M’Cheyne Bible Reading Plan
ଅବ୍ରହାମଙ୍କର ବଂଶ
25 ଅବ୍ରହାମ ପୁନରାୟ ବିବାହ କଲେ, ତାଙ୍କର ନୂତନ ସ୍ତ୍ରୀର ନାମ ଥିଲା କଟୂରା। 2 କଟୂରା ସିମ୍ରଣ, ଯକ୍ଷନ୍, ମଦାନ୍, ମିଦିୟନ, ଯିଶ୍ବକ୍ ଓ ଶୂହ ଏହିମାନଙ୍କୁ ଜନ୍ମ ଦେଲା। 3 ସେହି ଯକ୍ଷନ୍ ଶିବା ଓ ଦଦାନକୁ ଜନ୍ମ ଦେଲା। ଦଦାନର ପୁତ୍ରମାନେ ହେଲେ, ଅଶୂରୀୟ, ଲଟୂଶୀୟ ଓ ଲିୟମ୍ମୀୟ। 4 ମିଦିୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାୟା ଏହି ସମସ୍ତେ କଟୂରାର ସନ୍ତାନ। 5 ଅବ୍ରହାମ ମରିବା ପୂର୍ବରୁ ସେ ତାଙ୍କର ଦାସୀପୁତ୍ରମାନଙ୍କୁ କିଛି ଉପହାର ଦେଲେ ଏବଂ ପୂର୍ବ ଦିଗକୁ ପଠାଇଲେ। 6 ଅବ୍ରହାମ ମୃତ୍ୟୁ ପୂର୍ବରୁ ସେ ଦାସୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସେହି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ସେ ସେମାନଙ୍କୁ ଇସ୍ହାକଠାରୁ ଦୂରକୁ ପଠାଇଲେ। ତା’ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇସ୍ହାକଙ୍କୁ ଦେଲେ।
7 ଅବ୍ରହାମ 175 ବର୍ଷ ବଞ୍ଚିଲେ। 8 ଏହା ପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ୟୁବରଣ କଲେ। ସେ ଅନେକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ। 9 ତାଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାଏଲ ମମ୍ରିର ନିକଟରେ ହେତୀୟ ସୋହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମକ୍ପେଲା ନାମକ ଗୁହାରେ ତାହାଙ୍କୁ କବର ଦେଲେ। 10 ଯେହେତୁ ଅବ୍ରହାମ ହେତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ। ସେହି ସ୍ଥାନରେ ଅବ୍ରହାମଙ୍କୁ ତାଙ୍କ ସ୍ତ୍ରୀ ସାରାଙ୍କ ସହିତ କବର ଦିଆଗଲା। 11 ଅବ୍ରହାମଙ୍କ ମୃତ୍ୟୁପରେ ପରମେଶ୍ୱର ତାଙ୍କର ପୁତ୍ର ଇସ୍ହାକଙ୍କୁ ଆଶୀର୍ବାଦ କଲେ। ଏବଂ ଇସ୍ହାକ ବେର-ଲହୟରୋୟୀ ନାମକ ସ୍ଥାନରେ ବସତି କଲେ।
12 ଏହା ସାରାର ମିଶରୀୟା ଦାସୀ ହାଗାରର ପୁତ୍ର, ଇଶ୍ମାଏଲଙ୍କର ପରିବାରର ତାଲିକା ଅଟେ। 13 ପ୍ରତ୍ୟେକ ବିଧିପୂର୍ବକ ତାଲିକା ଅନୁସାରେ ନାମ: ଇଶ୍ମାଏଲର ଜ୍ୟେଷ୍ଠପୁତ୍ର ନବାୟୋତ୍ ତାହା ଉତ୍ତାରେ କେରଦ ଓ ଅଦ୍ବେଲ ଓ ମିବ୍ସମ୍। 14 ମିଶ୍ମ ଓ ଦୂମା ଓ ମସା। 15 ହଦଦ୍, ତେମା, ଯିଟୁର ଓ ନାଫୀଶ୍ ଓ କେଦମା। 16 ଏହି ସମସ୍ତେ ଇଶ୍ମାଏଲଙ୍କର ସନ୍ତାନ, ସେମାନଙ୍କର ଗ୍ରାମ ଓ ଛାଉଣି ସ୍ଥାନ ଥିଲା। ସେହି ବାର ଜଣ ତାଙ୍କ ଗୋତ୍ରର ରାଜକୁମାର ଥିଲେ। 17 ଇଶ୍ମାଏଲ 137 ବର୍ଷ ବଞ୍ଚିଲେ। ଏହା ପରେ ସେ ପ୍ରାଣତ୍ୟାଗ କଲେ। ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ। 18 ଏହା ପରେ ତାହାର ବଂଶଧରମାନେ ହବୀଲାରୁ ମିଶରର ପାଖରେ ଶୂରଠୁ ଅଶୂରିୟା ଦିଗରେ ବସତି କଲେ। ସେମାନେ ନିଜ ନିଜ ପାଖରେ ବାସ କଲେ ଏବଂ ଇଶ୍ମାଏଲ ଆପଣାର ବଂଶଧର ଭାଇମାନଙ୍କ ସମ୍ମୁଖରେ ବସତି କଲେ।
ଇସ୍ହାକଙ୍କର ବଂଶ
19 ଅବ୍ରହାମଙ୍କର ପୁତ୍ର ଇସ୍ହାକଙ୍କର ବଂଶାବଳୀ ଏହି। ଅବ୍ରହାମ ଇସ୍ହାକଙ୍କୁ ଜନ୍ମ କଲେ। 20 ଯେତେବେଳେ ଇସ୍ହାକ ରିବିକାକୁ ବିବାହ କଲେ, ସେତେବେଳେ ତାଙ୍କୁ ଗ୍ଭଳିଶ୍ ବର୍ଷ ହୋଇଥିଲା। ଯିଏ କି ବଥୂୟେଲର କନ୍ୟା, ଅରାମୀୟ ପଦ୍ଦନ୍-ଅରାମୀୟ ଏବଂ ଅରାମୀୟ ଲାବନର ଭଗିନୀ। 21 ଇସ୍ହାକଙ୍କର ସେହି ସ୍ତ୍ରୀ ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲେ।
