Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 30

ଧୂପ ଜଳାଇବା ପାଇଁ ବେଦି

30 “ଶିଟୀମ୍ କାଠରେ ଏକ ବେଦି ନିର୍ମାଣ କର। ତୁମ୍ଭେ ଏହି ବେଦିକୁ ଧୂପ ଜଳାଇବା ପାଇଁ ବ୍ୟବହାର କରିବା ଉଚିତ୍। ଏହି ବେଦି ବର୍ଗାକାର ହେବ। ଏକ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଏବଂ ଏହା ଦୁଇ ହାତ ଉଚ୍ଚ ହେବା ଉଚିତ୍। ଏହାର ଶିଙ୍ଗଗୁଡ଼ିକ ବେଦିର ଅଂଶ ହେବ। ଏହି ବେଦିର ଉପର ଏବଂ ଚତୁର୍ପାର୍ଶ୍ୱକୁ ନିର୍ମଳ ସୁନାରେ ଆଚ୍ଛାଦନ କର ଏବଂ ଗ୍ଭରିଆଡ଼େ ସୁନା କାନ୍ଥ ଦେବ। ସୁବର୍ଣ୍ଣର ବଳୟ ତଳେ ଦୁଇଟି କଣା କର। ଏବଂ ସେଠାରେ ଦୁଇଟି ସୁବର୍ଣ୍ଣର ଆଙ୍କଡ଼ା ଲଗାଅ। ଯଜ୍ଞବେଦିକୁ ସାଙ୍ଗୀ ସାହାଯ୍ୟରେ ବହିନିଅ। ଏହି ସାଙ୍ଗୀ ମଧ୍ୟ ଶିଟୀମ୍ କାଠରେ ତିଆରି କରିବ। ଏହି ସାଙ୍ଗୀଗୁଡ଼ିକ ସୁବର୍ଣ୍ଣରେ ଛାଉଣି କରାଯିବ। ମୁଁ ତୁମ୍ଭକୁ ଯେଉଁ ସ୍ଥାନରେ ସାକ୍ଷାତ କରିବି ତାହା ନିୟମ-ସିନ୍ଦୁକର ସମ୍ମୁଖରେ ଅଛି। ଯେଉଁଟାକି ପରଦା ପାର୍ଶ୍ୱରେ ନିୟମ-ସିନ୍ଦୁକ ଆଚ୍ଛାଦକର ଆଗରେ ଅଛି।

“ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ବେଳେ ସେହି ଧୂପ ଜଳାଇବ। ପୁଣି ସନ୍ଧ୍ୟା ସମୟରେ ହାରୋଣ ପ୍ରଦୀପ ଜଳାଇବା ସମୟରେ ଧୂପ ଜଳାଇବ, ତହିଁରେ ସେମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତ୍ୟେକ ଦିନ ଧୂପ ଜଳାଇବ। ବିଦେଶୀ ଧୂପ କିମ୍ବା ହୋମବଳି କିମ୍ବା ଶସ୍ୟ ନୈବେଦ୍ୟ ବେଦି ଉପରେ ଉତ୍ସର୍ଗ କର ନାହିଁ ଓ ତହିଁ ଉପରେ ପେୟନୈବେଦ୍ୟ ଢାଳ ନାହିଁ।

10 “ହାରୋଣ, ପାପ କ୍ଷମାର୍ଥେ ବର୍ଷକୁ ଥରେ ଦୋଷାର୍ଥକ ବଳି ରକ୍ତ ସହିତ ଯଜ୍ଞବେଦିର ଶିଙ୍ଗ ଉପରେ ପ୍ରସ୍ତୁତ କରିବାର ଦିନ ବ୍ୟବହାର କରିବା ଉଚିତ୍। ହାରୋଣର ବଂଶଧର ପୁରୁଷାନୁକ୍ରମେ ପ୍ରତ୍ୟେକ ବର୍ଷ ଏହା କରିବା ଉଚିତ୍। ଏହି ଯଜ୍ଞବେଦି ସଦାପ୍ରଭୁଙ୍କ ପାଇଁ ମହାପବିତ୍ର।”

The Temple Tax

11 ସଦାପ୍ରଭୁ ମୋଶାଙ୍କୁ କହିଲେ, 12 “ତୁମ୍ଭେ ଗଣିତ ହୋଇଥିବା ଲୋକମାନଙ୍କର ସଂଖ୍ୟା ଅନୁସାରେ ଇସ୍ରାଏଲ ସନ୍ତାନମାନଙ୍କୁ ଗଣନା କରିବ। ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ କରିବେ। ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ। 13 ଯେଉଁମାନଙ୍କୁ ଗଣନା କରାଯାଏ ସେମାନେ ଅର୍ଦ୍ଧ ଶେକଲ ଦେବା ଉଚିତ୍। କାର୍ଯ୍ୟାଳୟ ମାପ ଅନୁସାରେ ଅର୍ଦ୍ଧ ଶେକଲ, ଏହି ଶେକଲ କୋଡ଼ିଏ ଗେରାହ ଅଟେ। ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପାଇଁ ନୈବେଦ୍ୟ ହେବ। 14 କୋଡ଼ିଏ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେକେହି ଗଣିତ ମଧ୍ୟରେ ଆସିବ, ସେ ସଦାପ୍ରଭୁଙ୍କୁ ଏହି ନୈବେଦ୍ୟ ଉତ୍ସର୍ଗ କରିବ। 15 ଧନୀ ବ୍ୟକ୍ତି ଅର୍ଦ୍ଧ ଶେକଲରୁ ଅଧିକ ଦେବା ଉଚିତ୍ ନୁହେଁ। ଗରିବ ଲୋକମାନେ ଅର୍ଦ୍ଧ ଶେକଲରୁ କମ୍ ଦେବା ଉଚିତ୍ ନୁହେଁ। ସମସ୍ତ ନୈବେଦ୍ୟ ସମାନ ହେବା ଉଚିତ୍। ତୁମ୍ଭ ଜୀବନର ପ୍ରାୟଶ୍ଚିତ ନିମନ୍ତେ, ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯିବ। 16 ସେହି ଅର୍ଥକୁ ଇସ୍ରାଏଲ ଲୋକମାନଙ୍କ ପାଖରୁ ଏକତ୍ର କର। ଏହି ଅର୍ଥକୁ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ବିନିଯୋଗ କର। ଏହି ଦେୟ ତୁମ୍ଭମାନଙ୍କର ସଦାପ୍ରଭୁଙ୍କୁ ମନେ ରଖିବା ପାଇଁ ଏକ ମାଧ୍ୟମ ହେବ। ସେମାନେ ସେମାନଙ୍କର ଜୀବନ ପ୍ରାୟଶ୍ଚିତ ପାଇଁ ଏହା ଦାନ କରିବେ।”

