Revised Common Lectionary (Complementary)
ଏକ ପ୍ରଶଂସାର ଗୀତ।
98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
ତାଙ୍କୁ ଆଉଥରେ ଗୌରବ ଆଣିଛି।
2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
4 ହେ ପୃଥିବୀର ପ୍ରତ୍ୟେକ ଲୋକ, ସଦାପ୍ରଭୁଙ୍କର ଜୟଧ୍ୱନି କର।
ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
6 ବଂଶୀ ବଜାଅ ଓ ତୂରୀ ଫୁଙ୍କ।
ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
ସମସ୍ତେ ଗାନ କର।
8 ନଦନଦୀଗଣ କରତାଳି ଦିଅ!
ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
ବିଗ୍ଭର ଓ ନ୍ୟାୟ କରିବେ।
ଶାଉଲଙ୍କର ପରିବାର ଦଣ୍ତିତ ହେଲେ
21 ଦାଉଦଙ୍କ ରାଜତ୍ୱ ସମୟରେ କ୍ରମାଗତ ତିନି ବର୍ଷ ଧରି ଦୁର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଶାଉଲ ଓ ତା'ର ହତ୍ୟାକାରୀ ବଂଶ ଯୋଗୁଁ ଏପରି ହେଉଛି। ଯେହେତୁ ସେ ଗିବିୟୋନୀୟମାନଙ୍କୁ ହତ୍ୟା କରିଥିଲା।” 2 ଗିବିୟୋନୀୟମାନେ ଇସ୍ରାଏଲୀୟ ନ ଥିଲେ। ସେମାନେ ଇମୋରୀୟ ବଂଶଧର ଥିଲେ। ଇସ୍ରାଏଲୀୟମାନେ ପ୍ରତିଜ୍ଞା କରିଥିଲେ ସେମାନେ ଗିବିୟୋନୀୟମାନଙ୍କୁ ହତ୍ୟା କରିବେ ନାହିଁ। କିନ୍ତୁ ଶାଉଲ ସେମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇସ୍ରାଏଲୀୟମାନଙ୍କ ପ୍ରତି ଓ ଯିହୁଦାମାନଙ୍କ ପ୍ରତି ଉଦ୍ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ।
ରାଜା ଗିବିୟୋନୀୟମାନଙ୍କୁ ଡକାଇ କଥାବାର୍ତ୍ତା କଲେ। 3 ଦାଉଦ ଗିବିୟୋନୀୟମାନଙ୍କୁ କହିଲେ, “ମୁଁ ଇସ୍ରାଏଲର ପାପ ଦୂର କରିବା ପାଇଁ କ’ଣ କରି ପାରିବି, ଯାହା ଫଳରେ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରି ପାରିବ?”
4 ତହିଁରେ ଗିବିୟୋନୀୟମାନେ ରାଜାଙ୍କୁ କହିଲେ, “ଆମ୍ଭମାନଙ୍କୁ କ୍ଷତି ପୂରଣ ଦେବା ପାଇଁ କିମ୍ବା ତାଙ୍କ ବଂଶରେ ଯଥେଷ୍ଟ ସୁନା କି ରୂପା ନାହିଁ। କିନ୍ତୁ ଇସ୍ରାଏଲରେ କାହାକୁ ହତ୍ୟା କରିବାର ଅଧିକାର ଆମ୍ଭମାନଙ୍କର ନାହିଁ।”
ତା'ପରେ ସେ କହିଲେ, “ତୁମ୍ଭେମାନେ ଯାହା ଗ୍ଭହିଁବ ମୁଁ ତୁମ୍ଭମାନଙ୍କ ପାଇଁ ତାହା କରିବି।”
5 ତହିଁରେ ସେମାନେ ରାଜାଙ୍କୁ କହିଲେ, “ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି, ଆମ୍ଭମାନଙ୍କ ବିରୁଦ୍ଧରେ ଯୋଜନା କରିଅଛି ଯେ, ଆମ୍ଭେ ଯେପରି ନ ରହୁ ଓ ସେଠାରୁ ବିତାଡ଼ିତ ହେଉ। 6 ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହୁଅନ୍ତୁ। ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ଶାଉଲଙ୍କର ଗିବିୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା।”
