Revised Common Lectionary (Complementary)
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
141 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ।
ଯେତେବେଳେ ମୁଁ ଡାକୁଛି ସେତେବେଳେ ତୁମ୍ଭେ ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
ଯଥା ଶୀଘ୍ର ମୋତେ ସାହାଯ୍ୟ କର।
2 ସଦାପ୍ରଭୁ, ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମୋର ପ୍ରାର୍ଥନାକୁ ଗ୍ରହଣ କର।
ସନ୍ଧ୍ୟା ବେଳର ଉତ୍ସର୍ଗ ପରି, ମୁଁ ମୋର ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର।
3 ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମୋତେ ସାହାଯ୍ୟ କର।
କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମୋତେ ରକ୍ଷା କର।
4 ମୋତେ ମନ୍ଦକାର୍ଯ୍ୟ କରିବାର ଇଚ୍ଛା ଦିଅ ନାହିଁ।
ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦକାର୍ଯ୍ୟରେ ମୋତେ ମିଶିବା ପାଇଁ ବନ୍ଦ କର।
ଏପରି ସେମାନଙ୍କର ଭୋଜିଠାରୁ ଦୂରରେ ରହିବାକୁ ମୋତେ ସାହାଯ୍ୟ କର।
5 ଗୋଟିଏ ଧାର୍ମିକ ଲୋକ ମୋତେ ସୁଧାରି ପାରେ।
ତାହା ତାଙ୍କ ପ୍ରତି ବହୁତ ଦୟା ହେବ।
ଯଦି ସେ ମୋତେ ସମାଲୋଚନା କରେ,
ମୁଁ ଏହା ହାର୍ଦ୍ଦିକ ସ୍ୱାଗତ[a] ଭଳି ଗ୍ରହଣ କରିବି।
କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।
6 ସେମାନଙ୍କର ନ୍ୟାୟଧୀଶମାନଙ୍କୁ ପର୍ବତର ଶୀର୍ଷରୁ ଫିଙ୍ଗା ଯାଉ।
ତେବେ ଲୋକମାନେ ଜାଣିବେ ଯେ, ମୁଁ ସତ୍ୟ କହିଅଛି।
7 ଗ୍ଭଷୀମାନେ ଭୂମିରେ ହଳ କରିଥିବା ପଥରପରି,
ଠିକ୍ ସେହିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିଯିବ।
8 ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଗ୍ଭହୁଁ ଅଛି।
ମୁଁ ସୁରକ୍ଷା ପାଇଁ ତୁମ୍ଭ ଆଡ଼େ ଗ୍ଭହିଁଅଛି।
ତେଣୁ ମୋତେ ମୃତ୍ୟୁବରଣ କରିବାକୁ ଦିଅ ନାହିଁ।
9 ମନ୍ଦ ଲୋକମାନେ ମୋ’ ପାଇଁ ଫାଶ ବସାନ୍ତି।
ସେମାନଙ୍କର ଫାଶରେ ମୋତେ ପଡ଼ିବା ପାଇଁ ଦିଅ ନାହିଁ।
10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ।
ସେହି ଅବସରରେ ମୁଁ ରକ୍ଷା ପାଏ।
21 “ପରମେଶ୍ୱର କହିଲେ, ଜାତିମାନଙ୍କ ମଧ୍ୟରେ ମୋର ମହିମା ସ୍ଥାପନ କରିବି। ସେମାନେ ସେହି ଦଣ୍ଡ ଦେଖିବେ ଯାହା ମୁଁ ମୋର ହସ୍ତ ଉଠାଇ ପ୍ରୟୋଗ କରିଅଛି। 22 ସେହି ଦିନଠାରୁ ଇସ୍ରାଏଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସେମାନଙ୍କର ପରମେଶ୍ୱର ଅଟୁ। 23 ଆଉ ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ବନ୍ଦୀ ହୋଇ ଅନ୍ୟ ଦେଶକୁ ଯାଇଥିଲେ। କାରଣ ସେମାନେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲେ ଏବଂ ମୁଁ ସେମାନଙ୍କଠାରୁ ମୋର ମୁହଁ ବୁଲେଇ ନେଲି ଓ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କୁ ହସ୍ତାନ୍ତର କଲି ଏବଂ ସେମାନେ ଶତ୍ରୁଗଣର ଖଡ଼୍ଗରେ ପତିତ ହେଲେ। 24 ସେମାନଙ୍କର ପାପ ଓ ଅପରାଧ ଅନୁସାରେ ମୁଁ ସେମାନଙ୍କୁ ବ୍ୟବହାର କଲି। ମୁଁ ସେମାନଙ୍କଠାରୁ ମୋର ମୁହଁ ଲୁଗ୍ଭଇଲି।”
