M’Cheyne Bible Reading Plan
ଶେଷରେ ସାରା ଏକ ଶିଶୁକୁ ଜନ୍ମ ଦେଲେ
21 ସଦାପ୍ରଭୁ ସାରାଙ୍କଠାରେ କରିଥିବା ତାଙ୍କର ପ୍ରତିଜ୍ଞା ରକ୍ଷା କଲେ। ସେ ସାରାକୁ ଯାହା ପ୍ରତିଜ୍ଞା କରିଥିଲେ ତାଙ୍କ ପାଇଁ ସେପରି କଲେ। 2 ସାରା ଗର୍ଭବତୀ ହୋଇ ଅବ୍ରହାମଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ଏକ ଶିଶୁକୁ ଜନ୍ମ ଦେଲେ। ଏସବୁ ପରମେଶ୍ୱରଙ୍କ ନିରୂପିତ ସମୟରେ ଘଟିଲା। 3 ସାରା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ, ଏବଂ ଅବ୍ରହାମ ତାଙ୍କର ନାମକରଣ କରି ତା’ର ନାମ ଦେଲେ ଇସ୍ହାକ, 4 ଅବ୍ରହାମ ପରମେଶ୍ୱରଙ୍କ ନିର୍ଦ୍ଦେଶ ଅନୁସାରେ ଇସ୍ହାକକୁ ଠିକ୍ ଆଠଦିନ ପରେ ସୁନ୍ନତ କଲେ।
5 ଇସ୍ହାକଙ୍କ ଜନ୍ମ ବେଳକୁ ଅବ୍ରହାମଙ୍କର ଏକଶହ ବର୍ଷ ବୟସ ହୋଇଥିଲା। 6 ଏବଂ ସାରା କହିଲେ, “ପରମେଶ୍ୱର ମୋ’ ନିମନ୍ତେ ହସ ଦେଲେ ଏବଂ ଯିଏ ଏହା ଶୁଣିବ ସେ ମଧ୍ୟ ହସିବ। 7 କୌଣସି ଲୋକ ଚିନ୍ତା କଲେ ନାହିଁ ଯେ, ମୁଁ ଅବ୍ରହାମଠାରୁ ପିଲାକୁ ଜନ୍ମ ଦେବି। କିନ୍ତୁ ମୁଁ ତାଙ୍କୁ ବୃଦ୍ଧାବସ୍ଥାରେ ଏକ ପୁତ୍ର ଦେଲି।”
ଗୃହରେ ବିବାଦ ଦେଖା ଦେଲା
8 ଯେତେବେଳେ ଇସ୍ହାକ ଯଥେଷ୍ଟ ବଡ଼ ହେଲେ ଖାଦ୍ୟ ଖାଇବା ଆରମ୍ଭ କଲେ। ତେଣୁ ଅବ୍ରହାମ ଏକ ବିରାଟ ଭୋଜିର ଆୟୋଜନ କଲେ। 9 ହାଗାରର ପୁଅ ଖେଳୁଥିବାର [a] ସାରା ଦେଖିଲେ। ଯାହା ହାଗାର ମିଶରୀୟ ଏହି ପୁତ୍ର ଅବ୍ରହାମଙ୍କ ଦ୍ୱାରା ହୋଇଥିଲା। 10 ସାରା ଅବ୍ରହାମଙ୍କୁ କହିଲେ, “ସେହି ଦାସୀ ଓ ତା’ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତେବେଳେ ଆମ୍ଭେ ମରିଯିବା ମୋର ପୁତ୍ର ଇସ୍ହାକ ଆମ୍ଭର ଉତ୍ତରାଧିକାରୀ ହେବ। ମୁଁ ସେହି ଦାସୀର ପୁତ୍ର, ଇସ୍ହାକ ସହିତ ଅଂଶ ଅଧିକାର ପାଉ ବୋଲି ଗ୍ଭହେଁ ନାହିଁ।”
11 ଏହି ଦୁଃଖ ଅବ୍ରହାମଙ୍କୁ ଘାରିଲା, ସେ ତାଙ୍କର ପୁତ୍ର ଇଶ୍ମାଏଲ ବିଷୟରେ ବହୁତ ଭାବିଲେ। 12 କିନ୍ତୁ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭର ସେହି ଦାସୀ ଏବଂ ତାଙ୍କର ପୁତ୍ର ପାଇଁ ବ୍ୟସ୍ତ ହେବାର ନାହିଁ। ସାରା ଯେପରି ଗ୍ଭହୁଁଛି ସେପରି କର। ଇସ୍ହାକ ତୁମ୍ଭର ପରିବାରର ନାମ ରଖିବ। 13 କିନ୍ତୁ ମୁଁ ତୁମ୍ଭର ଦାସୀର ପୁତ୍ରଠାରୁ ମଧ୍ୟ ଏକ ମହାନ ଜାତି ନିର୍ମାଣ କରିବି। କାରଣ ସେ ତୁମ୍ଭର ପୁତ୍ର।”
14 ତା’ ପରଦିନ ପ୍ରତ୍ୟୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲେ। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା’ର ପୁତ୍ରକୁ ସେହି ଜିନିଷ ସହିତ ପଠାଇ ଦେଲେ। ହାଗାର ସେ ସ୍ଥାନ ଛାଡ଼ି ବେର୍ଶେବା ମରୁଭୂମିରେ ଭ୍ରମଣ କଲେ।