ପ୍ରକ୍ଷାଳନ କୁଣ୍ଡ

17 ସଦାପ୍ରଭୁ ମୋଶାଙ୍କୁ କହିଲେ, 18 “ପ୍ରକ୍ଷାଳନ କୁଣ୍ଡ ଏବଂ ଏହାର ଆଧାର ସବୁ କଂସାରେ ତିଆରି କର। ପୁଣି ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟରେ ପ୍ରକ୍ଷାଳନ କୁଣ୍ଡ ରଖ ଓ ତହିଁ ମଧ୍ୟରେ ଜଳ ପୂର୍ଣ୍ଣ କର। 19 ହାରୋଣ ଏବଂ ତାଙ୍କର ପୁତ୍ରମାନେ ସେମାନଙ୍କର ହାତ ପାଦ ଧୌତ କରିବେ। 20 ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲା ସମୟରେ ସେମାନେ ଧୋଇ ହେବା ଉଚିତ୍, ଯାହାଫଳରେ ସେମାନେ ମରିବେ ନାହିଁ। ଆଉ ମଧ୍ୟ ସେମାନେ ଯାଜକର କର୍ମ କରିବା ନିମନ୍ତେ ଯେତେବେଳେ ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ବେଦି ପାଖକୁ ଯିବେ, 21 ସେମାନେ ସେମାନଙ୍କର ହାତ ଏବଂ ପାଦ ଧୋଇବେ, ଯାହା ଫଳରେ ମୃତ୍ୟୁବରଣ କରିବେ ନାହିଁ। ହାରୋଣ ଏବଂ ତାଙ୍କ ବଂଶଧରମାନଙ୍କ ପାଇଁ ଏହି ବ୍ୟବସ୍ଥା ସବୁଦିନ ପାଇଁ ରହିବ।”

ଅଭିଷେକାର୍ଥକ ତୈଳ

22 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 23 “ଏହି ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍ ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତା’ର ଅଧା ଅର୍ଥାତ୍ ଅଢ଼ାଇଶ ଶେକଲ ସୁଗନ୍ଧି ବାରୁଚିନୀ ଓ ଅଢ଼ାଇଶତ ଶେକଲ ସୁଗନ୍ଧି ବଚ ସଂଗ୍ରହ କର। 24 କାଶିଆର 500 ଶେକଲ ସଂଗ୍ରହ କର। ଯେତେବେଳେ ଏହିସବୁ ଓଜନ କରୁଛ, କାର୍ଯ୍ୟାଳୟ ମାପ ବ୍ୟବହାର କର। ଆଉ ମଧ୍ୟ ଏକ ହୀନ ଅଲିଭ ତୈଳ ସଂଗ୍ରହ କର।

25 “ଏହି ସବୁତକ ମସଲା ଓ ତୈଳ ମିଶାଇବା ପାଇଁ ଏକ ସୁଗନ୍ଧି ଦ୍ରବ୍ୟ ତିଆରି କରୁଥିବା ଯନ୍ତ୍ର ଆଣ। ତାହା ଅଭିଷେକାର୍ଥକ ପବିତ୍ର ତୈଳ ମିଶାଇବ। 26 ଏହା ନେଇ ତୁମ୍ଭେମାନେ ସମାଗମ-ତମ୍ବୁ ଓ ନିୟମ-ସିନ୍ଦୁକ ଉପରେ ସିଞ୍ଚନ କର। 27 ମେଜ ଓ ତହିଁର ସକଳ ପାତ୍ର ଓ ଦୀପବୃକ୍ଷ ଓ ତହିଁର ସକଳ ଅଂଶ, ଧୂପ ବେଦି, 28 ହୋମବଳିର ବେଦି ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା। 29 ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସେଗୁଡ଼ିକ ମହାପବିତ୍ର ହେବ ଏବଂ ଯାହାକିଛି ସେଗୁଡ଼ିକ ସ୍ପର୍ଶ କରେ ସେସବୁ ନିଶ୍ଚୟ ପବିତ୍ର ହେବ।

30 “ଏହି ତୈଳକୁ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ଉପରେ ଛିଞ୍ଚି ପବିତ୍ର କର। ଯେଉଁଥିରେ ସେମାନେ ଆମ୍ଭର ଯାଜକ କର୍ମ କରିବା ପାଇଁ ଅଭିଷେକ କରି ପବିତ୍ର କରିବେ। 31 ଇସ୍ରାଏଲର ଲୋକମାନଙ୍କୁ ଏହି ଅଭିଷେକାର୍ଥକ ତୈଳ ବିଷୟରେ କୁହ ଯେ ଏହା ପବିତ୍ର ଅଟେ। ଏହା ସର୍ବଦା ଆମ୍ଭ ପାଇଁ ବ୍ୟବହାର ହେବ। 32 କେହି ଏହାକୁ ବ୍ୟକ୍ତିଗତ କାର୍ଯ୍ୟରେ ସାଧାରଣ ତୈଳ ପରି ବ୍ୟବହାର କରି ପାରିବେ ନାହିଁ। ବିଶେଷ ତୈଳ ପ୍ରସ୍ତୁତ କଲାପରି ଅନ୍ୟ ସୁଗନ୍ଧିକୁ ପ୍ରସ୍ତୁତ କର ନାହିଁ। ଏହି ତୈଳ ପବିତ୍ର ଏବଂ ତୁମ୍ଭ ପାଇଁ ପବିତ୍ର ହେବା ଉଚିତ୍। 33 ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”

