M’Cheyne Bible Reading Plan
ଅବ୍ରହାମ, ତୁମ୍ଭର ପୁତ୍ରକୁ ହତ୍ୟାକର
22 ଏହିସବୁ ଘଟଣା ଘଟିବାପରେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ। ପରମେଶ୍ୱର ତାଙ୍କୁ କହିଲେ, “ଅବ୍ରହାମ!”
ଏବଂ ଅବ୍ରହାମ କହିଲେ, “ହଁ!”
2 ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ପୁତ୍ରକୁ ମୋରିୟାକୁ ନିଅ। ମୋରିୟାରେ ତୁମ୍ଭର ଏକ ମାତ୍ର ସ୍ନେହର ପୁତ୍ର ଇସ୍ହାକକୁ ମୋ’ ନିମନ୍ତେ ହୋମାର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସେହି ପର୍ବତକୁ ନେଇ ସେଠାରେ ହୋମବଳି କର।”
3 ପ୍ରଭାତରେ ଅବ୍ରହାମ ଉଠିଲେ ଏବଂ ତାଙ୍କର ଗଧକୁ ସଜାଇଲେ। ଅବ୍ରହାମ ତାଙ୍କର ପୁତ୍ର ଇସ୍ହାକ ଏବଂ ଦୁଇଜଣ ଦାସଙ୍କୁ ତାଙ୍କ ସହିତରେ ନେଲେ। ଅବ୍ରହାମ ହୋମବଳି ନିମନ୍ତେ କାଠ କାଟି ପରମେଶ୍ୱର କହିଥିବା ସ୍ଥାନକୁ ନେଇଗଲେ। 4 ତୃତୀୟ ଦିନର ଯାତ୍ରା ପରେ ଅବ୍ରହାମ ନିରୀକ୍ଷଣ କଲେ ଓ ଦୂର ସ୍ଥାନକୁ ଦେଖିଲେ, ଯେଉଁଠାକୁ ସେ ଯାଉଥିଲେ। 5 ଏହା ପରେ ଅବ୍ରହାମ ତାଙ୍କର ଦାସମାନଙ୍କୁ କହିଲେ, “ତୁମ୍ଭେମାନେ ଗଧ ସହ ଏହିଠାରେ ଅପେକ୍ଷା କର। ମୁଁ ମୋର ପୁତ୍ରକୁ ନେଇ ସେହି ସ୍ଥାନକୁ ଉପାସନା ପାଇଁ ଯାଉଛି। କିଛି ସମୟ ପରେ ଆମ୍ଭେ ତୁମ୍ଭ ନିକଟକୁ ଫେରି ଆସିବୁ।”
6 ଅବ୍ରହାମ ତାଙ୍କ ପୁତ୍ରର କାନ୍ଧରେ ହୋମବଳି ନିମନ୍ତେ କାଠ ରଖିଲେ ଏବଂ ନିଜେ ଏକ ସ୍ୱତନ୍ତ୍ର ଛୁରୀ ଏବଂ ନିଆଁ ନେଇ ଗଲେ। ଏହା ପରେ ଦୁଇଜଣ ଏକତ୍ର ହୋଇଗଲେ।
7 ଇସ୍ହାକ ତାଙ୍କର ପିତା ଅବ୍ରହାମଙ୍କୁ କହିଲେ, “ପିତା!”
ଅବ୍ରହାମ ଉତ୍ତର ଦେଲେ, “ହଁ, ମୋର ପୁତ୍ର।”
ଇସ୍ହାକ କହିଲେ, “ଆମ୍ଭର ହୋମବଳି ନିମନ୍ତେ କାଠ ଓ ନିଆଁ ଅଛି, କିନ୍ତୁ ଯେଉଁ ମେଷକୁ ଉତ୍ସର୍ଗ କରାଯିବ ତାହା କେଉଁଠାରେ?”
8 ଅବ୍ରହାମ ଉତ୍ତର ଦେଲେ, “ହେ ମୋର ପୁତ୍ର, ପରମେଶ୍ୱର ନିଜେ ଉତ୍ସର୍ଗ ପାଇଁ ସେହି ମେଷ ଯୋଗାଇବେ।”
ତେଣୁ ଇସ୍ହାକ ଓ ଅବ୍ରହାମ ଏକତ୍ର ସେଇ ସ୍ଥାନକୁ ଗ୍ଭଲିଲେ। 9 ପରମେଶ୍ୱର କହିଥିବା ସ୍ଥାନକୁ ସେମାନେ ଆସିଲେ। ସେଠାରେ ଅବ୍ରହାମ ଏକ ଯଜ୍ଞବେଦି ସ୍ଥାପନ କଲେ ଏବଂ ତାହା ଉପରେ କାଠ ସଜାଡ଼ିଲେ। ଏହା ପରେ ଅବ୍ରହାମ ଇସ୍ହାକକୁ ବାନ୍ଧି ଯଜ୍ଞବେଦିର କାଠ ଉପରେ ଶୁଆଇ ଦେଲେ। 10 ଏହା ପରେ ଅବ୍ରହାମ ତାଙ୍କର ଛୁରୀ ଆଣିଲେ ଏବଂ ଇସ୍ହାକକୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହେଲେ।
11 କିନ୍ତୁ ଏହା ପରେ ସଦାପ୍ରଭୁଙ୍କର ଦୂତ ସ୍ୱର୍ଗରୁ ଅବ୍ରହାମଙ୍କୁ ଡାକି କହିଲେ, “ହେ ଅବ୍ରହାମ, ହେ ଅବ୍ରହାମ!”
ଅବ୍ରହାମ ଉତ୍ତର ଦେଲେ, “ହଁ ପ୍ରଭୁ!”
