M’Cheyne Bible Reading Plan
ଯାକୁବ ତାଙ୍କର ସାହସିକତା ଦେଖାଇଲେ
33 ଅନନ୍ତର ଯାକୁବ ଏଷୌ ଆସୁଥିବାର ଦେଖିଲେ। ଏଷୌ ତାଙ୍କ ସହିତ ଗ୍ଭରିଶହ ଲୋକଙ୍କୁ ଧରି ଆସୁଥିଲେ। ଯାକୁବ ତାଙ୍କର ପରିବାରକୁ ଗ୍ଭରି ଭାଗରେ ବିଭକ୍ତ କଲେ। ଲେୟା ଏବଂ ତା’ର ପିଲାମାନେ ଗୋଟିଏ ଦଳରେ ରହିଲେ। ରାହେଲ ଓ ଯୋଷେଫ ଗୋଟିଏ ଦଳରେ ରହିଲେ। ଦୁଇଦାସୀ ଏବଂ ତାଙ୍କର ପିଲାମାନେ ଦୁଇ ଗୋଟି ଦଳରେ ରହିଲେ। 2 ଯାକୁବ, ଆଗେ ଦୁଇ ଦାସୀ ଓ ସେମାନଙ୍କର ସନ୍ତାନଗଣଙ୍କୁ ତା’ ପଛେ ଲେୟା ଓ ତା’ର ସନ୍ତାନଗଣ, ସବା ଶେଷରେ ରାହେଲ ଓ ଯୋଷେଫକୁ ରଖିଲେ।
3 ସେମାନଙ୍କ ଆଗରେ ଯାକୁବ ଗଲେ, ସେ ଯେତେବେଳେ ଭାଇର ନିକଟବର୍ତ୍ତୀ ହେଲେ। ଭକ୍ତି ଦେଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲେ।
4 ଯେତେବେଳେ ଏଷୌ ଯାକୁବଙ୍କୁ ଦେଖିଲେ ସେ ତାଙ୍କୁ ଭେଟିବା ପାଇଁ ଦୌଡ଼ିଗଲେ। ଏହା ପରେ ସେ ତାଙ୍କର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲେ, ପୁଣି ଦୁହେଁ କାନ୍ଦିବାକୁ ଲାଗିଲେ। 5 ଏଷୌ, ସ୍ତ୍ରୀ ଓ ପିଲାମାନଙ୍କୁ ଦେଖିଲେ, ସେ ପଗ୍ଭରିଲେ, “ତୁମ୍ଭ ସହିତ ଏହି ଲୋକମାନେ କିଏ?”
ଯାକୁବ ଉତ୍ତର ଦେଲେ, “ପରମେଶ୍ୱର ମୋତେ ଦୟା କରି ଏ ସମସ୍ତ ସନ୍ତାନ ଦେଇଛନ୍ତି।”
6 ଏହା ପରେ ଦୁଇଦାସୀ ଓ ତାହାର ପିଲାମାନେ ଏଷୌ ନିକଟକୁ ଗଲେ। ସେମାନେ ଏଷୌକୁ ଭୂମିଷ୍ଠ ପ୍ରଣାମ କଲେ। 7 ଏହା ପରେ ଲେୟା ଏବଂ ତାଙ୍କର ସନ୍ତାନଗଣ ଏଷୌକୁ ପ୍ରଣାମ କଲେ। ଏବଂ ଏହା ପରେ ରାହେଲ ଓ ଯୋଷେଫ ଏଷୌ ନିକଟକୁ ଯାଇ ପ୍ରଣାମ କଲେ।
8 ଏଷୌ କହିଲେ, “ମୁଁ ଆସିବା ସମୟରେ ଯେଉଁମାନଙ୍କୁ ଦେଖିଲି ସେମାନେ କିଏ? ସେ ପଶୁଗୁଡ଼ିକ କାହା ନିମନ୍ତେ ନେଉଛନ୍ତି।”
ଯାକୁବ ଉତ୍ତର ଦେଲେ, “ସେଗୁଡ଼ିକୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଉପହାର ଦେଇଛି। ତେଣୁ ମୋତେ ଗ୍ରହଣ କର।”
9 କିନ୍ତୁ ଏଷୌ କହିଲେ, “ତୁମ୍ଭର ମୋତେ କିଛି ଉପହାର ଦେବା ଦରକାର ନାହିଁ, ଭାଇ ମୋ’ ପାଇଁ ବହୁତ ଅଛି।”
10 ଯାକୁବ କହିଲେ, “ନା ଭାଇ ମୁଁ ତୁମ୍ଭକୁ ଅନୁରୋଧ କରୁଛି। ଯଦି ତୁମ୍ଭେ ମୋତେ ବାସ୍ତବରେ ଗ୍ରହଣ କରୁଛ ତେବେ ମୋର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁ ଦେଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସୀ। ମୋତେ ପରମେଶ୍ୱରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାରେ ତୁମ୍ଭେ ମୋତେ ଗ୍ରହଣ କରିଥିବାରୁ, ମୁଁ ଖୁସୀ। 11 ତେଣୁ ମୁଁ ବିନତି କରୁଛି ତୁମ୍ଭେ ମୋର ଉପହାର [a] ଗ୍ରହଣ କର। ପରମେଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି। ମୋର ଆବଶ୍ୟକତାଠାରୁ ଅଧିକ ପାଇଛି।” ଯାକୁବ ଏଷୌକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲେ। ତେଣୁ ସେ ସେଗୁଡ଼ିକୁ ଗ୍ରହଣ କଲେ।
12 ଏହା ପରେ ଏଷୌ କହିଲେ, “ତୁମ୍ଭେ ତୁମ୍ଭର ଯାତ୍ରା ଗ୍ଭଲୁ ରଖ। ମୁଁ ମଧ୍ୟ ତୁମ୍ଭ ସହିତ ଯିବି।”
13 କିନ୍ତୁ ଯାକୁବ ତାଙ୍କୁ କହିଲେ, “ତୁମ୍ଭେ ଜାଣ ମୋର ସନ୍ତାନଗଣ ଛୋଟ ଏବଂ ମୁଁ ମୋର ପଶୁଗଣଙ୍କର ଓ ତାଙ୍କର ଛୁଆମାନଙ୍କ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ। ମୁଁ ଯଦି ତାଙ୍କୁ ବଳପୂର୍ବକ ଗୋଟିଏ ଦିନରେ ବହୁତ ବାଟ ନେଇଯାଏ ତେବେ ସମସ୍ତ ପଶୁ ମରିଯିବେ। 14 ତେଣୁ ମୋର ପ୍ରଭୁ ତୁମ୍ଭେ ଆମ୍ଭ ଆଗରେ ଗ୍ଭଲ, ମୁଁ ତୁମ୍ଭକୁ ଧୀରେ ଧୀରେ ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧୀରେ ଯିବି କାରଣ ମୋର ପିଲାମାନେ କ୍ଳାନ୍ତ ହୋଇ ପଡ଼ିବେ। ମୁଁ ତୁମ୍ଭକୁ ସେୟୀରରେ ସାକ୍ଷାତ କରିବି।”
