Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରୋମୀୟଙ୍କ ପ୍ରତି ପତ୍ର 15:1-13

15 ଆମ୍ଭେ ଆମ୍ଭର ବିଶ୍ୱାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାଯ୍ୟ କରିବା ଉଚିତ୍ ଏବଂ ସେମାନଙ୍କର ଦୁର୍ବଳତାରୁ ସେମାନଙ୍କୁ ଉଦ୍ଧାର କରିବା। ଆମ୍ଭେ କେବଳ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ। ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ସେମାନଙ୍କ ବିଶ୍ୱାସକୁ ବଳବାନ କରିବା ଓ ବଢ଼ାଇବା ଦୃଷ୍ଟିରୁ ଆମ୍ଭେ ସେମାନଙ୍କ ପାଇଁ କ’ଣ ଭଲ ତାହା ଭାବିବା ଉଚିତ୍। ଖ୍ରୀଷ୍ଟ ମଧ୍ୟ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରି ନ ଥିଲେ। ତାହାଙ୍କ ବିଷୟରେ ଶାସ୍ତ୍ର କୁହେ: “ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସେମାନେ ମୋର ବି ଅପମାନ କରିଛନ୍ତି।” [a] ଶାସ୍ତ୍ରରେ ଯେଉଁ କଥା ମାନ ଲେଖା ଅଛି, ସେଗୁଡ଼ିକ ଦ୍ୱାରା ଆମ୍ଭର ଧୈର୍ଯ୍ୟ ଓ ଶକ୍ତି ବଢ଼େ ଓ ଆମ୍ଭେ ଭରସା ଲାଭ କରୁ। ଧୈର୍ଯ୍ୟ ଓ ଶକ୍ତି ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗରେ ମିଳିମିଶି ରୁହ। ତା’ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ୱରଙ୍କୁ ମହିମା ପ୍ରଦାନ କରି ପାରିବ। ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେମାନେ ପରସ୍ପରକୁ ଗ୍ରହଣ କର। ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସେବକ ହେଲେ। ଅଣଯିହୂଦୀ ଲୋକେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ କରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ୟ ସେ ଏହା କଲେ। ଶାସ୍ତ୍ର କୁହେ:

“ସେଥିପାଇଁ ମୁଁ ଅଣଯିହୂଦୀ ଲୋକଙ୍କ ଭିତରେ ତୁମ୍ଭକୁ ଧନ୍ୟବାଦ ଜଣାଇବି,
    ଓ ତୁମ୍ଭ ନାମର ମହିମା ଗାନ କରିବି।” (A)

10 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,

“ତୁମ୍ଭେ ଅଣଯିହୂଦୀମାନେ, ପରମେଶ୍ୱରଙ୍କର ବଛା ହୋଇଥିବା ଲୋକଙ୍କ ସହିତ ପ୍ରସନ୍ନ ରହିବା ଉଚିତ୍।” (B)

11 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,

“ତୁମ୍ଭେ ଅଣଯିହୂଦୀମାନେ ପ୍ରଭୁଙ୍କର ପ୍ରଶଂସା ଗାନ କର,
    ସମସ୍ତ ଲୋକେ ମଧ୍ୟ ପ୍ରଭୁଙ୍କର ପ୍ରଶଂସା କରିବା ଉଚିତ୍।” (C)

12 ଯିଶାଇୟ ମଧ୍ୟ କୁହନ୍ତି,

“ଯିଶୟ [b]ଙ୍କ ବଂଶରୁ ଜଣେ ପ୍ରକାଶିତ ହେବ।
    ସେହି ଲୋକ ଅଣଯିହୂଦୀମାନଙ୍କ ଉପରେ ଶାସନ କରିବେ,
ଓ ଅଣଯିହୂଦୀମାନେ ସେହି ଲୋକ ପାଇଁ ଭରସା ଲାଭ କରିବେ।” (D)

13 ମୁଁ ସମସ୍ତ ଭରସାର ସ୍ରୋତ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା’ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ରଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center