12 ସଦାପ୍ରଭୁଙ୍କର ଦୂତ ଅବ୍ରହାମଙ୍କୁ କହିଲେ, “ତୁମ୍ଭର ପୁତ୍ରକୁ ହତ୍ୟା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ୱରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମୋ’ ସକାଶେ ଉତ୍ସର୍ଗ କରିବାକୁ କୁଣ୍ଠାବୋଧ କରି ନାହଁ।”
13 ଏହା ପରେ ଅବ୍ରହାମ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମେଷ ଦେଖିଲେ, ତା’ର ଶିଙ୍ଗ ବୁଦାରେ ଚ୍ଛନ୍ଦି ହୋଇଥିଲା। ତେଣୁ ଅବ୍ରହାମ ସେହି ଅଣ୍ଡିରା ମେଷକୁ ଆଣି ହତ୍ୟା କଲେ ଓ ତାହାକୁ ନିଜପୁତ୍ର ବଦଳରେ ହୋମବଳିରେ ଉତ୍ସର୍ଗ କଲେ। 14 ତେଣୁ ଅବ୍ରହାମ ସେହି ସ୍ଥାନର ନାମ ଦେଲେ, “ଯିହୋବାଃ-ଯିରି” [a] ଏପରିକି ଆଜି ମଧ୍ୟ ଲୋକମାନେ କୁହନ୍ତି, “ପର୍ବତରେ ସଦାପ୍ରଭୁ ପ୍ରଦାନ କରନ୍ତି।”
15 ସଦାପ୍ରଭୁଙ୍କର ଦୂତ ଦ୍ୱିତୀୟ ଥର ଅବ୍ରହାମଙ୍କୁ ସ୍ୱର୍ଗରୁ ଡାକିଲେ। 16 ସଦାପ୍ରଭୁଙ୍କର ଦୂତ କହିଲେ, “ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦେବାକୁ ସମ୍ମତ ହେଲ, କାରଣ ମୋ’ ପାଇଁ ତୁମ୍ଭେ ଏପରି କଲ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସେହି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ, 17 ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ୟ ଓ ସମୁଦ୍ର କୂଳର ଅସଂଖ୍ୟ ବାଲି ତୁଲ୍ୟ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସେହି ସହରରେ ବାସ କରିବ। 18 ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ମୁଁ ଏପରି କରିବି କାରଣ ତୁମ୍ଭେ ମୋର ବାକ୍ୟ ମାନିଅଛ।”
19 ଏହା ପରେ ଅବ୍ରହାମ ତାଙ୍କର ଦାସଗଣ ନିକଟକୁ ଫେରିଗଲେ। ଏହା ପରେ ସେମାନେ ସମସ୍ତେ ବେର୍ଶେବାକୁ ଫେରିଗଲେ। ଏବଂ ଅବ୍ରହାମ ସେଠାରେ ବାସ କଲେ।
20 ଏହିସବୁ ଘଟଣା ଘଟିଯିବା ପରେ, ଅବ୍ରହାମଙ୍କୁ ଏକ ବାର୍ତ୍ତା ପଠାଗଲା। ବାର୍ତ୍ତାଟି ଏହିପରି ଥିଲା, “ତୁମ୍ଭର ଭାଇ ନାହୋର ଏବଂ ତା’ର ସ୍ତ୍ରୀ ମିଲ୍କା ସନ୍ତାନ ପ୍ରସବ କରିଅଛି। 21 ତାହାର ଜ୍ୟେଷ୍ଠପୁତ୍ର ଊଷ, ତାହାର ଭାଇ ବୂଷ ଓ ଅରାମର ପିତା କମୂୟେଲ। 22 ଏହା ପରେ, କେଷଦ୍, ହସୋ, ପିଲଦଶ୍, ଯିଦ୍ଲଫ୍ ଓ ବଥୂୟେଲ।” 23 ସେହି ବଥୂୟେଲର କନ୍ୟା ରିବିକା। ମିଲ୍କା ଏହି ଆଠ ଜଣଙ୍କୁ ଅବ୍ରହାମଙ୍କର ଭ୍ରାତା ନାହୋର ନିମନ୍ତେ ଜନ୍ମ କଲା। 24 ଏବଂ ନାହୋରର ରୂମା ନାମ୍ନୀ ଦାସୀଠାରୁ ଟେବହ, ଗହନ୍, ତହଶ୍ ଓ ମାଖା ଏମାନେ ଜନ୍ମ ନେଲେ।
ଯୀଶୁ ରାଜାଭାବରେ ଯିରୁଶାଲମରେ ପ୍ରବେଶ କଲେ(A)
21 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମ ପାଖାପାଖି ଆସି ଯାଇଥିଲେ। ସେମାନେ ପ୍ରଥମେ ଜୀତପର୍ବତ ପାଖ ବୈଥ୍ଫାଗୀଠାରେ ଅଟକିଲେ। 2 ଯୀଶୁ ଦୁଇଜଣ ଶିଷ୍ୟଙ୍କୁ ଗାଁକୁ ପଠାଇଲେ। ସେ କହିଲେ, “ତୁମ୍ଭେ ଠିକ୍ ସାମନାରେ ଥିବା ଗାଁକୁ ଯାଅ। ସେଠାରେ ପହଞ୍ଚିବା ପରେ ତୁମ୍ଭେ ଗୋଟିଏ ମାଇ ଗଧ ବନ୍ଧା ହୋଇଥିବାର ଦେଖିବ। ତା’ ସହିତ ଗୋଟିଏ ଗଧଛୁଆ ମଧ୍ୟ ସେଠାରେ ଥିବ। ସେମାନଙ୍କୁ ଖୋଲିଦେବ, ଓ ସେମାନଙ୍କୁ ମୋ’ ପାଖକୁ ନେଇ ଆସିବ। 3 ଯଦି ତୁମ୍ଭକୁ କେହି ଲୋକ ପଗ୍ଭରେ ଯେ, ତୁମ୍ଭେମାନେ କାହିଁକି ଗଧ ଦୁହିଁଙ୍କୁ ନେଇ ଯାଉଛ, ତେବେ ତୁମ୍ଭେ କହିବ ‘ଏଗୁଡ଼ିକ ପ୍ରଭୁଙ୍କର ଦରକାର। ପରେ ସେ ସେମାନଙ୍କୁ ସଙ୍ଗେ ସଙ୍ଗେ ପଠାଇଦେବେ।’”
4 ଭବିଷ୍ୟଦ୍ବକ୍ତା ଯାହା କହିଥିଲେ, ତାହା ସଫଳ ହେବା ପାଇଁ ଏସବୁ ଘଟିଲା। ଭବିଷ୍ୟଦ୍ବକ୍ତା କହିଥିଲେ:
5 “ସିୟୋନ ନଗରୀକୁ କୁହ:
‘ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି।
ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚଢ଼ି ଆସୁଛନ୍ତି।
ହଁ, ଗୋଟିଏ ଗଧଛୁଆ ଉପରେ ଚଢ଼ିଛନ୍ତି,
ସେହି ଛୁଆଟି ଏକ ସ୍ତନ୍ୟପାୟୀ ଗଧରୁ ଜନ୍ମ ହୋଇଛି।’” (B)
6 ଶିଷ୍ୟମାନେ ଗ୍ଭଲିଗଲେ ଓ ଯୀଶୁଙ୍କ କହିବା ଅନୁସାରେ ସେମାନେ କାମ କଲେ। 7 ସେମାନେ ମାଈ ଗଧ ଓ ଗଧଛୁଆକୁ ନେଇ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ତାହାଙ୍କ ଲୁଗାଗୁଡ଼ିକ ଗଧମାନଙ୍କ ଉପରେ ବିଛାଇ ଦେଲେ। ଯୀଶୁ ସେହି ଲୁଗା ଉପରେ ବସିଲେ। 8 ଯୀଶୁ ଯିରୁଶାଲମ ରାସ୍ତାରେ ଯାତ୍ରା କଲେ। ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କର ଲୁଗା ରାସ୍ତାରେ ବିଛେଇ ଦେଲେ। ଆଉ କେତେକ ଲୋକ ଗଛରୁ ଡାଳ ସବୁ କାଟି ରାସ୍ତାରେ ବିଛାଇ ଦେଲେ। 9 ଯୀଶୁଙ୍କ ଆଗେ ଆଗେ କେତେକ ଲୋକ ଯାଉଥିଲେ। ତାହାଙ୍କ ପଛେ ପଛେ ମଧ୍ୟ କେତେକ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ:
ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ମହିମା ଗାନ କର।”
10 ଯୀଶୁ ଯେତେବେଳେ ଯିରୁଶାଲମରେ ପ୍ରବେଶ କଲେ, “ସେତେବେଳେ ସାରା ନଗରରେ ଚହଳ ପଡ଼ିଗଲା। ଲୋକେ ପଗ୍ଭରିଲେ, “ଏ ଲୋକଟି କିଏ?”