15 ଯେତେବେଳେ ସମସ୍ତ ପାଣି ଶେଷ ହୋଇଗଲା ସେତେବେଳେ ହାଗାର ତା’ର ପୁତ୍ରକୁ ଏକ ବୁଦା ତଳେ ରଖିଲା। 16 ହାଗାର ସେଠାରୁ କିଛି ଦୂରକୁ ଗଲା, ସେତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ଯାଏ। ସେଠାରେ ସେ ଯାଇ ବସି ପଡ଼ିଲା। ହାଗାର ତା’ର ପିଲାଟି ମୃତ୍ୟୁବରଣ କରୁଥିବାର ଦେଖିବାକୁ ଗ୍ଭହିଁଲା ନାହିଁ। ତେଣୁ ସେ ସେଠାରେ କ୍ରନ୍ଦନ କଲା।
17 ପରମେଶ୍ୱର ସେହି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ୱରଙ୍କର ଦୂତ ସ୍ୱର୍ଗରୁ ହାଗାରକୁ କହିଲେ, “କ’ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସେହି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି। 18 ଯାଅ ଏବଂ ବାଳକକୁ ସାହାଯ୍ୟ କର। ତା’ର ହାତ ଧରି ତାକୁ ଆଗେଇ ନିଅ। ମୁଁ ତାଙ୍କୁ ବହୁ ସନ୍ତାନର ପିତା କରିବି।”
19 ଏହା ପରେ ପରମେଶ୍ୱର ହାଗାରକୁ ଏକ କୂପ ଦେଖାଇଲେ। ତେଣୁ ହାଗାର ସେହି କୂପ ପାଖକୁ ଯାଇ ତାଙ୍କର ଥଳିରେ ପାଣି ଭର୍ତ୍ତିକଲା। ଏହା ପରେ ତା’ର ପୁତ୍ରକୁ ସେଥିରୁ ପାଣି ପିଇବାକୁ ଦେଲା।
20 ପରମେଶ୍ୱରଙ୍କର ଦୟାରୁ ସେହି ବାଳକ ବଡ଼ ହେଲା। ଇଶ୍ମାଏଲ ମରୁଭୂମିରେ ବାସକଲା ଏବଂ ଏକ ଶିକାରୀ ହେଲା। ସେ ଧନୁ ମାରିବା ନିପୁଣଭାବରେ ଶିକ୍ଷା କଲା। 21 ତା’ର ମା ତା’ ପାଇଁ ଏକ ସ୍ତ୍ରୀ ମିଶରରେ ଠିକ୍ କଲା। ସେମାନେ ପାରଣ ନାମକ ମରୁଭୂମିରେ ବାସ କଲେ।
ଅବିମେଲକ ସହିତ ଅବ୍ରହାମଙ୍କର ମୂଲଗ୍ଭଲ
22 ଏହା ପରେ ଅବିମେଲକ ଏବଂ ଫୀଖୋଲ୍ ନାମକ ଅବ୍ରହାମଙ୍କର ସେନାପତି ଅବ୍ରହାମଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ସହାୟ ଅଟନ୍ତି। 23 ତେଣୁ ତୁମ୍ଭେ ମୋ’ଠାରେ ପରମେଶ୍ୱରଙ୍କ ଆଗରେ ପ୍ରତିଜ୍ଞା କର। ତୁମ୍ଭେ ଏହି ପ୍ରତିଜ୍ଞା କର ଯେ ତୁମ୍ଭେ ମୋ’ ପ୍ରତି ଓ ମୋର ସନ୍ତାନମାନଙ୍କ ପ୍ରତି ବିଶ୍ୱାସଘାତ କରିବ ନାହିଁ। ପ୍ରତିଜ୍ଞା କର ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇବ ଏବଂ ମୋର ଦେଶ ଯେଉଁଠାରେ ତୁମ୍ଭେ ଏକ ବିଦେଶୀ ପରି ବାସ କରୁଛ। ପ୍ରତିଜ୍ଞା କର ତୁମ୍ଭେ ମୋ’ ପ୍ରତି ଦୟା କରିବ। ମୁଁ ଯେପରି ତୁମ୍ଭକୁ ଦୟା ଦେଖାଇଛି।”
24 ତହିଁରେ ଅବ୍ରହାମ କହିଲେ, “ମୁଁ ପ୍ରତିଜ୍ଞା କରୁଛି।” 25 ଏହା ପରେ ଅବ୍ରହାମ ଅବିମେଲକଠାରେ ଅଭିଯୋଗ କଲେ। କାରଣ ଅବିମେଲକର ଦାସମାନେ ଏକ କୂଅକୁ କବ୍ଜା କରି ନେଇଛନ୍ତି।
26 କିନ୍ତୁ ଅବିମେଲକ କହିଲେ, “ମୁଁ ଜାଣେ ନାହିଁ କିଏ ଏହା କରିଛି। ତୁମ୍ଭେ ଆଗରୁ ମୋତେ ଏ ବିଷୟରେ କିଛି କହିଲ ନାହିଁ। ମୁଁ ଆଜି ଏ ବିଷୟରେ ଶୁଣିବାକୁ ପାଇଲି।”
27 ତେଣୁ ଅବ୍ରହାମ ଓ ଅବିମେଲକ ମଧ୍ୟରେ ଏକ ଚୁକ୍ତି ହେଲା। ଅବ୍ରହାମ ଅବିମେଲକକୁ ଚୁକ୍ତିର ପ୍ରମାଣ ସ୍ୱରୂପ କିଛି ମେଷ ଓ ଗୋରୁ ଦେଲେ। 28 ଅବ୍ରହାମ ମଧ୍ୟ ମେଷପଲରୁ ସାତୋଟା ମେଷବତ୍ସା ଅଲଗା କରି ରଖିଲେ।
29 ଅବିମେଲକ ଅବ୍ରହାମଙ୍କୁ ପଗ୍ଭରିଲେ, “କାହିଁକି ତୁମ୍ଭେ ଏହି ସାତୋଟା ମେଷକୁ ଅଲଗା କଲ?”
