M’Cheyne Bible Reading Plan
ମୋଶା ପବିତ୍ର ତମ୍ବୁ ସ୍ଥାପନ କଲେ
40 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ପ୍ରଥମ ମାସର ପ୍ରଥମ ଦିନରେ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର। 3 ତା’ ମଧ୍ୟରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ। 4 ଏହା ପରେ ମେଜ ଭିତରକୁ ଆଣି ତହିଁର ସମସ୍ତ ଦ୍ରବ୍ୟମାନ ସଜାଇ ରଖ। ଦୀପରୁଖା ଆଣ ଏବଂ ସମସ୍ତ ଦ୍ୱୀପଗୁଡ଼ିକ ଜାଳିବା ପାଇଁ ରଖ। 5 ନିୟମ-ସିନ୍ଦୁକ ସମ୍ମୁଖରେ ସୁବର୍ଣ୍ଣର ଧୂପବେଦି ରଖ। ପରଦାଟିକୁ ତମ୍ବୁର ପ୍ରବେଶ ପଥରେ ଟାଙ୍ଗ।
6 “ଆଉ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସମ୍ମୁଖରେ ହୋମବଳି ରଖିବ। 7 ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟରେ ପ୍ରକ୍ଷାଳନ ପାତ୍ର ରଖି ତହିଁରେ ଜଳ ଦେବ। 8 ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କର ଏବଂ ପ୍ରାଙ୍ଗଣର ପ୍ରବେଶ ପଥରେ ପରଦାଟି ଟାଙ୍ଗ।
9 “ଏହା ପରେ ଅଭିଷେକାର୍ଥକ ତୈଳ ନେଇ ତମ୍ବୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କର ଓ ଉତ୍ସର୍ଗିତ କର। ତହିଁରେ ତମ୍ବୁ ଓ ତାହାର ସାମଗ୍ରୀ ପବିତ୍ର ହେବ। 10 ଆଉ ହୋମବେଦି ଓ ତହିଁର ସକଳ ସାମଗ୍ରୀ ଅଭିଷେକ କରି ଉତ୍ସର୍ଗିତ କର। ତହିଁରେ ସେହି ଯଜ୍ଞବେଦି ଅତ୍ୟନ୍ତ ପବିତ୍ର ହେବ। 11 ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ଅଭିଷେକ କରି ପବିତ୍ର କରିବ।
12 “ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ସମାଗମ-ତମ୍ବୁର ଦ୍ୱାର ଦେଶକୁ ଆଣ। ତାଙ୍କୁ ପାଣିରେ ସ୍ନାନ କରାଅ। 13 ଏହା ପରେ ହାରୋଣଙ୍କୁ ସେହି ପବିତ୍ର ବସ୍ତ୍ର ପରିଧାନ କରାଅ। ତା’ପରେ ତାକୁ ଅଭିଷିକ୍ତ ଓ ଉତ୍ସର୍ଗିତ କର ଏବଂ ସେ ମୋର ଯାଜକ ହେବ। 14 ଏହା ପରେ ହାରୋଣଙ୍କର ପୁତ୍ରଙ୍କୁ ଏହି ପବିତ୍ର ବସ୍ତ୍ରମାନ ପରିଧାନ କରାଅ। 15 ହାରୋଣଙ୍କୁ ଅଭିଷିକ୍ତ କଲାପରି ତାଙ୍କର ପୁତ୍ରମାନଙ୍କୁ ଅଭିଷିକ୍ତ କରାଅ। ଅଭିଷିକ୍ତ ହେଲା ପରେ ସେମାନେ ମୋର ଯାଜକ ରୂପେ କର୍ମ କରି ପାରିବେ। ସେହି ପରିବାର ଅନନ୍ତକାଳୀନ ମୋର ଯାଜକ ରୂପେ ସେବା କରିବେ।” 16 ମୋଶା ସଦାପ୍ରଭୁଙ୍କ ସମସ୍ତ ନିୟମ ମାନି ତାଙ୍କର ଆଜ୍ଞା ଅନୁଯାୟୀ କାର୍ଯ୍ୟମାନ କଲେ।
17 ଦ୍ୱିତୀୟ ବର୍ଷର ମାସର ପ୍ରଥମ ଦିନରେ ପବିତ୍ର ତମ୍ବୁ ସ୍ଥାପିତ ହୋଇଥିଲା। 18 ମୋଶା ତମ୍ବୁ ସ୍ଥାପନ କଲେ। ସେ ପ୍ରଥମେ ଆଧାର ଉପରେ ତକ୍ତା ବସାଇଲେ ଓ ତା’ପରେ ଅର୍ଗଳ ପ୍ରବେଶ କରାଇ ସ୍ତମ୍ଭ ଠିଆ କଲେ। 19 ଏହା ପରେ ସେ ବାହ୍ୟ ଆବରଣ ରୂପେ ଆବାସ ତମ୍ବୁକୁ ପବିତ୍ର ତମ୍ବୁ ଉପରେ ଘୋଡ଼ାଇ ଦେଲେ।
20 ଏହା ପରେ ମୋଶା ନିୟମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧ୍ୟରେ ରଖିଲେ। ସେ ସାଙ୍ଗୀକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡ଼ାଇ ଦେଲେ। 21 ଏହା ପରେ ମୋଶା ସେହି ପବିତ୍ର ସିନ୍ଦୁକକୁ ନେଇ ପବିତ୍ର ତମ୍ବୁରେ ରଖିଲେ। ଆଚ୍ଛାଦନର ବିଚ୍ଛେଦବସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷାରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ। 