Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 42

ସ୍ୱପ୍ନଗୁଡ଼ିକ ସତ୍ୟ ହେଲା

42 ଯାକୁବ ଶୁଣିଲେ ଯେ, ମିଶରରେ ପ୍ରଚୁର ଖାଦ୍ୟ ଶସ୍ୟ ମହଜୁଦ ଅଛି। ତେଣୁ ଯାକୁବ ତାଙ୍କ ପୁତ୍ରମାନଙ୍କୁ କହିଲେ, “କିଛି ନ କରି କାହିଁକି ତୁମ୍ଭେ ଅଳସୁଆ ହୋଇ ବସୁଛ? ମୁଁ ଶୁଣିଛି ଯେ ମିଶରରେ ଖାଦ୍ୟଶସ୍ୟ ବିକ୍ରୟ କରାଯାଉଅଛିା ତେଣୁ ତୁମ୍ଭେ ଯାଇ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଶସ୍ୟ କିଣିଆଣ। ତହିଁରେ ଆମ୍ଭେମାନେ ମରି ନ ଯାଇ ବଞ୍ଚି ପାରିବା।”

ତେଣୁ ଯୋଷେଫଙ୍କର ଦଶଭାଇ ମିଶରକୁ ଗଲେ ଖାଦ୍ୟ ଶସ୍ୟ କିଣିବା ପାଇଁ। କିନ୍ତୁ ଯାକୁବ ବିନ୍ୟାମୀନକୁ ପଠାଇଲେ ନାହିଁ। ବିନ୍ୟାମୀନ ଥିଲା ଯୋଷେଫଙ୍କର ଏକ ମାତାର ଭାଇ। ଯାକୁବ ଭୟ କଲେ ଯେ ସେଠାରେ ମଧ୍ୟ ବିନ୍ୟାମୀନ ପାଇଁ କିଛି ଅଘଟଣ ଘଟିପାରେ।

କିଣାନ ଦେଶରେ ଦୁର୍ଭିକ୍ଷ ଭୟଙ୍କର ଥିଲା। ତେଣୁ କିଣାନ ଦେଶରୁ ବହୁତ ଲୋକ ମିଶରକୁ ଖାଦ୍ୟଶସ୍ୟ କିଣିବାକୁ ଗଲେ। ସେମାନଙ୍କ ମଧ୍ୟରେ ଯାକୁବର ପୁତ୍ରମାନେ ମଧ୍ୟ ଥିଲେ।

ସେହି ସମୟରେ ମିଶରରେ ଯୋଷେଫ ଅଧ୍ୟକ୍ଷ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ୟ କ୍ରୟ କରୁଥିଲେ ସେମାନଙ୍କୁ ଯୋଷେଫ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷେଫଙ୍କର ଭାଇମାନେ ଆସିଲେ ଏବଂ ସେମାନଙ୍କର ମୁଖ ଭୂମି ଆଡ଼କୁ କରି ଯୋଷେଫକୁ ପ୍ରଣାମ କଲେ। ଯୋଷେଫ ଭାଇମାନଙ୍କୁ ଦେଖିଲେ। ଯୋଷେଫ ସେମାନଙ୍କୁ ଚିହ୍ନି ପାରିଲେ। କିନ୍ତୁ ସେମାନଙ୍କୁ ନ ଚିହ୍ନିଲାପରି ଅଭିନୟ କଲେ। ଯୋଷେଫ ସେମାନଙ୍କୁ ମଧ୍ୟ ରୁକ୍ଷ ବ୍ୟବହାର କଲେ। ଯୋଷେଫ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁଠାରୁ ଆସିଛ?”

ତାଙ୍କର ଭାଇମାନେ ଉତ୍ତର ଦେଲେ, “ଆମ୍ଭେମାନେ କିଣାନୀୟମାନଙ୍କ ଦେଶରୁ ଆସିଛୁ। ଆମ୍ଭେ ଏଠାକୁ କିଛି ଖାଦ୍ୟ ଶସ୍ୟ କିଣିବାକୁ ଆସିଛୁ।”

ଯୋଷେଫ ଜାଣିଥିଲେ ଯେ ସେମାନେ ତାଙ୍କର ଭାଇ। କିନ୍ତୁ ସେମାନେ ଯୋଷେଫକୁ ଚିହ୍ନି ପାରିଲେ ନାହିଁ। ଯୋଷେଫ ପୂର୍ବରୁ ସେମାନଙ୍କର ଭାଇମାନଙ୍କ ବିଷୟରେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ମନେ କଲେ।

ଯୋଷେଫ ସେମାନଙ୍କର ଭାଇମାନଙ୍କୁ କହିଲେ, “ତୁମ୍ଭେମାନେ ଏଠାକୁ ଖାଦ୍ୟ ଶସ୍ୟ କ୍ରୟ କରିବାକୁ ଆସି ନାହଁ। ତୁମ୍ଭେମାନେ ଗୁପ୍ତଚର। ଆମ୍ଭେ କେଉଁଥିରେ ଦୁର୍ବଳ ସେ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଆସିଛ।”

10 କିନ୍ତୁ ତାଙ୍କର ଭାଇମାନେ ତାଙ୍କୁ କହିଲେ, “ନା ମହାଶୟ, ଆମ୍ଭେମାନେ ଆପଣଙ୍କ ଦାସତୁଲ୍ୟ ଆସିଅଛୁ। ଆମ୍ଭେ କେବଳ ଖାଦ୍ୟ ସଂଗ୍ରହ କରିବାକୁ ଆସିଅଛୁ। 11 ଆମ୍ଭେ ସମସ୍ତେ ଭାଇ, ଆମ୍ଭମାନଙ୍କର ପିତା ଏକ। ଆମ୍ଭେ ସଚ୍ଚୋଟ ଲୋକ ଅଟୁ। ଆମ୍ଭେ ଆପଣଙ୍କ ଦାସ, ଆମ୍ଭେ ଗୁପ୍ତଚର ନୋହୁଁ।”

12 ତା’ପରେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆମ୍ଭର ଦୂର୍ବଳତା ଜାଣିବା ପାଇଁ ଏଠାକୁ ଆସିଅଛ।”