30 ଅବ୍ରହାମ ଉତ୍ତର ଦେଲେ, “ମୁଁ ଯେ ଏହି କୂପ ଖୋଳିଅଛି ତହିଁର ପ୍ରମାଣ ନିମନ୍ତେ ମୋ’ଠାରୁ ଏହି ସାତୋଟା ମେଷ ବତ୍ସା ନେବାକୁ ହେବ।”
31 ଏଣୁ ସେହି ସ୍ଥାନର ନାମ ବେର୍ଶେବା ହେଲା, ସେ ସେହି କୂପର ନାମ ଏପରି ଦେଲେ, କାରଣ ସେହି ସ୍ଥାନରେ ଉଭୟ ପ୍ରତିଜ୍ଞା କରିଥିଲେ।
32 ତେଣୁ ଅବ୍ରହାମ ଏବଂ ଅବିମେଲକ ବେର୍ଶେବାଠାରେ ଏକ ଚୁକ୍ତି କଲେ। ଏହା ପରେ ଅବିମେଲକ ଏବଂ ତାଙ୍କର ସେନାପତି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଗଲେ।
33 ଅବ୍ରହାମ ଏକ ବିଶେଷ ଗଛ ସେଠାରେ ରୋପଣ କଲେ। ସେହି ସ୍ଥାନରେ ଅବ୍ରହାମ ଅନାଦି ଅନନ୍ତ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ। 34 ଏବଂ ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶରେ ବହୁ ଦିନ ବାସ କଲେ।
ଯୀଶୁ ଶ୍ରମିକମାନଙ୍କର କାହାଣୀ କହିଲେ
20 “ସ୍ୱର୍ଗରାଜ୍ୟ ଜଣେ ଜମିଦାରଙ୍କ ଭଳି। ଜମିଦାରଙ୍କର କେତେକ ଦ୍ରାକ୍ଷା ବଗିଗ୍ଭ ଥିଲା। ଦିନେ ବଡ଼ି ସକାଳୁ ସେ ତାହାଙ୍କ ଦ୍ରାକ୍ଷାବଗିଗ୍ଭରେ କାମ କରିବା ପାଇଁ ଅନ୍ୟ କେତେକ ଶ୍ରମିକ ଆଣିବାକୁ ବାହାରିଗଲେ। 2 ସେ ଶ୍ରମିକମାନଙ୍କୁ ସେଦିନ କାମ କରିବା ବାବଦରେ ଗୋଟିଏ ଗୋଟିଏ ରୌପ୍ୟ ମୁଦ୍ରା ଦେବା ପାଇଁ ରାଜି ହେଲେ। ତା’ପରେ ସେ ଶ୍ରମିକମାନଙ୍କୁ ବଗିଗ୍ଭକୁ କାମ କରିବାକୁ ପଠାଇଦେଲେ।
3 “ପ୍ରାୟ ନଅଟା ବେଳେ ସେ ବଜାର ଆଡ଼କୁ ଗଲେ ଓ ସେଠାରେ କେତେକ ଶ୍ରମିକଙ୍କୁ ଠିଆ ହୋଇଥିବାର ଦେଖିଲେ। ସେମାନଙ୍କ ପାଖରେ କିଛି କାମ ନ ଥିଲା। 4 ତେଣୁ ସେ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ଯଦି ଯାଇ ମୋ’ ଦ୍ରାକ୍ଷାବଗିଗ୍ଭରେ କାମ କରିବ, ତେବେ ତୁମ୍ଭର ଯାହା ଉଚିତ୍ ପ୍ରାପ୍ୟ ହେବ, ମୁଁ ତୁମ୍ଭକୁ ତାହା ଦେବି।’ 5 ତେଣୁ ସେମାନେ ମଧ୍ୟ ଦ୍ରାକ୍ଷାବଗିଗ୍ଭକୁ କାମ କରିବାକୁ ଗଲେ।
“ପୁଣି ପ୍ରାୟ ବାରଟା ବେଳେ ଓ ଆଉଥରେ ପ୍ରାୟ ତିନିଟା ବେଳେ ସେ ଘରୁ ଯାଇ ପୂର୍ବଭଳି ଆଉ କେତେକ ଶ୍ରମିକଙ୍କୁ ଆଣିଲେ। 6 ପ୍ରାୟ ପାଞ୍ଚଟା ବେଳେ ସେ ଘରୁ ଯାଇ ବଜାରରେ ଦେଖିଲେ ଯେ କେତେକ ଲୋକ ଠିଆ ହୋଇଛନ୍ତି। ସେ ସେମାନଙ୍କୁ ପଗ୍ଭରିଲେ, ‘ତୁମ୍ଭେମାନେ ଦିନସାରା କିଛି କାମ ନ କରି ଏଠାରେ ଏମିତି କାହିଁକି ଠିଆ ହୋଇଛ?’
7 “ସେମାନେ କହିଲେ, ‘ଆମ୍ଭକୁ କେହି ମଜୁରୀ ଦେଇ କାମ କରିବାକୁ ଡାକି ନାହାନ୍ତି।’
“ଜମିଦାର ଜଣକ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ମଧ୍ୟ ଯାଇ ମୋର ଦ୍ରାକ୍ଷାବଗିଗ୍ଭରେ କାମ କର।’
8 “ସନ୍ଧ୍ୟା ହେବାରୁ ଦ୍ରାକ୍ଷାବଗିଗ୍ଭର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡାକି କହିଲେ, ‘ଶ୍ରମିକମାନଙ୍କୁ ଡାକ। ମୁଁ ଯେଉଁମାନଙ୍କୁ ଶେଷରେ କାମରେ ଲଗାଇଲି ସେହି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦେବା ଆରମ୍ଭ କର। ସର୍ବ ଶେଷରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।’
9 “ଯେଉଁମାନେ ପାଞ୍ଚଟା ବେଳେ ଆସିଥିଲେ, ସେମାନେ ମଜୁରୀ ନେବାକୁ ଆସିଲେ। ପ୍ରତ୍ୟେକ ଶ୍ରମିକ ଗୋଟିଏ କରି ରୌପ୍ୟମୁଦ୍ରା ପାଇଲେ। 10 ଯେତେବେଳେ ଆଗ ଆସିଥିବା ଶ୍ରମିକମାନେ ଆସିଲେ, ସେମାନେ ଭାବିଥିଲେ ଯେ ସେମାନଙ୍କୁ କିଛି ଅଧିକ ମିଳିବ। କିନ୍ତୁ ସେମାନେ ମଧ୍ୟ ପ୍ରତ୍ୟେକ ଗୋଟିଏ କରି ରୌପ୍ୟମୁଦ୍ରା ପାଇଲେ। 11 ସେମାନେ ଗୋଟିଏ ଗୋଟିଏ ରୌପ୍ୟମୁଦ୍ରା ନେଇସାରି ଜମିଦାରଙ୍କ ଆଗରେ ଯାଇ ଏ ବିଷୟରେ ଅଭିଯୋଗ କଲେ। 12 ସେମାନେ କହିଲେ, ‘ଶେଷରେ ଆସିଥିବା ଶ୍ରମିକମାନେ ମାତ୍ର ଗୋଟିଏ ଘଣ୍ଟା କାମ କରିଛନ୍ତି। ଆମ୍ଭେ ଖରାରେ ଦିନସାରା କଠିନ ପରିଶ୍ରମ କରିଛୁ। କିନ୍ତୁ ଆପଣ ସେମାନଙ୍କୁ ଯେତିକି ମଜୁରୀ ଦେଲେ, ଆମ୍ଭକୁ ମଧ୍ୟ ସେତିକି ମଜୁରୀ ଦେଲେ!’
13 “ଜମିଦାର ସେହି ଶ୍ରମିକମାନଙ୍କ ଭିତରୁ ଜଣକୁ କହିଲେ, ‘ବନ୍ଧୁ, ମୁଁ ତୁମ୍ଭ ପ୍ରତି ଅନ୍ୟାୟ କରି ନାହିଁ। ତୁମ୍ଭେ ଗୋଟିଏ ଗୋଟିଏ ରୌପ୍ୟମୁଦ୍ରା ନେଇ କାମ କରିବ ବୋଲି ମୋ’ ସାଙ୍ଗରେ ରାଜି ହୋଇ ନ ଥିଲ କି? 14 ଯାହା ତୁମ୍ଭର ପ୍ରାପ୍ୟ ତାହା ନେଇ ଘରକୁ ଯାଅ। ମୁଁ ତୁମ୍ଭମାନଙ୍କୁ ଯେତିକି ଦେଇଛି, ଶେଷରେ ଆସିଥିବା ଶ୍ରମିକକୁ ସେତିକି ଲେଖାଏଁ ଦେବାକୁ ଗ୍ଭହୁଁଛି। 15 ମୋ’ ଧନକୁ ମୋର ଯେଭଳି ଇଚ୍ଛା ହେବ, ସେଭଳି ଖର୍ଚ୍ଚ କରିବାର ଅଧିକାର କ’ଣ ମୋର ନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ’ଣ ତୁମ୍ଭେ ଈର୍ଷା କରୁଛ କି?’
