ମାର୍କ ଲିଖିତ ସୁସମାଗ୍ଭର 15:42-47
Odia Holy Bible: Easy-to-Read Version
ଯୀଶୁଙ୍କୁ ସମାଧି ଦିଆଗଲା
(ମାଥିଉ 27:57-61; ଲୂକ 23:50-56; ଯୋହନ 19:38-42)
42 ସନ୍ଧ୍ୟା ହୋଇଯାଇଥିଲା। ଏହି ଦିନଟି ଆୟୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା। 43 ହାରାମାଥୀୟାର ଯିହୂଦୀ ଯୋସେଫ ମହାସଭାର ଜଣେ ସମ୍ମାନିତ ସଦସ୍ୟ ଥିଲେ ଓ ସେ ପରମେଶ୍ୱରଙ୍କ ରାଜ୍ୟ ଆସୁ ବୋଲି ଗ୍ଭହୁଁଥିଲେ। ସେ ସାହସର ସହିତ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶବକୁ ମାଗିଲେ।
44 ଯୀଶୁ ଏତେ ଶୀଘ୍ର ମରି ଯାଇ ସାରିଲେଣି ଶୁଣି ପୀଲାତ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଯୀଶୁଙ୍କୁ ଜଗିଥିବା ସେନାପତିଙ୍କୁ ଡକାଇଲେ। ପୀଲାତ ତାହାଙ୍କୁ ଯୀଶୁ ମରି ସାରିଲେଣି କି ନାହିଁ ପଗ୍ଭରିଲେ। 45 ସେନାପତି ଜଣକ ପୀଲାତଙ୍କୁ ଯୀଶୁ ପ୍ରାଣତ୍ୟାଗ କରି ସାରିଥିବା କଥା କହିଲେ। ତା'ପରେ ପୀଲାତ ଯୋସେଫଙ୍କୁ କହିଲେ ଯେ, ସେ ଯୀଶୁଙ୍କ ଶବ ନେଇ ଯାଇ ପାରିବେ।
46 ଯୋସେଫ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆଣିଲେ। ସେ ଶବକୁ ବସ୍ତ୍ରରେ ସମ୍ପୂର୍ଣ୍ଣ ଘୋଡ଼େଇ ଦେଲେ ଓ ପଥର କଟା ହୋଇ ତିଆରି ହୋଇଥିବା ଗୋଟିଏ କବରରେ ତାହାଙ୍କୁ ରଖିଦେଲେ। ଖଣ୍ଡିଏ ବଡ଼ ପଥର ଗଡ଼େଇ ଆଣି କବରର ମୁହଁକୁ ବନ୍ଦ କରିଦେଲେ। 47 ମଗ୍ଦଲୀନୀ ମରିୟମ ଓ ଯୋସିଙ୍କ ମା ଯୀଶୁଙ୍କୁ ଯେଉଁଠାରେ ରଖାଗଲା, ସେହି ସ୍ଥାନଟି ଦେଖିଲେ।
Read full chapter2010 by Bible League International