Revised Common Lectionary (Semicontinuous)
ଇସ୍ରାଏଲ ପରମେଶ୍ୱରଙ୍କ ଅଧିକାରରେ
19 ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ପବିତ୍ର ହେବ। କାରଣ ଆମ୍ଭେ ସଦାପ୍ରଭୁ କୁମ୍ଭମାନଙ୍କର ପରମେଶ୍ୱର ପବିତ୍ର ଅଟୁ।
9 “ତୁମ୍ଭେମାନେ ଅମଳ ସମୟରେ ଯେବେ ଶସ୍ୟ କାଟୁଛ ତେବେ କ୍ଷେତ୍ରକୁ ନିଃଶେଷ କରି ଶସ୍ୟ କାଟିବ ନାହିଁ। କିମ୍ବା ନିଜ ଶସ୍ୟକ୍ଷେତ୍ରରୁ ତ୍ୟକ୍ତ ଶସ୍ୟ ସାଉଣ୍ଟିବ ନାହିଁ। 10 ପୁଣି ତୁମ୍ଭର ଦ୍ରାକ୍ଷାକ୍ଷେତ୍ରରୁ ସମ୍ପୂର୍ଣ୍ଣ ଦ୍ରାକ୍ଷା ଖୁଣ୍ଟି ତୋଳିବ ନାହିଁ କିମ୍ବା କ୍ଷେତ୍ରରେ ପଡ଼ିଥିବା ଫଳ ସାଉଣ୍ଟିବ ନାହିଁ। ସେଗୁଡ଼ିକୁ ଦରିଦ୍ର ଓ ବିଦେଶୀମାନଙ୍କ ପାଇଁ ଛାଡ଼ିଦେବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
11 “ତୁମ୍ଭେମାନେ ଗ୍ଭେରି କରିବ ନାହିଁ, ଅନ୍ୟମାନଙ୍କୁ ପ୍ରତାରଣା କରିବ ନାହିଁ କିମ୍ବା ପରସ୍ପର ମିଥ୍ୟା କହିବ ନାହିଁ। 12 ଆଉ ତୁମ୍ଭେମାନେ ଆମ୍ଭ ନାମ ନେଇ ମିଥ୍ୟା ରାଣ କରିବ ନାହିଁ। ତାହାହେଲେ ତୁମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ, ଆମ୍ଭେ ସଦାପ୍ରଭୁ।
13 “ତୁମ୍ଭେମାନେ ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରିବ ନାହିଁ ଓ ତାଙ୍କଠାରୁ ଗ୍ଭେରି କରିବ ନାହିଁ। ପୁଣି ବେତନଜୀବିର ବେତନ ରାତ୍ରିଠାରୁ ସକାଳ ଯାଏ ତୁମ୍ଭ ପାଖରେ ରହିବ ନାହିଁ।
14 “ତୁମ୍ଭେ ବଧିରକୁ ଅଭିଶାପ ଦେବ ନାହିଁ ଓ ଅନ୍ଧ ଆଗରେ ଝୁଣ୍ଟିବାର ବସ୍ତୁ ରଖିବ ନାହିଁ। ମାତ୍ର ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଭୟ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।
15 “ତୁମ୍ଭେମାନେ ବିଗ୍ଭରରେ ପକ୍ଷପାତ କରିବ ନାହିଁ, ତୁମ୍ଭେମାନେ ଦରିଦ୍ର ପ୍ରତି ସ୍ୱତନ୍ତ୍ର ସୁବିଧା ଦେବ ନାହିଁ କିମ୍ବା ବିଗ୍ଭରରେ ଧନୀ ପ୍ରତି ଅଧିକ ଗୁରୁତ୍ୱ ଦେବ ନାହିଁ। ତୁମ୍ଭର ପଡ଼ୋଶୀମାନଙ୍କ ପ୍ରତି ନ୍ୟାୟ ବିଗ୍ଭର କରିବ। 16 ତୁମ୍ଭେ ଖଳ କହି ଆପଣା ଲୋକମାନଙ୍କ ମଧ୍ୟରେ ଏଣେ ତେଣେ ବୁଲିବ ନାହିଁ କିମ୍ବା ପ୍ରତିବାସୀର ଜୀବନ ପ୍ରତି ବିପଦ ଆସିଲା ଭଳି କୌଣସି କାର୍ଯ୍ୟ କରିବ ନାହିଁ। ଆମ୍ଭେ ସଦାପ୍ରଭୁ।
17 “ତୁମ୍ଭେ ହୃଦୟରେ ଆପଣା ଭାଇ ପ୍ରତି ଘୃଣାଭାବ ରଖିବ ନାହିଁ। ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭ ପ୍ରତି କିଛି ଅନ୍ୟାୟ କରେ ତେବେ ତାକୁ ଅନୁଯୋଗ କରିବ, ମାତ୍ର ତାକୁ କ୍ଷମା ଦେବ। ତା'ହେଲେ ତୁମ୍ଭେ ପାପର ଭାଗି ହେବ ନାହିଁ। 18 ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ। ବରଂ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ, ଆମ୍ଭେ ସଦାପ୍ରଭୁ।