16 “ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶେଷରେ ଅଛନ୍ତି, ଭବିଷ୍ୟତରେ ସେମାନେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁ ଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନ ପାଇବେ।”
ଯୀଶୁ ତାଙ୍କ ନିଜ ମୃତ୍ୟୁ ବିଷୟରେ କହିଲେ(A)
17 ଯୀଶୁ ଯିରୁଶାଲମକୁ ଯାଉଥିଲେ। ତାହାଙ୍କର ବାରଜଣ ଶିଷ୍ୟ ତାହାଙ୍କ ସହିତ ଥିଲେ। ସେମାନେ ଗ୍ଭଲିକରି ଯାଉଥିବା ସମୟରେ ଯୀଶୁ ସେହି ବାରଜଣ ଶିଷ୍ୟଙ୍କୁ ଗୋଟିଏ ପାଖକୁ ଡାକିନେଇ କହିଲେ, 18 “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ମନୁଷ୍ୟପୁତ୍ରଙ୍କୁ ସେଠାରେ ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନଙ୍କ ହାତରେ ଦେଇ ଦିଆଯିବ। ସେମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ କହିବେ। 19 ସେମାନେ ଯୀଶୁଙ୍କୁ ଅଣଯିହୂଦୀ ଲୋକଙ୍କ ହାତରେ ଦେଇଦେବେ, ସେହି ଲୋକମାନେ ଯୀଶୁଙ୍କୁ ଉପହାସ କରିବେ, କୋରଡ଼ାରେ ପିଟିବେ ଏବଂ ଗୋଟିଏ କ୍ରୁଶରେ ଚଢ଼ାଇ ତାହାଙ୍କୁ ମାରିଦେବେ। କିନ୍ତୁ ମୃତ୍ୟୁର ତୃତୀୟ ଦିନ ସେ ପୁଣି ବଞ୍ଚି ଉଠିବେ।”
ଏକ ମାତାଙ୍କର ବିଶେଷ ଅନୁରୋଧ(B)
20 ତା’ପରେ ଜେବଦୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ଏବଂ ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସେମାନଙ୍କର ମା ଯୀଶୁଙ୍କୁ ପ୍ରଣାମ କଲେ। ସେ ସେମାନଙ୍କ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।
21 ଯୀଶୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ଭହୁଁଛ?”
ସେ କହିଲେ, “ଆପଣ ପ୍ରତିଜ୍ଞା କରି କୁହନ୍ତୁ ଯେ, ଆପଣଙ୍କ ରାଜ୍ୟରେ ମୋର ଏହି ଦୁଇ ପୁଅଙ୍କ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଅନ୍ୟ ଜଣକ ବାମପଟେ ବସିବ।”
22 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁ ନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ’ଣ ତୁମ୍ଭେ ଭୋଗ କରି ପାରିବ?”
ସେମାନେ ଉତ୍ତର ଦେଲେ, “ହଁ, ଆମ୍ଭେ ପାରିବୁ।”
23 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁଭଳି ଯାତନା ଭୋଗ କରିବି, ତୁମ୍ଭେମାନେ ମଧ୍ୟ ପ୍ରକୃତରେ ସେହିଭଳି ଯାତନା ଭୋଗ କରିବ। କିନ୍ତୁ ମୋର ଡାହାଣ ପଟେ କିଏ ବସିବ ବା ବାମ ପଟେ କିଏ ବସିବ, ତାହା ବାଛିବାର ଅଧିକାର ମୋର ନାହିଁ। କାରଣ, କିଏ କେଉଁଠାରେ ବସିବେ, ତାହା ମୋର ପରମପିତା ଆଗରୁ ସ୍ଥିର କରି ସାରିଛନ୍ତି। ସେ ସେମାନଙ୍କ ପାଇଁ ଯେଉଁ ସ୍ଥାନ ପ୍ରସ୍ତୁତ କରିଛନ୍ତି, ସେମାନେ ସେହି ସ୍ଥାନରେ ବସିବେ।”
24 ଅନ୍ୟ ଦଶ ଜଣ ଶିଷ୍ୟ ଏ କଥା ଶୁଣି ସେହି ଦୁଇଭାଇଙ୍କ ଉପରେ ରାଗିଗଲେ। 25 ଯୀଶୁ ସବୁ ଶିଷ୍ୟଙ୍କୁ ଏକାଠି ଡାକି କହିଲେ, “ତୁମ୍ଭେ ଜାଣ ଯେ, ଅଣଯିହୂଦୀ ଶାସକମାନେ ସେମାନଙ୍କ କ୍ଷମତା ଅନ୍ୟ ଲୋକଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। ଆଉ ଏହା ମଧ୍ୟ ଜାଣ ଯେ, ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ସମାନଙ୍କର କର୍ତ୍ତୃତ୍ୱ ସେମାନଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। 26 କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ରରେ ସେହିଭଳି ହେବ ନାହିଁ। ତୁମ୍ଭ ଭିତରୁ ଯଦି କେହି ବଡ଼ ହେବାକୁ ଇଚ୍ଛା କରୁଛି, ତେବେ ସେ ଜଣେ ସେବକ ଭଳି ତୁମ୍ଭମାନଙ୍କର ସେବା କରିବ। 27 ଯଦି ତୁମ୍ଭ ଭିତରୁ କେହି ପ୍ରଥମ ସ୍ଥାନ ପାଇବାକୁ ଇଚ୍ଛା କରୁଛି, ତେବେ ତାକୁ ଜଣେ କ୍ରୀତଦାସ ଭଳି ତୁମ୍ଭମାନଙ୍କର ସେବା କରିବାକୁ ହେବ। 28 ମନୁଷ୍ୟପୁତ୍ରଙ୍କ କ୍ଷେତ୍ରରେ ତାହା ଏକା ଭଳି। ମନୁଷ୍ୟପୁତ୍ର ଅନ୍ୟମାନଙ୍କଠାରୁ ସେବା ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସେବା କରିବା ପାଇଁ ଆସିଅଛନ୍ତି। ମନୁଷ୍ୟପୁତ୍ର ଅନେକ ଲୋକଙ୍କ ମୁକ୍ତିର ମୂଲ୍ୟଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।”