15 ତେଣୁ ଏଷୌ କହିଲେ, “ତୁମ୍ଭର ସାହାଯ୍ୟ ପାଇଁ ମୁଁ ମୋର କିଛି ଲୋକଙ୍କୁ ଛାଡ଼ି ଯାଉଛି।”
କିନ୍ତୁ ଯାକୁବ କହିଲେ, “ଏହା ତୁମ୍ଭର ଦୟା ହେବ। କିନ୍ତୁ ଏସବୁ କରିବାର କିଛି ଆବଶ୍ୟକ ନାହିଁ।” ମାତ୍ର ପ୍ରଭୁଙ୍କର ଆନୁଗ୍ରହ ଥାଉ। 16 ତେଣୁ ସେହି ଦିନ ଏଷୌ ସେୟୀରକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କଲେ। 17 କିନ୍ତୁ ଯାକୁବ ସୁକ୍କୋତକୁ ଗଲେ। ସେହି ସ୍ଥାନରେ ସେ ଆପଣା ପାଇଁ ଏକ ଗୃହ ତିଆରି କଲେ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲେ। ତେଣୁ ସେହି ସ୍ଥାନର ନାମ ସୁକ୍କୋତ ହେଲା।
18 ଏହି ପ୍ରକାରେ ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲେ। 19 ଏହା ପରେ ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକଶ କସୀତା ନାମକ ରୌପ୍ୟ ମୁଦ୍ରାଦେଇ ସେହି ତମ୍ବୁ ସ୍ଥାନଟିକୁ କିଣିଲେ। 20 ପୁଣି ଯାକୁବ ସେଠାରେ ପରମେଶ୍ୱରଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ, “ଏଲ ଇସ୍ରାଏଲର ପରମେଶ୍ୱର।”
କୃଷକ ବୀଜ ବୁଣିବା ବିଷୟରେ ଦୃଷ୍ଟାନ୍ତ କଥା(A)
4 ଯୀଶୁ ପୁଣି ହ୍ରଦ କୂଳରେ ଉପଦେଶ ଦେବା ଆରମ୍ଭ କଲେ। ସେଠାରେ ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ସେ ହ୍ରଦରେ ଥିବା ଗୋଟିଏ ଡଙ୍ଗାରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳରେ ଠିଆ ହୋଇ ରହିଲେ। 2 ଯୀଶୁ ଡଙ୍ଗାରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସେମାନଙ୍କୁ ଉପଦେଶ ଦେବା ପାଇଁ ଅନେକଗୁଡ଼ିଏ ଦୃଷ୍ଟାନ୍ତ କଥାର ପ୍ରୟୋଗ କଲେ। ତାହାଙ୍କ ଶିକ୍ଷାରେ ସେ କହିଲେ,
3 “ଶୁଣ, ଜଣେ ଗ୍ଭଷୀ ବୀଜ ବୁଣିବାକୁ ବାହାରିଲା।” 4 ଯେତେବେଳେ ଗ୍ଭଷୀଟି ବୀଜ ବୁଣୁଥିଲା, ସେଥିରୁ କିଛି ବୀଜ ରାସ୍ତାରେ ପଡ଼ିଗଲା। ପକ୍ଷୀମାନେ ଆସି ସେତକ ଖାଇ ଦେଲେ। 5 ଆଉ କିଛି ବୀଜ ପଥୁରିଆ ଜମିରେ ପଡ଼ିଗଲା। ସେ ଜମିରେ ଯଥେଷ୍ଟ ମାଟି ନ ଥିଲା। ଯଥେଷ୍ଟ ମାଟି ନ ଥିବାରୁ ସେ ବୀଜଗୁଡ଼ିକ ଅତି ଶୀଘ୍ର ଗଜା ହୋଇଗଲା। 6 କିନ୍ତୁ ସୂର୍ଯ୍ୟ ଆକାଶରେ ଉଠିବା ପରେ ପରେ ଉତ୍ତାପ ହେତୁ ଗଜାଗୁଡ଼ିକ ଜଳି ଗଲା। ମାଟି ଭିତରକୁ ଚେର ଗଭୀର ଭାବରେ ଯାଇ ପାରି ନ ଥିବାରୁ ଗଛ ଗ୍ଭରାଗୁଡ଼ିକ ଶୁଖିଗଲା। 7 କିଛି ବୀଜ କଣ୍ଟାବୁଦାଗୁଡ଼ିକ ଭିତରେ ପଡ଼ିଗଲା। କଣ୍ଟାବୁଦାଗୁଡ଼ିକ ବଢ଼ୁ ଥିଲା, ତେଣୁ କଣ୍ଟାବୁଦା ଗୁଡ଼ିକ ଗଛଗ୍ଭରାଗୁଡ଼ିକୁ ଗ୍ଭପି ଦେଲା, ତା’ ଫଳରେ ସେଗୁଡ଼ିକ ଭଲ ଭାବରେ ବଢ଼ି ପାରିଲା ନାହିଁ। ତେଣୁ ସେଥିରେ ଫଳ ଫଳିଲା ନାହିଁ। 8 କେତେକ ବୀଜ ଭଲ ମାଟିରେ ପଡ଼ିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢ଼ିଲା ଓ ଫଳ ଫଳିଲା କେତେକ ଗଛରେ ତିରିଶ୍ ଗୁଣ ବା ଷାଠିଏ ଗୁଣ ଏପରିକି କେତେକ ଗଛରେ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”
9 ତା’ପରେ ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଯିଏ ଶୁଣୁଛି, ଶୁଣୁ।”
ଯୀଶୁ କାହିଁକି ଦୃଷ୍ଟାନ୍ତ ପ୍ରୟୋଗ କରନ୍ତି(B)
