M’Cheyne Bible Reading Plan
22 ବିଡ଼ାଏ ଏସୋବ୍ ନେଇ ପାତ୍ରରେ ଥିବା ରକ୍ତରେ ବୁଡ଼ାଇ ଦ୍ୱାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ଯାଏ ତୁମ୍ଭମାନଙ୍କର କେହିଗୃହ ଦ୍ୱାରର ବାହାରକୁ ନ ଯାଉ। 23 ସେହି ସମୟରେ ସଦାପ୍ରଭୁ ମିଶର ମଝିରେ ଯିବେ ଏବଂ ମିଶରୀୟମାନଙ୍କୁ ହତ୍ୟା କରିବେ। ସଦାପ୍ରଭୁ ଯେଉଁ ଦ୍ୱାରରେ ରକ୍ତ ଚିହ୍ନ ଦେଖିବେ ସେହି ଘରକୁ ଛାଡ଼ି ଦେବେ। ସେ ମୃତ୍ୟୁ ଦୂତକୁ ତୁମ୍ଭ ଘରେ ପଶି ତୁମ୍ଭକୁ ହତ୍ୟା କରିବାକୁ ଦେବେ ନାହିଁ। 24 ତୁମ୍ଭମାନଙ୍କୁ ଏହି ଆଜ୍ଞା ମାନିବାକୁ ହେବ। ଏହି ବ୍ୟବସ୍ଥା ତୁମ୍ଭମାନଙ୍କ ପାଇଁ ଓ ତୁମ୍ଭମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ। ତୁମ୍ଭର ଭବିଷ୍ୟଦ୍ ବଂଶଧରମାନେ ସବୁଦିନ ପାଇଁ ପାଳନ କରିବା ଉଚିତ୍। 25 ତୁମ୍ଭମାନଙ୍କର ଏକଥା ଯେପରି ମନେ ରହେ ଏହା ତୁମ୍ଭେମାନେ ସେଠାରେ ମଧ୍ୟ ପାଳନ କରିବ, ସେହି ଭୂମି ସଦାପ୍ରଭୁ ତୁମ୍ଭମାନଙ୍କୁ ଦେବେ, ଯେହେତୁ ସେ ପ୍ରତିଜ୍ଞା କରିଥିଲେ। 26 ଯେତେବେଳେ ତୁମ୍ଭର ପିଲାମାନେ ତୁମ୍ଭକୁ ପଗ୍ଭରିବେ, ‘ତୁମ୍ଭେମାନେ କାହିଁକି ଏପରି ପର୍ବ ପାଳନ କରୁଛ?’ 27 ତୁମ୍ଭେମାନେ କହିବ, ‘ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବୀୟ ବଳିଦାନ। କାରଣ ଯେତେବେଳେ ଆମ୍ଭେ ମିଶରରେ ଥିଲୁ, ସଦାପ୍ରଭୁ ସେତେବେଳେ ଆମ୍ଭମାନଙ୍କୁ ଛାଡ଼ି କେବଳ ମିଶରବାସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ୟା କଲାବେଳେ ଆମ୍ଭମାନଙ୍କୁ ସୁରକ୍ଷା ଦେଇଥିଲେ।’”
ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହୋଇ ପ୍ରଣାମ କଲେ। 28 ଏହି ଆଜ୍ଞା ସଦାପ୍ରଭୁ, ମୋଶା ଏବଂ ହାରୋଣଙ୍କୁ ଦେଇଥିଲେ। ତେଣୁ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ କର୍ମମାନ କଲେ।
29 ମଧ୍ୟରାତ୍ରରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ। 30 ସେହି ରାତ୍ରରେ ମିଶରର ପ୍ରତ୍ୟେକ ଗୃହରୁ ଜଣେ ଜଣେ ମରିଥିଲେ। ଫାରୋ ତାଙ୍କର କର୍ମଗ୍ଭରୀ ଓ ସେ ଦେଶର ସମସ୍ତ ଲୋକ କ୍ରନ୍ଦନ କରିବାକୁ ଲାଗିଲେ।
ଇସ୍ରାଏଲ ମିଶର ଛାଡ଼ିଲେ
31 ସେହି ରାତ୍ରିରେ ରାଜା ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଉଠ ଏବଂ ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର। ତୁମ୍ଭମାନଙ୍କର ବାକ୍ୟ ଅନୁସାରେ ସଦାପ୍ରଭୁଙ୍କର ଉପାସନା କରିବା ପାଇଁ ଯାତ୍ରା କର। 32 ତୁମ୍ଭେ ତୁମ୍ଭର ମେଷ, ଗାଈ ଗୋରୁ ସମସ୍ତ ନେଇ ଯାଅ ଏବଂ ମୋତେ ଆଶୀର୍ବାଦ କର।” 33 ମିଶରର ଲୋକମାନେ ସେମାନଙ୍କୁ ଶୀଘ୍ର ଶୀଘ୍ର ବିଦାୟ କଲେ। କାରଣ, ସେମାନେ କହିଲେ, “ଯଦି ତୁମ୍ଭେମାନେ ନ ଯାଅ, ଆମ୍ଭେ ସମସ୍ତେ ମରିଯିବୁ।”
