Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 17:1-9

ଦାଉଦଙ୍କର ପ୍ରାର୍ଥନା

17 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର।
    ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି।
ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି,
    ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।
ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ,
    ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ।
ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ।
    ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ।
ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ'ଠାରେ କିଛି ଭୁଲ ଦେଖି ନାହଁ।
    ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
ମୁଁ ଯଥାସାଧ୍ୟ ଚେଷ୍ଟା କରିଛି
    ତୁମ୍ଭର ଆଦେଶ ମାନିବାକୁ।
ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି।
    ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ।
ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ।
    ତେଣୁ ବର୍ତ୍ତମାନ ମୋର କଥା ଶୁଣ।
ପରମେଶ୍ୱର ତୁମ୍ଭର ଅ‌ଦ୍‌ଭୂତ କରୁଣା ଦେଖାଅ
    ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର।
ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର।
    ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର।
    ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ।
    ମୋତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର,
    ଓ ତୁମ୍ଭର ବାହୁଛାୟା ତଳେ ଲୁଗ୍ଭଇ ରଖ।
ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ।
ଯେଉଁମାନେ କି ମୋତେ ଧ୍ୱଂସ କରିବାକୁ ଗ୍ଭହୁଁଛନ୍ତି।
ମୋର ଗ୍ଭରିକଡ଼ରେ ଥିବା ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ରକ୍ଷା କର।
ଯେଉଁମାନେ ମୋତେ ଆଘାତ କରିବାକୁ ଗ୍ଭହୁଁଛନ୍ତି।

ଆଦିପୁସ୍ତକ 38:1-26

ଯିହୁଦା ଓ ତାମର

38 ସେହି ସମୟରେ ଯିହୁଦା ତା'ର ଭାଇମାନଙ୍କୁ ଛାଡ଼ି ହୀରା ନାମକ ଏକ ଅଦୁଲ୍ଲମୀୟ ସହିତ ରିହବାକୁ ଗଲା। ସେଠାରେ ଯିହୁଦା ଏକ ସ୍ତ୍ରୀଲୋକକୁ ଦେଖିଲା ଏବଂ ବିବାହ କଲା। ତା'ର ପିତା ଜଣେ କିଣାନୀୟ ଥିଲେ। ତାଙ୍କର ନାମ ଥିଲା ଶୂୟ। ସେହି ସ୍ତ୍ରୀ ଏକ ସନ୍ତାନକୁ ଜନ୍ମ ଦେଲା। ସେ ତା'ର ନାମ ଦେଲା ଏର। ଏହା ପରେ ସେ ଆଉ ଏକ ପୁତ୍ର ଜନ୍ମ ଦେଲା। ଏବଂ ତା'ର ନାମ ରଖିଲା ଓନନ୍। ଏହା ପରେ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲା ଏବଂ ତା'ର ନାମ ଦେଲେ ଶେଲା। ଯିହୁଦାର ତୃତୀୟ ପୁତ୍ର ଜନ୍ମ ସମୟରେ ସେ କଷୀବରେ ଥିଲା।

ଯିହୁଦା ତା'ର ପ୍ରଥମ ପୁତ୍ରକୁ ବିବାହ ଦେବା ପାଇଁ ଏକ ସ୍ତ୍ରୀ ପାଇଲା। ଯାହାର ନାମ ତାମର ଥିଲା। କିନ୍ତୁ ସଦାପ୍ରଭୁ ଦେଖିଲେ ଯେ, ଯିହୁଦାର ପ୍ରଥମଜାତ ଏର ଦୁଷ୍ଟ ଥିଲା। ତେଣୁ ସେ ତାକୁ ବିନାଶ କଲେ। ଏହା ପରେ ଯିହୁଦା ଏରର ଭାଇ ଓନନକୁ କହିଲା, “ତୁମ୍ଭେ ତୁମ୍ଭର ଭାଇର ସ୍ତ୍ରୀ ସହିତ ସହବାସ କର[a]। ଯଦି ସେ ପିଲା ଜନ୍ମ କରେ, ସେହି ପୁତ୍ର ତୁମ୍ଭ ଭାଇର ସନ୍ତାନ ବୋଲି ଜଣାଯିବ।”