ଯୀଶୁ ଦୁଇଜଣ ଅନ୍ଧଙ୍କୁ ସୁସ୍ଥ କଲେ(C)
29 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୀଖୋରୁ ଗଲାବେଳେ ବହୁ ସଂଖ୍ୟାରେ ଲୋକମାନେ ଯୀଶୁଙ୍କୁ ଅନୁସରଣ କରିବାକୁ ଲାଗିଲେ। 30 ରାସ୍ତା ପାଖରେ ଦୁଇଜଣ ଅନ୍ଧ ବସିଥିଲେ। ସେମାନେ ଶୁଣିଲେ ଯେ ଯୀଶୁ ସେ ବାଟ ଦେଇ ଯାଉଛନ୍ତି। ସେମାନେ ପାଟି କଲେ, “ହେ ପ୍ରଭୁ, ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟା କର।”
31 ଲୋକେ ସେମାନଙ୍କୁ ଧମକ ଦେଇ ଚୁପ୍ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, “ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।”
32 ଯୀଶୁ ରହିଗଲେ, ଦୁଇଜଣଙ୍କୁ ଡାକିଲେ ଓ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”
33 ସେମାନେ ତାହାଙ୍କୁ କହିଲେ, “ହେ ପ୍ରଭୁ, ଆମ୍ଭେ ଯେପରି ଦେଖି ପାରିବୁ, ତାହା ଗ୍ଭହୁଁଛୁ।”
34 ଯୀଶୁଙ୍କ ମନରେ ସେମାନଙ୍କ ପାଇଁ ଦୟା ଆସିଲା। ସେ ସେମାନଙ୍କର ଆଖି ଛୁଇଁଦେଲେ, ଓ ସେମାନେ ତୁରନ୍ତ ଦେଖି ପାରିଲେ। ତା’ପରେ ସେମାନେ ଯୀଶୁଙ୍କୁ ଅନୁସରଣ କଲେ।
10 ଏହି ଚୁକ୍ତି ପତ୍ରଗୁଡ଼ିକ ଏହିସବୁ ଅଧିକାରୀଙ୍କ ମୋହରରେ ସ୍ୱାକ୍ଷରିତ ହୋଇଥିଲା। ଯଥା:
ରାଜ୍ୟପାଳ ନିହିମିୟା ହଖଲିୟଙ୍କ ପୁତ୍ର। ସିଦିକିୟ, 2 ସରାୟ, ଅସରିୟ, ଯିରିମିୟ, 3 ପଶ୍ହୂର, ଅମରିୟ, ମଲ୍କିୟ, 4 ହଟୂଶ୍, ଶବନିୟ, ମଲ୍ଲୂକ, 5 ହାରିମ୍, ମରେମୋତ୍, ଓବେଦିୟ, 6 ଦାନିୟେଲ, ଗିନ୍ନଥୋନ୍, ବାଋକ୍, 7 ମଶୁଲ୍ଲମ୍, ଅବିୟ, ମିୟାମୀନ, 8 ମାସିୟ, ବିଲ୍ଗୟ, ଶମୟିୟ, ଏମାନେ ସମସ୍ତେ ଯାଜକ ଥିଲେ।
9 ଲେବୀୟଗଣ ଯଥା:
ଅସନିୟର ପୁତ୍ର ଯେଶୂୟ, ହେନାଦଦର ସନ୍ତାନଗଣ ମଧ୍ୟରୁ ବିନ୍ନୁୟି ଓ କଦ୍ମିୟେଲ୍। 10 ସେମାନଙ୍କର ଭାତୃଗଣ, ଶବନିୟ, ହୋଦିୟ, କଲିଟ୍, ପଲାୟ, ହାନନ୍, 11 ମୀଖା, ରହୋବ, ହଶବିୟ, 12 ସକ୍କୁର, ଶେରେବୀୟ, ଶବନିୟ, 13 ହୋଦିୟ, ବାନି, ବନୀନୁ,
14 ଏହି ଲୋକମାନଙ୍କର ପ୍ରଧାନ ବର୍ଗମାନେ,
ପରିୟୋଶ୍, ପହତ୍-ମୋୟାବ, ଏଲମ୍, ସତ୍ତୁ, ବାନି, 15 ବୁନ୍ନି, ଅସ୍ଗଦ୍, ବେବୟ, 16 ଅଦୋନିୟ, ବିଗ୍ବୟ, ଆଦୀନ, 17 ଆଟେର, ହିଜକିୟ, ଅସୂର, 18 ହୋଦିୟ, ହଶୁମ୍, ବେତ୍ସୟ, 19 ହାରୀଫ୍, ଅନାଥୋତ୍, ନୋବୟ। 20 ମଗ୍ପୀୟସ, ମଶୁଲ୍ଲମ୍ ଓ ହେଷୀର, 21 ମଶେଷବେଲ, ସାଦୋକ୍, ଯଦ୍ଦୁୟ, 22 ପଲାଟିୟ, ହାନନ୍ ଓ ଅନାୟ, 23 ହୋଶେୟ, ହନାନିୟ, ଓ ହଶୂବ, 24 ହଲୋହେସ, ପିଲହ, ଶୋବେକ, 25 ରହୂମ୍, ହଶବ୍ନା ଓ ମାସେୟ, 26 ଅହିୟ, ହାନନ୍ ଓ ଅନାନ୍, 27 ମଲ୍ଲୂକ୍, ହାରିମ୍ ଏବଂ ବାନା।
28-29 ତେଣୁ ଏହି ଲୋକମାନେ ସମସ୍ତେ ମିଶି ପରମେଶ୍ୱରଙ୍କ ନିକଟରେ ଏକ ଶପଥ କଲେ। ସେମାନେ କହିଲେ, “ଯଦି ଆମ୍ଭେମାନେ ଆମ୍ଭର ଶପଥ ନରଖୁ, ତେବେ ଆମ୍ଭମାନଙ୍କ ପାଇଁ ସବୁ ଅଘଟଣ ଘଟିବ।” ପରମେଶ୍ୱରଙ୍କ ବ୍ୟବସ୍ଥା ତାଙ୍କର ଦାସ ମୋଶାଙ୍କ ଦ୍ୱାରା ଘୋଷଣା କରାଗଲା। ଏହି ସମସ୍ତ ଲୋକମାନେ ସାବଧାନ ସହକାରେ ସଦାପ୍ରଭୁ ପରମେଶ୍ୱରଙ୍କର ବ୍ୟବସ୍ଥା ଓ ନିୟମ ମାନିବା ପାଇଁ ଶପଥ କଲେ। ସେମାନେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସେମାନଙ୍କୁ ଅନ୍ୟ ସ୍ଥାନରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସେମାନେ ପରମେଶ୍ୱରଙ୍କର ବ୍ୟବସ୍ଥା ରଖିପାରିବେ। ସେମାନେ ସେମାନଙ୍କର ସ୍ତ୍ରୀଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସେମାନେ ସେମାନଙ୍କର ଭାତୃଗଣ, ସେମାନଙ୍କର କୁଳୀନଗଣ ଏହି ଶପଥ ନେବା ପାଇଁ ରାଜି ଥିଲେ।
30 ସେମାନେ ପ୍ରତିଜ୍ଞା କରି କହିଲେ, “ଆମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଆପଣାମାନଙ୍କ କନ୍ୟାଗଣ ଦେବୁ ନାହିଁ। କି ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣ ଗ୍ରହଣ କରିବୁ ନାହିଁ।
