M’Cheyne Bible Reading Plan
ମିଶରରେ ଯୋଷେଫ ପୋଟୀଫରକୁ ବିକ୍ରି ହେଲେ
39 ଯୋଷେଫ ମିଶର ଦେଶକୁ ଅଣାଯାଆନ୍ତେ ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍ ମିସ୍ରୀୟ ପୋଟୀଫର ନାମକ ରକ୍ଷକ ସେନାପତି ତାଙ୍କର ଆନୟନକାରୀ ଇଶ୍ମାଏଲୀୟମାନଙ୍କଠାରୁ ଯୋଷେଫଙ୍କୁ କିଣିଲା। 2 କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ହେଲେ ଓ ଯୋଷେଫ ଜଣେ ଭାଗ୍ୟବାନ୍ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀୟ କର୍ତ୍ତାର ଗୃହରେ ବାସ କଲେ।
3 ପୋଟୀଫର ଦେଖିଲେ ଯେ ସଦାପ୍ରଭୁ ଯୋଷେଫଙ୍କର ସହାୟ ଅଟନ୍ତି। ପୋଟୀଫର ଦେଖିଲେ ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ଯ୍ୟ କରୁଛି ତାହା ସୁଗ୍ଭରୁ ରୂପେ କରି ପାରୁଛି। 4 ପୋଟୀଫର ଯୋଷେଫଙ୍କୁ ପାଇ ବହୁତ ଖୁସୀ ହେଲେ। ସେ ଯୋଷେଫକୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବଶ୍ୱ ସମର୍ପଣ କଲେ। 5 ଏହି ପ୍ରକାରେ ସେ ଯୋଷେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷେଫଙ୍କ ଲାଗି ସେହି ମିସ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ଷିଲା। 6 ପୋଟୀଫର ଯୋଷେଫଙ୍କୁ ସବୁ ଦାୟୀତ୍ୱ ଦେଇ, ସେ ତାଙ୍କର ଖାଇବା ବିନା କୌଣସି ପାଇଁ ବ୍ୟସ୍ତ ହେଲେ ନାହିଁ।
ଯୋଷେଫ ପୋଟୀଫରର ସ୍ତ୍ରୀକୁ ଅସ୍ୱୀକାର କଲେ
ଯୋଷେଫ ଦେଖିବାକୁ ବହୁତ ସୁନ୍ଦର ଥିଲେ। 7 କିଛି ଦିନ ପରେ ଯୋଷେଫଙ୍କର ମୁନିବର ସ୍ତ୍ରୀ ଯୋଷେଫଙ୍କୁ ନଜର ପକେଇବାକୁ ଲାଗିଲା। ଦିନେ ସେହି ସ୍ତ୍ରୀ ଯୋଷେଫକୁ ଅନୁରୋଧ କଲା, “ମୋ’ ସହିତ ଶୟନ କର।”
8 କିନ୍ତୁ ଯୋଷେଫ ମନା କରି କହିଲେ, “ଦେଖ ଏ ଗୃହରେ ଯାହା ଅଛି ମୋ’ ମୁନିବ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ’ ହସ୍ତରେ ଆପଣାର ସର୍ବଶ୍ୱ ସମର୍ପଣ କରିଛନ୍ତି। 9 ଏହି ଗୃହରେ ସେ ମୋତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶୟନ କରି ପାରିବି ନାହିଁ। ଏହା ଭୁଲ୍ ଅଟେ, ଏହା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ ତୁଲ୍ୟ।”
10 ସେହି ସ୍ତ୍ରୀଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶୟନ କରିବା ପାଇଁ ସର୍ବଦା ମନା କରନ୍ତି। 11 ଦିନେ ଯୋଷେଫ ଘରକୁ ତାଙ୍କର କିଛି କାର୍ଯ୍ୟ କରିବାକୁ ଗଲେ। ସେହି ସମୟରେ ସେ ଏକା ସେହି ଘରେ ଥିଲେ। 12 ତାଙ୍କର ମୁନିବଙ୍କର ସ୍ତ୍ରୀ ତାଙ୍କର ବସ୍ତ୍ରକୁ ଧରି ଟାଣି କହିଲା, “ମୋ’ ପାଖରେ ଶୟନ କର।” କିନ୍ତୁ ଯୋଷେଫ ସେ ଘରୁ ଖସି ଦୌଡ଼ି ପଳାଇ ଆସିଲେ କିନ୍ତୁ ତା’ର ହାତରେ ତାଙ୍କର ବସ୍ତ୍ର ରହିଗଲା।
13 ସ୍ତ୍ରୀଲୋକଟି ଦେଖିଲା ତା’ ହାତରେ ଯୋଷେଫଙ୍କର ବସ୍ତ୍ର ରହିଗଲା ଏବଂ ସେ ଦୌଡ଼ି ପଳାଇଲା। 14 ସେ ଗୃହର ବାହାର ଲୋକମାନଙ୍କୁ ଡାକି କହିଲା, “ଦେଖ, ସେ ଆମ୍ଭମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରୀୟକୁ ଆଣିଛନ୍ତି। ସେ ଭିତରକୁ ପଶି ମୋ’ ସହିତ ଶୟନ କରିବାକୁ କହିଲା। ମୁଁ ବଡ଼ ପାଟିରେ ଡାକ ପକାଇଲି। 15 ମୋର ବଡ଼ ପାଟିରେ ଡାକିବାର ଶୁଣି ସେ ତା’ର ବସ୍ତ୍ର ମୋ’ ପାଖରେ ଛାଡ଼ି ଦୌଡ଼ି ପଳାଇ ଗଲା।” 16 ଏହା ପରେ ସେ ସେହି ବସ୍ତ୍ର ତା’ର ସ୍ୱାମୀ ଆସିବା ପର୍ଯ୍ୟନ୍ତ ତା’ ପାଖରେ ରଖିଲା। 17 ସେ ତା’ର ସ୍ୱାମୀକୁ ସେହିସବୁ କଥାମାନ କହିଲା। ସେ କହିଲା, “ତୁମ୍ଭେ ଯେଉଁ ଏବ୍ରୀୟ ଦାସକୁ ଆଣିଅଛ ସେ ମୋତେ ପରିହାସ କରିବାକୁ ମୋ’ ପାଖକୁ ଆସିଲା। 18 କିନ୍ତୁ ସେ ଯେତେବେଳେ ମୋ’ ପାଖକୁ ଆସିଲା ମୁଁ ବଡ଼ ପାଟି କରିବାରୁ ସେ ତା’ର ବସ୍ତ୍ର ଛାଡ଼ି ବାହାରକୁ ଦୌଡ଼ି ପଳାଇଗଲା।”