10 ପରେ ଯେତେବେଳେ ଯୀଶୁ ଏକୁଟିଆ ଥିଲେ, ସେତେବେଳେ ତାହାଙ୍କର ବାରଜଣ ଯାକ ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତ ସମ୍ବନ୍ଧରେ ପଗ୍ଭରିଲେ।
11 ଯୀଶୁ କହିଲେ, “କେବଳ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ନିଗୂଢ଼ତତ୍ତ୍ୱ ବୁଝି ପାରିବା ପାଇଁ ଶକ୍ତି ଦିଆଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ୟମରେ ସବୁକଥା କହୁଛି। 12 ମୁଁ ଏପରି କରେ କାରଣ:
‘ସେମାନେ ଖାଲି ଗ୍ଭହୁଁଥିବେ ସିନା କିନ୍ତୁ କିଛି ଦେଖି ପାରୁ ନ ଥିବେ।
ସେମାନେ ଖାଲି ଶୁଣୁଥିବେ ସିନା କିଛି ବୁଝି ପାରୁ ନ ଥିବେ।
ଯଦି ସେମାନେ ଦେଖି ପାରିବେ ଓ ବୁଝି ପାରିବେ,
ତେବେ ସେମାନେ ବଦଳି ଯିବେ ଓ କ୍ଷମା ପାଇ ଯିବେ।’” (C)
ଯୀଶୁ ବୀଜବୁଣା ଦୃଷ୍ଟାନ୍ତ କଥା ବୁଝାଇଲେ(D)
13 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ଦୃଷ୍ଟାନ୍ତ ବୁଝି ପାରୁଛ କି? ତେବେ ଅନ୍ୟ ଦୃଷ୍ଟାନ୍ତଗୁଡ଼ିକ କିପରି ବୁଝିବ?” 14 ଗ୍ଭଷୀଟି ଲୋକମାନଙ୍କ ମନ ମଧ୍ୟରେ ପରମେଶ୍ୱରଙ୍କ ଉପଦେଶ ବୁଣୁଥିବା ଲୋକ ଭଳି। 15 ବେଳେବେଳେ ବାକ୍ୟ ରାସ୍ତାରେ ପଡ଼ିଯାଏ। କେତେକ ଲୋକ ଏହି ରାସ୍ତା ଭଳି, ସେହି ଲୋକମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଶୟତାନ ତତ୍କ୍ଷଣାତ୍ ଆସି ସେମାନଙ୍କ ମଧ୍ୟରେ ବୁଣା ଯାଇଥିବା ବାକ୍ୟକୁ ନେଇ ଯାଏ।
16 “ଆଉ କେତେକ ଲୋକ ପଥୁରିଆ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦରେ ତାହା ଗ୍ରହଣ କରି ନିଅନ୍ତି। 17 କିନ୍ତୁ ତାହାର ଚେର ତାହାଙ୍କ ହୃଦୟର ଗଭୀରତାରେ ପ୍ରବେଶ କରି ପାରେ ନାହିଁ। କେବଳ କିଛି କ୍ଷଣ ପାଇଁ ସେମାନେ ବାକ୍ୟକୁ ଧରି ରଖନ୍ତି। ପରେ ଯେତେବେଳେ ବାକ୍ୟ ଯୋଗୁଁ ବିପଦ ଆସେ ବା ସେମାନେ ନିର୍ଯ୍ୟାତିତ ହୁଅନ୍ତି, ସେତେବେଳେ ସେମାନେ ତୁରନ୍ତ ବିଶ୍ୱାସ ପରିତ୍ୟାଗ କରନ୍ତି।
18 “ଆଉ କେତେକ ଲୋକ କଣ୍ଟାବୁଦାଗୁଡ଼ିକରେ ପଡ଼ି ଯାଇଥିବା ବୀଜ ଭଳି। ଏମାନେ ବାକ୍ୟ ଶୁଣନ୍ତି। 19 କିନ୍ତୁ ତାହାଙ୍କ ମନରେ ଜୀବନର ଚିନ୍ତା, ଧନ-ସମ୍ପତ୍ତିର ମୋହ ଓ ଅନ୍ୟ ବସ୍ତୁ ଲାଭ କରିବାର ଲାଳସା ଆସେ ଓ ସେଗୁଡ଼ିକ ବାକ୍ୟକୁ ଗ୍ଭପି ପକାଏ। ଫଳରେ ତାହା ସେମାନଙ୍କ ଜୀବନରେ ଫଳହୀନ ହୁଏ।
20 “କେତେକ ଲୋକ ଭଲମାଟିରେ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟକୁ ଶୁଣନ୍ତି ଓ ତାହା ଗ୍ରହଣ କରନ୍ତି। ତା’ପରେ ସେମାନେ ବୃଦ୍ଧି ପାଇ ଫଳପ୍ରଦ ହୁଅନ୍ତି। ତାହା ବେଳେବେଳେ ତିରିଶ୍ ଗୁଣ, ଷାଠିଏ ଗୁଣ ବା ଶହେ ଗୁଣ ପର୍ଯ୍ୟନ୍ତ ଫଳ ଦେଇଥାଏ।”
ଯାହା ତୁମ୍ଭ ପାଖରେ ଅଛି ତାହାର ବିନିଯୋଗ କର(E)
21 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେ କ’ଣ ହାଣ୍ଡି ତଳେ କି ଖଟ ତଳେ ଦୀପଟିଏ ରଖ କି? ତୁମ୍ଭ ଦୀପରୂଖା ଉପରେ ଦୀପ ରଖ। 22 ତେବେ ଯାହାକିଛି ଲୁଚି ରହିଛି, ତାହା ସ୍ପଷ୍ଟ ହୋଇଯିବ। ଯାହାକିଛି ରହସ୍ୟ ହୋଇ ରହିଛି, ତାହା ପ୍ରକାଶ ପାଇବ। 23 ମୋତେ ଶୁଣିଥିବା ଲୋକମାନେ ଶୁଣନ୍ତୁ। 24 “ତୁମ୍ଭେ ଯାହା ଶୁଣୁଛ, ତାହା ଉପରେ ସାବଧାନ ହୋଇ ବିଗ୍ଭର କର ତୁମ୍ଭେ ଯେଉଁଭଳି ଭାବରେ ଅନ୍ୟକୁ ଦେଉଛ, ପରମେଶ୍ୱର ତୁମ୍ଭକୁ ଠିକ୍ ସେହିଭଳି ଭାବରେ ଦେବେ। ବରଂ ପରମେଶ୍ୱର ତୁମ୍ଭକୁ ଆହୁରି ଅଧିକ ଦେବେ। 25 ଯାହା ପାଖରେ କିଛି ଅଛି, ତାହାକୁ ଆଉ ଅଧିକ ଦିଆଯିବ। କିନ୍ତୁ ଯାହା ପାଖରେ ଖୁବ୍ କମ୍ ଅଛି, ତାହା ମଧ୍ୟ ସେ ହରେଇ ବସିବ।”
ବୀଜର ଦୃଷ୍ଟାନ୍ତ ବିଷୟରେ ଯୀଶୁ ବ୍ୟାଖ୍ୟା କଲେ