22 ଯେତେବେଳେ ରିବିକା ଗର୍ଭବତୀ ହେଲେ, ନିଜ ନିଜ ଭିତରେ ଶିଶୁମାନେ ଛନ୍ଦାଛନ୍ଦି ହେଲେ। ରିବିକା ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ମୋ’ ପ୍ରତି ଏପରି କାହିଁକି ଘଟିଲା?” 23 ସଦାପ୍ରଭୁ ତାହାଙ୍କୁ କହିଲେ,
“ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି
ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ।
ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ।
ପୁଣି ଜ୍ୟେଷ୍ଠ କନିଷ୍ଠର ସେବା କରିବ।”
24 ଉପଯୁକ୍ତ ସମୟରେ ରିବିକା ଯାଆଁଳା ପୁତ୍ର ଜନ୍ମ ଦେଲେ। 25 ଜ୍ୟେଷ୍ଠ ବାହାରି ଆସିଲା ରକ୍ତବର୍ଣ୍ଣ ଦେଖାଯାଉଥିଲା, ତାଙ୍କର ଚର୍ମ ଲୋମଶ ବସ୍ତ୍ରପରି ଥିଲା। ଏଣୁ ଏହାର ନାମ ଏଷୌ ଦିଆଗଲା। 26 ତା’ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜନ୍ମ ହେଲେ।
27 ଏହା ପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗୟାରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ୟ ତମ୍ବୁରେ ବାସ କଲା। 28 ଇସ୍ହାକ ମୃଗୟା ମାଂସ ଅତି ସୁସ୍ୱାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲେ।
29 ସେହି ସମୟରେ ଏଷୌ ବହୁତ କ୍ଳାନ୍ତ ହୋଇ କ୍ଷେତ୍ରରୁ ଆସିଲେ। 30 ତହୁଁ ସେ ଯାକୁବକୁ କହିଲେ, “ମୁଁ ବହୁତ ଥକି ଯାଇଛି ମୋତେ ଦୟାକରି ସେହି ଲାଲ ପଦାର୍ଥରୁ କିଛି ଦିଅ। ଏହି ନିମନ୍ତେ ତା’ର ନାମ ଇଦୋମ ନାମରେ ଖ୍ୟାତ ହେଲା।”
31 କିନ୍ତୁ ଯାକୁବ କହିଲେ, “ଆଜି ତୁମ୍ଭେ ମୋତେ ଆପଣାର ପ୍ରଥମଜାତ ପୁତ୍ର ଅଧିକାର ବିକ୍ରୟ କର।”
32 ଏଷୌ ଉତ୍ତର ଦେଲେ, “ଦେଖ ମୁଁ ମଲା ପରି, ଜ୍ୟେଷ୍ଠାଧିକାରରେ ମୋର କି ଲାଭ? ତେଣୁ ମୁଁ ଏହା ତୁମ୍ଭକୁ ଦେବି।”
33 କିନ୍ତୁ ଯାକୁବ କହିଲେ, “ପ୍ରଥମେ ତୁମ୍ଭେ ମୋତେ ଦେବା ପାଇଁ ପ୍ରତିଜ୍ଞା କର।” ତେଣୁ ସେ ପ୍ରତିଜ୍ଞା କଲେ। ଏବଂ ତାଙ୍କର ଜ୍ୟେଷ୍ଠତା ତାଙ୍କୁ ଦେଲେ। 34 ଏହା ପରେ ଯାକୁବ ଏଷୌକୁ ରୋଟୀ ଏବଂ ମସୁରଡାଲି ରାନ୍ଧି ଖାଇବାକୁ ଦେଲେ ଓ ସେ ସ୍ଥାନ ପରିତ୍ୟାଗ କଲେ। ଏହିପରି ଏଷୌ ନିଜର ଜ୍ୟେଷ୍ଠ ଭ୍ରାତାର ଅଧିକାର ବିଷୟରେ ପୁନର୍ବାର ଭାବିଲେ ନାହିଁ।
ମନ୍ଦିର ଧ୍ୱଂସ ବିଷୟରେ ଭବିଷ୍ୟଦ୍ବାଣୀ(A)
24 ଯୀଶୁ ମନ୍ଦିର ଛାଡ଼ି ବାହାରି ଆସିଲେ ଓ ଗ୍ଭଲି ଯାଉଥିଲେ। ସେହି ସମୟରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ଭବନଗୁଡ଼ିକୁ ଦେଖାଇବା ପାଇଁ ତାହାଙ୍କ ପାଖକୁ ଆସିଲେ। 2 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ଏହି ଭବନଗୁଡ଼ିକୁ ତୁମ୍ଭେମାନେ ଦେଖି ପାରୁଛ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ସବୁତକ ଭବନ ଧ୍ୱଂସ ହୋଇଯିବ। ଏଥିର ଗୋଟିଏ ହେଲେ ପଥର ଅନ୍ୟଟି ଉପରେ ରହିପାରିବ ନାହିଁ। ସବୁତକ ପଥର ଅନ୍ୟଟି ଉପରେ ରହି ପାରିବ ନାହିଁ। ସବୁତକ ପଥର ଭୁଇଁ ଉପରେ କୁଢ଼େଇ ହୋଇ ପଡ଼ିବ।”
3 ପରେ ଯେତେବେଳେ ଯୀଶୁ ଜୀତପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ୟମାନେ ସେ ଏକାନ୍ତରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କେବେ ଘଟିବ? କେଉଁ ସଙ୍କେତ ଦେଖାଇବ ଯେ ଆପଣଙ୍କ ପୁନର୍ବାର ଆସିବା ଓ ଜଗତର ଅନ୍ତ ହେବା ସମୟ ହେଲାଣି?”