34 ଇସ୍ରାଏଲର ଲୋକମାନେ ତାଙ୍କ ଅଟାରେ ତାଡ଼ି ମିଶାଇବାକୁ ସମୟ ପାଇ ନ ଥିଲେ। ସେମାନେ ଅଟା ନେଇ ପଳାଇଲେ। ସେମାନେ ସେମାନଙ୍କର ପାତ୍ରଗୁଡ଼ିକ ଲୁଗାରେ ଗୁଡ଼ାଇଲେ ଏବଂ ସେମାନଙ୍କର କାନ୍ଧରେ ବହିଲେ। 35 ଏହା ପରେ ଇସ୍ରାଏଲୀୟ ଲୋକମାନେ ମୋଶାଙ୍କର ଆଜ୍ଞାନୁସାରେ ଗଲେ। ସେମାନେ ତାଙ୍କର ମିଶରୀୟ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସେମାନଙ୍କୁ ରୂପା ଅଳଙ୍କାର, ସ୍ୱର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ। 36 ସଦାପ୍ରଭୁ ମିଶରବାସୀମାନଙ୍କ ହୃଦୟରେ ଇସ୍ରାଏଲୀୟମାନଙ୍କ ପାଇଁ ଦୟା ସୃଷ୍ଟି କଲେ। ତେଣୁ ଇସ୍ରାଏଲୀୟମାନେ ଯାହା ମାଗିଲେ ମିଶରବାସୀମାନେ ସବୁ ଦେଲେ। ଏହି ପ୍ରକାରେ ଇସ୍ରାଏଲୀୟମାନେ ମିଶରୀୟମାନଙ୍କୁ ଲୁଣ୍ଠନ କଲେ।
37 ଇସ୍ରାଏଲୀୟ ଲୋକମାନେ ରାମିଷେଷ୍ଠାରୁ ସୁକ୍କୋତକୁ ଯାତ୍ରା କଲେ। ସେମାନେ ପିଲାମାନଙ୍କୁ ଛାଡ଼ି ମୋଟରେ 600,000 ଲୋକ ଥିଲେ। 38 ସେମାନେ ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମେଷ, ଛେଳି ଓ ଗୋରୁଗାଈ ସହିତ ଅନେକ ପଶୁ ସେମାନଙ୍କ ସହିତ ଥିଲେ। 39 ଲୋକମାନେ ସେମାନଙ୍କର ଚକଟା ମଇଦାରେ ତାଡ଼ି ମିଶାଇ ପାରି ନ ଥିଲେ। ଏବଂ ସେମାନଙ୍କର ଯାତ୍ରା ପାଇଁ ମଧ୍ୟ ସ୍ୱତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନ ଥିଲେ। ତେଣୁ ସେମାନେ ତାଡ଼ିଶୂନ୍ୟ ରୋଟୀମାନ ପ୍ରସ୍ତୁତ କଲେ।
40 ଇସ୍ରାଏଲୀୟ ଲୋକମାନେ ମିଶରରେ 430 ବର୍ଷ ଧରି ବାସ କରୁଥିଲେ। 41 430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ। 42 ତାହା ଏକ ବିଶେଷ ରାତ୍ରି ଥିଲା। କାରଣ ସଦାପ୍ରଭୁ ସେମାନଙ୍କ ପାଇଁ ଯାହା କରିଥିଲେ, ତାହା ସେମାନେ ସ୍ମରଣ କଲେ। ଇସ୍ରାଏଲୀୟମାନେ ପୁରୁଷାନୁକ୍ରମେ ସେହି ବିଶେଷ ରାତ୍ରିକୁ ସ୍ମରଣ କରି ପାଳନ କରିବେ।
43 ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ନିସ୍ତାରପର୍ବର ଏହି ବିଧି, କୌଣସି ବିଦେଶୀୟ ଲୋକ ଏହାକୁ ଭୋଜନ କରିବ ନାହିଁ। 44 କିନ୍ତୁ ପ୍ରତ୍ୟେକ ଲୋକର ଦାସ ଯିଏ କିଣା ହୋଇଛି ସେ ଖାଇ ପାରିବ ଯଦି ସେ ସୁନ୍ନତ ହୋଇଥାଏ। 45 ନ ହେଲେ ପ୍ରବାସୀ ବା ବର୍ତ୍ତନଜିବୀ ଦାସ ତାହା ଖାଇ ପାରିବ ନାହିଁ।
46 “ଏକ ଗୃହ ମଧ୍ୟରେ ତାହା ଭୋଜନ କରାଯିବ। ତୁମ୍ଭେ ସେହି ମାଂସର କିଛି ମାତ୍ର ଗୃହ ବାହାରକୁ ନେଇଯିବ ନାହିଁ। କିମ୍ବା ତା’ର ଗୋଟିଏ ହେଲେ ଅସ୍ଥି ଭାଙ୍ଗିବ ନାହିଁ। 47 ଇସ୍ରାଏଲର ସମଗ୍ର ମଣ୍ଡଳୀ ତାହା ପାଳନ କରିବେ। 48 ଯଦି କୌଣସି ବିଦେଶି ତୁମ୍ଭମାନଙ୍କ ସହିତ ବାସ କରୁଥାଏ ଏବଂ ଯଦି ସେ ଗ୍ଭହିଁବ ନିସ୍ତାରପର୍ବରେ ଭାଗନେବା ପାଇଁ ତେବେ ତାକୁ ସୁନ୍ନତ ହେବାକୁ ପଡ଼ିବ। ତା’ପରେ ସେ ଇସ୍ରାଏଲୀୟମାନଙ୍କ ସହିତ ସମାନ ହେବ। ଏହା ପରେ ସେ ତୁମ୍ଭ ସହିତ ଭୋଜନ କରି ପାରିବ। ଯଦି ଜଣେ ସୁନ୍ନତ ହୋଇ ନ ଥିବ ତେବେ ସେ ନିସ୍ତାରପର୍ବ ପାଳନ କରି ପାରିବ ନାହିଁ କି ନିସ୍ତାର ଖାଦ୍ୟ ଖାଇ ପାରିବ ନାହିଁ। 49 ଏହି ନିୟମ ସମସ୍ତଙ୍କ ପାଇଁ ପ୍ରଜୁଜ୍ୟ, ଏହା କେବଳ ଅଣଇସ୍ରାଏଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହେବ। ଏହି ନିୟମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶରେ ବାସ କରୁଥିବେ।”
50 ତେଣୁ ସମସ୍ତ ଇସ୍ରାଏଲୀୟମାନେ ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାକୁ ମାନିଲେ। 51 ତେଣୁ ଠିକ୍ ସେହି ଦିନ, ସଦାପ୍ରଭୁ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ମିଶରରୁ ଆଗେଇ ନେଲେ। ସୈନ୍ୟ ଶ୍ରେଣୀବଦ୍ଧ ଲୋକମାନେ ମିଶର ପରିତ୍ୟାଗ କଲେ।