26 ଯୀଶୁ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ, ବୀଜ ବୁଣୁଥିବା ଲୋକଟିଏ ଭଳି। 27 ବୀଜରୁ ଅଙ୍କୁର ବାହାରି ଦିନରାତି ବଢ଼ିବାକୁ ଲାଗେ। ସେହି ଲୋକ ଦିନରେ ଚେଇଁଥାଉ କି ରାତିରେ ଶୋଇଥାଉ, ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢ଼ି ଗ୍ଭଲୁଥାଏ। ସେହ ଲୋକ ଜାଣି ପାରେ ନାହିଁ ଯେ ଅଙ୍କୁରଟି କିପରି ବଢ଼ୁଛି। 28 କାହାରି ସାହାଯ୍ୟ ବିନା ଭୂମି ଆପେ ଆପେ ଶସ୍ୟ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା’ପରେ କେଣ୍ଡା ହୁଏ। ତା’ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ୟ ହୁଏ, 29 ଯେତେବେଳେ ଶସ୍ୟ ପାଚିଯାଏ, ସେତେବେଳେ ସେହି ଲୋକ ଦାଆ ନେଇ ତାକୁ କାଟେ। କାରଣ ଏହା ହିଁ ଅମଳ କରିବାର ଉପଯୁକ୍ତ ସମୟ।”
ପରମେଶ୍ୱରଙ୍କ ରାଜ୍ୟ ଏକ ସୋରିଷଦାନା ଭଳି(F)
30 ସେ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ ସମ୍ପର୍କରେ କ’ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ୟମରେ ଏହା ବୁଝେଇବି? 31 ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଏହି ସୋରିଷଦାନା, ତୁମ୍ଭେ ବୁଣୁଥିବା ବୀଜଗୁଡ଼ିକ ଭିତରେ ସବୁଠାରୁ ଛୋଟ। 32 କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢ଼ି ତୁମ୍ଭ ବଗିଗ୍ଭର ଅନ୍ୟ ଗଛମାନଙ୍କ ଭିତରେ ସବୁଠାରୁ ବଡ଼ ହୋଇଯାଏ। ତା’ର ଶାଖା ଗୁଡ଼ିକ ବଡ଼ ହୋଇଯାଏ। ପକ୍ଷୀମାନେ ଆସି ତା’ ଛାଇରେ ବସା ବାନ୍ଧି ରହନ୍ତି।”
33 ଯୀଶୁ ଏହିଭଳି ଅନେକ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ। ସେମାନଙ୍କର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସେମାନଙ୍କୁ କହୁଥିଲେ। 34 ଯୀଶୁ ଲୋକଙ୍କୁ ଉପଦେଶ ଦେଲାବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରୟୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ୟମାନେ ଏକୁଟିଆ ଥିବା ବେଳେ, ଯୀଶୁ ସେମାନଙ୍କୁ ସବୁଗୁଡ଼ିକର ଅର୍ଥ ସ୍ପଷ୍ଟ ଭାବରେ ବୁଝେଇ ଦେଉଥିଲେ।
ଯୀଶୁ ଝଡ଼ ବନ୍ଦ କରିଦେଲେ(G)
35 ସେହି ଦିନ ସନ୍ଧ୍ୟାବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆର ପଟକୁ ଯିବା।” 36 ତେଣୁ ସେମାନେ ସବୁ ଲୋକଙ୍କୁ ସେଠାରେ ଛାଡ଼ିଦେଲେ। ଯେଉଁ ଡଙ୍ଗାରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ୟମାନେ ମଧ୍ୟ ଯାଇ ସେଥିରେ ବସିଲେ। ସେଠାରେ ଅନ୍ୟ ଡଙ୍ଗାଗୁଡ଼ିକ ମଧ୍ୟ ଥିଲା। 37 ତା’ପରେ ହ୍ରଦରେ ଗୋଟିଏ ଭୟଙ୍କର ଝଡ଼ ସୃଷ୍ଟି ହେଲା। ଡଙ୍ଗା ଆଡ଼କୁ ଢେଉ ମାଡ଼ି ଆସିଲା। ଡଙ୍ଗାରେ ପାଣି ପ୍ରାୟ ଭର୍ତ୍ତି ହୋଇଗଲା। 38 ଯୀଶୁ ଡଙ୍ଗା ଭିତରେ ପଛ ମଙ୍ଗରେ ଗୋଟିଏ ତକିଆରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସେମାନେ କହିଲେ, “ଗୁରୁ, ତୁମ୍ଭେ କ’ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡ଼ିଯିବା।”
39 ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା’ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା।
40 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଭୟ କରୁଛ? ଏ ପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ହୋଇ ନାହିଁ?”