4 ଯୀଶୁ ଉତ୍ତର ଦେଲେ, “ସାବଧାନ ହୁଅ! ତୁମ୍ଭମାନଙ୍କୁ ଯେପରି କେହି ପଥଭ୍ରଷ୍ଟ ନ କରେ। 5 ମୁଁ ତୁମ୍ଭମାନଙ୍କୁ ଏ କଥା ଏଥିପାଇଁ କହୁଛି ଯେ, ଅନେକ ଲୋକ ମୋ’ ନାମରେ ଆସିବେ ଓ କହିବେ ‘ମୁଁ ନିଜେ ଖ୍ରୀଷ୍ଟ,’ ଓ ସେମାନେ ଅନେକ ଲୋକଙ୍କୁ ପଥଭ୍ରଷ୍ଟ କରିବେ। 6 ତୁମ୍ଭେମାନେ ଯୁଦ୍ଧ ବିଷୟରେ ଓ ଯୁଦ୍ଧର ଗୁଜବ ବିଷୟରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ। 7 ଗୋଟିଏ ଜାତି ଅନ୍ୟ ଜାତିର ବିରୁଦ୍ଧରେ ଓ ଗୋଟିଏ ରାଜ୍ୟ ଅନ୍ୟ ଗୋଟିଏ ରାଜ୍ୟ ବିରୁଦ୍ଧରେ ଠିଆ ହେବ। ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ ପଡ଼ିବ ଓ ଭୂମିକମ୍ପ ହେବ। 8 କିନ୍ତୁ ଏ ଘଟଣାଗୁଡ଼ିକ କେବଳ ପ୍ରଥମ ପ୍ରସବବେଦନା ଭଳି ହେବ।
9 “ସେତେବେଳେ ଲୋକେ ତୁମ୍ଭମାନଙ୍କ ପ୍ରତି ଖରାପ ବ୍ୟବହାର କରିବେ। ସେମାନେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ପାଇଁ ଧରାଇ ଦେବେ। ସେମାନେ ତୁମ୍ଭମାନଙ୍କୁ ମାରିଦେବେ। ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। 10 ସେତେବେଳେ ଅନେକ ବିଶ୍ୱାସୀ ଲୋକ ବିଶ୍ୱାସ ହରେଇ ବସିବେ। ସେମାନେ ପରସ୍ପରର ବିରୋଧୀ ହେବେ ଓ ପରସ୍ପରକୁ ଘୃଣା କରିବେ। 11 ଅନେକ ଭଣ୍ଡ ଭବିଷ୍ୟଦ୍ବକ୍ତା ବାହାରିବେ। ସେମାନେ ଅନେକ ଲୋକଙ୍କୁ ଠକିବେ, ଓ ସେମାନଙ୍କ କଥାରେ ପଡ଼ି ଅନେକ ଲୋକ ଭୁଲ୍ କଥାରେ ବିଶ୍ୱାସ କରିବେ। 12 ସଂସାରରେ ମନ୍ଦ ବଢ଼ି ବଢ଼ି ଗ୍ଭଲିବ। ଅଧିକାଂଶ ବିଶ୍ୱାସୀ ଲୋକଙ୍କର ପରମେଶ୍ୱରଙ୍କ ପ୍ରେମ ଲୋପ ପାଇଯିବ। 13 କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହିବ ସେ ଉଦ୍ଧାର ପାଇବ। 14 ଈଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ସାରା ଜଗତରେ ପ୍ରଗ୍ଭରିତ ହେବ। ସମସ୍ତ ଦେଶର ଲୋକମାନେ ଏହା ଶୁଣିବେ। ତା’ପରେ ଅନ୍ତକାଳ ଆସିବ।
15 “ଭବିଷ୍ୟଦ୍ବକ୍ତା ଦାନିୟେଲ ‘ଧ୍ୱଂସ ସାଧକ ଭୟଙ୍କର ବସ୍ତୁ’ [a] ବିଷୟରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନରେ ଠିଆ ହୋଇଥିବାର ଦେଖାଯିବ।’’ (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚିତ୍।) 16 “ସେତେବେଳେ ଯିହୂଦାର ଲୋକମାନେ ପର୍ବତ ଆଡ଼କୁ ପଳେଇଯିବା ଉଚିତ୍। 17 ସେତେବେଳେ କୌଣସି ଜିନିଷ ପାଇଁ ତିଳେ ହେଲେ ସମୟ ନଷ୍ଟ କରିବା ଉଚିତ୍ ନୁହେଁ। ସେତେବେଳେ ଘରର ଛାତ ଉପରେ ଥିବା ଲୋକ ଘରୁ କୌଣସି ଜିନିଷ ପାଇବା ପାଇଁ ତଳକୁ ଓହ୍ଲେଇ ନ ଆସୁ। 18 ଜମିରେ ଥିବା ବ୍ୟକ୍ତି ନିଜର ଗ୍ଭଦର ଆଣିବାକୁ ଫେରି ନ ଯାଉ।
19 “ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳରେ ଶିଶୁଟିଏ ଥିବ ସେମାନେ ଏହି ସମୟରେ ବହୁତ କଷ୍ଟ ଭୋଗିବେ। 20 କିନ୍ତୁ ପ୍ରାର୍ଥନା କର ଯେ ଶୀତଦିନ କି ବିଶ୍ରାମ ଦିବସ [b]ରେ ଏଗୁଡ଼ିକ ନ ଘଟୁ ଯେପରି ତୁମ୍ଭକୁ ପଳାଇବାକୁ ନ ପଡ଼େ। 21 କାରଣ ସେତେବେଳେ ଏତେ ଅଧିକ ବିପଦ ଆସିବ ଯେ ସେଭଳି ବିପଦ ସୃଷ୍ଟିର ଆରମ୍ଭ କାଳରୁ ଏ ପର୍ଯ୍ୟନ୍ତ ଆସି ନାହିଁ କି ଭବିଷ୍ୟତରେ ଆସିବ ନାହିଁ।
22 “ପରମେଶ୍ୱର ଏହି ବିପଦପୂର୍ଣ୍ଣ ସମୟକୁ କମେଇ ଦେବାକୁ ସ୍ଥିର କରିଛନ୍ତି, ନ ହେଲେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟକୁ କମେଇ ଦେଇଛନ୍ତି।
23 “ସେହି ସମୟରେ କେତେକ ଲୋକ ତୁମ୍ଭକୁ କହିପାରନ୍ତି ‘ଦେଖ, ଖ୍ରୀଷ୍ଟ ଏଠାରେ ଅଛନ୍ତି’ କି ‘ଖ୍ରୀଷ୍ଟ ସେଠାରେ ଅଛନ୍ତି।’ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 24 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ୟଦ୍ବକ୍ତାମାନେ ବାହାରିବେ। ସେମାନେ ବହୁତ ବଡ଼ ବଡ଼ ଆଶ୍ଚର୍ଯ୍ୟଜନକ କାମ କରିବେ ଓ ଚମତ୍କାର ପ୍ରଦର୍ଶନ କରିବେ, ଯଦି ସମ୍ଭବ ହୁଏ, ତେବେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନଙ୍କୁ ମଧ୍ୟ ସେମାନେ ବୋକା ବନେଇ ଦେବାକୁ ଚେଷ୍ଟା କରିବେ। 25 ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚେତାବନୀ ଦେଉଛି।