ସ୍ୱର୍ଗରେ ଆନନ୍ଦ(A)
15 ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ। 2 ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।”
3 ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ: 4 “ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଶହେଟି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେ ଅନେଶ୍ୱତ ମେଣ୍ଢାଙ୍କୁ ଏକୁଟିଆ ଛାଡ଼ିଦେଇ ହଜି ଯାଇଥିବା ମେଣ୍ଢାଟିକୁ ଖୋଜିବା ପାଇଁ ବାହାରି ପଡ଼ିବ ଓ ତାକୁ ପାଇବା ପର୍ଯ୍ୟନ୍ତ ସେ ଖୋଜିବାକୁ ଲାଗିବ। 5 ମେଣ୍ଢାଟି ପାଇଗଲେ ସେ ବହୁତ ଖୁସୀ ହେବ। ସେ ମେଣ୍ଢାଟିକୁ କାନ୍ଧରେ ବସାଇ ଘରକୁ ଆଣିବ। 6 ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କ ପାଖକୁ ଯାଇ କହିବ, ମୁଁ ମୋର ହଜି ଯାଇଥିବା ମେଣ୍ଢାଟି ପାଇ ଯାଇଛି। ମୁଁ ଅତ୍ୟନ୍ତ ଆନନ୍ଦିତ। ଆସ, ମୋ’ ସହିତ ତୁମ୍ଭେମାନେ ଆନନ୍ଦ କର। 7 ସେହିଭଳି ମୁଁ ତୁମ୍ଭମାନଙ୍କୁ କହୁଛି, ଯେତେବେଳେ ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କରିଥାଏ, ସେତେବେଳେ ସ୍ୱର୍ଗରେ ଅଧିକ ଆନନ୍ଦ ହୁଏ। ଯେଉଁ ଲୋକମାନଙ୍କ ହୃଦୟ ପରିବର୍ତ୍ତନର ଆବଶ୍ୟକ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକଙ୍କ ଅପେକ୍ଷା ଗୋଟିଏ ପାପୀ ଲୋକର ହୃଦୟ ପରିବର୍ତ୍ତନ ହେଲେ ଅଧିକ ଆନନ୍ଦ ହୁଏ।
8 “ମନେକର ଜଣେ ସ୍ତ୍ରୀଲୋକର ଦଶଟି ରୂପା ମୁଦ୍ରା ଅଛି। କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେହି ସ୍ତ୍ରୀଲୋକଟି ଆଲୁଅ ଲଗେଇ ଘର ସାରା ଭଲ କରି ଓଳେଇ ପକେଇବ ଓ ରୂପା ମୁଦ୍ରାଟି ନ ପାଇବା ପର୍ଯ୍ୟନ୍ତ ଗ୍ଭରିଆଡ଼େ ଖୋଜିବ। 9 ହଜି ଯାଇଥିବା ରୂପାମୁଦ୍ରାଟି ପାଇଗଲେ ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କୁ ଡାକି କହିବ, ‘ମୁଁ ବହୁତ ଆନନ୍ଦିତ। କାରଣ ମୋର ହଜି ଯାଇଥିବା ରୂପା ମୁଦ୍ରାଟି ମିଳିଗଲା। ଆସ, ମୋ’ ସହିତ ଆନନ୍ଦ କର।’ 10 ସେହିଭଳି ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କଲେ, ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।”
ପୁଅ ଯେ କି ଘର ଛାଡ଼ି ଗ୍ଭଲିଗଲା
11 ଯୀଶୁ କହିଲେ, “ଜଣେ ଲୋକର ଦୁଇ ପୁଅ ଥିଲେ। 12 ଦିନେ ସାନପୁଅ ତା’ ବାପାଙ୍କୁ କହିଲା, ‘ବାପା, ତୁମ୍ଭେ ମୋତେ ତୁମ୍ଭର ସବୁ ସମ୍ପତ୍ତିରୁ ମୋ’ ଭାଗତକ ଦେଇଦିଅ।’ ତେଣୁ ତା’ ବାପା ତାହାଙ୍କର ସବୁ ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟି ଦେଲେ।
13 “ଅଳ୍ପ ଦିନ ପରେ ସାନପୁଅ ତା’ ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଗ୍ଭଲିଗଲା। ସେଠାରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡ଼େଇ ଦେଲା। 14 ସବୁତକ ସାରିଦେଲା ପରେ, ସେହି ଦେଶରେ ଗ୍ଭରିଆଡ଼େ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତାକୁ ଅଭାବ ଭିତରେ ଉପାସରେ ରହିବାକୁ ପଡ଼ିଲା। ତା’ର ଟଙ୍କା ଦରକାର ପଡ଼ିଲା। 15 ତେଣୁ ସେ ସେହି ଦେଶରେ ଗୋଟିଏ ଲୋକ ପାଖକୁ ମୂଲ ଲାଗିବାକୁ ଗଲା, ସେ ଲୋକଟି ତାହାକୁ ତା ପଡ଼ିଆରେ ଘୁଷୁରି ଚରେଇବାକୁ ପଠାଇଲା। 16 ତାହାକୁ ଏତେ ଭୋକ ଲାଗୁଥିଲା ଯେ ସେ ଘୁଷୁରିମାନେ ଖାଉଥିବା ଖାଦ୍ୟରୁ କିଛି ଖାଇବାକୁ ଇଚ୍ଛା କଲା କିନ୍ତୁ ତାହା ମଧ୍ୟ କେହି ତାହାକୁ ଦେଲେ ନାହିଁ।
