Revised Common Lectionary (Semicontinuous)
ନୂନ୍
105 ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ,
ଓ ମୋର ପଥ ପାଇଁ ଆଲୋକ ଅଟେ।
106 ତୁମ୍ଭର ବିଗ୍ଭର ଉତ୍ତମ
ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।
107 ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି।
ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ।
108 ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର।
ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
109 ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ,
କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ।
110 ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ।
111 ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି।
ଏହା ମୋତେ ବହୁ ଆନନ୍ଦ ଦିଏ।
112 ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି,
ତାହା ମୋର ପୁରସ୍କାର ହେବ।
ଅଳସୁଆ ପଣିଆର ବିପଦଗୁଡ଼ିକ
6 ହେ ଅଳସୁଆଲୋକମାନେ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ଯାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସେମାନଙ୍କଠାରୁ ଶିଖ ଓ ସେମାନଙ୍କର ଉଦାହରଣରୂପେ କାର୍ଯ୍ୟ କର। 7 ପିମ୍ପୁଡ଼ିମାନଙ୍କର ନେତା କି ନିରୀକ୍ଷକ କିଅବା ଶାସକ କେହି ନ ଥା’ନ୍ତି। 8 ସେମାନେ ଗ୍ରୀଷ୍ମକାଳରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳରେ ପ୍ରଚୁର ପରିମାଣରେ ସେମାନେ ଖାଦ୍ୟ ସଂଗୃହୀତ କରିଥା’ନ୍ତି।
9 ହେ ଅଳସୁଆଲୋକମାନେ, କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରେ ପଡ଼ି ରହିବ? ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ? 10 ଅଳସୁଆମାନେ କହନ୍ତି, “ଆଉ ଟିକିଏ ଶୋଇବି, ଆଉ ଟିକିଏ ଢୁଳାଏ। ଆଉ ଟିକିଏ ନିଦ୍ରା ଯିବା ପାଇଁ ଭିଡ଼ିମୋଡ଼ି ହୁଏ।” 11 କିନ୍ତୁ ସେ ଶୋଇ ରହେ ଓ ଆଉ ଶୋଇ ରହେ। ସେ ଦରିଦ୍ରରୁ ଦରିଦ୍ରତର ହୋଇଯାଏ। ଖୁବ୍ ଶୀଘ୍ର ତା'ର ଆଉ କିଛି ନ ଥାଏ। ଅଳସୁଆମୀ ଖଣ୍ଟ ପରି ତୁମ୍ଭର ସମସ୍ତ ଧନ ଏକାଥରେ ଛଡ଼ାଇ ନେବ।
ପାପାଧମ ବ୍ୟକ୍ତି
12 ପାପାଧମ ବ୍ୟକ୍ତି, ଅପରାଧୀ ମନୁଷ୍ୟ ସର୍ବଦା ମିଥ୍ୟା କଥା କହନ୍ତି। 13 ସେ ଆଖିରେ ଠାରେ, ସେ ଗୋଡ଼ରେ ଓ ଅଙ୍ଗୁଳି ଦ୍ୱାରା ସଙ୍କେତ କରେ। 14 ତା'ର ହୃଦୟରେ କୁଟିଳତା ଥାଏ। ସେ ସର୍ବଦା ଅନିଷ୍ଟ ଯୋଜନା କରେ। ସେ ଯୁକ୍ତିତର୍କ ଓ କଳି ଆରମ୍ଭ କରେ। 15 କିନ୍ତୁ ତା'ର ବିପଦ ଶୀଘ୍ର ଉପସ୍ଥିତ ହେବ। ସେ ଆକସ୍ମିକ ଶୀଘ୍ର ବିନାଶ ହେବ। ଏବଂ ତାଙ୍କୁ କିଛି ଉପାୟ ମିଳିବ ନାହିଁ।
ସାତୋଟି କଥା ସଦାପ୍ରଭୁ ସର୍ବଦା ଘୃଣା କରନ୍ତି