25 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଏବେ ମୁଁ ଯାକୁବକୁ ବନ୍ଦୀତ୍ୱରୁ ମୁକ୍ତ କରି ଆଣିବି ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାଶେ ଈର୍ଷାପରାୟଣ ହେବି। 26 ସେମାନେ ସର୍ବଦା ମୋ’ ବିରୁଦ୍ଧରେ ଯାଇଥିଲେ ବୋଲି ତାହା ଭୁଲିଯିବେ। ଆଉ ସେମାନେ ନିରାପଦରେ ଆପଣା ଦେଶରେ ବାସ କରିବେ ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ। 27 ମୁଁ ସେମାନଙ୍କୁ ଯେଉଁ ଦିନ ନାନା ଜାତି ମଧ୍ୟରୁ ପୁନର୍ବାର ଆଣିବି ଏବଂ ସେମାନଙ୍କୁ ଶତ୍ରୁଗଣ ଦେଶରୁ ସଂଗ୍ରହ କରିବି, ଅନେକ ଦେଶମାନଙ୍କ ଦୃଷ୍ଟିରେ ମୁଁ ମୋର ପବିତ୍ରତା ସେମାନଙ୍କ ମଧ୍ୟରେ ଦେଖାଇବି। 28 ପୁଣି ମୁଁ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟେ। ତାହା ସେମାନେ ଜାଣିବେ। ମୁଁ ନାନା ଜାତିମାନଙ୍କ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲି ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛି। ମୁଁ ସେମାନଙ୍କର କାହାକୁ ଆଉ ସେଠାରେ ରଖିବି ନାହିଁ। 29 ଏବଂ ମୁଁ ଇସ୍ରାଏଲ ପରିବାର ଉପରେ ନିଜର ଆତ୍ମା ଜାଳି ଅଛି। ତାହାପରେ ମୁଁ ଆପଣା ମୁଖ ସେମାନଙ୍କଠାରୁ ଲୁଗ୍ଭଇବି ନାହିଁ।” ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।
ସଦାପ୍ରଭୁଙ୍କ ନୂତନ ମନ୍ଦିର
40 ଆମ୍ଭର ନିର୍ବାସନର ପଞ୍ଚବିଂଶ ବର୍ଷର, ଆରମ୍ଭରେ ମାସର ଦଶମ ଦିନରେ ସଦାପ୍ରଭୁଙ୍କ ଶକ୍ତି ମୋ’ ଉପରେ ଅଧିଷ୍ଠିତ ହେଲା। ଏହା ବାବିଲ ଯିରୁଶାଲମ ଅକ୍ତିଆର କରିବାର ଚତୁର୍ଦ୍ଦଶବର୍ଷ ପରେ ସେହି ଦିନ ସଦାପ୍ରଭୁ ମୋତେ ସେଠାକୁ ଦର୍ଶନରେ ଆଣିଲେ।
2 ଦର୍ଶନ ଯୋଗେ ପରମେଶ୍ୱର ମୋତେ ଇସ୍ରାଏଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତରେ ବସାଇଲେ। ସେହି ପର୍ବତ ଉପରେ ମୋର ସମ୍ମୁଖରେ ଗୋଟିଏ ନଗର ତୁଲ୍ୟ ଆକୃତି ଥିଲା। 3 ସେ ମୋତେ ସେ ସ୍ଥାନକୁ ନେଇଗଲେ। ସେଠାରେ ଏକ ପୁରୁଷ ଥିଲେ। ତାଙ୍କର ଆଭା ପିତ୍ତଳର ଆଭା ତୁଲ୍ୟ ଥିଲା। ତାଙ୍କ ହସ୍ତରେ କନାର ଏକ ମାପ ଫିତା ଓ ପରିମାପକ ଏକ ଦଣ୍ଡ ଥିଲା। ଆଉ ସେ ଦ୍ୱାର ନିକଟରେ ଛିଡ଼ା ହୋଇଥିଲେ। 4 ସେ ଲୋକଟି ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ତୁମ୍ଭର ଆଖି ଓ କାନ ଖୋଲା ରଖିଛ ଓ ଧ୍ୟାନ ଦେଇଛ, ଯାହା ମୁଁ ତୁମ୍ଭକୁ ଦେଖାଇବା ପାଇଁ ଯାଉଛି, ଏଥିପାଇଁ ତୁମ୍ଭକୁ ଏଠାକୁ ଅଣାଗଲା। ତୁମ୍ଭେ ଯାହାସବୁ ଦେଖିବ ସେଗୁଡ଼ିକ ଇସ୍ରାଏଲର ଲୋକମାନଙ୍କୁ ଜଣାଅ।”
ପ୍ରଭୁଙ୍କର ଗୌରବ ପାଇଁ ନିଜ ସ୍ୱାଧୀନତାର ବ୍ୟବହାର କର
