Add parallel Print Page Options

ଯୀଶୁଙ୍କୁ କ୍ରୁଶରେ ହତ୍ୟା କରାଗଲା

(ମାର୍କ 15:21-32; ଲୂକ 23:26-39; ଯୋହନ 19:17-19)

32 ସୈନ୍ୟମାନେ ଯୀଶୁଙ୍କୁ ନେଇ ନଗର ବାହାରକୁ ଯାଉଥିବା ସମୟରେ କୂରୀଣୀୟ ଶିମୋନ ନାମରେ ଜଣେ ଲୋକକୁ ଦେଖିଲେ। ସେମାନେ ସେ ଲୋକଟିକୁ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବା ପାଇଁ ବାଧ୍ୟ କଲେ। 33 ସେମାନେ ଗ‌‌‌ଲ୍‌ଗଥା ନାମକ ସ୍ଥାନରେ (‘‘ଯାହାର ଅର୍ଥ କପାଳସ୍ଥାନ’’) ପହଞ୍ଚିଲେ। 34 ସେମାନେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଗ୍ଭଖିବା ପରେ ପିଇବା ପାଇଁ ମନାକଲେ।

35 ସେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟା ମାରି ସାରି ତାହାଙ୍କର ପୋଷାକ ପତ୍ର ନିଜ ନିଜ ଭିତରେ ଗୁଲିବାଣ୍ଟ କରି ବାଣ୍ଟି ନେଲେ। 36 ତା'ପରେ ସୈନ୍ୟମାନେ ସେଠାରେ ଯୀଶୁଙ୍କୁ ଜଗିବା ପାଇଁ ବସିଲେ। 37 ସୈନ୍ୟମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ତିଆରି କଲେ ଓ ତାହାକୁ ତାହାଙ୍କ ମୁଣ୍ଡ ଉପରେ ଝୁଲାଇ ଦେଲେ। ସେଥିରେ ଲେଖା ଥିଲା, “ଏ ଯିହୂଦୀମାନଙ୍କର ରାଜା ଯୀଶୁ।”

38 ସେହି ସମୟରେ ଦୁଇଜଣ ଡକାୟତଙ୍କୁ ମଧ୍ୟ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼େଇ ଦିଆଗଲା। ଜଣକୁ ତାହାଙ୍କ ଡାହାଣ ପଟେ ଓ ଆର ଜଣକୁ ବାମ ପଟେ। 39 ସେହି ପାଖଦେଇ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସେମାନେ ସେମମାନଙ୍କ ମୁଣ୍ଡ ହଲେଇ କହୁଥିଲେ, 40 “ତୁମ୍ଭେ କହୁଥିଲ ଯେ ତୁମ୍ଭେ ମନ୍ଦିରକୁ ଭାଙ୍ଗି ଦେଇ ପାରିବ ଓ ପୁଣି ତାକୁ ତିନି ଦିନ ମଧ୍ୟରେ ତିଆରି କରିଦେଇ ପାରିବ ତେଣୁ ଏବେ ତୁମ୍ଭେ ନିଜକୁ ରକ୍ଷା କର। ତୁମ୍ଭେ ଯଦି ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ତେବେ କ୍ରୁଶ ଉପରୁ ତଳକୁ ଗ୍ଭଲିଆସ।”

41 ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନମାନେ ମଧ୍ୟ ସେଠାରେ ଥିଲେ। ସେମାନେ ମଧ୍ୟ ଅନ୍ୟମାନଙ୍କ ଭଳି ଯୀଶୁଙ୍କୁ ଥଟ୍ଟା କରୁଥିଲେ। 42 ସେମାନେ କହୁଥିଲେ, “ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲେ, ଏବେ କିନ୍ତୁ ସେ ନିଜକୁ ରକ୍ଷା କରି ପାରୁ ନାହାନ୍ତି। ଲୋକେ କହନ୍ତି ଯେ, ସେ ଇସ୍ରାଏଲର ରାଜା। ଏ କଥା ଯଦି ସତ, ତେବେ ସେ ବର୍ତ୍ତମାନ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆସନ୍ତୁ। ତେବେ ଆମ୍ଭେ ତାହାଙ୍କୁ ବିଶ୍ୱାସ କରିବୁ। 43 ସେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁଥିଲେ। ଯଦି ପ୍ରକୃତରେ ପରମେଶ୍ୱର ତାହାଙ୍କୁ ଗ୍ଭହୁଁଥା’ନ୍ତି, ତେବେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, ‘ମୁଁ ପରମେଶ୍ୱରଙ୍କ ପୁତ୍ର।’’’ 44 ଯେଉଁ ଡକାୟତମାନଙ୍କୁ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼ାଇ ଦିଆଯାଉଥିଲା, ସେମାନେ ମଧ୍ୟ ଯୀଶୁଙ୍କୁ ସେହିଭଳି ଥଟ୍ଟା କରିବାରେ ଲାଗିଲେ।

Read full chapter