19 ଯୋଷେଫଙ୍କର ମୁନିବ ତାଙ୍କର ସ୍ତ୍ରୀଠାରୁ ଏ ସମସ୍ତ ଶୁଣିଲେ। ଏବଂ ସେ ବହୁତ କ୍ରୋଧ ହେଲେ। 20 ସେଠାରେ ଏକ କାରାଗାର ଥିଲା ଯେଉଁଠାରେ ରାଜାଙ୍କର ଶତ୍ରୁମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷେଫଙ୍କୁ ସେହି କାରାଗୃହରେ ରଖିଲା। ଏବଂ ଯୋଷେଫ ସେହିଠାରେ ରହିଲେ।
ଯୋଷେଫ କାରାଗାରରେ ରହିଲେ
21 କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ଥିଲେ। ସଦାପ୍ରଭୁ ତାହା ପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ। 22 ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋଷେଫଙ୍କ ହସ୍ତରେ ସମର୍ପଣ କଲେ। ପୁଣି ସେମାନେ ଯାହା କଲେ ସେହି ସକଳର କର୍ତ୍ତା ସେ ହେଲେ। 23 କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ।
9 ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ ଯେଉଁମାନେ ଠିଆ ହୋଇଛ, ତୁମ୍ଭମାନଙ୍କ ମଧ୍ୟରୁ କେତେ ଜଣ ନିଜ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଏଠାକୁ ଆସିବାର ଦେଖିବ। ପରମେଶ୍ୱରଙ୍କ ରାଜ୍ୟ ତା’ର କ୍ଷମତା ନେଇ ଆସିବ।”
ଯୀଶୁଙ୍କ ସହିତ ମୋଶା ଓ ଏଲିୟ(A)
2 ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗରେ ନେଇ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ କେବଳ ସେହିମାନେ ଥିଲେ। ସେଠାରେ ଶିଷ୍ୟମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ୱରୂପ ପରିବର୍ତ୍ତନ ହୋଇ ଗଲା। 3 ଯୀଶୁଙ୍କ ବସ୍ତ୍ର ଧଳା ଚକ୍ ଚକ୍ ହୋଇଗଲା। ତାହା ଏତେ ଉଜ୍ଜ୍ୱଳ ଓ ଧଳା ଥିଲା ଯେ, ପୃଥିବୀର କୌଣସି ଲୋକ ଏତେ ଧଳା କରି ପାରିବ ନାହିଁ। 4 ଏଲିୟ ଓ ମୋଶା [a] ଯୀଶୁଙ୍କ ସହିତ ପ୍ରକାଶିତ ହେଲେ। ସେମାନେ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ।
5 ପିତର ଯୀଶୁଙ୍କୁ କହିଲେ, “ଗୁରୁ, ବହୁତ ଭଲ ହେଲା ଯେ ଆମ୍ଭେ ଏଠାରେ ଅଛୁ। ଆମ୍ଭେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ, ଗୋଟିଏ ତୁମ୍ଭ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” 6 ପିତର ଜାଣି ପାରୁ ନ ଥିଲେ ଯେ କ’ଣ କହିବାକୁ ହେବ। କାରଣ ସେ ଓ ଅନ୍ୟ ଦୁଇଜଣ ଶିଷ୍ୟ ବହୁତ ଡରି ଯାଇଥିଲେ।
7 ତା’ପରେ ଖଣ୍ଡେ ମେଘ ଭାସି ଆସିଲା ଓ ସମସ୍ତଙ୍କୁ ଘୋଡ଼ାଇ ପକାଇଲା। ମେଘ ଭିତରୁ ଏହିଭଳି ବାଣୀ ଶୁଣା ଗଲା, “ଏ ମୋର ପୁତ୍ର, ମୁଁ ତାହାଙ୍କୁ ପ୍ରେମ କରେ। ତୁମ୍ଭେମାନେ ତାହାଙ୍କ କଥା ମାନ!”
8 ଏବଂ ସେହି ସମୟରେ ପିତର, ଯାକୁବ ଓ ଯୋହନ ଗ୍ଭରିଆଡ଼କୁ ଗ୍ଭହିଁଲେ କିନ୍ତୁ ସେଠାରେ ସେମାନେ ତାହାଙ୍କ ସହିତ କେବଳ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।
9 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲେଇ ଆସୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ। ଯେ ସେମାନେ ପର୍ବତ ଉପରେ ଯାହାସବୁ ଦେଖିଲେ ତାହା କାହାରି ଆଗରେ ପ୍ରକାଶ କରିବେ ନାହିଁ ଓ ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁତ୍ଥିତ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ତା’ପରେ ସେମାନେ ଲୋକଙ୍କ ଆଗରେ ତାହା ପ୍ରକାଶ କରି ପାରିବେ।
10 ତେଣୁ ଶିଷ୍ୟମାନେ ଯୀଶୁଙ୍କ କଥା ମାନିଲେ ଓ ସେମାନେ ଯାହା ଦେଖିଲେ ତାହା କାହାରି ଆଗରେ ପ୍ରକାଶ କଲେ ନାହିଁ। କିନ୍ତୁ ସେମାନେ କଥାବାର୍ତ୍ତା କରୁଥିଲେ ଯେ, ମୃତ୍ୟୁରୁ ପୁନରୁତ୍ଥିତ ହେବାର ଅର୍ଥ କ’ଣ? 11 ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ, ଏଲିୟ ନିଶ୍ଚିତ ଭାବରେ ପ୍ରଥମେ ଆସିବେ?”