11 ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକେ କହିଲେ, “ଏ ହେଉଛନ୍ତି ଭବିଷ୍ୟଦ୍ବକ୍ତା ଯୀଶୁ। ସେ ଗାଲିଲୀ ପ୍ରଦେଶର ନାଜରିତ ସହରରୁ ଆସିଛନ୍ତି।”
ଯୀଶୁ ମନ୍ଦିରକୁ ଗଲେ(D)
12 ଯୀଶୁ ମନ୍ଦିର ପରିସରରେ ପ୍ରବେଶ କଲେ। ସେଠାରେ କିଣା ଓ ବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାରକୁ ଘଉଡ଼େଇ ଦେଲେ। ସେ ମୁଦ୍ରା ବ୍ୟବସାୟୀଙ୍କ ମେଜ ଓ କାପ୍ତା ବ୍ୟବସାୟୀଙ୍କ ଆସନ ଓଲଟେଇ ଦେଲେ। 13 ଯୀଶୁ ସେମାନଙ୍କୁ କହିଲେ, “ଶାସ୍ତ୍ରରେ ଏ କଥା ଲେଖାଅଛି, ‘ମୋ’ ଘର ପ୍ରାର୍ଥନା ଘର ବୋଲି କୁହାଯିବ।’ [b] କିନ୍ତୁ ତୁମ୍ଭେମାନେ ଏହାକୁ ଡକାୟତଙ୍କ ଆଡ୍ଡ଼ା ସ୍ଥଳି କରି ଦେଇଛ।” [c]
14 ମନ୍ଦିରରେ କେତେକ ଅନ୍ଧ ଓ କେତେକ ଛୋଟା ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। 15 ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କ ଏ ବିସ୍ମୟ ଜନକ କାମ ଦେଖିଲେ। ମନ୍ଦିର ପରିସରରେ ପିଲାମାନେ ପାଟି କରି ଯୀଶୁଙ୍କ ମହିମା ଗାନ କରୁଥିବାର ସେମାନେ ଶୁଣିଲେ। ପିଲାମାନେ କହୁଥିଲେ, “ଦାଉଦଙ୍କ ପୁତ୍ରଙ୍କ ମହିମା ଗାନ କର।” ଏସବୁ ଘଟଣାରେ ଯାଜକ ଓ ଧର୍ମଶାସ୍ତ୍ରୀମାନେ ରାଗିଗଲେ।
16 ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏ ପିଲାମାନେ କ’ଣ କହୁଛନ୍ତି, ତୁମ୍ଭେ କ’ଣ ତାହା ଶୁଣି ପାରୁଛ?”
ଯୀଶୁ ଉତ୍ତର ଦେଲେ, “ହଁ ଶୁଣି ପାରୁଛି। ଧର୍ମଶାସ୍ତ୍ର କହେ, ‘ତୁମ୍ଭେ ବାଳକ ଓ ଶିଶୁଙ୍କୁ ପ୍ରଶଂସା ଗାନ କରିବା ପାଇଁ ଶିଖେଇଛ।’ [d] ଏ କଥା କ’ଣ ତୁମ୍ଭେ ଧର୍ମଶାସ୍ତ୍ରରେ ପଢ଼ି ନାହଁ?”
17 ତା’ପରେ ଯୀଶୁ ସେ ସ୍ଥାନ ଓ ନଗରରୁ ବାହାରକୁ ଗ୍ଭଲିଗଲେ। ସେ ବେଥନୀୟାକୁ ଗ୍ଭଲିଗଲେ ଓ ସେଠାରେ ରାତିଟି କଟାଇଲେ।
ଯୀଶୁ ବିଶ୍ୱାସର ଶକ୍ତି ପ୍ରକାଶ କଲେ(E)
18 ତା’ ପରଦିନ ଅତି ସକାଳୁ ଯୀଶୁ ଯିରୁଶାଲମ ନଗରକୁ ଫେରୁଥିଲେ। ତାହାଙ୍କୁ ଭୋକ ଲାଗିଲା। 19 ରାସ୍ତା କଡ଼ରେ ସେ ଗୋଟିଏ ଡିମିରିଗଛ ଦେଖିଲେ। ସେ ଗଛ ପାଖକୁ ଗଲେ, ଗଛରେ ପତ୍ର ଛଡ଼ା ଆଉ ସେ କିଛି ପାଇଲେ ନାହିଁ। ସେ ଗଛକୁ କହିଲେ, “ଆଉ ଏଣିକି ତୋ’ଠାରେ ଫଳ ଆସିବ ନାହିଁ।” ସଙ୍ଗେ ସଙ୍ଗେ ଡିମିରିଗଛଟି ଶୁଖି ମରିଗଲା।
20 ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏତେ ଶୀଘ୍ର ଡିମିରିଗଛଟି କିପରି ଶୁଖି ମରିଗଲା?”
21 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି ତୁମ୍ଭର ବିଶ୍ୱାସ ଥିବ ଓ କୌଣସି ସନ୍ଦେହ ନ ଥିବ ତେବେ ମୁଁ ଏ ଗଛଟିକୁ ଯାହା କଲି, ତୁମ୍ଭେମାନେ ମଧ୍ୟ ଠିକ୍ ସେହିପରି କରି ପାରିବ। ତୁମ୍ଭେମାନେ ମଧ୍ୟ ଅନେକ ଅଧିକ କାମ କରି ପାରିବ। ତୁମ୍ଭେମାନେ ଏ ପର୍ବତକୁ କହିପାରିବ, ‘ହେ ପର୍ବତ, ଏଠାରୁ ଯାଅ ଓ ସମୁଦ୍ରରେ ପଡ଼।’ ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଏହା ଘଟିବ। 22 ତୁମ୍ଭେମାନେ ଯାହାକିଛି ପ୍ରାର୍ଥନାରେ ମାଗିବ, ତାହା ପାଇବ।”
ଯିହୂଦୀ ନେତାମାନେ ଯୀଶୁଙ୍କ ଅଧିକାରକୁ ସନ୍ଦେହ କଲେ(F)
23 ଯୀଶୁ ମନ୍ଦିର ପରିସରକୁ ଗଲେ। ସେଠାରେ ସେ ଉପଦେଶ ଦେଉଥିବା ସମୟରେ ପ୍ରଧାନଯାଜକ ଓ ଲୋକମାନଙ୍କର ପ୍ରାଚୀନ ନେତାମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭକୁ କୁହ, ଏଭଳି ସବୁ କାମ କେଉଁ ଅଧିକାରରେ ତୁମ୍ଭେ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?”
24 ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ତୁମ୍ଭେମାନେ ଯଦି ମୋ’ ପ୍ରଶ୍ନର ଉତ୍ତର ଦେଇ ପାରିବ, ତେବେ ମୁଁ କହିବି ଯେ ଏଭଳି କାମ କରିବାକୁ ମୋର କେଉଁ ଅଧିକାର ରହିଛି। 25 କୁହ, ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା?”ପରମେଶ୍ୱରଙ୍କ ପାଖରୁ ନା ମଣିଷ ପାଖରୁ?”
ମୁଖ୍ୟ ଯାଜକ ଓ ପ୍ରାଚୀନ ନେତାମାନେ ଯୀଶୁଙ୍କ ପ୍ରଶ୍ନ ବିଷୟରେ ଆଲୋଚନା କଲେ।” ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, ‘ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା,’ ତେବେ ଯୀଶୁ ପଗ୍ଭରିବେ, ‘ତେବେ ଯୋହନଙ୍କୁ ତୁମ୍ଭେମାନେ କାହିଁକି ବିଶ୍ୱାସ କଲ ନାହିଁ?’ 26 କିନ୍ତୁ ଆମ୍ଭେ ଯଦି କହିବା, ‘ଏହା ମନୁଷ୍ୟ ପାଖରୁ ଆସିଛି,’ ତେବେ ଏଠାରେ ଜମା ହୋଇଥିବା ଲୋକେ ଆମ୍ଭ ଉପରେ ରାଗିଯିବେ। ଆମ୍ଭେମାନେ ଏ ଲୋକମାନଙ୍କୁ ଭୟ କରୁଛୁ। କାରଣ ସେମାନେ ସମସ୍ତେ ଯୋହନଙ୍କୁ ଭବିଷ୍ୟଦ୍ବକ୍ତା ରୂପେ ବିଶ୍ୱାସ କରନ୍ତି.”