ଧୂପ

34 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ଗୁ‌ଗ୍‌ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାବରେ ସଂଗ୍ରହ କର। 35 ଏହିସବୁ ମିଶାଇ ସୁଗନ୍ଧି ପ୍ରସ୍ତୁତ କରିବା ପାଇଁ ଏକ ଧୂପକାରକକୁ ଆଣ। ଏଥିରେ ଲବଣ ମଧ୍ୟ ମିଶାଅ। ଏହା ତୁମ୍ଭ ପାଇଁ ଶୁଦ୍ଧ ଓ ପବିତ୍ର ଅଟେ। 36 ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ-ତମ୍ବୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ନିୟମ-ସିନ୍ଦୁକ ମଧ୍ୟରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ। 37 ତୁମ୍ଭେମାନେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣ ଅନୁସାରେ ନିଜ ପାଇଁ କର ନାହିଁ। ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। 38 ଯଦି କେହି ଆପଣା ଘ୍ରାଣାର୍ଥେ ସେହିପରି ସୁଗନ୍ଧି ଧୂପ ପ୍ରସ୍ତୁତ କରିବ। ତେବେ ସେ ଆପଣା ଲୋକମାନଙ୍କଠାରୁ ଉଚ୍ଛିନ୍ନ ହେବ।”

ଯୋହନ ଲିଖିତ ସୁସମାଗ୍ଭର 9

ଯୀଶୁ ଜଣେ ଜନ୍ମାନ୍ଧକୁ ଦୃଷ୍ଟିଶକ୍ତି ଦେଲେ

ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା। ଯୀଶୁଙ୍କର ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ କିନ୍ତୁ ସେ କାହାର ପାପ ହେତୁ ଅନ୍ଧ ହୋଇ ଜନ୍ମ ହେଲା? ଏହା ତା’ ନିଜର ପାପ ନା ତା’ ପିତାମାତାଙ୍କର?”

ଯୀଶୁ ଉତ୍ତର ଦେଲେ, “ଏହା ତା’ର ପାପ କି ତା’ ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲାବେଳେ ଲୋକମାନଙ୍କ ଆଗରେ ପରମେଶ୍ୱରଙ୍କ ଶକ୍ତି ପ୍ରଦର୍ଶିତ ହୋଇପାରିବ। ଦିନ ଥାଉ ଥାଉ ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମ୍ଭେ ଅବିରତ କରିବା ଉଚିତ୍। କାରଣ ରାତି ଆସୁଅଛି। ରାତିରେ କେହି କାର୍ଯ୍ୟ କରି ପାରିବେ ନାହିଁ। ମୁଁ ଜଗତରେ ଥିବା ପର୍ଯ୍ୟନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।”

ଯୀଶୁ ଏ କଥା କହିଲା ପରେ ଭୂଇଁରେ ଛେପ ପକାଇ କାଦୁଅ କରି, ସେହି କାଦୁଅକୁ ନେଇ ସେ ସେହି ଜନ୍ମାନ୍ଧ ଲୋକଟିର ଆଖିରେ ଲଗେଇ ଦେଲେ। ଯୀଶୁ ତାହାଙ୍କୁ କହିଲେ, “ଯାଅ, ଶିଲୋହ ପୋଖରୀରେ ଧୋଇ ଦିଅ।” (ଶିଲୋହ ପଦର ଅର୍ଥ ‘ପ୍ରେରିତ’) ତା’ପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖି ପାରୁଥିଲା।

କେତେକ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସେହି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ, “ଦେଖ, ଯିଏ ସବୁବେଳେ ବସି ଭିକ ମାଗୁଥାଏ ଏ ଲୋକଟି ସେହି ନୁହେଁ କି?”

କେତେକ କହିଲେ, “ହଁ, ଏ ସେହି ଲୋକ।” କିନ୍ତୁ ଅନ୍ୟ ଲୋକମାନେ କହିଲେ, “ନାଁ, ଏ ସେହି ଲୋକ ନୁହେଁ। ଏ ଲୋକଟି ତା’ରି ଭଳି ଦେଖାଯାଉଛି।”

ତେଣୁ ସେ ଲୋକ ନିଜେ କହିଲା, “ମୁଁ ସେହି ଲୋକ, ଯିଏ ପ୍ରଥମେ ଅନ୍ଧ ଥିଲା।”

10 ଲୋକମାନେ ତାକୁ ପଗ୍ଭରିଲେ, “କ’ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?”

11 ସେ ଲୋକଟି ଉତ୍ତର ଦେଲା “ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛେପ ଦ୍ୱାରା ମାଟିକୁ କାଦୁଅ କରି ମୋ’ ଆଖିରେ ବୋଳି ଦେଲେ। ତା’ପରେ ସେ ମୋତେ ଶିଲୋହ ପୋଖରୀରେ ଧୋଇ ହେବା ପାଇଁ କହିଲେ। ତା’ପରେ ମୁଁ ସେହି ପୋଖରୀରେ ଧୋଇ ହେବା ପରେ ଦେଖି ପାରିଲି।”

12 ଲୋକମାନେ ତାହାକୁ ପଗ୍ଭରିଲେ, “ସେ ଲୋକ କେଉଁଠି ଅଛନ୍ତି?”

ଲୋକଟି କହିଲା, “ମୁଁ ଜାଣେ ନାହିଁ।”

ଯୀଶୁ ସୁସ୍ଥ କରିଥିବା ଲୋକକୁ ଯିହୂଦୀମାନଙ୍କର ପ୍ରଶ୍ନ

13 ଏହା ପରେ ଲୋକମାନେ ସେ ଲୋକଟିକୁ ଫାରୂଶୀମାନଙ୍କ ପାଖକୁ ନେଇଗଲେ। ଏହି ଲୋକଟି ପୂର୍ବରୁ ଅନ୍ଧ ଥିଲା, 14 ଯୀଶୁ କାଦୁଅ କରିଥିଲେ ଓ ତା’ ଆଖି ସୁସ୍ଥ କରିଥିଲେ। ସେ ଏ କାର୍ଯ୍ୟ ବିଶ୍ରାମବାର ଦିନ କରିଥିଲେ। 15 ତେଣୁ ଫାରୂଶୀମାନେ ମଧ୍ୟ ସେ ଲୋକକୁ ପଗ୍ଭରିଲେ. “ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?”

ସେ କହିଲା, “ସେ ମୋ’ ଆଖିରେ କାଦୁଅ ଲଗେଇ ଦେଲେ। ଧୋଇବା ପରେ ମୁଁ ଏବେ ଦେଖି ପାରୁଛି।”

16 କେତେକ ଫାରୂଶୀମାନେ କହିଲେ, “ଏ ଲୋକ ବିଶ୍ରାମବାରର ନିୟମ ମାନୁନାହିଁ। ତେଣୁ ସେ ପରମେଶ୍ୱରଙ୍କ ପାଖରୁ ଆସି ନାହିଁ।”

ଅନ୍ୟମାନେ କହିଲେ, “ଜଣେ ପାପୀ କେବେ ଏଭଳି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ପାରିବ ନାହିଁ।” ଏହା ଯିହୂଦୀମାନଙ୍କ ମଧ୍ୟରେ ମତଭେଦ ହେଲା।

17 ଯିହୂଦୀମାନେ ସେହି ଲୋକକୁ ଆଉଥରେ ପଗ୍ଭରିଲେ, “ଏହି ଲୋକ (ଯୀଶୁ) ତୁମକୁ ସୁସ୍ଥ କଲା ଓ ତୁମେ ଦେଖି ପାରିଲ। ତୁମ୍ଭେ ତା’ ବିଷୟରେ କ’ଣ କହୁଛ?”