ଓନନ ଜାଣିଥିଲା ଯେ ସେ ସନ୍ତାନ ତା'ର ବଂଶ ହେବ ନାହିଁ, ତେଣୁ ସେ ସହବାସ ସମୟରେ ଭୂମିରେ ରେତଃପାତ କଲା। 10 ଏଥିରେ ସଦାପ୍ରଭୁ କ୍ରୋଧିତ ହେଲେ ଓ ଓନନକୁ ମାରି ଦେଲେ। 11 ଏହା ପରେ ଯିହୁଦା ତା'ର ପୁତ୍ର ବଧୁ ତାମରକୁ କହିଲା, “ତୁମ୍ଭେ ତୁମ୍ଭର ପିତୃ ଗୃହକୁ ଯାଅ, ମୋର କନିଷ୍ଠ ପୁତ୍ର ଶେଲା ଯୁବକ ନ ହେବା ପର୍ଯ୍ୟନ୍ତ ବିବାହ କର ନାହିଁ।” ଯିହୁଦା ଭୟ କଲା ଯେ, ତା'ର ଭାଇମାନଙ୍କ ପରି ଶେଲା ହିଁ ମରିଯିବ। ଏଣୁ ତାମର ତା’ ପିତୃ ଗୃହକୁ ଯାଇ ବାସ କଲା।

12 ଅନେକ ସମୟ ପରେ ଶୂୟର କନ୍ୟା, ଯିହୁଦାର ସ୍ତ୍ରୀ ମୃତ୍ୟୁବରଣ କଲା। ଯେତେବେଳେ ଶୋକ ସମୟ ଅତିକ୍ରାନ୍ତ ହେଲା, ଯିହୁଦା ମେଷମାନଙ୍କ ବାଳ କାଟିବା ପାଇଁ ତା'ର ବନ୍ଧୁ ହୀରା ସହିତ ଗଲା। 13 ତାମର ଜାଣିଲା ଯେ, ତା'ର ଶ୍ୱଶୁର ମେଷମାନଙ୍କର ଲୋମ କାଟିବାକୁ ତିମ୍ନା ଯାଉଛନ୍ତି। 14 ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା'ର ମୁହଁକୁ ଲୁଗ୍ଭଇ ତିମ୍ନା ପଥ ପାର୍ଶ୍ୱସ୍ଥିତ ଐନମର ପ୍ରବେଶ ସ୍ଥାନରେ ବସି ରହିଲା। କାରଣ ସେ ଦେଖିଲା ଶେଲା ବଡ଼ ହେଲେ ହେଁ ତାକୁ ବିବାହ କଲା ନାହିଁ।

15 ଯିହୁଦା ସେହି ବାଟ ଦେଇ ଗଲାବେଳେ ତାକୁ ଦେଖିଲା। କିନ୍ତୁ ସେ ଭାବିଲା ସେ ଜଣେ ବେଶ୍ୟା କାରଣ ସେ ତାଙ୍କର ମୁହଁ ଲୁଗ୍ଭଇ ରଖିଥିଲା। 16 ତେଣୁ ଯିହୁଦା ତାର ପାଖକୁ ଗଲା ଏବଂ କହିଲା, “ତୁମ୍ଭ ସହିତ ମୋତେ ସହବାସ କରିବାକୁ ଦିଅ।” ସେ ତା'ର ପୁତ୍ରବଧୁ ବୋଲି ଯିହୁଦା ଜାଣି ନ ଥିଲା।

ସେ କହିଲା, “ତୁମ୍ଭେ ମୋତେ କ’ଣ ଦେବ?”

17 ଯିହୁଦା ଉତ୍ତର ଦେଲା, “ମୁଁ ମୋର ପଲ ମଧ୍ୟରୁ ଏକ ଯୁବା ଛେଳି ପଠାଇ ଦେବି।”

ସେ ଉତ୍ତର ଦେଲା, “ମୁଁ ଏଥିରେ ରାଜି। କିନ୍ତୁ ପ୍ରଥମେ ଯୁବା ଛେଳି ଆସିବା ପର୍ଯ୍ୟନ୍ତ ବନ୍ଧକ ଦିଅ।”

18 ଯିହୁଦା ପଗ୍ଭରିଲା, “ମୁଁ ତୁମ୍ଭକୁ କ’ଣ ଦିଏ ବୋଲି ଗ୍ଭହୁଁଛ?”

ତାମର କହିଲା, “ତୁମ୍ଭର ଏହି ମୋହର, ସୁତ୍ର ଆଉ ହସ୍ତ ଯଷ୍ଟି।” ଯିହୁଦା ତାହା ସବୁ ତାମରକୁ ଦେଲା। ଏହା ପରେ ଯିହୁଦା ଓ ତାମର ମଧ୍ୟରେ ଦୈହିକ ସମ୍ପର୍କରୁ ତାମର ଗର୍ଭବତୀ ହେଲା। 19 ଏହା ପରେ ତାମର ଗୃହକୁ ଗଲା ଓ ତା'ର ମୁହଁ ସର୍ବଦା ଲୁଗ୍ଭଇ ରଖିଲା ଏବଂ ସେ ପୁନର୍ବାର ବିଧବା ବସ୍ତ୍ର ପରିଧାନ କଲା।

20 ଏହା ପରେ ଯିହୁଦା ସେହି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ୟ ନେବା ପାଇଁ ଆପଣା ଅଦୁଲ୍ଲମୀୟ ବନ୍ଧୁ ଦ୍ୱାରା ଛେଳିଛୁଆ ଦେଇ ପଠାଇଲା। ମାତ୍ର ସେ ତା'ର ଦେଖା ପାଇଲା ନାହିଁ। 21 ତେଣୁ ସେ ସେଠାକାର ଲୋକମାନଙ୍କୁ ପଗ୍ଭରିଲା, “ଐନମ ପଥ ପାର୍ଶ୍ୱରେ ଯେଉଁ ବେଶ୍ୟା ଥିଲା ସେ କାହିଁ?”