26 “କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ‘ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୂମି ଅଞ୍ଚଳରେ ଅଛନ୍ତି!’ କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖୋଜିବା ପାଇଁ ଜନବିହୀନ ମରୁଭୂମି ଅଞ୍ଚଳକୁ ଯିବ ନାହିଁ। ବା ସେମାନେ ତୁମ୍ଭକୁ କହି ପାରନ୍ତି: ‘ଖ୍ରୀଷ୍ଟ ସେହି କୋଠରୀରେ ଅଛନ୍ତି।’ କିନ୍ତୁ ତୁମ୍ଭେ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 27 ଆକାଶରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆକାଶ ପର୍ଯ୍ୟନ୍ତ ବ୍ୟାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସେହିଭଳି ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ। 28 ଯେଉଁ ସ୍ଥାନରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହୋଇଥିବାର ଦେଖ, ତୁମ୍ଭେ ସହଜରେ ଜାଣିପାର ଯେ ସେହି ସ୍ଥାନରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସେହିଭଳି ମୋର ଆସିବା ଦିନ ଏହି ପ୍ରକାର ହେବ।
29 “ସେହି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ:
‘ସୂର୍ଯ୍ୟ ଅନ୍ଧକାରମୟ ହେବ,
ଚନ୍ଦ୍ର ଆଲୋକ ଦେବ ନାହିଁ।
ତାରାମାନେ ଆକାଶରୁ ଖସି ପଡ଼ିବେ,
ଆକାଶର ସମସ୍ତ ଶକ୍ତିଗୁଡ଼ିକ ପରିବର୍ତ୍ତିତ ହୋଇଯିବେ।’ (B)
30 “ସେତିକିବେଳେ ମନୁଷ୍ୟପୁତ୍ରଙ୍କ ଆସିବା ସଙ୍କେତ ଆକାଶରେ ଦେଖାଦେବ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକାଶରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ୟପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ। 31 ନିଜର ସ୍ୱର୍ଗଦୂତମାନଙ୍କୁ ପୃଥିବୀରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ୟପୁତ୍ର ମହା ତୂରୀ ଧ୍ୱନି ସହିତ ଆସିବେ। ସେହି ସ୍ୱର୍ଗଦୂତମାନେ ମର୍ତ୍ତ୍ୟର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ଯ୍ୟନ୍ତ ବୁଲି, ଗ୍ଭରିଆଡ଼ୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।
32 “ଡିମିରିଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତେବେଳେ ଡିମିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତେବେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିଯିବ। 33 ଠିକ୍ ସେହିଭଳି ମୁଁ କହିଥିବା କଥାଗୁଡ଼ିକ ଯେତେବେଳେ ଘଟିବାର ତୁମ୍ଭେ ଦେଖିବ, ତୁମ୍ଭେ ଜାଣିବ ଯେ ଖ୍ରୀଷ୍ଟଙ୍କ ଆସିବା ସମୟ ନିକଟ ହେଲାଣି। 34 ମୁଁ ତୁମ୍ଭକୁ ସତ୍ୟ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। 35 ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋର ବାକ୍ୟ କେବେ ଅନ୍ୟଥା ହେବ ନାହିଁ।
କେବଳ ପରମେଶ୍ୱର ଉଚିତ୍ ସମୟ ଜାଣନ୍ତି(C)
36 “ସେହି ଦିନ ବା ସେହି ସମୟ କେବେ ଆସିବ, କେହି ଜାଣନ୍ତି ନାହିଁ। ଏପରିକି ସ୍ୱର୍ଗର ଦୂତମାନେ ଜାଣନ୍ତି ନାହିଁ। ଏପରିକି ପୁତ୍ର ଜାଣନ୍ତି ନାହିଁ, କେବଳ ପରମପିତା ଏହା ଜାଣନ୍ତି।
