Beginning
19 ତା'ପରେ ପୀଲାତ ଯୀଶୁଙ୍କୁ ନେଇ ଯାଇ କୋରଡ଼ା ପ୍ରହାର କରିବା ପାଇଁ ଆଦେଶ ଦେଲେ। 2 ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। ତା'ପରେ ସେମାନେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। 3 ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ, “ହେ! ଯିହୂଦୀମାନଙ୍କ ରାଜା।” ସେମାନେ ଯୀଶୁଙ୍କୁ ଗ୍ଭପୁଡ଼ା ମାରିଲେ।
4 ପୀଲାତ ପୁଣି ଥରେ ବାହାରକୁ ଆସି ଯିହୂଦୀମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗକୁ ଆଣୁଛି। ମୁଁ ତୁମ୍ଭମାନଙ୍କୁ ଜଣାଇ ଦେବାକୁ ଗ୍ଭହେଁ ଯେ, ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।” 5 ତା'ପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପୀଲାତ କହିଲେ, “ଦେଖ, ସେହି ଲୋକ।”
6 ତାହାଙ୍କୁ ଦେଖିଲା ମାତ୍ରେ ପ୍ରଧାନଯାଜକଗଣ ଓ ଯିହୂଦୀ ପ୍ରହରୀମାନେ ଚିତ୍କାର କଲେ, “ତାକୁ କ୍ରୁଶରେ ଚଢ଼ାଇ ମାର, ତାକୁ କ୍ରୁଶରେ ଚଢ଼ାଇ ମାର।”
କିନ୍ତୁ ପୀଲାତ କହିଲେ, “ତୁମ୍ଭେମାନେ ତାହାଙ୍କୁ ନେଇ କ୍ରୁଶରେ ଚଢ଼ାଇ ମାର, କିନ୍ତୁ ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉ ନାହିଁ।”
7 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭର ବ୍ୟବସ୍ଥା ଅନୁସାରେ ସେ ମୃତ୍ୟୁଦଣ୍ଡ ପାଇବା ଉଚିତ୍ କାରଣ ସେ ନିଜକୁ ପରମେଶ୍ୱରଙ୍କର ପୁତ୍ର ବୋଲି କହିଅଛି।”
8 ପୀଲାତ ଏହା ଶୁଣି ଆହୁରି ଭୟଭୀତ ହେଲେ। 9 ସେ ପ୍ରାସାଦ ଭିତରକୁ ଫେରିଗଲେ ଓ ଯୀଶୁଙ୍କ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଛ?” ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ। 10 ପୀଲାତ କହିଲେ, “ତୁମ୍ଭେ କ'ଣ ମୋ’ ସହିତ କଥା କହିବ ନାହିଁ? ମନେରଖ, ତୁମ୍ଭକୁ ମୁକ୍ତି ଦେବାକୁ କି କ୍ରୁଶରେ ଚଢ଼ାଇବାକୁ ମଧ୍ୟ ଆମ୍ଭର କ୍ଷମତା ଅଛି।”
11 ଯୀଶୁ ଉତ୍ତର ଦେଲେ, “ମୋ’ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କେବଳ ସେହି କ୍ଷମତା ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ତେଣୁ ଯିଏ ମୋତେ ଆପଣଙ୍କ ପାଖରେ ସମର୍ପଣ କରିଛି, ତା'ର ପାପ ଆହୁରି ଗୁରୁତର।”
12 ଏହା ପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦେବାକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, “ଆପଣ ଯଦି ଏ ବ୍ୟକ୍ତିକୁ ମୁକ୍ତ କରି ଦିଅନ୍ତି, ତେବେ ଆପଣ କାଇସରଙ୍କର ବନ୍ଧୁ ନୁହନ୍ତି। ଯିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।”
13 ପୀଲାତ ଯିହୂଦୀମାନଙ୍କର ଏହି କଥା ଶୁଣିଲେ। ତେଣୁ ସେ ଯୀଶୁଙ୍କୁ ‘ପ୍ରସ୍ତରମଣ୍ଡପ’ ନାମକ ସ୍ଥାନକୁ ଆଣିଲେ। ଏବ୍ରୀ ଭାଷାରେ ଏହାର ନାମ ଗବ୍ବଥା ଅଟେ। ପୀଲାତ ପ୍ରସ୍ତରମଣ୍ଡପରେ ଥିବା ବିଗ୍ଭରାସନରେ ବସିଲେ। 14 ସେଦିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ୟାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭର ରାଜାଙ୍କୁ ଦେଖ।”
15 ଯିହୂଦୀମାନେ ଚିତ୍କାର କଲେ, “ତାକୁ ଦୂରକୁ ନେଇଯାଅ। ତାକୁ କ୍ରୁଶରେ କଣ୍ଟାବିଦ୍ଧ କରି ମାରିଦିଅ।”
ପୀଲାତ ଯିହୂଦୀମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ'ଣ ଗ୍ଭହଁ ଯେ, ମୁଁ ତୁମ୍ଭ ରାଜାଙ୍କୁ କ୍ରୁଶରେ ଚଢ଼ାଇ ମାରିବି?”