17 “ଏବେ ସେ ବୁଝି ପାରିଲା ଯେ, ସେ ବହୁତ ମୂର୍ଖାମୀ କରିଛି। ସେ ଭାବିଲା, ‘ମୋ’ ବାପାଙ୍କର ମୂଲିଆମାନଙ୍କର କେତେ ଖାଦ୍ୟ ବଳୁଛି। ଆଉ ମୁଁ ଏଠାରେ ଭୋକରେ ମରୁଛି। 18 ମୁଁ ଏ ସ୍ଥାନ ଛାଡ଼ି ମୋ’ ବାପାଙ୍କ ପାଖକୁ ଫେରିଯିବି।’ ମୁଁ ତାହାଙ୍କୁ କହିବି, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। 19 ମୁଁ ତୁମ୍ଭର ପୁଅ ହେବାର ଯୋଗ୍ୟ ନୁହେଁ। କିନ୍ତୁ ତୁମ୍ଭେ ମୋତେ ଦୟାକରି ତୁମ୍ଭର ଅନ୍ୟ ମୂଲିଆମାନଙ୍କ ଭଳି ରଖ।’ 20 ତେଣୁ ସେ ସ୍ଥାନ ଛାଡ଼ି ତା’ ବାପାଙ୍କ ପାଖକୁ ବାହାରିଲା।
ପୁଅର ଘର ବାହୁଡ଼ା
“ପୁତ୍ର ବହୁତ ଦୂରରେ ଥିଲାବେଳେ ବାପା ତାହାକୁ ଦେଖିଲେ। ସେ ପୁଅ ପାଇଁ ଦୁଃଖ ଅନୁଭବ କଲେ ଓ ତା’ ପାଖକୁ ଦୌଡ଼ିଗଲେ। ସେ ପୁଅକୁ କୁଣ୍ଢେଇ ପକେଇ ଚୁମ୍ବନ ଦେଲେ। 21 ପୁଅ କହିଲା, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। ମୁଁ ତୁମ୍ଭର ପୁଅ ହେବାକୁ ଯୋଗ୍ୟ ନୁହେଁ।’
22 “କିନ୍ତୁ ବାପା ତାହାଙ୍କ ଗ୍ଭକରମାନଙ୍କୁ ଡାକି କହିଲେ, “ଶୀଘ୍ର ଯାଅ, ତା’ ପାଇଁ ସବୁଠାରୁ ଭଲ ପୋଷାକ ଆଣ। ତା’ ଆଙ୍ଗୁଠିରେ ମୁଦିଟିଏ ପିନ୍ଧାଇ ଦିଅ। ପାଦରେ ଭଲ ଜୋତା ପିନ୍ଧାଇ ଦିଅ। 23 ଆମ୍ଭର ସବୁଠାରୁ ମୋଟା ବାଛୁରିଟିକୁ ଆଣ। ଆମ୍ଭେ ତାହାକୁ ମାରିବା। ଆମ୍ଭର ଖାଇବା ପାଇଁ ତାହା ପ୍ରଚୁର ହେବ। ଆମ୍ଭେମାନେ ଗୋଟିଏ ଭୋଜି କରିବା। 24 ମୋର ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।’ ତେଣୁ ସେମାନେ ଭୋଜିର ଆୟୋଜନ କଲେ।
ବଡ଼ ପୁଅ ଆସିଲା
25 “ଏହି ସମୟରେ ଲୋକଟିର ବଡ଼ ପୁଅ କ୍ଷେତରେ ଥିଲା। ଫେରିଲା ବେଳେ, ଘର ପାଖାପାଖି ପହଞ୍ଚିବା ବେଳକୁ ସେ ନାଚଗୀତର ଶବ୍ଦ ଶୁଣିଲା। 26 ତେଣୁ ସେ ଜଣେ ଗ୍ଭକରକୁ ଡାକି ପଗ୍ଭରିଲା, ‘ଏ ସବୁ କ’ଣ ଗ୍ଭଲିଛି?’ 27 ଗ୍ଭକରଟି କହିଲା, ‘ତୁମ୍ଭ ଭାଇ ଫେରି ଆସିଛି। ତୁମ୍ଭ ବାପା ଭୋଜି ପାଇଁ ମୋଟା ବାଛୁରିଟି ମାରିଛନ୍ତି। ତୁମ୍ଭ ଭାଇ କୁଶଳରେ ଫେରି ଆସିଥିବାରୁ ତୁମ୍ଭ ବାପା ବହୁତ ଖୁସୀ ହେଉଛନ୍ତି।’
28 “ଏହା ଶୁଣି ବଡ଼ ପୁଅ ଭୀଷଣ ରାଗିଗଲା। ସେ ଭିତରେ ପ୍ରବେଶ କରିବା ପାଇଁ ଇଚ୍ଛା କଲା ନାହିଁ। ତେଣୁ ତା’ ବାପା ବଡ଼ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ। 29 ବଡ଼ ପୁଅ ବାପାଙ୍କୁ କହିଲା, ‘ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସେବା କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମୋ’ ପାଇଁ ଛେଳିଟିଏ ମଧ୍ୟ କେବେ ମାରି ନାହଁ। ତୁମ୍ଭେ ମୋ’ ପାଇଁ ଓ ମୋ’ ବନ୍ଧୁମାନଙ୍କ ପାଇଁ କେବେ ହେଲେ ଭୋଜିଟିଏ ଦେଇ ନାହଁ। 30 କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ୟାମାନଙ୍କ ପାଇଁ ନଷ୍ଟ କରି ଦେଇଛି। ତା’ପରେ ସେ ଘରକୁ ଫେରି ଆସିଲା। ଆଉ ତା’ ପାଇଁ ତୁମ୍ଭେ ମୋଟା ବାଛୁରିଟିକୁ ମାରିଲ!’