31 “ଆମ୍ଭେ ପ୍ରତିଜ୍ଞା କରୁଅଛୁ, ଆଉ ଦେଶସ୍ଥ ଲୋକମାନେ ବିଶ୍ରାମ ବାରରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ୟ ବିକିବାକୁ ଆଣିଲେ, ଆମ୍ଭେମାନେ ବିଶ୍ରାମ ଦିନରେ, କି ଅନ୍ୟ କୌଣସି ପବିତ୍ର ଦିନରେ ସେମାନଙ୍କଠାରୁ ତାହା କିଣିବୁ ନାହିଁ। ଆଉ ସପ୍ତମ ବର୍ଷ, ସର୍ବପ୍ରକାର ଋଣ ଆଦାୟ କରିବାର ଛାଡ଼ି ଦେବୁ।
32 “ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ସେବାକାର୍ଯ୍ୟ ନିମନ୍ତେ ତାଙ୍କର ନିର୍ଦ୍ଦେଶସବୁ ମାନିବୁ। ଏବଂ ଏକ ତୃତୀୟାଂଶ ଶେକଲ ରୂପା ପ୍ରତି ବର୍ଷ ପରମେଶ୍ୱରଙ୍କ ମନ୍ଦିର କାର୍ଯ୍ୟ ପାଇଁ ଦେବୁ। 33 ଅର୍ଥାତ୍ ଦର୍ଶନୀୟ ରୋଟୀର ଓ ନିତ୍ୟ ଭକ୍ଷ୍ୟ ନୈବେଦ୍ୟର ଓ ନିତ୍ୟ ହୋମବଳିର, ବିଶ୍ରାମ ବାରର ଅମାବାସ୍ୟାର, ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ୟାଦିର ଓ ଇସ୍ରାଏଲର ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ ନିମନ୍ତେ।
34 “ଆମ୍ଭେମାନେ ଗୁଲିବାଣ୍ଟ କରି ଯାଜକମାନଙ୍କ ବଂଶ ପାଇଁ, ଲେବୀୟଗଣ ପାଇଁ, ସଦାପ୍ରଭୁଙ୍କ ମନ୍ଦିର ପାଇଁ କାଠ ଆଣୁଥିବା ଲୋକମାନଙ୍କ ପାଇଁ ବାର୍ଷିକ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରିଅଛୁ। ବ୍ୟବସ୍ଥାରେ ଯାହା ଲିଖିତ ହୋଇଅଛି ସେହି ଅନୁସାରେ ଆମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଯଜ୍ଞବେଦିରେ ସେହି କାଠଗୁଡ଼ିକ ଜଳାଯିବା ଉଚିତ୍।
35 “ଆମ୍ଭମାନଙ୍କ ଜମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ, ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ମନ୍ଦିରକୁ ଆଣିବା ପାଇଁ ଏ କଥା ଗ୍ରହଣ କରିଥିଲୁ।
36 “ବ୍ୟବସ୍ଥା ପୁସ୍ତକର ଲିଖନ ଅନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଆମ୍ଭମାନଙ୍କ ଗୋପଲର ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ ମଧ୍ୟ ନିୟମ କରୁଥିଲୁ।
37 “ଏବଂ ଆମ୍ଭେମାନେ ଉକୃଷ୍ଟ ଅଟା ଓ ସର୍ବପ୍ରକାର ବୃକ୍ଷର ଫଳ ଓ ନୂତନ ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରର କୋଠରୀକୁ ଆଣିବା ପାଇଁ ଆମ୍ଭର ଦ୍ରବ୍ୟର ଏକ ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ। କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷିନଗରରେ ଏକ ଦଶମାଂଶ ଆଦାୟ କରନ୍ତି। 38 ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ। ଆଉ ଲେବୀୟମାନେ ପରମେଶ୍ୱରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ। 39 ଇସ୍ରାଏଲର ଲୋକମାନେ ଏବଂ ଲେବୀୟମାନେ ଭଣ୍ତାର ଗୃହକୁ ନିଶ୍ଚିତରେ ତାଙ୍କର ଉପହାର ଆଣିବେ। ସେମାନେ ଶସ୍ୟ, ଦ୍ରାକ୍ଷାରସ, ତୈଳ ସେହି କୋଠରୀକୁ ଆଣିବେ, ଯେଉଁଠାରେ ଦାୟିତ୍ୱରେ ଥିବା ଯାଜକମାନେ, ଦ୍ୱାରପାଳଗଣ ଓ ଗାୟକମାନେ ପବିତ୍ର ସାମଗ୍ରୀ ରଖନ୍ତି।
ଏବଂ “ଆମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ମନ୍ଦିର ପ୍ରତି ହେଳା କରିବୁ ନାହିଁ।”
ପାଉଲଙ୍କ ମାକିଦନିଆ ଓ ଗ୍ରୀସ୍ ଯାତ୍ରା
20 ଉତ୍ତେଜନା ଶାନ୍ତ ହେବା ପରେ ପାଉଲ ଯୀଶୁଙ୍କର ଶିଷ୍ୟମାନଙ୍କୁ ଡକାଇ ପାଠାଇଲେ ଓ ସେମାନଙ୍କୁ ଉତ୍ସାହିତ କଲେ। ତା’ପରେ ସେମାନଙ୍କଠାରୁ ବିଦାୟ ନେଇ ସେ ମାକିଦନିଆକୁ ଯାତ୍ରା କଲେ। 2 ସେହି ଅଞ୍ଚଳ ଦେଇ ଯିବା ବେଳେ ଯୀଶୁଙ୍କ ଅନୁଗାମୀ ଲୋକମାନଙ୍କୁ ବଳ ପ୍ରଦାନ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହଜନକ କଥା କହିଲେ। ତା’ପରେ ସେ ଗ୍ରୀସ୍ରେ ପହଞ୍ଚିଲେ। 3 ସେଠାରେ ସେ ତିନି ମାସ ପର୍ଯ୍ୟନ୍ତ ରହିଲେ।