ମୁଖ୍ୟ ଯାଜକମାନେ ଉତ୍ତର ଦେଲେ, “କାଇସର କେବଳ ଆମ୍ଭର ରାଜା।”
16 ତେଣୁ ପୀଲାତ ଯୀଶୁଙ୍କୁ କ୍ରୁଶରେ ମାରିବା ପାଇଁ ସେମାନଙ୍କ ହାତରେ ସମର୍ପି ଦେଲା।
ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ
(ମାଥିଉ 27:32-44; ମାର୍କ 15:21-32; ଲୂକ 23:26-39)
ସୈନିକମାନେ ଯୀଶୁଙ୍କୁ ନେଇଗଲେ। 17 ଯୀଶୁ ତାହାଙ୍କ ନିଜର କ୍ରୁଶ ବୋହି “କପାଳସ୍ଥଳ” ନାମକ ସ୍ଥାନକୁ ଗଲେ। ଏବ୍ରୀ ଭାଷାରେ ସେହି ସ୍ଥାନକୁ ‘ଗଲ୍ଗଥା’ କହନ୍ତି। 18 ସେହି ‘ଗଲ୍ଗଥା’ରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ଯୀଶୁଙ୍କୁ ମଝିରେ ରଖି ତାହାଙ୍କର ଦୁଇ ପାର୍ଶ୍ୱରେ ଆଉ ଦୁଇଜଣଙ୍କୁ ମଧ୍ୟ କ୍ରୁଶବିଦ୍ଧ କଲେ।
19 ପୀଲାତ ଗୋଟିଏ ସଙ୍କେତ ଲେଖି ଯୀଶୁଙ୍କ କ୍ରୁଶରେ ଟଙ୍ଗେଇଲେ। ସେଥିରେ ଲେଖାଥିଲା, “ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।” 20 ଯୀଶୁଙ୍କର କ୍ରୁଶବିଦ୍ଧ ହେବା ସ୍ଥାନ ନଗରର ନିକଟବର୍ତ୍ତୀ ହୋଇଥିବା କାରଣରୁ ଅନେକ ଯିହୂଦୀ ସେହି ସଙ୍କେତ ପଢ଼ିଲେ। ଏହା ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖା ହୋଇଥିଲା।
21 ମୁଖ୍ୟ ଯାଜକମାନେ ପୀଲାତଙ୍କୁ କହିଲେ, “ଯିହୂଦୀମାନଙ୍କ ରାଜା,” ଏହି କଥା ଲେଖନ୍ତୁ ନାହିଁ। କିନ୍ତୁ ଏହି ଲୋକ ନିଜକୁ ‘ମୁଁ ଯିହୂଦୀମାନଙ୍କ ରାଜା ବୋଲି କହିଲା’ ବୋଲି ଲେଖନ୍ତୁ।
22 ପୀଲାତ ଉତ୍ତର ଦେଲେ, “ମୁଁ ଯାହା ଲେଖିଛି, ତାହା ପରିବର୍ତ୍ତନ କରିବି ନାହିଁ।”
23 ଯୀଶୁଙ୍କୁ କ୍ରୁଶବିଦ୍ଧ କଲାପରେ ସୈନିକମାନେ ତାହାଙ୍କର ଲୁଗାପଟା ନେଇଗଲେ। ସେମାନେ ତାହାଙ୍କର ବସ୍ତ୍ର ଗ୍ଭରି ଭାଗ କଲେ। ପ୍ରତ୍ୟେକ ସୈନିକ ଗୋଟିଏ ଭାଗ ରଖିଲେ। ସେମାନେ ତାହାଙ୍କର ପିନ୍ଧା ପୋଷାକ ମଧ୍ୟ ନେଇଗଲେ। ଏହା ତଳୁ ଉପର ପର୍ଯ୍ୟନ୍ତ ବିନା ସିଲେଇରେ ଗୋଟିଏ ପୋଷାକ ଥିଲା। 24 ତେଣୁ ସେମାନେ ପରସ୍ପର କଥା ହେଲେ, “ଆମ୍ଭେ ଏହାକୁ ଚିରି ଭାଗ କରିବା ନାହିଁ। ଏହା କିଏ ପାଇବ, ତାହା ଜାଣିବା ପାଇଁ ଆମ୍ଭେ ଗୁଲିବାଣ୍ଟ କରିବା ଉଚିତ୍।” ଏହା ଦ୍ୱାରା ଧର୍ମଶାସ୍ତ୍ରର ଉକ୍ତି ସତ୍ୟ ହେଲା:
“ସେମାନେ ନିଜ ନିଜ ମଧ୍ୟରେ ମୋର ବସ୍ତ୍ର ଭାଗ କଲେ
ଓ ମୋର ପିନ୍ଧା ପୋଷାକ ପାଇଁ ଗୁଲିବାଣ୍ଟ କଲେ।”(A)
ତେଣୁ ସୈନିକମାନେ ତାହା କଲେ।
25 ଯୀଶୁଙ୍କର ମା’ ତାହାଙ୍କ କ୍ରୁଶ ନିକଟରେ ଠିଆ ହୋଇଥିଲେ, ସେଠାରେ ତାହାଙ୍କର ମାଉସୀ, କ୍ଲୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲୀନୀ ମରିୟମ ମଧ୍ୟ ଠିଆ ହୋଇଥିଲେ। 26 ଯୀଶୁ ତାହାଙ୍କ ମାଙ୍କୁ ଦେଖିଲେ। ସେ ତାହାଙ୍କର ଅତି ପ୍ରିୟ ଶିଷ୍ୟକୁ ମଧ୍ୟ ତାହାଙ୍କ ପାଖରେ ଠିଆ ହୋଇଥିବା ଦେଖିଲେ। ତାହାଙ୍କ ମାଙ୍କୁ କହିଲେ, “ପ୍ରିୟ ନାରୀ, ଏ ଦେଖ, ତୁମ୍ଭର ପୁଅ!” 27 ତା'ପରେ ଯୀଶୁ ତାହାଙ୍କର ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ଏଠାରେ ତୁମ୍ଭର ମା।” ତେଣୁ ଏହି ଶିଷ୍ୟ ଜଣକ ଯୀଶୁଙ୍କ ମାଆଙ୍କୁ ତାହାଙ୍କ ଘରକୁ ନେଇଗଲେ।