22 ଏହା ପରେ ମୋଶା ପରଦା ବାହାରେ ସମାଗମ-ତମ୍ବୁର ଉତ୍ତର ପାର୍ଶ୍ୱରେ ମେଜ ରଖିଲେ। 23 ଏହା ପରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଦର୍ଶନୀୟ ରୋଟୀର ଆୟୋଜନ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁଯାୟୀ ଏହା କରାଗଲା। 24 ଏହା ପରେ ମୋଶା ଦୀପରୁଖା ସେହି ସମାଗମ-ତମ୍ବୁରେ ରଖିଥିଲେ। ଏହାର ମୁହଁ ଟେବୁଲ ଆଡ଼କୁ କରି ସେ ଦକ୍ଷିଣ ପାର୍ଶ୍ୱରେ ଏହାକୁ ରଖିଥିଲେ। 25 ଏହା ପରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ଦୀପରୁଖାରେ ଦୀପସବୁ ସଜାଇଲେ। ସେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।
26 ଏହା ପରେ ମୋଶା ସୁବର୍ଣ୍ଣ ଯଜ୍ଞବେଦିକୁ ସମାଗମ-ତମ୍ବୁ ମଧ୍ୟରେ ରଖିଥିଲେ। ସେ ଏହି ଯଜ୍ଞବେଦିକୁ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ରଖିଥିଲେ। 27 ଏହା ପରେ ମୋଶା, ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୁବାସିତ ଧୂପ ଏହା ଉପରେ ଜଳାଇଲେ। 28 ଏହା ପରେ ମୋଶା ପବିତ୍ର ତମ୍ବୁର ପ୍ରବେଶ ପଥରେ ଆଚ୍ଛାଦନ ବସ୍ତ୍ର ଟାଙ୍ଗିଥିଲେ।
29 ମୋଶା ପବିତ୍ର ତମ୍ବୁର ସମ୍ମୁଖରେ ବଳିଦାନ ପାଇଁ ଯଜ୍ଞବେଦି ରଖିଲେ ଏବଂ ସଦାପ୍ରଭୁଙ୍କର ମୋଶାଙ୍କୁ ଦେଇଥିବ ଆଜ୍ଞାନୁସାରେ ହୋମବଳି ଓ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କଲେ।
30 ଏହା ପରେ ସେ ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନ ପାତ୍ର ରଖିଲେ ଓ ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଭର୍ତ୍ତି କଲେ। 31 ଏହା ପରେ ମୋଶା ଏବଂ ହାରୋଣ ଓ ତାଙ୍କର ପୁତ୍ରଗଣ ନିଜ ନିଜ ହସ୍ତପଦ ପ୍ରକ୍ଷାଳନ କଲେ। 32 ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ଯଜ୍ଞବେଦିର ନିକଟକୁ ଆସିଲେ, ସେ ସମୟରେ ସେମାନେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାନୁସାରେ।
33 ଏହା ପରେ ମୋଶା ପବିତ୍ର ତମ୍ବୁର ଓ ଯଜ୍ଞବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ତମ୍ବୁର ପ୍ରବେଶ ପଥରେ ପରଦା ଟାଙ୍ଗିଲେ। ମୋଶା ଏହିପରି କାର୍ଯ୍ୟମାନ ସମାପ୍ତ କଲେ।
ସଦାପ୍ରଭୁଙ୍କର ମହିମା
34 ଏହା ପରେ ସେହି ମେଘ ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା। 35 ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ। କାରଣ ମେଘ ତାହାକୁ ଆଚ୍ଛାଦନ କରିଥିଲା। ସଦାପ୍ରଭୁଙ୍କ ପ୍ରତାପ ପବିତ୍ର ତମ୍ବୁ ପରିପୂର୍ଣ୍ଣ କରିଥିଲା। ସେହି ପବିତ୍ର ସମାଗମ-ତମ୍ବୁ।
36 ଯେତେବେଳେ ମେଘ ପବିତ୍ର ତମ୍ବୁରୁ ଦୂରକୁ ଗତି କଲା, ଇସ୍ରାଏଲର ଲୋକମାନେ ମଧ୍ୟ ଗତି କଲେ। 37 କିନ୍ତୁ ଯେତେବେଳେ ମେଘ ସେହି ପବିତ୍ର ତମ୍ବୁକୁ ଆଚ୍ଛାଦନ କରିଥିଲା, ଲୋକମାନେ ସେତେବେଳେ ଚେଷ୍ଟା କରି ନ ଥିଲେ ଯିବା ପାଇଁ, ସେମାନେ ସେହିଠାରେ ମେଘ ଯିବା ପର୍ଯ୍ୟନ୍ତ ରହିଥିଲେ। 38 ତେଣୁ ସଦାପ୍ରଭୁଙ୍କର ମେଘ ଦିନବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସେହି ମେଘରେ ଅଗ୍ନି ଦେଖାଗଲା। ତେଣୁ ଇସ୍ରାଏଲର ସମସ୍ତ ଲୋକେ ଯେତେବେଳେ ସେମାନେ ଯାତ୍ରା କଲେ, ମେଘ ଦେଖି ପାରିଲେ।