27 ତେଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା, ଆମ୍ଭେ ତାହା ଜାଣି ନାହୁଁ।”
ଯୀଶୁ କହିଲେ, “ତେବେ କେଉଁ ଅଧିକାରରେ ମୁଁ ଏସମସ୍ତ କାର୍ଯ୍ୟ କରୁଛି, ତାହା ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
ଯୀଶୁ ଦୁଇ ପୁଅର କାହାଣୀ କହିଲେ
28 “କୁହତ ଦେଖି, ତୁମ୍ଭେ ଏବିଷୟରେ କ’ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲେ, ‘ପୁଅ ଆଜି ଯା ଓ ଅଙ୍ଗୁର ବଗିଗ୍ଭରେ କାମ କର।’
29 “ପୁଅ କହିଲା, ‘ମୁଁ ଯିବି ନାହିଁ।’ କିନ୍ତୁ ପରେ ସେ ନିଜର ମନ ବଦଳାଇ ଗଲା।
30 “ତା’ପରେ ତା’ ବାପା ଅନ୍ୟ ପୁଅ ପାଖକୁ ଗଲେ ଓ ତାକୁ ସେହି କଥା କହିଲେ। ସେ କହିଲା, ‘ହଁ, ଆଜ୍ଞା ମୁଁ ଯିବି।’ କିନ୍ତୁ ଗଲା ନାହିଁ।
31 “ତେବେ କୁହ, ‘କେଉଁ ପୁଅ ତା’ର ବାପାଙ୍କ ବାଧ୍ୟ ହେଲା?”
ଯିହୂଦୀ ଧର୍ମ ନେତାମାନେ କହିଲେ, “ପ୍ରଥମ ପୁଅଟି ମାନିଲା।’
ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଭାବ ଯେ, କରଆଦାୟକାରୀ ଓ ବେଶ୍ୟାମାନେ ଖରାପ ମଣିଷ। କିନ୍ତୁ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆଗ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ।” 32 ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ୍ ବାଟ ଦେଖାଇବାକୁ ଯୋହନ ଆସି ଥିଲେ। ତୁମ୍ଭେମାନେ ଯୋହନଙ୍କୁ ବିଶ୍ୱାସ କଲ ନାହିଁ। କିନ୍ତୁ କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କଲେ। କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠାରେ ବିଶ୍ୱାସ କରିବା ଲାଗି ତୁମ୍ଭେମାନେ ହୃଦୟ ପରିବର୍ତ୍ତନ କଲ ନାହିଁ।
ପରମେଶ୍ୱର ତାହାଙ୍କର ପୁତ୍ରଙ୍କୁ ପଠାଇଲେ(G)
33 “ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମି ମାଲିକ ଥିଲେ। ତାହାଙ୍କ ଜମିରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା’ ଗ୍ଭରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥିରେ ଦ୍ରାକ୍ଷାକୁଣ୍ଡଟିଏ [e] ଖୋଲିଲେ। ସେ ସେଠାରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତେକ କୃଷକଙ୍କୁ ଜମିଟି ଭାଗ ଦେଇଦେଲେ। ତା’ପରେ ସେ ବିଦେଶ ଯାତ୍ରାରେ ବାହାରି ଗଲେ। 34 କିଛି ଦିନ ପରେ ଦ୍ରାକ୍ଷା ତୋଳିବା ବେଳ ଆସିଲା। ଜମିମାଲିକ ତାଙ୍କ ଦ୍ରାକ୍ଷା ଭାଗତକ ଆଣିବା ପାଇଁ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ।
35 “କିନ୍ତୁ କୃଷକମାନେ ଗ୍ଭକରମାନଙ୍କୁ ଧରି, ତାହାଙ୍କ ଭିତରୁ ଜଣକୁ ପିଟିଲେ, ସେମାନେ ଜଣକ ପରେ ଜଣେ ଗ୍ଭକରକୁ ପଥରରେ ମାରିପକାଇଲେ। 36 ତେଣୁ ଜମି ମାଲିକ ଆଉ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ। ଏଥର ପ୍ରଥମଥରଠାରୁ ଅଧିକ ଗ୍ଭକର ଗଲେ। କିନ୍ତୁ କୃଷକମାନେ ପ୍ରଥମ ଗ୍ଭକରମାନଙ୍କ ପ୍ରତି ଯାହା କରିଥିଲେ, ଏଥର ମଧ୍ୟ ସେମାନଙ୍କ ପ୍ରତି ତାହା କଲେ। 37 ତେଣୁ ମାଲିକ ନିଜର ପୁଅକୁ ପଠାଇବାକୁ ଠିକ୍ କଲେ। ସେ ଭାବିଲେ, ‘କୃଷକମାନେ ମୋ’ ପୁଅକୁ ସମ୍ମାନ ଦେବେ।’
38 “କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତରେ କୁହା କୁହି ହେଲେ, ‘ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦେବା, ଏହି ସମ୍ପତ୍ତି ଆମ୍ଭର ହୋଇଯିବ।’ 39 କୃଷକମାନେ ପୁଅକୁ ଧରି ନେଇ ଦ୍ରାକ୍ଷା ବଗିଗ୍ଭ ବାହାରକୁ ଫିଙ୍ଗି ମାରିଦେଲେ।
40 “ଅତଏବ, ଯେତେବେଳେ ନିଜେ ଜମିମାଲିକ ଆସିବେ, ସେତେବେଳେ ଏହି କୃଷକମାନଙ୍କୁ କ’ଣ କରିବେ?”
41 ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ କହିଲେ, “ସେ ନିଶ୍ଚୟ ସେହି ନିର୍ଦ୍ଦୟ ଲୋକଙ୍କୁ ହତ୍ୟା କରିବେ ଓ ତା’ପରେ ସେ ଦ୍ରାକ୍ଷାବଗିଗ୍ଭଟିକୁ ଅନ୍ୟ କୃଷକମାନଙ୍କୁ ଭାଗରେ ଦେଇଦେବେ, ଯେଉଁମାନେ ଅମଳ ସମୟରେ ତା’ର ଭାଗ ତାହାଙ୍କୁ ଦେବେ।”
42 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କଥା କ’ଣ କେବେ ହେଲେ ଶାସ୍ତ୍ରରେ ପଢ଼ି ନ ଥିଲ?