41 ସେମାନେ କିନ୍ତୁ ବହୁତ ଡରି ଯାଇଥିଲେ। ସେମାନେ ନିଜ ଭିତରେ ପଚରା ଉଚରା ହେଲେ, “ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ୟ ତାହାଙ୍କୁ ମାନୁଛନ୍ତି।”
ଯିହୁଦୀମାନଙ୍କର ଜୟ
9 ଅଦର ନାମକ ଦ୍ୱାଦଶ ମାସରେ ତ୍ରୟୋଦଶ ଦିନରେ ରାଜା ଆଜ୍ଞା ଓ ନିୟମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁ ଦିନ ଯିହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଅପେକ୍ଷା କରିଥିଲେ। ସେହି ଦିନ ଏପରି ବିପରୀତ ଘଟଣା ହେଲା, ଯେ ଯିହୁଦୀୟମାନେ ନିଜର ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। 2 ସେହି ସମୟରେ, ରାଜା ଅକ୍ଷଶ୍ୱେରଶଙ୍କର ରାଜ୍ୟର ସମସ୍ତ ନଗରରେ ଯିହୁଦୀୟମାନେ ସେମାନଙ୍କୁ କ୍ଷତି କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ପ୍ରତିବାଦ କରିବାକୁ ଏକତ୍ରିତ ହେଲେ। ପୁଣି ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇପାରିଲେ ନାହିଁ, କାରଣ ସମୁଦାୟ ଲୋକେ ସେମାନଙ୍କୁ ଭୟ କରୁଥିଲେ। 3 ପ୍ରଦେଶ ଅଧିପତି ଓ କ୍ଷିତିପାଳ, ଶାସନକର୍ତ୍ତା ଓ ରାଜ କର୍ମଗ୍ଭରୀମାନେ ଯିହୁଦୀୟମାନଙ୍କୁ ସାହାଯ୍ୟ କଲେ। କାରଣ ସେମାନେ ମର୍ଦ୍ଦଖୟକୁ ଭୟ କରୁଥିଲେ। 4 କାରଣ ମର୍ଦ୍ଦଖୟ ରାଜଗୃହ ମଧ୍ୟରେ ଶକ୍ତିଶାଳୀ ଥିଲା ଓ ତାହାର ଯଶ ସର୍ବପ୍ରଦେଶରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖୟ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।
5 ଯିହୁଦୀୟମାନେ ସେମାନଙ୍କର ସମସ୍ତ ଶତ୍ରୁଙ୍କୁ ଖଣ୍ଡାରେ ହାଣି ବିନାଶ କଲେ। ସେମାନେ ସେମାନଙ୍କର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ୟବହାର କଲେ। 6 ଏହିପରି ଯିହୁଦୀୟମାନେ ଶୂଶନ ରାଜଧାନୀରେ 500 ଲୋକଙ୍କୁ ବଧ ଓ ବିନାଶ କଲେ। 7 ପୁଣି ପର୍ଶନ୍ଦାଥ ଓ ଦଲ୍ଫୋନ୍ ଓ ଅସ୍ପାଥଙ୍କୁ ଯିହୁଦୀୟମାନେ ହତ୍ୟା କଲେ। 8 ପୋରାଥ, ଅଦଲୀୟ, ଓ ଅରିଦାଥ। 9 ପର୍ମସ୍ତ ଓ ଅରୀଷୟ, ଅରୀଦୟ ଓ ବୟିଷାଥ। 10 ଯିହୁଦୀୟମାନଙ୍କର ଶତ୍ରୁ ହମ୍ମଦାଥାର ପୁତ୍ର ହାମନ୍ର ଏହି ଦଶ ପୁତ୍ରଙ୍କୁ ସେମାନେ ବଧ କଲେ। ମାତ୍ର ଲୁଟ କରିବାକୁ ସେମାନେ ଇଚ୍ଛା କଲେ ନାହିଁ।
11 ସେହି ଦିନ କେତେଜଣ ଲୋକଙ୍କୁ ରାଜଧାନୀ ଶୂଶନରେ ହତ୍ୟା କରାଯାଇଥିଲା, ଏହା ରାଜାଙ୍କୁ କୁହାଗଲା। 12 ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, “ଯିହୁଦୀୟମାନେ 500 ଲୋକଙ୍କୁ ଶୂଶନରେ ହତ୍ୟା କରିଛନ୍ତି, ସେମାନଙ୍କ ମଧ୍ୟରେ ହାମନ୍ର ଦଶପୁତ୍ର ଅନ୍ତର୍ଭୁକ୍ତ। ସେମାନେ ଅନ୍ୟ ପ୍ରଦେଶରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମୋତେ କ’ଣ କରିବାକୁ ହେବ ବୋଲି ତୁମ୍ଭେମାନେ ଗ୍ଭହୁଁଛ? ମୋତେ କୁହ ଏବଂ ମୁଁ ତାହା କରିବି।”
13 ଏଷ୍ଟର କହିଲେ, “ଯଦି ଏହା ରାଜାଙ୍କୁ ଉତ୍ତମ ବୋଲି ଜଣା ପଡ଼ୁଛି, ତେବେ ଆଜି ପରି କାଲି ମଧ୍ୟ ଶୂଶନରେ ହେଉ। ଏବଂ ହାମନ୍ର ଦଶପୁତ୍ରଙ୍କୁ ଫାଶିକାଠରେ ଟଙ୍ଗାଯା’ନ୍ତୁ।”
14 ତା’ପରେ ରାଜା କହିଲେ, “ସେହିପରି ହେଉ!” ଏବଂ ଶୂଶନରେ ଏହି ଆଦେଶ ଦିଆଗଲା। ଏବଂ ସେମାନେ ହାମନ୍ର ଦଶପୁତ୍ରଙ୍କୁ ଫାଶିକାଠରେ ଟଙ୍ଗାଇ ଦେଲେ। 15 ଯିହୁଦୀୟମାନେ ଚତୁର୍ଦ୍ଦଶ ଦିନରେ ମଧ୍ୟ ସେଠାରେ ଏକତ୍ରିତ ହେଲେ। ଅଦର ମାସରେ ସେମାନେ ଶୂଶନରେ 300 ଲୋକଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ ସେମାନଙ୍କର ଦ୍ରବ୍ୟ ଲୁଣ୍ଠନ କଲେ ନାହିଁ।