ସେହି ଲୋକଟି ଉତ୍ତର ଦେଲା, “ସେ ଜଣେ ଭବିଷ୍ୟ‌‌‌ଦ୍‌‌‌ବକ୍ତା।”

18 ଯିହୂଦୀମାନେ ତଥାପି ତାହାର ସୁସ୍ଥ ହେବା ବିଷୟ ବିଶ୍ୱାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ଯ୍ୟନ୍ତ ସେମାନେ ମୋଟେ ବିଶ୍ୱାସ କଲେ ନାହିଁ ଯେ, ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖି ପାରୁଛି। 19 ଯିହୂଦୀମାନେ ତା’ର ପିତାମାତାଙ୍କୁ ପଗ୍ଭରିଲେ, “ଇଏ କ’ଣ ତୁମ୍ଭ ପୁଅ? ତୁମ୍ଭେ କହୁଛ ଯେ, ସେ ଜନ୍ମଠାରୁ ଅନ୍ଧ, ତେବେ ସେ ବର୍ତ୍ତମାନ କିପରି ଦେଖି ପାରୁଛି?”

20 ପିତାମାତା ଉତ୍ତର ଦେଲେ, “ଆମ୍ଭେ ଜାଣୁ ଯେ ଇଏ ଆମ ପୁଅ ଓ ସେ ଜନ୍ମରୁ ଅନ୍ଧ ଥିଲା। 21 କିନ୍ତୁ ଆମ୍ଭେ ଜାଣିନୁ, ସେ ଏବେ କିପରି ଦେଖି ପାରୁଛି? ତାକୁ କିଏ ତା’ର ଦୃଷ୍ଟିଶକ୍ତି ଦେଲା। ତାହା ଆମ୍ଭେ ଜାଣି ନାହୁଁ। ତାକୁ ପଗ୍ଭର। ନିଜ କଥା ନିଜେ କହିବା ପାଇଁ ତା’ର ବୟସ ହେଲାଣି।” 22 ଯିହୂଦୀ ନେତାମାନଙ୍କୁ ଭୟ କରି ତା’ର ପିତାମାତା ଏପରି କହିଲେ। ସେମାନେ ସେତେବେଳକୁ ସ୍ଥିର କରି ସାରିଥିଲେ, କାରଣ ଯେଉଁ ବ୍ୟକ୍ତି ଯୀଶୁଙ୍କୁ ମଶୀହ ବୋଲି ସ୍ୱୀକାର କରିବେ, ସେମାନେ ତାକୁ ଦଣ୍ଡଦେବେ ଓ ସେହି ଲୋକମାନଙ୍କୁ ସମାଜଗୃହରୁ ବାହାର କରିଦେବେ। 23 ତେଣୁ ତା’ର ପିତାମାତା କହିଲେ, “ତା’ର ଯଥେଷ୍ଟ ବୟସ ହୋଇଛି। ତାକୁ ପଗ୍ଭର।”

24 ତେଣୁ ଯିହୂଦୀ ନେତାମାନେ ସେହି ପୂର୍ବରୁ ଅନ୍ଧଥିବା ଲୋକକୁ ଆଉଥରେ ଭିତରକୁ ଡାକିଲେ। ସେମାନେ କହିଲେ, “ତୁମ୍ଭେ ସତ୍ୟ କହି ପରମେଶ୍ୱରଙ୍କୁ ଗୌରବ ଦେବା ଉଚିତ୍। ଆମ୍ଭେ ଜାଣୁ ଯେ, ଏହି ଲୋକ (ଯୀଶୁ) ଜଣେ ପାପୀ।”

25 ଲୋକଟି ଉତ୍ତର ଦେଲା, “ସେ ପାପୀ କି ନୁହେଁ, ମୁଁ ଜାଣି ନାହିଁ। କିନ୍ତୁ ମୁଁ ଅନ୍ଧ ଥିଲି ଓ ବର୍ତ୍ତମାନ ଦେଖି ପାରୁଛି।”

26 ଯିହୂଦୀ ନେତାମାନେ ପଗ୍ଭରିଲେ, “ସେ ତୁମକୁ କ’ଣ କଲା? ସେ ତୁମ ଆଖିକୁ କିପରି ଭଲ କରିଦେଲା?”

27 ସେ ଲୋକ କହିଲା, “ମୁଁ ସେ କଥା ତୁମକୁ ଆଗରୁ କହିସାରିଛି। କିନ୍ତୁ ତୁମେ ମୋ’ କଥା ଶୁଣୁ ନାହଁ। ତୁମେ ପୁଣି କାହିଁକି ଶୁଣିବା ପାଇଁ ଗ୍ଭହୁଁଛ? ତୁମ୍ଭେ ମଧ୍ୟ କ’ଣ ତାହାଙ୍କର ଶିଷ୍ୟ ହେବା ପାଇଁ ଗ୍ଭହୁଁଛ?”