‘ଯେଉଁ ପଥରକୁ ଗୃହ ନିର୍ମାଣକାରୀମାନେ ବେକାର ଭାବିଲେ,
ସେହି ପଥର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମୂଳଦୁଆ କୋଣର ପଥର ହୋଇଗଲା।
ପରମେଶ୍ୱର ଏହା ହିଁ କଲେ,
ଆମ୍ଭ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଘଟଣା।’ (H)
43 “ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନଙ୍କଠାରୁ ପରମେଶ୍ୱରଙ୍କ ରାଜ୍ୟ ଛଡ଼ାଇ ନିଆଯିବ। ପରମେଶ୍ୱର ତାହାଙ୍କ ରାଜ୍ୟରେ ଯାହା ହେବା ପାଇଁ ଗ୍ଭହାନ୍ତି, ଯେଉଁ ଲୋକମାନେ ତାହା କରନ୍ତି, ସେମାନଙ୍କୁ ପରମେଶ୍ୱର ତାହାଙ୍କ ରାଜ୍ୟ ଦେବେ। 44 ଯେଉଁ ଲୋକ ଏହି ପଥର ଉପରେ ଖସି ପଡ଼ିବ, ସେ ଖଣ୍ଡ ଖଣ୍ଡ ହୋଇଯିବ। ଏବଂ ପଥରଟି ଯଦି କାହା ଉପରେ ପଡ଼ିବ ତେବେ ପଥରଟି ତାକୁ ଚୁନା କରିଦେବ।”
45 ପ୍ରଧାନଯାଜକ ଓ ଫାରୂଶୀମାନେ ଯୀଶୁଙ୍କ କାହାଣୀଗୁଡ଼ିକ ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଯୀଶୁ ଏ କଥା ସେହିମାନଙ୍କ ବିଷୟରେ କହୁଛନ୍ତି। 46 ତେଣୁ ସେମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେଷ୍ଟା କଲେ। ସେମାନେ କିନ୍ତୁ ଲୋକମାନଙ୍କୁ ଡରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ୟଦ୍ବକ୍ତା ବୋଲି ବିଶ୍ୱାସ କରୁଥିଲେ।
ନୂତନ ଲୋକମାନଙ୍କର ଯିରୁଶାଲମକୁ ପ୍ରବେଶ
11 ଇସ୍ରାଏଲମାନଙ୍କର ଅଧିପତିମାନେ ଯିରୁଶାଲମରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୁଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଜଣକୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରିବାକୁ ଗୁଲିବାଣ୍ଟ କଲେ। 2 ଆଉ ଯେଉଁମାନେ ଯିରୁଶାଲମରେ ବାସ କରିବାକୁ ସ୍ୱଇଚ୍ଛାରେ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ।
3 ପ୍ରଦେଶର ଏହି ପ୍ରଧାନବର୍ଗ ଯିରୁଶାଲମରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇସ୍ରାଏଲର ଅନ୍ୟ ନଗରରେ ଲୋକମାନେ, ଯାଜକମାନେ, ଲେବୀୟମାନେ, ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକ ନିଜ ନିଜ ନଗରରେ ବାସ କଲେ। 4 ଯିହୁଦାର ବଂଶଧରଗୁଡ଼ିକ ମଧ୍ୟରୁ ଓ ବିନ୍ୟାମୀନର ବଂଶଧରଗୁଡ଼ିକ ମଧ୍ୟରୁ, କେତେକ ଲୋକ ଯିରୁଶାଲମରେ ବାସ କଲେ।
ଯିହୁଦାର ବଂଶଧରମାନଙ୍କ ମଧ୍ୟରୁ
ଉଷିୟର ପୁତ୍ର ଅଥାୟ, ସେହି ଉଷିୟ ଯିଖରିୟର ପୁତ୍ର, ତାଙ୍କର ପୁତ୍ର ଅମରିୟ, ଅମରିୟର ପୁତ୍ର ଶଫଟିୟ, ତାଙ୍କର ପୁତ୍ର ମହଲଲେଲ, ତାଙ୍କର ପୁତ୍ର, ପେରସର ପୁତ୍ରମାନଙ୍କ ମଧ୍ୟରୁ ଜଣେ। 5 ବାଋକର ପୁତ୍ର ମାସେୟ, ବାଋକ୍କଲ୍-ହୋଷିର ପୁତ୍ର ଥିଲା। କଲ-ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବର ପୁତ୍ର, ଯୋୟାରୀବ୍ ଯିଖରିୟର ପୁତ୍ର ଥିଲା। ଯିଖରିୟ ଶୀଲୋନିୟମାନଙ୍କର ଭବିଷ୍ୟଦ୍ ବଂଶଧର ଥିଲା। 6 ପେରସର ବଂଶଧର ମୋଟ 468 ଜଣ ବୀର ପୁରୁଷ ଯିରୁଶାଲମରେ ବାସ କଲେ।
7 ବିନ୍ୟାମୀନର ବଂଶଧରମାନେ, ଯଥା:
ମଶୁଲ୍ଲମର ପୁତ୍ର ସଲ୍ଲୁ, ମଶୁଲ୍ଲମ ଯୋୟେଦର ପୁତ୍ର, ଯୋୟେଦ୍ ପଦାୟର ପୁତ୍ର ଥିଲା, ପଦାୟ କଲୋୟାର ପୁତ୍ର ଥିଲା, କଲୋୟା ମାସେୟର ପୁତ୍ର ଥିଲା, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର ଥିଲା। 8 ତାଙ୍କର ଭ୍ରାତାଗଣ ସହିତ ଗବ୍ବୟ, ସଲ୍ଲୟ ଆଦି 928 ଜଣ ଥିଲେ। 9 ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ମୁଖ୍ୟ ଥିଲେ। ହସନୟାର ପୁତ୍ର ଯିହୁଦା ନଗରର ଦ୍ୱିତୀୟ ଶାସକ ଥିଲେ।
10 ଏହି ଯାଜକମାନେ ଯେଉଁମାନେ ଯିରୁଶାଲମକୁ ଯାତ୍ରା କରିଥିଲେ।
ସେମାନେ ହେଲେ, ଯୋୟାରୀବର ପୁତ୍ର ଯିଦୟିୟ, ଯାଖୀନ, 11 ହିଲ୍କିୟର ପୁତ୍ର ସରାୟ, ହିଲ୍କିୟ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାୟୋତର ପୁତ୍ର, ମରାୟୋତ୍ ଅହିଟୁବ୍ର ପୁତ୍ର, ସରାୟ ପରମେଶ୍ୱରଙ୍କ ମନ୍ଦିରର ନିରୀକ୍ଷକ ଥିଲେ। 12 ସେମାନଙ୍କର ଆତ୍ମୀୟମାନଙ୍କ ସହିତ ଏକାଠି ହୋଇ ଯେଉଁମାନେ ପରମେଶ୍ୱରଙ୍କ ମନ୍ଦିରରେ କାମ କରୁଥିଲେ ସେମାନେ 822 ଜଣ ଥିଲେ। ଯିରୋହମର ପୁତ୍ର ଅଦାୟା, ପଲଲିୟର ପୁତ୍ର ଯିରୋହମ, ଅମ୍ସିର ପୁତ୍ର ପଲଲିୟ, ଯିଖରିୟର ପୁତ୍ର ଅମସି, ପଶ୍ହୂରର ପୁତ୍ର ଯିଖରିୟ, ମଲ୍ଲିୟେଲର ପୁତ୍ର ପଶ୍ହୂର। 13 ଅଦାୟାର ଭାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ, ଅସରେଲର ପୁତ୍ର ଅମଶୟ, ସେହି ଅସରେଲ୍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତର ପୁତ୍ର, ମଶିଲ୍ଲେମୋତ୍ ଇମ୍ମେରର ପୁତ୍ର। 14 ଆଉ ସେମାନଙ୍କ ଭାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମର ପୁତ୍ର ସବ୍ଦୀୟେଲ ସେମାନଙ୍କର ନିରୀକ୍ଷକ ଥିଲା।
