Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 2:1-10

ହାନ୍ନା ଧନ୍ୟବାଦ ଦେଲା

ହାନ୍ନା ପ୍ରାର୍ଥନା କରି କହିଲା,

“ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି।
    ପରମେଶ୍ୱରଙ୍କଠାରେ ମୁଁ ମୋର ବହୁତ ଶକ୍ତି ଅନୁଭବ କରୁଛି।
ମୁଁ ମୋର ଶତ୍ରୁମାନଙ୍କୁ ଉପହାସ କରୁଛି।
    ଯେହେତୁ ତୁମ୍ଭେ ମୋତେ ରକ୍ଷା କରିଥିବାରୁ ମୁଁ ବହୁତ ଖୁସୀ।

ପରମେଶ୍ୱରଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ,
    କାରଣ ତୁମ୍ଭ ବ୍ୟତୀତ ଆଉ କେହି ପରମେଶ୍ୱର ନାହାନ୍ତି।
    ଆମ୍ଭର ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।

ନିଜ ବୃଥାଗର୍ବ ବନ୍ଦ କର।
    ଅହଂକାର ଭାବରେ କହିବା ବନ୍ଦ କର।
ସଦାପ୍ରଭୁ ପରମେଶ୍ୱର ସର୍ବଜ୍ଞ ଅଟନ୍ତି ଏବଂ
    ସେ ଲୋକମାନଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ବିଗ୍ଭର କରନ୍ତି।
ବୀରମାନଙ୍କର ସମସ୍ତ ଧନୁ ଭଙ୍ଗା ଯାଇଅଛି
    ଓ ଝୁଣ୍ଟି ପଡ଼ୁଥିବା ଦୁର୍ବଳ ଲୋକମାନେ ବଳଶାଳୀ ହୋଇଛନ୍ତି।
ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ,
    ବର୍ତ୍ତମାନ ନିଶ୍ଚୟ କଠିନ ପରିଶ୍ରମ କରିବେ।
ଖାଦ୍ୟ ଅଭାବରୁ ଯେଉଁମାନେ କ୍ଷୁଧାର୍ତ୍ତ ଥିଲେ,
    ସେମାନେ ଖାଦ୍ୟ ପାଇ ଅଛନ୍ତି।
ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି
    ଓ ସ୍ତ୍ରୀଲୋକଟି ଯାହାର ବହୁତ ସନ୍ତାନ ଥିଲା
    ସେ ଦୁଃଖିତା ହୋଇଅଛି।

ସଦାପ୍ରଭୁ ଲୋକମାନଙ୍କର ମୃତ୍ୟୁର କାରଣ ହୁଅ
    ଓ ସେ ପୁନର୍ବାର ଲୋକମାନଙ୍କ ଜୀବନ ଫେରାଇ ଆଣି ପାରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ କବରକୁ ପଠାନ୍ତି
    ଓ କବରରୁ ସେମାନଙ୍କୁ ଉଠାଇ ଆଣିପାରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଧନ କରନ୍ତି
    ବା ଧନବାନ୍ କରାନ୍ତି।
ସେ ଲୋକମାନଙ୍କୁ ନମ୍ର କରନ୍ତି
    କିମ୍ବା ସେମାନଙ୍କୁ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାନ୍ତି।
ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି।
    ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ।
ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ
    ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି
    କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।

ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସୁରକ୍ଷା କରନ୍ତି।
    ସେ ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରନ୍ତି।
କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାରରେ ଝୁଣ୍ଟିପଡ଼ନ୍ତି ଓ ଧ୍ୱଂସ ହୁଅନ୍ତି।
    ସେମାନଙ୍କର ଶକ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ନାହିଁ।
10 ଯେଉଁମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ସହିତ ପ୍ରତିବାଦ କରନ୍ତି, ସେମାନେ ଭଗ୍ନ ହେବେ।
    ସଦାପ୍ରଭୁ ସ୍ୱର୍ଗରେ ଥାଇ ସେହି ଲୋକମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ।
ଏବଂ ସଦାପ୍ରଭୁ ପୃଥିବୀର ସମସ୍ତ ଲୋକମାନଙ୍କର ବିଗ୍ଭର କରିବେ
    ଓ ସେ ଆପଣା ରାଜାକୁ ବଳ ଦେବେ।
    ସେ ତାଙ୍କର ଅଭିଷିକ୍ତ ରାଜାଙ୍କୁ ଉନ୍ନତ କରିବେ।”

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 2:18-21

18 ସେ ସମୟରେ ବାଳକ ଶାମୁୟେଲ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ। 19 ଆହୁରି ମଧ୍ୟ ତାଙ୍କର ମାତା ପ୍ରତି ବର୍ଷ ଆପଣା ସ୍ୱାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ସେ ଶାମୁୟେଲ ପାଇଁ ଗୋଟିଏ ସାନ ବସ୍ତ୍ର ବନାଇଥିବା, ତାହା ସେ ତାଙ୍କ ପାଖକୁ ଆଣିବ।

20 ପୁଣି ଏଲି ଇ‌ଲ୍‌କାନାକୁ ଓ ତା’ର ସ୍ତ୍ରୀକୁ ଆଶୀର୍ବାଦ କଲେ ଏବଂ କହିଲେ, “ସଦାପ୍ରଭୁଙ୍କର ଏହି ସ୍ତ୍ରୀଲୋକ ପ୍ରତି ଗୋଟିଏ ପିଲା ପାଇଁ ଆଶୀର୍ବାଦ ହେଉ, ହନାହାବ ପୁତ୍ର ପ୍ରାର୍ଥନା କରୁଥିବା ସ୍ଥାନକୁ ନିଆ ହେଉ ଏବଂ ତା’ପରେ ସଦାପ୍ରଭୁଙ୍କୁ ଦେଲେ।”