ଯୀଶୁ ମୃତ୍ୟୁବରଣ କଲେ
(ମାଥିଉ 27:45-56; ମାର୍କ 15:33-41; ଲୂକ 23:44-49)
28 ଏବେ ସମସ୍ତ କିଛି ଶେଷ ହୋଇଯାଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ରବାଣୀ ସତ୍ୟ ହେବା ପାଇଁ ସେ କହିଲେ, “ମୋତେ ଶୋଷ କରୁଛି।”[a] 29 ସେଠାରେ ଗୋଟିଏ ପାତ୍ରରେ ଭର୍ତ୍ତି ଖଟାପିତା ସ୍ୱାଦଯୁକ୍ତ ରସ ରଖାଯାଇଥିଲା। ସେମାନେ ଖଣ୍ଡେ ସ୍ପଞ୍ଜ୍କୁ ରସରେ ବୁଡ଼େଇ ଏଜୋପ ନଳରେ ଲଗାଇ ଯୀଶୁଙ୍କ ମୁଖ ପାଖକୁ ବଢ଼ାଇଲେ। 30 ଯୀଶୁ ତାହା ପାନ କରି କହିଲେ, “ସମାପ୍ତ ହେଲା।” ତା'ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ୟାଗ କଲେ।
31 ସେଦିନ ନିସ୍ତାରପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁ ଆରଦିନ ବିଶେଷ ବିଶ୍ରାମବାର ଥିଲା। ତେଣୁ ଯିହୂଦୀମାନେ ଗ୍ଭହୁଁ ନ ଥିଲେ ଯେ, ମୃତ ଶରୀରଗୁଡ଼ିକ କ୍ରୁଶ ଉପରେ ବିଶ୍ରାମବାର ଦିନ ପର୍ଯ୍ୟନ୍ତ ଝୁଲି ରହୁ। ତେଣୁ ସେମାନେ ପୀଲାତଙ୍କୁ ଅନୁରୋଧ କଲେ ଯେ, ସେମାନଙ୍କର ଗୋଡ଼ ଭାଙ୍ଗିଦେବା ପାଇଁ ଆଦେଶ ଦିଅନ୍ତୁ। ଯେପରି ସେମାନେ ଶ୍ରୀଘ୍ର ମରିଯିବେ ଓ ସେମାନଙ୍କର ଦେହ କ୍ରୁଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ। 32 ତେଣୁ ସୈନିକମାନେ ଆସି ପ୍ରଥମ ଲୋକଟିର ଗୋଡ଼ ଭାଙ୍ଗିଦେଲେ। ତା'ପରେ ସେମାନେ ଅନ୍ୟ ଲୋକଟିର ଗୋଡ଼ ଭାଙ୍ଗିଦେଲେ। 33 କିନ୍ତୁ ସେମାନେ ଯେତେବେଳେ ଯୀଶୁଙ୍କ ପାଖକୁ ଆସିଲେ, ସେତେବେଳେ ସେମାନେ ଦେଖିଲେ ଯେ, ସେ ମରି ସାରିଲେଣି। ତେଣୁ ସେମାନେ ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ।
34 କିନ୍ତୁ ଜଣେ ସୈନିକ ବର୍ଚ୍ଛା ଦ୍ୱାରା ତାହାଙ୍କର କକ୍ଷଦେଶକୁ ବିଦ୍ଧ କଲା। ସଙ୍ଗେ ସଙ୍ଗେ ତହିଁରୁ ରକ୍ତ ଓ ଜଳ ବୋହି ଆସିଲା। 35 ଯିଏ ଏହା ଦେଖିଛନ୍ତି ସେ ଏହା ବର୍ଣ୍ଣନା କରିଛନ୍ତି। ଯଦ୍ଦ୍ୱାରା ତୁମ୍ଭେ ମଧ୍ୟ ଶୁଣି ବିଶ୍ୱାସ କରିବ। ସେ ଯାହା କହନ୍ତି, ତାହା ସତ୍ୟ। ସେ ଜାଣନ୍ତି ଯେ, ସେ ସତ୍ୟ କହନ୍ତି। 36 ଏସବୁ ଘଟିଛି, ଅତଏବ ଧର୍ମଶାସ୍ତ୍ରରେ ଯାହା ଲେଖା ଅଛି, ତାହା ସତ୍ୟ ହେବ, “ତାହାଙ୍କର ଗୋଟିଏ ହାଡ ମଧ୍ୟ ଭାଙ୍ଗି ଯିବ ନାହିଁ।”(B) 37 ଅନ୍ୟ ସ୍ଥାନରେ ଧର୍ମଶାସ୍ତ୍ରରେ ଲେଖାଅଛି: “ସେମାନେ ଯାହାଙ୍କୁ ବର୍ଚ୍ଛା ଦ୍ୱାରା ଆଘାତ କଲେ, ତାହାଙ୍କୁ ଲୋକମାନେ ଦେଖିବେ।”(C)
ଯୀଶୁଙ୍କର ସମାଧି
(ମାଥିଉ 27:57-61; ମାର୍କ 15:42-47; ଲୂକ 23:50-56)
38 ଏହା ପରେ ହାରାମାଥୀୟାର ଯୋସେଫ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯିହୂଦୀମାନଙ୍କୁ ଯୀଶୁଙ୍କର ଶରୀର ନେବା ପାଇଁ ଅନୁମତି ଦେଲେ। ତେଣୁ ଯୋସେଫ ଆସି ଯୀଶୁଙ୍କର ଶରୀର ନେଇଗଲେ।