ଲୋକମାନେ ଉତ୍ତର ଦେଲେ, “ଏଠାରେ କୌଣସି ବେଶ୍ୟା ରହେ ନାହିଁ।”

22 ତେଣୁ ଯିହୁଦାର ବନ୍ଧୁ ଯିହୁଦା ନିକଟକୁ ଫେରି ଯାଇ କହିଲା, “ମୁଁ ସେହି ସ୍ତ୍ରୀଲୋକକୁ ପାଇଲି ନାହିଁ ଏବଂ ସେଠାକାର ଲୋକମାନଙ୍କୁ ପଗ୍ଭରିବାରୁ ସେମାନେ କହିଲେ ଏଠାରେ କୌଣସି ବେଶ୍ୟା ରହନ୍ତି ନାହିଁ।”

23 ତେଣୁ ଯିହୁଦା କହିଲା, “ସେ ଯେଉଁ ଜିନିଷ ରଖିଛି ତାହା ସେ ରଖୁ। ଆମ୍ଭେ କାହିଁକି ଲଜ୍ଜାସ୍ପଦ ହେବା। ଆମ୍ଭେ ଗ୍ଭହିଁ ଥିଲୁ ତାକୁ ଏକ ଛେଳିଛୁଆ ଦେବା ପାଇଁ କିନ୍ତୁ ତାକୁ ପାଇଲୁ ନାହିଁ। ଏତିକି ଯଥେଷ୍ଟ।”

ତାମରଙ୍କ ଗର୍ଭଧାରଣ

24 ପ୍ରାୟ ତିନି ମାସ ଯିବା ପରେ, କେହି ଜଣେ ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୁ ତାମର ବେଶ୍ୟା ପରି ଗର୍ଭଧାରଣ କରିଛି।”

ଏହା ପରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦ‌ଗ୍‌ଧ କର।”

25 ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତା'ର ଶ୍ୱଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲା, “ଏହି ସମସ୍ତବସ୍ତୁ ଯାହାର ସେ ମୋତେ ଗର୍ଭବତୀ କରିଛି। ଏହି ମୋହର, ସୁତ୍ର ଓ ଯଷ୍ଟି କାହାର, ତାହା ଚିହ୍ନି ଦେଖ?”

26 ଯିହୁଦା ସେ ସମସ୍ତ ବସ୍ତୁକୁ ଦେଖିଲା ଏବଂ କହିଲା, “ସେ ଠିକ୍ ଅଛି। ମୁଁ ଭୁଲ୍ କରିଥିଲି। ମୁଁ ପ୍ରତିଜ୍ଞା କରିଥିଲି ଶେଲାକୁ ଦେବା ପାଇଁ କିନ୍ତୁ ତାହା କରି ନ ଥିଲି।” ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିଲା ନାହିଁ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 24:10-23

ଫେଲୀ‌କ୍‌ସ ଆଗରେ ଗଲେ ନିଜକୁ ବଞ୍ଚାଇଲେ

10 ରାଜ୍ୟପାଳ ଯେତେବେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତେବେଳେ ପାଉଲ ଉତ୍ତର ଦେଇ କହିଲେ, “ମୁଁ ଜାଣେ ଯେ ଆପଣ ଅନେକ ବର୍ଷ ଧରି ଏ ଜାତିର ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖରେ ମୁଁ ଆନନ୍ଦରେ ମୋର ପକ୍ଷସମର୍ଥନ କରୁଅଛ। 11 ଆପଣ ନିଜେ ଜାଣି ପାରିବେ ଯେ ମୁଁ କେବଳ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ଯିରୁଶାଲମରେ ପହଞ୍ଚିଥିଲି। 12 ସେମାନେ ମୋତେ ମନ୍ଦିରରେ ବା କୌଣସି ସମାଜଗୃହରେ ବା ସହରରେ କାହାରି ସହ ଯୁକ୍ତିତର୍କ କରିବା ବା ଭିଡ଼ ଜମେଇବାର ଦେଖି ନାହାନ୍ତି। 13 ଏହି ଲୋକମାନେ ମୋ’ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ସେମାନେ ଦେଇ ପାରିବେ ନାହିଁ।