28 ଯିହୂଦୀନେତାମାନେ ଖୁବ୍ ରାଗିଯାଇ ତାକୁ ଗାଳି ଦେଲେ। ତା’ପରେ ସେମାନେ କହିଲେ, “ତୁମ୍ଭେ ସେହି ଲୋକର ଶିଷ୍ୟ। କିନ୍ତୁ ଆମ୍ଭେ ମୋଶାଙ୍କର ଶିଷ୍ୟ। 29 ଆମ୍ଭେ ଜାଣୁ, ପରମେଶ୍ୱର ମୋଶାଙ୍କୁ କଥା କହିଛନ୍ତି। କିଏ ଏ ଲୋକ କେଉଁଠାରୁ ଆସିଛି, ଆମ୍ଭେ ତାହା ସୁଦ୍ଧା ଜାଣି ନାହୁଁ।”

30 ଲୋକଟି ଉତ୍ତର ଦେଲା, “ଏହା ବଡ଼ ଆଶ୍ଚର୍ଯ୍ୟ କଥା। ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣି ନାହଁ। କିନ୍ତୁ ସେ ମୋ’ ଆଖି ଭଲ କରିଦେଇଛନ୍ତି। 31 ଆମ୍ଭେ ସମସ୍ତେ ଜାଣୁ ଯେ, ପରମେଶ୍ୱର ପାପୀଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ ପରମେଶ୍ୱର ତା’ର କଥା ଶୁଣନ୍ତି। 32 ଆଜି ପର୍ଯ୍ୟନ୍ତ କେହି କେବେ ଜଣେ ଜନ୍ମ ଅନ୍ଧର ଆଖି ଖୋଲି ପାରି ନ ଥିଲେ। 33 ଏ ଲୋକ ନିଶ୍ଚିତ ରୂପରେ ପରମେଶ୍ୱରଙ୍କ ପାଖରୁ ଆସିଛି, ନ ହେଲେ ସେ ଏଭଳି କିଛି କାର୍ଯ୍ୟ କରି ପାରି ନ ଥା’ନ୍ତା।”

34 ଯିହୂଦୀମାନେ ଉତ୍ତର ଦେଲେ, “ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହୋଇଛ। ତୁମ୍ଭେ କ’ଣ ଆମ୍ଭକୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛ?” ଏହା କହି ସେମାନେ ତାକୁ ଜବରଦସ୍ତ ତଡ଼ି ଦେଲେ।

ଆତ୍ମିକ ଅନ୍ଧତା

35 ଯୀଶୁ ଶୁଣିଲେ ଯେ, ଯିହୂଦୀନେତାମାନେ ସେ ଲୋକକୁ ଜବରଦସ୍ତ ତଡ଼ି ଦେଇଛନ୍ତି। ଯୀଶୁ ସେ ଲୋକକୁ ଖୋଜି ପାଇଲେ। ଏବଂ ସେ ତାହାକୁ ପଗ୍ଭରିଲେ, “ତୁମ୍ଭେ କ’ଣ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସ କର?”

36 ସେ ଲୋକଟି ପଗ୍ଭରିଲା, “ଗୁରୁ, ମନୁଷ୍ୟପୁତ୍ର କିଏ? ମୋତେ କୁହନ୍ତୁ ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିପାରେ।”

37 ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖି ସାରିଛ। ତୁମ୍ଭ ସହିତ ବର୍ତ୍ତମାନ ଯିଏ କଥା ହେଉଛନ୍ତି, ସେ ସେହି ମନୁଷ୍ୟପୁତ୍ର।”

38 ସେ ଲୋକଟି ଉତ୍ତର ଦେଲା, “ହଁ, ପ୍ରଭୁ ମୁଁ ବିଶ୍ୱାସ କରେ।” ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା।

39 ଯୀଶୁ କହିଲେ, “ମୁଁ ଜଗତକୁ ଆସିଛି, ଯେପରି ଏ ଜଗତ ବିଗ୍ଭରିତ ହେବ। ମୁଁ ଆସଛି ଯେପରି ଅନ୍ଧ ଲୋକମାନେ ଦେଖି ପାରିବେ। ଏବଂ ଯେଉଁମାନେ ଦେଖି ପାରୁଛନ୍ତି ବୋଲି ମନେ ମନେ ଭାବୁଛନ୍ତି, ସେମାନେ ଅନ୍ଧ ହେବେ।”

40 ଯୀଶୁଙ୍କ ପାଖରେ କେତେକ ଫାରୂଶୀ ଥିଲେ। ସେମାନେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସେମାନେ ପଗ୍ଭରିଲେ, “କ’ଣ? ତା’ ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ୟ ଅନ୍ଧ?”

41 ଯୀଶୁ କହିଲେ, “ତୁମ୍ଭେ ଯଦି ପ୍ରକୃତରେ ଅନ୍ଧ ହୋଇଥା’ନ୍ତ, ତେବେ ଦୋଷୀ ବିବେଚିତ ହୁଅନ୍ତ ନାହିଁ। କିନ୍ତୁ ତୁମ୍ଭେ କହୁଛ ଯେ ତୁମ୍ଭେ ଦେଖି ପାରୁଛ, ତେଣୁ ତୁମ୍ଭେ ଦୋଷୀ।”

ହିତୋପଦେଶ 6

ଋଣରେ ମଧ୍ୟସ୍ଥି ହୁଅ ନାହିଁ

ହେ ମୋର ପୁତ୍ର, ଅନ୍ୟ ଲୋକର ଋଣରେ ତୁମ୍ଭେ ମଧ୍ୟସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶୋଧ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ? ଯଦି ତୁମ୍ଭେ କର, ତେବେ ତୁମ୍ଭେ ଆପଣା ପ୍ରତିଜ୍ଞା ଦ୍ୱାରା ଫାନ୍ଦରେ ପଡ଼ିଅଛ ଓ ଆପଣା କଥା ପାଇଁ ଧରାଯାଇ ଅଛ। ତୁମ୍ଭେ ଆପଣାକୁ ଏଥିରୁ ଉଦ୍ଧାର କର। ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ। ଯାଅ ଆପଣାକୁ ନମ୍ରକରି ତୁମ୍ଭ ପ୍ରତିବାସୀକି ବାରମ୍ବାର ବିନତି କର। ସେ ଋଣରୁ ତୁମ୍ଭକୁ ମୁକ୍ତ କରୁ। ତୁମ୍ଭେ ବିଶ୍ରାମ କର ନାହିଁ କିମ୍ବା ନିଦ୍ରା ଯାଅ ନାହିଁ। ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ୟାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ଉଡ଼ିଯାଆନ୍ତି।

ଅଳସୁଆ ପଣିଆର ବିପଦଗୁଡ଼ିକ

ହେ ଅଳସୁଆଲୋକମାନେ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ଯାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସେମାନଙ୍କଠାରୁ ଶିଖ ଓ ସେମାନଙ୍କର ଉଦାହରଣରୂପେ କାର୍ଯ୍ୟ କର। ପିମ୍ପୁଡ଼ିମାନଙ୍କର ନେତା କି ନିରୀକ୍ଷକ କିଅବା ଶାସକ କେହି ନ ଥା’ନ୍ତି। ସେମାନେ ଗ୍ରୀଷ୍ମକାଳରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳରେ ପ୍ରଚୁର ପରିମାଣରେ ସେମାନେ ଖାଦ୍ୟ ସଂଗୃହୀତ କରିଥା’ନ୍ତି।