16 ସେହି ସମୟରେ, ଅନ୍ୟ ପ୍ରଦେଶରେ ବାସ କରୁଥିବା ଯିହୁଦୀମାନେ ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏକତ୍ରିତ ହେଲେ। ଏହିପରି ଭାବରେ ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ଜୟ କରି ପାରିଲେ। ଯିହୁଦୀୟମାନେ ସେମାନଙ୍କର 75,000 ଶତ୍ରୁମାନଙ୍କୁ ହତ୍ୟା କଲେ। କିନ୍ତୁ ଯିହୁଦୀୟମାନେ ସେମାନଙ୍କର ଧନ ଲୁଣ୍ଠନ କଲେ ନାହିଁ। 17 ଏହି ସମସ୍ତ ଅଦର ମାସର ତ୍ରୟୋଦଶ ଦିନରେ ହେଲା ପୁଣି ସେହି ମାସର ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ।
ପୂରୀମ୍ର ପର୍ବ
18 ମାତ୍ର ଶୂଶନରେ ବାସ କରୁଥିବା ଯିହୁଦୀୟମାନେ ସେହି ମାସର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ରିତ ହେଲେ। ସେହି ମାସର ପଞ୍ଚଦଶ ଦିନରେ ବିଶ୍ରାମ କରି ତାହା ଭୋଜନପାନର ଓ ଆନନ୍ଦର ଦିନ କଲେ। 19 ଏଥିନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘେରି ରହିଥିବା ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥିରେ ସେମାନେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।
20 ଏହା ପରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷଶ୍ୱେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀମାନଙ୍କ ନିକଟକୁ ପଠାଇଲା। 21 ଆଉ ଯେଉଁ ଦୁଇ ଦିନ ଯିହୁଦୀମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା। 22 ସେ ଆଦେଶ ଦେଲେ ଯେ, ସେମାନେ ସେହି ଦିନଗୁଡ଼ିକ ପାଳନ କରିବେ, ଯେତେବେଳେ ସେମାନେ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତ ପାଇଲେ ଏବଂ ସେମାନଙ୍କର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବରେ ବଦଳି ଗଲା, ଯେହେତୁ ଭୋଜିର ଦିନ, ଆନନ୍ଦର ଦିନରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରତ୍ୟେକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।
23 ତହିଁରେ ଯିହୁଦୀମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖୟ ଯେପରି ଲେଖିଥିଲେ, ସେମାନେ ଠିକ୍ ସେହିପରି କରିବାକୁ ରାଜି ହେଲେ।
24 କାରଣ ସମୁଦାୟ ଯିହୁଦୀୟ ଲୋକର ଶତ୍ରୁ ଅଗାମୀୟ ହମ୍ମଦାଥାର ପୁତ୍ର ହାମନ୍ ସେମାନଙ୍କୁ ବିନାଶ କରିବାର ସଂକଳ୍ପ କରି ସେମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ “ପୂର” ଅର୍ଥାତ୍ “ଗୁଲିବାଣ୍ଟ” ଦ୍ୱାରା ସେମାନେ ନିଷ୍ପତ୍ତି କରିଥିଲେ। 25 ହାମନ୍ ଏପରି କରିଥିଲେ କିନ୍ତୁ ଏଷ୍ଟର ରାଜାଙ୍କ ନିକଟରେ ଜଣାଇଲେ। ତେଣୁ ସେ ଆଉ ନୂତନ ନିର୍ଦ୍ଦେଶ ପଠାଇଲେ। ସେହି ନିର୍ଦ୍ଦେଶ ଯେ କେବଳ ହାମନ୍ର ଯୋଜନାକୁ ପଣ୍ତ କଲା ତାହା ନୁହେଁ। ସେହି ନିର୍ଦ୍ଦେଶ ହାମନ୍ ଓ ତାର ପରିବାରରେ ଅନିଷ୍ଟ କରାଇଲା ତେଣୁ ହାମନ୍ ଓ ତାର ପୁତ୍ରଗଣ ଫାଶୀଖୁଣ୍ଟରେ ଝୁଲାଗଲେ।
26-27 ସେହି ସମୟରେ “ପୂର” ନାମ ଅନୁସାରେ ସେହି ଦୁଇ ନିୟମ ନାମ “ପୂରୀମ୍” ହେଲା ଏବଂ ସେହି ଚିଠିର ସମସ୍ତ କଥା ଯୋଗୁଁ ଓ ସେ ବିଷୟରେ ସେମାନେ ଯାହା ଦେଖିଥିଲେ, ସେମାନଙ୍କ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ଯିହୁଦୀୟମାନେ ଆପଣାମାନଙ୍କର ଓ ନିଜ ନିଜ ବଂଶର ଯିହୁଦୀ ମତାବଲମ୍ବି ଗଣର କର୍ତ୍ତବ୍ୟ ବୋଲି ଏହା ସ୍ଥିର କଲେ। ସେହି ସମ୍ପର୍କୀୟ ଲିଖିତ ଆଜ୍ଞା ଓ ନିରୂପିତ ସମୟାନୁସାରେ ସେମାନେ ବର୍ଷକୁ ବର୍ଷ ଏହି ଦୁଇ ଦିନ ପାଳନ କରିବେ ଓ କୌଣସି ମତେ ତାହା ଲୋପ କରିବେ ନାହିଁ। 28 ସମସ୍ତ ପୁରୁଷ ପରମ୍ପରାରେ, ପ୍ରତ୍ୟେକ ବଂଶରେ ଓ ପ୍ରତ୍ୟେକ ପ୍ରଦେଶରେ ଓ ପ୍ରତ୍ୟେକ ନଗରରେ ସେହି ଦୁଇ ଦିନ ସ୍ମରଣ ଓ ପାଳନ କରାଯିବ। ପୁଣି ଏହି ପୂରୀମ୍ ଦିନ ଯିହୁଦୀୟମାନଙ୍କ ମଧ୍ୟରୁ ଲୋପ ପାଇବ ନାହିଁ ଓ ସେମାନଙ୍କ ବଂଶଧରମାନଙ୍କ ମଧ୍ୟରୁ ସେହି ଦୁଇ ଦିନ ସ୍ମରଣ ଲୁପ୍ତ ହେବ ନାହିଁ।