12 ଯୀଶୁ ସେମାନଙ୍କୁ କହିଲେ, “ହଁ, ସେମାନେ ଠିକ୍ କହୁଛନ୍ତି। ସବୁ ବିଷୟ ସୁବ୍ୟବସ୍ଥିତ କରିବାକୁ ନିଶ୍ଚୟ ଏଲିୟ ହିଁ ପ୍ରଥମେ ଆସିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କ ସମ୍ବନ୍ଧରେ ଶାସ୍ତ୍ରରେ କାହିଁକି ଲେଖା ଅଛି ଯେ, ସେ ବହୁତ ଯାତନା ଭୋଗ କରିବେ ଓ ଲୋକେ ତାହାଙ୍କ ସହିତ ତାଚ୍ଛଲ୍ୟପୂର୍ଣ୍ଣ ବ୍ୟବହାର କରିବେ। 13 ମୁଁ ତୁମ୍ଭକୁ କହୁଛି ଯେ ଏଲିୟ ଏବେ ଆସି ସାରିଛନ୍ତି, ଏବଂ ଲୋକମାନେ ଯାହା ଗ୍ଭହିଁଛନ୍ତି ତାହାଙ୍କ ପ୍ରତି ସେଭଳି ଖରାପ ବ୍ୟବହାର କରିଛନ୍ତି। ତାହାଙ୍କ ପ୍ରତି ଏଭଳି ବ୍ୟବହାର କରାଯିବ ବୋଲି ଶାସ୍ତ୍ରରେ ଲେଖା ଅଛି।”
ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କଲେ(B)
14 ତା’ପରେ ଯୀଶୁ ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ୟମାନଙ୍କ ପାଖକୁ ଗଲେ। ସେମାନେ ଦେଖିଲେ ଯେ, ଅନେକ ଲୋକ ସେମାନଙ୍କୁ ଘେରି ରହିଛନ୍ତି। ସେମାନଙ୍କ ସହିତ ଧର୍ମଶାସ୍ତ୍ରୀମାନେ ଯୁକ୍ତିତର୍କ କରୁଛନ୍ତି। 15 ଯେତେବେଳେ ଲୋକମାନେ ଯୀଶୁଙ୍କୁ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବାକୁ ତାହାଙ୍କ ପାଖକୁ ଦୌଡ଼ିଗଲେ।
16 ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ରୀମାନଙ୍କ ସହିତ କେଉଁ ବିଷୟରେ ଯୁକ୍ତିତର୍କ କରୁଥିଲ?”
17 ଭିଡ଼ ଭିତରୁ ଜଣେ ଲୋକ ଉତ୍ତର ଦେଲୋ, “ହେ ଗୁରୁ, ମୁଁ ମୋ’ ପୁଅକୁ ଆପଣଙ୍କ ପାଖକୁ ଆଣିଥିଲି। ତା ଦେହରେ ଦୁଷ୍ଟାତ୍ମାଟିଏ ପ୍ରବେଶ କରି ତାକୁ କଥା କହିବାକୁ ଦେଉ ନାହିଁ। 18 ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲାବେଳେ ପୁଅକୁ ତଳେ କଗ୍ଭଡ଼ି ଦେଉଛି। ପୁଅ ମୁହଁରୁ ଫେଣ ବାହାରୁଛି ଓ ସେ ଦାନ୍ତ କଡ଼ମଡ଼ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ସେହି ଦୁଷ୍ଟାତ୍ମାକୁ ବାହାର କରି ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ତାକୁ ବାହାର କରି ପାରିଲେ ନାହିଁ।”
19 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କାହିଁକି ବିଶ୍ୱାସ କରୁ ନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସେହି ପିଲାକୁ ମୋ’ ପାଖକୁ ନେଇ ଆସ।”
20 ତେଣୁ ଶିଷ୍ୟମାନେ ପିଲାକୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଦୁଷ୍ଟାତ୍ମା ଯୀଶୁଙ୍କୁ ଦେଖିବା ମାତ୍ରେ ପିଲାକୁ ଆକ୍ରମଣ କଲା। ସେହି ପିଲା ତଳେ ପଡ଼ିଯାଇ ଗଡ଼ିଗଲା। ତା’ ପାଟିରୁ ଫେଣ ବାହାରିଲା।
21 ଯୀଶୁ ପିଲାର ବାପାକୁ ପଗ୍ଭରିଲେ, “କେତେ ଦିନ ହେଲା ପିଲାର ଏମିତି ହେଉଛି?”
ତା’ର ବାପା କହିଲେ, “ପିଲାଟିଦିନରୁ ଏମିତି ହେଉଛି।” 22 ଦୁଷ୍ଟାତ୍ମା ତାକୁ ମାରିବାକୁ ଅନେକ ଥର ପାଣିକୁ ଓ ଅନେକ ଥର ନିଆଁ ଭିତରକୁ ଫିଙ୍ଗି ଦେଉଛି। ଆପଣ ଯଦି ତା’ ପାଇଁ କିଛି କରି ପାରନ୍ତି, ତେବେ ଆମ୍ଭ ପ୍ରତି ଦୟା ହେବ ଓ ଆମ୍ଭକୁ ସାହାଯ୍ୟ ହେବ।”
23 ଯୀଶୁ କହିଲେ, “ତୁମ୍ଭେ କହିଲ, ‘ତୁମ୍ଭେ ଯଦି ପାରିବ ତେବେ ସାହାଯ୍ୟ ହେବ।’ ବିଶ୍ୱାସୀ ଲୋକପାଇଁ ସବୁକିଛି ସମ୍ଭବ।”
24 ପିଲାଟିର ବାପା ଉଚ୍ଚସ୍ୱର କରି କହିଲା, “ମୁଁ ବିଶ୍ୱାସ କରୁଛି। ମୋତେ ଅଧିକ ବିଶ୍ୱାସ କରିବା ପାଇଁ ସାହାଯ୍ୟ କରନ୍ତୁ।”
25 ଯୀଶୁ ଦେଖିଲେ ଯେ ଏହି ଘଟଣା ଦେଖିବା ପାଇଁ ଲୋକେ ତାହାଙ୍କ ପାଖକୁ ମାଡ଼ି ଆସୁଛନ୍ତି। ତେଣୁ ସେ ଦୁଷ୍ଟାତ୍ମାକୁ ଧମକ ଦେଇ କହିଲେ, “ହେ ଦୁଷ୍ଟାତ୍ମା, ତୁ ପିଲାଟିକୁ ମୂକ ଓ ବଧିର କରି ଦେଇଛୁ। ମୁଁ ତୋତେ ଆଜ୍ଞା ଦେଉଛି, ପିଲାର ଦେହ ଭିତରୁ ବାହାରିଯା। ଏହାର ଦେହରେ ପୁଣି ଆଉ କେବେ ହେଲେ ପ୍ରବେଶ କରିବୁ ନାହିଁ।”
26 ଦୁଷ୍ଟାତ୍ମା ଯନ୍ତ୍ରଣାରେ ଚିତ୍କାର କଲା, ପିଲାକୁ ଥରାଇ ତଳେ ପକାଇ ଦେଲା। ପୁଣି ଥରେ ପିଲାକୁ ତଳେ କଗ୍ଭଡ଼ି ଦେଇ ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଆସିଲା। ଏହି ପିଲା ମରିଗଲା ଭଳି ଦେଖାଗଲା। ଅନେକ ଲୋକ କହିଲେ, “ସେ ମରି ଯାଇଛି।” 27 କିନ୍ତୁ ଯୀଶୁ ପିଲାର ହାତ ଧରି ତାହାକୁ ଉଠାଇ ଠିଆ କରାଇଲେ। ସେହି ପିଲା ଠିଆ ହେଲା।
28 ତା’ପରେ ଯୀଶୁ ଘର ଭିତରକୁ ଗଲେ। କେବଳ ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ସେଠାରେ ଥିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭେମାନେ ଦୁଷ୍ଟାତ୍ମାକୁ କାହିଁକି ବାହାର କରି ପାରିଲୁନି?”