ଏଥିରେ ରାଜା କହିଲେ, “ମୁଁ ସେମାନଙ୍କୁ ସମର୍ପି ଦେବି।” 7 ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତକୁ ରାଜା ରକ୍ଷା କଲେ। ଯେହେତୁ ସେମାନଙ୍କ ମଧ୍ୟରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କ ଶପଥ ଥିଲା। 8 କିନ୍ତୁ ସେ ସେମାନଙ୍କୁ ଶାଉଲର ଦୁଇ ପୁତ୍ର ଅମୌଣି ଓ ମଫୀବୋଶତ୍କୁ ଦେଲେ, ଯାହାର ମାତା ଅୟାର କନ୍ୟା ରିସ୍ପା ଥିଲେ। ସେ ମଧ୍ୟ ସେମାନଙ୍କୁ ମେରାବଙ୍କର ପାଞ୍ଚପୁତ୍ର ଦେଲେ। ମେରାବ ଦାଉଦଙ୍କର କନ୍ୟା ଯିଏ କି ମହୋଲ୍ଲାର ବର୍ସିଲ୍ଲୟର ପୁତ୍ର ଅଦ୍ରୀୟେଲକୁ ବିବାହ କରିଥିଲେ। 9 ସେମାନଙ୍କୁ ରାଜା ଗିବିୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ। ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗି ଦେଲେ, ପୁଣି ସେ ସାତ ଜଣ ଯାକ ଏକା ବେଳେ ମାରା ପଡ଼ିଲେ। ସେମାନେ ପ୍ରଥମ ଶସ୍ୟଛେଦନ ସମୟରେ ଅର୍ଥାତ୍ ଯବ ଛେଦନର ଆରମ୍ଭ ସମୟରେ ହତ ହେଲେ।
ଦାଉଦ ଏବଂ ରିସ୍ପା
10 ବର୍ତ୍ତମାନ ଅୟାର କନ୍ୟା ରିସ୍ପା ଅଖା ନେଇ ଶସ୍ୟଅମଳ ଋତୁର ଆରମ୍ଭରୁ ବର୍ଷା ହେବା ପର୍ଯ୍ୟନ୍ତ ସେହି ଶୈଳ ଉପରେ ଆପଣା ପାଇଁ ତାହା ପ୍ରସାରିଲା। ସେ ଦିନରାତି ସେହି ଶରୀରଗୁଡ଼ିକୁ ଜଗିବାକୁ ସେଠାରେ ରହିଲା। ଆଉ ସେ ଦିନ ବେଳେ ଆକାଶ ପକ୍ଷୀଗଣକୁ ସେମାନଙ୍କ ଉପରେ ବସିବାକୁ କିଅବା ରାତ୍ରି ବେଳେ ବନପଶୁଗଣକୁ ଆସିବାକୁ ଦେଲା ନାହିଁ।
11 ଏଥିରେ ଶାଉଲଙ୍କର ଉପପତ୍ନୀ ଅୟାର କନ୍ୟା ରିସ୍ପାର ଏହି କର୍ମ ଦାଉଦଙ୍କୁ ଜ୍ଞାତ କରାଗଲା। 12 ସେତେବେଳେ ଦାଉଦ ଯାଇ ଯାବେଶ୍-ଗିଲିୟଦ ନିବାସୀମାନଙ୍କ ନିକଟରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ନେଲେ। କାରଣ ଗିଲ୍ବୋୟରେ ପଲେଷ୍ଟୀୟମାନେ ଶାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟୀୟମାନଙ୍କ ଦ୍ୱାରା ବୈଥ୍ଶାନ ଛକରେ ଟଙ୍ଗାଗଲା ଉତ୍ତାରେ ଯାବେଶ୍-ଗିଲିୟଦୀୟମାନେ ସେହି ସ୍ଥାନରୁ ତାହା ଗ୍ଭେରି କରି ନେଇଥିଲେ। 13 ଏ ନିମନ୍ତେ ସେ ସେଠାରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ଆଣିଲେ, ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ। 14 ଏହା ପରେ ସେମାନେ ଶାଉଲଙ୍କର ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ ଦେଶସ୍ଥ ସେଲାରେ ତାହାର ପିତା କୀଶ୍ର କବର ମଧ୍ୟରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହା ସବୁ କଲେ। ତହିଁପରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶପ୍ରତି ପ୍ରସନ୍ନ ହେଲେ।
3 ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ୍ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ୱାସ ଯେହେତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି। 4 ତୁମ୍ଭମାନଙ୍କଠାରେ ପରସ୍ପର ପ୍ରତି ଥିବା ପ୍ରେମ ଭାବ ମଧ୍ୟ ବୃଦ୍ଧି ପାଉଛି। ଅତଏବ, ପରମେଶ୍ୱରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠାରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଯେପ୍ରକାରେ ତୁମ୍ଭେମାନେ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ୱାସ ରହିଛି, ଆମ୍ଭେ ଏହା ବିଷୟରେ ପରମେଶ୍ୱରଙ୍କ ଅନ୍ୟ ମଣ୍ଡଳୀ ଗୁଡ଼ିକରେ କହୁ। ତୁମ୍ଭେମାନେ ଦୁଃଖ କଷ୍ଟ ଓ ଅନେକ ଅସୁବିଧାର ସମ୍ମୁଖୀନ ହେଉଛ; କିନ୍ତୁ ତୁମ୍ଭେମାନେ ନିଜର ଦୃଢ଼ତା ଓ ବିଶ୍ୱାସ ଆଦୌ ନ ହରାଇ ଆଗେଇ ଗ୍ଭଲିଛ।