23 “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ ସବୁ ବିଷୟ ଭଲ ନୁହେଁ। “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ କେତେକ ବିଷୟ ଅନ୍ୟମାନଙ୍କ ବିଶ୍ୱାସକୁ ଦୃଢ଼ କରିବାରେ ସାହାଯ୍ୟ କରେ ନାହିଁ। 24 କୌଣସି ଲୋକ କେବଳ ନିଜର ସ୍ୱାର୍ଥ ପାଇଁ ଚିନ୍ତିତ ହେବା ଉଚିତ୍ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ୍।
25 ବଜାରରେ ଯାହା ବିକ୍ରି ହେଉଛି ସେସବୁ ମାଂସ ତୁମ୍ଭେ ଖାଇପାର। ନିଜ ବିବେକ ସକାଶେ ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ସେ ବିଷୟରେ କୌଣସି ପ୍ରଶ୍ନ ପଗ୍ଭର ନାହିଁ। 26 ତୁମ୍ଭେ ଖାଇପାର କାରଣ “ପୃଥିବୀ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ବିଷୟ ପ୍ରଭୁଙ୍କର ଅଟେ।”(A)
27 ଜଣେ ଅବିଶ୍ୱାସୀ ଲୋକ ତୁମ୍ଭମାନଙ୍କୁ ଭୋଜନ ପାଇଁ ଡାକିପାରେ। ଯଦି ତୁମ୍ଭେମାନେ ଯିବାକୁ ସ୍ଥିର କଲ, ଯାହା ତୁମ୍ଭମାନଙ୍କ ଆଗରେ ଥୁଆ ହୋଇଛି, ତାହା ଖାଅ। 28 ଏହା ଭଲ କି ମନ୍ଦ କୌଣସି ପ୍ରଶ୍ନ ନ କରି ଖାଦ୍ୟ ଭୋଜନ କର। କିନ୍ତୁ ଯଦି ତୁମ୍ଭମାନଙ୍କୁ ଜଣେ କୁହେ: “ଏହି ଖାଦ୍ୟ ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି।” ତାହାହେଲେ ସେ ଖାଦ୍ୟ ଖାଅ ନାହିଁ। ପ୍ରଥମ କାରଣ ହେଲା, ଯିଏ ଏହା କହିଛି ତା'ର ବିଶ୍ୱାସକୁ ତୁମ୍ଭେମାନେ ଆଘାତ ନ ଦେବା ପାଇଁ ଖାଅ ନାହିଁ ଓ ଦ୍ୱିତୀୟ କାରଣ ହେଲା ଏହି ମାଂସ ବା ପ୍ରସାଦ ଖାଇବା ଅନୁଚିତ୍ ବୋଲି କେତେକ ମତ ଦିଅନ୍ତି। 29 ତୁମ୍ଭେମାନେ ଏହାକୁ ଭୁଲ୍ ବିବେଚନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବେଚନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହେତୁ ମୋ’ ନିଜର ସ୍ୱାଧୀନତାରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ। 30 କାରଣ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସାରି ଭୋଜନ କରିଥିବା ଯୋଗୁଁ ମୁଁ ସମାଲୋଚିତ ହେବା ଅନୁଚିତ୍।
31 ଅତଏବ, ଯେତେବେଳେ ତୁମ୍ଭେମାନେ ଖାଅ, ପିଅ ବା ଅନ୍ୟ ଯାହାକିଛି କର, ପରମେଶ୍ୱରଙ୍କ ମହିମା ପାଇଁ କରିବା ଉଚିତ୍। 32 ଏଭଳି କୌଣସି କାମ କର ନାହିଁ, ଯାହାଦ୍ୱାରା ଯିହୂଦୀ ବା ଅଣଯିହୂଦୀ ଲୋକେ ବା ପରମେଶ୍ୱରଙ୍କ ମଣ୍ଡଳୀ ବାଧା ପାଇବେ। 33 ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରତ୍ୟେକଙ୍କୁ ସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ କରିବାକୁ ଗ୍ଭହେଁ। ମୁଁ ଅନେକଙ୍କର ମଙ୍ଗଳ ଚିନ୍ତାକରେ ଯଦ୍ଦ୍ୱାରା ସେମାନେ ପରିତ୍ରାଣ ପାଇ ପାରିବେ।
11 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁସରଣ କରୁଛି, ତୁମ୍ଭେମାନେ ସେହିପରି ଅନୁସରଣ କର।
2010 by World Bible Translation Center