Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:1-8

ଆଲେଫ୍

119 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି,
    ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି,
    ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ,
    କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ
    ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ
    ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି,
    ତେବେ ମୁଁ ଲଜ୍ଜିତ ହେବି ନାହିଁ।
ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି,
    ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
ମୁଁ ତୁମ୍ଭର ବିଧିସବୁ ପାଳନ କରିବି।
    ମୋତେ ଏକୁଟିଆ କରି ଛାଡ଼ ନାହିଁ।

ଦ୍ୱିତୀୟ ବିବରଣ 30:1-9

ଇସ୍ରାଏଲୀୟମାନେ ସେମାନଙ୍କ ଦେଶକୁ ଫେରିବେ

30 “ମୁଁ ତୁମ୍ଭକୁ ଯେଉଁସବୁ କଥା କହିଲି ତାହା ସବୁ ଘଟିବ। ତୁମ୍ଭମାନଙ୍କର ଉତ୍ତମ କାର୍ଯ୍ୟପାଇଁ ଆଶୀର୍ବାଦ ଓ ମନ୍ଦକାର୍ଯ୍ୟ ପାଇଁ ଅଭିଶାପ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭଙ୍କୁ ଅନ୍ୟ ଜାତୀୟମାନଙ୍କ ମଧ୍ୟରେ ପଠାଇବେ। ସେଠାରେ ତୁମ୍ଭେମାନେ ସ୍ମରଣ କରିବ। ସେହି ସମୟରେ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣମାନେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବେ। ଏବଂ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣ ସଦାପ୍ରଭୁଙ୍କର ବାକ୍ୟ ସମସ୍ତ ମନ ପ୍ରାଣ ଦେଇ ମାନିବ, ଯାହା ମୁଁ ଆଜି ତୁମ୍ଭକୁ ଆଜ୍ଞା ଦେଇଛି। ତେବେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ପ୍ରତି ଦୟାବାନ ହେବେ। ସଦାପ୍ରଭୁ ପୁନ୍ନରାୟ ମୁକ୍ତ କରିବେ। ସେ ତୁମ୍ଭମାନଙ୍କୁ ସେଠାରୁ ଫେରାଇ ଆଣିବେ, ଏପରିକି ତୁମ୍ଭମାନଙ୍କୁ ପୃଥିବୀର ବହୁତ ଦୂରକୁ ପଠାଇଥିଲେ ମଧ୍ୟ ସେ ତୁମ୍ଭମାନଙ୍କୁ ଏକତ୍ର କରି ଫେରାଇ ଆଣିବେ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆପଣା ପୂର୍ବପୁରୁଷମାନଙ୍କ ଦେଶକୁ ଫେରାଇ ଆଣି ସେହି ଦେଶସବୁ ତୁମ୍ଭମାନଙ୍କୁ ଦେବେ। ସଦାପ୍ରଭୁ ତୁମ୍ଭର ମଙ୍ଗଳ କରି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭମାନଙ୍କର ଏତେ ଲୋକ ବୃଦ୍ଧି ହେବେ ଯେ, କେବେବି ଏତେ ନ ଥିଲା। ତୁମ୍ଭେମାନେ ଯେପରି ଆପଣାର ସମସ୍ତ ପ୍ରାଣ ଓ ସମସ୍ତ ହୃଦୟ ସହିତ ପରମେଶ୍ୱରଙ୍କୁ ପ୍ରେମ କରିବ। ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ। ତହିଁରେ ତୁମ୍ଭେ ବଞ୍ଚିବ।