ଏହା ପରେ ସେମାନେ ଆପଣା ଗୃହକୁ ଫେରିଗଲେ। 21 ପୁଣି ସଦାପ୍ରଭୁ ହାନ୍ନା ପ୍ରତି ଦୟା କଲେ ଓ ସେ ତିନି ପୁତ୍ର ଓ ଦୁଇ କନ୍ୟା ପ୍ରସବ କଲା। ଏଥି ମଧ୍ୟରେ ବାଳକ ଶାମୁୟେଲ ସଦାପ୍ରଭୁଙ୍କ ଉପସ୍ଥିତିରେ ବଢ଼ିଲା।

କଲସୀୟଙ୍କ ପ୍ରତି ପତ୍ର 2:6-15

ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଥାଅ:

ତୁମ୍ଭେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ କୌଣସି ଅସ୍ଥିରଚିତ୍ତ ନ ହୋଇ ତାହାଙ୍କୁ ଅନୁସରଣ କରିଗ୍ଭଲ। ତୁମ୍ଭେ କେବଳ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆସେ। ତୁମ୍ଭକୁ ସତ୍ୟର ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ୱରଙ୍କୁ ସବୁବେଳେ ଧନ୍ୟବାଦ ଦେଉଥାଅ।

ସାବଧାନ ରୁହ, ଯେପରି କେହି ତୁମ୍ଭକୁ ଅନର୍ଥକ, ଅସତ୍ୟ ଚିନ୍ତାଧାରା ଓ ବାକ୍ୟ ଦ୍ୱାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ୟଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ୟହୀନ ଧାରଣା। ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ପାର୍ଥିବ ଶରୀର ଧାରଣ କରି ବାସ କଲେ। 10 ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମ୍ପୂର୍ଣ୍ଣ ଅଟ। ତୁମ୍ଭର ଆଉ କିଛି ଦରକାର ନାହିଁ। ସେ ହେଉଛନ୍ତି ଶାସକମାନଙ୍କର ଓ ଶକ୍ତିଗୁଡ଼ିକର ଶାସକ ବା ପ୍ରଧାନ।

11 ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଏକ ଭିନ୍ନ ପ୍ରକାରର ସୁନ୍ନତ ହୋଇଛ। ଏହି ସୁନ୍ନତ କୌଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି। 12 ତୁମ୍ଭେ ଯେତେବେଳେ ବାପ୍ତିଜିତ ହୋଇଥିଲ, ତୁମ୍ଭର ପୁରୁଣା ସ୍ୱଭାବର ମୃତ୍ୟୁ ହେଲା ଓ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ କବର ପ୍ରାପ୍ତ ହେଲ। ସେହି ବାପ୍ତିସ୍ମରେ ପରମେଶ୍ୱରଙ୍କ ଶକ୍ତିରେ ତୁମ୍ଭେ ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ପୁଣି ପୁନରୁ‌ତ୍‌‌ଥିତ ହେଲ। ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେତେବେଳେ ପରମେଶ୍ୱରଙ୍କ ଶକ୍ତି ଦେଖା ଯାଇଥିଲା।

13 ତୁମ୍ଭେ ନିଜର ପାପ ହେତୁରୁ ଏବଂ ତୁମ୍ଭର ପାପ ସ୍ୱଭାବ ହେତୁ ସ୍ୱାଧୀନ ନ ଥିବାରୁ ଆତ୍ମିକ ଭାବରେ ମୃତ ଥିଲ। କିନ୍ତୁ ପରମେଶ୍ୱର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କଲେ। ଏହା ସହିତ ପରମେଶ୍ୱର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ୟ କଲେ। 14 ନିୟମଗୁଡ଼ିକ ପାଳନ ନ କରି ପାରିବା ଦ୍ୱାରା, ଆମ୍ଭ ବିରୁଦ୍ଧରେ ଲେଖା ଯାଇଥିବା ଚିଠାଟିକୁ ପରମେଶ୍ୱର ବ୍ୟର୍ଥ ବୋଲି ପ୍ରମାଣିତ କରି, ଆମ୍ଭକୁ କ୍ଷମା କଲେ। ଆମ୍ଭର ବିରୁଦ୍ଧାତ୍ମକ ସେହି ଚିଠାକୁ ପରମେଶ୍ୱର ନେଇଗଲେ ଓ କ୍ରୁଶ ଉପରେ ଟଙ୍ଗାଇ ଦେଲେ। 15 ପରମେଶ୍ୱର ଆତ୍ମିକ ଶାସକ ଓ ଶକ୍ତିଗୁଡ଼ିକୁ ପରାଜିତ କଲେ। କ୍ରୁଶ ଦ୍ୱାରା ସେ ଏମାନଙ୍କୁ ପରାଜିତ କଲେ ଓ ନିଜେ ବିଜୟୀ ହେଲେ। ପରମେଶ୍ୱର ସଂସାରକୁ ଦେଖାଇ ଦେଲେ ଯେ ସେମାନେ ଶକ୍ତିହୀନ ଅଟନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center