Add parallel Print Page Options

କ୍ରୁଶ ଉପରେ ଯୀଶୁଙ୍କୁ ହତ୍ୟା କଲେ

(ମାଥିଉ 27:32-44; ଲୂକ 23:26-39; ଯୋହନ 19:17-19)

21 ସେତେବେଳେ ଜଣେ କୂରୀଣୀୟ ବାସିନ୍ଦା ଶିମୋନ ପଲ୍ଲୀଗ୍ରାମରୁ ଆସି ସେ ବାଟେ ଯାଉଥିଲା। ସେ ଆଲେ‌କ୍‌ଜାଣ୍ଡାର ଓ ରୂଫଙ୍କ ପିତା ଥିଲା। ସୈନ୍ୟମାନେ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବାକୁ ତାକୁ ବାଧ୍ୟ କଲେ। 22 ତା'ପରେ ସେମାନେ ଯୀଶୁଙ୍କୁ ଗ‌‌ଲ୍‌‌ଗଥା ନାମକ ସ୍ଥାନକୁ ନେଇଗଲେ। ଗ‌‌ଲ୍‌‌ଗଥାର ଅର୍ଥ “କପାଳ ସ୍ଥାନ” 23 ସେଠାରେ ସେମାନେ ଯୀଶୁଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ। କିନ୍ତୁ ଯୀଶୁ ତାହା ପିଇବାକୁ ମନା କଲେ। 24 ତା'ପରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶ ବିଦ୍ଧ କଲେ। ସେମାନେ ଯୀଶୁଙ୍କ ଲୁଗା ପଟା ନିଜ ନିଜ ମଧ୍ୟରେ ବାଣ୍ଟି ନେଲେ। କିଏ କ’ଣ ପାଇବ, ତାହା ସେମାନେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବା ପାଇଁ ସ୍ଥିର କଲେ।

25 ଯୀଶୁଙ୍କୁ କ୍ରୁଶବିଦ୍ଧ କଲା ବେଳକୁ ସକାଳ ନଅଟା ବାଜିଥିଲା। 26 ଯୀଶୁଙ୍କ ବିରୁଦ୍ଧରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲେଖା ଯାଇଥିଲା ଏ “ଯିହୂଦୀମାନଙ୍କର ରାଜା।” 27 ଯୀଶୁଙ୍କ ସହିତ ଆଉ ଦୁଇଜଣ ଡକାୟତଙ୍କୁ ମଧ୍ୟ ସେମାନେ କ୍ରୁଶ ବିଦ୍ଧ କଲେ। ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣକୁ ବାମ ପଟେ କ୍ରୁଶ ବିଦ୍ଧ କରାଗଲା। 28 [a]

29 ଯୀଶୁଙ୍କ ପାଖଦେଇ ଗ୍ଭଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିଲେ। ସେମାନେ ମୁଣ୍ଡ ହଲେଇ ହଲେଇ କହୁଥିଲେ, “ଆରେ ବାଃ, ତୁ ସେହି ଲୋକ, ଯିଏ ମନ୍ଦିରକୁ ଭାଙ୍ଗି ଦେଇ ତିନି ଦିନ ମଧ୍ୟରେ ତାହା ପୁଣି ତିଆରି କରି ଦେବୁ ବୋଲି କହୁଥିଲୁ। 30 ଏବେ କ୍ରୁଶ ଉପରୁ ଓହ୍ଲେଇ ଆସି ନିଜକୁ ରକ୍ଷା କର।”

31 ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଅନ୍ୟ ଲୋକମାନେ ଯୀଶୁଙ୍କୁ ଯେଭଳି ଭାବରେ ଥଟ୍ଟା କରୁଥିଲେ, ସେମାନେ ମଧ୍ୟ ଠିକ୍ ସେହିଭଳି ଯୀଶୁଙ୍କୁ ଥଟ୍ଟା କଲେ। ସେମାନେ କୁହାକୁହି ହେଉଥିଲେ, “ସେ ଅନ୍ୟକୁ ରକ୍ଷା କରୁଥିଲା, କିନ୍ତୁ ଏବେ ସେ ନିଜକୁ ରକ୍ଷା କରି ପାରିଲା ନାହିଁ। 32 ଯଦି ପ୍ରକୃତରେ ସେ ଖ୍ରୀଷ୍ଟ, ଇସ୍ରାଏଲର ରାଜା, ତେବେ ବର୍ତ୍ତମାନ ସେ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆସୁ। ନିଜକୁ ରକ୍ଷା କରୁ। ତା'ହେଲେ ଆମ୍ଭେମାନେ ତାହା ଦେଖିବା ଓ ତାକୁ ବିଶ୍ୱାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖରେ କ୍ରୁଶ ବିଦ୍ଧ କରାଯାଉଥିଲା, ସେମାନ ମଧ୍ୟ ଯୀଶୁଙ୍କ ଅପମାନିତ କଲେ।

Read full chapter

Footnotes

  1. ମାର୍କ ଲିଖିତ ସୁସମାଗ୍ଭର 15:28 କେତେକ ଗ୍ରୀକ୍ ପତ୍ରରେ ପଦସଂଖ୍ୟା 28 ଏହିଭଳି ଯୋଡ଼ା ଯାଇଛି। “ଏହିଭଳି ଭାବରେ ଶାସ୍ତ୍ରରେ ଲେଖାଥିବା ଏହି କଥା ସଫଳ ହେଲା: ତାହାଙ୍କୁ ‘ଅପରାଧୀଙ୍କ ସହିତ ରଖାଗଲା।’”