ପରମେଶ୍ୱରଙ୍କ ନ୍ୟାୟ ସମ୍ପର୍କରେ ପାଉଲ କହନ୍ତି
5 ପରମେଶ୍ୱର ତାହାଙ୍କର ବିଗ୍ଭରରେ ଠିକ୍ ବୋଲି ଏହା ପ୍ରମାଣିତ କରେ। ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେ ତାହାଙ୍କ ରାଜ୍ୟରେ ପ୍ରବେଶ ପାଇଁ ଯୋଗ୍ୟ ହୁଅ, ଯେଉଁଥିପାଇଁ ତୁମ୍ଭେମାନେ ଏହିସବୁ ଯାତନାର ସମ୍ମୁଖୀନ ହେଉଛ। 6 ଯାହା ଠିକ୍ ପରମେଶ୍ୱର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ୱର ସେମାନଙ୍କୁ କଷ୍ଟ ଦେବେ। 7 ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ୟ ଶାନ୍ତି ଦେବେ। ଯେତେବେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ୱର୍ଗଦୂତମାନଙ୍କ ସହିତ ସ୍ୱର୍ଗରୁ ଆସିବେ, ସେତେବେଳେ ପରମେଶ୍ୱର ଆମ୍ଭର ଦୁଃଖ ଉପଶମ କରିଦେବେ। 8 ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଗ୍ଭରକୁ ମାନନ୍ତି ନାହିଁ, ସେମାନଙ୍କୁ ଦଣ୍ଡ ଦେବା ଲାଗି ସେ ଜ୍ୱଳନ୍ତ ଅଗ୍ନିଶିଖା ସହିତ ଆସିବେ। 9 ସେହି ଲୋକମାନେ ଅନନ୍ତ ବିନାଶ ଦ୍ୱାରା ଦଣ୍ଡିତ ହେବେ। ସେମାନଙ୍କୁ ପ୍ରଭୁଙ୍କ ସହିତ ରହିବାକୁ ଦିଆ ଯିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସେମାନଙ୍କୁ ଦୂରରେ ରଖାଯିବ। 10 ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣରେ ମହିମା ମଣ୍ଡିତ ହେବା ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ୱାସ କରିଛନ୍ତି, ସେମାନେ ଯୀଶୁଙ୍କୁ ଦେଖି ବିସ୍ମିତ ହେବେ। ଯେହେତୁ ତୁମ୍ଭେମାନେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ୱାସ କରିଛ, ସେଥିପାଇଁ ସେହି ବିଶ୍ୱାସୀ ମଣ୍ଡଳୀରେ ତୁମ୍ଭେମାନେ ମଧ୍ୟ ଥିବ।
11 ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଭାବିବେ, ସେଭଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାଯ୍ୟ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠାରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ କରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠାରେ ଥିବା ବିଶ୍ୱାସ ଦ୍ୱାରା ତୁମ୍ଭେମାନେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ୱର ନିଜ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଆମ୍ଭେ ପ୍ରାର୍ଥନା କରୁ। 12 ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କ ମାଧ୍ୟମରେ ମହିମାନ୍ୱିତ ହେଉ। ଏହା ଆମ୍ଭେ ପ୍ରାର୍ଥନା କରୁ। ତୁମ୍ଭେମାନେ ମଧ୍ୟ ତାହାଙ୍କଠାରେ ମହିମାନ୍ୱିତ ହୋଇପାରିବ। ଆମ୍ଭ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାରୁ ସେହି ମହିମା ପ୍ରାପ୍ତ ହୁଏ।
2010 by World Bible Translation Center