ହେ
33 ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ
ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ।
34 ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର।
ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି।
ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।
35 ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶ ପଥରେ ମୋତେ ଆଗେଇ ନିଅ।
ମୁଁ ବାସ୍ତବରେ ସେହିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
36 ମୋତେ ଧନୀ ହେବା ପରିବର୍ତ୍ତେ
ମୋତେ ବାକ୍ୟ ବିଷୟରେ ବୁଝିବା ପାଇଁ ସାହାଯ୍ୟ କର।
37 ସଦାପ୍ରଭୁ ଅସାର ବସ୍ତୁ ମୋତେ ଦେଖିବାକୁ ଦିଅ ନାହିଁ।
ତୁମ୍ଭ ପଥରେ ଗ୍ଭଲିକି ମୋତେ ଜୀବନ ଖୋଜିବାକୁ ଦିଅ।
38 ତୁମ୍ଭେ ଆପଣା ଦାସ ପାଇଁ ଯାହା ପ୍ରତିଜ୍ଞା କରିଅଛ, ତାହା କର।
ତେଣୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।
39 ସଦାପ୍ରଭୁ, ଅପମାନକୁ ଦୂରେଇ ନିଅ ଯାହାକୁ ମୁଁ ଭୟ କରେ।
ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।
40 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ।
ତୁମ୍ଭର ଧର୍ମରେ ମୋତେ ବଞ୍ଚିବାକୁ ଦିଅ।
10 ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ୱରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ୟବହାର କଲି। ଅନ୍ୟମାନେ ସେହି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରତ୍ୟେକ ଲୋକ ନିର୍ମାଣ କଲାବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟରେ ସତର୍କ ହେବା ଉଚିତ୍। 11 ତିଆରି ହୋଇଥିବା ମୂଳଦୁଆ ବ୍ୟତୀତ ଅନ୍ୟ ମୂଳଦୁଆ କେହି ପକାଇ ପାରିବ ନାହିଁ।
16 ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କଠାରେ ବାସ କରନ୍ତି। 17 ଯଦି କୌଣସି ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ନଷ୍ଟକରେ, ତାହାହେଲେ ପରମେଶ୍ୱର ତାକୁ ନଷ୍ଟ କରିଦେବେ। କାରଣ ପରମେଶ୍ୱରଙ୍କ ମନ୍ଦିର ହେଉଛି ପବିତ୍ର। ସେହି ପବିତ୍ର ମନ୍ଦିର ତୁମ୍ଭେମାନେ।
18 ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ଯୁଗ ଅନୁସାରେ ଜ୍ଞାନୀ ଅଟେ, ତା'ହେଲେ ତାକୁ ମୂର୍ଖ ହେବାକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହୋଇପାରିବା 19 କାହିଁକି କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ଜାଗତିକ ଜ୍ଞାନ ପ୍ରକୃତରେ ମୂର୍ଖତା ଅଟେ। ଶାସ୍ତ୍ର କୁହେ; “ଯେତେବେଳେ ଜ୍ଞାନୀମାନେ ନିଜ ଚତୁରତାରେ ବ୍ୟବହାର କରନ୍ତି, ପରମେଶ୍ୱର ସେତେବେଳେ ସେମାନଙ୍କୁ ଧରନ୍ତି।”