13 ଏବଂ ଭାଇମାନେ କହିଲେ, “ନା! ଆମ୍ଭେ ସମସ୍ତେ ଭାଇ ଆମ୍ଭ ପରିବାରର ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ପିତା ଏକ। ଆମ୍ଭର ସାନଭାଇ ଆମ୍ଭର ଗୃହରେ ପିତାଙ୍କ ନିକଟରେ ଅଛି। ଆଉ ଏକ ଭାଇ ବହୁତ ପୂର୍ବରୁ ମରିଯାଇଛି। ଆମ୍ଭେମାନେ ଆପଣଙ୍କ ନିକଟରେ ଦାସତୁଲ୍ୟ। ଆମ୍ଭେମାନେ କିଣାନ ଦେଶରୁ ଆସିଅଛୁ।”

14 କିନ୍ତୁ ଯୋଷେଫ ସେମାନଙ୍କୁ କହିଲେ, “ନା ମୁଁ ଜାଣି ପାରୁଛି ତୁମ୍ଭେମାନେ ଚର। 15 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭର ସତ୍ୟତାର ପ୍ରମାଣ ଦେଖାଅ। ଫାରୋଙ୍କ ନାମରେ ମୁଁ ଶପଥ କରୁଛି ଯେ, ତୁମ୍ଭର ସାନଭାଇ ଏଠାକୁ ନ ଆସିବା ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କୁ ଯିବାକୁ ଦେବି ନାହିଁ। 16 ମୁଁ ତୁମ୍ଭମାନଙ୍କ ମଧ୍ୟରୁ ଜଣକୁ ଛାଡ଼ିବି ସେ ଯାଇ ତୁମ୍ଭର ସାନ ଭାଇକୁ ଏଠାକୁ ନେଇ ଆସିବ। ସେ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ବନ୍ଦୀଶାଳାରେ ରହିବ। ମୁଁ ଦେଖିବି ତୁମ୍ଭେମାନେ ସତ କହୁଛ ନା ତୁମ୍ଭେମାନେ ଚର, ଆମ୍ଭେ ଫାରୋଙ୍କ ଜୀବନ ଦେଇ ଶପଥ କରୁଛୁ।” 17 ତେଣୁ ଯୋଷେଫ ସେମାନଙ୍କୁ ତିନି ଦିନ ପାଇଁ ବନ୍ଦୀଶାଳାରେ ରଖିଲେ।

The Troubles Begin

18 ତିନି ଦିନ ପରେ, ଯୋଷେଫ ସେମାନଙ୍କୁ କହିଲେ, “ମୁଁ ପରମେଶ୍ୱରଙ୍କୁ ଭୟ କରେ। ଏଣୁ ଏହି କର୍ମ କର ତହିଁରେ ତୁମ୍ଭେ ବଞ୍ଚିପାରିବ। 19 ଯଦି ତୁମ୍ଭେମାନେ ବାସ୍ତବରେ ବିଶ୍ୱାସୀ ଲୋକ, ତେବେ ତୁମ୍ଭ ଭାଇମାନଙ୍କ ମଧ୍ୟରୁ କେହି ଜଣେ କାରାଗାରରେ ରହୁ। ଏବଂ ଅନ୍ୟ ସମସ୍ତେ ତୁମ୍ଭ ଲୋକମାନଙ୍କ ପାଇଁ ଶସ୍ୟ ନେଇ ଯାଇପାର। 20 କିନ୍ତୁ ତୁମ୍ଭେ ତୁମ୍ଭର ସାନ ଭାଇକୁ ମୋ’ ପାଖକୁ ନେଇ ଆସିବ। ତେବେ ମୁଁ ଜାଣିବି ତୁମ୍ଭେମାନେ ସତ କହୁଛ ଏବଂ ତୁମ୍ଭେମାନେ ଆଉ ମରିବ ନାହିଁ।”

ଭାଇମାନେ ଏହି କଥାକୁ ଗ୍ରହଣ କଲେ। 21 ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହେଲେ, “ଆମ୍ଭେମାନେ ଆମ୍ଭର ସାନ ଭାଇ ଯୋଷେଫକୁ ହତ୍ୟା କରିଥିବାରୁ ଆମ୍ଭେମାନେ ଦଣ୍ଡ ଭୋଗୁଅଛୁ। ଆମ୍ଭେମାନେ ଦେଖିଥିଲୁ ସେ କି କଷ୍ଟ ପାଉଥିଲା। ତାକୁ ରକ୍ଷା କରିବାକୁ ସେ କେତେ ଅନୁରୋଧ କରିଥିଲା। କିନ୍ତୁ ଆମ୍ଭେ ତା’ ପ୍ରତି କର୍ଣ୍ଣପାତ କରି ନ ଥିଲୁ। ତେଣୁ ବର୍ତ୍ତମାନ ଆମ୍ଭେ ବିପଦରେ ପଡ଼ିଅଛୁ।”

22 ରୁବେନ୍ ସେମାନଙ୍କୁ କହିଲା, “ମୁଁ କହିଥିଲି ତୁମ୍ଭେ ତା’ର କିଛି କ୍ଷତି କର ନାହିଁ। କିନ୍ତୁ ତୁମ୍ଭେମାନେ ସେତେବେଳେ ମୋ’ କଥା ଶୁଣିଲ ନାହିଁ। ସେଥିପାଇଁ ଆମ୍ଭେମାନେ ଦଣ୍ଡ ଭୋଗୁଅଛୁ।”

23 ଯୋଷେଫ ସେମାନଙ୍କ ସହିତ ବ୍ୟାଖ୍ୟାକାର ମାଧ୍ୟମରେ କଥାବାର୍ତ୍ତା କରୁଥିଲେ। ଯୋଷେଫ ସେମାନଙ୍କ କଥା ବୁଝି ପାରୁଥିଲେ ବୋଲି ସେମାନେ ଜାଣି ପାରି ନ ଥିଲେ। 24 ତେଣୁ ଯୋଷେଫ ସେମାନଙ୍କଠାରୁ ଦୂରକୁ ଯାଇ କାନ୍ଦିଲେ। କିଛି ସମୟ ପରେ ଯୋଷେଫ ସେମାନଙ୍କ ପାଖକୁ ଗଲେ। ତାଙ୍କର ଭାଇମାନଙ୍କ ମଧ୍ୟରୁ ଜଣକୁ ଅର୍ଥାତ୍ ଶିମିୟୋନକୁ ନେଇ ତାଙ୍କ ଭାଇମାନଙ୍କ ସମ୍ମୁଖରେ ବାନ୍ଧି ପକାଇଲେ। 25 ଯୋଷେଫ ତାଙ୍କର ଦାସମାନଙ୍କୁ ନିର୍ଦ୍ଦେଶ ଦେଲେ, ସେମାନଙ୍କର ବ୍ୟାଗ୍ ଗୁଡ଼ିକୁ ଶସ୍ୟରେ ଭରପୁର କରିବା ପାଇଁ। ତାଙ୍କର ଭାଇମାନେ ସେହି ଶସ୍ୟ ପାଇଁ ତାଙ୍କୁ ଅର୍ଥ ଦେଲେ। କିନ୍ତୁ ଯୋଷେଫ ସେହି ଅର୍ଥ ନେଲେ ନାହିଁ। ସେ ସେମାନଙ୍କର ଅର୍ଥ ସେହି ବ୍ୟାଗ୍ ମଧ୍ୟରେ ପୁରାଇ ଦେଲେ। ଏହା ପରେ ଯୋଷେଫ ତାଙ୍କର ଫେରିବା ପାଇଁ ବ୍ୟବହାର ଦ୍ରବ୍ୟ ମଧ୍ୟ ତାଙ୍କୁ ଦେଲେ।

