Revised Common Lectionary (Complementary)
ଦାଉଦଙ୍କର ଗୀତ।
25 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।
2 ହେ ମୋର ପରମେଶ୍ୱର, ମୁଁ ତୁମ୍ଭର ଶରଣାଗତ
ଓ ମୁଁ କେବେ ନିରାଶ ହେବି ନାହିଁ।
ମୋତେ ମୋର ଶତ୍ରୁମାନେ ଦେଖି କେବେ ହସିବେ ନାହିଁ।
3 ହଁ, ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସେମାନେ ନିରାଶ ହେବେ ନାହିଁ।
କିନ୍ତୁ ବିଶ୍ୱାସଘାତକମାନେ ନିରାଶ ହେବେ।
ସେମାନେ କିଛି ପାଇବେ ନାହିଁ।
4 ହେ ସଦାପ୍ରଭୁ, ମୋତେ ତୁମ୍ଭର ପଥରେ ଗ୍ଭଲିବାକୁ ସାହାଯ୍ୟ କର।
ତୁମ୍ଭର ମାର୍ଗରେ ଗ୍ଭଲିବାକୁ ଶିକ୍ଷା ପ୍ରଦାନ କର।
5 ତୁମ୍ଭର ସତ୍ୟ ମାର୍ଗରେ ଗ୍ଭଲିବାକୁ ମୋତେ କଢ଼ାଇ ନିଅ ଓ ଶିକ୍ଷା ଦିଅ।
ତୁମ୍ଭେ ମୋର ପରିତ୍ରାଣର ପରମେଶ୍ୱର ଅଟ।
ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରଖେ।
6 ହେ ସଦାପ୍ରଭୁ, ମୋ’ ପ୍ରତି ଦୟା ଦେଖାଇବାକୁ ସ୍ମରଣ କର।
ମୋତେ ଠିକ୍ ସେହିପରି ସ୍ନେହପୂର୍ଣ୍ଣ କରୁଣା ଦେଖାଅ, ଯାହାକି ତୁମ୍ଭେ ସର୍ବଦା ଦେଖାଇଅଛ।
7 ମୁଁ ଯୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ଯାଅ।
ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମୋତେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାରେ ବାନ୍ଧି ରଖ।
8 ସଦାପ୍ରଭୁ ହିଁ ପ୍ରକୃତରେ ମହାନ।
ସେ ପାପୀକୁ ଉଚିତ୍ ମାର୍ଗରେ ଗ୍ଭଲିବାକୁ ନିର୍ଦ୍ଦେଶ ଦିଅନ୍ତି।
9 ସେ ଶୋଚନୀୟ ଲୋକକୁ ବିଗ୍ଭର ମାର୍ଗ ଦେଖାନ୍ତି
ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଗ୍ଭଲିବାକୁ ପ୍ରେରିତ କରନ୍ତି।
10 ସଦାପ୍ରଭୁ ସେହିମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି,
ଯେଉଁମାନେ ତାଙ୍କର ନିୟମ ଓ ପ୍ରତିଜ୍ଞା ମାନି ଚଳନ୍ତି।
ଯୋଷେଫଙ୍କୁ ଡକା ହେଲା ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କରିବାକୁ
14 ତେଣୁ ଫାରୋ ଯୋଷେଫଙ୍କୁ ବନ୍ଦୀଶାଳାରୁ ଡକାଇଲେ। କାରାରକ୍ଷୀ ଯୋଷେଫଙ୍କୁ ଶୀଘ୍ର ବନ୍ଦୀଶାଳାରୁ ବାହାର କଲେ। ଯୋଷେଫ କ୍ଷୌର ହୋଇ ଉତ୍ତମ ବସ୍ତ୍ର ପରିଧାନ କଲେ। ଏହା ପରେ ସେ ଫାରୋଙ୍କୁ ଦେଖା କରିବାକୁ ଗଲେ। 15 ଫାରୋ ଯୋଷେଫଙ୍କୁ ପଗ୍ଭରିଲେ, “ମୁଁ ଏକ ସ୍ୱପ୍ନ ଦେଖିଲି। କିନ୍ତୁ କୌଣସି ଲୋକ ଏହି ସ୍ୱପ୍ନର ଅର୍ଥ କରି ପାରୁ ନାହାନ୍ତି। ମୁଁ ଶୁଣିଲି ଯେ, ଯଦି କେହି ତୁମ୍ଭକୁ ସ୍ୱପ୍ନ ବିଷୟରେ କୁହେ, ତେବେ ତୁମ୍ଭେ ସ୍ୱପ୍ନର ଅର୍ଥ କରି ପାରୁଛ।”