39 ନୀକଦୀମ ମଧ୍ୟ ଯୋସେଫଙ୍କ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରିରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହୋଇଥିଲେ। ସେ ଯୀଶୁଙ୍କ ଦେହରେ ଲଗାଇବା ପାଇଁ ପ୍ରାୟ ପ୍ରଗ୍ଭଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। 40 ଯିହୂଦୀମାନଙ୍କର ସମାଧି ଦେବା ପ୍ରଥାନୁସାରେ ସେମାନେ ଦୁହେଁ ଯୀଶୁଙ୍କର ମୃତଦେହକୁ ସୁଗନ୍ଧି ଅଗୁରୁ ସହିତ ପତଳା ଲୁଗାରେ ଗୁଡ଼େଇ ଦେଲେ। 41 ଯୀଶୁଙ୍କୁ ଯେଉଁଠାରେ କ୍ରୁଶବିଦ୍ଧ କରାଯାଇଥିଲା, ସେହି ସ୍ଥାନ ପାଖରେ ଗୋଟିଏ ବଗିଗ୍ଭ ଥିଲା। ସେହି ବଗିଗ୍ଭରେ ଗୋଟିଏ ନୂଆ କବର ଥିଲା, ଯେଉଁଥିରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନ ଥିଲା, 42 ବିଶ୍ରାମବାର ଆରମ୍ଭ ହେବା ପୂର୍ବରୁ ତାହାର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ପାଇଁ ସେମାନେ ଯୀଶୁଙ୍କୁ ସେଠାରେ ସମାଧିସ୍ଥ କଲେ, କାରଣ ସେହି ସମାଧିଟି ପାଖରେ ଥିଲା।
ଯୀଶୁଙ୍କର କେତେକ ଶିଷ୍ୟ ସମାଧିକୁ ଖାଲିପଡ଼ିଥିବା ଦେଖିଲେ
(ମାଥିଉ 28:1-10; ମାର୍କ 16:1-8; ଲୂକ 24:1-12)
20 ରବିବାର ଦିନ ପାହାନ୍ତିଆରେ ମଗ୍ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତେବେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ଼ ପଥରଟି କବର ଦ୍ୱାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି। 2 ତେଣୁ ମରିୟମ, ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯାହାଙ୍କୁ ଯୀଶୁ ପ୍ରେମ କରୁଥିଲେ, ସେମାନଙ୍କ ନିକଟକୁ ଦୌଡ଼ିଗଲେ ଓ ସେ ସେମାନଙ୍କୁ କହିଲେ, “ସେମାନେ ପ୍ରଭୁଙ୍କର ମୃତଦେହକୁ କବର ଭିତରୁ ନେଇଯାଇଛନ୍ତି। ସେମାନେ ତାହାଙ୍କୁ କେଉଁଠାରେ ରଖିଛନ୍ତି ଆମ୍ଭେ ଜାଣି ନାହୁଁ।”
3 ତେଣୁ ପିତର ଓ ଅନ୍ୟ ଶିଷ୍ୟ କବର ନିକଟକୁ ଯିବାକୁ ବାହାରିଲେ। 4 ସେମାନେ ଦୁହେଁ ଦୌଡ଼ୁଥିଲେ, କିନ୍ତୁ ପିତରଙ୍କଠାରୁ ଅନ୍ୟ ଶିଷ୍ୟଜଣକ ଜୋର୍ରେ ଦୌଡ଼ୁଥିଲେ। ତେଣୁ ସେ ପ୍ରଥମେ କବର ପାଖରେ ପହଞ୍ଚିଲେ। 5 ସେ ନଇଁପଡ଼ି ଭିତରକୁ ଗ୍ଭହିଁ ପତଳା ଆଚ୍ଛାଦନ ବସ୍ତ୍ର ସେଠାରେ ପଡ଼ିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।
6 ତା'ପରେ ତାହାଙ୍କ ପଛରେ ଶିମୋନ ପିତର ଆସି ପହଞ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ୟ ସେଠାରେ ପତଳା ଆଚ୍ଛାଦନ ବସ୍ତ୍ର ପଡ଼ିଥିବାର ଦେଖିଲେ। 7 ଯେଉଁ ଲୁଗାଟି ଯୀଶୁଙ୍କ ମୁଣ୍ଡରେ ଗୁଡ଼ା ହୋଇଥିଲା ତାହା ସେ ଦେଖିଲେ। ତାହା ପତଳା ବସ୍ତ୍ର ପାଖରେ ନ ଥାଇ ଅଲଗା ଜାଗାରେ ଗୁଡ଼େଇ ହୋଇ ପଡ଼ିଥିଲା। ପତଳା ଆଚ୍ଛାଦନ ବସ୍ତ୍ର ସହିତ ତାହା ପଡ଼ି ନ ଥିଲା। 8 ଏହା ପରେ ଅନ୍ୟଶିଷ୍ୟ ଜଣକ ମଧ୍ୟ ଭିତରକୁ ଗଲେ, ସେହି ଶିଷ୍ୟ ଜଣକ କବର ପାଖରେ ଆଗ ପହଞ୍ଚିଲେ। ସେ ସମସ୍ତ ଘଟଣା ଦେଖିଲେ ଓ ବିଶ୍ୱାସ କଲେ। 9 ଧର୍ମଶାସ୍ତ୍ର ଅନୁସାରେ ‘ଯୀଶୁ ମୃତ୍ୟୁରୁ ଅବଶ୍ୟ ପୁନର୍ଜୀବିତ ହେବେ’, ଏହାର ଅର୍ଥ ସେହି ଶିଷ୍ୟମାନେ ଏପର୍ଯ୍ୟନ୍ତ ବୁଝି ପାରି ନ ଥିଲେ।
ମଗ୍ଦଲୀନୀ ମରିୟମଙ୍କୁ ଯୀଶୁ ଦେଖା ଦେଲେ
(ମାର୍କ 16:9-11)