26 ତେଣୁ ତାଙ୍କର ଭାଇମାନେ ସେହି ଗଧମାନଙ୍କ ପିଠିରେ ଶସ୍ୟ ଲଦି ସେହି ସ୍ଥାନ ପରିତ୍ୟାଗ କଲେ। 27 ସେହି ରାତ୍ରିରେ ତାଙ୍କର ଭାଇମାନେ ଏକ ସ୍ଥାନରେ ରାତ୍ରି ଯାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ୟରୁ ଜଣେ ଗଧକୁ ଆହାର ଦେବା ନିମନ୍ତେ ପଟ ଫିଟାନ୍ତେ ସେ ତା’ର ଟଙ୍କା ସବୁ ଦେଖିଲା! 28 ସେ ତା’ର ଅନ୍ୟ ଭାଇମାନଙ୍କୁ ସେ ସବୁ କହିଲା, “ଦେଖ, ମୁଁ ଯେଉଁ ଅର୍ଥ ଶସ୍ୟ ପାଇଁ ଦେଇଥିଲି, ତାହା ଏଠାରେ ଅଛି। କେହି ଲୋକ ମୋ’ ପଟରେ (ଥଳିରେ) ସେହି ଅର୍ଥ ପୁରାଇ ଦେଇଛି।” ତା’ର ସମସ୍ତ ଭାଇମାନେ ଭୟ କରିଗଲେ। ସେମାନେ ପରସ୍ପର କୁହା କୁହି ହେଲେ, “ପରମେଶ୍ୱର ଆମ୍ଭମାନଙ୍କ ପାଇଁ କ’ଣ କରୁଛନ୍ତି?”

ଭାଇମାନେ ଏହିସବୁ କଥା ଯାକୁବଙ୍କୁ ଜଣାଇଲେ

29 ଭାଇମାନେ ସେମାନଙ୍କର ପିତା ଯାକୁବଙ୍କ ନିକଟକୁ କିଣାନ ଦେଶକୁ ଫେରିଗଲେ। ସେମାନେ ଯାକୁବଙ୍କୁ, ଯେ କି ତାଙ୍କର ପିତା, ତାଙ୍କୁ ସମସ୍ତ ବିଷୟ ଅବଗତ କରାଇଲେ। 30 ସେମାନେ କହିଲେ, “ସେ ଦେଶର କର୍ତ୍ତା ଆମ୍ଭମାନଙ୍କ ଉପରେ ରୁକ୍ଷ ବ୍ୟବହାର କଲେ। ସେ ଭାବିଲେ ଆମ୍ଭେମାନେ ଚର। 31 କିନ୍ତୁ ଆମ୍ଭେ କହିଲୁ, ‘ଆମ୍ଭେ ଗୁପ୍ତଚର ନୋହୁଁ। ଆମ୍ଭେ ସାଧୁ ଲୋକ ଅଟୁ। 32 ଆମ୍ଭେ ତାଙ୍କୁ କହିଲୁ ଯେ, ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ଏକ ପିତା, ଆମ୍ଭର ଜଣେ ଭାଇ ଯିଏ କି ମରିଯାଇଛି ଏବଂ ଆମ୍ଭର ସାନଭାଇ ଯେଏ କି ବର୍ତ୍ତମାନ କିଣାନ ଦେଶରେ ଅଛି।’

33 “ଏହା ପରେ ସେ ଦେଶର କର୍ତ୍ତା ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭର ସାଧୁତାର ପ୍ରମାଣ ଦେବା ପାଇଁ ଏହା ଏକ ବାଟ। ତୁମ୍ଭର ଜଣେ ଭାଇକୁ ଏହିଠାରେ ମୋ’ ପାଖରେ ଛାଡ଼ି ଦେଇ ଯାଅ। ଏହି ଶସ୍ୟ ତୁମ୍ଭର ପରିବାର ପାଇଁ ନେଇଯାଅ। 34 ଏହା ପରେ ତୁମ୍ଭର ସାନଭାଇକୁ ମୋ’ ପାଖକୁ ଆଣ, ତେବେ ମୁଁ ଜାଣିବି ଯେ ତୁମ୍ଭେମାନେ ସାଧୁଲୋକ। ଯଦି ତୁମ୍ଭେମାନେ ସତ୍ୟ କହୁଥାଅ, ତେବେ ମୁଁ ତୁମ୍ଭର ଭାଇକୁ ତୁମ୍ଭମାନଙ୍କୁ ଫେରାଇ ଦେବି। ମୁଁ ତୁମ୍ଭକୁ ତୁମ୍ଭର ଭାଇ ଦେବି ଓ ତୁମ୍ଭମାନଙ୍କୁ ମୋ’ ଦେଶରୁ ଶସ୍ୟ କ୍ରୟ ପାଇଁ ମୁକ୍ତ କରି ଦେବି।’”

35 ଏହା ପରେ ଭାଇମାନେ ଶସ୍ୟ ବୋହିବାକୁ ଲାଗିଲେ। ଏବଂ ସମସ୍ତ ଭାଇମାନେ ସେମାନଙ୍କର ବ୍ୟା‌‌‌ଗ୍‌‌‌ରୁ ସମସ୍ତ ଅର୍ଥମୁଣା ପାଇଲେ। ସମସ୍ତ ଭାଇ ଓ ସେମାନଙ୍କର ପିତା ଏହି ଟଙ୍କା ଦେଖି ଭୟରେ ଥରିବାକୁ ଲାଗିଲେ।

36 ଯାକୁବ ସେମାନଙ୍କୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ମୁଁ ମୋର ସମସ୍ତ ପିଲାମାନଙ୍କୁ ହରାଇବି? ଯୋଷେଫ ଗଲା, ଶିମିୟୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ୟାମୀନକୁ ନେବା ପାଇଁ ଗ୍ଭହୁଁଛ।”

