Revised Common Lectionary (Complementary)
11 ହେ ସଦାପ୍ରଭୁ, ମୁଁ ଜୀବନରେ ଅନେକ ଅପରାଧ କରିଛି।
କିନ୍ତୁ ତୁମ୍ଭର ମହାନୁଭବତା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ କ୍ଷମା କର।
କାରଣ ତୁମ୍ଭେ ମହାନ।
12 ଯଦି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ,
ତା'ପରେ ପରମେଶ୍ୱର ତାକୁ ବଞ୍ଚିବା ପାଇଁ ଜୀବନପଥ ଦେଖାନ୍ତି।
13 ସେହି ବ୍ୟକ୍ତି ଅତି ଆନନ୍ଦରେ ଜୀବନଯାପନ କରିବ
ଓ ତା'ର ସନ୍ତାନ-ସନ୍ତତିଗଣ ପରମେଶ୍ୱରଙ୍କ ପ୍ରଦତ୍ତ ଭୂମିରେ ବାସ କରିବେ।
14 ସଦାପ୍ରଭୁ ସର୍ବଦା ଗୁପ୍ତ ବିଷୟ ସବୁ ତାଙ୍କର ଅନୁଯୋଗୀମାନଙ୍କୁ କୁହନ୍ତି।
ସେ ତାଙ୍କର ବ୍ୟବସ୍ଥା ସବୁ ସେମାନଙ୍କୁ ନିୟମ ପ୍ରଦାନ କରନ୍ତି।
15 ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ।
ସେ ସଦାସର୍ବଦା ମୋତେ ମୋର ବିପଦରୁ ମୁକ୍ତ କରନ୍ତି।
16 ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ।
ତୁମ୍ଭର କୃପାଦୃଷ୍ଟି ମୋ’ ଉପରେ ପକାଅ।
17 ମୋତେ ବିପଦରୁ ମୁକ୍ତ କର।
ମୋର ସମସ୍ୟାର ସମାଧାନରେ ସହାୟକ ହୁଅ।
18 ହେ ସଦାପ୍ରଭୁ, ମୋର ଦୁଃଖ ଓ କ୍ଳେଶ ପ୍ରତି ଦୃଷ୍ଟିପାତ କର।
ମୁଁ ଯେଉଁ ପାପ କରିଛି, ସେଥିଲାଗି ମୋତେ କ୍ଷମା କର।
19 ମୋର ଶତ୍ରୁମାନଙ୍କୁ ଥରେ ଗ୍ଭହଁ।
ସେମାନେ ମୋତେ ଘୃଣା କରନ୍ତି ଓ ଆଘାତ କରିବାକୁ ଗ୍ଭହାନ୍ତି।
20 ହେ ସଦାପ୍ରଭୁ, ମୋର ପ୍ରାଣ ରକ୍ଷା କର।
ମୁଁ ତୁମ୍ଭ ଉପରେ ନିର୍ଭର ରଖିଛି।
ତେଣୁ ମୋତେ ନିରାଶ କର ନାହିଁ।
ଜ୍ଞାନୀର କ୍ଷମତା
13 ମୁଁ ମଧ୍ୟ ସୂର୍ଯ୍ୟ ତଳେ ଏପରି ଜ୍ଞାନ ଦେଖିଅଛି। ଆଉ ତାହା ମୋ’ ଦୃଷ୍ଟିରେ ମହତ ଥିଲା। 14 ଅଳ୍ପ ଲୋକ ବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା। ଆଉ ଏକ ମହାରାଜା ତହିଁ ବିରୁଦ୍ଧରେ ଆସି ତାହା ବେଷ୍ଟନ କଲେ ଓ ତାହା ବିରୁଦ୍ଧରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲେ। 15 ଏପରି ସମୟରେ ତହିଁ ମଧ୍ୟରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦେଖାଗଲା। ପୁଣି ସେ ଆପଣା ଜ୍ଞାନ ଦ୍ୱାରା ନଗର ରକ୍ଷା କଲା। ତଥାପି ସେହି ଦରିଦ୍ର ଲୋକଙ୍କୁ କେହି ସ୍ମରଣ କଲା ନାହିଁ। 16 ତେବେ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ। ଯଦିଓ ଗରିବ ଲୋକଟିର ଜ୍ଞାନକୁ ଉପେକ୍ଷା କରାଗଲା ଏବଂ ସେ ଯାହା କହେ କେହି ଶୁଣନ୍ତି ନାହିଁ।
17 ମୂର୍ଖମାନଙ୍କର ଶାସନକାରୀର ଚିତ୍କାର ଅପେକ୍ଷା