29 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଏହି ପ୍ରକାରର ଦୁଷ୍ଟାତ୍ମାକୁ କେବଳ ପ୍ରାର୍ଥନା ମାଧ୍ୟମରେ ବାହାର କରାଯାଇପାରିବ।”
ନିଜ ମୃତ୍ୟୁ ସମ୍ବନ୍ଧରେ ଯୀଶୁଙ୍କ କଥନ(C)
30 ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଗାଲିଲୀ ଦେଇ ଯାଉଥିଲେ। ସେମାନେ କେଉଁଠି ଅଛନ୍ତି ସେ କଥା ଲୋକେ ଜାଣନ୍ତୁ ବୋଲି ଯୀଶୁ ଗ୍ଭହୁଁ ନ ଥିଲେ। 31 କାରଣ ସେ ନିଜ ଶିଷ୍ୟମାନଙ୍କୁ ଏକୁଟିଆ ଅଲଗା ଉପଦେଶ ଦେବାକୁ ଗ୍ଭହୁଁଥିଲେ। ସେ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ରଙ୍କୁ ମନୁଷ୍ୟମାନଙ୍କ ହସ୍ତରେ ସମର୍ପଣ କରାଯିବ। ସେମାନେ ତାହାଙ୍କୁ ବଧ କରିବେ। କିନ୍ତୁ ମୃତ୍ୟୁର ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁତ୍ଥିତ ହେବେ।” 32 ଯୀଶୁଙ୍କ ଏହି କଥା କହିବାର ଅର୍ଥ ଶିଷ୍ୟମାନେ ବୁଝି ପାରିଲେ ନାହିଁ। ସେମାନେ ତାହାଙ୍କୁ ଏହାର ଅର୍ଥ ପଗ୍ଭରି ବୁଝିବାକୁ ଭୟ କଲେ।
ଯୀଶୁ କହନ୍ତି ସବୁଠାରୁ ଶ୍ରେଷ୍ଠ କିଏ(D)
33 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଆସିଲେ। ସେମାନେ ଗୋଟିଏ ଘର ଭିତରକୁ ଗଲେ। ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଆଜି ରାସ୍ତାରେ ଆସିବା ବେଳେ କେଉଁ ବିଷୟରେ ତୁମ୍ଭେମାନେ ଯୁକ୍ତିତର୍କ କରୁଥିଲ?” 34 କିନ୍ତୁ ଶିଷ୍ୟମାନେ ଚୁପ୍ ରହିଲେ। କାରଣ ସେମାନେ ବାଟରେ ଯୁକ୍ତିତର୍କ କରୁଥିଲେ ଯେ, ତାହାଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ କିଏ?
35 ଯୀଶୁ ବସିପଡ଼ିଲେ ଓ ବାରଜଣ ପ୍ରେରିତଙ୍କୁ ପାଖକୁ ଡାକିଲେ। ଯୀଶୁ କହିଲେ, “ଯଦି କେହି ସବୁଠାରୁ ବଡ଼ ହେବାକୁ ଗ୍ଭହେଁ ତେବେ ସେ ଅନ୍ୟ ସମସ୍ତଙ୍କୁ ତା’ ନିଜ ଅପେକ୍ଷା ବଡ଼ ମନେ କରୁ ଓ ସମସ୍ତଙ୍କର ସେବା କରୁ।”
36 ତା’ପରେ ଯୀଶୁ ଗୋଟିଏ ଛୋଟ ପିଲାକୁ ନେଇ ସେମାନଙ୍କ ଆଗରେ ଠିଆ କରାଇଲେ। ସେହି ପିଲାକୁ କୋଳରେ ନେଇ ସେ କହିଲେ, 37 “ମୋ’ ନାମରେ ଯେଉଁ ଲୋକ ଗୋଟିଏ ପିଲାକୁ ଏହିଭଳି ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ। ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ଯେ, କେବଳ ମୋତେ ଗ୍ରହଣ କରେ, ତା’ ନୁହେଁ, ବରଂ ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”
ଆମକୁ ବିରୋଧ କରୁ ନ ଥିବା ଲୋକ ଆମ ନିଜର ଲୋକ(E)
38 ଯୋହନ ଯୀଶୁଙ୍କୁ କହିଲେ, “ହେ ଗୁରୁ, ତୁମ୍ଭ ନାମ ନେଇ ଲୋକଙ୍କ ଦେହରୁ ଦୁଷ୍ଟାତ୍ମାମାନଙ୍କୁ ବାହାର କରୁଥିବା ଜଣେ ଲୋକଙ୍କୁ ଆମ୍ଭେମାନେ ଦେଖିଲୁ। ଆମ୍ଭେମାନେ ତାକୁ ମନା କରିଲୁ, କାରଣ ସେ ଆମ୍ଭମାନଙ୍କ ଭିତରର ଲୋକ ନୁହେଁ।”
39 କିନ୍ତୁ ଯୀଶୁ କହିଲେ, “ତାକୁ ମନାକର ନାହିଁ। କାରଣ ଯେଉଁ ଲୋକ ମୋ’ ନାମ ନେଇ ଶକ୍ତିର କାର୍ଯ୍ୟ କରିପାରେ, ସେ ମୋ’ ନାମରେ ଆଉ ଖରାପ କଥା କହି ପାରିବ ନାହିଁ।” 40 ଯେଉଁ ଲୋକ ଆମ୍ଭର ବିରୋଧ କରେ ନାହିଁ, ସେ ଆମ୍ଭର ସପକ୍ଷର ଲୋକ। 41 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯଦି କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦିଏ, ତେବେ ତାକୁ ଏଥିପାଇଁ ନିଶ୍ଚୟ ପୁରସ୍କାର ମିଳିବ।
ଯୀଶୁ ପାପର କାରଣ ବିଷୟରେ ସତର୍କ କଲେ(F)