37 କିନ୍ତୁ ରୁବେନ୍ ତା’ର ପିତାଙ୍କୁ କହିଲା, “ପିତା, ମୁଁ ଯେବେ ତୁମ୍ଭ ପାଖକୁ ତାକୁ ନ ଆଣେ, ତେବେ ତୁମ୍ଭେ ମୋର ଦୁଇ ପୁଅକୁ ବଧ କରିବ। ମୋ’ ହସ୍ତରେ ତାକୁ ସମର୍ପଣ କର। ମୁଁ ତାକୁ ପୁନର୍ବାର ତୁମ୍ଭ ପାଖକୁ ଆଣି ଦେବି।”

38 କିନ୍ତୁ ଯାକୁବ ତାକୁ କହିଲେ, “ମୁଁ ବିନ୍ୟାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା’ର ଭାଇ ମରିଯାଇଛି। ସେ ଜଣେ କେବଳ ରହିଯାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ଯାଏ ଏବଂ ରାସ୍ତାରେ କିଛି ଗୋଟିଏ ହୋଇଯାଏ, ତେବେ ତୁମ୍ଭେ ମୋତେ ଶୋକରେ ମୋର ଏହି ପକ୍ୱ କେଶରେ କବରକୁ ପଠେଇ ଦେବ।”

ମାର୍କ ଲିଖିତ ସୁସମାଗ୍ଭର 12

ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ(A)

12 ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଗ୍ଭରିପଟେ ପାଚେରୀ କରିଦେଲା। ଦ୍ରାକ୍ଷାରସ ସଂଗ୍ରହ [a] କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ୟ ତିଆରି କଲା। ସେ କେତେକ କୃଷକଙ୍କୁ ସେହି ବଗିଗ୍ଭକୁ ଭାଗରେ ଦେଲା, ତା’ପରେ ସେ ପରିଭ୍ରମଣ ଉଦ୍ଦେଶ୍ୟରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।

“ପରେ ଯେତେବେଳେ ଦ୍ରାକ୍ଷା ତୋଳିବା ବେଳ ଆସିଲା, ସେତେବେଳେ ସେ ତାହାଙ୍କର ଜଣେ ଗ୍ଭକରକୁ ଦ୍ରାକ୍ଷାରୁ ତାହାଙ୍କର ନିଜ ଭାଗ ଆଣିବା ପାଇଁ କୃଷକମାନଙ୍କ ପାଖକୁ ପଠାଇଲା। କିନ୍ତୁ କୃଷକମାନେ ଗ୍ଭକରଟିକୁ ଧରି ପ୍ରହାର କଲେ ଓ ତାକୁ କିଛି ନ ଦେଇ ଘୋଉଡ଼େଇ ଦେଲେ। ତା’ପରେ ସେହି ଲୋକଟି ଆଉ ଜଣେ ଗ୍ଭକରକୁ ସେମାନଙ୍କ ପାଖକୁ ପଠାଇଲା। ସେମାନେ ଏହି ଗ୍ଭକରର ମୁଣ୍ଡକୁ ପିଟିଲେ ଓ ତାକୁ ଅପମାନ ଦେଲେ। ତା’ପରେ ସେ ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ଏହି ଗ୍ଭକରଟିକୁ ଜୀବନରେ ମାରିଦେଲେ। ସେ ଲୋକଟି ଆଉ ଅଧିକ ଗ୍ଭକରଙ୍କୁ ପଠାଇଲା, କିନ୍ତୁ କୃଷକମାନେ କେତେକଙ୍କୁ ପିଟିଲେ ଓ ଅନ୍ୟ କେତେଙ୍କୁ ଜୀବନରେ ମାରିଦେଲେ।

“ଲୋକଟି ପାଖରେ କୃଷକମାନଙ୍କ ପାଖକୁ ପାଠାଇବା ପାଇଁ ଆଉ ଜଣେ ମାତ୍ର ବାକି ଥିଲା। ସେ ଜଣକ ତାହାର ପୁଅ। ସେହି ଲୋକଟି ପୁଅକୁ ଖୁବ୍ ଭଲ ପାଉଥିଲା। କିନ୍ତୁ ସେ କୃଷକମାନଙ୍କ ପାଖକୁ ପୁଅକୁ ପଠାଇବାକୁ ସ୍ଥିର କଲା। କାରଣ କୃଷକମାନଙ୍କ ପାଖକୁ ପଠାଇବା ପାଇଁ ପୁଅ ହିଁ ଶେଷ ବ୍ୟକ୍ତି ଥିଲା। ସେ କହିଲା, ‘କୃଷକମାନେ ମୋର ପୁଅକୁ ନିଶ୍ଚୟ ସମ୍ମାନ ଦେବେ।’

“କିନ୍ତୁ କୃଷକମାନେ କୁହାକୁହି ହେଲେ, ‘ଏହି ଲୋକଟି ବଗିଗ୍ଭ ମାଲିକର ପୁଅ। ବଗିଗ୍ଭର ସେ ଉତ୍ତରାଧିକାରୀ। ଆମ୍ଭେମାନେ ତାକୁ ମାରିଦେଲେ ବଗିଗ୍ଭଟି ଆମ୍ଭର ହୋଇଯିବ’। ତେଣୁ କୃଷକମାନେ ମାଲିକର ପୁଅକୁ ଧରି ନେଇ ଜୀବନରେ ମାରିଦେଲେ ଓ ଦ୍ରାକ୍ଷାକ୍ଷେତ୍ର ବାହାରକୁ ଫିଙ୍ଗିଦେଲେ।

“ଏବେ ଦ୍ରାକ୍ଷାକ୍ଷେତ୍ରର ମାଲିକ କ’ଣ କରିବ? ସେ ଆସି ସେହି କୃଷକମାନଙ୍କୁ ମାରି ପକାଇବ ଓ ଦ୍ରାକ୍ଷାକ୍ଷେତ୍ରକୁ ଅନ୍ୟ କୃଷକମାନଙ୍କୁ ଦେଇଦେବ। 10 ତୁମ୍ଭେମାନେ କ’ଣ ଏହି ଶାସ୍ତ୍ର ପଢ଼ି ନାହଁ?

