Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 66:1-9

ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।

66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
ତାହାଙ୍କ ନାମର ମହିମା ଗାନ କର।
    ସ୍ତୁତି ଗାନ କରି ଗୌରବାନ୍ୱିତ କର।
ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
    ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
    ସେମାନେ ତୁମ୍ଭକୁ ଭୟ କରନ୍ତି।
ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
    ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।” ସେଲା

ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
    ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
    ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
    ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
    ତାଙ୍କ ବିପକ୍ଷରେ ଜି‌ଦ୍‌ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ। ସେଲା

ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
    ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
    ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 51:47-58

47 ଆଉ ସେ ସମୟ ନିଶ୍ଚୟ ଆସିବ,
    ଯେତେବେଳେ ଆମ୍ଭେ ବାବିଲର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା
ଓ ସମଗ୍ର ବାବିଲ ଲଜ୍ଜିତ ହେବ।
    ଆଉ ତାହାର ନିହତ ଲୋକମାନେ ନଗରର ରାସ୍ତାରେ ପତିତ ହେବେ।
48 ସେ ସମୟରେ ସ୍ୱର୍ଗ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ
    ବାବିଲ ବିଷୟରେ ଆନନ୍ଦରେ ଚିତ୍କାର କରିବେ।
କାରଣ ସଦାପ୍ରଭୁ କହନ୍ତି ଯେ,
    ଉତ୍ତର ଦିଗରୁ ବିନାଶକଗଣ ଆସିବେ।”

49 “ବାବିଲର ପତନ ନିଶ୍ଚିତ ହେବ,
    କାରଣ ସେ ଇସ୍ରାଏଲର ଲୋକମାନଙ୍କୁ ନିପାତିତ କରିଅଛି
    ଓ ପୃଥିବୀର ସମୁଦାୟ ଦେଶର ଲୋକଙ୍କୁ ବଧ କରିଅଛି।
50 ହେ ‌‌ଖ‌ଡ଼୍‌ଗରୁ ବଞ୍ଚିତ ଲୋକମାନେ,
    ତୁମ୍ଭେମାନେ ଗ୍ଭଲିଯାଅ,
    ସ୍ଥିର ହୋଇ ଠିଆ ହୁଅ ନାହିଁ।
ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର
    ଓ ଯିରୁଶାଲମକୁ ମନେ ପକାଅ।

51 “ଆମ୍ଭେ ଯିହୁଦାବାସୀ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହୋଇଅଛୁ,
    ଆମ୍ଭେମାନେ ଅପମାନିତ ହୋଇଅଛୁ।
କାରଣ ବିଦେଶୀମାନେ ସଦାପ୍ରଭୁଙ୍କର ମନ୍ଦିର ସକଳ
    ପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି।”

52 ଏଣୁ ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି,
    ଯେତେବେଳେ ଆମ୍ଭେ ତାହାର ଖୋଦିତ ମୂର୍ତ୍ତିଗୁଡ଼ିକୁ ପ୍ରତିଫଳ ଦେବା,
ସେତେବେଳେ ଏହି ଦେଶର କ୍ଷତବିକ୍ଷତ ଲୋକମାନେ
    ଯନ୍ତ୍ରଣାରେ ଗଁ ଗଁ କରିବେ।
53 ପୁଣି ସଦାପ୍ରଭୁ କହନ୍ତି,
    ଯଦିଓ ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ
ଓ ନିଜର ଦୁର୍ଗଗୁଡ଼ିକୁ ସୁଦୃଢ଼ କରିବ।
    ତଥାପି ଆମ୍ଭ ପ୍ରେରିତ ବିନାଶକମାନେ
ତାହା ମଧ୍ୟରେ ପ୍ରବେଶ କରିବେ ଓ ତାକୁ ଧ୍ୱଂସ କରିବେ।”

54 “ଆମ୍ଭେ ବାବିଲରୁ କ୍ରନ୍ଦନର ରବ ଶୁଣିପାରୁଛୁ
    ଓ କ‌‌ଲ୍‌‌ଦୀୟମାନଙ୍କ ଦେଶରୁ ମନ ବିନାଶର ଶବ୍ଦ ଶୁଣିପାରୁଛୁ।
55 ସଦାପ୍ରଭୁ ବାବିଲକୁ ବିନଷ୍ଟ କରିବେ
    ଓ ନଗର ମଧ୍ୟରୁ ମହାରବ କ୍ଷାନ୍ତ କରିବେ।
ଶତ୍ରୁସୈନ୍ୟ ତରଙ୍ଗାୟିତ ମହାସାଗର ସଦୃଶ ଗର୍ଜନ କରି ଆସିବେ
    ଓ କ‌‌ଲ୍‌‌ଦୀୟମାନେ ସେହି ମହାରବ ଶୁଣିବେ।
56 ବାବିଲ ବିରୁଦ୍ଧରେ ସେମାନେ ଆସିବେ ଓ ତାହାକୁ ଧ୍ୱଂସ କରିବେ।
    ସେମାନଙ୍କର ବୀରଗଣ ଧରାଯିବେ
ଓ ସେମାନଙ୍କର ଧନୁସବୁ ଖଣ୍ଡ ଖଣ୍ଡ ହୋଇ ଭଙ୍ଗାଯିବ।
    କାରଣ ସଦାପ୍ରଭୁ ସେମାନଙ୍କର ଦୁଷ୍କର୍ମ ଯୋଗୁଁ ନିଶ୍ଚୟ ପ୍ରତିଫଳ ଦେବେ।
57 ପୁଣି ଆମ୍ଭେ ତାହାର ଅଧିପତିଗଣକୁ,
    ତାହାର ଜ୍ଞାନୀ ଲୋକମାନଙ୍କୁ,
ତାହାର ଦେଶାଧ୍ୟକ୍ଷ, ତାହାର ଅଧିପତିଗଣକୁ
    ଓ ତାହାର ବୀର ପୁରୁଷମାନଙ୍କୁ ମତ୍ତ କରାଇବା।
ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହେବେ
    ଓ କେବେ ଜାଗ୍ରତ ହେବେ ନାହିଁ।”
ଏହା ରାଜା କହନ୍ତି,
    ତାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।