19 ତା’ପରେ ପୀଲାତ ଯୀଶୁଙ୍କୁ ନେଇ ଯାଇ କୋରଡ଼ା ପ୍ରହାର କରିବା ପାଇଁ ଆଦେଶ ଦେଲେ। 2 ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। ତା’ପରେ ସେମାନେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। 3 ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ, “ହେ! ଯିହୂଦୀମାନଙ୍କ ରାଜା।” ସେମାନେ ଯୀଶୁଙ୍କୁ ଗ୍ଭପୁଡ଼ା ମାରିଲେ।
4 ପୀଲାତ ପୁଣି ଥରେ ବାହାରକୁ ଆସି ଯିହୂଦୀମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗକୁ ଆଣୁଛି। ମୁଁ ତୁମ୍ଭମାନଙ୍କୁ ଜଣାଇ ଦେବାକୁ ଗ୍ଭହେଁ ଯେ, ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।” 5 ତା’ପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପୀଲାତ କହିଲେ, “ଦେଖ, ସେହି ଲୋକ।”
6 ତାହାଙ୍କୁ ଦେଖିଲା ମାତ୍ରେ ପ୍ରଧାନଯାଜକଗଣ ଓ ଯିହୂଦୀ ପ୍ରହରୀମାନେ ଚିତ୍କାର କଲେ, “ତାକୁ କ୍ରୁଶରେ ଚଢ଼ାଇ ମାର, ତାକୁ କ୍ରୁଶରେ ଚଢ଼ାଇ ମାର।”
କିନ୍ତୁ ପୀଲାତ କହିଲେ, “ତୁମ୍ଭେମାନେ ତାହାଙ୍କୁ ନେଇ କ୍ରୁଶରେ ଚଢ଼ାଇ ମାର, କିନ୍ତୁ ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।”
7 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭର ବ୍ୟବସ୍ଥା ଅନୁସାରେ ସେ ମୃତ୍ୟୁଦଣ୍ଡ ପାଇବା ଉଚିତ୍ କାରଣ ସେ ନିଜକୁ ପରମେଶ୍ୱରଙ୍କର ପୁତ୍ର ବୋଲି କହିଅଛି।”
8 ପୀଲାତ ଏହା ଶୁଣି ଆହୁରି ଭୟଭୀତ ହେଲେ। 9 ସେ ପ୍ରାସାଦ ଭିତରକୁ ଫେରିଗଲେ ଓ ଯୀଶୁଙ୍କ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଛ?” ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ। 10 ପୀଲାତ କହିଲେ, “ତୁମ୍ଭେ କ’ଣ ମୋ’ ସହିତ କଥା କହିବ ନାହିଁ? ମନେରଖ, ତୁମ୍ଭକୁ ମୁକ୍ତି ଦେବାକୁ କି କ୍ରୁଶରେ ଚଢ଼ାଇବାକୁ ମଧ୍ୟ ଆମ୍ଭର କ୍ଷମତା ଅଛି।”
11 ଯୀଶୁ ଉତ୍ତର ଦେଲେ, “ମୋ’ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କେବଳ ସେହି କ୍ଷମତା ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ତେଣୁ ଯିଏ ମୋତେ ଆପଣଙ୍କ ପାଖରେ ସମର୍ପଣ କରିଛି, ତା’ର ପାପ ଆହୁରି ଗୁରୁତର।”
12 ଏହା ପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦେବାକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, “ଆପଣ ଯଦି ଏ ବ୍ୟକ୍ତିକୁ ମୁକ୍ତ କରି ଦିଅନ୍ତି, ତେବେ ଆପଣ କାଇସରଙ୍କର ବନ୍ଧୁ ନୁହନ୍ତି। ଯିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।”
13 ପୀଲାତ ଯିହୂଦୀମାନଙ୍କର ଏହି କଥା ଶୁଣିଲେ। ତେଣୁ ସେ ଯୀଶୁଙ୍କୁ ‘ପ୍ରସ୍ତରମଣ୍ଡପ’ ନାମକ ସ୍ଥାନକୁ ଆଣିଲେ। ଏବ୍ରୀ ଭାଷାରେ ଏହାର ନାମ ‘ଗବ୍ବଥା’ ଅଟେ। ପୀଲାତ ପ୍ରସ୍ତରମଣ୍ଡପରେ ଥିବା ବିଗ୍ଭରାସନରେ ବସିଲେ। 14 ସେଦିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ୟାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭର ରାଜାଙ୍କୁ ଦେଖ।”
15 ଯିହୂଦୀମାନେ ଚିତ୍କାର କଲେ, “ତାକୁ ଦୂରକୁ ନେଇଯାଅ। ତାକୁ କ୍ରୁଶରେ କଣ୍ଟାବିଦ୍ଧ କରି ମାରିଦିଅ।”
ପୀଲାତ ଯିହୂଦୀମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ଭହଁ ଯେ, ମୁଁ ତୁମ୍ଭ ରାଜାଙ୍କୁ କ୍ରୁଶରେ ଚଢ଼ାଇ ମାରିବି?”