37 “ନୋହଙ୍କ ସମୟରେ ଯେଭଳି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସେହିପରି ଘଟିବ। 38 ସେତେବେଳେ ବନ୍ୟା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଏସବୁ କରୁଥିଲେ। 39 ଯାହାସବୁ ସେତେବେଳେ ଘଟି ଯାଉଥିଲା, ଲୋକେ ତାହା ଜାଣିପାରୁ ନ ଥିଲେ। ସେତିକିବେଳେ ବନ୍ୟା ମାଡ଼ିଆସିଲା। ସବୁ ଲୋକ ନଷ୍ଟ ହୋଇଗଲେ।
“ମନୁଷ୍ୟପୁତ୍ର ଆସିବା ସମୟରେ ଠିକ୍ ସେହିପରି ହେବ। 40 ଦୁଇଜଣ ଲୋକ ଏକାଠି କାମ କରୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ଛାଡ଼ି ଆର ଜଣକୁ ନିଆଯିବ। 41 ଦୁଇଜଣ ସ୍ତ୍ରୀଲୋକ ମିଶି ଚକିରେ ଶସ୍ୟ ପେଷୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ପରିତ୍ୟାଗ କରି ଆରଜଣକୁ ନିଆଯିବ।
42 “ତେଣୁ ସଦାବେଳେ ପ୍ରସ୍ତୁତ ରୁହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣ ନାହିଁ। 43 ମନେରଖ, ଯଦି ଘରମାଲିକ ଜାଣିଥା’ନ୍ତା ଯେ ଗ୍ଭେର କେତେବେଳେ ଆସିବ, ତେବେ ସେ ସତର୍କ ରହନ୍ତେ ଓ ଗ୍ଭେରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ। 44 ଠିକ୍ ସେହିଭଳି ତୁମ୍ଭେ ଜାଗ୍ରତ ରୁହ। କାରଣ ତୁମ୍ଭେ ଯେତେବେଳେ ଆଶା କରୁ ନ ଥିବ, ଠିକ୍ ସେତେକି ବେଳେ ମନୁଷ୍ୟପୁତ୍ର ଆସିଯିବେ।
ଉତ୍ତମ ଓ ମନ୍ଦ ସେବକ(D)
45 “କିଏ ବିଶ୍ୱାସ ଯୋଗ୍ୟ ଓ ବିଜ୍ଞ ଗ୍ଭକର? ଯିଏ ଅନ୍ୟ ଗ୍ଭକରମାନଙ୍କୁ ଠିକ୍ ସମୟରେ ସେମାନଙ୍କର ଖାଦ୍ୟ ଦେବ, ମାଲିକ ସେହିଭଳି ଗ୍ଭକରକୁ ବିଶ୍ୱାସ କରିଥା’ନ୍ତି। କିଏ ସେ ଗ୍ଭକର, ସେହି କାମ କରିବା ପାଇଁ, ସେ କେଉଁ ଗ୍ଭକରକୁ ବିଶ୍ୱାସ କରିବେ? 46 ଯେତେବେଳେ ମାଲିକ ଫେରି ଆସି ଦେଖିବେ ଯେ ସେ ଗ୍ଭକରଟିକୁ ଯେଉଁ କାମ ଦେଇଥିଲେ, ସେ ସେହି କାମ ଠିକ୍ ଭାବରେ କରୁଛି, ସେତେବେଳେ ସେ ଗ୍ଭକରଟି ଉପରେ ବହୁତ ଖୁସୀ ହେବ। 47 ମୁଁ ତୁମ୍ଭକୁ ସତ୍ୟ କହୁଛି, ମାଲିକ ତାହାଙ୍କ ନିଜର ସମସ୍ତ ସମ୍ପତ୍ତିର ଦାୟିତ୍ୱ ଦେବା ପାଇଁ ସେହି ଗ୍ଭକରଟିକୁ ବାଛିବେ।
48 “ଅନ୍ୟ ପକ୍ଷରେ ଗ୍ଭକରଟି ଯଦି ମନ୍ଦ ଲୋକ ହୋଇଥିବ, ଏବଂ ସେ ମନେ ମନେ ଭାବିବ ଯେ ମାଲିକ ଏତେ ଶୀଘ୍ର ଆସିବେ ନାହିଁ। 49 ତେବେ ସେ ଅନ୍ୟ ଗ୍ଭକରମାନଙ୍କୁ ପିଟିବା ଆରମ୍ଭ କରିଦେବ। ସେ ଖାଇ ଓ ଅନ୍ୟ ଲୋକମାନଙ୍କ ସହିତ ମଦ୍ୟପାନ କରି ରହିବ। 50 ଗ୍ଭକରଟି ଆଶା କରି ନ ଥିବା ଦିନ ଓ ତାକୁ ଜଣା ନ ଥିବା ସମୟରେ ସେ ମାଲିକ ଆସି ପହଞ୍ଚିବେ। 51 ମାଲିକ ତାକୁ କଠିନ ଶାସ୍ତି ଦେବେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠାରେ ଲୋକମାନେ କାନ୍ଦନ୍ତି ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରନ୍ତି ସେହି ସ୍ଥାନକୁ ପଠାଇଦେବେ।
ରାଣୀ ବଷ୍ଟୀ ରାଜାଙ୍କୁ ଅମାନ୍ୟ କଲେ
1 ଅକ୍ଷଶ୍ୱେରଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶ ଉପରେ ରାଜତ୍ୱ କଲେ। 2 ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍ ରାଜଧାନୀରେ ନିଜର ରାଜ ସିଂହାସନରେ ଉପବିଷ୍ଟ ହେବାପରେ,
3 ଆପଣା ଅଧିକାରର ତୃତୀୟ ବର୍ଷରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ୟ ଓ ମାଦିୟା ଦେଶର ବିକ୍ରମି ଲୋକମାନେ ଏବଂ କୁଳୀନ ଓ ପ୍ରଦେଶାଧିପତିମାନେ ତାଙ୍କର ସାକ୍ଷାତରେ ଉପସ୍ଥିତ ହେଲେ। 4 ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତ୍ୱର ଶୋଭାର ଉତ୍କୃଷ୍ଟତା ଅନେକ ଦିନ, ଅର୍ଥାତ୍ 180 ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କଲା। 5 ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ୟଗଣ୍ୟ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶନରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନରେ ସାତ ଦିନ ପର୍ଯ୍ୟନ୍ତ ଭୋଜି ଗ୍ଭଲିଲା। 