58 ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
“ବାବିଲର ପ୍ରଶସ୍ତ ସୁଦୃଢ଼ ପ୍ରାଚୀର ସମ୍ପୂର୍ଣ୍ଣ ରୂପେ ଉତ୍ପାଟିତ ହେବ
    ଓ ତାହାର ଉଚ୍ଚ ଦ୍ୱାରସବୁ ଅଗ୍ନିରେ ଦ‌ଗ୍‌ଧ ହେବ।
ବାବିଲର ଲୋକମାନେ କଠିନ ପରିଶ୍ରମ କରିବେ
    ଓ ନଗରକୁ ରକ୍ଷା କରିବାକୁ କ୍ଳାନ୍ତ ହେବେ।
ମାତ୍ର ତାହା କିଛି ସାହାଯ୍ୟ କରିବ ନାହିଁ।
    ସେମାନେ ସେହି ଅଗ୍ନିଶିଖାରେ ଜାଳେଣି ସ୍ୱରୂପ ଦ‌ଗ୍‌ଧ ହେବେ।”

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:1-7

ସହଖ୍ରୀଷ୍ଟିୟାନମାନଙ୍କୁ ସାହାଯ୍ୟ କର

ଭାଇ ଓ ଭଉଣୀମାନେ! ପରମେଶ୍ୱର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, ସେହି ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ। ସେହି ବିଶ୍ୱାସୀମାନେ ମହାକ୍ଳେଶ ଦୁଃଖ ଦ୍ୱାରା ପରୀକ୍ଷିତ ହେଲେ। ଏବଂ ସେମାନେ ଅତି ଗରିବ। କିନ୍ତୁ ସେମାନଙ୍କ ମହାନନ୍ଦ ହେତୁ ସେମାନେ ପ୍ରଚୁର ଉଦାରତାର ଦାନ ଦେଇଥିଲେ। ମୁଁ କହିପାରେ ଯେ, ସେମାନେ ଯେତେ ଦେଇ ପାରିବା କଥା ତାହ ଦେଇଛନ୍ତି। ଏତିକି ନୁହେଁ, ସେମାନେ ସ୍ୱେଚ୍ଛାରେ ନିଜ ସାମର୍ଥ୍ୟ ଅପେକ୍ଷା ଅଧିକ ଦେଇଛନ୍ତି। କେହି ତାହାଙ୍କୁ ଏହା କରିବା ପାଇଁ କହି ନାହିଁ। କିନ୍ତୁ ସେମାନେ ଆଗ୍ରହ ପୂର୍ବକ, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଏହି ସେବା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ଆମକୁ ବାରମ୍ବାର ଅନୁନୟ କରୁଥିଲେ। ସେମାନେ ଯେଉଁଭଳି ଭାବରେ ଦେଲେ ଆମ୍ଭେ ତାହା କେବେ ଭାବି ନ ଥିଲୁ। ସେମାନେ ତାହାଙ୍କର ଅର୍ଥ ଦେବା ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠାରେ ଓ ଆମ୍ଭଠାରେ ସମର୍ପଣ କଲେ।

ପରମେଶ୍ୱର ଏହା ଇଚ୍ଛା କରନ୍ତି। ସେଥିପାଇଁ ଆମ୍ଭେ ତୀତସକୁ କହିଲୁ ଯେ ସେ ଏହି ଅନୁଗ୍ରହ କାର୍ଯ୍ୟକୁ ଯେପରି ଆରମ୍ଭ କରିଥିଲେ, ସେହିପରି ଏହି ବିଶେଷ ଅନୁଗ୍ରହର କାର୍ଯ୍ୟକୁ ସମାପ୍ତ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ। ତୁମ୍ଭେମାନେ ବିଶ୍ୱାସ, ବାକ୍ୟ ପ୍ରଗ୍ଭର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭେମାନେ ଶିଖିଥିବା ପ୍ରେମ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦେବା ସେବାରେ ତୁମ୍ଭେମାନେ ଧନୀ ହୁଅ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center