10 ତା'ପରେ ଶିଷ୍ୟମାନେ ଘରକୁ ଫେରିଗଲେ। 11 କିନ୍ତୁ ମରିୟମ କବର ବାହାରେ ଠିଆ ହୋଇ କାନ୍ଦୁଥିଲେ। ସେ କାନ୍ଦୁଥିବା ବେଳେ ନଇଁପଡ଼ି କବର ଭିତରକୁ ଗ୍ଭହିଁଲେ। 12 ସେ ଦୁଇଜଣ ସ୍ୱର୍ଗଦୂତଙ୍କୁ ଧଳା ଲୁଗା ପିନ୍ଧି ଯୀଶୁଙ୍କ ଶରୀର ଯେଉଁଠାରେ ଥିଲା, ତାହା ପାଖରେ ବସିବାର ଦେଖିଲେ। ଜଣେ ସ୍ୱର୍ଗଦୂତ ଯୀଶୁଙ୍କ ମୁଣ୍ଡ ରହିଥିବା ଜାଗାରେ ଓ ଅନ୍ୟ ଜଣେ ପାଦ ରହିଥିବା ଜାଗାରେ ବସିଥିଲେ।
13 ସେମାନେ ମରିୟମଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ?”
ମରିୟମ ଉତ୍ତର ଦେଲେ, “ମୋର ପ୍ରଭୁଙ୍କ ଶରୀର କେତେକ ଲୋକ ନେଇଯାଇଛନ୍ତି। ସେମାନେ ତାହାଙ୍କୁ କେଉଁଠି ରଖିଛନ୍ତି, ତାହା ମୁଁ ଜାଣି ନାହିଁ।” 14 ସେ ଏହା କହି ବୁଲି ପଡ଼ିଲେ। ସେ ଯୀଶୁଙ୍କୁ ସେଠାରେ ଠିଆ ହୋଇଥିବା ଦେଖିଲେ। କିନ୍ତୁ ମରିୟମ ତାହାଙ୍କୁ ଚିହ୍ନିଲେ ନାହିଁ।
15 ଯୀଶୁ ତାହାଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖୋଜୁଛ?”
ମରିୟମ ଭାବିଲେ, ଏହି ଲୋକ ହିଁ ବଗିଗ୍ଭର ଯତ୍ନ ନିଅନ୍ତି। ତେଣୁ ସେ ତାହାଙ୍କୁ କହିଲେ, “ମହାଶୟ ଆପଣ କ'ଣ ଯୀଶୁଙ୍କୁ ନେଇଯାଇଛନ୍ତି? ତାହାଙ୍କୁ ଆପଣ କେଉଁଠି ରଖିଛନ୍ତି? ମୋତେ କୁହନ୍ତୁ, ମୁଁ ଯାଇ ତାହାଙ୍କୁ ଘେନି ଆସିବି।”
16 ଯୀଶୁ ତାହାଙ୍କୁ କହିଲେ, “ମରିୟମ,”।
ମରିୟମ ତାହାଙ୍କ ଆଡ଼େ ବୁଲିପଡ଼ି ଯିହୂଦୀୟ ଭାଷାରେ କହିଲେ, “ରାବ୍ବୂନୀ” ଅର୍ଥାତ୍ ‘ଗୁରୁ’।
17 ଯୀଶୁ ତାହାଙ୍କୁ କହିଲେ, “ମୋତେ ଧର ନାହିଁ। ମୁଁ ଏ ପର୍ଯ୍ୟନ୍ତ ପରମପିତାଙ୍କ ପାଖକୁ ଯାଇ ନାହିଁ। କିନ୍ତୁ ତୁମ୍ଭେ ଯାଇ ମୋର ଭାଇମାନଙ୍କୁ କୁହ ଯେ, ମୁଁ ମୋର ଓ ତୁମ୍ଭର ପରମପିତାଙ୍କ ପାଖକୁ ଫେରିଯାଉଛି। ମୁଁ ମୋର ଓ ତୁମ୍ଭର ପରମେଶ୍ୱରଙ୍କ ପାଖକୁ ଯାଉଅଛି।”
18 ମଗ୍ଦଲୀନୀ ମରିୟମ ଶିଷ୍ୟମାନଙ୍କ ପାଖକୁ ଗଲେ ଓ ସେମାନଙ୍କୁ କହିଲେ, “ମୁଁ ପ୍ରଭୁଙ୍କୁ ଦେଖିଲି।” ସେ ସେମାନଙ୍କୁ ଯୀଶୁ କରିଥିବା କଥା ଶୁଣାଇଲେ।
ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ
(ମାଥିଉ 28:16-20; ମାର୍କ 16:14-18; ଲୂକ 24:36-49)
19 ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା'ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନଙ୍କୁ ତାହାଙ୍କ ହାତ ଗୋଡ଼ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଅତ୍ୟନ୍ତ ଖୁସୀ ହେଲେ।
21 ଯୀଶୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।” 22 ଯୀଶୁ ଏହି କଥା କହିବା ପରେ ଶିଷ୍ୟମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେ କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର। 23 ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତେବେ ସେମାନଙ୍କର ପାପ କ୍ଷମା କରାହେବ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତେବେ ସେମାନଙ୍କର ପାପ କ୍ଷମା କରାହେବ ନାହିଁ।”
ଥୋମାଙ୍କୁ ଯୀଶୁ ଦର୍ଶନ ଦେଲେ
