Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:19-33

19 ମୁଁ କହୁ ନାହିଁ ଯେ ମୂର୍ତ୍ତି ବା ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଖାଦ୍ୟର ଗୁରୁତ୍ୱ ଅଛି। ଏବଂ ମୁଁ ଏହା ମଧ୍ୟ କହୁ ନାହିଁ ମୂର୍ତ୍ତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। 20 କିନ୍ତୁ ମୋ’ କହିବା କଥା ଯେ, ତୁମ୍ଭେମାନେ ଭୂତମାନଙ୍କ ସହିତ କୌଣସି କାର୍ଯ୍ୟରେ ଅଂଶ ଗ୍ରହଣ ନ କର। କିନ୍ତୁ ମୁଁ କୁହେ ଯାହା ମୂର୍ତ୍ତିଗୁଡ଼ିକୁ ବଳି ରୂପେ ଉତ୍ସର୍ଗ କରାଯାଇଥାଏ ତାହା ଶୟତାନକୁ ଉତ୍ସର୍ଗ କରାଯାଇଥାଏ, ପରମେଶ୍ୱରଙ୍କରୁ ନୁହେଁ। ଏବଂ ମୁଁ ଗ୍ଭହେଁ ତୁମ୍ଭେମାନେ ଶୟତାନ ସହିତ ଅଂଶୀଦାର ହୁଅ ନାହିଁ। 21 ତୁମ୍ଭେମାନେ ପ୍ରଭୁଙ୍କ ପିଆଲାରୁ [a] ଓ ଶୟତାନର ପିଆଲାରୁ ମଧ୍ୟ ପିଇ ପାରିବ ନାହିଁ। ସେହିପରି ପ୍ରଭୁଙ୍କ ମେଜ ଓ ଶୟତାନର ମେଜ ଉଭୟର ଅଂଶୀଦାର ହୋଇ ବସି ପାରିବ ନାହିଁ। 22 ଆମ୍ଭେ କ’ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ? ଆମ୍ଭେ କ’ଣ ତାହାଙ୍କଠାରୁ ଅଧିକ ବଳବାନ? ନା!

ପ୍ରଭୁଙ୍କର ଗୌରବ ପାଇଁ ନିଜ ସ୍ୱାଧୀନତାର ବ୍ୟବହାର କର

23 “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ ସବୁ ବିଷୟ ଭଲ ନୁହେଁ। “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ କେତେକ ବିଷୟ ଅନ୍ୟମାନଙ୍କ ବିଶ୍ୱାସକୁ ଦୃଢ଼ କରିବାରେ ସାହାଯ୍ୟ କରେ ନାହିଁ। 24 କୌଣସି ଲୋକ କେବଳ ନିଜର ସ୍ୱାର୍ଥ ପାଇଁ ଚିନ୍ତିତ ହେବା ଉଚିତ୍ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ୍।

25 ବଜାରରେ ଯାହା ବିକ୍ରି ହେଉଛି ସେସବୁ ମାଂସ ତୁମ୍ଭେ ଖାଇପାର। ନିଜ ବିବେକ ସକାଶେ ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ସେ ବିଷୟରେ କୌଣସି ପ୍ରଶ୍ନ ପଗ୍ଭର ନାହିଁ। 26 ତୁମ୍ଭେ ଖାଇପାର କାରଣ “ପୃଥିବୀ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ବିଷୟ ପ୍ରଭୁଙ୍କର ଅଟେ।” [b]

27 ଜଣେ ଅବିଶ୍ୱାସୀ ଲୋକ ତୁମ୍ଭମାନଙ୍କୁ ଭୋଜନ ପାଇଁ ଡାକିପାରେ। ଯଦି ତୁମ୍ଭେମାନେ ଯିବାକୁ ସ୍ଥିର କଲ, ଯାହା ତୁମ୍ଭମାନଙ୍କ ଆଗରେ ଥୁଆ ହୋଇଛି, ତାହା ଖାଅ। 28 ଏହା ଭଲ କି ମନ୍ଦ କୌଣସି ପ୍ରଶ୍ନ ନ କରି ଖାଦ୍ୟ ଭୋଜନ କର। କିନ୍ତୁ ଯଦି ତୁମ୍ଭମାନଙ୍କୁ ଜଣେ କୁହେ: “ଏହି ଖାଦ୍ୟ ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି।” ତାହାହେଲେ ସେ ଖାଦ୍ୟ ଖାଅ ନାହିଁ। ପ୍ରଥମ କାରଣ ହେଲା, ଯିଏ ଏହା କହିଛି ତା’ର ବିଶ୍ୱାସକୁ ତୁମ୍ଭେମାନେ ଆଘାତ ନ ଦେବା ପାଇଁ ଖାଅ ନାହିଁ ଓ ଦ୍ୱିତୀୟ କାରଣ ହେଲା ଏହି ମାଂସ ବା ପ୍ରସାଦ ଖାଇବା ଅନୁଚିତ୍ ବୋଲି କେତେକ ମତ ଦିଅନ୍ତି। 29 ତୁମ୍ଭେମାନେ ଏହାକୁ ଭୁଲ୍ ବିବେଚନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବେଚନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହେତୁ ମୋ’ ନିଜର ସ୍ୱାଧୀନତାରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ। 30 କାରଣ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସାରି ଭୋଜନ କରିଥିବା ଯୋଗୁଁ ମୁଁ ସମାଲୋଚିତ ହେବା ଅନୁଚିତ୍।

31 ଅତଏବ, ଯେତେବେଳେ ତୁମ୍ଭେମାନେ ଖାଅ, ପିଅ ବା ଅନ୍ୟ ଯାହାକିଛି କର, ପରମେଶ୍ୱରଙ୍କ ମହିମା ପାଇଁ କରିବା ଉଚିତ୍। 32 ଏଭଳି କୌଣସି କାମ କର ନାହିଁ, ଯାହାଦ୍ୱାରା ଯିହୂଦୀ ବା ଅଣଯିହୂଦୀ ଲୋକେ ବା ପରମେଶ୍ୱରଙ୍କ ମଣ୍ଡଳୀ ବାଧା ପାଇବେ। 33 ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରତ୍ୟେକଙ୍କୁ ସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ କରିବାକୁ ଗ୍ଭହେଁ। ମୁଁ ଅନେକଙ୍କର ମଙ୍ଗଳ ଚିନ୍ତାକରେ ଯଦ୍ଦ୍ୱାରା ସେମାନେ ପରିତ୍ରାଣ ପାଇ ପାରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center