ସେଠାରୁ ସୁରିଆକୁ ଜଳଯାତ୍ରା କରିବା ପାଇଁ ଗ୍ଭହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆକୁ ଫେରି ଯିବା ପାଇଁ ସ୍ଥିର କଲେ। 4 ତାହାଙ୍କ ସହିତ ବେରୟା ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥେସଲନୀକୀୟର ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ। 5 ଏମାନେ ସମସ୍ତେ ଆଗେ ଯାଇ ତ୍ରୋୟା ନଗରରେ ଆମ୍ଭମାନଙ୍କୁ ଅପେକ୍ଷା କଲେ। 6 ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲିପ୍ପୀ ନଗରରୁ ଜଳପଥରେ ସେମାନଙ୍କ ପାଖରେ ତ୍ରୋୟାରେ ପହଞ୍ଚିଲୁ। ଆମ୍ଭେ ସେଠାରେ ସାତ ଦିନ ପର୍ଯ୍ୟନ୍ତ ରହିଲୁ।
ପାଉଲଙ୍କର ତ୍ରୋୟା ଯାତ୍ରା
7 ଆମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଗ୍ଭଲିଯିବା ପାଇଁ ଯୋଜନା କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଉପଦେଶ ଦେଲେ। 8 ଆମ୍ଭେ ଯେଉଁଠି ଏକାଠି ହୋଇଥିଲୁ, ସେହି ଉପର ଘରେ ଅନେକଗୁଡ଼ିଏ ଦୀପ ଥିଲା। 9 ଇଉତୁଖ ନାମକ ଜଣେ ଯୁବକ ଝରକା କଡ଼ରେ ବସି ଖୁବ୍ ନିଦରେ ଶୋଇ ପଡ଼ିଥିଲା। ପାଉଲ କହି ଗ୍ଭଲିଥିଲାବେଳେ ସେ ନିଘୋଡ଼ ନିଦରେ ଶୋଇପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତେବେଳେ ସେମାନେ ତାହାକୁ ଉଠାଇଲେ, ସେ ମରିସାରିଥିଲା।
10 ପାଉଲ ତଳକୁ ଆସି ଆଣ୍ଠେଇ ପଡ଼ିଲେ, ଓ ତାହାକୁ ନିଜ ହାତରେ ଟେକିନେଲେ ଓ କହିଲେ, “ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ। ସେ ଏବେ ଜୀବିତ ହେବ।” 11 ତା’ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସେମାନଙ୍କ ସହିତ ଅଧିକ ସମୟ ପାହାନ୍ତିଆ ପର୍ଯ୍ୟନ୍ତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ। 12 ସେମାନେ ଯୁବକକୁ ଜୀବିତ ପାଇ ଘରକୁ ନେଇଗଲେ ଓ ବହୁତ ଆଶ୍ୱସ୍ତ ହେଲେ।
ତ୍ରୋୟାରୁ ମିତୁଲୀନୀକୁ ଯାତ୍ରା
13 ଆମ୍ଭେମାନେ ସେଠାରୁ ଜାହାଜରେ ଆସସ୍ ନଗରକୁ ଯାତ୍ରା କଲୁ। ସେଠାରୁ ପାଉଲଙ୍କୁ ନେବା ପାଇଁ ଭାବିଥିଲୁ। ସେ ସ୍ଥଳ ମାର୍ଗରେ ଗ୍ଭଲି ଯିବା ପାଇଁ ଇଚ୍ଛା କଲେ। 14 ପରେ ପାଉଲ ଆମ୍ଭ ସହିତ ଆସସ୍ ନଗରରେ ଦେଖା ଦେଲେ। ସେ ଆମ୍ଭ ସହିତ ଜାହାଜରେ ଚଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ। 15 ତହିଁ ଆରଦିନ ଆମ୍ଭେ ସେଠାରୁ ଜାହାଜରେ ଖିଅ ଉପଦ୍ୱୀପ ସାମନାରେ ଆସି ପହଞ୍ଚିଲୁ। ତା’ପରେ ଦ୍ୱିତୀୟ ଦିନ ଆମ୍ଭେ ମିଳିତ ନଗରରେ ପହଞ୍ଚିଲୁ। 16 ପାଉଲ ଏସିଆରେ ଅଧିକ ସମୟ ରହିବା ପାଇଁ ଇଚ୍ଛା କରୁ ନ ଥିଲେ। ସେ ଏଫିସରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ଯିରୁଶାଲମରେ ପହଞ୍ଚିବା ପାଇଁ ତର ତର ହେଉଥିଲେ।
ପାଉଲଙ୍କର ଏଫିସ ନଗରର ପ୍ରାଚୀନ ଲୋକଙ୍କ ସହିତ କଥାବାର୍ତ୍ତା
17 ପାଉଲ ମୀଲୀତଠାରୁ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଇଲେ।
18 ସେ ସେମାନଙ୍କୁ ଆସି ପହଞ୍ଚିବା ପରେ କହିଲେ, “ମୁଁ ଏସିଆରେ ପହଞ୍ଚିବାର ପ୍ରଥମ ଦିନଠାରୁ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭମାନଙ୍କ ସହିତ ରହିଲା ବେଳେ ମୁଁ କିଭଳି ଜୀବନଯାପନ କରିଛି, ତାହା ତୁମ୍ଭେମାନେ ଜାଣ। 19 ଯିହୂଦୀମାନେ ମୋ’ ବିରୁଦ୍ଧରେ ବହୁତ ଷଡ଼ଯନ୍ତ୍ର କରିଛନ୍ତି। ସେମାନେ ମୋତେ ବହୁତ ଅସୁବିଧାରେ ପକାଇଛନ୍ତି। ତଥାପି ମୁଁ ସମ୍ପୂର୍ଣ୍ଣ ନମ୍ରତାର ସହିତ ଅଶ୍ରୁପାତ କରି ପ୍ରଭୁଙ୍କର ସେବା କରିଛି। 20 ଯେଉଁସବୁ ବିଷୟ ତୁମ୍ଭମାନଙ୍କ ନିମନ୍ତେ ମଙ୍ଗଳଜନକ, ସେହିସବୁ ତୁମ୍ଭମାନଙ୍କ ନିକଟରେ ମୁଁ ବିନା ସଙ୍କୋଚରେ ପ୍ରଗ୍ଭର କରିଛି। ଜନସାଧାରଣଙ୍କ ସାମନାରେ ଓ ଘରେ ଘରେ ବୁଲି ମୁଁ ତୁମ୍ଭମାନଙ୍କୁ ଉପଦେଶ ଦେଇଛି। 21 ମୁଁ ଯିହୂଦୀ ଓ ଗ୍ରୀକ ଏବଂ ସମସ୍ତ ଲୋକମାନଙ୍କୁ ମନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ନିକଟକୁ ଆସିବା ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ ଚେତାଇ ଦେଇଅଛି।