31 “କିନ୍ତୁ ବାପା ତାକୁ କହିଲେ, ‘ପୁଅ, ତୁ ସବୁବେଳେ ମୋ’ ପାଖରେ ଅଛୁ। ମୋର ଯାହାକିଛି ଅଛି, ସେ ସବୁ ତୋର। 32 କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସୀ ହେବା ଓ ଭୋଜି କରିବା ଉଚିତ୍।’”
30 “କିନ୍ତୁ ବର୍ତ୍ତମାନ ଯେଉଁମାନେ ମୋ’ଠାରୁ ବୟସରେ ସାନ ସେମାନେ ମଧ୍ୟ ମୋତେ ପରିହାସ କରୁଛନ୍ତି।
ଆଉ ସେମାନଙ୍କ ପିତାଗଣ ଏଭଳି ଅଯୋଗ୍ୟ ଯେ ମୁଁ ସେମାନଙ୍କୁ ମୋ’ ମେଣ୍ଢା ପଲ ଜଗୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।
2 ସେହି ଯୁବକମାନଙ୍କର ପିତାଗଣ ଏତେ ଦୁର୍ବଳ ଯେ ସେମାନେ ମୋତେ ସାହାଯ୍ୟ କରି ପାରିବେ ନାହିଁ।
ସେମାନେ ଆଦି ବୃଦ୍ଧ କ୍ଳାନ୍ତ, ସେମାନଙ୍କ ମାଂସପେଶୀରେ ଶକ୍ତି ସାମର୍ଥ ଆଉ ନାହିଁ।
3 ସେମାନେ ମଲା ମଣିଷ ଭଳି।
ସେମାନେ ଖାଦ୍ୟ ବିନା ଅନାହାରରେ ସଢ଼ୁଛନ୍ତି।
ବାଧ୍ୟ ହୋଇ ମରୁଭୂମିର ଶୁଖିଲା ଧୂଳିରେ ପେଟ ପୁରାଉଛନ୍ତି।
4 ସେମାନେ ମରୁଭୂମିରେ ଥିବା ଲୁଣିଆ ବୁଦାକୁ ଟାଣି ଆଣନ୍ତି
ଓ ରୋତମ ବୃକ୍ଷର ଚେର ଖାଇ ବଞ୍ଚନ୍ତି।
5 ସେମାନେ ବାଧ୍ୟ ହୋଇ ଅନ୍ୟମାନଙ୍କଠାରୁ ପଳାୟନ କରନ୍ତି।
ଗ୍ଭେରକୁ ଦେଖିଲା ପରି, ଲୋକମାନେ ସେମାନଙ୍କ ଉପରେ ପାଟି କରନ୍ତି।
6 ଶୁଖିଲା ନଦୀ ଶଯ୍ୟା, ପାହାଡ଼ ଗୁମ୍ଫା
ଓ ମାଟିରେ ଥିବା ଗାତରେ ସେମାନେ ରହିବାକୁ ବାଧ୍ୟ।
7 ସେମାନେ ବୁଦାରେ ରହି ଗଧପରି ବୋବାନ୍ତି
ଓ କଣ୍ଟାବୁଦା ତଳେ ରୁଣ୍ଡ ହୁଅନ୍ତି।
8 ସେମାନେ ଦଳେ ଅଯୋଗ୍ୟ ନାମହୀନ ଲୋକ।
ଯିଏ କି ବାଧ୍ୟ ହୋଇ ଦେଶ ଛାଡ଼ିଥିଲେ।
9 “ବର୍ତ୍ତମାନ ସେହି ଲୋକମାନଙ୍କର ପୁଅମାନେ ମୋତେ ନେଇ ପରିହାସ ସୂଚକ ଗୀତ ବୋଲନ୍ତି
ଏବଂ ମୋ’ ନାଁ ଏକ ଅପଶବ୍ଦରେ ପରିଣତ ହୋଇଛି।
10 ସେହି ଯୁବକମାନେ ମୋତେ ଘୃଣା କରନ୍ତି।
ମୋ’ଠାରୁ ଦୂରେଇ ଛିଡ଼ା ହୁଅନ୍ତି ଏବଂ ସେମାନେ ଭାବନ୍ତି ମୋ’ଠାରୁ ବହୁତ ଭଲ ଏପରିକି ସେମାନେ ମୋ’ ମୁହଁରେ ଛେପ ପକାନ୍ତି।
11 ପରମେଶ୍ୱର ମୋ’ ଧନୁରୁ ବାଣ କାଢ଼ି ନେଇଛନ୍ତି ଏବଂ ମୋତେ ଦୁର୍ବଳ କରି ଦେଇଛନ୍ତି।
ସେହି ଯୁବକମାନେ ସମସ୍ତ ପ୍ରକାର ଆକ୍ଷେପ କରନ୍ତି, ଯେତେବେଳେ ମୋତେ ଦେଖନ୍ତି।
12 ସେମାନେ ମୋର ଡାହାଣ ପଟରୁ ଆକ୍ରମଣ କରନ୍ତି।
ସେମାନେ ମୋର ପାଦକୁ ମୋ’ଠାରୁ ଠେଲି ଦିଅନ୍ତି
ଯାହା ମୁଁ ଗୋଟିଏ ଆକ୍ରାନ୍ତ ହୋଇଥିବା ସହର ମୋ’ ପାଚେରୀ ବିରୁଦ୍ଧରେ ସେମାନେ ମାଟିର ମଞ୍ଚ ନିର୍ମାଣ କରନ୍ତି।
13 ସେମାନେ ମୋର ରାସ୍ତାକୁ ଜଗନ୍ତି।
ମୁଁ ଯାହା ଫଳରେ ପଳାୟନ କରିପାରେ ନାହିଁ।
ମୋତେ ଧ୍ୱଂସ କରିବାରେ ସେମାନେ ସଫଳ ହୁଅନ୍ତି।
ସେମାନେ କାହାରି ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ।