24 ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ୟମାନଙ୍କ ସହିତ ନ ଥିଲା। ସେ ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା। 25 ଅନ୍ୟ ଶିଷ୍ୟମାନେ ଥୋମାଙ୍କୁ କହିଲେ, “ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ।” ଥୋମା କହିଲେ, “ମୁଁ ତାହାଙ୍କ ହାତରେ କଣ୍ଟାଦାଗ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବି ନାହିଁ। ମୁଁ ମୋର ଆଙ୍ଗୁଠି ସେହି କଣ୍ଟାର ଦାଗରେ ନରଖିବା ଓ ତାହାଙ୍କ କକ୍ଷଦେଶରେ ମୋର ହାତ ନ ଦେବା ପର୍ଯ୍ୟନ୍ତ, ମୁଁ ବିଶ୍ୱାସ କରିବି ନାହିଁ।”
26 ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 27 ତା'ପରେ ଯୀଶୁ ଥୋମାଙ୍କୁ କହିଲେ, “ଏଠାରେ ତୁମ୍ଭର ଅଙ୍ଗୁଳି ରଖ। ମୋ’ ହାତକୁ ଦେଖ। ମୋ’ କକ୍ଷଦେଶରେ ତୁମ୍ଭ ହାତ ରଖ। ଅବିଶ୍ୱାସ ନ କରି ବିଶ୍ୱାସ କର।”
28 ଥୋମା ଯୀଶୁଙ୍କୁ କହିଲେ, “ମୋର ପ୍ରଭୁ, ମୋର ପରମେଶ୍ୱର।”
29 ଯୀଶୁ ଥୋମାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରୁଛ। ମାତ୍ର ଯେଉଁ ଲୋକମାନେ ମୋତେ ନ ଦେଖି ବିଶ୍ୱାସ କରନ୍ତି, ସେମାନେ ପ୍ରକୃତରେ ଆଶୀର୍ବାଦର ଯୋଗ୍ୟ।”
ଯୋହନ ଏହି ବହି ଲେଖିବାର କାରଣ
30 ଯୀଶୁ ଅନେକଗୁଡ଼ିଏ ଅନ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟଗୁଡ଼ିକ କଲେ। ସେଗୁଡ଼ିକୁ ତାହାଙ୍କ ଶିଷ୍ୟମାନେ ଦେଖିଲେ। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ଏ ବହିରେ ଲେଖାଯାଇ ନାହିଁ, 31 କିନ୍ତୁ ଏହି ପୁସ୍ତକରେ ଏହିସବୁ ଲେଖା ହୋଇଛି ଯେପରି ତୁମ୍ଭେ ବିଶ୍ୱାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି ଓ ବିଶ୍ୱାସ କରି, ତୁମ୍ଭେମାନେ ତାହାଙ୍କ ନାମ ଦ୍ୱାରା ଜୀବନ ପ୍ରାପ୍ତ ହେବ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଛି।
ସାତ ଜଣ ଶିଷ୍ୟଙ୍କୁ ଯୀଶୁ ଦେଖା ଦେଲେ
21 ତା'ପରେ ଯୀଶୁ ନିଜକୁ ଶିଷ୍ୟମାନଙ୍କ ଆଗରେ ଦେଖା ଦେଲେ। ସେ ତିବିରିଆ ହ୍ରଦ ଗାଲିଲୀ କୂଳରେ ସେମାନଙ୍କୁ ଦେଖାଦେଇଥିଲେ। ସେ ଏହିପରି ଭାବରେ ଦର୍ଶନ ଦେଇଥିଲେ: 2 ଯୀଶୁଙ୍କର କେତେକ ଶିଷ୍ୟ ଏକତ୍ର ହୋଇଥିଲେ, ସେମାନେ ହେଲେ ଶିମୋନ ପିତର, ଥୋମା, (ଡାକନାମ ଦିଦୁମ)। ଗାଲିଲୀର କାନ୍ନା ନିବାସୀ ନିଥନିୟେଲ, ଜେବଦୀର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ୟ। 3 ଶିମୋନ ପିତର କହିଲେ, “ମୁଁ ମାଛ ଧରିବାକୁ ଯାଉଛି।”
ଅନ୍ୟ ଶିଷ୍ୟମାନେ କହିଲେ, “ଆମ୍ଭେ ତୁମ୍ଭ ସହିତ ଯିବୁ।” ତେଣୁ ସବୁ ଶିଷ୍ୟମାନେ ଯାଇ ନୌକାରେ ବସିଲେ। ସେମାନେ ମାଛ ଧରିବାକୁ ସାରା ରାତି ଚେଷ୍ଟା କଲେ, କିନ୍ତୁ କିଛି ଧରି ପାରିଲେ ନାହିଁ।
4 ପରଦିନ ଅତି ସକାଳୁ ଯୀଶୁ ହ୍ରଦ କୂଳରେ ଠିଆ ହୋଇଥିଲେ। କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯୀଶୁ ବୋଲି ଜାଣି ନ ଥିଲେ। 5 ତା'ପରେ ଶିଷ୍ୟମାନଙ୍କୁ କହିଲେ, “ବନ୍ଧୁମାନେ, ତୁମ୍ଭେ କିଛି ମାଛ ଧରିଛ କି?”