22 “କିନ୍ତୁ ମୁଁ ବର୍ତ୍ତମାନ ପବିତ୍ରଆତ୍ମାଙ୍କର ବାଧ୍ୟ ହୋଇ ଯିରୁଶାଲମକୁ ଯାଉଛି। ମୁଁ ଜାଣି ନାହିଁ, ମୋର ସେଠାରେ କ’ଣ ହେବ। 23 ମୋତେ ପବିତ୍ରଆତ୍ମା ଜଣାଉଅଛନ୍ତି ଯେ ପ୍ରତି ନଗରରେ ମୁଁ କାରାବରଣ ଓ ଅସୁବିଧା ଭୋଗ କରିବି। 24 କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ୱରଙ୍କ ଅନୁଗ୍ରହଜନକ ସୁସମାଗ୍ଭର ଘୋଷଣା କରିବାର ଯେଉଁ କାର୍ଯ୍ୟ ଓ ସେବା ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେଷ୍ଟା କରୁଛି। ଏଥିପାଇଁ ମୋ’ ନିଜର ଜୀବନକୁ ନିତାନ୍ତ ମୂଲ୍ୟହୀନ ମଣୁଅଛି।
25 “ମୁଁ ଯେଉଁମାନଙ୍କ ନିକଟରେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଘୋଷଣା କରିଥିଲି, ଅର୍ଥାତ୍ ତୁମ୍ଭେମାନେ, ତୁମ୍ଭମାନଙ୍କ ମଧ୍ୟରୁ କେହିହେଲେ ବର୍ତ୍ତମାନଠାରୁ ମୋତେ ଆଉ କେବେ ହେଲେ ଦେଖିବାକୁ ପାଇବ ନାହିଁ, ଏହା ମୁଁ ଜାଣେ। 26 ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି। ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଅଟେ। 27 କାରଣ ମୁଁ ତୁମ୍ଭମାନଙ୍କୁ ଆଗରେ ପରମେଶ୍ୱରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚରେ ଜଣାଇ ସାରିଛି। 28 ତେଣୁ ତୁମ୍ଭେମାନେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ରଆତ୍ମା ଯେଉଁ ମେଷପଲ ଉପରେ ତୁମ୍ଭମାନଙ୍କୁ ମେଷପାଳକ ରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ୱର ଆପଣା ରକ୍ତରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ। 29 ମୁଁ ଜାଣେ, ମୋ’ ଗଲାପରେ ଜଙ୍ଗଲୀ ଗଧିଆ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ। ସେମାନେ ଏହି ମେଷ ପଲକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବେ। 30 ଏପରିକି ତୁମ୍ଭମାନଙ୍କ ଭିତରୁ ମଧ୍ୟ କେତେଜଣ ଲୋକ ବାହାରିବେ ଓ ଭୁଲ୍ କଥା ଉପଦେଶ ଦେଇ ଶିଷ୍ୟମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। 31 ତେଣୁ ତୁମ୍ଭେମାନେ ସାବଧାନ ହୋଇ ରୁହ। ତୁମ୍ଭେମାନେ ମନେପକାଅ ଯେ, ମୁଁ ତିନି ବର୍ଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପାଖରେ ରହି ଆଖିର ଲୁହରେ ପ୍ରତ୍ୟେକଙ୍କୁ ଦିନରାତି ସତର୍କବାଣୀ ଶୁଣାଇ ଥିଲି।
32 “ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ନିକଟରେ ଓ ତାହାଙ୍କ ଅନୁଗ୍ରହଜନକ ବାକ୍ୟ ନିକଟରେ ସମର୍ପଣ କରୁଅଛି। ଏହି ବାକ୍ୟ ହିଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବ ଓ ପରମେଶ୍ୱର ତାହାଙ୍କର ସମସ୍ତ ପବିତ୍ର ଲୋକମାନଙ୍କୁ ଦେଇଥିବା ଅଧିକାର ତୁମ୍ଭମାନଙ୍କୁ ପ୍ରଦାନ କରିବେ। 33 ମୁଁ ଯେତେବେଳେ ତୁମ୍ଭମାନଙ୍କ ସହିତ ଥିଲି, ସେତେବେଳେ ମୁଁ କେବେ କାହାର ଟଙ୍କା ଓ ସୁନ୍ଦର ବସ୍ତ୍ର ପ୍ରତି ଲୋଭ ଦେଖାଇ ନାହିଁ। 34 ତୁମ୍ଭେମାନେ ଜାଣିଛ ଯେ, ମୁଁ ନିଜେ ମୋର ଓ ମୋ’ ସହିତ ରହିଥିବା ଲୋକମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ନିଜ ହାତରେ କାର୍ଯ୍ୟ କରିଛି। 35 ମୋର ସମସ୍ତ କାର୍ଯ୍ୟ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦେଖାଇଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟ ମନେ ରଖିବା ଉଚିତ୍ ଯେ, ‘ଗ୍ରହଣ କରିବା ଅପେକ୍ଷା ଦାନ ଦେବା ଅଧିକ ଶ୍ରେଷ୍ଠ ଅଟେ।’”
36 ଏ କଥା କହିବାପରେ ପାଉଲ ଆଣ୍ଠୁମାଡ଼ି ବସିଲେ ଓ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ। 37 ସେମାନେ ସମସ୍ତେ ବହୁତ କାନ୍ଦିଲେ ଓ ପାଉଲଙ୍କୁ କୁଣ୍ଢେଇ ଧରି ଚୁମ୍ବନ ଦେଲେ। 38 ସେମାନେ ତାହାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ପାଉଲ କହିଥିବା କଥା ସେମାନଙ୍କୁ ବହୁତ ଦୁଃଖ ଦେଇଥିଲା। ସେମାନେ ସମସ୍ତେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇ ବିଦାୟ ଦେଲେ।
2010 by World Bible Translation Center