Revised Common Lectionary (Complementary)
ଦାଉଦଙ୍କର ଗୀତ।
25 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।
2 ହେ ମୋର ପରମେଶ୍ୱର, ମୁଁ ତୁମ୍ଭର ଶରଣାଗତ
ଓ ମୁଁ କେବେ ନିରାଶ ହେବି ନାହିଁ।
ମୋତେ ମୋର ଶତ୍ରୁମାନେ ଦେଖି କେବେ ହସିବେ ନାହିଁ।
3 ହଁ, ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସେମାନେ ନିରାଶ ହେବେ ନାହିଁ।
କିନ୍ତୁ ବିଶ୍ୱାସଘାତକମାନେ ନିରାଶ ହେବେ।
ସେମାନେ କିଛି ପାଇବେ ନାହିଁ।
4 ହେ ସଦାପ୍ରଭୁ, ମୋତେ ତୁମ୍ଭର ପଥରେ ଗ୍ଭଲିବାକୁ ସାହାଯ୍ୟ କର।
ତୁମ୍ଭର ମାର୍ଗରେ ଗ୍ଭଲିବାକୁ ଶିକ୍ଷା ପ୍ରଦାନ କର।
5 ତୁମ୍ଭର ସତ୍ୟ ମାର୍ଗରେ ଗ୍ଭଲିବାକୁ ମୋତେ କଢ଼ାଇ ନିଅ ଓ ଶିକ୍ଷା ଦିଅ।
ତୁମ୍ଭେ ମୋର ପରିତ୍ରାଣର ପରମେଶ୍ୱର ଅଟ।
ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରଖେ।
6 ହେ ସଦାପ୍ରଭୁ, ମୋ’ ପ୍ରତି ଦୟା ଦେଖାଇବାକୁ ସ୍ମରଣ କର।
ମୋତେ ଠିକ୍ ସେହିପରି ସ୍ନେହପୂର୍ଣ୍ଣ କରୁଣା ଦେଖାଅ, ଯାହାକି ତୁମ୍ଭେ ସର୍ବଦା ଦେଖାଇଅଛ।
7 ମୁଁ ଯୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ଯାଅ।
ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମୋତେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାରେ ବାନ୍ଧି ରଖ।
8 ସଦାପ୍ରଭୁ ହିଁ ପ୍ରକୃତରେ ମହାନ।
ସେ ପାପୀକୁ ଉଚିତ୍ ମାର୍ଗରେ ଗ୍ଭଲିବାକୁ ନିର୍ଦ୍ଦେଶ ଦିଅନ୍ତି।
9 ସେ ଶୋଚନୀୟ ଲୋକକୁ ବିଗ୍ଭର ମାର୍ଗ ଦେଖାନ୍ତି
ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଗ୍ଭଲିବାକୁ ପ୍ରେରିତ କରନ୍ତି।
10 ସଦାପ୍ରଭୁ ସେହିମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି,
ଯେଉଁମାନେ ତାଙ୍କର ନିୟମ ଓ ପ୍ରତିଜ୍ଞା ମାନି ଚଳନ୍ତି।
37 ସେତେବେଳେ ରାଜା ଫାରୋ ଏବଂ ତାଙ୍କର ଦାସମାନଙ୍କ ଦୃଷ୍ଟିରେ ଏହା ଉତ୍ତମ ଜ୍ଞାନ ବୋଧ ହେଲା। 38 ସେତେବେଳେ ଫାରୋ ସେମାନଙ୍କୁ କହିଲେ, “ମୁଁ ଭାବୁଛି ଆମ୍ଭେ ଏହି କାର୍ଯ୍ୟ ପାଇଁ ଯୋଷେଫଙ୍କଠାରୁ ଆଉ ଉତ୍ତମ ଲୋକ ପାଇପାରିବା ନାହିଁ। ପରମେଶ୍ୱରଙ୍କ ଆତ୍ମା ତା’ ମଧ୍ୟରେ ଅଛନ୍ତି।”
39 ତେଣୁ ଫାରୋ ଯୋଷେଫଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ଏହିସବୁ ଦେଖାଇ ଥିବାରୁ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ। 40 ମୁଁ ମୋର ଦେଶର ଦାୟିତ୍ୱ ତୁମ୍ଭକୁ ଦେଲି, ଏବଂ ସମସ୍ତ ଲୋକ ତୁମ୍ଭର ଆଦେଶ ମାନିବେ। କେବଳ ମୁଁ ତୁମ୍ଭଠାରୁ ବଡ଼ ହେବି।”