6 ସେଠାରେ ଧଳା ଓ ନୀଳ କାର୍ପାସ ପରଦା ଥିଲା। ସେହି ପରଦାଗୁଡ଼ିକ ନାଇଲନ୍ରେ ତିଆରି ରଜ୍ଜୁ ଓ ବାଇଗଣ ରଙ୍ଗର ରୌପ୍ୟମୟ କଡ଼ାରେ ମାର୍ବଲ ସ୍ତମ୍ଭରେ ବନ୍ଧା ଥିଲା ଏବଂ ଚଟାଣ ଉପରେ ମଧ୍ୟ ଯାହାକି ବିଭିନ୍ନ ପ୍ରକାର ରଙ୍ଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥରରେ ନିର୍ମିତ ହୋଇଥିଲା। ସେଠାରେ ସୁବର୍ଣ୍ଣର ଓ ରୂପାର ଆସନ ଥିଲା। 7 ସେମାନେ ନାନାପ୍ରକାର ସୁବର୍ଣ୍ଣପାତ୍ରରେ ପାନଦ୍ରବ୍ୟ ଓ ରାଜାର ବଦାନ୍ୟତାନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ। 8 ଦ୍ରାକ୍ଷାରସ ନିୟମ ଅନୁସାରେ ଥିଲା। କାହାରିକୁ ମଧ୍ୟ କରାଗଲା ନାହିଁ।
9 ବଷ୍ଟୀ ରାଣୀ ଅକ୍ଷଶ୍ୱେରଶର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା।
10 ସପ୍ତମ ଦିନରେ ଯେତେବେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ୟଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା, ହର୍ବୋଣା, ବିଗ୍ଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତ ଜଣ ନପୁଂସକ ଯେଉଁମାନେ ରାଜା ଅକ୍ଷଶ୍ୱେରଶଙ୍କ ସେବା କଲେ। 11 ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେହେତୁ ସେ ପରମ ସୁନ୍ଦରୀ ଥିଲା।
12 ମାତ୍ର ବାଷ୍ଟୀରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାର କଥିତ ଆଜ୍ଞାରେ ଆସିବାକୁ ରାଜି ହେଲା ନାହିଁ। ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାହାର ଅନ୍ତକରଣରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା। 13 ଏହା ପରେ ରାଜା ଜ୍ଞାନୀଲୋକମାନଙ୍କୁ ପଗ୍ଭରିଲେ, ଯେଉଁମାନେ ରାଜକୀୟ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା। 14 ଏହି ସମୟରେ କର୍ଶନା, ଶେଥର, ଅଦ୍ମାଥା, ତର୍ଶୀଶ, ମେରସ୍, ମେର୍ସନା ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ୟ ଓ ମାଦିୟା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ୟକୁ ଶାସନ କରୁଥିଲେ। 15 ରାଜା ସେମାନଙ୍କୁ ପଗ୍ଭରିଲେ, “ରାଣୀଙ୍କୁ ଆଇନ୍ ଅନୁଯାୟୀ କ’ଣ କରାଯିବା ଉଚିତ୍? ଯେହେତୁ ସେ ରାଜା ଆଦେଶ ଅବଜ୍ଞା କରିଛନ୍ତି, ଯାହାକି ନପୁଂସକମାନଙ୍କ ଦ୍ୱାରା ଦିଆଯାଇଥିଲା।”
16 ଏଥିରେ ରାଜାଙ୍କର ଓ ଅଧିପତିଗଣର ସାକ୍ଷାତରେ ମମୁଖନ ଉତ୍ତର ଦେଇ କହିଲେ, “ବଷ୍ଟୀରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ୱେରଶ ରାଜାର ଅଧୀନସ୍ଥ ପ୍ରଦେଶର ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କ ପ୍ରତି ଭୁଲ୍ କର୍ମ କରୁଛନ୍ତି। 17 କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀଲୋକଙ୍କ ମଧ୍ୟରେ ବ୍ୟାପିଯିବ। ‘ଏହା କହି ସ୍ତ୍ରୀମାନେ ସେମାନଙ୍କର ସ୍ୱାମୀମାନଙ୍କୁ ଅବମାନନା କରିବେ।’ ଆଉ ଅକ୍ଷଶ୍ୱେରଶ ରାଜା ବଷ୍ଟୀରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ।
18 “ପାରସ୍ୟ ଓ ମାଦିୟାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ।
19 “ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାଯାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ। 20 ଆହୁରି ରାଜ୍ୟ ବୃହତ୍, ଏଣୁ ରାଜ୍ୟର ସବୁସ୍ଥାନରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ୱାମୀ ସାମାଜିକ କ୍ଷେତ୍ରରେ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜ ନିଜ ସ୍ୱାମୀମାନଙ୍କୁ ସମ୍ମାନ କରିବେ।”