16 ସଦାପ୍ରଭୁ ଏହି ଛଅ ଗୋଟି ବିଷୟକୁ ଘୃଣା କରନ୍ତି।
ସପ୍ତବସ୍ତୁ ମଧ୍ୟ ତାଙ୍କର ଘୃଣାଯୋଗ୍ୟ।
17 ଅହଙ୍କାର ଦୃଷ୍ଟି, ମିଥ୍ୟାବାଦୀ ଜିହ୍ୱା,
ନିର୍ଦ୍ଦୋଷର ରକ୍ତପାତକାରୀ ହସ୍ତ।
18 ହୃଦୟ କୁକର୍ମ କରିବା ପାଇଁ ଯୋଜନା କରେ,
କୁକର୍ମ କରିବାକୁ ବେଗଗାମୀ ଚରଣ।
19 ମିଥ୍ୟା ସାକ୍ଷୀ,
ଯେ ମିଥ୍ୟା କହି ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।
20 ହେ ମୋର ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ। 21 ସେମାନଙ୍କର ଆଜ୍ଞାସବୁ ଏବଂ ଶିକ୍ଷାଗୁଡ଼ିକ ସର୍ବଦା ମନେରଖ। ତାହାକୁ ତୁମ୍ଭ ହୃଦୟରେ ବାନ୍ଧି ରଖ ଏବଂ ତାହାକୁ ତୁମ୍ଭର ଗଳାର ଫୁଲହାର ପରି ବାନ୍ଧ। 22 ଯେତେବେଳେ ତୁମ୍ଭେ ଗ୍ଭଲିବ, ସେମାନଙ୍କର ଶିକ୍ଷାଗୁଡ଼ିକ ତୁମ୍ଭକୁ ପଥ ଦେଖାଇବେ। ଯେତେବେଳେ ତୁମ୍ଭେ ଶୟନ କରିବାକୁ ଯିବ ସେମାନେ ତୁମ୍ଭର ପ୍ରହରୀ ହେବେ। ଯେତେବେଳେ ତୁମ୍ଭେ ଜାଗ୍ରତ ହେବ, ସେମାନେ ତୁମ୍ଭ ସହ ଆଳାପ କରିବେ।
23 ତୁମ୍ଭ ପିତାମାତାଙ୍କର ଶିକ୍ଷା ଆଲୋକ ବର୍ତ୍ତୀକା ପରି ତୁମ୍ଭକୁ ସର୍ବଦା ସତ୍ ପଥରେ ଚଲାଇ ନେବ। ତାହା ତୁମ୍ଭକୁ ତାଲିମ ପ୍ରାପ୍ତ କରିବ ଓ ଜୀବନ ପଥରେ ଚଲାଇ ନେବ।
ଯୀଶୁ ହେଉଛନ୍ତି ଜଗତର ଆଲୋକ
12 ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, “ମୁଁ ଜଗତର ଆଲୋକ, ମୋତେ ଯେଉଁ ଲୋକ ଅନୁସରଣ କରେ, ସେ କେବେ ଅନ୍ଧକାରରେ ଗ୍ଭଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।”
13 କିନ୍ତୁ ଫାରୂଶୀମାନେ ଯୀଶୁଙ୍କୁ କହିଲେ, “ତୁମ୍ଭେ ଯେତେବେଳେ ତୁମ୍ଭ ନିଜ ସାକ୍ଷ୍ୟ ଦେଉଛ, ସେତେବେଳେ ତୁମ୍ଭେ କେବଳ ଏସବୁ କଥା ସତ୍ୟ ବୋଲି କହୁଛ। ତେଣୁ ଆମ୍ଭେ ତୁମ୍ଭର ଏସବୁ କଥା ଗ୍ରହଣ କରି ପାରିବୁ ନାହିଁ।”
14 ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ମୋ’ ବିଷୟରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ୱାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡ଼େ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି। 15 ପୃଥିବୀର ଲୋକମାନଙ୍କୁ ବିଗ୍ଭର କଲା ଭଳି ତୁମ୍ଭେ ମୋର ବିଗ୍ଭର କରୁଛ। ମୁଁ କାହାର ବିଗ୍ଭର କରୁ ନାହିଁ। 16 କିନ୍ତୁ ମୁଁ ଯଦି ବିଗ୍ଭର କରେ, ତେବେ ମୋ’ ବିଗ୍ଭର ଠିକ୍ ହୁଅନ୍ତା। କାରଣ ମୁଁ ଏକୁଟିଆ ନୁହେଁ, ମୋ’ ସହିତ ମୋର ପ୍ରେରଣକର୍ତ୍ତା ପରମପିତା ଅଛନ୍ତି। 17 ତୁମ୍ଭର ବିଧି ବ୍ୟବସ୍ଥା କୁହେ ଯେ, କୌଣସି ଘଟଣା ସମ୍ବନ୍ଧରେ ଯଦି ଦୁଇଜଣ ସାକ୍ଷୀ ସମାନ କଥା କହନ୍ତି, ତେବେ ତୁମ୍ଭେ ନିଶ୍ଚୟ ସେମାନଙ୍କ କଥା ଗ୍ରହଣ କରିବ। 18 ମୁଁ ମୋ’ ନିଜ ସମ୍ବନ୍ଧରେ ଜଣେ ସାକ୍ଷୀ ଓ ମୋତେ ପଠାଇଥିବା ପରମପିତା ମୋର ଆଉ ଜଣେ ସାକ୍ଷୀ।”
19 ଲୋକମାନେ ପଗ୍ଭରିଲେ, “ତୁମ୍ଭର ପିତା କାହାନ୍ତି?”
ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଜାଣି ନାହଁ ଓ ମୋ’ ପରମପିତାଙ୍କୁ ମଧ୍ୟ ଜାଣି ନାହିଁ। କିନ୍ତୁ ତୁମ୍ଭେ ଯଦି ମୋତେ ଜାଣିଥା'ନ୍ତ, ତେବେ ମୋ’ ପରମପିତାଙ୍କୁ ମଧ୍ୟ ଜାଣିଥା'ନ୍ତ।” 20 ଯୀଶୁ ଏସବୁ କଥା ମନ୍ଦିର ପରିସରରେ ଉପଦେଶ ଦେଲାବେଳେ କହିଲେ। ଦାନ ପାତ୍ରରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହୋଇଥିଲେ। କିନ୍ତୁ କେହି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ୍ ସମୟ ସେପର୍ଯ୍ୟନ୍ତ ଆସି ନ ଥିଲା।
ଯିହୂଦୀମାନେ ଯୀଶୁଙ୍କ ବିଷୟରେ ବୁଝି ପାରିଲେ ନାହିଁ
21 ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଛାଡ଼ି ଗ୍ଭଲିଯିବି। ତୁମ୍ଭେ ମୋତେ ଖୋଜିବ। କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି, ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।”
22 ତେଣୁ ଯିହୂଦୀମାନେ ପରସ୍ପରକୁ ପଗ୍ଭରିଲେ, “ଯୀଶୁ କ'ଣ ଆତ୍ମହତ୍ୟା କରିବେ? ସେଥିପାଇଁ କ'ଣ ସେ କହିଲେ ଯେ, ‘ମୁଁ ଯେଉଁଠାକୁ ଯାଉଛି ତୁମ୍ଭେମାନେ ସେଠାକୁ ଆସି ପାରିବ ନାହିଁ?’”
23 କିନ୍ତୁ ଯୀଶୁ ସେହି ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରୁ ସୃଷ୍ଟ, କିନ୍ତୁ ମୁଁ ଊର୍ଦ୍ଧ୍ୱରୁ ଆସିଛି। ତୁମ୍ଭେମାନେ ଏ ପୃଥିବୀର ଲୋକ, କିନ୍ତୁ ମୁଁ ପୃଥିବୀର ଲୋକ ନୁହେଁ। 24 ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡ଼ିକ ପାଇଁ ମରିବ। ମୁଁ ଯେ ସେହି ବ୍ୟକ୍ତି ତୁମ୍ଭେ ଏହା ବିଶ୍ୱାସ ନ କଲେ ତୁମ୍ଭ ନିଜ ପାପଗୁଡ଼ିକ ପାଇଁ ତୁମ୍ଭେ ମରିବ।”
25 ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କିଏ, ଆମ୍ଭମାନଙ୍କୁ କୁହ।”
ଯୀଶୁ ଉତ୍ତର ଦେଲେ, “ମୁଁ ନିଜ ବିଷୟରେ ପ୍ରଥମରୁ ଯାହା କହିଆସିଛି, ମୁଁ ସେହି। 26 ମୋର ତୁମ୍ଭ ବିଷୟରେ ଅନେକ କିଛି କହିବାକୁ ଅଛି। ମୁଁ ତୁମ୍ଭର ବିଗ୍ଭର କରିପାରେ, କିନ୍ତୁ ମୋର ପ୍ରେରଣକର୍ତ୍ତା ମୋତେ ଯାହା କହି ପଠାଇଛନ୍ତି, ମୁଁ ପୃଥିବୀର ଲୋକମାନଙ୍କୁ ତାହା କହୁଛି ଏବଂ ସେ ସତ୍ୟ କହନ୍ତି।”
27 ଯୀଶୁ କାହା ବିଷୟରେ କହୁଥିଲେ, ଏ କଥା ଲୋକମାନେ ବୁଝି ନ ଥିଲେ। ଯୀଶୁ ପରମପିତାଙ୍କ ବିଷୟରେ କହୁଥିଲେ। 28 ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊର୍ଦ୍ଧ୍ୱକୁ (ବଧକରିବାକୁ) ଉଠାଇବ। ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମୋ’ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମୋତେ ଯାହା ଶିକ୍ଷା ଦେଇଛନ୍ତି ସେହି କଥା ଯେ କେବଳ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ। 29 ମୋତେ ଯିଏ (ପରମେଶ୍ୱର) ପଠାଇଛନ୍ତି, ସେ ମୋ’ ସହିତ ଅଛନ୍ତି। ତାହାଙ୍କ ସନ୍ତୋଷଜନକ କାର୍ଯ୍ୟ ମୁଁ ସର୍ବଦା କରେ। ତେଣୁ ସେ ମୋତେ ଏକୁଟିଆ କରି ଛାଡ଼ି ନାହାନ୍ତି।” 30 ଯୀଶୁ ଏ କଥା କହିଲା ବେଳେ ତାହାଙ୍କୁ ଅନେକ ଲୋକ ବିଶ୍ୱାସ କଲେ।
2010 by World Bible Translation Center