16 ଯୋଷେଫ ଉତ୍ତର ଦେଲେ, “ମୁଁ ପାରିବି ନାହିଁ। କିନ୍ତୁ ହୋଇପାରେ ପରମେଶ୍ୱର ଏହାର ଅର୍ଥ କରି ପାରନ୍ତି।”
17 ଏହା ପରେ ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ସ୍ୱପ୍ନରେ ଦେଖିଲି, ମୁଁ ନୀଳ ନଦୀ କୂଳରେ ଛିଡ଼ା ହୋଇଥିଲି। 18 ଏହା ପରେ ସାତୋଟି ଗାଈ ନଦୀରୁ ବାହାରି ଘାସ ଖାଇଲେ। ସେମାନେ ଦେଖିବାକୁ ସୁସ୍ଥ ସବଳ ଓ ସୁନ୍ଦର ଥିଲେ। 19 ଏହା ପରେ ମୁଁ ଦେଖିଲି, ଆଉ ସାତୋଟି ଦୁର୍ବଳ, ରୁଗ୍ଣ ଓ କୁତ୍ସିତ ଦେଖାଯାଉଥିବା ଗାଈଗୁଡ଼ିକ ନଦୀ ମଧ୍ୟରୁ ଉଠିଲେ, ଯେଉଁମାନେ କି ଦୁର୍ବଳ ଓ ରୁଗ୍ଣ ଦେଖାଯାଉଥିଲେ। ସେମାନଙ୍କ ପରି କୁତ୍ସିତ ଗାଈ ମୁଁ ସମୁଦାୟ ମିଶରରେ ଆଦୌ ଦେଖି ନ ଥିଲି! 20 ଏହା ପରେ ସେହି ଦୁର୍ବଳ କୁତ୍ସିତ ଗାଈଗୁଡ଼ିକ ସେହି ସୁସ୍ଥବାନ ଗାଈଗୁଡ଼ିକୁ ଖାଇଗଲେ। 21 ତଥାପି ସେମାନେ ସେହିପରି ଦୁର୍ବଳ ଓ କୁତ୍ସିତ ଦେଖା ଯାଉଥା’ନ୍ତି। ସେମାନେ ଖାଇ ସାରିବା ପରେ ନ ଖାଇଲା ପରି ଦେଖା ଯାଉଥିଲେ। ଏହି ସମୟରେ ମୋର ନିଦ୍ରା ଭାଙ୍ଗିଗଲା।
22 “ପୁଣି ଥରେ ସ୍ୱପ୍ନରେ ମୁଁ ଦେଖିଲି, ଗୋଟିଏ ଶଣ୍ଢାରେ ସାତୋଟି ପୂର୍ଣ୍ଣ ଓ ଉତ୍ତମ ଶୀଷା ବାହାରିଲା। 23 ଏହା ପରେ ସାତୋଟା ମୁଣ୍ଡ ବାହାରି ଆସି ଶୀଷା ଉତ୍ପନ୍ନ ହେଲା। କିନ୍ତୁ ସେହି ଗୁଡ଼ିକ କ୍ଷୀଣ, ପୂର୍ବ ବାୟୁରେ ଶୁଖି ଯାଇଥିବା ପରି ଦେଖା ଯାଉଥିଲା। 24 ପୁଣି ସେହି କ୍ଷୀଣ ଶୀଷାଗୁଡ଼ିକ ଉତ୍ତମ ସାତୋଟି ଶୀଷାକୁ ଗିଳି ପକାଇଲା।
“ଏହି ସ୍ୱପ୍ନ ମୁଁ ମୋର ମନ୍ତ୍ରଜ୍ଞମାନଙ୍କୁ କହିଲି, ମାତ୍ର କେହି ଏହାର ଅର୍ଥ ଆମ୍ଭକୁ କହି ପାରିଲେ ନାହିଁ।”
ଯୋଷେଫ ସେହି ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କଲେ
25 ଏହା ପରେ ଯୋଷେଫ ଫାରୋଙ୍କୁ କହିଲେ, “ସେହି ଦୁଇଟି ସ୍ୱପ୍ନ ଏକା ପ୍ରକାର। ଯାହା ଶୀଘ୍ର ଘଟିବାକୁ ଯାଉଛି ତାହା ପରମେଶ୍ୱର ଆପଣଙ୍କୁ କହୁଛନ୍ତି। 26 ଉଭୟ ସ୍ୱପ୍ନର ଅର୍ଥ ପ୍ରାୟ ସମାନ। ସାତୋଟି ସ୍ୱାସ୍ଥ୍ୟ ଗାଈ, ସାତୋଟି ଉତ୍ତମ ଶୀଷା ସାତ ବର୍ଷ ସ୍ୱରୂପ। 27 ଆଉ ସେହି ସାତୋଟି ଦୁର୍ବଳ, ରୁଗ୍ଣ ଦେଖାଯାଉଥିବା ଗାଈଗୁଡ଼ିକ ସେହି ସାତୋଟି କୃଶ, କୁତ୍ସିତ ଗୋରୁ ସାତ ବର୍ଷ ସ୍ୱରୂପ। ଆଉ ପୂର୍ବୀୟ ବାୟୁରେ ଶୁଷ୍କ ସାତୁଟା ଶୀଷା ମଧ୍ୟ ଦୁର୍ଭିକ୍ଷର ସାତ ବର୍ଷ ସ୍ୱରୂପ। 