(A) 20 ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ପ୍ରଭୁ ଜ୍ଞାନୀମାନଙ୍କର ମନକଥା ଜାଣନ୍ତି। ସେମାନଙ୍କ ସମସ୍ତ ଚିନ୍ତାଧାରା ଯେ ମୂଲ୍ୟହୀନ ଏହା ମଧ୍ୟ ସେ ଜାଣନ୍ତି।”(B) 21 ସେଥିପାଇଁ ମନୁଷ୍ୟମାନଙ୍କ ପାଇଁ ତୁମ୍ଭେମାନେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର। 22 ପାଉଲ, କେଫା ବା ପିତର; ଜଗତ ଜୀବନ ବା ମୃତ୍ୟୁ; ବର୍ତ୍ତମାନ ବା ଭବିଷ୍ୟତ ସମସ୍ତ ହିଁ ତୁମ୍ଭମାନଙ୍କର। 23 ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ପରମେଶ୍ୱରଙ୍କର ଅଟନ୍ତି।
ଯୀଶୁ କହନ୍ତି: ପ୍ରତିଶୋଧ ମନଭାବ ରଖ ନାହିଁ
(ଲୂକ 6:29-30)
38 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି, ‘ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ।’(A) 39 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, କୌଣସି ମନ୍ଦ ଲୋକର ବିରୁଦ୍ଧରେ ଠିଆ ହୁଅ ନାହିଁ। ବରଂ ଯଦି କେହି ତୁମ୍ଭର ଡାହାଣ ଗାଲରେ ଗ୍ଭପୁଡ଼ାଟିଏ ମାରେ, ତେବେ ତୁମ୍ଭେ ତା ଆଡ଼କୁ ଆର ଗାଲଟି ମଧ୍ୟ ଦେଖେଇ ଦିଅ। 40 ଯଦି କେହି ତୁମ୍ଭ ବିରୁଦ୍ଧରେ ବିଗ୍ଭରାଳୟରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନେବାକୁ ଇଚ୍ଛା କରେ, ତେବେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ୟଦେଇ ଦିଅ। 41 ଯଦି କେହି ତୁମ୍ଭକୁ ତା’ ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ୟ କରେ ତେବେ ତୁମ୍ଭେ ତା’ ସହିତ ଦୁଇ କୋଶ ଗ୍ଭଲି ଯାଅ। 42 ଯଦି କେହି ତୁମ୍ଭକୁ କିଛି ମାଗେ, ତେବେ ତାହା ତାହାକୁ ଦିଅ। କେହି ଯଦି ତୁମ୍ଭଠାରୁ ଧାର ନେବାକୁ ଇଚ୍ଛାକରେ, ତେବେ ତାହାକୁ ମନା କର ନାହିଁ।
ସମସ୍ତଙ୍କୁ ପ୍ରେମ କର
(ଲୂକ 6:27-28,32-36)
43 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’(B) 44 କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର। 45 ତା'ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି। 46 ଯେଉଁମାନେ ତୁମ୍ଭକୁ ପ୍ରେମ କରିଛନ୍ତି, ତୁମ୍ଭେ ଯଦି କେବଳ ସେହିମାନଙ୍କୁ ପ୍ରେମ କରିବ ତେବେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ? ଏପରିକି କରଆଦାୟକାରୀ[a]ମାନେ ମଧ୍ୟ ଏହା କରନ୍ତି। 47 ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି? 48 ଏଣୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।
2010 by World Bible Translation Center