ଶିଷ୍ୟମାନେ ଉତ୍ତର ଦେଲେ, “ନା।”
6 ଯୀଶୁ କହିଲେ, “ତୁମ୍ଭର ଜାଲ ନୌକାର ଡାହାଣ ପଟ ପାଣିରେ ପକାଅ। ତୁମ୍ଭେ ସେଠାରେ ମାଛ ପାଇବ।” ଶିଷ୍ୟମାନେ ସେହିପରି କଲେ। ସେମାନେ ଏତେ ମାଛ ଧରିଲେ ଯେ, ସେମାନେ ଜାଲକୁ ନୌକା ପର୍ଯ୍ୟନ୍ତ ଟାଣି ପାରିଲେ ନାହିଁ।
7 ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, “ଏ ତ ପ୍ରଭୁ।” ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କ ପୋଷାକ ପିନ୍ଧିଲେ। କାରଣ ସେ କାର୍ଯ୍ୟ କରିବା ପାଇଁ ସବୁ ବସ୍ତ୍ର ଖୋଲି ଦେଇଥିଲେ। ତା'ପରେ ସେ ପାଣିକୁ ଡେଇଁ ପଡ଼ିଲେ। 8 ଅନ୍ୟ ଶିଷ୍ୟମାନେ ନୌକାରେ କୂଳକୁ ଗଲେ। ସେମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଭିଡ଼ିଲେ। ସେମାନେ କୂଳରୁ ବେଶୀ ଦୂରରେ ନ ଥିଲେ, ଦୂରତ୍ୱ ପ୍ରାୟ ନବେ ମିଟର ଥିଲା। 9 ଶିଷ୍ୟମାନେ ଯେତେବେଳେ ନୌକାରୁ ବାହାରି କୂଳରେ ପହଞ୍ଚିଲେ, ସେମାନେ ସେତେବେଳେ ରଡ଼ନିଆଁ ଜଳୁଥିବାର ଦେଖିଲେ। ସେଠାରେ ନିଆଁ ଉପରେ ମାଛ ଥିଲା, ଓ କିଛି ରୋଟୀ ମଧ୍ୟ ଥିଲା। 10 ତା'ପରେ ଯୀଶୁ କହିଲେ, “ତୁମ୍ଭେମାନେ ଧରିଥିବା କିଛି ମାଛ ଆଣ।”
11 ଶିମୋନ ପିତର ନୌକା ଭିତରକୁ ଗଲେ ଓ ଜାଲ କୂଳକୁ ଟାଣିଲେ। ଏହା ବଡ଼ ବଡ଼ ମାଛରେ ପୂର୍ଣ୍ଣ ଥିଲା। ସେଥିରେ 153ଟି ମାଛ ଥିଲା। ମାଛଗୁଡ଼ିକ ବହୁତ ଓଜନିଆ ଥିଲା କିନ୍ତୁ ଜାଲ ଛିଣ୍ଡି ନ ଥିଲା। 12 ଯୀଶୁ ସେମାନଙ୍କୁ କହିଲେ, “ଆସ ଓ ଖାଅ।” ଶିଷ୍ୟମାନଙ୍କ ଭିତରେ କେହି ଜଣେ ହେଲେ ପଗ୍ଭରିବା ପାଇଁ ସାହସ କଲେ ନାହିଁ, “ତୁମ୍ଭେ କିଏ?” କାରଣ ସେମାନେ ଜାଣିଥିଲେ ଯେ, ସେ ପ୍ରଭୁ। 13 ଯୀଶୁ ଖାଦ୍ୟ ନିକଟକୁ ଆସି ରୋଟୀ ଘେନି ସେମାନଙ୍କୁ ଦେଲେ। ସେ ସେମାନଙ୍କୁ ମାଛ ମଧ୍ୟ ଦେଲେ।
14 ଯୀଶୁ ମୃତ୍ୟୁରୁ ବଞ୍ଚି ଉଠିବା ପରେ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ପାଇଁ ଦର୍ଶନ ଦେଲେ।
ପିତରଙ୍କ ସହିତ ଯୀଶୁ କଥା ହେଲେ
15 ସେମାନେ ଖାଇବା ପରେ ଯୀଶୁ ଶିମୋନ ପିତରଙ୍କୁ କହିଲେ, “ଯୋହନଙ୍କର ପୁତ୍ର ଶିମୋନ। ତୁମ୍ଭେ କ'ଣ ମୋତେ ଏମାନଙ୍କ ଅପେକ୍ଷା ଅଧିକ ପ୍ରେମ କର?”
ପିତର ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି ଯେ, ମୁଁ ଆପଣଙ୍କୁ ପ୍ରେମ କରେ।”
ଯୀଶୁ ତାହାଙ୍କୁ କହିଲେ, “ମୋର ମେଷମାନଙ୍କୁ ଚରାଅ।”
16 ତା'ପରେ ଯୀଶୁ ପୁଣି ତାହାଙ୍କୁ କହିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ପ୍ରେମ କର?”