ମୁଖ୍ୟ ଯାଜକମାନେ ଉତ୍ତର ଦେଲେ, “କାଇସର କେବଳ ଆମ୍ଭର ରାଜା।”
16 ତେଣୁ ପୀଲାତ ଯୀଶୁଙ୍କୁ କ୍ରୁଶରେ ମାରିବା ପାଇଁ ସେମାନଙ୍କ ହାତରେ ସମର୍ପି ଦେଲା।
ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ(A)
ସୈନିକମାନେ ଯୀଶୁଙ୍କୁ ନେଇଗଲେ। 17 ଯୀଶୁ ତାହାଙ୍କ ନିଜର କ୍ରୁଶ ବୋହି “କପାଳସ୍ଥଳ” ନାମକ ସ୍ଥାନକୁ ଗଲେ। ଏବ୍ରୀ ଭାଷାରେ ସେହି ସ୍ଥାନକୁ ‘ଗଲ୍ଗଥା’ କହନ୍ତି। 18 ସେହି ‘ଗଲ୍ଗଥା’ରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ଯୀଶୁଙ୍କୁ ମଝିରେ ରଖି ତାହାଙ୍କର ଦୁଇ ପାର୍ଶ୍ୱରେ ଆଉ ଦୁଇଜଣଙ୍କୁ ମଧ୍ୟ କ୍ରୁଶବିଦ୍ଧ କଲେ।
19 ପୀଲାତ ଗୋଟିଏ ସଙ୍କେତ ଲେଖି ଯୀଶୁଙ୍କ କ୍ରୁଶରେ ଟଙ୍ଗେଇଲେ। ସେଥିରେ ଲେଖାଥିଲା, “ ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।” 20 ଯୀଶୁଙ୍କର କ୍ରୁଶବିଦ୍ଧ ହେବା ସ୍ଥାନ ନଗରର ନିକଟବର୍ତ୍ତୀ ହୋଇଥିବା କାରଣରୁ ଅନେକ ଯିହୂଦୀ ସେହି ସଙ୍କେତ ପଢ଼ିଲେ। ଏହା ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖା ହୋଇଥିଲା।
21 ମୁଖ୍ୟ ଯାଜକମାନେ ପୀଲାତଙ୍କୁ କହିଲେ, “ଯିହୂଦୀମାନଙ୍କ ରାଜା,” ଏହି କଥା ଲେଖନ୍ତୁ ନାହିଁ। କିନ୍ତୁ ଏହି ଲୋକ ନିଜକୁ ‘ମୁଁ ଯିହୂଦୀମାନଙ୍କ ରାଜା ବୋଲି କହିଲା’ ବୋଲି ଲେଖନ୍ତୁ।
22 ପୀଲାତ ଉତ୍ତର ଦେଲେ, “ମୁଁ ଯାହା ଲେଖିଛି, ତାହା ପରିବର୍ତ୍ତନ କରିବି ନାହିଁ।”
23 ଯୀଶୁଙ୍କୁ କ୍ରୁଶବିଦ୍ଧ କଲାପରେ ସୈନିକମାନେ ତାହାଙ୍କର ଲୁଗାପଟା ନେଇଗଲେ। ସେମାନେ ତାହାଙ୍କର ବସ୍ତ୍ର ଗ୍ଭରି ଭାଗ କଲେ। ପ୍ରତ୍ୟେକ ସୈନିକ ଗୋଟିଏ ଭାଗ ରଖିଲେ। ସେମାନେ ତାହାଙ୍କର ପିନ୍ଧା ପୋଷାକ ମଧ୍ୟ ନେଇଗଲେ। ଏହା ତଳୁ ଉପର ପର୍ଯ୍ୟନ୍ତ ବିନା ସିଲେଇରେ ଗୋଟିଏ ପୋଷାକ ଥିଲା। 24 ତେଣୁ ସେମାନେ ପରସ୍ପର କଥା ହେଲେ, “ଆମ୍ଭେ ଏହାକୁ ଚିରି ଭାଗ କରିବା ନାହିଁ। ଏହା କିଏ ପାଇବ, ତାହା ଜାଣିବା ପାଇଁ ଆମ୍ଭେ ଗୁଲିବାଣ୍ଟ କରିବା ଉଚିତ୍।” ଏହା ଦ୍ୱାରା ଧର୍ମଶାସ୍ତ୍ରର ଉକ୍ତି ସତ୍ୟ ହେଲା:
“ସେମାନେ ନିଜ ନିଜ ମଧ୍ୟରେ ମୋର ବସ୍ତ୍ର ଭାଗ କଲେ
ଓ ମୋର ପିନ୍ଧା ପୋଷାକ ପାଇଁ ଗୁଲିବାଣ୍ଟ କଲେ।” (B)
ତେଣୁ ସୈନିକମାନେ ତାହା କଲେ।
25 ଯୀଶୁଙ୍କର ମା’ ତାହାଙ୍କ କ୍ରୁଶ ନିକଟରେ ଠିଆ ହୋଇଥିଲେ, ସେଠାରେ ତାହାଙ୍କର ମାଉସୀ, କ୍ଲୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲୀନୀ ମରିୟମ ମଧ୍ୟ ଠିଆ ହୋଇଥିଲେ। 26 ଯୀଶୁ ତାହାଙ୍କ ମାଙ୍କୁ ଦେଖିଲେ। ସେ ତାହାଙ୍କର ଅତି ପ୍ରିୟ ଶିଷ୍ୟକୁ ମଧ୍ୟ ତାହାଙ୍କ ପାଖରେ ଠିଆ ହୋଇଥିବା ଦେଖିଲେ। ତାହାଙ୍କ ମାଙ୍କୁ କହିଲେ, “ପ୍ରିୟ ନାରୀ, ଏ ଦେଖ, ତୁମ୍ଭର ପୁଅ!” 27 ତା’ପରେ ଯୀଶୁ ତାହାଙ୍କର ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ଏଠାରେ ତୁମ୍ଭର ମା।” ତେଣୁ ଏହି ଶିଷ୍ୟ ଜଣକ ଯୀଶୁଙ୍କ ମା ଙ୍କୁ ତାହାଙ୍କ ଘରକୁ ନେଇଗଲେ।
ଯୀଶୁ ମୃତ୍ୟୁବରଣ କଲେ(C)
28 ଏବେ ସମସ୍ତ କିଛି ଶେଷ ହୋଇଯାଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ରବାଣୀ ସତ୍ୟ ହେବା ପାଇଁ ସେ କହିଲେ, “ମୋତେ ଶୋଷ କରୁଛି।” [a] 29 ସେଠାରେ ଗୋଟିଏ ପାତ୍ରରେ ଭର୍ତ୍ତି ଖଟାପିତା ସ୍ୱାଦଯୁକ୍ତ ରସ ରଖାଯାଇଥିଲା। ସେମାନେ ଖଣ୍ଡେ ସ୍ପଞ୍ଜ୍କୁ ରସରେ ବୁଡ଼େଇ ଏଜୋପ ନଳରେ ଲଗାଇ ଯୀଶୁଙ୍କ ମୁଖ ପାଖକୁ ବଢ଼ାଇଲେ। 30 ଯୀଶୁ ତାହା ପାନ କରି କହିଲେ, “ସମାପ୍ତ ହେଲା।” ତା’ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ୟାଗ କଲେ।