42 “ଯଦି ଏହି ଛୋଟ ଅବୋଧ ପିଲାମାନଙ୍କ ମଧ୍ୟରୁ ମୋତେ କେହି ବିଶ୍ୱାସ କରୁଥାଏ ଏବଂ ଆଉ ଜଣେ ଲୋକ ସେହି ପିଲାଟିକୁ ପାପ କର୍ମରେ ଲିପ୍ତ କରାଏ, ତେବେ ସେ ଲୋକଟି ପାଇଁ ଏହା ଅତ୍ୟନ୍ତ ଖରାପ ହେବ। ସେ ଲୋକ ବେକରେ ଚକି ପଥରଟିଏ ବାନ୍ଧି ଦେଇ ତାକୁ ସମୁଦ୍ରରେ ଫିଙ୍ଗି ଦେବା ତା’ ପାଇଁ ଭଲ ହୋଇଥା’ନ୍ତା। 43 ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। କାରଣ ଦୁଇ ହାତ ଥାଇ ଅନନ୍ତ କାଳ ଧରି ଜଳୁଥିବା ନର୍କର ନିଆଁ ଭିତରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ପଙ୍ଗୁ ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ। 44 [b] 45 ଯଦି ତୁମ୍ଭର ପାଦ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। ଦୁଇ ପାଦ ଥାଇ ନର୍କରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ଛୋଟା ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ। 46 [c] 47 ଯଦି ତୁମ୍ଭର ଆଖି ତୁମ୍ଭକୁ ପାପ କରାଏ, ତେବେ ତାକୁ ବାହାର କରି ଦିଅ। ଦୁଇ ଆଖି ଥାଇ ନର୍କରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ଭଲ। 48 ମନୁଷ୍ୟକୁ ଖାଉଥିବା ନର୍କର କୀଟ କେବେ ମରେ ନାହିଁ କି ନର୍କର ନିଆଁ କେବେ ଲିଭେ ନାହିଁ।
49 “ନିଆଁରେ ପ୍ରତ୍ୟେକ ଲୋକକୁ ଦଣ୍ଡିତ କରାଯିବ।
50 “ଲୁଣ ଭଲ ପଦାର୍ଥ। କିନ୍ତୁ ଲୁଣ ଯଦି ତା’ର ଲୁଣିଆ ଗୁଣ ହରାଇ ବସିବ, ତାକୁ ପୁଣି ଥରେ କିପରି ଲୁଣିଆ କରାଯାଇ ପାରିବ? ତେଣୁ ତୁମ୍ଭେ ଭଲ ଗୁଣରେ ପରିପୂର୍ଣ୍ଣ ହୁଅ। ସମସ୍ତେ ମିଳିମିଶି ଶାନ୍ତିରେ ରୁହ।”
5 “ଆୟୁବ, ତୁମ୍ଭେ ତାଙ୍କୁ ଡାକ, ଯଦି ତୁମ୍ଭେ ଗ୍ଭହୁଁଛ, କିନ୍ତୁ କେହି ତୁମ୍ଭକୁ ଉତ୍ତର ଦେବାକୁ ଏଠାରେ ନାହିଁ।
ତୁମ୍ଭେ ସ୍ୱର୍ଗଦୂତମାନଙ୍କୁ ବଦଳାଇ ପାରିବ ନାହିଁ।
2 ଜଣେ ନିର୍ବୋଧଲୋକର ରାଗ ହିଁ ତାକୁ ହତ୍ୟା କରେ
ଓ କ୍ରୋଧ ନିରୀହ ଲୋକକୁ ବଧ କରେ।
3 ମୁଁ ଜଣେ ଏପରି ନିର୍ବୋଧଲୋକକୁ ଦେଖିଛି ଯିଏ ଭାବୁଥିଲା ଯେ ସେ ସୁରକ୍ଷିତ,
କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା।
4 ତା’ର ସନ୍ତାନମାନଙ୍କୁ ସାହାଯ୍ୟ କରିବାକୁ କେହି ନ ଥିଲେ।
ସେମାନଙ୍କୁ ଦରବାରରେ କେହି ପକ୍ଷସମର୍ଥନ କଲେ ନାହିଁ।
5 କ୍ଷୁଧାର୍ତ୍ତ ଲୋକେ ସେମାନଙ୍କର ଶସ୍ୟସବୁ ଖାଇଦେଇଛନ୍ତି।
ସେହି କ୍ଷୁଧାର୍ତ୍ତ ଲୋକେ ମଧ୍ୟ କଣ୍ଟା ମଧ୍ୟରୁ ଶସ୍ୟକଣାକୁ ନେଇଯାଇଛନ୍ତି।
ଲୋଭୀ ଲୋକ ସେମାନଙ୍କର ସବୁକିଛି ଲୁଟି ନେଇଛନ୍ତି।
6 ଦୁଃସମୟ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ,
କଷ୍ଟ ଭୂମିରୁ ଉତ୍ପନ୍ନ ହୁଏ ନାହିଁ।
7 କିନ୍ତୁ ମଣିଷ ଜନ୍ମ ହୋଇଛି କଷ୍ଟ ସହିବା ଲାଗି,
ଯେପରି ନିଶ୍ଚୟ ଅଗ୍ନିକଣିକା ଅଗ୍ନିରୁ ଉପରକୁ ଉଡ଼ିବୁଲେ।
8 କିନ୍ତୁ ଆୟୁବ ମୁଁ ଯଦି ତୁମ୍ଭ ଜାଗାରେ ଥା’ନ୍ତି
ନିଶ୍ଚୟ ପରମେଶ୍ୱରଙ୍କୁ ଡାକି ନିଜର ସମସ୍ତ ଦୁଃଖ ତାଙ୍କୁ ଜଣାନ୍ତି।
9 ଲୋକେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟକର୍ମକୁ ବୁଝିପାରନ୍ତି ନାହିଁ,
କି ତାଙ୍କର ଅଲୌକିକ କାର୍ଯ୍ୟର ମଧ୍ୟ ଅନ୍ତ ନାହିଁ।
10 ପରମେଶ୍ୱର ପୃଥିବୀରେ ବର୍ଷା କରାନ୍ତି
ଓ ଶସ୍ୟକ୍ଷେତ୍ରକୁ ଜଳ ପ୍ରଦାନ କରନ୍ତି।
11 ପରମେଶ୍ୱର ନମ୍ର ଲୋକକୁ ଉପରକୁ ଉଠାନ୍ତି
ଏବଂ ଯେଉଁମାନେ ଅତି ଦୁଃଖୀ ସେମାନଙ୍କୁ ଖୁସୀ କରାନ୍ତି।
12 ପରମେଶ୍ୱର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ୟର୍ଥ କରନ୍ତି