14 ସେମାନେ ପାଚେରୀରେ ଏକ ସିନ୍ଧି କରନ୍ତି ଓ ଜୋର ଜବରଦସ୍ତ ସେହି ମଧ୍ୟଦେଇ ପ୍ରବେଶ କରନ୍ତି।
ଝଡ଼ର ତାଣ୍ଡବ ଲୀଳାରେ ସେମାନେ ସହଜରେ ଗତି କରନ୍ତି।
15 ମୁଁ ଭୟରେ ଥରୁଅଛି।
ବାୟୁ ଜିନିଷସବୁକୁ ଉଡ଼ାଇ ନେଲାଭଳି ସେମାନେ ମୋର ସମ୍ମାନକୁ ଉଡ଼େଇ ନେଉଛନ୍ତି।
ମେଘଭଳି ମୋର ନିରାପତ୍ତା ହଜିଯାଉଛି।
16 “ବର୍ତ୍ତମାନ ମୋର ଜୀବନ ପ୍ରାୟ ଶେଷ ହୋଇଗଲାଣି ଏବଂ ଶୀଘ୍ର ମୁଁ ମରିଯିବି।
ଯନ୍ତ୍ରଣାର ଦିନଗୁଡ଼ିକ ମୋତେ ମାଡ଼ି ବସିଲାଣି।
17 ମୋର ଦେହର ସମସ୍ତ ହାଡ଼ ରାତିରେ ଯନ୍ତ୍ରଣା ଦିଏ।
ମୋର କଷ୍ଟ କେବେ ମୋତେ ଚୋବେଇବା ବନ୍ଦ କରେ ନାହିଁ।
18 ଅତ୍ୟଧିକ ଶକ୍ତିରେ ମୋର ଲୁଗା ମୋଡ଼ିମାଡ଼ି ହୋଇ ଆକାର ବିହୀନ ହୋଇଯାଇଛି,
ମୋର ଲୁଗାର ଗଳାବନ୍ଧା ମୋର ଶ୍ୱାସରୋଧ କରୁଛି।
19 ପରମେଶ୍ୱର ମୋତେ କାଦୁଅରେ ଫିଙ୍ଗି ଦେଲେ
ଓ ମୁଁ ମଇଳା ଓ ପାଉଁଶ ଭଳି ହୋଇଗଲି।
20 “ପରମେଶ୍ୱର ତୁମ୍ଭର ସାହାଯ୍ୟ ପାଇଁ ମୁଁ ଚିତ୍କାର କରେ, କିନ୍ତୁ ତୁମ୍ଭେ ଉତ୍ତର ଦିଅ ନାହିଁ।
ଓ ପ୍ରାର୍ଥନା କରେ କିନ୍ତୁ ତୁମ୍ଭେ କୌଣସି ଦୃଷ୍ଟି ଦିଅ ନାହିଁ।
21 ହେ ପରମେଶ୍ୱର, ତୁମ୍ଭେ ଜୋର ପବନ ଦ୍ୱାରା ମୋତେ ଉଡ଼ାଇ ଦିଅ।
ତୁମ୍ଭେ ମୋତେ ଝଡ଼ ଗ୍ଭରିଆଡ଼େ ଫିଙ୍ଗିଦିଅ।
22 ପରମେଶ୍ୱର ବତାଶରେ ଉଡ଼ିଯିବାକୁ ମୋତେ ଅନୁମତି ଦିଅ।
ତୁମ୍ଭେ ଝଡ଼ରେ ମୋତେ ଫିଙ୍ଗିଦିଅ।
23 ମୁଁ ଜାଣେ ତୁମ୍ଭେ ମୃତ୍ୟୁ ଆଡ଼କୁ କଢ଼ାଇ ଦେବ।
ପ୍ରତ୍ୟେକ ଜୀବିତ ବ୍ୟକ୍ତି ନିଶ୍ଚୟ ମରିବେ।
24 “କିନ୍ତୁ ନିଶ୍ଚୟ କେହି ଜଣକୁ ଆଘାତ କରିବନି ଯିଏ ବିନଷ୍ଟ ହୋଇ ଯାଇଛି
ଏବଂ ସାହାଯ୍ୟ ପାଇଁ କାନ୍ଦୁଛି।
25 ହେ ପରମେଶ୍ୱର ତୁମ୍ଭେ ଜାଣ ଅସହାୟ ଲୋକଙ୍କ ପାଇଁ ମୁଁ କାନ୍ଦିଛି।
ଦୀନ ଦୁଃଖୀଙ୍କ ପାଇଁ ମୋର ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଛି।
26 କିନ୍ତୁ ମୁଁ ଯେତେବେଳେ ଭଲ ଜିନିଷ ଗ୍ଭହେଁ, ତା’ ବଦଳରେ ଖରାପ ଜିନିଷ ପାଏ।
ମୁଁ ଯେତେବେଳେ ଆଲୋକର ସନ୍ଧାନ କରେ ସେତେବେଳେ ଅନ୍ଧକାର ମାଡ଼ି ଆସେ।
27 ମୋର ଅନ୍ତନାଳୀ ଆଲୋଡ଼ିତ ହେଉଛି।
ଯନ୍ତ୍ରଣାର ଶେଷ ନାହିଁ ଏବଂ ବର୍ତ୍ତମାନ ମାତ୍ର ଯନ୍ତ୍ରଣା ଆରମ୍ଭ ହୋଇଛି।
28 ଶୋକ କରି ମୁଁ ଗ୍ଭରିଆଡ଼େ ବୁଲେ, କିନ୍ତୁ ସାନ୍ତ୍ୱନା ପାଏ ନାହିଁ।
ମୁଁ ପ୍ରାର୍ଥନା ସଭାରେ ଛିଡ଼ା ହୁଏ ଓ ସାହାଯ୍ୟ ପାଇଁ ଆର୍ତ୍ତନାଦ କରେ।
29 ବଣର କୁକୁର ଓ ମରୁଭୂମିର
ଓଟପକ୍ଷୀ ଭଳି ମୁଁ ଏକୁଟିଆ।
30 ମୋ’ ଦେହର ଚମଡ଼ା ପୋଡ଼ି ଯାଇ ଛିଣ୍ଡି ପଡ଼ୁଛି।
ଜ୍ୱରରେ ମୋର ଦେହରେ ଭୀଷଣ ତାତି।
31 ବିଷାଦର ଗୀତ ଗାଇବା ପାଇଁ ମୋର ବୀଣା ବନ୍ଧା ହୋଇଛି।