28 ପରମେଶ୍ୱର ଯାହା କରିବାକୁ ଉଦ୍ୟତ ତାହା ଫାରୋଙ୍କୁ ଦେଖାଇ ଅଛନ୍ତି। 29 ଦେଖନ୍ତୁ, ସମସ୍ତ ଦେଶରେ ସାତ ବର୍ଷ ମହା ସୁଭିକ୍ଷ ଆସୁଅଛି। 30 କିନ୍ତୁ ତା’ ପଛେ ସାତ ବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶର ଦେଶରୁ ବିସ୍ମୃତ ହେବ। ଦୁର୍ଭିକ୍ଷ ଦେଶକୁ ଧ୍ୱଂସ କରିବ। 31 ଲୋକମାନେ ଭୂଲିଯିବେ ଯେ, ତା’ ପୂର୍ବରୁ ମିଶରରେ ସୁଭିକ୍ଷ ଥିଲା ବୋଲି। ପ୍ରଚୁର ପରିମାଣରେ ଖାଦ୍ୟ ମିଳୁଥିଲା ବୋଲି।
32 “ଫାରୋ, ଆପଣ ଏକା ପ୍ରକାର ଦୁଇଟି ସ୍ୱପ୍ନ ଦେଖିବାର କାରଣ ହେଲା, ପରମେଶ୍ୱର ଦେଖାଇବାକୁ ଗ୍ଭହାନ୍ତି ଯେ, ତାହା ଖୁବ୍ ଶୀଘ୍ର ଘଟିବାକୁ ଯାଉଛି। 33 ସେଥିପାଇଁ ଫାରୋ ଏକ ବୁଦ୍ଧିମାନ, ଜ୍ଞାନୀ ଲୋକଙ୍କୁ ମିଶରର ଦାୟିତ୍ୱ ଦେବା ପାଇଁ ମନୋନୀତ କରିବେ। 34 ଏହା ପରେ ଆପଣ ଆଉ କିଛି ଲୋକଙ୍କୁ ବାଛନ୍ତୁ ଯେ କି ଲୋକମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରିବେ। ଏହିସବୁ ସୁଭିକ୍ଷ ସମୟରେ, ଲୋକମାନେ ତାଙ୍କ ଶସ୍ୟର ଏକ ପଞ୍ଚମାଂଶ ଖାଦ୍ୟ ଦେବେ। 35 ଏହି ପ୍ରକାରେ ଲୋକମାନେ ସେହି ଉତ୍ତମ ସାତ ବର୍ଷ ମଧ୍ୟରେ ଖାଦ୍ୟ ସଂଗ୍ରହ କରି ରଖିବେ। ଏହି ପ୍ରକାରେ ଖାଦ୍ୟ ସଂଗ୍ରହ କରି ଆପଣ ନିୟନ୍ତ୍ରଣରେ ରଖନ୍ତୁ। 36 ଦୁର୍ଭିକ୍ଷର ସାତ ବର୍ଷ ସମୟରେ ସମସ୍ତ ମିଶରକୁ ଆପଣ ଖାଦ୍ୟ ଯୋଗାଇ ପାରିବେ। ତେଣୁ ମିଶର ଦୁର୍ଭିକ୍ଷ ଯୋଗୁଁ ଧ୍ୱଂସ ହେବ ନାହିଁ।”
ବିଶ୍ୱାସ ଓ ସତ୍କର୍ମ
14 ମୋ’ ଭାଇ ଓ ଭଉଣୀମାନେ! ଯଦି ଜଣେ କୁହେ, ଯେ, ସେ ଜଣେ ବିଶ୍ୱାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା'ହେଲେ ତାହାର ବିଶ୍ୱାସ ମୂଲ୍ୟହୀନ। କ’ଣ ଏହିଭଳି ବିଶ୍ୱାସ ତାହାକୁ ରକ୍ଷା କରି ପାରିବ? ନା! 15 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଜଣେ ଭାଇ ଓ ଭଉଣୀ, ପିନ୍ଧିବାକୁ ଲୁଗା ବା ଖାଇବାକୁ ଖାଦ୍ୟ ଆବଶ୍ୟକ କରିପାରେ। 16 ଏବଂ ତୁମ୍ଭେ ତାହାକୁ କହୁଛ, “ପରମେଶ୍ୱର ତୁମ୍ଭ ସହିତ ଥାଆନ୍ତୁ! ତୁମ୍ଭେ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ।” ତୁମ୍ଭେ ଏଗୁଡ଼ିକ ବିଷୟରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ୟକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାଯ୍ୟ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ୟହୀନ ଅଟେ। 17 ବିଶ୍ୱାସ ବିଷୟରେ ମଧ୍ୟ ଠିକ୍ ସେହି କଥା ଅଟେ। ଯଦି ବିଶ୍ୱାସ କିଛି କାର୍ଯ୍ୟ ଉତ୍ପନ୍ନ ନ କରେ, ତେବେ ସେ ବିଶ୍ୱାସ ମୃତ ଅଟେ।