ଏବଂ ସେମାନଙ୍କୁ ସଫଳତା ଦିଅନ୍ତି ନାହିଁ।
13 ପରମେଶ୍ୱର ଚତୁର ଲୋକମାନଙ୍କୁ ମଧ୍ୟ ତାଙ୍କ ଫାନ୍ଦରେ ଧରନ୍ତି,
ସେମାନଙ୍କର ଚତୁର ଯୋଜନା ସଫଳ କରାନ୍ତି ନାହିଁ।
14 ସେହି ଚତୁର ଲୋକମାନେ ଦିନ ବେଳେ ଝୁଣ୍ଟି ପଡ଼ନ୍ତି, ଯେପରି କି ତାହା ଅନ୍ଧକାର,
ମଧ୍ୟାହ୍ନରେ ମଧ୍ୟ ସେମାନେ ଏପରି ଲୋକପରି ରାସ୍ତା ଅଣ୍ଡାଳି ହୁଅନ୍ତି, ଯେପରି କି ତାହା ମଧ୍ୟରାତ୍ରି।
15 ପରମେଶ୍ୱର ଗରିବ ଲୋକମାନଙ୍କୁ ସେହି ଚତୁର ଲୋକଙ୍କର କଟୁବାକ୍ୟରୁ ରକ୍ଷା କରନ୍ତି।
ସେ ଗରିବ ଲୋକଙ୍କୁ ପରାକ୍ରମୀ ଲୋକ କବଳରୁ ଉଦ୍ଧାର କରନ୍ତି।
16 ସେଥିପାଇଁ ଗରିବ ଲୋକଙ୍କ ପାଇଁ ଭରସା ଅଛି
ଓ ଅନ୍ୟାୟକାରୀ ନିଶ୍ଚୟ ନୀରବ ରହିବ।
17 ଯେଉଁ ମନୁଷ୍ୟକୁ ପରମେଶ୍ୱର ସଂଶୋଧନ କରନ୍ତି, ସେ ଭାଗ୍ୟବାନ୍।
ତେଣୁ ସେହି ସର୍ବଶକ୍ତିମାନ ପରମେଶ୍ୱର ଯେତେବେଳେ ତୁମ୍ଭକୁ ଦଣ୍ଡ ଦିଅନ୍ତି, ତାଙ୍କ ବିରୁଦ୍ଧରେ ଅଭିଯୋଗ କର ନାହିଁ।
18 ପରମେଶ୍ୱରଙ୍କ ଦଣ୍ଡରେ ଯେଉଁ କ୍ଷତ ହୁଏ ପୁଣି ସେ ନିଜେ ସେମାନଙ୍କର କ୍ଷତରେ ପଟି ବାନ୍ଧନ୍ତି।
ପରମେଶ୍ୱର ହୁଏତ ଜଣକୁ ଆଘାତ କରନ୍ତି, କିନ୍ତୁ ତାଙ୍କ ହାତ ସୁସ୍ଥତା ମଧ୍ୟ ଆଣେ।
19 ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରି ପାରିବେ।
ହଁ, ଦରକାର ପଡ଼ିଲେ ବିନା ଆଘାତରେ ସାତୋଟି ଦୁର୍ବିପାକରୁ ରକ୍ଷା କରି ପାରିବେ।
20 ଦୁର୍ଭିକ୍ଷ ସମୟରେ ପରମେଶ୍ୱର
ତୁମ୍ଭକୁ ମୃତ୍ୟୁ ମୁଖରୁ ରକ୍ଷା କରି ପାରିବେ।
ଯୁଦ୍ଧ ସମୟରେ ତୁମ୍ଭକୁ
ଖଡ଼୍ଗ ମୁଖରୁ ବଞ୍ଚାଇ ପାରିବେ।
21 ପରମେଶ୍ୱର ତୁମ୍ଭକୁ ଲୋକଙ୍କ ଜିହ୍ୱାର ଅନିଷ୍ଟକର ବାକ୍ୟରୁ ଉଦ୍ଧାର କରି ପାରିବେ।
ପରମେଶ୍ୱର ତୁମ୍ଭକୁ ରକ୍ଷା କରିବେ,
ତେଣୁ ଯେତେବେଳେ ବିପଦ ଆସୁଛି, ତୁମ୍ଭେ ଭୟଭୀତ ହୁଅ ନାହିଁ।
22 ବିନାଶ ଓ ଦୁର୍ଭିକ୍ଷ ପ୍ରତି ତୁମ୍ଭେ ହସିପାର।
ତୁମ୍ଭେ ବଣୁଆ ହିଂସ୍ର ଜନ୍ତୁକୁ ଭୟ କର ନାହିଁ।
23 ତୁମ୍ଭର ପରମେଶ୍ୱରଙ୍କ ସହିତ ଚୁକ୍ତି ହୋଇଛି।
ତେଣୁ କ୍ଷେତର ପଥର ଏପରିକି ବଣର ହିଂସ୍ର ଜନ୍ତୁ ମଧ୍ୟ ତୁମ୍ଭ ସହିତ ଶାନ୍ତିରେ ରହିବେ।
24 ତୁମ୍ଭେ ଶାନ୍ତିରେ ରହିପାରିବ କାରଣ ତୁମ୍ଭର ତମ୍ବୁ ସୁରକ୍ଷିତ ଅଛି।
ତୁମ୍ଭେ ତୁମ୍ଭର ସମ୍ପତ୍ତିକୁ ଗଣି ପାରିବ ଏବଂ ଦେଖିବ କିଛି ହଜିଯାଇ ନାହିଁ।
25 ତୁମ୍ଭର ଅନେକ ସନ୍ତାନସନ୍ତତି ହେବେ,
ଏତେ ଅଧିକ ଯେପରି କି ପୃଥିବୀ ଉପରେ ଘାସର ଝାଡ଼ ପରି।
26 ତୁମ୍ଭେ ଗହମ କ୍ଷେତ୍ରରେ ଗହମ ସଦୃଶ ଯିଏ ଅମଳ ସମୟ ପର୍ଯ୍ୟନ୍ତ ବୃଦ୍ଧି ପାଇବ।
ହଁ ତୁମ୍ଭେ ଅତ୍ୟଧିକ ବୃଦ୍ଧି ହେଲା ପର୍ଯ୍ୟନ୍ତ ବଞ୍ଚି ରହିବ।
27 ଆୟୁବ, ଦେଖ ଆମ୍ଭେମାନେ ଏସବୁ ଜିନିଷ ଅନୁସନ୍ଧାନ କରି ସେମାନଙ୍କୁ ଜାଣିଛୁ ଏବଂ ଏସବୁ ସତ୍ୟ ବୋଲି ମଧ୍ୟ ଜାଣିଛୁ।
ତେଣୁ ଆମ୍ଭ କଥା ଶୁଣ ଏବଂ ସେଗୁଡ଼ିକ ଆପଣା ମଙ୍ଗଳ ନିମନ୍ତେ ଶିକ୍ଷା କର।”
ପରମେଶ୍ୱର ଓ ଯିହୂଦୀ ଲୋକେ