31 ସେଦିନ ନିସ୍ତାରପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁ ଆରଦିନ ବିଶେଷ ବିଶ୍ରାମବାର ଥିଲା। ତେଣୁ ଯିହୂଦୀମାନେ ଗ୍ଭହୁଁ ନ ଥିଲେ ଯେ, ମୃତ ଶରୀରଗୁଡ଼ିକ କ୍ରୁଶ ଉପରେ ବିଶ୍ରାମବାର ଦିନ ପର୍ଯ୍ୟନ୍ତ ଝୁଲି ରହୁ। ତେଣୁ ସେମାନେ ପୀଲାତଙ୍କୁ ଅନୁରୋଧ କଲେ ଯେ, ସେମାନଙ୍କର ଗୋଡ଼ ଭାଙ୍ଗିଦେବା ପାଇଁ ଆଦେଶ ଦିଅନ୍ତୁ। ଯେପରି ସେମାନେ ଶ୍ରୀଘ୍ର ମରିଯିବେ ଓ ସେମାନଙ୍କର ଦେହ କ୍ରୁଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ। 32 ତେଣୁ ସୈନିକମାନେ ଆସି ପ୍ରଥମ ଲୋକଟିର ଗୋଡ଼ ଭାଙ୍ଗିଦେଲେ। ତା’ପରେ ସେମାନେ ଅନ୍ୟ ଲୋକଟିର ଗୋଡ଼ ଭାଙ୍ଗିଦେଲେ। 33 କିନ୍ତୁ ସେମାନେ ଯେତେବେଳେ ଯୀଶୁଙ୍କ ପାଖକୁ ଆସିଲେ, ସେତେବେଳେ ସେମାନେ ଦେଖିଲେ ଯେ, ସେ ମରି ସାରିଲେଣି। ତେଣୁ ସେମାନେ ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ।
34 କିନ୍ତୁ ଜଣେ ସୈନିକ ବର୍ଚ୍ଛା ଦ୍ୱାରା ତାହାଙ୍କର କକ୍ଷଦେଶକୁ ବିଦ୍ଧ କଲା। ସଙ୍ଗେ ସଙ୍ଗେ ତହିଁରୁ ରକ୍ତ ଓ ଜଳ ବୋହି ଆସିଲା। 35 ଯିଏ ଏହା ଦେଖିଛନ୍ତି ସେ ଏହା ବର୍ଣ୍ଣନା କରିଛନ୍ତି। ଯଦ୍ଦ୍ୱାରା ତୁମ୍ଭେ ମଧ୍ୟ ଶୁଣି ବିଶ୍ୱାସ କରିବ। ସେ ଯାହା କହନ୍ତି, ତାହା ସତ୍ୟ। ସେ ଜାଣନ୍ତି ଯେ, ସେ ସତ୍ୟ କହନ୍ତି। 36 ଏସବୁ ଘଟିଛି, ଅତଏବ ଧର୍ମଶାସ୍ତ୍ରରେ ଯାହା ଲେଖା ଅଛି, ତାହା ସତ୍ୟ ହେବ, “ତାହାଙ୍କର ଗୋଟିଏ ହାଡ ମଧ୍ୟ ଭାଙ୍ଗି ଯିବ ନାହିଁ।” [b] 37 ଅନ୍ୟ ସ୍ଥାନରେ ଧର୍ମଶାସ୍ତ୍ରରେ ଲେଖାଅଛି: “ସେମାନେ ଯାହାଙ୍କୁ ବର୍ଚ୍ଛା ଦ୍ୱାରା ଆଘାତ କଲେ, ତାହାଙ୍କୁ ଲୋକମାନେ ଦେଖିବେ।” [c]
ଯୀଶୁଙ୍କର ସମାଧି(D)
38 ଏହା ପରେ ହାରାମାଥୀୟାର ଯୋସେଫ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯିହୂଦୀମାନଙ୍କୁ ଯୀଶୁଙ୍କର ଶରୀର ନେବା ପାଇଁ ଅନୁମତି ଦେଲେ। ତେଣୁ ଯୋସେଫ ଆସି ଯୀଶୁଙ୍କର ଶରୀର ନେଇଗଲେ।
39 ନୀକଦୀମ ମଧ୍ୟ ଯୋସେଫଙ୍କ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରିରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହୋଇଥିଲେ। ସେ ଯୀଶୁଙ୍କ ଦେହରେ ଲଗାଇବା ପାଇଁ ପ୍ରାୟ ପ୍ରଗ୍ଭଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। 40 ଯିହୂଦୀମାନଙ୍କର ସମାଧି ଦେବା ପ୍ରଥାନୁସାରେ ସେମାନେ ଦୁହେଁ ଯୀଶୁଙ୍କର ମୃତଦେହକୁ ସୁଗନ୍ଧି ଅଗୁରୁ ସହିତ ପତଳା ଲୁଗାରେ ଗୁଡ଼େଇ ଦେଲେ। 41 ଯୀଶୁଙ୍କୁ ଯେଉଁଠାରେ କ୍ରୁଶବିଦ୍ଧ କରାଯାଇଥିଲା, ସେହି ସ୍ଥାନ ପାଖରେ ଗୋଟିଏ ବଗିଗ୍ଭ ଥିଲା। ସେହି ବଗିଗ୍ଭରେ ଗୋଟିଏ ନୂଆ କବର ଥିଲା, ଯେଉଁଥିରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନ ଥିଲା, 42 ବିଶ୍ରାମବାର ଆରମ୍ଭ ହେବା ପୂର୍ବରୁ ତାହାର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ପାଇଁ ସେମାନେ ଯୀଶୁଙ୍କୁ ସେଠାରେ ସମାଧିସ୍ଥ କଲେ, କାରଣ ସେହି ସମାଧିଟି ପାଖରେ ଥିଲା।
16 ମନୁଷ୍ୟ କଳ୍ପନା କରେ। କିନ୍ତୁ ନିର୍ଣ୍ଣୟ ସଦାପ୍ରଭୁଙ୍କ ପାଖରୁ ଆସେ।
