Add parallel Print Page Options

ଯୀଶୁଙ୍କର ସମାଧି

(ମାଥିଉ 27:57-61; ମାର୍କ 15:42-47; ଲୂକ 23:50-56)

38 ଏହା ପରେ ହାରାମାଥୀୟାର ଯୋସେଫ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯିହୂଦୀମାନଙ୍କୁ ଯୀଶୁଙ୍କର ଶରୀର ନେବା ପାଇଁ ଅନୁମତି ଦେଲେ। ତେଣୁ ଯୋସେଫ ଆସି ଯୀଶୁଙ୍କର ଶରୀର ନେଇଗଲେ।

39 ନୀକଦୀମ ମଧ୍ୟ ଯୋସେଫଙ୍କ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରିରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହୋଇଥିଲେ। ସେ ଯୀଶୁଙ୍କ ଦେହରେ ଲଗାଇବା ପାଇଁ ପ୍ରାୟ ପ୍ରଗ୍ଭଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। 40 ଯିହୂଦୀମାନଙ୍କର ସମାଧି ଦେବା ପ୍ରଥାନୁସାରେ ସେମାନେ ଦୁହେଁ ଯୀଶୁଙ୍କର ମୃତଦେହକୁ ସୁଗନ୍ଧି ଅଗୁରୁ ସହିତ ପତଳା ଲୁଗାରେ ଗୁଡ଼େଇ ଦେଲେ। 41 ଯୀଶୁଙ୍କୁ ଯେଉଁଠାରେ କ୍ରୁଶବିଦ୍ଧ କରାଯାଇଥିଲା, ସେହି ସ୍ଥାନ ପାଖରେ ଗୋଟିଏ ବଗିଗ୍ଭ ଥିଲା। ସେହି ବଗିଗ୍ଭରେ ଗୋଟିଏ ନୂଆ କବର ଥିଲା, ଯେଉଁଥିରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନ ଥିଲା, 42 ବିଶ୍ରାମବାର ଆରମ୍ଭ ହେବା ପୂର୍ବରୁ ତାହାର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ପାଇଁ ସେମାନେ ଯୀଶୁଙ୍କୁ ସେଠାରେ ସମାଧିସ୍ଥ କଲେ, କାରଣ ସେହି ସମାଧିଟି ପାଖରେ ଥିଲା।

Read full chapter