14 “କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ ‘ଦଳ’ ବୋଲି କହନ୍ତି, ସେହି ମତାନୁଯାୟୀ ମୁଁ ମୋର ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ଉପାସନା କରେ। କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଯାହାସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହାସବୁ ଲେଖାଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। 15 ଏହି ବ୍ୟକ୍ତିମାନଙ୍କ ଭଳି, ମୁଁ ମଧ୍ୟ ପରମେଶ୍ୱରଙ୍କଠାରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ୟୁରୁ ପୁନରୁ‌‌ତ୍‌‌ଥାନ ହେବ। 16 ସେଥିପାଇଁ ମୁଁ ପରମେଶ୍ୱର ଓ ଲୋକମାନଙ୍କ ପାଖରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟା କରେ।

17 “ମୁଁ ବହୁତ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରୁ ଦୂରରେ ଥିଲି। ତା'ପରେ ମୋ’ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାଯ୍ୟ ଦେବା ପାଇଁ ଓ ପରମେଶ୍ୱରଙ୍କ ପାଖରେ ଦାନ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଫେରିଲି। 18 ମୁଁ ମନ୍ଦିରରେ ନିଜକୁ ଶୁଚି କରିବାକୁ ଯାଇଥିଲି। ଶୁଚିକରଣ ଉତ୍ସବ ସରିଗଲାପରେ କେତେକ ଯିହୂଦୀମାନେ ସେଠାରେ ମୋତେ ଦେଖିଲେ। ମୁଁ ସେଠାରେ କୌଣସି ଗଣ୍ଡଗୋଳ ସୃଷ୍ଟି କରି ନାହିଁ କି ମୋ’ ସହିତ କୌଣସି ଲୋକ ମଧ୍ୟ ନ ଥିଲେ। 19 ସେ ସମୟରେ ଏସିଆର କେତେକ ଯିହୂଦୀ ସେଠାରେ ଥିଲେ। ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି ଆପତ୍ତି ଥାଏ ତେବେ ସେମାନେ ଆପଣଙ୍କ ନିକଟରେ ଉପସ୍ଥିତ ହେବା ଉଚିତ୍, 20 ନଚେତ୍ ଆପଣ ଏଠାରେ ଉପସ୍ଥିତ ଥିବା ଯିହୂଦୀୟମାନଙ୍କୁ ପଗ୍ଭରନ୍ତୁ, ସେମାନଙ୍କ ପରିଷଦ ସଭାରେ, ସେମାନଙ୍କ ସମ୍ମୁଖରେ ମୁଁ ଯେତେବେଳେ ଠିଆହେଲି, ସେତେବେଳେ ସେମାନେ ମୋ'ଠାରେ କ’ଣ ସବୁ ଦୋଷ ଦେଖିଲେ? 21 ମୁଁ କେବଳ ଗୋଟିଏ କଥା ସେମାନଙ୍କ ମଧ୍ୟରେ ଠିଆ ହୋଇ ଜୋ‌ର୍‌‌ରେ କହିଥିଲି ଯେ, ‘ମୃତ୍ୟୁରୁ ଲୋକମାନଙ୍କର ପୁନରୁ‌‌ତ୍‌‌ଥାନ ହେବ ବୋଲି ବିଶ୍ୱାସ କରୁଥିବାରୁ ମୋର ଆଜି ସଭା ସମ୍ମୁଖରେ ବିଗ୍ଭର ହେଉଛି।’”

22 ଫେଲୀ‌କ୍‌ସ୍ ଖ୍ରୀଷ୍ଟଙ୍କର ମାର୍ଗ ବିଷୟରେ ଭଲ ଭାବରେ ଜାଣିଥିବାରୁ ଶୁଣାଣି ସ୍ଥଗିତ ରଖିଲେ। ସେ କହିଲେ, “ସେନାଧ୍ୟକ୍ଷ ଲୂସିୟା ଆସିବା ପରେ ମୁଁ ତୁମ୍ଭମାନଙ୍କ ବିଗ୍ଭର କରିବି।” 23 ଫେଲୀ‌କ୍‌ସ୍ ଶତସେନାପତିଙ୍କ ଜିମାରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀରେ ରଖି କିଛି ସ୍ୱାଧୀନତା ଦେବା ପାଇଁ ମଧ୍ୟ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ୟକୀୟ ଜିନିଷ ନେଇ ଆସନ୍ତି, ତେବେ ସେମାନଙ୍କୁ ବାଧା ନ ଦେବା ନିମନ୍ତେ ମଧ୍ୟ ସେ ସେହି ଶତସେନାପତିଙ୍କୁ ଆଦେଶ ଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center