9 ମୁଁ ଖ୍ରୀଷ୍ଟଙ୍କଠାରେ ଅଛି, ଓ ମୁଁ ସତ୍ୟ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ୱାରା ମୋର ଭାବନା ନିୟନ୍ତ୍ରିତ। ଏହି ଭାବନା ମୋତେ କୁହେ ଯେ ମୁଁ ମିଛ କୁହେ ନାହିଁ। 2 ମୋର ଅଶେଷ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବେଦନାଗ୍ରସ୍ତ ଅଛି। 3 ସେମାନେ ମୋର ଭାଇ ଓ ଭଉଣୀ। ସେମାନେ ଏହି ସଂସାରରେ ମୋର ପରିବାର। ମୁଁ ସେମାନଙ୍କୁ ସାହାଯ୍ୟ କରିପାରେ। ମୁଁ ନିଜେ ଅଭିଶପ୍ତ ହେବା ପାଇଁ ଇଛୁକ, ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହୋଇପାରେ। 4 ସେମାନେ ଇସ୍ରାଏଲୀୟ ଲୋକ। ସେମାନେ ପରମେଶ୍ୱରଙ୍କର ବଛାଯାଇଥିବା ସନ୍ତାନ। ସେମାନଙ୍କ ପାଖରେ ପରମେଶ୍ୱରଙ୍କ ମହିମା ଅଛି ଓ ସେମାନେ ପରମେଶ୍ୱର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ୱର ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦେଇଛନ୍ତି। ପରମେଶ୍ୱର ସେମାନଙ୍କୁ ତାହାଙ୍କର ପ୍ରତିଶ୍ରୁତିମାନ ଦେଇଛନ୍ତି। 5 ସେମାନେ ଆମ ପୂର୍ବପୁରୁଷମାନଙ୍କର ବଂଶଧର ଅଟନ୍ତି। ସେମାନେ ସଂସାରରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟରେ ଖ୍ରୀଷ୍ଟ ପରମେଶ୍ୱର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍।
6 ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ। 7 ଅବ୍ରାହମଙ୍କ କେବଳ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତରେ ପରମେଶ୍ୱରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ୱର କହିଥିଲେ: “ଇସ୍ହାକ ଦ୍ୱାରା ତୁମ୍ଭର ବିଧି ସଙ୍ଗତ ବଂଶବୃଦ୍ଧି ହେବ।” [a] 8 ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି। କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ। 9 ପରମେଶ୍ୱରଙ୍କ ପ୍ରତିଜ୍ଞା ଏହିପରି ଥିଲା: “ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫେରିବି ଓ ସାରା ପୁତ୍ର ଜନ୍ମ କରିବ।” [b]
10 କେବଳ ଏତିକି ନୁହେଁ। ଆମ୍ଭର ପୂର୍ବ ପୁରୁଷ ଇସ୍ହାକଙ୍କଠାରୁ ରିବିକା ଦୁଇଟି ସନ୍ତାନ ଲାଭ କରିଥିଲେ। 11-12 ଦୁଇଟି ପୁତ୍ର ଜନ୍ମ ହେବା ପୂର୍ବରୁ ଓ ସେମାନେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ୱର ରିବିକାକୁ କହିଥିଲେ, ବଡ଼ ପୁତ୍ରଟି ସାନଟିର ସେବା କରିବ। ପରମେଶ୍ୱରଙ୍କ ମନୋନୟନ ତାହାଙ୍କ ଯୋଜନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥିଲେ ସେହି କାରଣରୁ ହେଲା। 13 ଶାସ୍ତ୍ର କୁହେ: “ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।” [c]
14 ତା’ହେଲେ ଏ ବିଷୟରେ ଆମ୍ଭେ କ’ଣ କହିବା? କ’ଣ ପରମେଶ୍ୱର ଅନ୍ୟାୟୀ? 15 ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ୱର ମୋଶାଙ୍କୁ କହିଥିଲେ, “ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦେଖାଇବା। ଆମ୍ଭେ ଯାହାକୁ କରୁଣା ଦେଖାଇବା ପାଇଁ ଇଚ୍ଛା କରିବା ଆମ୍ଭେ ତାହାକୁ କରୁଣା ଦେଖାଇବା।” [d] 16 ଅତଏବ, ପରମେଶ୍ୱରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ । 17 ଧର୍ମଶାସ୍ତ୍ରରେ ଯେପରି ପରମେଶ୍ୱର ଫାରୋକୁ [e] କହନ୍ତି: “ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦ୍ଧେଶ୍ୟ ପାଇଁ ତୁମ୍ଭକୁ ରାଜା କରିଛୁ, ଯଦ୍ଦ୍ୱାରା ତୁମ୍ଭ ମାଧ୍ୟମରେ ଆମ୍ଭେ ଆପଣା ଶକ୍ତି ଦେଖାଇ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ୱରେ ଘୋଷିତ ହେଉ ବୋଲି ଆମ୍ଭ ଇଚ୍ଛା।” [f] 18 ଅତଏବ ଯେଉଁମାନଙ୍କୁ ପରମେଶ୍ୱର ଦୟା ଦେଖାଇବାକୁ ଗ୍ଭହାନ୍ତି ସେମାନଙ୍କୁ ସେ ଦୟା ଦେଖାନ୍ତି ଓ ଯେଉଁମାନଙ୍କୁ ସେ କଠୋର କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ସେ କଠୋର କରନ୍ତି।