15 ଲେବୀୟମାନଙ୍କ ମଧ୍ୟରୁ ଯଥା:
ହଶୂବର ପୁତ୍ର ଶମୟିୟ, ହଶୂବ୍ ଅସ୍ରୀକାମର ପୁତ୍ର, ଅସ୍ରୀକାମ୍ ହସବିୟର ପୁତ୍ର, ହସବିୟ ବୁନ୍ନିର ପୁତ୍ର। 16 ଲେବୀୟ ପ୍ରଧାନ ବର୍ଗମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍ ପରମେଶ୍ୱରଙ୍କ ମନ୍ଦିରର ବାହାର କାର୍ଯ୍ୟର ନିରୀକ୍ଷକ ଥିଲେ। 17 ମୀକାର ପୁତ୍ର ମତ୍ତନିୟ ଯିଏ କି ସବ୍ଦିର ଆସଫର ପୁତ୍ର ଥିଲା, ଯିଏ କି ଶମ୍ମୁୟର ପୁତ୍ର ବକ୍ବୁକିୟ ଓ ଅବଦା ସହିତ ଧନ୍ୟବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ଯିଏ କି ଗାଲଲର ପୁତ୍ର, ଗାଲଲ ଯିଏ କି ଯିଦୂଥୂନର ପୁତ୍ର ଥିଲା। 18 ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବମୋଟ୍ 284 ଜଣ ଥିଲେ।
19 ଦ୍ୱାରପାଳ ଅକ୍କୁବ୍, ଟଲ୍ମୋନ ଓ ସେମାନଙ୍କର ଭାଇମାନେ, ଯେଉଁମାନେ ନଗର ଫାଟକର ପ୍ରହରୀ ଥିଲେ, ସେମାନେ 172 ଜଣ ଥିଲେ।
20 ଇସ୍ରାଏଲର ଯାଜକମାନଙ୍କର ଓ ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକ ନିଜ ନିଜର ସମ୍ପତ୍ତିରେ ରହିଲେ। 21 ମନ୍ଦିରର ସେବକମାନେ ଓଫଲ ପର୍ବତରେ ବାସ କଲେ। ଆଉ ସୀହ ଓ ଗିଷ୍ପ ମନ୍ଦିରର ସେବକମାନଙ୍କର ମୂଖ୍ୟ ଥିଲେ।
22 ଉଷି ଯିରୁଶାଲମରେ ଲେବୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିୟର ପୁତ୍ର, ହଶବିୟ ଯିଏ କି ମତ୍ତନୀୟର ପୁତ୍ର, ମତ୍ତନିୟ ଯିଏ କି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ୱରଙ୍କ ମନ୍ଦିରରେ ସେବା କରୁଥିବା ଗାୟକର ଓ ଆସଫର ବଂଶଧର ଥିଲେ। 23 ରାଜା ଆଜ୍ଞା ଦେଲେ ଯେ, ପ୍ରତ୍ୟେକ ଦିନ ଗାୟକମାନଙ୍କୁ ପୁରସ୍କାର ଦିଆଯିବା ଉଚିତ୍। 24 ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲର ପୁତ୍ର ପଥାହିୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କୁ ଉପଦେଶ ଦେଲେ।
25 ଯିହୁଦାର ଲୋକମାନଙ୍କ ମଧ୍ୟରୁ କେତେକ କ୍ଷେତ୍ରସ୍ଥ ନଗରରେ ଅର୍ଥାତ୍ କିରିୟଥଅର୍ବ ଓ ତହିଁ ନିକଟସ୍ଥ ଦୀବୋନ ଓ ତହିଁର ଉପନଗରରେ, ଯିକବ୍ସେଲ ଓ ତହିଁର ଗ୍ରାମରେ ରହିଲେ। 26 ଯେଶୂୟରେ, ମୋଲାଦାରେ ଓ ବୈଥ୍ପେଲଟରେ, 27 ଆଉ ହତ୍ସର-ଶୁୟାଲରେ, ବେର୍ଶେବା ଓ ତହିଁର ଉପନଗରରେ ରହିଲେ। 28 ଆଉ ସିକ୍କଗରେ, ମକୋନା ଓ ତହିଁର ଉପନଗରରେ ରହିଲେ। 29 ଐନରିମ୍ମୋଣରେ, ସରାୟରେ ଓ ଯର୍ମୁତରେ, 30 ସାନୋହ, ଅଦୁଲ୍ଲମ ଓ ତହିଁର ପାର୍ଶ୍ୱବର୍ତ୍ତୀ ଗ୍ରାମରେ, ଲାଖୀଶ୍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଗ୍ରାମରେ ବାସ କଲେ। ଏହିପରି ସେମାନେ ବେର୍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ।
31 ବିନ୍ୟାମୀନ ସନ୍ତାନଗଣ ମଧ୍ୟ ଗେବାଠାରୁ ମିକ୍ମସ୍ ଓ ଅୟାରେ, ବୈଥେଲ୍ ଓ ତହିଁର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରେ ବାସ କଲେ। 32 ଅନାଥୋତ, ନୋବ, ଓ ଅନନିୟାରେ 33 ହାତ୍ସୋର, ରାମା, ଗିତ୍ତୟିମରେ, 34 ହାଦୀଦ, ସବୋୟିମ, ନବଲ୍ଲାଟରେ, 35 ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ। 36 ଆଉ ଯିହୁଦାରେ ବାସ କରୁଥିବା କେତେକ ଲେବୀୟ ବିନ୍ୟାମୀନ ସହିତ ସଂଯୁକ୍ତ ହେଲେ।
ପାଉଲଙ୍କ ଯିରୁଶାଲମ ଯାତ୍ରା
21 ଆମ୍ଭେମାନେ ସେମାନଙ୍କଠାରୁ ବିଦାୟ ନେଲୁ। ତା’ପରେ ଆମ୍ଭେ ସିଧା କୋସ୍ ଉପଦ୍ୱୀପକୁ ଜଳଯାତ୍ରା କଲୁ। ତହିଁ ଆରଦିନ ଆମ୍ଭେ ସେଠାରୁ ରୋଦା ଉପଦ୍ୱୀପକୁ ଆସିଲୁ। ପୁଣି ସେଠାରୁ ଆମ୍ଭେ ପାତାରାରେ ପହଞ୍ଚିଲୁ। 2 ପାତାରାରେ ଫୈନିକୀଆକୁ ଯାଉଥିବା ଗୋଟିଏ ଜାହାଜ ପାଇ ଆମ୍ଭେ ସେଥିରେ ଚଢ଼ିଲୁ ଓ ଯାତ୍ରା କଲୁ।
3 ଆମ୍ଭେ ଯାଇ କୁପ୍ର ଉପଦ୍ୱୀପ ପାଖରେ ପହଞ୍ଚି ତା’ର ବାମ ପଟେ ସୁରିଆକୁ ଯାତ୍ରା କଲୁ। ଆମ୍ଭେ ସୋର ନଗରରେ ଓହ୍ଲେଇଲୁ, କାରଣ ସେଠାରେ ଜାହାଜରୁ ମାଲ ଖଲାସ କରିବାକୁ ଥିଲା। 4 ଆମ୍ଭେ ସେଠାରେ ଯୀଶୁଙ୍କର କେତେକ ଶିଷ୍ୟମାନଙ୍କୁ ଦେଖିଲୁ। ସେମାନଙ୍କ ସହିତ ସାତ ଦିନ ପର୍ଯ୍ୟନ୍ତ ରହିଲୁ। ସେମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ପାଉଲଙ୍କୁ ଯିରୁଶାଲମ ନଯିବା ପାଇଁ ଚେତାବନୀ ଦେଲେ। 5 ସମୟ ପୁରିଗଲା ପରେ ଆମ୍ଭେ ସେଠାରୁ ବିଦାୟ ନେଲୁ। ସେତେବେଳେ ସେମାନେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ଯ୍ୟନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲୁ। 6 ଆମ୍ଭେ ସମସ୍ତେ ପରସ୍ପରଠାରୁ ବିଦାୟ ନେଇ ଜାହାଜରେ ଚଢ଼ିଲୁ। ଶିଷ୍ୟମାନେ ନିଜ ନିଜ ଘରକୁ ଫେରିଗଲେ।
