Add parallel Print Page Options

କେତେକ ପୁରୁଣା ଗ୍ରୀକ୍ ପ୍ରତିରେ ପଦସଂଖ୍ୟା ଆଠରେ ହିଁ ମାର୍କ ଲିଖିତ ସୁସମାଗ୍ଭର ସମାପ୍ତ ହୋଇଛି।

କେତେକ ଶିଷ୍ୟ ଯୀଶୁଙ୍କୁ ଦେଖିଲେ

(ମାଥିଉ 28:9-10; ଯୋହନ 20:11-18; ଲୂକ 24:13-35)

ସପ୍ତାହର ପ୍ରଥମ ଦିନର ବଡ଼ି ସକାଳୁ ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେଲେ। ସର୍ବ ପ୍ରଥମେ ସେ ମ‌ଗ୍‌ଦଲୀନୀ ମରିୟମଙ୍କ ନିକଟରେ ନିଜକୁ ଦେଖା ଦେଲେ। ଅତୀତରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତୋଟି ଭୂତଙ୍କୁ ତଡ଼ି ଦେଇଥିଲେ। 10 ମରିୟମ ଯୀଶୁଙ୍କୁ ଦେଖି ସାରିବା ପରେ ତାହାଙ୍କ ଶିଷ୍ୟମାନଙ୍କ ପାଖକୁ ଯାଇ ଏ ବିଷୟ କହିଲେ। ସେତେବେଳକୁ ଶିଷ୍ୟମାନେ ଶୋକରେ ବୁଡ଼ି ଯାଇଥିଲେ ଓ ବିଳାପ କରୁଥିଲେ। 11 ମରିୟମ ସେମାନଙ୍କୁ କହିଲେ ଯେ, ଯୀଶୁ ଜୀବିତ ଅଛନ୍ତି ଏବଂ ସେ ନିଜେ ଯୀଶୁଙ୍କୁ ଦେଖିଛନ୍ତି। କିନ୍ତୁ ଶିଷ୍ୟମାନେ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ।

Read full chapter