41 ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ତୁମ୍ଭକୁ ସମଗ୍ର ମିଶର ଦେଶ ଉପରେ ମୂଖ୍ୟଭାବେ ନିଯୁକ୍ତ କଲି।” 42 ଏହା ପରେ ଫାରୋ ତାଙ୍କୁ ଏକ ବିଶେଷ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳାରେ ସୁବର୍ଣ୍ଣହାର ଦେଲେ। 43 ଫାରୋ ଯୋଷେଫଙ୍କୁ ଆପଣା ଦ୍ୱିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, “ଯୋଷେଫଙ୍କୁ ପ୍ରଣାମ କର” ବୋଲି କହିଲେ। ତେଣୁ ଯୋଷେଫ ସମଗ୍ର ମିଶରରେ ମୁଖ୍ୟ ଭାବେ ନିଯୁକ୍ତ ହେଲେ।
44 ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ଫାରୋ, କିନ୍ତୁ ତୁମ୍ଭର ଆଜ୍ଞା ବିନା ମିଶରରେ କେହି କିଛି କରି ପାରିବେ ନାହିଁ।” 45 ଫାରୋ ଯୋଷେଫଙ୍କୁ ଏକ ଅନ୍ୟ ନାମରେ ନାମିତ କଲେ, “ସାଫନତ୍-ପାନେହ”[a] ଫାରୋ ଯୋଷେଫଙ୍କୁ ଓନ ନଗର ନିବାସୀ ପୋଟୀଫେର ନାମକ ଯାଜକର ଆସନତ୍ ନାମ୍ନୀ କନ୍ୟା ସହିତ ବିବାହ ଦେଲେ। ଯୋଷେଫ ସମସ୍ତ ମିଶର ଦେଶ ମଧ୍ୟଦେଇ ଗଲେ।
46 ଯୋଷେଫ ତିରିଶ୍ ବର୍ଷ ବୟସରେ ମିସ୍ରୀୟ ରାଜା ଫାରୋଙ୍କ ଛାମୁରେ ଛିଡ଼ା ହୋଇଥିଲେ। ଏହା ପରେ ଯୋଷେଫ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିଶର ଦେଶର ସର୍ବତ୍ର ଭ୍ରମଣ କଲେ। 47 ସେହି ସୁଭିକ୍ଷର ସାତ ବର୍ଷ ମଧ୍ୟରେ ପ୍ରଚୁର ପରିମାଣରେ ଫସଲ ଉତ୍ପନ୍ନ ହେଲା। 48 ଯୋଷେଫ ସେହି ସାତ ବର୍ଷରେ ମିଶର ଦେଶରେ ଉତ୍ପନ୍ନ ଶସ୍ୟ ସଂଗ୍ରହ କରି ପ୍ରତି ନଗରରେ ସଞ୍ଚୟ କଲେ। ଯେଉଁ ନଗରର ଗ୍ଭରିଆଡ଼େ ଭୂମିରେ ଯେତେ ଶସ୍ୟ ଉତ୍ପନ୍ନ ହେଲା, ତାହା ସବୁ ସେହି ନଗରରେ ସଞ୍ଚିତ ହେଲା। 49 ଏହି ପ୍ରକାରେ ଯୋଷେଫ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ୟ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ।
9 “ସେହି ପୂର୍ବପୁରୁଷମାନେ ଯୋଷେଫଙ୍କର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବିକ୍ରୀ କରିଦେଲେ। କିନ୍ତୁ ପରମେଶ୍ୱର ଯୋଷେଫଙ୍କ ସହିତ ଥିଲେ। 10 ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ। 11 ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।
12 “ମିଶରରେ ଶସ୍ୟଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ। 13 ସେମାନଙ୍କର ଦ୍ୱିତୀୟ ଥର ଯିବା ସମୟରେ ଯୋଷେଫ ନିଜ ଭାଇମାନଙ୍କ ପାଖରେ ପରିଚିତ ହେଲେ ଓ ଫାରୋ ଯୋଷେଫଙ୍କ ପରିବାର ବିଷୟରେ ଜାଣିଲେ। 14 ତେଣୁ ଯୋଷେଫ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡକେଇ ଆଣିଲେ। ସେମାନେ ସମୁଦାୟ ସତୁରି ଜଣ ଥିଲେ। 15 ତା'ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ। 16 ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ।
2010 by World Bible Translation Center