7 ସୋର ନଗରରୁ ଆମ୍ଭେ ଆମ୍ଭର ଯାତ୍ରା ଆରମ୍ଭ କଲୁ ଓ ପତଲମାଇରେ ପହଞ୍ଚିଲୁ। ସେଠାରେ ଭାଇମାନଙ୍କୁ ଅଭିନନ୍ଦନ ଜଣେଇ ସେମାନଙ୍କ ସହିତ ଗୋଟିଏ ଦିନ ରହିଲୁ। 8 ଆମ୍ଭେ ତହିଁ ଆରଦିନ କାଇସରୀଆ ନଗରରେ ପହଞ୍ଚିଲୁ। ତା’ପରେ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭରକ ଫିଲିପ୍ପଙ୍କ ଘରେ ପ୍ରବେଶ କଲୁ। ସେ ସାତ ଜଣ ବିଶେଷ ସେବକମାନଙ୍କ ମଧ୍ୟରୁ ଜଣେ ଥିଲେ। ଆମ୍ଭେମାନେ ତାହାଙ୍କ ସହିତ ରହିଲୁ। 9 ତାହାଙ୍କର ଗ୍ଭରୋଟି ଅବିବାହିତା ଝିଅ ଥିଲେ। ସେମାନେ ଭାବବାଦିନୀ ଥିଲେ।
10 ସେଠାରେ ଆମ୍ଭେ ବହୁତ ଦିନ ରହିଲା ପରେ ଯିହୂଦା ଦେଶରୁ ଆଗାବ ନାମରେ ଜଣେ ଭବିଷ୍ୟଦ୍ବକ୍ତା ଆସି ପହଞ୍ଚିଲେ। 11 ସେ ଆମ୍ଭପାଖକୁ ଆସି ପାଉଲଙ୍କ କଟୀବନ୍ଧନ ମାଗି ନେଇ ନିଜ ହାତ ଗୋଡ଼ ବାନ୍ଧି ପକେଇଲେ ଓ କହିଲେ, “ପବିତ୍ରଆତ୍ମା ଏପରି କହନ୍ତି ଏହି କଟୀବନ୍ଧନ ଯାହାର ଅଟେ, ‘ତାହାଙ୍କୁ ଯିରୁଶାଲମରେ ଯିହୂଦୀମାନେ ଏହିପରି ବାନ୍ଧି । ସେମାନେ ତାହାଙ୍କୁ ଅଣଯିହୂଦୀମାନଙ୍କ ହାତରେ ସମର୍ପଣ କରିବେ।’”
12 ଆମ୍ଭେମାନେ ଓ ଅନ୍ୟ ବିଶ୍ୱାସୀମାନେ ଏହି କଥା ଶୁଣି ପାଉଲଙ୍କୁ ଯିରୁଶାଲମ ନ ଯିବା ପାଇଁ ବହୂତ ଅନୁରୋଧ କଲୁ। 13 କିନ୍ତୁ ପାଉଲ କହିଲେ, “ତୁମ୍ଭେମାନେ କାହିଁକି କାନ୍ଦୁଛ? ତୁମ୍ଭେମାନେ କାହିଁକି ଏପରି ମୋତେ ଦୁଃଖିତ କରୁଛ? ଯିରୁଶାଲମରେ ମୁଁ ବନ୍ଧା ହେବା ପାଇଁ ଯେ କେବଳ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମରେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି।”
14 ସେ ଆମ୍ଭ କଥାରେ ପ୍ରଭାବିତ ନ ହେବାରୁ ଆମ୍ଭେମାନେ ଚୁପ୍ ରହିଲୁ। ଆମ୍ଭେ କହୁଲୁ, “ପ୍ରଭୁଙ୍କର ଯାହା ଇଚ୍ଛା, ତାହା ହିଁ ହେଉ।”
15 ଏହି ସମସ୍ତ ଦିନ ବିତିଗଲା ପରେ ଆମ୍ଭେ ନିଜର ସାମଗ୍ରୀ ପ୍ରସ୍ତୁତ କଲୁ ଓ ଯିରୁଶାଲମ ପାଇଁ ଯାତ୍ରା ଆରମ୍ଭ କଲୁ। 16 କାଇସରୀଆରେ ଥିବା ଯୀଶୁଙ୍କ କେତେକ ଶିଷ୍ୟ ଆମ୍ଭ ସହିତ ଆସିଲେ। ସେମାନେ ଆମ୍ଭକୁ କୁପ୍ର ଉପଦ୍ୱୀପର ମନାସୋନ (ଯିଏ କି ଯୀଶୁଙ୍କ ପ୍ରଥମ ଶିଷ୍ୟମାନଙ୍କ ମଧ୍ୟରେ ଜଣେ) ନାମକ ଜଣେ ଶିଷ୍ୟଙ୍କ ଘରକୁ ନେଇଗଲେ। ସେଠାରେ ଆମ୍ଭେ ରାତି କଟାଇବା କଥା ଥିଲା।
ପାଉଲ ଯାକୁବଙ୍କ ସହିତ ମିଳନ
17 ଆମ୍ଭେମାନେ ଯିରୁଶାଲମରେ ପହଞ୍ଚିବା ମାତ୍ରେ ଆମ୍ଭକୁ ଭାଇମାନେ ଖୁସୀରେ ସ୍ୱାଗତ ଜଣାଇଲେ। 18 ତା’ ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗରେ ଯାକୁବଙ୍କୁ ଭେଟିବାକୁ ଗଲେ। ସବୁ ପ୍ରାଚୀନ ଲୋକମାନେ ସମସ୍ତେ ସେଠାରେ ଉପସ୍ଥିତ ଥିଲେ। 19 ପାଉଲ ସେମାନଙ୍କୁ ଅଭିନନ୍ଦନ ଜଣାଇଲେ। ପରମେଶ୍ୱର ତାହାଙ୍କ ସେବାକାର୍ଯ୍ୟ ମାଧ୍ୟମରେ ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁସବୁ କାର୍ଯ୍ୟ କରିଛନ୍ତି, ସେସବୁ ସେ ସେମାନଙ୍କୁ ଗୋଟି ଗୋଟି କରି କହିଲେ।
20 ସେମାନେ ଏହା ଶୁଣି ପରମେଶ୍ୱରଙ୍କର ପ୍ରଶଂସା କଲେ। ସେମାନେ ପାଉଲଙ୍କୁ କହିଲେ, “ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ୱାସୀ ହୋଇ ଅଛନ୍ତି। କିନ୍ତୁ ସେମାନେ ମନେ କରନ୍ତି ଯେ, ବ୍ୟବସ୍ଥା ପାଳନ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ। 21 ସେମାନେ ତୁମ୍ଭ ବିଷୟରେ ଶୁଣିଛନ୍ତି ଯେ, ତୁମ୍ଭେ ଅଣଯିହୂଦୀମାନଙ୍କ ଦେଶରେ ରହୁଥିବା ଯିହୂଦୀମାନଙ୍କୁ, ମୋଶାଙ୍କର ବ୍ୟବସ୍ଥା ତ୍ୟାଗ କରିବା ପାଇଁ ଶିକ୍ଷା ଦେଉଛ। ତୁମ୍ଭେ ସେମାନଙ୍କୁ ସେମାନଙ୍କର ପିଲାମାନଙ୍କର ସୁନ୍ନତ ନ କରିବା ପାଇଁ ଓ ଯିହୂଦୀ ରୀତିନୀତି ଗୁଡ଼ିକୁ ନ ମାନିବା ପାଇଁ ଶିକ୍ଷା ଦେଇଛ।
22 “ତେଣୁ ଆମ୍ଭକୁ କ’ଣ କରିବା ଉଚିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସେମାନେ ନିଶ୍ଚୟ ଶୁଣିବାକୁ ପାଇବେ। 23 ତେଣୁ ଆମ୍ଭ କହିବା ଅନୁସାରେ କାମ କର। ଆମ୍ଭ ପାଖରେ ପରମେଶ୍ୱରଙ୍କଠାରେ ମାନତ କରିଥିବାର ଗ୍ଭରି ଜଣ ଲୋକ ଅଛନ୍ତି। 24 ତୁମ୍ଭେ ସେମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର ଓ ତୁମ୍ଭେ ସେମାନଙ୍କର ମୁଣ୍ଡ ଲଣ୍ଡା ହେବା ପାଇଁ ଖର୍ଚ୍ଚ ଦିଅ। ଏହା ଦ୍ୱାରା ସମସ୍ତେ ଭାବିବେ ଯେ, ସେମାନେ ତୁମ୍ଭ ବିଷୟରେ ଯାହାସବୁ ଶୁଣିଛନ୍ତି ତାହା ମିଥ୍ୟା। ସେମାନେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନରେ ମୋଶାଙ୍କ ବ୍ୟବସ୍ଥା ମାନି ଚଳୁଛ।