କରୁଣ କ୍ରନ୍ଦନ କଲାଭଳି ମୋର ବଂଶୀ ଶବ୍ଦ ସୃଷ୍ଟି କରୁଛି।
ଅନ୍ୟ ବିଶ୍ୱାସୀମାନଙ୍କ ଲାଗି ଦାନ ସଂଗ୍ରହ
16 ବର୍ତ୍ତମାନ ପରମେଶ୍ୱରଙ୍କ ଲୋକମାନଙ୍କର ସାହାଯ୍ୟ ପାଇଁ ଅର୍ଥ ସଂଗ୍ରହ ବିଷୟରେ ମୁଁ ଗାଲାତୀୟ ମଣ୍ଡଳୀକୁ ଏ ସମ୍ପର୍କ ଦେଇ ଥିବା ନିର୍ଦ୍ଦେଶମାନ ତୁମ୍ଭେମାନେ ଅବଶ୍ୟ ପାଳନ କରିବା ଉଚିତ୍। 2 ପ୍ରତ୍ୟେକ ସପ୍ତାହର ପ୍ରଥମ ଦିନ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ଆୟ ଅନୁଯାୟୀ ଯେତିକି ସମ୍ଭବ ନିଶ୍ଚୟ ସଞ୍ଚୟ କର। ତୁମ୍ଭେମାନେ ଏହାକୁ ଗୋଟିଏ ବିଶେଷ ସ୍ଥାନରେ ରଖି ଥାଅ। ଏପରି କଲେ, ମୁଁ ତୁମ୍ଭମାନଙ୍କ ପାଖରେ ପହଞ୍ଚିଲା ପରେ ତୁମ୍ଭମାନଙ୍କୁ ସଂଗ୍ରହ କରିବାକୁ ପଡ଼ିବ ନାହିଁ। 3 ସେଠାରେ ପହଞ୍ଚିଲା ପରେ, ତୁମ୍ଭେମାନେ ଯେଉଁ ବ୍ୟକ୍ତିମାନଙ୍କୁ ବାଛିବ, ମୁଁ ସେମାନଙ୍କର ପରିଚୟ ପତ୍ର ସହିତ ତୁମ୍ଭମାନଙ୍କର ଦାନ ଯିରୁଶାଲମକୁ ପଠାଇ ଦେବି। 4 ଯଦି ମୋର ମଧ୍ୟ ଯିବାର ହୁଏ ସେମାନେ ମଧ୍ୟ ମୋ’ ସହିତ ଯିବେ।
ପାଉଲଙ୍କ ଯୋଜନା
5 ମୋର ମାକିଦନିଆ ବାଟ ଦେଇ ଯିବା କାର୍ଯ୍ୟକ୍ରମ ଅଛି। ମାକିଦନିଆ ବାଟ ଦେଇ ଗଲା ପରେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି। 6 ସେତେବେଳେ ମୁଁ ତୁମ୍ଭମାନଙ୍କ ସହିତ କିଛି ସମୟ ଅତିବାହିତ କରିବି, ସମ୍ପୂର୍ଣ୍ଣ ବା ଶୀତକାଳ ତୁମ୍ଭମାନଙ୍କ ସହିତ ରହିବି। ତା’ପରେ, ମୋ’ ଯାତ୍ରାରେ, ମୁଁ ଯେଉଁଠାକୁ ଯିବି, ତୁମ୍ଭେମାନେ ମୋତେ ସାହାଯ୍ୟ କରି ପାରିବ। 7 ମୁଁ ଏବେ ତୁମ୍ଭମାନଙ୍କ ସହିତ ଦେଖା କରିବାକୁ ଇଚ୍ଛା କରୁ ନାହିଁ, କାରଣ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବା ପାଇଁ ଆଶା କରେ। 8 କିନ୍ତୁ ମୁଁ ଏଫିସ ନଗରଠାରେ ପେଣ୍ଟିକଷ୍ଟ [a] ପର୍ବ ପର୍ଯ୍ୟନ୍ତ ରହିବି। 9 କାରଣ ସେଠାରେ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋ’ ପାଇଁ ଏକ ମହାନ୍ ସୁଯୋଗର ଦ୍ୱାର ଖୋଲା ହୋଇଛି। ସେଠାରେ ମୋର ଅନେକ ବିପକ୍ଷ ମଧ୍ୟ ଅଛନ୍ତି।
10 ତୀମଥି ତୁମ୍ଭମାନଙ୍କ ପାଖକୁ ଆସି ପାରନ୍ତି। ତୁମ୍ଭମାନଙ୍କ ମଧ୍ୟରେ ସେ ଯେପରି ସ୍ୱଚ୍ଛନ୍ଦରେ ରୁହନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କ ପ୍ରତି ମନୋଯୋଗୀ ହୁଅ। ମୋ’ ଭଳି ସେ ମଧ୍ୟ ପ୍ରଭୁଙ୍କ ପାଇଁ କାମ କରୁଛନ୍ତି। 11 ଅତଏବ ତୀମଥିଙ୍କୁ କେହି ଯେପରି ଗ୍ରହଣ କରିବାକୁ ମନା ନ କରେ। ସେ ଯେପରି ମୋ’ ପାଖରେ ଆସି ପହଞ୍ଚିବେ ଏଥିପାଇଁ ତାହାଙ୍କୁ ଶାନ୍ତି ପୂର୍ବକ ଯିବାରେ ସାହାଯ୍ୟ କର। ମୁଁ ଅନ୍ୟ ଭାଇମାନଙ୍କ ସହିତ ତାହାଙ୍କ ଫେରିବା ବାଟକୁ ଗ୍ଭହିଁ ବସିଛି।