ହେ ଅଳସୁଆଲୋକମାନେ, କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରେ ପଡ଼ି ରହିବ? ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ? 10 ଅଳସୁଆମାନେ କହନ୍ତି, “ଆଉ ଟିକିଏ ଶୋଇବି, ଆଉ ଟିକିଏ ଢୁଳାଏ। ଆଉ ଟିକିଏ ନିଦ୍ରା ଯିବା ପାଇଁ ଭିଡ଼ିମୋଡ଼ି ହୁଏ।” 11 କିନ୍ତୁ ସେ ଶୋଇ ରହେ ଓ ଆଉ ଶୋଇ ରହେ। ସେ ଦରିଦ୍ରରୁ ଦରିଦ୍ରତର ହୋଇଯାଏ। ଖୁବ୍ ଶୀଘ୍ର ତା’ର ଆଉ କିଛି ନ ଥାଏ। ଅଳସୁଆମୀ ଖଣ୍ଟ ପରି ତୁମ୍ଭର ସମସ୍ତ ଧନ ଏକାଥରେ ଛଡ଼ାଇ ନେବ।

ପାପାଧମ ବ୍ୟକ୍ତି

12 ପାପାଧମ ବ୍ୟକ୍ତି, ଅପରାଧୀ ମନୁଷ୍ୟ ସର୍ବଦା ମିଥ୍ୟା କଥା କହନ୍ତି। 13 ସେ ଆଖିରେ ଠାରେ, ସେ ଗୋଡ଼ରେ ଓ ଅଙ୍ଗୁଳି ଦ୍ୱାରା ସଙ୍କେତ କରେ। 14 ତା’ର ହୃଦୟରେ କୁଟିଳତା ଥାଏ। ସେ ସର୍ବଦା ଅନିଷ୍ଟ ଯୋଜନା କରେ। ସେ ଯୁକ୍ତିତର୍କ ଓ କଳି ଆରମ୍ଭ କରେ। 15 କିନ୍ତୁ ତା’ର ବିପଦ ଶୀଘ୍ର ଉପସ୍ଥିତ ହେବ। ସେ ଆକସ୍ମିକ ଶୀଘ୍ର ବିନାଶ ହେବ। ଏବଂ ତାଙ୍କୁ କିଛି ଉପାୟ ମିଳିବ ନାହିଁ।

ସାତୋଟି କଥା ସଦାପ୍ରଭୁ ସର୍ବଦା ଘୃଣା କରନ୍ତି

16 ସଦାପ୍ରଭୁ ଏହି ଛଅ ଗୋଟି ବିଷୟକୁ ଘୃଣା କରନ୍ତି।
    ସପ୍ତବସ୍ତୁ ମଧ୍ୟ ତାଙ୍କର ଘୃଣାଯୋଗ୍ୟ।
17     ଅହଙ୍କାର ଦୃଷ୍ଟି, ମିଥ୍ୟାବାଦୀ ଜିହ୍ୱା,
    ନିର୍ଦ୍ଦୋଷର ରକ୍ତପାତକାରୀ ହସ୍ତ।
18     ହୃଦୟ କୁକର୍ମ କରିବା ପାଇଁ ଯୋଜନା କରେ,
    କୁକର୍ମ କରିବାକୁ ବେଗଗାମୀ ଚରଣ।
19     ମିଥ୍ୟା ସାକ୍ଷୀ,
    ଯେ ମିଥ୍ୟା କହି ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।

Warning Against Adultery

20 ହେ ମୋର ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ। 21 ସେମାନଙ୍କର ଆଜ୍ଞାସବୁ ଏବଂ ଶିକ୍ଷାଗୁଡ଼ିକ ସର୍ବଦା ମନେରଖ। ତାହାକୁ ତୁମ୍ଭ ହୃଦୟରେ ବାନ୍ଧି ରଖ ଏବଂ ତାହାକୁ ତୁମ୍ଭର ଗଳାର ଫୁଲହାର ପରି ବାନ୍ଧ। 22 ଯେତେବେଳେ ତୁମ୍ଭେ ଗ୍ଭଲିବ, ସେମାନଙ୍କର ଶିକ୍ଷାଗୁଡ଼ିକ ତୁମ୍ଭକୁ ପଥ ଦେଖାଇବେ। ଯେତେବେଳେ ତୁମ୍ଭେ ଶୟନ କରିବାକୁ ଯିବ ସେମାନେ ତୁମ୍ଭର ପ୍ରହରୀ ହେବେ। ଯେତେବେଳେ ତୁମ୍ଭେ ଜାଗ୍ରତ ହେବ, ସେମାନେ ତୁମ୍ଭ ସହ ଆଳାପ କରିବେ।

23 ତୁମ୍ଭ ପିତାମାତାଙ୍କର ଶିକ୍ଷା ଆଲୋକ ବର୍ତ୍ତୀକା ପରି ତୁମ୍ଭକୁ ସର୍ବଦା ସତ୍ ପଥରେ ଚଳାଇ ନେବ। ତାହା ତୁମ୍ଭକୁ ତାଲିମ ପ୍ରାପ୍ତ କରିବ ଓ ଜୀବନ ପଥରେ ଚଳାଇ ନେବ। 24 ସେମାନଙ୍କର ଶିକ୍ଷା ତୁମ୍ଭକୁ ଅନ୍ୟ ପୁରୁଷର ସ୍ତ୍ରୀଠାରୁ ଓ ଗଣିକାର ଗ୍ଭଟୁବାକ୍ୟଠାରୁ ଦୂରେଇ ରଖୁ। 25 ତୁମ୍ଭ ହୃଦୟରେ ସେହି ସୁନ୍ଦର ସ୍ତ୍ରୀର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ। ତା’ର ଚକ୍ଷୁ ତୁମ୍ଭକୁ ପ୍ରତାରିତ ନ କରୁ। 26 ବ୍ୟଭିଗ୍ଭରିଣୀକୁ ପାଉଁରୋଟୀର ଦାମ ଦେବାକୁ ପଡ଼ିବ, ଅନ୍ୟ ଜଣଙ୍କ ସ୍ତ୍ରୀ ପାଇଁ ତୁମ୍ଭ ଜୀବନର ଦାମ ଦେବାକୁ ପଡ଼ିବ। 27 ଯଦି କେହି ଲୋକ ତା’ର ବକ୍ଷ ଦେଶରେ ନିଆଁ ରଖିବ, ତେବେ ତାହା ପୋଡ଼ି ଯିବ। 28 ଯଦି କେହି ଲୋକ ଜ୍ୱଳନ୍ତା ଅଙ୍ଗାର ଉପରେ ଗ୍ଭଲେ, ତେବେ ତା’ର ପାଦ ପୋଡ଼ିଯିବ। 29 ଏହା ଠିକ୍ ସେହିପରି ହେବ, ଯଦି ତୁମ୍ଭେ ପର ସ୍ତ୍ରୀ ସହିତ ଶୟନ କରିବ। ଯେକେହି ଏହା ଇଚ୍ଛା କରେ ଦଣ୍ଡିତରୁ ପଳାଇ ଯାଇପାରିବ ନାହିଁ।