25 “ଆମ୍ଭେ ଅଣଯିହୂଦୀ ବିଶ୍ୱାସୀ ଲୋକମାନଙ୍କୁ ପତ୍ର ଲେଖିଛୁ। ଆମ୍ଭେ ସେମାନଙ୍କୁ ଲେଖିସାରିଛୁ:
‘ମୂର୍ତ୍ତିକୁ ସମର୍ପିତ ହୋଇଥିବା ଖାଦ୍ୟ ଖାଅ ନାହିଁ।
ରକ୍ତ ଖାଅ ନାହିଁ।
ତୁମ୍ଭେମାନେ କୌଣସି ପ୍ରକାରର ଯୌନ ସମ୍ବନ୍ଧୀୟ ପାପ କାର୍ଯ୍ୟ କର ନାହିଁ।’”
ପାଉଲଙ୍କୁ ଗିରଫ କରାଗଲା
26 ତେଣୁ ପାଉଲ ତହିଁ ଆରଦିନ ସେହି ଗ୍ଭରି ଜଣ ଲୋକଙ୍କୁ ସାଙ୍ଗରେ ନେଇ ଆପଣାକୁ ଶୁଚି କଲେ। ତା’ପରେ ସେ ମନ୍ଦିରକୁ ଯାଇ କେଉଁ ଦିନ କ୍ରିୟା ସମାରୋହର ଦିନ ପୁରି ଯିବ ଓ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଦାନ ଦିଆଯିବ, ସେହି ବିଷୟରେ ଘୋଷଣା କଲେ।
27 ସାତ ଦିନ ପୁରି ଯିବା ଦିନ ଏସିଆର କେତେକ ଯିହୂଦୀମାନେ ତାହାଙ୍କୁ ମନ୍ଦିରରେ ଦେଖିଲେ। ସେମାନେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧରେ ଉତ୍ତେଜିତ କଲେ ଓ ତାହାଙ୍କୁ ଧରି ପକେଇଲେ। 28 ସେମାନେ ଖୁବ୍ ଜୋର୍ରେ ଚିତ୍କାର କରି କହିଲେ, “ହେ ଇସ୍ରାଏଲୀୟ ଲୋକମାନେ, ଆମ୍ଭକୁ ସାହାଯ୍ୟ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ, ଆମ୍ଭ ବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତେକ ଗ୍ରୀକ୍ ଲୋକମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।” 29 ସେମାନେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ। ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ। ତେଣୁ ସେମାନେ ଅନୁମାନ କରିନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ।
30 ପୁରା ନଗରଟାରେ ଉତ୍ତେଜନା ସୃଷ୍ଟି ହୋଇଗଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନେଇଗଲେ। ସଙ୍ଗେ ସଙ୍ଗେ ଦ୍ୱାର ଗୁଡ଼ିକ ବନ୍ଦ ହୋଇଗଲା। 31 ଲୋକମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ରୋମୀୟ ସେନାପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସମଗ୍ର ଯିରୁଶାଲମରେ ଉତ୍ତେଜନା ଖେଳି ଯାଇଛି। 32 ସେ ସଙ୍ଗେ ସଙ୍ଗେ କେତେକ ସୈନ୍ୟ ଓ ଅଧିକାରୀମାନଙ୍କ ସହିତ ଆସି ପହଞ୍ଚିଲେ। ସେ ପାଉଲଙ୍କୁ ହତ୍ୟା କରିବାକୁ ଉଦ୍ୟମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସେମାନେ ସେନାପତି ଓ ସୈନ୍ୟସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ।
33 ତା’ପରେ ସେନାପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳିରେ ବାନ୍ଧି ଦେବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା’ପରେ ପାଉଲ କିଏ ଓ ସେ କ’ଣ କରିଛନ୍ତି ବୋଲି ସେନାପତି ପଗ୍ଭରିଲେ। 34 ଲୋକ ଗହଳି ଭିତରୁ ଲୋକେ ଚିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ। ସେନାପତି ଏପରି କୋଳାହଳ ଦେଖି କାହାର କଥା ସତ୍ୟ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ସୈନ୍ୟ ନିବାସକୁ ନେଇ ଯିବା ପାଇଁ ଆଦେଶ ଦେଲେ। ସବୁ ଲୋକମାନେ ତାହାଙ୍କ ପଛେ ପଛେ ଚିତ୍କାର କରି ଯାଉଥିଲେ। 35 ଲୋକମାନେ ଅତ୍ୟନ୍ତ ହିଂସ୍ରକ ହୋଇ ଉଠିବାରୁ ପାହାଚ ନିକଟରେ ସୈନିକମାନେ ପାଉଲଙ୍କୁ ଟେକି ନେଇଗଲେ। 36 ତଥାପି ଲୋକସମୂହ ତାହାଙ୍କ ପଛରେ ଯାଉ ଯାଉ ପାଟି କଲେ, “ତାହାଙ୍କୁ ହତ୍ୟାକର।”
37 ସେନାନିବାସକୁ ନେବା ସମୟରେ ସେନାପତିଙ୍କୁ ପାଉଲ ପଗ୍ଭରିଲେ, “ମୁଁ ଆପଣଙ୍କୁ କିଛି କହିବା ଅଧିକାର ଅଛି କି?”
ସେନାପତି ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ରୀକ୍ ଭାଷା ଜାଣ? 38 ତେବେ ତୁମ୍ଭେ କ’ଣ ସେ ମିଶରୀୟ ଲୋକ ନୁହଁ, ଯିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲା ଓ ଗ୍ଭରି ହଜାର ଆତଙ୍କବାଦୀଙ୍କୁ ନେଇ ମରୁଭୂମିକୁ ଗ୍ଭଲିଯାଇଥିଲା।”
39 ପାଉଲ କହିଲେ, “ମୁଁ କିଲିକିଆର ତାର୍ଷ ନଗରର ଜଣେ ଯିହୂଦୀ। ଗୋଟିଏ ପ୍ରଧାନ ନଗରର ମୁଁ ଜଣେ ନାଗରିକ। ତେଣୁ ମୁଁ ଲୋକମାନଙ୍କୁ କଥା କହିବା ପାଇଁ ଆପଣଙ୍କଠାରୁ ଅନୁମତି ଗ୍ଭହୁଁଛି।”
40 ପାଉଲ ସେନାପତିଙ୍କଠାରୁ ଅନୁମତି ପାଇ ପାହାଚ ଉପରେ ଠିଆ ହୋଇଗଲେ। ସେ ଲୋକମାନଙ୍କୁ ହାତରେ ସଙ୍କେତ କରିବା ହେତୁ ସମସ୍ତେ ଅତି ଶାନ୍ତ ହୋଇଗଲେ। ତା’ପରେ ସେ ଏବ୍ରୀ ଭାଷାରେ କହିଲେ।
2010 by World Bible Translation Center