Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 25:11-20

11 ହେ ସଦାପ୍ରଭୁ, ମୁଁ ଜୀବନରେ ଅନେକ ଅପରାଧ କରିଛି।
    କିନ୍ତୁ ତୁମ୍ଭର ମହାନୁଭବତା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ କ୍ଷମା କର।
    କାରଣ ତୁମ୍ଭେ ମହାନ।

12 ଯଦି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ,
    ତା'ପରେ ପରମେଶ୍ୱର ତାକୁ ବଞ୍ଚିବା ପାଇଁ ଜୀବନପଥ ଦେଖାନ୍ତି।
13 ସେହି ବ୍ୟକ୍ତି ଅତି ଆନନ୍ଦରେ ଜୀବନଯାପନ କରିବ
    ଓ ତା'ର ସନ୍ତାନ-ସନ୍ତତିଗଣ ପରମେଶ୍ୱରଙ୍କ ପ୍ରଦତ୍ତ ଭୂମିରେ ବାସ କରିବେ।
14 ସଦାପ୍ରଭୁ ସର୍ବଦା ଗୁପ୍ତ ବିଷୟ ସବୁ ତାଙ୍କର ଅନୁଯୋଗୀମାନଙ୍କୁ କୁହନ୍ତି।
    ସେ ତାଙ୍କର ବ୍ୟବସ୍ଥା ସବୁ ସେମାନଙ୍କୁ ନିୟମ ପ୍ରଦାନ କରନ୍ତି।
15 ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ।
    ସେ ସଦାସର୍ବଦା ମୋତେ ମୋର ବିପଦରୁ ମୁକ୍ତ କରନ୍ତି।

16 ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ।
    ତୁମ୍ଭର କୃପାଦୃଷ୍ଟି ମୋ’ ଉପରେ ପକାଅ।
17 ମୋତେ ବିପଦରୁ ମୁକ୍ତ କର।
    ମୋର ସମସ୍ୟାର ସମାଧାନରେ ସହାୟକ ହୁଅ।
18 ହେ ସଦାପ୍ରଭୁ, ମୋର ଦୁଃଖ ଓ କ୍ଳେଶ ପ୍ରତି ଦୃଷ୍ଟିପାତ କର।
    ମୁଁ ଯେଉଁ ପାପ କରିଛି, ସେଥିଲାଗି ମୋତେ କ୍ଷମା କର।
19 ମୋର ଶତ୍ରୁମାନଙ୍କୁ ଥରେ ଗ୍ଭହଁ।
    ସେମାନେ ମୋତେ ଘୃଣା କରନ୍ତି ଓ ଆଘାତ କରିବାକୁ ଗ୍ଭହାନ୍ତି।
20 ହେ ସଦାପ୍ରଭୁ, ମୋର ପ୍ରାଣ ରକ୍ଷା କର।
    ମୁଁ ତୁମ୍ଭ ଉପରେ ନିର୍ଭର ରଖିଛି।
    ତେଣୁ ମୋତେ ନିରାଶ କର ନାହିଁ।

ଆୟୁବ ପୁସ୍ତକ 24:1-8

24 “କାହିଁକି ସର୍ବଶକ୍ତିମାନଙ୍କଠାରୁ ସମୟ ଲୁଚି ରହେନି?
    କିନ୍ତୁ ଯେଉଁମାନେ ତାଙ୍କୁ ଜାଣନ୍ତି, କେତେବେଳେ ସେ ପଦକ୍ଷେପ ନେବେ ତାହା ଜାଣନ୍ତି।”

“କେହି କେହି ନିଜର ଜମିର ସୀମାକୁ ଘୁଞ୍ଚାଇ ପଡ଼ୋଶୀର ଜମି ମାରି ଦେବାକୁ ଚେଷ୍ଟା କରନ୍ତି।
    କେହି ଅନ୍ୟର ମେଷପଲ ହରଣ କରି ଅନ୍ୟ ଚରାଭୂମିକୁ ନେଇ ଯାଆନ୍ତି।
ସେମାନେ ଅନାଥମାନଙ୍କ ଗଧକୁ ଗ୍ଭେରାଇ ନିଅନ୍ତି।
    କେହି ବିଧବାର ଗାଈ ନେଇ ବନ୍ଧକ ରୂପେ ରଖନ୍ତି ଯେପର୍ଯ୍ୟନ୍ତ ସେ ତା'ର ପ୍ରାପ୍ୟ ପରିଶୋଧ ନ କରିଛି।
ସେମାନେ ଗରିବ ଲୋକର ଗୃହରୁ ତଡ଼ିଦେଇ ଏଣେତେଣେ ବୁଲିବାକୁ ଛାଡ଼ିଦିଅନ୍ତି।
    ଏହି ଗରିବମାନେ ସେମାନଙ୍କ କୋପରୁ ରକ୍ଷା ପାଇବାକୁ ଲୁଚି ବୁଲନ୍ତି।