30 ଭୋକିଲା ଯୋଗୁଁ ଯଦି ଗ୍ଭେରି କରେ। ତେବେ ଲୋକେ ତାକୁ ଘୃଣା କରିବେ। 31 ମାତ୍ର ଯଦି ଧରାପଡ଼େ, ତେବେ ତାକୁ ସାତଗୁଣ ଫେରାଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ୱ ତାକୁ ଦେବାକୁ ହେବ। 32 ଜଣେ ବ୍ୟଭିଗ୍ଭରୀ ଲୋକ ନିର୍ବୋଧ ଅଟେ। ସେ ତା’ର ନିଜର ବିନାଶ ଆଣିବ। 33 ଲୋକମାନେ ଏଥିପାଇଁ ନିଜର ସମସ୍ତ ସମ୍ମାନ ହରନ୍ତି। ତା’ର କଳଙ୍କ ମାର୍ଜିତ ହେବ ନାହିଁ। 34 ସେହି ସ୍ତ୍ରୀର ସ୍ୱାମୀ ନିତାନ୍ତ ଈର୍ଷାପରାୟଣ ହେବ। ତା’ର ସ୍ୱାମୀ ନିତାନ୍ତ କ୍ରୋଧତ ହେବ। ପ୍ରତିହିଂସା କରିବା ବେଳେ ସେ କିଛି ମାନିବ ନାହିଁ। 35 ଯେକୌଣସି ମୂଲ୍ୟ ତା’ର କ୍ରୋଧକୁ ଶାନ୍ତ କରି ପାରିବ ନାହିଁ। ଯେତେ ଅର୍ଥ ଦେଲେ ବି ତା’ର କ୍ରୋଧ ଶାନ୍ତ ହେବ ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 5

ସ୍ୱାଧୀନ ରହିଥାଅ

ଆମ୍ଭେ ସମସ୍ତେ ଏବେ ସ୍ୱାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ୱାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ୱର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ। ଶୁଣ! ମୁଁ ପାଉଲ କହୁଛି, ଯଦି ତୁମ୍ଭେମାନେ ସୁନ୍ନତ ହୋଇ ବ୍ୟବସ୍ଥା ନିକଟକୁ ଫେରି ଯିବ, ତା’ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ପାଇଁ ଲାଭଦାୟକ ହେବେ ନାହିଁ। ମୁଁ ପୁଣି ଥରେ ସମସ୍ତଙ୍କୁ ସତର୍କ କରାଇ ଦେଉଛି: ଯଦି ଜଣେ କେହି ସୁନ୍ନତକୁ ଗ୍ରହଣ କରିବ, ତା’ହେଲେ ସେ ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ ହେବ। ଯଦି ତୁମ୍ଭେମାନେ ବ୍ୟବସ୍ଥା ଅନୁସାରେ ପରମେଶ୍ୱରଙ୍କ ସହିତ ଧାର୍ମିକ ହେବାକୁ ଚେଷ୍ଟା କରୁଛ, ତା’ହେଲେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କ ଜୀବନ ସମାପ୍ତ ହେଲା, ଏହାର ଅର୍ଥ ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହକୁ ଅଗ୍ରାହ୍ୟ କଲ। ମୁଁ ଏହା କହେ କାରଣ ଆମେ ଆଶା କରୁ ଯେ, ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବୁ। ଆତ୍ମାଙ୍କ ସାହାଯ୍ୟରେ ଆମେ ଏଥିପାଇଁ ଅପେକ୍ଷା କରି ରହିଛୁ। ଯଦି କେହି ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛି, ତା’ହେଲେ ସେ ସୁନ୍ନତ ହୋଇଛି ନା ନାହିଁ, ଏହା ମହତ୍ତ୍ୱପୂର୍ଣ୍ଣ ନୁହେଁ। ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା, ପ୍ରେମଜନକ ବିଶ୍ୱାସ, ଯାହା କାର୍ଯ୍ୟରେ ପରିପ୍ରକାଶ ହୁଏ।

ତୁମ୍ଭେମାନେ ପ୍ରତିଯୋଗିତାରେ ଭଲ ଭାବରେ ଦୌଡ଼ୁଥିଲ। କିଏ ତେବେ ତୁମ୍ଭମାନଙ୍କୁ ସତ୍ୟପଥ ଅନୁସରଣ କରିବାରେ ବାଧା ଦେଲା? ତୁମ୍ଭକୁ ଯେଉଁ ପ୍ରକାର ପ୍ରବର୍ତ୍ତନା ଦିଆଯାଇଥାଉ ନା କାହିଁକି, ସେହି ପ୍ରବର୍ତ୍ତନା ପରମେଶ୍ୱରଙ୍କଠାରୁ ଆସି ନାହିଁ, ଯେ ତୁମ୍ଭକୁ ମନୋନୀତ କରିଥିଲେ। ସାବଧାନ ରୁହ, “ଅଳ୍ପ ଟିକିଏ ଖମୀର ଜନ୍ତା ହୋଇଥିବା ସବୁ ମଇଦାକୁ ଫୁଲାଇ ଦିଏ।” [a] 10 ପ୍ରଭୁଙ୍କଠାରେ ମୋର ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ଏହିଭଳି ଭିନ୍ନ ମତାମତକୁ ବିଶ୍ୱାସ କରିବ ନାହିଁ। ଯେଉଁ ଲୋକ ତୁମ୍ଭମାନଙ୍କୁ ବିଚଳିତ କରୁଛି, ସେ ଯିଏ ହେଉ ନା କାହିଁକି ଦଣ୍ଡ ପାଇବ।

