କ ନିକଟକୁ ଆସିଲା।
58 ଶାଉଲ ତାଙ୍କୁ ପଗ୍ଭରିଲେ, “ହେ ଯୁବକ ତୁମ୍ଭେ କାହାର ପୁଅ?”
ଦାଉଦ କହିଲେ, “ମୁଁ ଆପଣଙ୍କ ଦାସ ବୈଥ୍ଲେହମୀୟ ଯିଶୀର ପୁତ୍ର।”
ଦାଉଦ ଓ ଯୋନାଥନଙ୍କର ଘନିଷ୍ଟ ବନ୍ଧୁତା
18 ଦାଉଦ ଶାଉଲଙ୍କ ସହିତ କଥାବାର୍ତ୍ତା କରି ସାରିବା ପରେ ଯୋନାଥନର ଦାଉଦଙ୍କ ସହିତ ଏକ ଦୃଢ଼ ବନ୍ଧୁତା ବାନ୍ଧିଲେ। ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲେ। 2 ଶାଉଲ ସେହି ଦିନ ଦାଉଦଙ୍କୁ ତାଙ୍କ ସହିତ ରଖିଲେ ଓ ଘରକୁ ଯିବାକୁ ଦେଲେ ନାହିଁ। 3 ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏହି ନିୟମ କଲେ। 4 ଯୋନାଥନ ଆପଣା ଦେହରୁ ବସ୍ତ୍ର କାଢ଼ି ଦାଉଦଙ୍କୁ ଦେଲେ। ଆପଣା ବସ୍ତ୍ର, ଖଡ଼୍ଗ, ଧନୁ ଓ କଟିବନ୍ଧନ ପର୍ଯ୍ୟନ୍ତ ତାହାଙ୍କୁ ଦେଲେ।
ଶାଉଲ ଦାଉଦଙ୍କର ସଫଳତା ଉପରେ ଦୃଷ୍ଟି ଦେଲେ
5 ଶାଉଲ ଦାଉଦଙ୍କୁ ବହୁତ ଯୁଦ୍ଧକୁ ପଠାଇଲେ ଓ ସେ କୃତକାର୍ଯ୍ୟ ହେଲେ। ଏଣୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ କଲେ ଓ ଏହା ଶାଉଲଙ୍କର ଅଧିକାରୀମାନଙ୍କ ସମେତ ସମସ୍ତଙ୍କୁ ଖୁସୀ କଲା।
ସପ୍ତମ ତୂରୀ
15 ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ,
“ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା।
ସେ ଅନନ୍ତକାଳ ନିମନ୍ତେ ରାଜତ୍ୱ କରିବେ।”
16 ତା’ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ୱରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ୱରଙ୍କ ସମ୍ମୁଖରେ ସେମାନଙ୍କ ସିଂହାସନରେ ବସନ୍ତି। 17 ସେହି ପ୍ରାଚୀନମାନେ କହିଲେ:
“ହେ ପ୍ରଭୁ ପରମେଶ୍ୱର, ତୁମ୍ଭେ ସର୍ବଶକ୍ତିମାନ ଅଟ।
ଆମ୍ଭେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ; ତୁମ୍ଭେ ହିଁ ଏକମାତ୍ର ବର୍ତ୍ତମାନ ଅଛ, ଓ ଅତୀତରେ ଥିଲ।
ଏବେ ତୁମ୍ଭେ ତୁମ୍ଭର ମହାଶକ୍ତି ପ୍ରୟୋଗ କରି ଶାସନ କରିବାକୁ ଆରମ୍ଭ କରିଛ,
ସେଥିପାଇଁ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ।
18 ଅନ୍ୟ ଜାତୀୟମାନେ ତୁମ୍ଭ ଉପରେ କ୍ରୋଧ କରିଥିଲେ,
କିନ୍ତୁ ବର୍ତ୍ତମାନ ତୁମ୍ଭ କ୍ରୋଧର ସମୟ ଉପସ୍ଥିତ,
ମୃତମାନଙ୍କର ବିଗ୍ଭର ସମୟ ଆସିଛି;
ତୁମ୍ଭ ସେବକମାନଙ୍କୁ ଭବିଷ୍ୟଦ୍ବକ୍ତାମାନଙ୍କୁ ପୁରସ୍କାର ଦେବାର ସମୟ ଆସିଛି,
ଏବଂ ତୁମ୍ଭକୁ ଭୟ ଓ ସମ୍ମାନ କରୁଥିବା ସାନବଡ଼ ପ୍ରତ୍ୟେକଙ୍କୁ ପୁରସ୍କାର ଦେବାର ସମୟ ଆସିଛି।
ପୃଥିବୀକୁ ବିନାଶ କରୁଥିବା ବିନାଶକାରୀଙ୍କର ବିନାଶର ସମୟ ଉପସ୍ଥିତ ହୋଇଛି।”
19 ତା’ପରେ ସ୍ୱର୍ଗରେ ପରମେଶ୍ୱରଙ୍କ ମନ୍ଦିର ଖୋଲିଗଲା ଓ ସେହି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦେଖାଗଲା। ଏହି ପବିତ୍ର ସିନ୍ଦୁକରେ ସେହି ଚୁକ୍ତି ଥିଲା, ଯାହାକୁ ପରମେଶ୍ୱର ଲୋକମାନଙ୍କୁ ଦେଇଥିଲେ। ତା’ପରେ ସେଠାରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।
2010 by World Bible Translation Center