2 ଜଣେ ଲୋକ ଭାବେ ସେ ଯାହା କହୁଛି, ତାହା ଠିକ୍। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ପରୀକ୍ଷା କରନ୍ତି।
3 ସଦାପ୍ରଭୁଙ୍କଠାରେ ତୁମ୍ଭର ସମସ୍ତ କାର୍ଯ୍ୟ ସମର୍ପଣ କର। ତେବେ ତୁମ୍ଭେ ସବୁ କାର୍ଯ୍ୟରେ ଜୟଯୁକ୍ତ ହେବ।
4 ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି। ସଦାପ୍ରଭୁଙ୍କ ବିଗ୍ଭରରେ ଦୁଷ୍ଟମାନେ ବିନାଶ ହେବେ।
5 ସଦାପ୍ରଭୁ ସେହିମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଭାବନ୍ତି ସେ ସମସ୍ତଙ୍କଠାରୁ ଶ୍ରେଷ୍ଠତର। ସଦାପ୍ରଭୁ ଏହିପରି ଗର୍ବୀ ଲୋକମାନଙ୍କୁ ନିଃସନ୍ଦେହରେ ଦଣ୍ଡିତ କରିବେ।
6 ଦୟା ଓ ସତ୍ୟତାରେ ପାପର ପ୍ରାୟଶ୍ଚିତ ହୁଏ। ସଦାପ୍ରଭୁ ବିଷୟକ ଭୟ ଦ୍ୱାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି।
7 ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା’ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତିରେ ରହିବା ପାଇଁ ବାଧ୍ୟ କରନ୍ତି।
8 ଅନ୍ୟାୟରେ ପ୍ରଚୁର ରୋଜଗାର ଅପେକ୍ଷା, ଧାର୍ମିକତାରେ ଅଳ୍ପ ରୋଜଗାର ହିଁ ଭଲ ଅଟେ।
9 ମନୁଷ୍ୟର ମନ ଆପଣାର ପଥ ବିଷୟରେ କଳ୍ପନା କରେ, ମାତ୍ର ସଦାପ୍ରଭୁ ତାହାର ଗ୍ଭଲିବାକୁ ନିର୍ଦ୍ଦେଶ କରନ୍ତି।
10 ଯେତେବେଳେ ରାଜା ଯାହା କହନ୍ତି ତାହା ନିୟମ ହୋଇଯାଏ। ତେଣୁ ତା’ର ବିଗ୍ଭର ସ୍ୱଚ୍ଛ ହେବା ଉଚିତ୍।
11 ଓଜନ ଓ ଦଣ୍ଡି ସଦାପ୍ରଭୁଙ୍କର ଅଟେ, କିନ୍ତୁ ସଦାପ୍ରଭୁ ଯାହା ଓଜନ ପାଇଁ ବ୍ୟବହାର କରିବାକୁ ବଟଖରାସବୁ ତିଆରି କଲେ।
12 କୁକର୍ମ କରିବା ରାଜାଙ୍କ ନିମନ୍ତେ ଘୃଣାର ବିଷୟ, ଯେହେତୁ ଧାର୍ମିକତାରେ ସିଂହାସନ ସ୍ଥିରୀକୃତ ହୁଏ।
13 ଧର୍ମଯୁକ୍ତ କଥା ରାଜାଙ୍କ ପାଇଁ ତୁଷ୍ଟିକର। ସେମାନେ ଯଥାର୍ଥ କରନ୍ତି ଯେଉଁମାନେ ପ୍ରେମ କରନ୍ତି।
14 ରାଜାଙ୍କର କ୍ରୋଧ ମୃତ୍ୟୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ।
15 ରାଜାର ପ୍ରସନ୍ନ ବଦନରେ ଜୀବନ ଥାଏ। ତାଙ୍କର ଅନୁଗ୍ରହ ଶେଷ ବର୍ଷାର ମେଘସ୍ୱରୂପ।
16 ସୁନା ଅପେକ୍ଷା ଜ୍ଞାନଲାଭ କରିବା ଉତ୍ତମ। ସୁବିବେଚନା ପାଇବା ରୂପାଠାରୁ ଅଧିକ ମୂଲ୍ୟବାନ।
17 ଧାର୍ମିକ ଲୋକମାନଙ୍କର ଚଳଣି ଅଧର୍ମର ବହୁତ ଦୂରରେ। ଯେଉଁ ଲୋକ ଆପଣା ପଥ ଜଗି ଗ୍ଭଲେ, ସେ ଆପଣା ପ୍ରାଣ ରକ୍ଷା କରେ।
18 ଅହଙ୍କାର ସର୍ବନାଶର ସମ୍ମୁଖରେ ଆସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖରେ ଆସେ।
19 ଅହଙ୍କାରୀମାନଙ୍କ ସହିତ ଲୁଟିତ ଦ୍ରବ୍ୟ ଭାଗ କରିବା ଅପେକ୍ଷା ଦରିଦ୍ରତାର ସହିତ ନମ୍ର ହେବା ଭଲ।
20 ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରେ, ସେ ସାଫଲ୍ୟ ଅର୍ଜ୍ଜନ କରେ। ପୁଣି ସେହି ଲୋକ ଧନ୍ୟ ଯେ ସଦାପ୍ରଭୁଙ୍କଠାରେ ନିର୍ଭର କରେ।
21 କିଏ ଜ୍ଞାନୀ ବା ବୁଦ୍ଧିମାନ, ଲୋକମାନେ ଜାଣି ପାରିବେ। ବାକ୍ୟର ମିଷ୍ଟତା ପାଣ୍ଡିତ୍ୟ ବଢ଼ାଏ।
22 ସଦ୍ବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ୱରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।
23 ଜ୍ଞାନବାନର ହୃଦୟ ଆପଣା ମୁଖକୁ ଶିକ୍ଷା ଦିଏ। ପୁଣି ତା’ର ବାକ୍ୟ ପାଣ୍ଡିତ୍ୟ ବଢ଼ାଏ।