“ତେବେ ଏହି ସମସ୍ତ ଶାପ ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ଏପରି ଘଟିବ। କାରଣ ସେମାନେ ତୁମ୍ଭମାନଙ୍କୁ କ୍ଳେଶ ଦିଅନ୍ତି ଓ ଘୃଣା କରନ୍ତି। ଏବଂ ତୁମ୍ଭେମାନେ ପୁନ୍ନରାୟ ସଦାପ୍ରଭୁଙ୍କୁ ମାନିବ। ତୁମ୍ଭେମାନେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ ଯାହା ମୁଁ ଆଜି ତୁମ୍ଭମାନଙ୍କୁ କହୁଅଛି। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ଓ ସମୃଦ୍ଧିଶାଳୀ କରିବେ। ସେ ତୁମ୍ଭକୁ ବହୁ ସନ୍ତାନ ଦେଇ ଆଶୀର୍ବାଦ କରିବେ। ସେ ତୁମ୍ଭର ଗାଈମାନଙ୍କୁ ଆଶୀର୍ବାଦ କରିବେ, ସେମାନଙ୍କ ବହୁସଂଖ୍ୟକ ବାଛୁରି ହେବ। ସେ ତୁମ୍ଭର କ୍ଷେତ୍ରକୁ ଆଶୀର୍ବାଦ କରିବେ, ତାହା ଉତ୍ତମ ଶସ୍ୟ ପ୍ରଦାନ କରିବ। ସଦାପ୍ରଭୁ ପୁଣି ଥରେ ତୁମ୍ଭଠାରେ ଆନନ୍ଦିତ ହେବେ ଓ ମଙ୍ଗଳ କରିବେ, ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଠାରେ ଆନନ୍ଦିତ ଥିଲେ।

ମାଥିଉ ଲିଖିତ ସୁସମାଗ୍ଭର 15:1-9

ମନୁଷ୍ୟକୃତ ନିୟମଠାରୁ ପରମେଶ୍ୱରଙ୍କ ବିଧାନ ବଡ଼

(ମାର୍କ 7:1-23)

15 କେତେକ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀ ଯିରୁଶାଲମରୁ ଯୀଶୁଙ୍କ ନିକଟକୁ ଆସି ପଗ୍ଭରିଲେ, “ତୁମ୍ଭ ଶିଷ୍ୟମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡ଼ିକୁ କାହିଁକି ମାନୁ ନାହାନ୍ତି? ତୁମ୍ଭ ଶିଷ୍ୟମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉ ନାହାନ୍ତି।”

ଯୀଶୁ କହିଲେ, “ତୁମ୍ଭେ ନିଜର ପରମ୍ପରାଗତ ରୀତି ନୀତି ପାଳିବାକୁ ଯାଇ ପରମେଶ୍ୱରଙ୍କ ଆଦେଶ କାହିଁକି ଲଙ୍ଘନ କରୁଛ? ପରମେଶ୍ୱର କହିଛନ୍ତି: ‘ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ,(A) କିନ୍ତୁ ଯେଉଁ ଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାଯିବା ଉଚିତ୍।’(B) କିନ୍ତୁ ତୁମ୍ଭେ ଯେଉଁଭଳି ଶିକ୍ଷା ଦେଉଛ, ତା'ଫଳରେ ଜଣେ ଲୋକ ତା'ର ପିତାମାତାଙ୍କୁ କହି ପାରିବ, ‘ମୁଁ ତୁମ୍ଭକୁ ସାହାଯ୍ୟ କରି ପାରିବି ନାହିଁ। କାରଣ ମୋର ଯାହାସବୁ ଅଛି ସେଗୁଡ଼ିକୁ ମୁଁ ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି।’ ଏହିଭଳି ତୁମ୍ଭେ ସେ ଲୋକଙ୍କୁ ତା’ ପିତାମାତାଙ୍କୁ ସମ୍ମାନ ନ ଦେବା ପାଇଁ ହିଁ ଶିକ୍ଷା ଦେଉଛ। ଏହିପରି ନିଜର ପରମ୍ପରାଗତ ନୀତିନିୟମଗୁଡ଼ିକୁ ସମ୍ମାନ ଦେଇଛ ଓ ପରମେଶ୍ୱରଙ୍କ ଆଦେଶକୁ ଅବମାନନା କରୁଛ। ତୁମ୍ଭେ ସବୁ କପଟୀ! ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଠି‌କ୍‌ ଭାବରେ ଏହି ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କହିଥିଲେ।

ଏମାନେ କେବଳ ମୁଖରେ ମୋର ଆଦର କରନ୍ତି,
    କିନ୍ତୁ ସେମାନଙ୍କ ମନକଥା ମୋ'ଠାରୁ ବହୁତ ଦୂରରେ ରହିଥାଏ।
ସେମାନେ ମୋତେ ଯେଉଁ ଉପାସନା କରନ୍ତି, ତାହା ମୂଲ୍ୟହୀନ।
    ସେମାନେ ଯେଉଁସବୁ ବିଷୟ ଶିକ୍ଷା ଦିଅନ୍ତି ତାହା କେବଳ ମଣିଷ ତିଆରି ବିଧିବିଧାନ।’”(C)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center