12 ଆପଲ୍ଲ ଭାଇଙ୍କ ବିଷୟରେ ଲେଖୁଛି। ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ସହିତ ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୁଁ ତାହାକୁ ବହୁତ ଅନୁରୋଧ କଲି କିନ୍ତୁ ଏବେ ଯିବା ପାଇଁ ସେ ଆଦୌ ଗ୍ଭହୁଁ ନାହାନ୍ତି। କିନ୍ତୁ ଯେତେବେଳେ ସୁଯୋଗ ହେବ, ସେ ତୁମ୍ଭମାନଙ୍କ ପାଖକୁ ଯିବେ।
ପାଉଲଙ୍କ ପତ୍ରର ଶେଷ ଅଂଶ
13-14 ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ୱାସରେ ଅଟଳ ରୁହ। ସାହସୀ ହୁଅ, ବଳବାନ ହୁଅ। ପ୍ରତ୍ୟେକ କର୍ମ ପ୍ରେମରେ ସାଧିତ କର।
15 ତୁମ୍ଭେମାନେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସେମାନେ ଆଖାୟା ଦେଶର ପ୍ରଥମ ବିଶ୍ୱାସୀ ଥିଲେ। ସେମାନେ ପରମେଶ୍ୱରଙ୍କ ଲୋକମାନଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। 16 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି ଯେ ତୁମ୍ଭେମାନେ, ଏହି ପ୍ରକାର ଲୋକ ଓ ସେମାନଙ୍କ ସହିତ ପରମେଶ୍ୱରଙ୍କ ପାଇଁ ପରିଶ୍ରମ କରି ସେବା କରୁଥିବା ଲୋକମାନଙ୍କର ବଶୀଭୂତ ହୁଅ।
17 ମୁଁ ସ୍ତିଫାନ, ଫର୍ତ୍ତୂନାତ ଓ ଆଖାୟିକଙ୍କ ଆଗମନରେ ଆନନ୍ଦ କରୁଛି। କାରଣ ମୋ’ ପାଇଁ ଯାହା ତୁମ୍ଭେମାନେ କରି ପାରି ନାହଁ, ତାହା ସେମାନେ କରି ପାରିଲେ। 18 ସେମାନେ ମୋ’ ଆତ୍ମାକୁ ଏବଂ ତୁମ୍ଭ ଆତ୍ମାକୁ ମଧ୍ୟ ଆରାମ ପ୍ରଦାନ କରିଛନ୍ତି। ତୁମ୍ଭେମାନେ ଏଭଳି ଲୋକମାନଙ୍କୁ ସମ୍ମାନ କରିବା ଉଚିତ୍।
19 ଏସିଆର ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ଅଭିବାଦନ ଜଣାନ୍ତି। ଆକ୍ୱିଲା ଓ ପ୍ରୀସ୍କା ପ୍ରଭୁଙ୍କ ନାମରେ ଅନେକ ଅଭିବାଦନ ପଠାନ୍ତି। ତାହାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀ ତୁମ୍ଭମାନଙ୍କୁ ମଧ୍ୟ ଅଭିବାଦନ ଜଣାଏ। 20 ସମସ୍ତ ଭାଇ ଓ ଭଉଣୀଙ୍କର ତୁମ୍ଭମାନଙ୍କୁ ନମସ୍କାର। ଯେତେବେଳେ ତୁମ୍ଭେମାନେ ଏକତ୍ର ହେଉଛ, ପରସ୍ପରକୁ ପବିତ୍ର ଚୁମ୍ବନ ଦେଇ ଅଭିବାଦନ ଜଣାଅ।
21 ମୁଁ ପାଉଲ, ନିଜ ହାତରେ ତୁମ୍ଭମାନଙ୍କୁ ନମସ୍କାର ଲେଖି ଜଣାଉଛି।
22 ଯଦି କିଏ ପ୍ରଭୁଙ୍କୁ ପ୍ରେମ କରୁ ନାହିଁ, ତାହାହେଲେ ସେ ଲୋକ ପରମେଶ୍ୱରଙ୍କଠାରୁ ବିଚ୍ଛିନ୍ନ ହୋଇ ସେ ଅନନ୍ତକାଳ ପାଇଁ ବିନଷ୍ଟ ହେବ।
ମାରାନାଥା [b] ଅର୍ଥାତ୍ ପ୍ରଭୁ ଆସୁଛନ୍ତି।
23 ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ।
24 ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭ ସମସ୍ତଙ୍କ ପ୍ରତି ମୋର ପ୍ରେମ ଭାବ ରହିଥାଉ।
2010 by World Bible Translation Center