ପିତର ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ପ୍ରେମ କରେ।”
ତା'ପରେ ଯୀଶୁ କହିଲେ, “ମୋର ମେଷମାନଙ୍କୁ ପ୍ରତିପାଳନ କର।”
17 ପୁଣି ତୃତୀୟ ଥର ସେ ତାହାଙ୍କୁ ପଗ୍ଭରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ ମୋତେ ପ୍ରେମ କର କି?”
ପିତର ଦୁଃଖିତ ହେଲେ, ଯେହେତୁ ଯୀଶୁ ତାହାଙ୍କୁ ତିନିଥର ସେହି କଥା ପଗ୍ଭରିଲେ, “ମୋତେ ପ୍ରେମ କର କି?” ପିତର କହିଲେ, “ପ୍ରଭୁ, ଆପଣ ସବୁ ଜାଣିଛନ୍ତି। ମୁଁ ଆପଣଙ୍କୁ ପ୍ରେମ କରେ ବୋଲି ଆପଣ ଜାଣନ୍ତି।”
ଯୀଶୁ ପିତରଙ୍କୁ କହିଲେ, “ମୋ’ ମେଷମାନଙ୍କୁ ଚରାଅ। 18 ମୁଁ ତୁମ୍ଭକୁ ସତ୍ୟ କହୁଛି ତୁମ୍ଭେ ଯେତେବେଳେ ଯୁବକ ଥିଲ, ସେତେବେଳେ ତୁମ୍ଭେ ଅଣ୍ଟାରେ ନିଜଲୁଗା ଭିଡ଼ି ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଯାଉଥିଲ। ମାତ୍ର ବୃଦ୍ଧ ବୟସରେ ତୁମ୍ଭେ ହାତ ବଢ଼ାଇବ ଓ ଯେଉଁଆଡ଼େ ତୁମ୍ଭର ଯିବାକୁ ଇଚ୍ଛା ନ ଥିବ, ସେହିଠାକୁ ଅନ୍ୟମାନେ ତୁମ୍ଭକୁ ନେଇଯିବେ।” 19 ପରମେଶ୍ୱରଙ୍କର ଗୌରବ ପାଇଁ ପିତର କିପରି ଭାବେ ମୃତ୍ୟୁ ବରଣ କରିବେ, ଏହା ଜଣାଇବା ଉଦ୍ଦେଶ୍ୟରେ ଯୀଶୁ ସେହିପରି କହିଥିଲେ। ଏହା ପରେ ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁଗମନ କର।”
20 ପିତର ବୁଲି ପଡ଼ି ଦେଖିଲେ ଯେ ଯେଉଁ ଶିଷ୍ୟଙ୍କୁ ଯୀଶୁ ପ୍ରେମ କରୁଥିଲେ, ସେ ସେମାନଙ୍କ ଅନୁଗମନ କରୁଛନ୍ତି। (ସେହି ରାତ୍ରି ଭୋଜନ ବେଳେ, ସେହି ଶିଷ୍ୟ ଯୀଶୁଙ୍କ ଶରୀରରେ ଆଉଜି ପଡ଼ି, ପଗ୍ଭରି ଥିଲେ, “ପ୍ରଭୁ, ଆମ୍ଭ ଭିତରୁ କିଏ ଆପଣଙ୍କ ବିରୁଦ୍ଧରେ ଯିବ?”) 21 ସେହି ଶିଷ୍ୟଙ୍କୁ ପଛରେ ଆସୁଥିବା ଦେଖି ପିତର ପଗ୍ଭରିଲେ, “ପ୍ରଭୁ, ତାହାଙ୍କ ବିଷୟରେ କ'ଣ ହେବ?”
22 ଯୀଶୁ ଉତ୍ତର ଦେଲେ, “ମୋର ପୁନରାଗମନ ସମୟ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତେବେ ସେଥିରେ ତୁମ୍ଭର କ'ଣ ଅଛି? ତୁମ୍ଭେ ମୋର ଅନୁଗମନ କର।”
23 ତେଣୁ ଭାଇମାନଙ୍କ ମଧ୍ୟରେ ଗୋଟିଏ କଥା ପ୍ରଗ୍ଭରିତ ହେଲା। ସେମାନେ କହୁଥିଲେ ଯେ, ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଛନ୍ତି, ସେହି ଶିଷ୍ୟ ମରିବେ ନାହିଁ। କିନ୍ତୁ ଯୀଶୁ ଏ କଥା କହି ନ ଥିଲେ ଯେ, ସେ ମରିବ ନାହିଁ। ସେ କେବଳ କହିଲେ, “ମୋର ପୁନରାଗମନ ସମୟ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତେବେ ସେଥିରେ ତୁମ୍ଭର କ'ଣ ଅଛି?”
24 ସେହି ଶିଷ୍ୟ ଏ ସବୁ କଥା କହୁଛନ୍ତି। ସେ ହେଉଛନ୍ତି ସେହି ବ୍ୟକ୍ତି ଯେ କି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ୟ।
25 ଯୀଶୁ ଆହୁରି ଅନେକ କାର୍ଯ୍ୟ କରିଥିଲେ। ମୁଁ ମନେ କରେ ଯେ, ଯୀଶୁଙ୍କ ବିଷୟରେ ସମସ୍ତ ବିଷୟ ଯଦି ଲେଖା ହୋଇ ଥା'ନ୍ତା, ତେବେ ସେହି ପୁସ୍ତକଗୁଡ଼ିକ ରଖିବା ପାଇଁ ସାରା ଜଗତରେ ସ୍ଥାନ ହୁଅନ୍ତା ନାହିଁ।
2010 by World Bible Translation Center