ଲୂକ ଲିଖିତ ସୁସମାଗ୍ଭର 24:13-35
Odia Holy Bible: Easy-to-Read Version
ଇମ୍ମାୟୁ ଗ୍ରାମକୁ ଯିବା ବାଟରେ
(ମାର୍କ 16:12-13)
13 ସେହି ଦିନ ଯୀଶୁଙ୍କର ଦୁଇଜଣ ଶିଷ୍ୟ ଇମ୍ମାୟୁ ନାମକ ଗାଁକୁ ଯାଉଥିଲେ। ଏ ସ୍ଥାନ ଯିରୁଶାଲମଠାରୁ ପ୍ରାୟ ଏଗାର କିଲୋମିଟର ଦୂର। 14 ଯାହାସବୁ ଘଟିଥିଲା, ସେମାନେ ସେ ବିଷୟରେ କଥାବାର୍ତ୍ତା ହେଉଥିଲେ। 15 ସେ ସବୁ ବିଷୟ ସେମାନେ ଆଲୋଚନା କଲାବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଗ୍ଭଲିବାକୁ ଲାଗିଲେ। 16 କିନ୍ତୁ ସେ ଦୁଇଜଣଙ୍କୁ ସେତେବେଳେ ଯୀଶୁଙ୍କୁ ଚିହ୍ନିବା ପାଇଁ ବାଧା ଦିଆଗଲା। 17 ତା'ପରେ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହା ବିଷୟରେ କଥାବାର୍ତ୍ତା କରୁଛ?
ଦୁଇଜଣ ଯାକ ଅଟକି ଗଲେ। ସେମାନଙ୍କର ମୁହଁ ଅତ୍ୟନ୍ତ ଦୁଃଖିତ ଦେଖା ଯାଉଥିଲା। 18 ତାହାଙ୍କ ଭିତରୁ କ୍ଲେୟପା ନାମକ ଲୋକଟି ଉତ୍ତର ଦେଲା, “ତୁମ୍ଭେ ଯିରୁଶାଲମଠାରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତେଦିନ ଭିତରେ ଘଟି ଯାଇଥିବା ଘଟଣାଗୁଡ଼ିକ ବିଷୟରେ କିଛି ଜାଣ ନାହଁ।”
19 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁ ଘଟଣା ଗୁଡ଼ିକ ବିଷୟରେ କହୁଛ?”
ଲୋକମାନେ ଯୀଶୁଙ୍କୁ କହିଲେ, “ନାଜରିତୀୟ ଯୀଶୁଙ୍କ ବିଷୟରେ। ସେ ପରମେଶ୍ୱର ଓ ଲୋକମାନଙ୍କ ପାଇଁ ଜଣେ ମହାନ୍ ଭବିଷ୍ୟଦ୍ବକ୍ତା ଥିଲେ। ସେ ବହୁତ ଗୁଡ଼ିଏ ଶକ୍ତିଶାଳୀ କାର୍ଯ୍ୟ କରିଥିଲେ ଓ କହିଥିଲେ। 20 କିନ୍ତୁ ଆମ୍ଭର ପ୍ରଧାନଯାଜକ ଓ ଶାସକମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପାଇଁ ଅର୍ପଣ କରିଦେଲେ ଏବଂ ତାହାଙ୍କୁ କ୍ରୁଶରେ ବଧ କଲେ। 21 ସେ ହିଁ ଯିଏ ଇସ୍ରାଏଲକୁ ମୁକ୍ତ କରିବେ ବୋଲି ଆମ୍ଭେମାନେ ଆଶା ରଖିଥିଲୁ। କିନ୍ତୁ ସେତିକିବେଳେ ଏସବୁ ଘଟଣା ଘଟିଗଲା।
“ଏସବୁ ଛଡ଼ା ବର୍ତ୍ତମାନ ଯୀଶୁଙ୍କୁ ହତ୍ୟା କରା ଯିବାର ତିନି ଦିନି ବିତି ଗଲାଣି। 22 କିନ୍ତୁ ଆଜି ଆମ୍ଭ ଦଳର କେତେ ଜଣ ସ୍ତ୍ରୀଲୋକ ଆମ୍ଭକୁ ଗୋଟିଏ ଆଶ୍ଚର୍ଯ୍ୟ ଜନକ କଥା କହିଲେ। ଯେଉଁ କବରରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ସେମାନେ ଆଜି ଅତି ଭୋର୍ରୁ ଯାଇଥିଲେ। 23 କିନ୍ତୁ ସେମାନେ ସେଠାରେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସେମାନେ ସେଠାରେ ସ୍ୱର୍ଗଦୂତଙ୍କୁ ଦର୍ଶନ କରିଥିବା କଥା ମଧ୍ୟ ଆମ୍ଭକୁ ଫେରି ଆସି କହିଲେ। ସ୍ୱର୍ଗଦୂତମାନେ ସେମାନଙ୍କୁ ଯୀଶୁ ଜୀବିତ ଥିବା କଥା କହିଥିଲେ। 24 ତା'ପରେ ଆମ୍ଭ ଦଳ ଭିତରୁ କେତେ ଜଣ ମଧ୍ୟ ସମାଧି ପାଖକୁ ଗଲେ। ସ୍ତ୍ରୀଲୋକମାନଙ୍କୁ କହିବା ଅନୁସାରେ କବରଟି ମଧ୍ୟ ଖାଲି ଥିଲା, ସେମାନେ ଭିତରକୁ ଗ୍ଭହିଁଲେ, କିନ୍ତୁ ସେମାନେ ଯୀଶୁଙ୍କୁ ସେଠାରେ ପାଇଲେ ନାହିଁ।”