ଶାନ୍ତି ପୂର୍ବକ କଥିତ ଜ୍ଞାନୀର ବାକ୍ୟ ଅଧିକ ଶୁଣାଯାଏ।
18 ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ।
ମାତ୍ର ଜଣେ ପାପୀ ଅନେକ ମଙ୍ଗଳ ନାଶ କରିପାରେ।
ମନୁଷ୍ୟପୁତ୍ର ସମସ୍ତଙ୍କର ବିଗ୍ଭର କରିବେ
31 “ମନୁଷ୍ୟପୁତ୍ର ପୁଣି ଥରେ ଆସିବେ, ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ୱର୍ଗଦୂତମାନେ ଆସିବେ। ସେ ରାଜା ହେବେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ। 32 ମନୁଷ୍ୟପୁତ୍ରଙ୍କ ଆଗରେ ଜଗତର ସବୁ ଲୋକେ ଏକାଠି ହେବେ। ତା'ପରେ ମନୁଷ୍ୟପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳରେ ବାଣ୍ଟି ଦେବେ। ଜଣେ ଜଗୁଆଳ ଯେପରି ଛେଳିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସେହିପରି ଅଟେ। 33 ମନୁଷ୍ୟପୁତ୍ର ମେଷମାନଙ୍କୁ ତାହାଙ୍କ ଡାହାଣ ପଟେ ରଖିବେ ଓ ଛାଗକୁ ତାହାଙ୍କ ବାମ ପଟେ ରଖିବେ।
34 “ତା'ପରେ ରାଜା ତାହାଙ୍କ ଡାହାଣ ପଟରେ ଥିବା ଲୋକମାନଙ୍କୁ କହିବେ, ‘ଆସ, ମୋର ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ୱର ତୁମ୍ଭକୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହେବା କାଳରୁ ତୁମ୍ଭ ପାଇଁ ସେ ରାଜ୍ୟ ପ୍ରସ୍ତୁତ ହୋଇ ସାରିଛି।” 35 ତୁମ୍ଭେ ଏହି ରାଜ୍ୟ ଲାଭ କରିବ କାରଣ ମୁଁ ଯେତେବେଳେ ଭୋକିଲା ଥିଲି, ସେତେବେଳେ ତୁମେ ମୋତେ ଖାଇବାକୁ ଦେଇଥିଲ। ମୋତେ ଶୋଷ ଲାଗୁଥିବା ସମୟରେ ମୋତେ କିଛି ପିଇବାକୁ ଦେଇଛ। ମୁଁ ଘରଠାରୁ ଦୂରରେ ଏକୁଟିଆ ଥିଲି। ତୁମ୍ଭେ ମୋତେ ତୁମ୍ଭ ଘରକୁ ଡାକିଥିଲ। 36 ମୋର କୌଣସି ଲୁଗାପଟା ନ ଥିଲା, ଏବଂ ତୁମ୍ଭେ ମୋତେ ପିନ୍ଧିବାକୁ ଦେଇଥିଲ। ମୁଁ ଅସୁସ୍ଥ ଥିଲି, ତୁମ୍ଭେ ମୋର ଯତ୍ନ ନେଇଥିଲ, ମୁଁ କାରାଗାରରେ ଥିଲି। ତୁମ୍ଭେ ମୋତେ ଦେଖିବାକୁ ଆସିଥିଲ।’
37 “ସେତେବେଳେ ଭଲ ଲୋକମାନେ ଉତ୍ତର ଦେବେ, ‘ହେ ପ୍ରଭୁ! ଆମ୍ଭେ କେତେବେଳେ ଆପଣଙ୍କୁ ଭୋକିଲା ଦେଖିଥିଲୁ ଓ ଖାଇବାକୁ ଦେଇଥିଲୁ? କେତେବେଳେ ଆମ୍ଭେ ଆପଣଙ୍କୁ ଶୋଷିଲା ଦେଖିଥିଲୁ ଓ ପିଇବାକୁ କିଛି ଦେଇଥିଲୁ? 38 କେତେବେଳେ ଆମ୍ଭେ ଆପଣଙ୍କୁ ଘରଠାରୁ ଦୂରରେ ଏକୁଟିଆ ଦେଖିଥିଲୁ ଓ ଆମ୍ଭ ଘରକୁ ଡାକିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ପୋଷାକ ନ ଥିବା ବେଳେ ଦେଖିଥିଲୁ ଓ ପିନ୍ଧିବାକୁ କିଛି ଦେଇଥିଲୁ? 39 କେତେବେଳେ ଆପଣଙ୍କୁ ଆମ୍ଭେ ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ ଓ ଆପଣଙ୍କର ଯତ୍ନ ନେଇଥିଲୁ?’