19 ତା’ହେଲେ ତୁମ୍ଭେ ମୋତେ ପ୍ରଶ୍ନ କରି ପାର ଯେ “ସେ ଆମ୍ଭର ଦୋଷ କାହିଁକି ଧରନ୍ତି?” 20 ତୁମ୍ଭେ କେବଳ ଜଣେ ମଣିଷ। ପରମେଶ୍ୱରଙ୍କୁ ଓଲଟି ପ୍ରଶ୍ନ ପଗ୍ଭରିବାର ଅଧିକାର ତୁମ୍ଭର ନାହିଁ। ମାଟି କଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ “ତୁମ୍ଭେ ମୋତେ ଏପରି ଭାବେ କାହିଁକି ଗଢ଼ିଲ?” 21 କୁମ୍ଭାରର ଅଧିକାର ରହିଛି ଯେ ସେ ମାଟି ପିଣ୍ତୁଳାଟି ନେଇ ବିଶେଷ ପ୍ରୟୋଜନ ନିମନ୍ତେ ଗୋଟିଏ ଓ ସାଧାରଣ ପ୍ରୟୋଜନ ନିମନ୍ତେ ଅନ୍ୟ ପାତ୍ରଟିଏ ତିଆରି କରିବ।
22 ଠିକ୍ ସେହିଭଳି ପରମେଶ୍ୱର ମଧ୍ୟ ନିଜର କ୍ରୋଧ ଓ ଶକ୍ତି ପ୍ରଦର୍ଶନ କରିବା ପାଇଁ ଗ୍ଭହିଁଥିଲେ। ସେ ଖୁବ୍ ଧୈର୍ଯ୍ୟର ସହିତ ତାହାଙ୍କ କ୍ରୋଧ ଓ ବିନାଶ ପାତ୍ରମାନଙ୍କୁ ସହି ନେଇଥିଲେ। 23 ପରମେଶ୍ୱର ତାହାଙ୍କର ଦୟାପାତ୍ର ମାନଙ୍କୁ ନିଜ ମହିମାର ଧନ ଦେଖାଇବା ଲାଗି ଧୈର୍ଯ୍ୟପୂର୍ବକ ଅପେକ୍ଷା କରିଥିଲେ। 24 ସେମାନଙ୍କୁ ତାହାଙ୍କ ମହିମା ଦେବା ପାଇଁ ପ୍ରସ୍ତୁତ କଲେ। 25 ଆମ୍ଭେମାନେ ସେହି ଲୋକ। ପରମେଶ୍ୱର କେବଳ ଯିହୂଦୀମାନଙ୍କ ଭିତରୁ ନୁହେଁ, କିନ୍ତୁ ଅଣଯିହୂଦୀମାନଙ୍କ ଭିତରୁ ମଧ୍ୟ ଆମ୍ଭ ମାନଙ୍କୁ ଡାକିଲେ। ହୋଶେୟ ପୁସ୍ତକରେ ଏହିପରି ଲେଖା ଅଛି:
“ଯେଉଁ ଲୋକମାନେ ଆମ୍ଭର ନ ଥିଲେ
ସେମାନେ ଆମ୍ଭର ଲୋକ ବୋଲି ଆମ୍ଭେ ଡାକିବା
ଓ ଯେଉଁମାନଙ୍କୁ ଆମ୍ଭେ ପ୍ରେମ କରୁ ନ ଥିଲୁ,
ସେହି ଲୋକମାନଙ୍କୁ ଆମ୍ଭେ ପ୍ରିୟ ବୋଲି ଡାକିବା।” (A)
26 ଏବଂ
“ଯେଉଁ ସ୍ଥାନରେ ପରମେଶ୍ୱର କହିଥିଲେ,
‘ତୁମ୍ଭେମାନେ ଆମ୍ଭ ଲୋକ ନୁହଁ’-
ସେହି ସ୍ଥାନରେ ସେମାନେ ଜୀବିତ ପରମେଶ୍ୱରଙ୍କ ସନ୍ତାନ ବୋଲାଇବେ।” (B)
27 ଏବଂ ଇସ୍ରାଏଲ ବିଷୟରେ ଯିଶାଇୟ ଘୋଷଣା କରି କୁହନ୍ତି:
“ସମୁଦ୍ରର ବାଲିକଣିକା ପରି
ଇସ୍ରାଏଲର ଲୋକମାନଙ୍କ ସଂଖ୍ୟା ଅସଂଖ୍ୟ।
କିନ୍ତୁ ସେମାନଙ୍କ ଭିତରୁ ଖୁବ୍ ଅଳ୍ପ ଲୋକ ରକ୍ଷା ପାଇ ପାରିବେ।
28 କାରଣ ପ୍ରଭୁ ନିଜ ନ୍ୟାୟ ବଳରେ ବିଗ୍ଭର କରି ପୃଥିବୀର ଲୋକଙ୍କୁ ଶୀଘ୍ର ସମାପ୍ତ କରିଦେବେ।” [g]
29 ଯିଶାଇୟ ଆହୁରି ମଧ୍ୟ କହିଥିଲେ:
“ପ୍ରଭୁ ସର୍ବଶକ୍ତିମାନ।
ସେ ତାହାଙ୍କ ଲୋକମାନଙ୍କ ଭିତରୁ କେତେକଙ୍କୁ ଆମ୍ଭ ପାଇଁ ବଞ୍ଚାଇ ରଖିଲେ।
ସେ ଏପରି କରି ନ ଥିଲେ
ଆମ୍ଭ ଅବସ୍ଥା ଏବେ ସଦୋମ ଓ ଗମୋରା [h] ଭଳି ହୋଇ ଯାଇ ଥା’ନ୍ତା”(C)
30 ତା’ହେଲେ ଏସବୁର ଅର୍ଥ କ’ଣ? ଏହାର ଅର୍ଥ ଯେ, ଅଣଯିହୂଦୀମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ହେବା ପାଇଁ ଯତ୍ନ ଶୀଳ ନୁହନ୍ତି। କିନ୍ତୁ ସେମାନେ ପରମେଶ୍ୱରଙ୍କ ଦ୍ୱାରା ନିଜ ବିଶ୍ୱାସ ହେତୁ ଧାର୍ମିକ ହେଲେ। 31 ଇସ୍ରାଏଲର ଲୋକେ ଧାର୍ମିକ ହେବା ପାଇଁ ବ୍ୟବସ୍ଥା ପାଳନ କରି ମଧ୍ୟ କୃତକାର୍ଯ୍ୟ ହେଲେ ନାହିଁ। 32 କାରଣ ସେମାନଙ୍କର ବିଶ୍ୱାସ ନ ଥିଲା ଯେ ସେମାନେ ନିଜର କାର୍ଯ୍ୟ ଦ୍ୱାରା ଧାର୍ମିକ ହେବା ପାଇଁ ଚେଷ୍ଟା କଲେ ତେଣୁ ସେମାନେ ଝୁଣ୍ଟି ପଡ଼ିବା ପଥରରେ ଝୁଣ୍ଟି ପଡ଼ିଲେ। 33 ଧର୍ମଶାସ୍ତ୍ର ସେ ପଥର ବିଷୟରେ କୁହେ:
“ଦେଖ, ଆମ୍ଭେ ସିୟୋନଠାରେ ପଥରଟିଏ ରଖିଛୁ ଏହି ପଥରଟି ଲୋକମାନଙ୍କୁ ପକାଇ ଦିଏ।
ଏହି ପଥରଟି ଲୋକମାନଙ୍କୁ ପାପ କରିବା ପାଇଁ ପ୍ରବର୍ତ୍ତାଏ
କିନ୍ତୁ ଯେଉଁ ଲୋକ ସେ ପଥରଟିରେ ବିଶ୍ୱାସ କରେ
ସେ ଲଜ୍ଜିତ ହେବ ନାହିଁ।” (D)
2010 by World Bible Translation Center