“ଯେଉଁ ପଥରକୁ କାରିଗରମାନେ ଅଦରକାରୀ ମନେ କଲେ, ସେହି ପଥର
    ‘କିନ୍ତୁ କୋଣର ପ୍ରଧାନ ମୂଳଦୁଆ ପଥର [b] ହୋଇଗଲା।
11 ପ୍ରଭୁ ତାହା କଲେ,
    ଏବଂ ଏହା ଆମ୍ଭ ପାଇଁ ଆଶ୍ଚର୍ଯ୍ୟଜନକ।’”(B)

12 ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସେମାନଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ସେମାନେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସେମାନେ ଉପାୟ ଖୋଜି ବସିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲେ।

ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଯିହୂଦୀ ନେତାମାନଙ୍କ ଚକ୍ରାନ୍ତ(C)

13 ପରେ ଯିହୂଦୀ ନେତାମାନେ କେତେକ ଫାରୂଶୀ ଓ ହେରୋଦୀୟମାନଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରି ଫାନ୍ଦରେ ପକାଇବାକୁ ଗ୍ଭହୁଁଥିଲେ। 14 ଫାରୂଶୀ ଓ ହେରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, “ଗୁରୁ, ଆମ୍ଭେମାନେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟରେ କ’ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କେବେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ୱର ଗ୍ଭହୁଁଥିବା ଜୀବନର ମାର୍ଗ ବିଷୟରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ, କାଇସରଙ୍କୁ କର ଦେବା ଉଚିତ୍ କି ନୁହେଁ?”

15 ଯୀଶୁ ସେମାନଙ୍କ ଗ୍ଭ‌ଲ୍‌ବାଜି ବୁଝିଗଲେ। ସେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମୋତେ ଭଲ କଥା କହି କାହିଁକି ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛ? ମୋ’ ପାଖକୁ ରୂପାଟଙ୍କାଟିଏ ଆଣ, ମୁଁ ତାକୁ ଦେଖେ।” 16 ସେମାନେ ରୂପାଟଙ୍କାଟିଏ ନେଇ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଦ୍ରାଟି ଉପରେ କାହାର ଛବି ଅଙ୍କିତ ହୋଇଛି? ତା’ ଉପରେ କାହାର ନାମ ଲେଖା ଯାଇଛି?” ସେମାନେ କହିଲେ, “ଏହା କାଇସରଙ୍କ ଛବି ଓ କାଇସରଙ୍କ ନାମ।”

17 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।” ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ କେତେକ ସାଦ୍ଦୂକୀଙ୍କର ଚକ୍ରାନ୍ତ(D)

18 ତା’ପରେ କେତେକ ସାଦ୍ଦୂକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ଦାବୀ କରନ୍ତି ଯେ, ମଣିଷ ମୃତ୍ୟୁପରେ ପୁନରୁ‌ତ୍‌ଥାନ ହେବ ନାହିଁ। 19 ସେମାନେ କହିଲେ, “ଗୁରୁ, ମୋଶା ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନ ଥାଇ ମରି ଯାଏ, ତେବେ ତା’ର ଭାଇ ସେହି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା’ହେଲେ ସେହି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରି ପାରିବ। 20 ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ଼ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନ ଥାଇ ସେ ମରିଗଲା। 21 ତେଣୁ ଦ୍ୱିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ୟ କୌଣସି ପିଲାପିଲି ନ ଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ୟ ତାହା ଘଟିଲା। 22 ସାତ ଜଣ ଭାଇ ସେହି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶେଷରେ ମରିଗଲେ। ସେମାନଙ୍କ ମଧ୍ୟରୁ କାହାରି ହେଲେ କୌଣସି ପିଲାପିଲି ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। 23 କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ପୁନରୁ‌ତ୍‌ଥାନ ସମୟରେ, ସେହି ସ୍ତ୍ରୀଟି କାହାର ପତ୍ନୀ ହେବ?”

24 ଯୀଶୁ କହିଲେ, “ସବୁ ଶାସ୍ତ୍ର କ’ଣ କହେ, ପରମେଶ୍ୱରଙ୍କ ଶକ୍ତି ବିଷୟରେ ତାହା ତୁମ୍ଭେମାନେ ଜାଣି ନାହଁ କି? ତେଣୁ ତୁମ୍ଭେମାନେ ଭ୍ରମରେ ପଡ଼ିଥାଅ। 25 ଲୋକମାନେ ଯେତେବେଳେ ମୃତ୍ୟୁରୁ ପୁନରୁ‌ତ୍‌ଥାନ ହେବେ ସେତେବେଳେ କୌଣସି ବିବାହ ହେବ ନାହିଁ ସେମାନେ କେହି କାହାରିକୁ ବିବାହ କରିବେ ନାହିଁ, ବରଂ ପ୍ରତ୍ୟେକ ସ୍ୱର୍ଗଦୂତଙ୍କ ଭଳି ହୋଇଯିବେ। 26 ପୁନରୁ‌ତ୍‌ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ’ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର’। [c] 27 ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ପ୍ରକୃତରେ ଏ ଲୋକମାନେ ମୃତ ନୁହନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ୱର ନୁହନ୍ତି ବରଂ ସେ ଜୀବିତମାନଙ୍କର ପରମେଶ୍ୱର। ହେ ସାଦ୍ଦୂକୀମାନେ, ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।”

କେଉଁ ଆଦେଶ ବହୁତ ମହତ୍ତ୍ୱପୂର୍ଣ୍ଣ(E)

28 ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ଯୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସେମାନଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଛନ୍ତି। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”

29 ଯୀଶୁ ଉତ୍ତର ଦେଲେ, “ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ‘ହେ ଇସ୍ରାଏଲ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ୱର ଏକମାତ୍ର ପ୍ରଭୁ। 30 ସମସ୍ତ ହୃଦୟରେ ସମସ୍ତ ଆତ୍ମାରେ, ସମସ୍ତ ମନରେ ଓ ସମସ୍ତ ଶକ୍ତିରେ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର।’ [d] 31 ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ହେଉଛି ଏହି ପ୍ରକାରର: ‘ତୁମ୍ଭେ ନିଜକୁ ଯେପରି ପ୍ରେମ କର, ନିଜର ପଡ଼ୋଶୀକୁ ସେହିପରି ପ୍ରେମ କର’ [e] ଏହି ଦୁଇଟି ଆଦେଶ ଛଡ଼ା ଆଉ ବଡ଼ ଆଦେଶ କିଛି ନାହିଁ।”