18 ଜଣେ ଲୋକ କହିପାରେ, “ତୁମ୍ଭ ପାଖରେ ବିଶ୍ୱାସ ଅଛି, ପୁଣି ମୋ’ ପାଖରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ ମୋ’ କର୍ମଗୁଡ଼ିକ ଦ୍ୱାରା ମୋ’ ବିଶ୍ୱାସ ତୁମ୍ଭକୁ ଦେଖାଇବି।” 19 ତୁମ୍ଭେ ବିଶ୍ୱାସ କର ଯେ, କେବଳ ଜଣେ ପରମେଶ୍ୱର ଅଛନ୍ତି; ଭଲ କଥା କିନ୍ତୁ ଭୂତମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି ଓ ଭୟରେ ଥରହର ହୁଅନ୍ତି।
20 ହେ ମୂର୍ଖ ଲୋକ! କର୍ମଗୁଡ଼ିକ ବିନା ବିଶ୍ୱାସ ଯେ ମୂଲ୍ୟହୀନ ଅଟେ, ଏହାର ପ୍ରମାଣ କ’ଣ ତୁମ୍ଭେ ଦେଖିବାକୁ ଗ୍ଭହୁଁଛ? 21 ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବେଦୀ ଉପରେ ନିଜ ପୁତ୍ର ଇସ୍ହାକଙ୍କୁ ବଳି ରୂପରେ ପରମେଶ୍ୱରଙ୍କଠାରେ ଉତ୍ସର୍ଗ କଲେ। 22 ଅତଏବ ତୁମ୍ଭେ ଦେଖ ଯେ, ଅବ୍ରହାମଙ୍କର ବିଶ୍ୱାସ ଓ କର୍ମ ଏକା ସାଙ୍ଗରେ କାମ କରୁଥିଲା। ତାହାଙ୍କ କାମ ଦ୍ୱାରା ହିଁ ତାହାଙ୍କର ବିଶ୍ୱାସ ସିଦ୍ଧ ହେଲା। 23 ଏହା ଦ୍ୱାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ। ଓ ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେହି ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକ କଲା।”(A) “ପରମେଶ୍ୱରଙ୍କ ମିତ୍ର”(B) ବୋଲି ଅବ୍ରହାମ ଡକାଗଲେ। 24 ଅତଏବ ତୁମ୍ଭେ ଦେଖ ଯେ, କର୍ମ ଦ୍ୱାରା ଜଣେ ଲୋକ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରୁଛି। ସେ କେବଳ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇପାରିବ ନାହିଁ।
25 ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ୟା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ୱରଙ୍କ ଗୁପ୍ତଚରମାନଙ୍କୁ ସାହାଯ୍ୟ କଲା ଓ ସେମାନଙ୍କୁ ନିଜ ଘରେ ସ୍ୱାଗତ କଲା ଓ ଅନ୍ୟ ବାଟଦେଇ ସେମାନଙ୍କୁ ପଳାୟନ କରିବାରେ ସାହାଯ୍ୟ କଲା।
26 ଆତ୍ମା ନ ଥିଲେ ଜଣେ ମନୁଷ୍ୟର ଶରୀରଟି ମୃତ ହୋଇଯାଏ। ସେହିପରି ବିଶ୍ୱାସ ବିଷୟରେ ମଧ୍ୟ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ୱାସ ମୃତ ଅଟେ।
2010 by World Bible Translation Center