40 “ସେତେବେଳେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି। ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣକ ପାଇଁ ଯାହାକିଛି କଲ, ତାହା ତୁମ୍ଭେ ମୋ’ ପାଇଁ କଲ।’
41 “ତା'ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, ‘ମୋ’ ପାଖରୁ ଗ୍ଭଲିଯାଅ। ପରମେଶ୍ୱର ତୁମ୍ଭ ନିମନ୍ତେ ଦଣ୍ଡ ନିରୂପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ଯିବ, ଯାହାକି ଶୟତାନ ଓ ତା'ର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି। 42 କାରଣ ମୁଁ ଭୋକିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ଖାଇବାକୁ ଦେଇ ନ ଥିଲ, 43 ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ପିଇବାକୁ ଦେଇ ନ ଥିଲ। ମୁଁ ଏକୁଟିଆ ଘରଠାରୁ ଦୂରରେ ଥିଲି, କିନ୍ତୁ ତୁମ୍ଭେ ମୋତେ ଘର ଭିତରକୁ ଡାକିଲ ନାହିଁ, ମୋର ଲୁଗାପଟା ନ ଥିଲା, ମୋତେ ତୁମ୍ଭେ ପିନ୍ଧିବାକୁ କିଛି ଦେଇ ନ ଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାରରେ ଥିଲି ଓ ତୁମ୍ଭେ ମୋ’ ପାଇଁ ଚିନ୍ତା କରି ନ ଥିଲ।’
44 “ତା'ପରେ ସେମାନେ ମଧ୍ୟ ଉତ୍ତର ଦେବେ, ‘ପ୍ରଭୁ, ଆପଣଙ୍କୁ କେତେବେଳେ ଆମ୍ଭେ ଭୋକିଲା ବା ଶୋଷିଲା ଦେଖିଥିଲୁ? ଆମ୍ଭେ କେତେବେଳେ ଆପଣଙ୍କୁ ଏକୁଟିଆ ଓ ଘରଠାରୁ ଦୂରରେ ଦେଖିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ଲୁଗାପଟା ନ ଥିବା ଅବସ୍ଥାରେ ବା ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ? କେବେ ଏସବୁ ଆମ୍ଭେ ଦେଖିଥିଲୁ ଓ ଆପଣଙ୍କୁ ସାହାଯ୍ୟ କଲୁ ନାହିଁ?’
45 “ତା'ପରେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଯେତେବେଳେ ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଲୋକଙ୍କ ଭିତରୁ ଯେକୌଣସି ଲୋକକୁ ସାହାଯ୍ୟ କରିବାକୁ ମନାକଲ, ତୁମ୍ଭେ ମୋତେ ସାହାଯ୍ୟ କରିବା ପାଇଁ ମନାକଲ!’
46 “ତା'ପରେ ଏହି ଲୋକଗୁଡ଼ିକ ଗ୍ଭଲିଯିବେ, ସେମାନଙ୍କୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।”
2010 by World Bible Translation Center