Add parallel Print Page Options

ଯୀଶୁଙ୍କ ମୃତ୍ୟୁ

(ମାଥିଉ 27:45-56; ଲୂକ 23:44-49; ଯୋହନ 19:28-30)

33 ଦ୍ୱିପ୍ରହର ବେଳକୁ ସମଗ୍ରଦେଶ ଉପରେ ଅନ୍ଧକାର ମାଡ଼ି ଆସିଲା। ଏହି ଅନ୍ଧକାର ଅପରାହ୍ନ ତିନିଟା ବେଳ ପର୍ଯ୍ୟନ୍ତ ରହିଲା। 34 ସେହି ସମୟରେ ଯୀଶୁ ବଡ଼ ପାଟିରେ କହି ଉଠିଲେ, “‌‌ଏଲୀ, ‌‌ଏଲୀ, ଲାମା ଶବ‌‌କ୍‌‌ଥାନୀ।” ଅର୍ଥାତ, “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?”

35 ସେଠାରେ ଠିଆ ହୋଇଥିବା କେତେକ ଲୋକ ଏ କଥା ଶୁଣିଲେ। ସେମାନେ କହିଲେ, “ଶୁଣ, ସେ ଏଲିୟଙ୍କୁ ଡାକୁଛି।”

36 ସେଠାରୁ ଜଣେ ଲୋକ ଦୌଡ଼ିଯାଇ ଅମ୍ଳରସରେ ଭିଜାଇଥିବା ଗୋଟିଏ ସ୍ପ‌ଞ୍ଜ୍‌ଆଣିଲା। ସ୍ପ‌ଞ୍ଜ୍‌କୁ ଗୋଟିଏ ବାଡ଼ିରେ ବାନ୍ଧିଲା। ଯୀଶୁ ସ୍ପ‌ଞ୍ଜ୍‌ରୁ ଅମ୍ଳରସ ପିଇବେ ବୋଲି ସେ ବାଡ଼ିଟିର ସ୍ପ‌ଞ୍ଜ୍‌ ବନ୍ଧା ହୋଇଥିବା ପାଖଟି ତାହାଙ୍କ ଆଡ଼କୁ ବଢ଼ାଇଲା। ଲୋକଟି କହିଲା, “ଏବେ ଆମ୍ଭେ ଅପେକ୍ଷା କରିବା ଏବଂ ଏଲିୟ ଆସି ତାକୁ କ୍ରୁଶ ଉପରୁ ତଳକୁ ନେବାକୁ ଆସୁଛନ୍ତି କି ନାହିଁ, ଦେଖିବା।”

37 ତା'ପରେ ଯୀଶୁ ଉଚ୍ଚ ସ୍ୱରରେ ପାଟି କରି ପ୍ରାଣତ୍ୟାଗ କଲେ।

38 ଯୀଶୁ ଯେତେବେଳେ ପ୍ରାଣତ୍ୟାଗ କଲେ, ସେତେବେଳେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଦୁଇଖଣ୍ଡ ହୋଇ ଚିରିଗଲା। 39 କ୍ରୁଶ ଆଗରେ ଠିଆ ହୋଇଥିବା ସେନାପତି ଯୀଶୁ କିପରି ପ୍ରାଣତ୍ୟାଗ କଲେ, ତାହା ଦେଖିଲେ। ସେ କହିଲେ, “ପ୍ରକୃତରେ ଏହି ଲୋକ ପରମେଶ୍ୱରଙ୍କ ପୁତ୍ର ଥିଲେ।”

40 କେତେକ ସ୍ତ୍ରୀଲୋକ କ୍ରୁଶଠାରୁ କିଛି ଦୂରରେ ଠିଆ ହୋଇ ଦେଖୁଥିଲେ। ସେମାନଙ୍କ ମଧ୍ୟରେ ମ‌ଗ୍‌ଦଲୀନୀ ସହରରୁ ଆସିଥିବା ମରିୟମ, ଶଲୋମୀ, ଯାକୁବ ଓ ଯୋସିଙ୍କ ମା ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା। 41 ଏହି ସ୍ତ୍ରୀଲୋକମାନେ ଯୀଶୁ ଗାଲିଲୀରେ ଥିବା ବେଳେ ତାହାଙ୍କର ସହିତ ଥିଲେ। ସେମାନେ ତାହାଙ୍କର ସେବାଯତ୍ନ କରୁଥିଲେ। ଅନ୍ୟ ଅନେକ ସ୍ତ୍ରୀଲୋକ ମଧ୍ୟ ସେଠାରେ ଥିଲେ। ସେମାନେ ଯୀଶୁଙ୍କ ସହିତ ଯିରୁଶାଲମକୁ ଆସିଥିଲେ।

Read full chapter