29 ତା’ପରେ, ଅବୀହେଲିୟର କନ୍ୟା ରାଣୀ ଏଷ୍ଟର ଓ ଯିହୁଦୀୟ ମର୍ଦ୍ଦଖୟ ପୂରୀମ୍ ଦିନ ବିଷୟରେ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ସହିତ ଦ୍ୱିତୀୟ ପତ୍ର ଲେଖିଲେ। 30 ତେଣୁ ସେ ରାଜା ଅକ୍ଷଶ୍ୱେରଶଙ୍କର 127ଟି ରାଜ୍ୟର ସମସ୍ତ ଯିହୁଦୀମାନଙ୍କୁ ଶାନ୍ତିର ଓ ସତ୍ୟର ବାର୍ତ୍ତାସବୁ ପଠାଇଲେ। 31 ପୂରୀମ୍ ପାଳନ କରିବା ପାଇଁ ଏହି ତାରିଖ ଗୁଡ଼ିକ ଏହିପତ୍ର ସୁନିଶ୍ଚିତ କଲା, ଏବଂ ଯିହୁଦୀ ମର୍ଦ୍ଦଖୟ ଏବଂ ରାଣୀ ଏଷ୍ଟର ଆଦେଶ କରିଥିଲେ। ସେମାନଙ୍କର ଉପବାସ ଓ ସାହାଯ୍ୟ ପ୍ରାର୍ଥନାର ଦିନଗୁଡ଼ିକ ଉତ୍ସବ ଦ୍ୱାରା ସ୍ମୃତିରକ୍ଷା କରିବା ନିମନ୍ତେ ସେମାନେ ଏହି ପର୍ବଦିନଗୁଡ଼ିକ ସେମାନଙ୍କ ନିଜ ପାଇଁ ଓ ସେମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ ପ୍ରତିଷ୍ଠା କଲେ। 32 ଏହିପରି ଏଷ୍ଟରର ଆଜ୍ଞାଦ୍ୱାରା “ପୂରୀମ୍” ଦିନରେ ବିଧି ସ୍ଥିରିକୃତ ହେଲା ଓ ତାହା ପୁସ୍ତକରେ ଲେଖାଗଲା।
ମର୍ଦ୍ଦଖୟଙ୍କ ସମ୍ମାନ
10 ସେହି ଅକ୍ଷଶ୍ୱେରଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ୱୀପରେ କରଧାର୍ଯ୍ୟ କଲେ। 2 ତାହାର ପରାକ୍ରମ ଓ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦଖୟକୁ ଯେଉଁ ମହତ୍ତ୍ୱ ଦେଇ ଉଚ୍ଚ ପଦରେ ନିଯୁକ୍ତ କଲା। ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦିୟ ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ। 3 ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ୱେରଶ ରାଜାର ଦ୍ୱିତୀୟ ସେନାପତି ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭାତୃ ସମୂହ ମଧ୍ୟରେ ପ୍ରିୟପାତ୍ର ଏବଂ ନିଜ ଲୋକମାନଙ୍କର ମଙ୍ଗଳାନ୍ୱେଷୀ, ସମସ୍ତ ବଂଶ ପ୍ରତି ଶାନ୍ତି ଆଣିଥିଲା।
ଅବ୍ରହାମଙ୍କର ଉଦାହରଣ
4 ତା’ହେଲେ ଆମ୍ଭର ଜାଗତିକ ପୂର୍ବପୁରୁଷ ଅବ୍ରହାମଙ୍କ ବିଷୟରେ କ’ଣ କହି ପାରିବା? 2 ସେ ବିଶ୍ୱାସ ବିଷୟରେ କ’ଣ ଶିଖିଲେ? ଅବ୍ରହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା’ହେଲେ, ସେଥିରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କ ଆଗରେ ଗର୍ବ କରି ପାରିଲେ ନାହିଁ। 3 ଶାସ୍ତ୍ର କୁହେ, “ଅବ୍ରହାମ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ। ପରମେଶ୍ୱର ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ। ଏହା ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଅବ୍ରହାମ ଧାର୍ମିକ ହେଲେ।” [a]
4 କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦେବା ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ। 5 କିନ୍ତୁ ଜଣେ ଲୋକ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ଭଳି କାମ କରି ପାରେ ନାହିଁ। ତାହାର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ରହିବା ଉଚିତ୍। ତା’ହେଲେ ପରମେଶ୍ୱର ସେ ଲୋକର ବିଶ୍ୱାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ୱର ମନ୍ଦ ଲୋକକୁ ମଧ୍ୟ ଧାର୍ମିକ କରି ପାରନ୍ତି। 6 ଦାଉଦ ସେହି କଥା କହୁଛନ୍ତି, ମଣିଷ ଯାହା କରିଛି ତାହାର ହିସାବ ନ କରି ପରମେଶ୍ୱର ଯେତେବେଳେ ତାହାକୁ ଧାର୍ମିକ ହିସାବରେ ଗଣନା କରନ୍ତି, ସେ ଲୋକ ହିଁ ପ୍ରକୃତରେ ଧନ୍ୟ:
7 “ଲୋକେ ପ୍ରକୃତରେ ଧନ୍ୟ,
ଯେତେବେଳେ ସେମାନଙ୍କର ଅପରାଧ କ୍ଷମା କରାଯାଏ,
ଓ ଯେତେବେଳେ ସେମାନଙ୍କର ପାପଗୁଡ଼ିକୁ ଢାଙ୍କି ଦିଆ ଯାଏ!