11 ମୋ’ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଶିଖାଇ ନାହିଁ ଯେ, ଲୋକେ ସୁନ୍ନତ ହେବା ନିହାତି ଆବଶ୍ୟକ। ଯଦି ମୁଁ ଏହା ଶିଖାଇଛି, ତା’ହେଲେ ମୋତେ କାହିଁକି ତାଡ଼ନା ଆସୁଛି? ମୁଁ ଯଦି ଏହା ପ୍ରଗ୍ଭର କରିଥିଲି, ତା’ହେଲେ କ୍ରୁଶ ସମ୍ବନ୍ଧୀୟ ମୋର ଶିକ୍ଷା ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଇ ନ ଥା’ନ୍ତା। 12 ମୁଁ କାମନା କରେ ଯେ, ଯେଉଁମାନେ ତୁମ୍ଭମାନଙ୍କୁ ଉତ୍ତେଜିତ କରୁଛନ୍ତି, ସେମାନେ ନିଜର ସୁନ୍ନତ କରିବା ସହିତ ଚକ୍ଷୁକୁ ଇନ୍ଦ୍ରିୟହୀନ କରୁ ନାହାନ୍ତି କାହିଁକି?

13 ମୋ’ ଭାଇ ଓ ଭଉଣୀମାନେ! ପରମେଶ୍ୱର ତୁମ୍ଭମାନଙ୍କୁ ସ୍ୱାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ୱାଧୀନତାକୁ ତୁମ୍ଭେମାନେ ନିଜ ନିଜର ପାପମୟ ସ୍ୱଭାବର ଇଚ୍ଛା ପୂରଣ ନିମନ୍ତେ ବ୍ୟବହାର କର ନାହିଁ। ବରଂ ଏକଆରେକର ପ୍ରେମ ପୂର୍ବକ ସେବା କର। 14 ସମସ୍ତ ନିୟମ ଗୋଟିଏ ଆଦେଶର ସାର ଭାବରେ ସମାହିତ ହୋଇଛି: “ନିଜକୁ ପ୍ରେମ କଲା ପରି ଅନ୍ୟ ସମସ୍ତ ଲୋକଙ୍କୁ ପ୍ରେମ କର।” [b] 15 ଯଦି ତୁମ୍ଭେ ଏକଆରେକକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ୱାରା ପରସ୍ପରକୁ ଗ୍ରାସ କରି ଗ୍ଭଲ, ତା’ହେଲେ ତୁମ୍ଭେମାନେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯିବ। ତେଣୁ ସାବଧାନ ରୁହ।

ପବିତ୍ରଆତ୍ମା ଓ ମାନବ ପ୍ରକୃତି

16 ସେଥିପାଇଁ ମୁଁ କହୁଛି: ଆତ୍ମାଙ୍କର ଅନୁସରଣ କରି ଜୀବନଯାପନ କର। ତା’ହେଲେ ତୁମ୍ଭେମାନେ ପାପମୟ ସ୍ୱଭାବର ଇଚ୍ଛାକୁ ସନ୍ତୁଷ୍ଟ କରିବା ନିମନ୍ତେ କୌଣସି ମନ୍ଦ କାର୍ଯ୍ୟ କରିବ ନାହିଁ। 17 ଆମ୍ଭର ପାପମୟ ସ୍ୱଭାବର ଇଚ୍ଛା ପବିତ୍ରଆତ୍ମାଙ୍କର ବିରୋଧୀ ଓ ପବିତ୍ରଆତ୍ମା ପାପମୟ ସ୍ୱଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭେମାନେ ପ୍ରକୃତରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ। 18 କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କର ପରିଗ୍ଭଳିତ ପଥରେ ଚଳୁଛ, ତା’ହେଲେ ତୁମ୍ଭେମାନେ ବ୍ୟବସ୍ଥାର ଅଧୀନ ନୁହଁ।

19 ଆମ୍ଭର ପାପମୟ ସ୍ୱଭାବ ଦ୍ୱାରା ହେଉଥିବା ପାପପୂର୍ଣ୍ଣ କ୍ରିୟାଗୁଡ଼ିକ ବିଷୟରେ ସମସ୍ତେ ଜାଣନ୍ତି। ସେଗୁଡ଼ିକ ହେଲା: ଯୌନ ପାପାଗ୍ଭର, ଅପବିତ୍ରତା, ଭୋଗବିଳାସ, 20 ମୂର୍ତ୍ତିପୂଜା, ଯାଦୁବିଦ୍ୟା, ଘୃଣା, ଝଗଡ଼ା, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ, 21 ପରଶ୍ରୀକାତରତା, ନିଶାସକ୍ତ ହେବା, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ୟ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମରେ ଲିପ୍ତ ରୁହନ୍ତି, ସେମାନେ କୌଣସି ପ୍ରକାରେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାର ପାଇବେ ନାହିଁ। 22 ମାତ୍ର ପବିତ୍ରଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି: ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟାଭାବ, ଉଦାରତା, ବିଶ୍ୱସ୍ତତା, 23 ଭଦ୍ରତା ଓ ଆତ୍ମ-ସଂଯମ। ଏହି ବିଷୟ ଗୁଡ଼ିକ ଠିକ୍ ନୁହେଁ ବୋଲି କୌଣସି ନିୟମ କହିପାରିବ ନାହିଁ। 24 ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ନିଜର ମନର ଆବେଗ ଓ ପାପମୟ ସ୍ୱଭାବକୁ କ୍ରୁଶରେ ବିଦ୍ଧ କରିଛନ୍ତି। ସେମାନେ ନିଜର ସ୍ୱାର୍ଥପର ମନୋଭାବ ଓ ମନ୍ଦକାର୍ଯ୍ୟ ସବୁକୁ ତ୍ୟାଗ କରିଛନ୍ତି। 25 ସେହି ଆତ୍ମାଙ୍କଠାରୁ ଆମ୍ଭେ ନୂତନ ଜୀବନ ପାଇଅଛୁ। ଅତଏବ ଆମ୍ଭେ ଆତ୍ମାଙ୍କର ଅନୁସରଣ କରିବା ଉଚିତ୍। 26 ଆମ୍ଭେ ବୃଥାଭିମାନୀ ହେବା ନାହିଁ। ଏକଆରେକକୁ ଅସୁବିଧାରେ ପକାଇବା ନାହିଁ ଏବଂ ଆମ୍ଭେ ପରସ୍ପରକୁ ଈର୍ଷା କରିବା ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center