24 ଦୟାପୂର୍ଣ୍ଣ କଥା ମହୁପରି ଅଟେ। ଏହାକୁ ଗ୍ରହଣ କରିବା ସହଜ ଏବଂ ସ୍ୱାସ୍ଥ୍ୟ ପାଇଁ ଉତ୍ତମ।
25 ମନୁଷ୍ୟର ଦୃଷ୍ଟିରେ ଯେଉଁ ପଥ ସରଳ ଦିଶେ କିନ୍ତୁ ତାହା ମୃତ୍ୟୁରେ ହିଁ ଶେଷ ହୁଏ।
26 ପରିଶ୍ରମକାତର କ୍ଷୁଧା ତାକୁ ପରିଶ୍ରମ କରିବାକୁ ବାଧ୍ୟ କରେ। ତା’ର ଭୋକିଲା ପାଟି କଠିନ ପରିଶ୍ରମ ପାଇଁ ଅଭିଯାନ କରନ୍ତି।
27 ପାପାଧାମ ଲୋକ ଅନିଷ୍ଟ କଳ୍ପନା କରେ। ଏବଂ ତାହାର ବାକ୍ୟଗୁଡ଼ିକ ଅଗ୍ନିପରି ଜଳେ।
28 କୁଟିଳ ମନୁଷ୍ୟ ବିବାଦ ବୁଣେ। କାନକୁହା ଲୋକମାନେ ବନ୍ଧୁତ୍ୱ ନଷ୍ଟ କରନ୍ତି।
29 ଅତ୍ୟାଗ୍ଭରୀ ଆପଣା ମିତ୍ରଗଣକୁ ଭୁଲିଯାଏ। ଏବଂ ପ୍ରତିବାସୀକୁ କୁପଥରେ କଢ଼ାଇ ନିଏ।
30 ଯେଉଁ ଲୋକ ଆପଣା ଆଖି ମିଞ୍ଜି ମିଞ୍ଜି କରେ, ସେ କୁଟିଳ ବିଷୟ କଳ୍ପନା କରେ, ଏବଂ ଯେ ଆପଣା ଓଷ୍ଠ ଜାବୁଡ଼ି ଧରେ, ମନ୍ଦକର୍ମ ସିଦ୍ଧ କରୁଥାଏ।
31 ପାଚିଲା କେଶ ଶୋଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।
32 ଯେ କ୍ରୋଧରେ ଧୀର, ସେ ବୀର ଅପେକ୍ଷା ଶ୍ରେଷ୍ଠ। ପୁଣି ଯେ ଆପଣା ଆତ୍ମା ଉପରେ କର୍ତ୍ତୃତ୍ୱ କରେ, ସେ ନଗର ବିଜୟୀଠାରୁ ଭଲ।
33 ନିଷ୍ପତ୍ତି ପାଇଁ ଗୁଲିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆସେ।
ଯୀଶୁ ଖ୍ରୀଷ୍ଟ ସବୁଠାରୁ ମହାନ
3 ଆଉ ଏବେ ହେ ମୋର ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠାରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସେହି ଏକାକଥା ଲେଖିବାରେ, ମୋତେ କଷ୍ଟ ହୁଏ ନାହିଁ, କାରଣ ଏହା ଦ୍ୱାରା ତୁମ୍ଭେମାନେ ଅଧିକ ପ୍ରସ୍ତୁତ ହୋଇ ରହିବ।
2 ଯେଉଁମାନେ ମନ୍ଦକର୍ମରେ ଲିପ୍ତ, ସେମାନଙ୍କଠାରୁ ସାବଧାନ ହୋଇ ରୁହ, ସେମାନେ କୁକୁରମାନଙ୍କ ପରି। ସେମାନେ ଲୋକମାନଙ୍କୁ ସୁନ୍ନତ [a] ହେବା ପାଇଁ ଦାବୀ କରନ୍ତି। 3 କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ। 4 ଯଦିଓ ମୁଁ ନିଜ ଶକ୍ତିରେ ବିଶ୍ୱାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ୱାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ୱାସ କରିବାର ତା’ର କାରଣ ଅଛି, ତା’ହେଲେ ମୁଁ କହିବି ଯେ ତା’ ଅପେକ୍ଷା ମୋର ନିଜ ଉପରେ ବିଶ୍ୱାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍। 5 ମୋର ଜନ୍ମ ହେବାର ଆଠ ଦିନପରେ, ମୋର ସୁନ୍ନତ କରାଯାଇଥିଲା। ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ବିନ୍ୟାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମୋ’ ପାଇଁ ମୋଶାଙ୍କ ବ୍ୟବସ୍ଥା ଆଜି ଗୁରୁତ୍ୱପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୂଶୀ। 6 ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ’ଠାରେ କୌଣସି ଦୋଷ ପାଇ ନ ଥିଲେ।
7 ସମୟ ଥିଲା, ଯେତେବେଳେ ଏଗୁଡ଼ିକ ମୋ’ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହେତୁ ସେଗୁଡ଼ିକର କିଛି ମୂଲ୍ୟ ନାହିଁ। 8 ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି। 9 ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି। 10 ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ୟୁରୁ ସେ ପୁନର୍ଜୀବିତ ହୋଇ ଉଠିଥିବା ଶକ୍ତିକୁ ମଧ୍ୟ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗରେ ଅଂଶୀ ହେବାକୁ ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ପରି ହେବାକୁ ଗ୍ଭହେଁ। 11 ସେହିପରି ଭାବରେ ମୁଁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇପାରେ, ଏ ଭରସା ମୋର ଅଛି।
ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଯତ୍ନ କରିବା
12 ମୁଁ କହୁ ନାହିଁ ଯେ ପରମେଶ୍ୱର ମୋତେ ଯେପରି ହେବାକୁ ଗ୍ଭହାନ୍ତି, ମୁଁ ଠିକ୍ ସେହିପରି ହୋଇସାରିଛି। ମୁଁ ସେହି ଲକ୍ଷ୍ୟସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କିନ୍ତୁ ମୁଁ ମୋର ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ୱାରା ସେହି ଲକ୍ଷ୍ୟ ହାସଲ କରି ପାରିବି। ଯୀଶୁ ଖ୍ରୀଷ୍ଟ ଗ୍ଭହାନ୍ତି ଯେ ମୁଁ ସେହି ଲକ୍ଷ୍ୟ ପାଇପାରେ, ସେଥିପାଇଁ ସେ ମୋତେ ନିଜର କରିଛନ୍ତି। 13 ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ। 14 ମୁଁ ସବୁବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠାରେ ସ୍ୱର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ୱର ମୋତେ ଡାକିଛନ୍ତି।
15 ଆମ୍ଭମାନଙ୍କ ଭିତରୁ ଯେଉଁମାନେ ଆତ୍ମିକ ଭାବରେ ସିଦ୍ଧ ହେବା ପାଇଁ ଯାଉଛୁ, ସେମାନେ ମଧ୍ୟ ଏହିଭଳି ଭାବିବା ଦରକାର। ଯଦି ଏଥିରେ କୌଣସି କଥାରେ ତୁମ୍ଭର ଭିନ୍ନ ମତ ଥାଏ, ତା’ହେଲେ ପରମେଶ୍ୱର ତୁମ୍ଭ ପାଇଁ ଏହାକୁ ମଧ୍ୟ ସ୍ପଷ୍ଟ କରିଦେବେ। 16 କିନ୍ତୁ ଆମ୍ଭେ ଯେଉଁସବୁ ସତ୍ୟ ଜାଣିଛୁ, ସେହି ସତ୍ୟ ମାର୍ଗରେ ଅବିରତ ଗ୍ଭଲିବା ଉଚିତ୍।
17 ଭାଇ ଓ ଭଉଣୀମାନେ! ତୁମ୍ଭେ ସମସ୍ତେ ମୋ’ ଭଳି ଜୀବନ-ଯାପନ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ଆମ୍ଭେ ଯେଉଁ ଆଦର୍ଶ ଦେଖାଇଛୁ, ତୁମ୍ଭମାନଙ୍କ ଭିତରୁ ଯେଉଁମାନେ ସେହି ଅନୁସାରେ ଜୀବନ-ଯାପନ କରୁଛନ୍ତି, ସେମାନଙ୍କୁ ଅନୁସରଣ କର। 18 ଅନେକ ଲୋକ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁମାନଙ୍କ ଭଳି ଜୀବନ-ଯାପନ କରୁଛନ୍ତି। ମୁଁ ଅନେକଥର ଏହି ଲୋକମାନଙ୍କ ବିଷୟରେ କହିଛି। ଏବେ ମଧ୍ୟ ମୁଁ କାନ୍ଦିକାନ୍ଦି ସେମାନଙ୍କ ବିଷୟରେ କହୁଛି। 19 ସେମାନେ ଯେପରି ଜୀବନ-ଯାପନ କରୁଛନ୍ତି, ତା’ର ପରିଣତି ବିନାଶ ଅଟେ। ସେମାନେ ପରମେଶ୍ୱରଙ୍କୁ ସେବା କରିବା ପରିବର୍ତ୍ତେ ନିଜକୁ ଖୁସୀ କରିବା ପାଇଁ ବଞ୍ଚିଛନ୍ତି। ସେମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି ଓ ସେଗୁଡ଼ିକ ପାଇଁ ଗର୍ବ କରନ୍ତି ଓ ସେମାନେ କେବଳ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି। 20 କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ୱର୍ଗ। ଆମ୍ଭେ ସ୍ୱର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁ ଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି। 21 ସେ ସ୍ୱର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସେହି ଶକ୍ତି ବଳରେ ସେ ଆମ୍ଭର ହେୟ, ଦେହଗୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦେହ ଭଳି ଗୌରବମୟ କରିଦେବେ।
2010 by World Bible Translation Center