21 ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହେବାରୁ ରାଜା ମମୁଖନର ପରାମର୍ଶାନୁସାରେ କର୍ମକଲା। 22 ତେଣୁ ସେ ପ୍ରତ୍ୟେକ ପ୍ରଦେଶରେ ଅକ୍ଷାରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାର ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, “ପ୍ରତ୍ୟେକ ପୁରୁଷ ନିଜ ନିଜ ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଗ୍ଭର କରୁ।”
ପାଉଲଙ୍କ ଉପରେ ଯିହୂଦୀମାନଙ୍କର ଅଭିଯୋଗ
24 ମହାଯାଜକ ହନାନିୟ ପାଞ୍ଚ ଦିନ ପରେ କେତକ ଯିହୂଦୀୟ ନେତା ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କୁ ନେଇ କାଇସରୀଆରେ ପହଞ୍ଚିଲେ। ସେଠାରେ ସେମାନେ ରାଜ୍ୟପାଳଙ୍କ ସାମନାରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ। 2 ତେଣୁ ପାଉଲଙ୍କୁ ଡକା ହେଲା। ତର୍ତ୍ତୁଲ୍ଲ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ,
“ହେ ମହାମାନ୍ୟ ଫେଲୀକ୍ସ! ଆମ୍ଭ ଲୋକମାନେ ଆପଣଙ୍କ ସକାଶେ ବହୁତ ଶାନ୍ତିରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ୟବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗୁଁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ଯ୍ୟ ହୋଇ ପାରୁଛି। 3 ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ। 4 ଏବେ ମୁଁ ଆପଣଙ୍କର ଅଧିକ ସମୟ ନଷ୍ଟ କରିବାକୁ ଇଚ୍ଛା ନ କରି, ସଂକ୍ଷେପରେ ଆମ୍ଭ କଥା କହିବି। ତେଣୁ ଆପଣ ଧୈର୍ଯ୍ୟ ଧରି ଆମ୍ଭ କଥା ଶୁଣନ୍ତୁ। 5 ଏ ବ୍ୟକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ସେ ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ୟ ନେତା। 6 ଏପରିକି ସେ ମନ୍ଦିରକୁ ଅପବିତ୍ର କରିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା। 7 କିନ୍ତୁ ସେତିକିବେଳେ ଆମ୍ଭେ ତାହାକୁ ଧରିନେଲୁ। 8 [a] ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆମ୍ଭେ ତାଙ୍କ ବିରୁଦ୍ଧରେ କରିଥିବା ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣି ପାରିବେ।” 9 ତା’ପରେ ସମସ୍ତ ଯିହୂଦୀମାନେ ଏହି ଅଭିଯୋଗ ସତ୍ୟ ବୋଲି କହିଲେ।
ଫେଲୀକ୍ସ ଆଗରେ ଗଲେ ନିଜକୁ ବଞ୍ଚାଇଲେ
10 ରାଜ୍ୟପାଳ ଯେତେବେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତେବେଳେ ପାଉଲ ଉତ୍ତର ଦେଇ କହିଲେ, “ମୁଁ ଜାଣେ ଯେ ଆପଣ ଅନେକ ବର୍ଷ ଧରି ଏ ଜାତିର ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖରେ ମୁଁ ଆନନ୍ଦରେ ମୋର ପକ୍ଷସମର୍ଥନ କରୁଅଛ। 11 ଆପଣ ନିଜେ ଜାଣି ପାରିବେ ଯେ ମୁଁ କେବଳ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ଯିରୁଶାଲମରେ ପହଞ୍ଚିଥିଲି। 12 ସେମାନେ ମୋତେ ମନ୍ଦିରରେ ବା କୌଣସି ସମାଜଗୃହରେ ବା ସହରରେ କାହାରି ସହ ଯୁକ୍ତିତର୍କ କରିବା ବା ଭିଡ଼ ଜମେଇବାର ଦେଖି ନାହାନ୍ତି। 13 ଏହି ଲୋକମାନେ ମୋ’ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ସେମାନେ ଦେଇ ପାରିବେ ନାହିଁ।