32 ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, “ଗୁରୁ, ପ୍ରଭୁ ପରମେଶ୍ୱର ଯେ, ଏକ ଓ ତାହାଙ୍କ ଛଡ଼ା ଆଉ ଅନ୍ୟ କେହି ନାହିଁ, ଏହା ତୁମ୍ଭେ ଠିକ୍ କହିଛ। 33 ପ୍ରକୃତରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ହେବ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ୟ ସେହିପରି ଭଲ ପାଇବାକୁ ହେବ। ଆମ୍ଭେ ପରମେଶ୍ୱରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସେହି ଗୁଡ଼ିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ତ୍ୱପୂର୍ଣ୍ଣ।”

34 ଯୀଶୁ ଦେଖିଲେ ଯେ, ଲୋକଟି ବୁଝିବିଗ୍ଭରି ଜ୍ଞାନୀ ଭଳି ଉତ୍ତର ଦେଇଛି। ସେ ତାହାକୁ କହିଲେ, “ତୁମ୍ଭେ ପରମେଶ୍ୱରଙ୍କ ରାଜ୍ୟଠାରୁ ଦୂରରେ ନାହଁ।” ଏହା ପରେ ଆଉ କେହିହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଗ୍ଭରିବାକୁ ସାହସ କଲେ ନାହିଁ।

ଖ୍ରୀଷ୍ଟ ଦାଉଦଙ୍କର ପୁତ୍ର(F)

35 ଯୀଶୁ ମନ୍ଦିରରେ ଉପଦେଶ ଦେଲାବେଳେ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କିପରି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? 36 ସ୍ୱୟଂ ଦାଉଦ ପବିତ୍ରଆତ୍ମାଙ୍କ ସାହାଯ୍ୟରେ କହିଥିଲେ,

‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁଙ୍କୁ କହିଥିଲେ:
ତୁମ୍ଭେ ମୋ’ ପାଖରେ, ମୋହର ଡାହାଣ ପଟେ ବସ,
    ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ଅଧୀନକୁ ନେଇ ଆସିବି।’(G)

37 ଦାଉଦ ନିଜେ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହିଥିଲେ। ତେବେ ଖ୍ରୀଷ୍ଟ କିଭଳି ଦାଉଦଙ୍କ ପୁତ୍ର ହୋଇ ପାରିବେ?” ଜମା ହୋଇଥିବା ଲୋକମାନେ ଯୀଶୁଙ୍କ ଉପଦେଶ ଖୁସୀ ମନରେ ଶୁଣୁଥିଲେ।

ଯୀଶୁ ବିଧି ପ୍ରଗ୍ଭରକମାନଙ୍କୁ ସମାଲୋଚନା କଲେ(H)

38 ଯୀଶୁ ଶିକ୍ଷା ଦେଇ ଗ୍ଭଲିଥିଲେ। ସେ କହିଲେ, “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ସେମାନେ ଲମ୍ବା ଲମ୍ବା ରାଜକୀୟ ପୋଷାକ ପିନ୍ଧି ଏଣେ ତେଣେ ବୁଲିବାକୁ ଭଲ ପାଆନ୍ତି। ସେମାନେ ଭଲ ପାଆନ୍ତି ଯେ, ଲୋକେ ତାହାଙ୍କୁ ହାଟ ବଜାରରେ ସମ୍ମାନ ଦେଖାନ୍ତୁ। 39 ସମାଜଗୃହରେ ସେମାନେ ମହତ୍ତ୍ୱପୂର୍ଣ୍ଣ ଆସନରେ ବସିବାକୁ ଭଲ ପାଆନ୍ତି। ଭୋଜିରେ ସେମାନେ, ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପାଇବାକୁ ଭଲ ପାଆନ୍ତି। 40 ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ ବ୍ୟବହାର ଦେଖାନ୍ତି। ସେମାନେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖେଇ ହେବା ପାଇଁ ସେମାନେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ୱର କଠିନ ଶାସ୍ତି ଦେବେ।”

ଏକ ବିଧବାର ପ୍ରକୃତ ଦାନ(I)

41 ଯୀଶୁ ମନ୍ଦିରର ଦାନ ବାକ୍ସ ପାଖରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ୟ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସରେ ପ୍ରଚୁର ଟଙ୍କା ପକାଉଥିଲେ। 42 ପରେ ଗରିବ ବିଧବାଟିଏ ସେଠାକୁ ଆସିଲା ଓ ସେଥିରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକେଇଲା। ଏହି ମୁଦ୍ରା ଦୁଇଟିର ମୂଲ୍ୟ ପଇସାଟିଏ ସାଙ୍ଗରେ ବି ସମାନ ନୁହେଁ।

43 ତା’ପରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦେଇଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତରେ ବହୁତ ଅଧିକ ଦେଇଛି। 44 କାରଣ ଧନୀ ଲୋକମାନଙ୍କ ପାଖରେ ପ୍ରଚୁର ଅଛି। ସେମାନେ ତାହାଙ୍କର ଦରକାର ନ ଥିବା ବଳକା ଅର୍ଥରୁ ହିଁ ଦାନ ଦେଇଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ୱରୂପ ଦେଇ ଦେଇଛି। ତା’ର ଚଳିବା ପାଇଁ ସେତିକି ମାତ୍ର ସମ୍ବଳ ଥିଲା।”

ଆୟୁବ ପୁସ୍ତକ 8

ବିଲଦଦ୍ ଆୟୁବକୁ ଉତ୍ତର ଦେଲା

ଶୂହୀୟ ବି‌‌ଲ୍‌‌ଦଦ୍ ଉତ୍ତର ଦେଇ କହିଲା,

“ତୁମ୍ଭେ କେତେକାଳ ଏହିପରି କଥା କହିବ?
    ତୁମ୍ଭର କଥାସବୁ ପ୍ରବଳ ବାୟୁ ତୁଲ୍ୟ ଅଟେ।
ପରମେଶ୍ୱର କ’ଣ ବିଗ୍ଭରର ବିପରୀତ କରନ୍ତି କି?
    ଅଥବା ସର୍ବଶକ୍ତିମାନ ନ୍ୟାୟର ବିପରୀତ କରନ୍ତି କି?
ଯଦି ତୁମ୍ଭର ପୁତ୍ରକନ୍ୟାଗଣ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛନ୍ତି,
    ସେଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅପରାଧ ପାଇଁ ଶାସ୍ତି ପ୍ରଦାନ କରିଛନ୍ତି।
କିନ୍ତୁ ବର୍ତ୍ତମାନ ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ ଦେଖ
    ଏବଂ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କର।
ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ଦୋଷ ତେବେ,
    ସେ ନିଶ୍ଚିତ ଭାବରେ ତୁମ୍ଭକୁ ସାହାଯ୍ୟ କରିବେ ଏବଂ
    ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ।
ତୁମ୍ଭର ପ୍ରଥମ ଅବସ୍ଥା ଯାହା ଥିଲା
    ତାହାଠାରୁ ତୁମ୍ଭକୁ ସେ ଅଧିକ ଉନ୍ନତ କରିବେ।

