Revised Common Lectionary (Semicontinuous)
ଦାଉଦଙ୍କର ଶେଷ ବାକ୍ୟ
23 ଏଗୁଡ଼ିକ ଦାଉଦଙ୍କର ଶେଷ କଥା,
“ଯିଶୀର ପୁତ୍ର ଦାଉଦ କହନ୍ତି
ଏହି ବ୍ୟକ୍ତିକୁ ପରମେଶ୍ୱର ମହାନ କରିଛନ୍ତି
ଏବଂ ଯିଏ କି ଯାକୁବଙ୍କର ପରମେଶ୍ୱର ଅଭିଷିକ୍ତ
ଏବଂ ଯିଏ ଇସ୍ରାଏଲର ସୁମଧୁର ଗାୟକ କହନ୍ତି,
2 ମୋ’ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ,
ଓ ତାଙ୍କର ବାକ୍ୟ ମୋ’ ଜିହ୍ୱାରେ ଥିଲା।
3 ଇସ୍ରାଏଲର ପରମେଶ୍ୱର କହିଲେ,
ଇସ୍ରାଏଲର ଶୈଳ ମୋତେ କହିଲେ,
‘ଯେଉଁ ବ୍ୟକ୍ତି ନ୍ୟାୟ ଭାବରେ ଲୋକମାନଙ୍କୁ ଶାସନ କରେ,
ଯିଏ ସଦାପ୍ରଭୁଙ୍କ ଭୟରେ ଓ ଭକ୍ତିରେ ଶାସନ କରେ।
4 ଏହି ଲୋକ ଉଦିତ ସୂର୍ଯ୍ୟରେ ଦୀପ୍ତି ତୁଲ୍ୟ ଉଜ୍ଜ୍ୱଳମାନ ହେବ।
ସେ ଲୋକ ବାଦଲ ବିହୀନ ପ୍ରଭାତ ତୁଲ୍ୟ,
ବୃଷ୍ଟି ହୋଇଯାଇଥିବା ଆକାଶ ତୁଲ୍ୟ,
ଯେଉଁ ବୃଷ୍ଟି ସୂକ୍ଷ୍ମ ଘସାକୁ ବଢ଼ାଏ।’
5 “ପରମେଶ୍ୱର ମୋର ପରିବାରକୁ ଶକ୍ତିଶାଳୀ
ଓ ସୁରକ୍ଷିତ କରିଛନ୍ତି ଏବଂ ଚିରଦିନ ପାଇଁ ମୋ’ ସହିତ ଏକ ନିୟମ କରିଛନ୍ତି।
ଏହି ନିୟମଟି ସଦାପ୍ରଭୁଙ୍କ ଦ୍ୱାରା ସୁରକ୍ଷିତ।
ସେ ମୋତେ ପ୍ରତ୍ୟେକ ଥର ବିଜୟ ଦେବେ ଓ ମୁଁ ଯାହା ଆଶା କରୁଅଛି ଦେବେ।
6 “କିନ୍ତୁ ସମସ୍ତ ମନ୍ଦ ଲୋକମାନେ କଣ୍ଟା ତୁଲ୍ୟ।
ସାଧାରଣତଃ ଲୋକମାନେ ସେମାନଙ୍କର ହାତରେ କଣ୍ଟା ଧରନ୍ତି ନାହିଁ,
ମାତ୍ର ସେମାନଙ୍କୁ ଦୂରକୁ ଫିଙ୍ଗିଦିଅନ୍ତି।
7 ମାତ୍ର ଯେଉଁ ଲୋକ ତାକୁ ସ୍ପର୍ଶ କରିବ,
ଲୌହ ଓ କାଠର ବର୍ଚ୍ଛାଦଣ୍ଡରେ ସେମାନେ ଆଘାତ ପ୍ରାପ୍ତ ହେବ।
ହଁ ସେଗୁଡ଼ିକ କଣ୍ଟା ତୁଲ୍ୟ।
ସେଗୁଡ଼ିକ ନିଆଁରେ ପୋଡ଼ାଯିବ।”
ଆରୋହଣ ଗୀତ।
132 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ କାର୍ଯ୍ୟକୁ ସ୍ମରଣ କର।
2 ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ,
ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।
3 “ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ
ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି।
4 ମୁଁ ଶୟନ କରିବି ନାହିଁ।
ମୁଁ ମୋର ଚକ୍ଷୁକୁ ବିଶ୍ରାମ ଦେବି ନାହିଁ।
5 ମୁଁ ମୋର ଗୃହକୁ ଯିବି ନାହିଁ
ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।”
6 ଦେଖ ଆମ୍ଭେମାନେ ଇଫ୍ରାଥାରେ ନିୟମ-ସିନ୍ଦୁକ ବିଷୟରେ ଶୁଣିଲୁ।
ଆମ୍ଭେମାନେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
7 ଗ୍ଭଲ ସେହି ପବିତ୍ର ତମ୍ବୁକୁ ଯିବା।
ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
8 ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ,
ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
9 ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ
ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ
ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ୟାଗ କର ନାହିଁ।
11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ୱାସର ଗୋଟିଏ ଶପଥ କଲେ,
“ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
12 “ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି,
ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।”
13 ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ।
ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