14 “କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ ‘ଦଳ’ ବୋଲି କହନ୍ତି, ସେହି ମତାନୁଯାୟୀ ମୁଁ ମୋର ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ଉପାସନା କରେ। କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଯାହାସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହାସବୁ ଲେଖାଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। 15 ଏହି ବ୍ୟକ୍ତିମାନଙ୍କ ଭଳି, ମୁଁ ମଧ୍ୟ ପରମେଶ୍ୱରଙ୍କଠାରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ୟୁରୁ ପୁନରୁତ୍ଥାନ ହେବ। 16 ସେଥିପାଇଁ ମୁଁ ପରମେଶ୍ୱର ଓ ଲୋକମାନଙ୍କ ପାଖରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟା କରେ।
17 “ମୁଁ ବହୁତ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରୁ ଦୂରରେ ଥିଲି। ତା’ପରେ ମୋ’ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାଯ୍ୟ ଦେବା ପାଇଁ ଓ ପରମେଶ୍ୱରଙ୍କ ପାଖରେ ଦାନ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଫେରିଲି। 18 ମୁଁ ମନ୍ଦିରରେ ନିଜକୁ ଶୁଚି କରିବାକୁ ଯାଇଥିଲି। ଶୁଚିକରଣ ଉତ୍ସବ ସରିଗଲାପରେ କେତେକ ଯିହୂଦୀମାନେ ସେଠାରେ ମୋତେ ଦେଖିଲେ। ମୁଁ ସେଠାରେ କୌଣସି ଗଣ୍ଡଗୋଳ ସୃଷ୍ଟି କରି ନାହିଁ କି ମୋ’ ସହିତ କୌଣସି ଲୋକ ମଧ୍ୟ ନ ଥିଲେ। 19 ସେ ସମୟରେ ଏସିଆର କେତେକ ଯିହୂଦୀ ସେଠାରେ ଥିଲେ। ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି ଆପତ୍ତି ଥାଏ ତେବେ ସେମାନେ ଆପଣଙ୍କ ନିକଟରେ ଉପସ୍ଥିତ ହେବା ଉଚିତ୍, 20 ନଚେତ୍ ଆପଣ ଏଠାରେ ଉପସ୍ଥିତ ଥିବା ଯିହୂଦୀୟମାନଙ୍କୁ ପଗ୍ଭରନ୍ତୁ, ସେମାନଙ୍କ ପରିଷଦ ସଭାରେ, ସେମାନଙ୍କ ସମ୍ମୁଖରେ ମୁଁ ଯେତେବେଳେ ଠିଆହେଲି, ସେତେବେଳେ ସେମାନେ ମୋ’ଠାରେ କ’ଣ ସବୁ ଦୋଷ ଦେଖିଲେ? 21 ମୁଁ କେବଳ ଗୋଟିଏ କଥା ସେମାନଙ୍କ ମଧ୍ୟରେ ଠିଆ ହୋଇ ଜୋର୍ରେ କହିଥିଲି ଯେ, ‘ମୃତ୍ୟୁରୁ ଲୋକମାନଙ୍କର ପୁନରୁତ୍ଥାନ ହେବ ବୋଲି ବିଶ୍ୱାସ କରୁଥିବାରୁ ମୋର ଆଜି ସଭା ସମ୍ମୁଖରେ ବିଗ୍ଭର ହେଉଛି।’”
22 ଫେଲୀକ୍ସ୍ ଖ୍ରୀଷ୍ଟଙ୍କର ମାର୍ଗ ବିଷୟରେ ଭଲ ଭାବରେ ଜାଣିଥିବାରୁ ଶୁଣାଣି ସ୍ଥଗିତ ରଖିଲେ। ସେ କହିଲେ, “ସେନାଧ୍ୟକ୍ଷ ଲୂସିୟା ଆସିବା ପରେ ମୁଁ ତୁମ୍ଭମାନଙ୍କ ବିଗ୍ଭର କରିବି।” 23 ଫେଲୀକ୍ସ୍ ଶତସେନାପତିଙ୍କ ଜିମାରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀରେ ରଖି କିଛି ସ୍ୱାଧୀନତା ଦେବା ପାଇଁ ମଧ୍ୟ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ୟକୀୟ ଜିନିଷ ନେଇ ଆସନ୍ତି, ତେବେ ସେମାନଙ୍କୁ ବାଧା ନ ଦେବା ନିମନ୍ତେ ମଧ୍ୟ ସେ ସେହି ଶତସେନାପତିଙ୍କୁ ଆଦେଶ ଦେଲେ।
ଫେଲୀକ୍ସ୍ ଓ ତାହାଙ୍କ ସ୍ତ୍ରୀଙ୍କ ସହିତ ପାଉଲଙ୍କର କଥା
24 କିଛି ଦିନ ପରେ ଫେଲୀକ୍ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନେଇ ଆସିଲେ। ସେ ଯିହୂଦୀ ଥିଲେ। ଫେଲୀକ୍ସ୍ ପାଉଲଙ୍କୁ ଡକାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟରେ ଶୁଣିଲେ। 25 କିନ୍ତୁ ପାଉଲ ଯେତେବେଳେ ଧାର୍ମିକ ଜୀବନ, ଆତ୍ମସଂଯମ ଓ ଆଗାମୀ ବିଗ୍ଭର ବିଷୟରେ କହିଲେ, ସେତେବେଳେ ଫେଲୀକ୍ସ୍ ଭୟଭୀତ ହୋଇଗଲେ। ଫେଲୀକ୍ସ୍ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ। ମୋର ସମୟ ହେଲେ ମୁଁ ତୁମ୍ଭକୁ ଡାକିବି।” 26 କିନ୍ତୁ ଫେଲୀକ୍ସ୍ ପାଉଲଙ୍କ ସହିତ କଥା ହେବାର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦେବେ। ତେଣୁ ସେ ପାଉଲଙ୍କୁ ଅନେକଥର ଡକାଇ କଥା ହେଉଥିଲେ।
27 କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ୟପାଳ ହେଲେ। ଫେଲୀକ୍ସ୍ ଆଉ ରାଜ୍ୟପାଳ ପଦରେ ରହିଲେ ନାହିଁ। ତେଣୁ ଫେଲୀକ୍ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ କାରାଗାରରେ ରଖି ଗ୍ଭଲିଗଲେ।
2010 by World Bible Translation Center