8 ଓ ସେ ଲୋକମାନେ ପ୍ରକୃତରେ ଧନ୍ୟ,
ଯେତେବେଳେ ପାପରହିତ ଭାବେ ପରମେଶ୍ୱର ତାହାଙ୍କୁ ଗ୍ରହଣ କରି ନେଇଛନ୍ତି।” (A)
9 ତେବେ ଏହି ଖୁସୀ କ’ଣ କେବଳ ସୁନ୍ନତ ହୋଇଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହୋଇ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ ଓ ସେହି ବିଶ୍ୱାସ ଅବ୍ରହାମଙ୍କୁ ତାଙ୍କ ପ୍ରତି ଧାର୍ମିକ କଲା। 10 ଏହା ଘଟିଲା କିପରି? ପରମେଶ୍ୱର ଅବ୍ରହାମଙ୍କୁ ସୁନ୍ନତ ହେବାପରେ ଗ୍ରହଣ କଲେ, ନା ସୁନ୍ନତ ହେବା ପୂର୍ବରୁ ଗ୍ରହଣ କଲେ? ସେ ସୁନ୍ନତ ହୋଇ ସାରିଲା ପରେ ଏହା ପ୍ରକୃତରେ ଘଟି ନାହିଁ, କିନ୍ତୁ ସେ ସୁନ୍ନତ ନ ହୋଇଥିଲାବେଳେ ଏହା ଘଟିଛି। [b] 11 ପରମେଶ୍ୱର ଗ୍ରହଣ କରି ନେଇଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହେବା ପୂର୍ବରୁ ପରମେଶ୍ୱରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ଓ ସୁନ୍ନତ ହୋଇ ନାହାନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରହାମ ଅଟନ୍ତି। ସେମାନେ ବିଶ୍ୱାସ କରନ୍ତି ଓ ଏହି କାରଣରୁ ସେମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ବୋଲି ନିରୂପିତ ହୁଅନ୍ତି। 12 ଅସୁନ୍ନତ ଲୋକଙ୍କର ପିତା ମଧ୍ୟ ଅବ୍ରହାମ। ସୁନ୍ନତ ହୋଇଥିବା କାରଣରୁ ଅବ୍ରହାମ ସେମାନଙ୍କର ପିତା ନୁହନ୍ତି। ସୁନ୍ନତ ହେବା ପୂର୍ବରୁ ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା, ଯଦି ସେମାନେ ମଧ୍ୟ ସେହି ବିଶ୍ୱାସ ଗ୍ରହଣ କରନ୍ତି, ତା’ହେଲେ ଅବ୍ରହାମ ସେମାନଙ୍କର ପିତା।
ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ପ୍ରତିଜ୍ଞା ପ୍ରାପ୍ତ
13 ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବେ। କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା। 14 ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଲୋକ ପରମେଶ୍ୱର ଯାହା ପ୍ରତିଜ୍ଞା ଦେଇଥିଲେ ତାହା ପାଏ, ତା’ହେଲେ ବିଶ୍ୱାସର କିଛି ଅର୍ଥ ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ୟ ନାହିଁ। 15 କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ। କିନ୍ତୁ ଯଦି ବ୍ୟବସ୍ଥା ନ ଥା’ନ୍ତା, ତା’ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ।
16 ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା’ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା। 17 ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।” [c] ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।
18 ଅବ୍ରହାମଙ୍କର ସନ୍ତାନ ହେବାର ଆଶା ନ ଥିଲା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନେକ ଜାତିର ପିତା ହେଲେ। ପରମେଶ୍ୱର ତାହାଙ୍କୁ କହିଥିଲେ: “ତୁମ୍ଭର ଅଗଣିତ ବଂଶଧର ହେବେ।” [d] 19 ଅବ୍ରହାମଙ୍କୁ 100 ବର୍ଷ ବୟସ ହୋଇଥିଲା, ଅତଏବ ପିଲାପିଲି ହେବା ସମୟ ଗ୍ଭଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ୟ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରହାମ ଏ କଥା ଭାବିଥିଲେ। 20 କିନ୍ତୁ ପରମେଶ୍ୱରଙ୍କ ପ୍ରତି ତାହାଙ୍କର ବିଶ୍ୱାସ ଦୁର୍ବଳ ହେଲା ନାହିଁ। ପରମେଶ୍ୱର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ସେ କରିବାରେ ସମର୍ଥ ଏଥିରେ ଅବ୍ରହାମ ଟିକେ ହେଲେ ସନ୍ଦେହ କଲେ ନାହିଁ। ବରଂ ତାହାଙ୍କର ବିଶ୍ୱାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ୱରଙ୍କୁ ଗୌରବ ଦେଲେ। 21 ଅବ୍ରହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ୱର ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାହା କରିବାରେ ସେ ସକ୍ଷମ ଥିଲେ। 22 ସେଥିପାଇଁ ପରମେଶ୍ୱର, “ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେ ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିଥିଲା।” [e] 23 ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସ ଗ୍ରହଣ କଲେ, ଏହି ବାକ୍ୟଗୁଡ଼ିକ କେବଳ ଅବ୍ରହାମଙ୍କ ପାଇଁ ଲେଖା ଯାଇ ନ ଥିଲା। 24 ଏହି ବାକ୍ୟଗୁଡ଼ିକ ଆମ୍ଭ ପାଇଁ ମଧ୍ୟ ଲେଖା ଯାଇଥିଲା। ଆମ୍ଭେ ବିଶ୍ୱାସ କରୁଥିବା ଯୋଗୁଁ ପରମେଶ୍ୱର ଆମ୍ଭକୁ ମଧ୍ୟ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ୱାସ କରୁ ଯିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। 25 ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ୟୁ ନିମନ୍ତେ ସମର୍ପିତ କରାହେଲା। ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହେଲେ।
2010 by World Bible Translation Center