14 ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ।
ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ।
15 ଆମ୍ଭେ ସେହି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା।
ଏପରିକି ସେଠାକାର ଗରିବମାନେ ମଧ୍ୟ ପ୍ରଚୁର ଖାଦ୍ୟ ପାଇବେ।
16 ଆମ୍ଭେ ତାଙ୍କର ଯାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା
ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ୱନି କରିବେ।
17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା।
ଆମ୍ଭେ ଆପଣା ବଚ୍ଛାଯାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କେବେହେଲେ ନିବୃତ୍ତ କରିବା ନାହିଁ।
18 ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା,
କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।”
ଯୋହନ ଯୀଶୁଙ୍କର ବାର୍ତ୍ତା ମଣ୍ଡଳୀମାନଙ୍କୁ ଲେଖନ୍ତି
4 ଏସିଆ ପ୍ରଦେଶର ସାତୋଟି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି:
ଯେଉଁ ଈଶ୍ୱର ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ୟତରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ। 5 ଯୀଶୁ ହେଉଛନ୍ତି ବିଶ୍ୱସ୍ତ ସାକ୍ଷୀ। ମୃତ୍ୟୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା।
ସେହି ଯୀଶୁ ଆମ୍ଭମାନଙ୍କୁ ପ୍ରେମ କରନ୍ତି। ସେହି ଯୀଶୁ ତାହାଙ୍କ ରକ୍ତ ଦେଇ ଆମ୍ଭମାନଙ୍କୁ ପାପରୁ ମୁକ୍ତ କରିଛନ୍ତି। 6 ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ୟ ସ୍ୱରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ୱରଙ୍କର ସେବାରେ ଯାଜକ ରୂପେ ନିଯୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍।
7 ଦେଖ, ଯୀଶୁ ମେଘମାଳାରେ ଆସୁଅଛନ୍ତି। ପ୍ରତ୍ୟେକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ୟ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନରେ ଉଚ୍ଚସ୍ୱରରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।
8 ପ୍ରଭୁ ପରମେଶ୍ୱର କହନ୍ତି, ମୁଁ “ଆରମ୍ଭ ଓ ଶେଷ” (‘‘ଆଲ୍ଫା” ଓ “ଓମେଗା”) ମୁଁ ବର୍ତ୍ତମାନ ଅଛି, ଅତୀତରେ ଥିଲି ଓ ଭବିଷ୍ୟତରେ ମଧ୍ୟ ରହିଥିବି। ମୁଁ ସର୍ବଶକ୍ତିମାନ।”
33 ତା’ପରେ ପୀଲାତ ପ୍ରାସାଦ ଭିତରକୁ ଗ୍ଭଲିଗଲେ। ସେ ଯୀଶୁଙ୍କୁ ଆପଣା ନିକଟକୁ ଡାକିଲେ। ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”
34 ଯୀଶୁ କହିଲେ, “ଏହା ତୁମ୍ଭ ନିଜର ପ୍ରଶ୍ନ, ନା ଅନ୍ୟମାନେ ତୁମ୍ଭକୁ ମୋ’ ବିଷୟରେ କହିଛନ୍ତି?”
35 ପୀଲାତ କହିଲେ, “ମୁଁ ଜଣେ ଯିହୂଦୀ ନୁହେଁ। ତୁମ୍ଭ ନିଜର ଲୋକମାନେ ଓ ସେମାନଙ୍କର ପ୍ରଧାନଯାଜକମାନେ ତୁମ୍ଭକୁ ମୋ’ ପାଖକୁ ଆଣିଛନ୍ତି। ତୁମ୍ଭେ କ’ଣ ଦୋଷ କରିଛ?”
36 ଯୀଶୁ କହିଲେ, “ମୋର ରାଜ୍ୟ ଏ ଜଗତର ନୁହେଁ। ଯଦି ଏହା ଜଗତର ହୋଇଥା’ନ୍ତା, ତେବେ ମୋର ଦାସମାନେ ଯୁଦ୍ଧ କରିଥାଆନ୍ତେ ଓ ମୋତେ ଯିହୂଦୀମାନେ ଧରିପାରି ନ ଥା’ନ୍ତେ। କିନ୍ତୁ ମୋ’ ରାଜ୍ୟ ଅନ୍ୟ ଏକ ସ୍ଥାନରେ।”
37 ପୀଲାତ କହିଲେ, “ତେବେ ତୁମ୍ଭେ ଜଣେ ରାଜା।”
ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ରାଜା ବୋଲି କହୁଛ। ଏହା ସତ୍ୟ। ମୁଁ ଏଥିପାଇଁ ଜନ୍ମ ନେଇଛି। ଲୋକମାନଙ୍କୁ ସତ୍ୟ ବିଷୟରେ କହିବା ପାଇଁ, ସେଥିପାଇଁ ମୁଁ ଜଗତକୁ ଆସିଛି। ସତ୍ୟକୁ ଭଲପାଉଥିବା ପ୍ରତ୍ୟେକ ଲୋକ ମୋ’ କଥା ଶୁଣନ୍ତି।”
2010 by World Bible Translation Center