“ଗରିବ ଲୋକମାନେ ବଣୁଆ ଗଧଭଳି ମରୁଭୂମିରେ ଖାଦ୍ୟ ଅନ୍ୱେଷଣରେ ଉଚ୍ଚସ୍ଥଳ ଘୁରି ବୁଲନ୍ତି।
    ସେମାନେ ପ୍ରାତଃକାଳରୁ ଉଠି ଖାଦ୍ୟ ଅନ୍ୱେଷଣରେ ବୁଲନ୍ତି।
    ସେମାନେ ନିଜ ପିଲାମାନଙ୍କ ଖାଦ୍ୟ ପାଇଁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରନ୍ତି।
ଗରିବ ଲୋକମାନେ ବହୁତ ବିଳମ୍ବିତ ରାତ୍ରିଯାଏ ଫସଲ ଅମଳ କରନ୍ତି।
    ସେମନେ ନିଶ୍ଚୟ ଧନୀ ଲୋକମାନଙ୍କ ପାଇଁ ତାଙ୍କ ଅଙ୍ଗୁର କ୍ଷେତ୍ରରେ ଅଙ୍ଗୁର ସଂଗ୍ରହ କରନ୍ତି।
ଗରିବ ଲୋକେ ବିନା ବସ୍ତ୍ରରେ ସାରା ରାତି ଶୟନ କରନ୍ତି।
    ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କ ନିକଟରେ ଘୋଡ଼ାଇବା ବସ୍ତ୍ର ନ ଥାଏ।
ସେମାନେ ପାହାଡ଼ ପର୍ବତରେ ବର୍ଷାରେ ଭିଜନ୍ତି।
    ଥଣ୍ଡାରୁ ରକ୍ଷା ପାଇବାକୁ ସେମାନଙ୍କ ପାଖରେ କିଛି ନ ଥାଏ।
    ତେଣୁ ସେମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବଡ଼ ପଥର ପାଖରେ ଶରଣ ନିଅନ୍ତି।

ଯାକୁବଙ୍କ ପତ୍ର 2:1-7

ସମସ୍ତଙ୍କୁ ପ୍ରେମ କର

ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବିଶ୍ୱାସ କର। ଅତଏବ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବ ନାହିଁ। ମନେକର, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସେତିକିବେଳେ ଆସେ। ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡାକି ବିଶେଷ ଅଭ୍ୟର୍ଥନା ଜଣାଇ କହିଥାଅ: “ଏହି ଭଲ ଆସନରେ ବସନ୍ତୁ।” କିନ୍ତୁ ଗରିବ ଲୋକଟିକୁ କହିଥାଅ: “ତୁମ୍ଭେ ସେଠାରେ ଠିଆ ହୁଅ” ବା “ମୋ’ ଗୋଡ଼ ପାଖର ଭୂଇଁରେ ବସ।” ତୁମ୍ଭେ ଏ କ’ଣ କରୁଛ? ଏହା ଦ୍ୱାରା ତୁମ୍ଭେ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱ ପ୍ରଦାନ କରୁଛ! ମନ୍ଦ ଅଭିପ୍ରାୟ ରଖି ତୁମ୍ଭେ ନିର୍ଣ୍ଣୟ କରୁଛ ଯେ, କେଉଁ ଲୋକଟି ଅଧିକ ଭଲ।

ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ! ପରମେଶ୍ୱର ବିଶ୍ୱାସରେ ଧନୀ ହେବା ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସେ ଯେଉଁ ରାଜ୍ୟ ଦେବା ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସେମାନଙ୍କୁ ବାଛିଛନ୍ତି। କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସେହିମାନେ ତୁମ୍ଭକୁ କଚେରୀକୁ ଟାଣି ନେଇ ଯାଆନ୍ତି। ଏବଂ ଯେଉଁ ମହତ ନାମରେ ତୁମ୍ଭେମାନେ ନାମିତ ହୋଇଅଛ ଓ ଯେ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, ସେମାନେ ତାହାଙ୍କର ନିନ୍ଦା କରନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center