25 ତା'ପରେ ଯୀଶୁ ସେହି ଦୁଇଜଣ ଲୋକଙ୍କୁ କହିଲେ, “ତୁମ୍ଭେମାନେ କେତେ ବୋକା। ଭବିଷ୍ୟଦ୍ବକ୍ତାମାନେ ଯାହାସବୁ କହିଥିଲେ, ସେହି ସତ୍ୟକୁ ବିଶ୍ୱାସ କରିବାରେ ତୁମ୍ଭେମାନେ କେତେ ମନ୍ଥର। 26 ଭବିଷ୍ୟଦ୍ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମାରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।” 27 ତା'ପରେ ଯୀଶୁ ଶାସ୍ତ୍ରମାନଙ୍କରେ ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ସେଗୁଡ଼ିକୁ ଗୋଟି ଗୋଟି କରି ବୁଝାଇବାକୁ ଲାଗିଲେ। ଯୀଶୁ ମୋଶାଙ୍କ ପୁସ୍ତକରୁ ଆରମ୍ଭ କରି ଅନ୍ୟ ଭବିଷ୍ୟଦ୍ବକ୍ତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାହାଙ୍କ ବିଷୟରେ ଯାହାସବୁ କହିଥିଲେ, ସେଗୁଡ଼ିକ ବୁଝାଇ ଦେଲେ।
28 ଯେଉଁ ଗାଁକୁ ସେମାନଙ୍କର ଯିବାକୁ ଥିଲା, ସେମାନେ ସେ ଗାଁକୁ ପାଖରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କ ସହିତ ଏଭଳି ବ୍ୟବହାର କଲେ, ପ୍ରକୃତରେ ଯେପରି ତାହାଙ୍କର ଆଗକୁ ଯିବାକୁ ଦରକାର ଅଛି। 29 କିନ୍ତୁ ସେମାନେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭ ସାଙ୍ଗରେ ରହିଯାଅ। ସନ୍ଧ୍ୟାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ।” ତେଣୁ ଯୀଶୁ ସେମାନଙ୍କ ସହିତ ରହିବା ପାଇଁ ଘର ଭିତରକୁ ଗଲେ।
30 ଯୀଶୁ ସେମାନଙ୍କ ସହିତ ଖାଇବା ପାଇଁ ବସି ପଡ଼ିଲେ। ସେ ହାତରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ୟବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସେମାନଙ୍କୁ ଦେଲେ। 31 ସେହି ସମୟରେ ସେହି ଦୁଇଜଣଙ୍କର ଚକ୍ଷୁ ଖୋଲି ଦିଆଗଲା ଓ ସେମାନେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସେମାନଙ୍କ ସାମନାରୁ ଅଦୃଶ୍ୟ ହୋଇଗଲେ। 32 ତା'ପରେ ସେମାନେ ପରସ୍ପର କଥାବାର୍ତ୍ତା ହେଲେ, “ଯେତେବେଳେ ଯୀଶୁ ଆମ୍ଭ ସହିତ ରାସ୍ତାରେ କଥାବାର୍ତ୍ତା ହେଉଥିଲେ, ସେତେବେଳେ ଆମ୍ଭ ହୃଦୟ ଭିତରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତେବେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତେଜିତ କରି ଦେଉଥିଲା।”
33 ତା'ପରେ ସେମାନେ ଉଠି ପଡ଼ିଲେ ଓ ଯିରୁଶାଲମକୁ ଫେରିଗଲେ। ଯିରୁଶାଲମରେ ସେମାନେ ଯୀଶୁଙ୍କ ଶିଷ୍ୟଗଣ ଓ ଏଗାର ଜଣ ପ୍ରେରିତଙ୍କୁ ଏକତ୍ରିତ ହୋଇଥିବାର ଦେଖିଲେ। 34 ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ କହୁଥିଲେ, “ପ୍ରକୃତରେ, ପ୍ରଭୁ ମୃତ୍ୟୁରୁ ଜୀବିତ ହୋଇ ଉଠିଛନ୍ତି। ସେ ଶିମୋନଙ୍କୁ ଦେଖା ଦେଇଛନ୍ତି।”
35 ତା'ପରେ ଏହି ଦୁଇଜଣ ଲୋକ ରାସ୍ତାରେ ଯାହାସବୁ ଘଟିଥିଲା, ସେ ସମସ୍ତ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ସେମାନେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସେମାନେ କିପରି ଯୀଶୁଙ୍କୁ ଚିହ୍ନି ପାରିଲେ।
Read full chapter2010 by Bible League International