“ପ୍ରାଚୀନ କାଳର ଲୋକମାନଙ୍କୁ ପଗ୍ଭର ଓ ସେମାନଙ୍କ ପୂର୍ବପୁରୁଷମାନେ
    ସେମାନଙ୍କୁ ଯାହା ଶିକ୍ଷା ଦେଇଥିଲେ, ତାକୁ ମନୋଯୋଗ ଦେଇ ଶୁଣ।
ଯାହା ଦେଖାଯାଉଛି, ସତେ ଯେମିତି ଆମ୍ଭେ ଗତକାଲି ଜନ୍ମ ଗ୍ରହଣ କରିଛୁ।
    ଆମ୍ଭେ କିଛି ଜାଣି ନାହୁଁ
    ପୃଥିବୀରେ ଆମ୍ଭର ଦିନ ଛାୟା ପରି।
10 ସେହି ପୂର୍ବର ଲୋକମାନେ ତୁମ୍ଭକୁ ଶିକ୍ଷା ଦେବେ।
    ସେମାନେ ଯାହା ଶିକ୍ଷା କରିଥିଲେ, ତୁମ୍ଭକୁ ତାହା ଶିକ୍ଷା ଦେବେ।

11 ବିଲଦଦ୍ ଉତ୍ତର ଦେଲା, “ଶୁଖିଲା ଭୂମିରେ କ’ଣ ନଳବଣ ବଢ଼ିପାରେ?
    ଜଳବିନା କ’ଣ ସନ୍ତରା ବଢ଼ିପାରେ।
12 ଯଦି ଜଳ ଶୁଖିଯାଏ, ସେହିସବୁ ବୃକ୍ଷ ମଧ୍ୟ ଶୁଖିଯିବ,
    ଏପରିକି ଯେତେବେଳେ ସେମାନେ ବଢ଼ୁଥିଲା ବେଳେ ଅନ୍ୟ କୌଣସି ବୃକ୍ଷ ପୂର୍ବରୁ ସେମାନେ ଶୁଖି ଯାଆନ୍ତି।
13 ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଭୁଲି ଯାଆନ୍ତି ସେମାନେ ସେହି ଘାସ ସଦୃଶ।
    ପରମେଶ୍ୱରଙ୍କୁ ଭୁଲି ଯାଇଥିବା ଲୋକର କୌଣସି ଆଶା ନ ଥାଏ।
14 ସେ ଲୋକର ଆଉ ଯିବା ପାଇଁ କିଛି ନାହିଁ।
    ତା’ର ସୁରକ୍ଷା ବୁଢ଼ିଆଣୀର ଜାଲପରି।
15 ସେ ଯଦି ତା’ ଉପରେ ଆଉଜି ପଡ଼େ,
    ତାହା ଛିଣ୍ଡିଯିବ।
ସେ ତାକୁ ଧରି ରଖିଲେ
    ଏହା ତାକୁ ଧରି ରଖି ପାରିବ ନାହିଁ।
16 ସେହି ବ୍ୟକ୍ତି ଏକ ଲତା ସଦୃଶ ଯିଏ ପ୍ରଚୁର ପାଣି ଓ ସୂର୍ଯ୍ୟ କିରଣରେ ବଢ଼େ।
    ତାହାର ଶାଖା ପ୍ରଶାଖା ସମସ୍ତ ଉଦ୍ୟାନରେ ବ୍ୟାପି ଥାଏ।
17 ଏହା ତା’ର ଚେର ଦ୍ୱାରା
    ଗଦାଏ ପଥରକୁ ଗୁଡ଼ାଇ ଦିଏ।
18 ଯଦି ସେହି ଲତାକୁ ତା’ର ନିଜ ସ୍ଥାନରୁ ବିଚ୍ୟୁତ କରାଯାଏ ଏହା ମରିଯିବ
    ଏବଂ କେହି ଜାଣି ପାରିବେ ନାହିଁ।
    ପୂର୍ବରୁ ଏପରି ଏକ ଲତା ଏଠାରେ ଥିଲା।
19 କିନ୍ତୁ ସେ ଗଛ ଖୁସୀ ଥିଲା।
    ତାହା ଜାଗାରେ ଅନ୍ୟ ଏକ ଲତା ମାଡ଼ିବ।
20 ପରମେଶ୍ୱର ଅନ୍ୟାୟସବୁକୁ କେବେ ପ୍ରତ୍ୟାଖ୍ୟାନ କରନ୍ତି ନାହିଁ
    କି ଦୁଷ୍ଟ ଲୋକକୁ ସାହାଯ୍ୟ କରନ୍ତି ନାହିଁ।
21 ପରମେଶ୍ୱର ପୁଣି ତୁମ୍ଭ ମୁଖରେ ହସ ଫୁଟାଇବେ।
    ତୁମ୍ଭେ ଓଠରେ ଖୁସୀର ଶବ୍ଦ ଭରି ଦେବେ।
22 ତୁମ୍ଭର ଶତ୍ରୁମାନେ ଲଜ୍ଜାର ପୋଷାକ ପିନ୍ଧିବେ
    ଓ ଦୁଷ୍ଟ ଲୋକର ଗୃହ ଗୁଡ଼ିକ ଧ୍ୱଂସ ହେବ।”

ରୋମୀୟଙ୍କ ପ୍ରତି ପତ୍ର 12

ନିଜ ଜୀବନ ପ୍ରଭୁଙ୍କୁ ଅର୍ପଣ କର

12 ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ୱରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭେମାନେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ୱରୂପ ପରମେଶ୍ୱରଙ୍କୁ ଅର୍ପଣ କର। ଏହା କେବଳ ତାହାଙ୍କୁ ସମର୍ପିତ ହେବ। ଏହା ପରମେଶ୍ୱରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ଆତ୍ମିକ ଉପାସନା ଅଟେ। ଏହା ପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତେବେ ପରମେଶ୍ୱର ତୁମ୍ଭମାନଙ୍କ ପାଇଁ କ’ଣ ଇଚ୍ଛା କରନ୍ତି, ତୁମ୍ଭେମାନେ ଜାଣି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡ଼ିକ ଭଲ, ପରମେଶ୍ୱରଙ୍କୁ ପ୍ରିୟ ଓ ସିଦ୍ଧ।

ପରମେଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରୁଥିବାରୁ ମୋର ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ। ପରମେଶ୍ୱର ଯେଉଁ ପ୍ରକାରର ବିଶ୍ୱାସ ତୁମ୍ଭକୁ ଦେଇଛନ୍ତି, ସେହି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନେ କର। ଯେପରି ଆମ୍ଭ ସମସ୍ତଙ୍କର ଶରୀରଟିଏ ଅଛି ଓ ଏହି ଶରୀରରେ ଅନେକ ପ୍ରକାରର ଅଙ୍ଗ ଅଛି। ଏହି ଅଙ୍ଗ ଗୁଡ଼ିକ ଏକା ଭଳି କାମ କରନ୍ତି ନାହିଁ। ସେହିଭଳି ଆମ୍ଭେ ସଂଖ୍ୟାରେ ଅନେକ ଲୋକ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭେ ଏକ ଶରୀରର ବିଭିନ୍ନ ଅଙ୍ଗ ଭଳି ଆମ୍ଭେ ପ୍ରତ୍ୟେକ ଅନ୍ୟର ପରିପୂରକ।

ଏହିଭଳି ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହରୁ, ବିଭିନ୍ନ ସବୁ ଅନୁଗ୍ରହ ଦାନମାନ ମିଳିଛି। ଜଣେ ତା’ଠାରେ ଥିବା ବିଶ୍ୱାସ ଅନୁସାରେ ତାହାକୁ ବ୍ୟବହାର କରୁ। ଯଦି କାହାକୁ ଭବିଷ୍ୟ‌ଦ୍‌ବାଣୀର ଦାନ ମିଳିଛି, ତା’ହେଲେ ସେ ନିଜର ବିଶ୍ୱାସ ଅନୁସାରେ ଭବିଷ୍ୟ‌ଦ୍‌ବାଣୀ କରୁ। ଯଦି କାହାକୁ ସେବା କରିବା ପାଇଁ ଅନୁଗ୍ରହ ଦାନ ମିଳିଛି ତେବେ ସେ ନିଜକୁ ସେବା ପାଇଁ ଅର୍ପଣ କରୁ। ଯଦି କାହାକୁ ଶିକ୍ଷା ବା ଉପଦେଶ ଦେବା ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ନିଜକୁ ପ୍ରଗ୍ଭର କାର୍ଯ୍ୟରେ ଲଗାଇ ଦେଉ। ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ୱନା ଦେବାର ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ଲୋକମାନଙ୍କୁ ସାନ୍ତ୍ୱନା ଦେଉ। ଯଦି କାହାକୁ ଦାନ ଦେବା ଅନୁଗ୍ରହ ଦାନ ମିଳିଛ ତା’ହେଲେ ସେ ଖୋଲା ମନରେ ଦାନ କରୁ। ଯଦି କାହାକୁ ନେତୃତ୍ୱ ନେବାର ଅନୁଗ୍ରହ ଦାନ ମିଳିଛି, ତା’ହେଲେ ସେ ମନ ପ୍ରାଣ ଢାଳି ନେତୃତ୍ୱ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦେଖାଇବା ଅନୁଗ୍ରହ ଦାନ ମିଳିଛି ତା’ହେଲେ ସେ ଆନନ୍ଦ ମନରେ ଦୟା ଦେଖାଉ।

ତୁମ୍ଭର ପ୍ରେମ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର। 10 ଭଲ କାର୍ଯ୍ୟରେ ଜଡ଼ିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ରେମ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଗ୍ଭହଁ, ତା’ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ। 11 ପରମେଶ୍ୱରଙ୍କ କାମ କରିବାରେ ଉତ୍ସାହ ପ୍ରକାଶ କର। ତାଙ୍କ ସେବା କାର୍ଯ୍ୟରେ ଆଳସ୍ୟ କର ନାହିଁ। ପରମେଶ୍ୱରଙ୍କୁ ସେବା କଲାବେଳେ ଆତ୍ମିକ ଭାବରେ ଉଦ୍‌‌ଯୋଗ ହୁଅ। 12 ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ମୁଖୀନ ହେବା ବେଳେ ତୁମ୍ଭେ ଧୈର୍ଯ୍ୟ ଧର। ନିରନ୍ତର ପ୍ରାର୍ଥନା କର। 13 ପରମେଶ୍ୱରଙ୍କ ନିଜ ଲୋକମାନଙ୍କର କାମରେ ସାହାଯ୍ୟ କର। ଯେଉଁମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସେମାନଙ୍କୁ ଅତିଥି ଭାବରେ ସ୍ୱାଗତ କର।

14 ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସେମାନଙ୍କ ପ୍ରତି ତୁମ୍ଭେ ଭଲ ଆଚରଣ କର। ସେମାନଙ୍କୁ ଅଭିଶାପ ଦିଅ ନାହିଁ, ବରଂ ସେମାନଙ୍କୁ ଭଲ କଥା କୁହ। 15 ଯେତେବେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭେମାନେ ସେମାନଙ୍କ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲାବେଳେ ତୁମ୍ଭେମାନେ ତାହାଙ୍କ ସହିତ ଦୁଃଖିତ ହୁଅ। 16 ନିଜ ଭିତରେ ମିଳିମିଶି ଶାନ୍ତିରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ନୁହନ୍ତି, ସେମାନଙ୍କ ସହିତ ସାଙ୍ଗ ହେବା ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।

17 ମନ୍ଦ ପ୍ରତିବଦଳରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସେହିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ। 18 ଲୋକଙ୍କ ସହିତ ଶାନ୍ତିରେ ରହିବା ପାଇଁ ଯଥାସାଧ୍ୟ ଚେଷ୍ଟା କର। 19 ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର। ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି,

“ଦଣ୍ତ ଦେବା ମୋର କାମ।
    ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି।” (A)

20 କିନ୍ତୁ ତୁମ୍ଭେମାନେ ଏପରି କରିବା ଉଚିତ୍:

“ଯଦି ତୁମ୍ଭର ଶତ୍ରୁ ଭୋକରେ ଅଛି,
    ତାହାକୁ ଖାଇବାକୁ ଦିଅ,
ଯଦି ତୁମ୍ଭ ଶତ୍ରୁ ତୃଷିତ ଅଛି,
    ତାହାକୁ ପିଇବାକୁ ଦିଅ।
ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରି ପାରିବ।” (B)

21 ମନ୍ଦ ଦ୍ୱାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center